Thursday, June 4, 2020

ଦି ନେଖକ(ପୂର୍ଵାଞ୍ଚଳୀ ଓଡ଼ିଆ)

ଗୁଟାଏ ବଡ଼ ଚାହା ଦୁକାନରେ ଦୁଇଜଣ ନେଖକ ନୁକ କଉଥିନାଗି କେଜାଣି ଗୁରାଏ ଶୁଦାଶୁଦି ହେଇଗଲେ ।

ହେଠି ଦିହେଁ ଯଉ ଉକୁଟାଉକୁଟି ହେଇକିରି ନାଗିଲେ ହେ କଥାରାକ ଆରଦିନ କାଗଜରେ ଛପିଲା ।

ହେଠୁ ଦିଜଣଯାକ ଆଗପଛ ହେଇକିନା ଦିଇଟା କାହାଣୀ ନେଖି ପକେଇଲେ । ଉଭୟ ନେଖା ନିକ, ଏକୁ ଆରେକ ଉଗୁଳି ।

ଜଣେ ନେଖିଚି ଆର ନେଖକଟା ବଡ଼ ହିନିମାନିଆ ନୁକଟା । ଦିତିଅ ନେଖକ ତହୁଁ ନେଖିଲା,

"ନାଇଁ ନାଇଁ ଵା ମୁଇଁ ନାଇଁ ଗୋ ମେତେ ଯେ ହିନିମାନିଆ କହିଚି,
ହାଁ !  ହେ ନୁକଟା ହିଁ ପକ୍କା ନିକୁଛିଆଟା"  ...

ହେଲେ ହେଇ ଦିଇଟାଯାକ ନେଖା ଯେତେ ନୁକ ପଢି଼ଲେ, ହେମାନେ ବୁଝିଗଲେ ଯେ ଆଙ୍କେ ଦିଇନୁକ ହିନିମାନିଆ ଆଉ ନିକୁଛିଆ 😀😀

ହେରା ଦେଖ ହେ, ଆମ ସାହିତ୍ୟର କେତେ ନାଭ ହେଲା ମ, କଥା କଥାରେ ଏକବାରେ ଏକଥା ସିଦ୍ଧ ହେଇଗଲା ଯେ ଉଭୟ ନେଖକ ବଡ଼ ନୀଚ ଆଉ..

କିଛି ଦିନ ଗଡିଯାଆନ୍ତେ ଫିଣି ନୁକେ ଦେଖିଲେ ତାଙ୍କେ କିଁଇତି ସାହିତ୍ୟ ସଭାରେ କୁଣ୍ଢାକୁଣ୍ଢି ହେଲେ ଗୁଟେ ମେଜରେ ବଇକିନି ଚାପାଣି ପିଉଥିଲେ ।

ମଲା ମଲା ! ସାହିତ୍ୟିକଦିହେଁ କ'ଣ ରାଗ ମାଡେ଼ଇଲାରୁ ବୋଲାବୋଲି ହୋଇ ଥିଲେ କି ?
ହେମାନେ ପରା ସାହିତ୍ୟ ସାଧନା ନାଗି ଝଗଡା଼ ହେଇଥିଲେ...
ଏଁତି ସାହିତ୍ଯିକ ମେତେ ଭଲ ଲାଗନ୍ତି ପା 😂😂😂

(ପୂର୍ଵାଞ୍ଚଳୀ ଓଡ଼ିଆ ଶୈଳୀରେ  ଵ୍ଯଙ୍ଗ୍ଯ ସମ୍ରାଟ ହରିଶଙ୍କର ପରସାଈଙ୍କର ପିଟନେ ପିଟନେ ମେଁ ଫର୍କ ଵ୍ଯଙ୍ଗ୍ଯରୁ କିୟଦଂଶର ଭାଵାନୁଵାଦ ! )

----------///ଶବ୍ଦାର୍ଥ///---------
●ଗୁଟାଏ;ଗୋଟାଏ
●ନୁକ/ଲୁକ―ଲୋକ
●ଗୁରାଏ―ଗୁଡା଼ଏ
●ଶୁଦାଶୁଦି―ଗାଳିଗୁଲଜ
●ହେଠି―ସେଠି(ଢେଙ୍କାନାଳ)
●ଯଉ―ଯେଉଁ
●ଉକୁଟାଉକୁଟି–ବିନ୍ଧ ଗଣି ଝଗଡା଼,ଗୋହି ଵା ଦୋଷ ଉଣ୍ଡି ଝଗଡା଼ କରିଵା
●କଥାରାକ–କଥାଯାକ(ରାକ= ଯାକ;ଢେଙ୍କାନାଳ)
●କାଗଜ–ଖବରକାଗଜ
●ହେଠୁ ― ସେଠୁ
●ହେଇକିନା/ହେଇକିରି ― ହୋଇକି
●ନେଖା ― ଲେଖା
●ନିକ―ଭଲ,ଉତ୍କୃଷ୍ଟ
●ଆରେକ― ଅନ୍ଯଟି
●ଉଗୁଳି―ଶ୍ରେଷ୍ଠ,ଉତ୍କୃଷ୍ଟ
●ହିନିମାନିଆ–ହୀନ ଵିଚାରର ଲୋକ
●ଦିତିଅ―ଦ୍ଵିତୀୟ
●ମୁଇଁ―ମୁହିଁ(ଢେଙ୍କାନାଳ)
●ନିକୁଛିଆ―ନିକୃଷ୍ଟ
●ଆଙ୍କେ–ଇଏ,ଏମାନେ(ଗଞ୍ଜାମ)
●ହେରା–ହେଇ(ଢେଙ୍କାନାଳ)
●ନାଭ―ଲାଭ
●ମ/ଵା/ପା/ଆଉ― ଵାକ୍ୟ ଶେଷରେ ଲାଗେ(ତୁଳନା= ବୋ)
●ଫିଣି–ପୁଣି(ଗଜପତି,ରାୟଗଡ଼ା,ଢେଙ୍କାନାଳ; ଫୁଣି ବି ଵ୍ଯଵହାର ହୁଏ ଢେଙ୍କାନାଳରେ)
●ତାଙ୍କେ―ସେ,ସେମାନେ(ଗଞ୍ଜାମ)
●କୁଣ୍ଢାକୁଣ୍ଢି ―😀
●ମେଜ―ଟେବୁଲ
●ବଇକିରି/ବଇକିନି–ବସିକରି
●ମଲା ମଲା ― ଵାକ୍ୟ ପୂର୍ଵରୁ ଵ୍ଯଵହାର ହୁଏ(ହୀରାଖଣ୍ଡରେ ଏହା ମ ମ  ହୋଇ ଚଳୁଅଛି)
●ରାଗ ମଡେଇ଼ଵା― ରାଗ ଲାଗିଵା
●ବୋଲାବୋଲି―ଝଗଡା଼
●ଏଁତି–ଏମିତି(ଢେଙ୍କାନାଳ,କଟକ)
●ମେତେ– ମୋତେ(କଟକ)

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...