My Blog List
Wednesday, September 15, 2021
ଯାହାର ଆମ୍ଭେ ମାମୁ (ଶରଦ ଯୋଶୀ)
Friday, September 10, 2021
ଅଫିସର କଵି(ହରିଶଙ୍କର ପରସାଈ)
Thursday, August 26, 2021
ତିରିଶ ଵର୍ଷର ସରକାର
କଂଗ୍ରେସକୁ ରାଜତ୍ଵ କରୁ କରୁ ତିରିଶି ଵର୍ଷ ଗତ ହୋଇଗଲାଣି । କିଛି ଲୋକ କୁହନ୍ତି , ତିନିଶହ ଵର୍ଷ ବିତିଗଲାଣି ,ପୁରା ଭୂଲ କଥା । ମାତ୍ର ତିରିଶ ଵର୍ଷ ହୋଇଅଛି । ଏହି ତିରିଶ ଵର୍ଷ ଭିତରେ କେଵେ ଦେଶ ଆଗକୁ ବଢ଼ିଛି ତ କେବେ କଂଗ୍ରେସ ଆଗକୁ ବଢ଼ିଯାଇଛି । କେଵେ ଉଭୟ ଆଗକୁ ବଢି଼ଗଲେ ପୁଣି କେତେବେଳେ ଦିହେଁ ଯାକ ବଢ଼ି ପାରିନଥିଲେ ।
ତାପରେ ଏମିତି ହେଲା ଯେ ଦେଶ ତ ଆଗେଇ ଗଲା କିନ୍ତୁ କଂଗ୍ରେସ ଆଗକୁ ଯାଇପାରିଲାନାହିଁ ।। ତିରିଶ ଵର୍ଷର ଏହି ଯାତ୍ରା କଂଗ୍ରେସର ମହାଯାତ୍ରା ଅଟଇ। କଂଗ୍ରେସର ଏ ଯାତ୍ରା ଖଦଡ଼ ଭଣ୍ଡାରରୁ ଆରମ୍ଭ ହୋଇ ସଚିଵାଳୟରେ ସମାପ୍ତ ହୋଇ ଗଲା।
ସମ୍ପୂର୍ଣ୍ଣ ତିରିଶ ଵର୍ଷ ଯାଏଁ କଂଗ୍ରେସ ଆମ ଦେଶରେ ତମ୍ବୂ ପରି ଲାଗିରହିଛି, ବେଲୁନ ପରି ଫୁଲି ରହିଛି, ପଵନ ପରି ସାଇଁ ସାଇଁ ବହିଚାଲିଛି , ବରଫ ଭଳିଆ ଜମାଟ ବାନ୍ଧି ପଡ଼ିରହିଛି । ପୁରା ତିରିଶ ଵର୍ଷ ଯାଏଁ କଂଗ୍ରେସ ଦେଶର ଇତିହାସ ଗଢି଼ଛି, ସେ ଇତିହାସକୁ ସରକାରୀ କର୍ମଚାରୀ ଲେଖିଲେ ଆଉ ଵିଧାନସଭାର ସଦସ୍ଯମାନେ ପଢ଼ିଲେ । ପୋଷ୍ଟର, ପୁସ୍ତକ ,ସିନେମାର ସ୍ଲାଇଡୋଂ, ଏମନ୍ତ କି ଦେଶର କୋଣେ କୋଣେ କଂଗ୍ରେସ ହିଁ କଂଗ୍ରେସର ନାମ ଲେଖା ରହିଲା ।
ରେଡିଓ, ଟିଵି ଡାକ୍ୟୁମେଣ୍ଟ୍ରୀ, ସରକାରୀ ଵୈଠକ ଓ ସମ୍ମିଳନୀରେ ସବୁଠି ସବୁଆଡେ଼ ଦଶଦିଗରେ କେଵଳ ଗୋଟିଏ ହିଁ ଗୁଞ୍ଜରଣ ଶୁଣିଵାକୁ ମିଳୁଥିଲା କଂଗ୍ରେସ !
କଂଗ୍ରେସ ଆମର ଅଭ୍ୟାସରେ ପରିଣତ ହୋଇଯାଇଛି । ଠିକ୍ କେବେ ନ ଛାଡି଼ପାରିଲା ଭଳି ଵଦଭ୍ୟାସଟିଏ ପରି । ଆମେ ସବୁ ଏଠି ସେଠି ମନ ,ବୁଦ୍ଧି ଓ ହୃଦୟରୁ କଂଗ୍ରେସୀ ହେଵାକୁ ଲଗିଲେ। ଏହି ତିରିଶ ଵର୍ଷ ମଧ୍ୟରେ ପ୍ରତ୍ୟେକ ଭାରତଵାସୀର ଦିହରେ କଂଗ୍ରେସ ଗ୍ୟାସଟ୍ରିକ୍ ଟ୍ରବଲ ପରି ରହିଯାଇଛି ।
ଯେମିତି ସ୍ଵାଧୀନତା ମିଳିଲା କଂଗ୍ରେସକୁ ଅନୁଭୂତ ହେଲା ଯେ ଖାଦୀ ଵା ଖଦଡ଼ କପଡ଼ା ମୋଟା, ଅସୁନ୍ଦର ଓ ଟାଣ୍ ହୋଇଥିଲାଵେଳେ ମାନଵ ଶରୀର ବହୁତ କୋମଳ ଏଵଂ ସମ୍ବେଦନଶୀଳ ଅଟେ । ତେଣୁ କଂଗ୍ରେସ ଖାଦୀକୁ ପତଳା ଓ କଁଅଳିଆ କରିଵାର ପ୍ରଯତ୍ନରେ ଲାଗିପଡି଼ଲା , ତାପରେ ଖାଦୀକୁ ରେଶମ ଓ ଟେରେଲୀନ କରାଯିଵାର ଚେଷ୍ଟା ବି କରାଗଲା ।
ଇଂରେଜଙ୍କ ଜେଲରେ ତଥାକଥିତ କଂଗ୍ରେସୀମାନଙ୍କ ଉପରେ ବହୁତ ଅତ୍ୟାଚାର ହୋଇଥିଲା । ସେମାନଙ୍କୁ ପଥର ଓ ସିମେଣ୍ଟର ‘ମେଜ’ରେ ଶୋଇଵାକୁ ପଡ଼ିଥିଲା ।
ସ୍ଵାଧୀନତାପରେ ଉତ୍ତମ ଗୁଣାତ୍ମକ ମାନର କପା ଉତ୍ପାଦନ ଵୃଦ୍ଧି କରାଗଲା, ତାକୁ ଗଦ୍ଦି-ମାଣ୍ଡିରେ ଭର୍ତ୍ତି କରାଗଲା ଏଵଂ ସେହି ତଥାକଥିତ କଂଗ୍ରେସୀମାନେ ଉକ୍ତ ଗଦି ଓ ମୁଚୁଳା ଉପରେ ଵିରାଜମାନ ହୋଇ ଦେଶର ସମସ୍ୟାଗୁଡ଼ିକ ଵିଷୟରେ ଚିନ୍ତନ କରିଵାକୁ ଲଗିଲେ। ଦେଶରେ ବହୁତ ସମସ୍ଯା ଥିଲା , କଂଗ୍ରେସୀ ମଧ୍ୟ ଅନେକ ଥିଲେ । ସମସ୍ଯା ବଢ଼ି ଚାଲିଥିଲା, କଂଗ୍ରେସ ବି ଉତ୍ତରୋତ୍ତର ବୃଦ୍ଧି ପାଉଥିଲା । ଦିନ ଏମିତି ଆସିଗଲା ଯେ ସମସ୍ୟାଗୁଡ଼ିକ କଂଗ୍ରେସ ହୋଇଗଲା ଓ ଦେଶରେ କଂଗ୍ରେସ ହିଁ ଏକ ବଡ଼ ସମସ୍ଯା ଭାବେ ପରିଗଣିତ ହେଵାକୁ ଲାଗିଲା । କ୍ରମେ ଉଭୟ ବଢ଼ିଵାକୁ ଲାଗିଲେ ।
ଏଇ ତିରିଶ ଵର୍ଷ ଯାଏଁ ଦେଶ ବୁଝିଵାକୁ ଚେଷ୍ଟା କରିଛି ଯେ ପ୍ରକୃତରେ ଏ କଂଗ୍ରେସଟା କ'ଣ ?
ସ୍ଵୟଂ କଂଗ୍ରେସୀ ବି ବୁଝିପାରିଲେ ନାହିଁ ଯେ କଂଗ୍ରେସ କ'ଣ ଅଟଇ !
ଲୋକେ କଂଗ୍ରେସକୁ ବ୍ରହ୍ମ ଭଳି ନେତି-ନେତି ଉପାୟରେ ବୁଝିଲେ । ଯାହା ଡାହାଣରେ ନାହିଁ ତାହା କଂଗ୍ରେସ ଅଟେ । ଯାହା ବାଆଁ ପଟରେ ନାହିଁ ତାହା ବି କଂଗ୍ରେସ । ଯୋଉଟା ମଧ୍ୟଭାଗରେ ନାହିଁ ତାହା ବି କଂଗ୍ରେସ ଅଟଇ । ଯାହା ମଧ୍ୟରୁ ବାମକୁ ଅଛି ତାହା ମଧ୍ୟ କଂଗ୍ରେସ ଅଟେ । ମନୁଷ୍ଯ ଯେତେ ରୂପରେ ମିଳନ୍ତି କଂଗ୍ରେସ ତାହାଠାରୁ ଅଧିକ ଗୁଣରେ ମିଳିଥାଏ । କଂଗ୍ରେସ ସର୍ଵତ୍ର ଅଛି । ଶାସନର ସବୁ ସିଂହାସନରେ ବସିରହିଛି । ସବୁ ସିଂହାସନର ପଛରେ ଦଣ୍ଡାୟମାନ ଅଛି । ପ୍ରତ୍ୟେକ ସିଂହାସନର ଆଗରେ ବି କଂଗ୍ରେସ ଠିଆ ହୋଇଅଛି । ସମସ୍ତ ସିଦ୍ଧାନ୍ତ କଂଗ୍ରେସର ସିଦ୍ଧାନ୍ତ ଅଟେ । ସେହି ସବୁ ସିଦ୍ଧାନ୍ତକୁ ପାଥେୟ କରି କଂଗ୍ରେସ ତିରିଶ ଵର୍ଷ ଯାଏଁ ଅଚଳ ଭାବେ ଠିଆ ହୋଇ ହଲୁଅଛି, ଦୋହଲୁଛି କିନ୍ତୁ ନଇଁଯାଇନାହିଁ କି ଭାଙ୍ଗିଯାଇନାହିଁ ।
ତିରିଶ ଵର୍ଷର ଇତିହାସ ସାକ୍ଷୀ ଯେ କଂଗ୍ରେସ ସଦାବେଳେ ସନ୍ତୁଳନର ନୀତିକୁ ମାନି ଚଳିଆସିଛି । ଯାହା କହିଛି କରି ନାହିଁ, ଯାହା କଲା ତାହା କହିଲା ନାହିଁ, ଯାହା କହିଲା ତାହା ପ୍ରକୃତରେ ସେମିତି ନଥିଲା ଆଉ ଯାହା ଥିଲା ତାହା ବି ଭୁଲ୍ ଥିଲା ।
ଅହିଂସାର ନୀତି ଉପରେ ଵିଶ୍ଵାସ କଲା ଆଉ ସେହି ନୀତିକୁ ସନ୍ତୁଳିତ ବି କଲା ଲାଠୀମାଡ଼ ଓ ଗୁଳିଚାଳନା ଦ୍ଵାରା, ସତ୍ଯର ନୀତିକୁ ନେଇ କାର୍ଯ୍ୟ କଲା କିନ୍ତୁ ସତ କହୁଥିଵା ଲୋକଙ୍କ ପ୍ରତି ସର୍ଵଦା ଅସନ୍ତୁଷ୍ଟ ରହିଲା । ଵୃକ୍ଷରୋପଣର ଆନ୍ଦୋଳନ ଚଳାଇ ଏଣେ ଠିକା ଦେଇ କେତେ ନା କେତେ ଜଙ୍ଗଲ ସଫା କରିପକାଇଲା । ଜନସଭାରେ ମୂଲ୍ୟ ହ୍ରାସର ଆଶ୍ଵସନା ଦେଲା ମାତ୍ର ପରଵର୍ତ୍ତୀ କ୍ଷଣରେ ଟ୍ୟାକ୍ସ ବି ବଢ଼ାଇ ଦେଲା । ମଦର ଠିକା ଦେଲା, ମଦ କାରଖାନା ଖୋଲିଲା; କିନ୍ତୁ ନିଶା ନିଵାରଣ ଆନ୍ଦୋଳନର ଢେର୍ ସମର୍ଥନ ମଧ୍ୟ କରିଚାଲିଲା ।
ଭାରତୀୟ ଭାଷାଗୁଡି଼କ ପକ୍ଷରେ ରହି କହିଲା ମାତ୍ର ପ୍ରଶାସନିକ କ୍ଷେତ୍ରରେ ଇଂରାଜୀକୁ ଚଳେଇ ରଖିଲା। ଯୋଜନା କଲା ତ ତାକୁ ଲାଗୁ ହେଵାକୁ ଦେଲାନି । ଲାଗୁ କଲେ ବି ତାକୁ ଅଧାଖଣ୍ଡିଆ କରି ଥୋଇଦେଲା । ଅସମ୍ପୂର୍ଣ୍ଣ ଯୋଜନା ପଡି଼ ରହି ଲୋକଙ୍କ ପିଲାଙ୍କ ପିଲା ହୋଇଗଲେ କିନ୍ତୁ ତାକୁ କଂଗ୍ରେସ ପୁଣି ଚାଲୁ କଲା ନାହିଁ । ସମସ୍ଯା ହେଲାରୁ କମୀଶନ ବସିଲା, ରିପୋର୍ଟ ଆସିଲା ତ ତାକୁ ପଢ଼ିଲା ନାହିଁ।
କଂଗ୍ରେସର ଇତିହାସ ନିରନ୍ତର ସନ୍ତୁଳନର ଇତିହାସ । ସମାଜଵାଦର ସମର୍ଥକ ହେଲା, କିନ୍ତୁ ପୁଞ୍ଜିଵାଦକୁ ଅସନ୍ତୁଷ୍ଟ ହେଵାର କୌଣସି ମଉକା ଦେଲା ନାହିଁ । ଦାରିଦ୍ର୍ୟ ଦୂରୀକରଣ ଓ ଵିକାଶ ଆଦିର ସ୍ଲୋଗାନ୍ ଦେଲା ହେଲେ ତାକୁ ସାକାର କଲା ନାହିଁ । ପ୍ରାଇଵେଟ୍ ସେକ୍ଟର ଵିପକ୍ଷରେ ପବ୍ଲିକ ସେକ୍ଟରକୁ ଠିଆ କରେଇଲା , ପବ୍ଲିକ ସେକ୍ଟର ଵିରୁଦ୍ଧରେ ପ୍ରାଇଵେଟ୍ ସେକ୍ଟରକୁ ଛିଡ଼ା କରେଇଲା । ଦୁହିଁଙ୍କ ମଧ୍ୟରେ କଂଗ୍ରେସ ନିଜେ ଠିଆ ହୋଇଗଲା। ହଁ ଆଉ ଏହି ତିରିଶ ଵର୍ଷଯାଏଁ ସେଇମିତି ଠିଆହୋଇ ରହିଲା ।
ଜଣକୁ ବଢ଼ିଵାକୁ ଦେଲାନି । ଆନଜଣକର କେବେ ଊଣା ହେଵାକୁ ଦେଲା ନାହିଁ । ଆତ୍ମନିର୍ଭରତା ଉପରେ ଭାଷଣ ଦେଲା ଏଣେ ଵିଦେଶରୁ ସାହାଯ୍ୟ ମାଗି ଚାଲିଲା । 'ଯୁଵପିଢି଼'କୁ ଗୁରୁତ୍ୱ ଦେଲା, ବୁଢାମାନଙ୍କୁ ଟିକେଟ୍ ଦେଲା । ଯିଏ ଜିତିଲା ସେ ମୁଖ୍ଯମନ୍ତ୍ରୀ ହେଲା, ଯିଏ ହାରିଲା ସେ ଗଵର୍ନର ହୋଇ ଗଲା । ଯିଏ କେନ୍ଦ୍ରରେ ଵିଫଳ ହେଲା ତାକୁ ରାଜ୍ଯକୁ ପଠାଇ ଦେଲା , ଯିଏ ରାଜ୍ଯରେ ଵିଫଳ ହେଲା ତାକୁ କେନ୍ଦ୍ରକୁ ନେଇ ଆସିଲା । ଯିଏ ଦୁଇଟିଯାକ ସ୍ଥାନରେ ଵିଫଳ ହୋଇଥିଲେ ତାକୁ ଆମ୍ବାସଡାର କରି ଦେଲା ଏଵଂ ସେ ଦେଶର ପ୍ରତିନିଧିତ୍ଵ କରିଵାକୁ ଲଗିଲା ।
ଏକତା ଉପରେ ଭାଷଣ ଦେଲେ ଏଣେ ପରସ୍ପର ମଧ୍ୟରେ ଲଢେ଼ଇ ଲଗାଇ ଦେଲେ । ଜାତିଵାଦର ଵିରୋଧ କଲେ, କିନ୍ତୁ ଆପଣାଲୋକଙ୍କର ଲାଭକୁ ସର୍ଵଦା ଜଗିରହିଲେ । ସମସ୍ତଙ୍କ ଗୁହାରି ଶୁଣିଲେ କିନ୍ତୁ ଭୂଲି ବି ଗଲେ । ଆଶ୍ଵାସନ ଦେଲେ, ମାତ୍ର ତାହା କାର୍ଯ୍ୟରେ ପରିଣତ କଲେ ନାହିଁ । ଆଉ ଯେଉଁ କାମକୁ କାର୍ଯ୍ୟକାରୀ କଲେ ଲୋକେ ତାହାପ୍ରତି ଆଶ୍ଵସ୍ତ ହେଲେନି । ପରିଶ୍ରମ ଉପରେ ଗୁରୁତ୍ୱାରୋପ କଲେ, ଅଭିନନ୍ଦନ କରିଚାଲିଲେ । ଜନତାଙ୍କ କଥା ଶୁଣିଲେ ସିନା ଅଫିସରଙ୍କ କଥା ମାନି ଚଳିଲେ ।
। ଶାନ୍ତିର ସମର୍ଥନ କଲେ, ଭାଷଣ ଦେଇ ଚାଲିଲେ । ସ୍ଵୟଂ କିଛି କଲେ ନାହିଁ କି ଅନ୍ୟକୁ କରିଵାକୁ ଦେଲେନି । କଥା ଶେଷରେ ଏମନ୍ତ ହେଲା ଯେ ,ଉତ୍ତରରେ ଯେଵେ ସଶକ୍ତ ଥିଲେ ସେତେବେଳେ ଦକ୍ଷିଣରେ ଦୁର୍ଵଳ ଥିଲେ । ଆଶ୍ଚର୍ଯ୍ୟ କଥା ! ଦକ୍ଷିଣରେ ଜିତିଵାକୁ ଲାଗିଵାରୁ ଉତ୍ତରରେ ହାରି ଗଲେ ।
ପୁରା ତିରିଶ ଵର୍ଷ ଯାଏଁ ,ହଁ ହଁ ପୁରା ତିରିଶ ଵର୍ଷ ଯାଏଁ କଂଗ୍ରେସ ଏକ ସରକାର ନୁହେଁ, ଏକ ସନ୍ତୁଳନର ନାମ ଥିଲା । ଏ ସନ୍ତୁଳନ ଯାହା ଏହି ଦେଶରେ ତିରିଶ ଵର୍ଷ ଯାଏଁ— ତମ୍ବୁ ପରି ଲାଗିରହିଲା, ବେଲୁନ ପରି ଫୁଲି ରହିଲା, ପଵନ ପରି ସାଇଁ ସାଇଁ ବହିଚାଲିଲା , ବରଫ ଭଳିଆ ଜମାଟ ବାନ୍ଧି ପଡ଼ିରହିଲା । ପୁରା ତିରିଶ ଵର୍ଷ ଯାଏଁ !
କଂଗ୍ରେସ ଅମର । ସେ ମରି ପାରେନା କି ତାକୁ କେହି ମାରିପାରେନା। ତାହାର ଦୋଷ କେବେ ଯିଵ ନାହିଁ ଆଉ ଗୁଣଯାକ କର୍ମଫଳ ପ୍ରାପ୍ତି ହେଲାପରି ଵିଭିନ୍ନ ସମୟରେ ମିଳିଚାଲିଵ ।
ଯେବେଯାଏଁ ଏ ଦେଶର ଲୋକଙ୍କ ମଧ୍ୟରେ ପକ୍ଷପାତ ,ନିର୍ଣ୍ଣୟହୀନତା, ଆଳସ୍ୟ, ଦୋମୁହାଁପଣ, ପୂର୍ଵାଗ୍ରହ,କପଟ,ଶସ୍ତା ଆକାଂକ୍ଷା, ଲୋଭ ଓ ଦେଖେଇହେଵା ଗୁଣ ଆଦି ଭରି ରହିଥିଵ ସେତେଦିନ ଯାଏଁ ଏହି ଦେଶରୁ କଂଗ୍ରେସକୁ କେହି ସମାପ୍ତ କରିପାରିଵନାହିଁ । ହଁ ! ସେତେଦିନ ଯାଏଁ କଂଗ୍ରେସ ଜୀଵିତ ରହିଥିଵ ।
ଏ ଦେଶରେ ଡାହାଣ, ବାଆଁ, ମଝି, ମଝିର ମଝି, ଏମନ୍ତ କି କେଉଁଠି ବି କୌଣସି ରୂପରେ ମଧ୍ୟ ଆପଣଙ୍କୁ କଂଗ୍ରେସ ହିଁ ଦୃଶ୍ୟ ହେଵ । ଏ ଦେଶରେ ଯାହା ବି ହୋଇଥାଏ ଅନ୍ତତଃ କଂଗ୍ରେସ ହୋଇଥାଏ । ଜନତା ପାର୍ଟୀ ବି ଶେଷରେ କଂଗ୍ରେସ ହୋଇ ଯିଵ । ଯାହା କିଛି ହେଵାକୁ ଯାଉଛି ତାହା ଶେଷକୁ କଂଗ୍ରେସ ହିଁ ହେଵାକୁ ଯାଉଛି । ତିରିଶ ନୁହେଁ ତିନିଶହ ଵର୍ଷ ବିତିଯିଵ , କିନ୍ତୁ କଂଗ୍ରେସ ଏ ଦେଶର ପିଛା ଛାଡି଼ଵ ନାହିଁ ।।
⚫⚫⚫⚫⚫⚫⚫⚫⚫⚫⚫
ମୂଳ— तीस साल का इतिहास (ହିନ୍ଦୀ/ଵ୍ୟଙ୍ଗ୍ୟ)
ସଂକଳନ—“जादू कि सरकार"(ଵ୍ୟ. ସଂ.)
ଵ୍ୟଙ୍ଗ୍ୟକାର— ୰ शरद जोशी
(ଵ୍ୟଙ୍ଗକାର ଶରଦ ଯୋଶୀଙ୍କ "जादू कि सरकार" ଵ୍ୟଙ୍ଗ୍ୟ ସଂକଳନର ଏକ ଵ୍ୟଙ୍ଗ୍ୟ "तीस साल का इतिहास" ର ଓଡ଼ିଆ ଭାଵାନୁଵାଦ । ବହୁତ ଵର୍ଷ ପୂର୍ଵେ ଜନତା ଦଳ ଗଠନର କେତେକ ସମୟ ପରେ ଶରଦ ଯୋଶୀଙ୍କ ଦ୍ଵାରା ଲେଖାଯାଇଥିଲା )
⚫⚫⚫⚫⚫⚫⚫⚫⚫⚫⚫⚫
⚫⚫⚫⚫⚫⚫⚫⚫⚫⚫⚫⚫
ନିମ୍ନରେ ମୂଳଲେଖାଟି ହିନ୍ଦୀରେ ପାଠକରନ୍ତୁ ...
🟢🟢🟢🟢🟢🟢🟢🟢🟢🟢🟢🟢
व्यंग —तीस साल का इतिहास
संकलन— “जादू कि सरकार"
लेखक— ୰ शरद जोशी
🟢🟢🟢🟢🟢🟢🟢🟢🟢🟢🟢🟢
कांग्रेस को राज करते करते तीस साल बीत गए . कुछ कहते हैं , तीन सौ साल बीत गए . गलत है .सिर्फ तीस साल बीते . इन तीस सालों में कभी देश आगे बढ़ा , कभी कांग्रेस आगे बढ़ी . कभी दोनों आगे बढ़ गए, कभी दोनों नहीं बढ़ पाए .फिर यों हुआ कि देश आगे बढ़ गया और कांग्रेस पीछे रह गई. तीस सालों की यह यात्रा कांग्रेस की महायात्रा है. वह खादी भंडार से आरम्भ हुई और सचिवालय पर समाप्त हो गई.
पुरे तीस साल तक कांग्रेस हमारे देश पर तम्बू की तरह तनी रही, गुब्बारे की तरह फैली रही, हवा की तरह सनसनाती रही, बर्फ सी जमी रही. पुरे तीस साल तक कांग्रेस ने देश में इतिहास बनाया, उसे सरकारी कर्मचारियों ने लिखा और विधानसभा के सदस्यों ने पढ़ा. पोस्टरों ,किताबों ,सिनेमा की स्लाइडों, गरज यह है कि देश के जर्रे-जर्रे पर कांग्रेस का नाम लिखा रहा. रेडियो ,टीवी डाक्यूमेंट्री , सरकारी बैठकों और सम्मेलनों में, गरज यह कि दसों दिशाओं में सिर्फ एक ही गूँज थी और वह कांग्रेस की थी. कांग्रेस हमारी आदत बन गई. कभी न छुटने वाली बुरी आदत. हम सब यहाँ वहां से दिल दिमाग और तोंद से कांग्रेसी होने लगे. इन तीस सालों में हर भारतवासी के अंतर में कांग्रेस गेस्ट्रिक ट्रबल की तरह समां गई.
जैसे ही आजादी मिली कांग्रेस ने यह महसूस किया कि खादी का कपड़ा मोटा, भद्दा और खुरदुरा होता है और बदन बहुत कोमल और नाजुक होता है. इसलिए कांग्रेस ने यह निर्णय लिया कि खादी को महीन किया जाए, रेशम किया जाए, टेरेलीन किया जाए. अंग्रेजों की जेल में कांग्रेसी के साथ बहुत अत्याचार हुआ था. उन्हें पत्थर और सीमेंट की बेंचों पर सोने को मिला था. अगर आजादी के बाद अच्छी क्वालिटी की कपास का उत्पादन बढ़ाया गया, उसके गद्दे-तकिये भरे गए. और कांग्रेसी उस पर विराज कर, टिक कर देश की समस्याओं पर चिंतन करने लगे. देश में समस्याएँ बहुत थीं, कांग्रेसी भी बहुत थे.समस्याएँ बढ़ रही थीं, कांग्रेस भी बढ़ रही थी. एक दिन ऐसा आया की समस्याएं कांग्रेस हो गईं और कांग्रेस समस्या हो गई. दोनों बढ़ने लगे.
पुरे तीस साल तक देश ने यह समझने की कोशिश की कि कांग्रेस क्या है? खुद कांग्रेसी यह नहीं समझ पाया कि कांग्रेस क्या है? लोगों ने कांग्रेस को ब्रह्म की तरह नेति-नेति के तरीके से समझा. जो दाएं नहीं है वह कांग्रेस है.जो बाएँ नहीं है वह कांग्रेस है. जो मध्य में भी नहीं है वह कांग्रेस है. जो मध्य से बाएँ है वह कांग्रेस है. मनुष्य जितने रूपों में मिलता है, कांग्रेस उससे ज्यादा रूपों में मिलती है. कांग्रेस सर्वत्र है. हर कुर्सी पर है. हर कुर्सी के पीछे है. हर कुर्सी के सामने खड़ी है. हर सिद्धांत कांग्रेस का सिद्धांत है है. इन सभी सिद्धांतों पर कांग्रेस तीस साल तक अचल खड़ी हिलती रही.
तीस साल का इतिहास साक्षी है कांग्रेस ने हमेशा संतुलन की नीति को बनाए रखा. जो कहा वो किया नहीं, जो किया वो बताया नहीं,जो बताया वह था नहीं, जो था वह गलत था. अहिंसा की नीति पर विश्वास किया और उस नीति को संतुलित किया लाठी और गोली से. सत्य की नीति पर चली, पर सच बोलने वाले से सदा नाराज रही.पेड़ लगाने का आन्दोलन चलाया और ठेके देकर जंगल के जंगल साफ़ कर दिए. राहत दी मगर टैक्स बढ़ा दिए. शराब के ठेके दिए, दारु के कारखाने खुलवाए; पर नशाबंदी का समर्थन करती रही. हिंदी की हिमायती रही अंग्रेजी को चालू रखा. योजना बनायी तो लागू नहीं होने दी. लागू की तो रोक दिया. रोक दिया तो चालू नहीं की. समस्याएं उठी तो कमीशन बैठे, रिपोर्ट आई तो पढ़ा नहीं. कांग्रेस का इतिहास निरंतर संतुलन का इतिहास है. समाजवाद की समर्थक रही, पर पूंजीवाद को शिकायत का मौका नहीं दिया. नारा दिया तो पूरा नहीं किया. प्राइवेट सेक्टर के खिलाफ पब्लिक सेक्टर को खड़ा किया, पब्लिक सेक्टर के खिलाफ प्राइवेट सेक्टर को. दोनों के बीच खुद खड़ी हो गई . तीस साल तक खड़ी रही. एक को बढ़ने नहीं दिया.दूसरे को घटने नहीं दिया.आत्मनिर्भरता पर जोर देते रहे, विदेशों से मदद मांगते रहे. 'यूथ' को बढ़ावा दिया, बुड्द्धों को टिकेट दिया. जो जीता वह मुख्यमंत्री बना, जो हारा सो गवर्नर हो गया. जो केंद्र में बेकार था उसे राज्य में भेजा, जो राज्य में बेकार था उसे उसे केंद्र में ले आए. जो दोनों जगह बेकार थे उसे एम्बेसेडर बना दिया. वह देश का प्रतिनिधित्व करने लगा.
एकता पर जोर दिया आपस में लड़ाते रहे. जातिवाद का विरोध किया, मगर अपनेवालों का हमेशा ख्याल रखा. प्रार्थनाएं सुनीं और भूल गए. आश्वासन दिए, पर निभाए नहीं. जिन्हें निभाया वे आश्वश्त नहीं हुए. मेहनत पर जोर दिया, अभिनन्दन करवाते रहे. जनता की सुनते रहे अफसर की मानते रहे.शांति की अपील की, भाषण देते रहे. खुद कुछ किया नहीं दुसरे का होने नहीं दिया. संतुलन की इन्तहां यह हुई कि उत्तर में जोर था तब दक्षिण में कमजोर थे. दक्षिण में जीते तो उत्तर में हार गए. तीस साल तक पुरे, पुरे तीस साल तक, कांग्रेस एक सरकार नहीं, एक संतुलन का नाम था. संतुलन, तम्बू की तरह तनी रही,गुब्बारे की तरह फैली रही, हवा की तरह सनसनाती रही बर्फ सी जमी रही पुरे तीस साल तक.
कांग्रेस अमर है. वह मर नहीं सकती. उसके दोष बने रहेंगे और गुण लौट-लौट कर आएँगे. जब तक पक्षपात ,निर्णयहीनता ढीलापन, दोमुंहापन, पूर्वाग्रह , ढोंग, दिखावा, सस्ती आकांक्षा और लालच कायम है, इस देश से कांग्रेस को कोई समाप्त नहीं कर सकता. कांग्रेस कायम रहेगी. दाएं, बाएँ, मध्य, मध्य के मध्य, गरज यह कि कहीं भी किसी भी रूप में आपको कांग्रेस नजर आएगी. इस देश में जो भी होता है अंततः कांग्रेस होता है. जनता पार्टी भी अंततः कांग्रेस हो जाएगी. जो कुछ होना है उसे आखिर में कांग्रेस होना है. तीस नहीं तीन सौ साल बीत जाएँगे, कांग्रेस इस देश का पीछा नहीं छोड़ने वाली...
______________________
साभार, व्यंगकार श्री शरद जोशी जी के संकलन "जादू की सरकार" के "तीस साल का इतिहास" से !!!
Wednesday, January 13, 2021
ପ୍ରଥମ ସ୍ମଗଲର୍(ହରିଶଙ୍କର ପରସାଇ)
୧୨୭୨-୭୩ରେ ସଙ୍ଘର ସ୍ଵୟଂସେଵକମାନେ
ଵ୍ୟଙ୍ଗସମ୍ରାଟ ସ୍ୱର୍ଗୀୟ ଶ୍ରୀहरिशंकर परसाईଙ୍କ ଉପରେ ଆକ୍ରମଣ କରିଦେଇଥିଲେ କାରଣ ସେ ଦେଵୀ ଦେଵତା ଓ ପୁରାଣକଥାକୁ ନେଇ ଵ୍ୟଙ୍ଗ୍ୟ ଲେଖୁଥିଲେ । ଆକ୍ରମଣ ପରଦିନ ସମ୍ବାଦପତ୍ରରେ ତାଙ୍କର ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା ଯାହାର ନାମ ସେ ରଖିଥିଲେ
"मेरा लिखना सफल हुआ".....
ତାଙ୍କର ଏହିଭଳି ଏକ ଵ୍ଯଙ୍ଗ୍ୟ “प्रथम स्मगलर” ର ଓଡ଼ିଆ ଭାଵାନୁଵାଦ ନିମ୍ନରେ ପ୍ରକାଶିତ ହେଲା...
ଲକ୍ଷ୍ମଣ ମେଘନାଦର ତୀରରେ ଆଘାତପ୍ରାପ୍ତ ହୋଇ ପଡିଥାନ୍ତି । ହନୁମାନ ତାଙ୍କ ପାଇଁ ହିମାଚଳ ପ୍ରଦେଶରୁ ସଂଜୀବନୀ ନାମକ ଔଷଧ ନେଇ ଫେରୁ ଥାଆନ୍ତି। ଠିକ୍ ଅଯୋଧ୍ୟାର ସୀମାରେ ଦ୍ବାରରକ୍ଷକ ହାତରେ ହନୁମାନ ଧରା ପଡ଼ିଗଲେ । ତାଙ୍କୁ ଧରିଥିବା ଦ୍ଵାରପାଳକୁ ହନମାନ ପିଟିପିଟି ଦରମରା କରିଦେଲେ ।
ରାଜଧାନୀରେ ହାଲ୍ଲା ହୋଇ ଗଲା ଯେ ବଡ ବଳଶାଳୀ ସ୍ମଗଲର୍ ଆସିଛି । ଦେଶର ଫୋର୍ସ ଯାକ ଲାଗିଛନ୍ତି ହେଲେ ତା'ର ମୁକାବିଲା କରିପାରୁନାହାନ୍ତି ।
ଶେଷରେ ଭରତ ଏବଂ ଶତ୍ରୁଘ୍ନ ଆସିଲେ ।
ହନୁମାନ ତାଙ୍କ ଆରାଧ୍ୟ ଙ୍କ ଭାଇମାନଙ୍କୁ ଦେଖି ଟିକିଏ ଦବିଗଲେ .....
ଅସନ୍ତୁଷ୍ଟ ମନରେ ଶତ୍ରୁଘ୍ନ କହିଲେ,
"ଏ ସ୍ମଗଲର ଗୁଡ଼ାକ ନାକେଦମ୍ କରି ରଖିଛନ୍ତିଛନ୍ତି,ଭାଇ ତମେ ତ ସନ୍ୟାସ ନେଇ ବସିଯାଇଛ । ମୋତେ ହିଁ ସବୁ ଭୋଗିବାକୁ ପଡୁଛି ।"
ଭରତ ହନୁମାନଙ୍କୁ ପଚାରିଲେ - କେଉଁଠୁ ଆସିଲ ?
ହନୁମାନ-ହିମାଚଳ ପ୍ରଦେଶରୁ
ଭାରତ-କଣ୍ ଅଛି ତୁମ ପାଖରେ ? ସୁନା ବିସ୍କୁଟ, ଗଞ୍ଜେଇ,ଅଫିମ ????
ହନୁମାନ- ଔଷଧ ଅଛି !!!!
ଶତ୍ରୁଘ୍ନ କହିଲେ :-
ଆଚ୍ଛା ଡ୍ରକ୍ସ କାରବାର କରୁଛ !!
କାଢି କି ଦେଖା ତ ଆଇଟମ୍ ଟା ଟିକେ ଦେଖିବା....
ହନୁମାନ ସଞ୍ଜୀବନୀ ଔଷଧ ରଖିଦେଇ
କହିଲେ
"ମୋତେ ଆପଣଙ୍କ ଭାଇ ରାମଚନ୍ଦ୍ର ଏହା ଆଣିବାକୁ ପଠାଇଥିଲେ ।"
ଶତ୍ରୁଘ୍ନ ଆବାକାବା ହୋଇ ଭରତଙ୍କ ଆଡକୁ ଚାହିଁ କହିଲେ :-
" ଆହା !!! ବଡ଼ ଭାଇ ବି ସ୍ମଗଲିଂଗ୍ କରିବା ଆରମ୍ଭ କରିଦେଲେଣି । ଟଙ୍କା ପଇସା ର ଯଦି ଏତେ ଅଭାବ ଥିଲା ଆମକୁ କହିଥାନ୍ତେ, ବସ୍ତା ବସ୍ତା ସୁନାମୋହର ପଠେଇ ଦେଇଥାନ୍ତୁ ।
ସ୍ମଗଲିଂଗ୍ ର ଧନ୍ଦାରେ କାହିଁକି ଫସିଛନ୍ତି ଯେ ?"
ଭରତ ପୁଣି ହନୁମାନଙ୍କୁ ପଚାରିଲେ:-
"ଆଚ୍ଛା ହନୁବାବୁ !!! ଏ ଔଷଧ ତୁମେ କେଉଁଠାକୁ ନେଉଥିଲ ଆଉ କେଉଁଠି ଆକୁ ବିକିଥାନ୍ତ ?"
ହନୁମାନ କହିଲେ-ଲଙ୍କାକୁ ନେଇଯାଉଥିଲି.....
ହନୁମାନ କଥା ଶୁଣି ଶତୃଘ୍ନ ଆଶ୍ଚର୍ଯ୍ୟ ହୋଇ କହିଲେ -
"ଓହୋ ! ତେବେ ଭାରତର ସ୍ମଗଲିଂଗ୍ ମାଲ୍ ଆଜିକାଲି ଲଙ୍କାଗଡରେ ବିକ୍ରୀ ହେଉଅଛି ?
କିଏ କିଣୁଚି ତାକୁ
ରାବଣର ଲୋକେ ?"
ହନୁମାନ କହିଲେ- "ଏହି ଔଷଧ ତ ମୁଁ ରାମଙ୍କ ପାଇଁ ନେଇ ଯାଉଛି ! କଥା କଣ୍ କି ଭାଇ ଲକ୍ଷ୍ମଣ ଶରବିଦ୍ଧ ହୋଇ ମୂର୍ମୁଷୁପ୍ରାୟ କୋମାରେ ପଡ଼ି ରହିଛନ୍ତି । ସ୍ଥାନୀୟ ଡାକ୍ତର କହିଥିଲେ ହିମାଚଳ ପ୍ରଦେଶକୁ ଯାଇ ଏହି ଔଷଧ ନେଇ ଆସିବାକୁ । ଏହି ଔଷଧ ବିନା ଲକ୍ଷ୍ମଣ ଙ୍କୁ ବଞ୍ଚାଇବା କଷ୍ଟକର........"
ଏକଥା ଶୁଣି ଭରତ, ଶତ୍ରୁଘ୍ନ ଆଶ୍ଚର୍ଯ୍ୟ ଚକିତେ ପରସ୍ପରର ମୁହଁ ଚାହାଁଚାହିଁ ହେଲେ ।
ସେତେବେଳକୁ ରେଜିଷ୍ଟ୍ରାରରେ ସ୍ମଗଲିଂଗ୍ ର ମାମଲା ଦର୍ଜ୍ ହୋଇ ଯାଇଥିଲା ।
ଶତୃଘ୍ନ ଭରତଙ୍କୁ ବୋଇଲେ -
"ଭାଇ ଆପଣ ଜ୍ଞାନୀ ! ଏହି ମାମଲାରେ ନୀତି କଣ୍ କହୁଛି ? ଶାସନର କର୍ତ୍ତବ୍ୟ କଣ୍ ?"
ଭରତ ବୋଲନ୍ତି - ସ୍ମଗଲିଂଗ୍ ସର୍ବଥା ଅନୈତିକ କିନ୍ତୁ ଯଦି ସ୍ମଗଲ୍ କରା ଯାଇଥିବା ଦ୍ରବ୍ୟରୁ ନିଜ ଭାଇବନ୍ଧୁଙ୍କର ଲାଭ ହେଉଥାଏ ତେବେ ତାହା ନୈତିକ ହୋଇଯାଏ । ଯାଅ ହନୁମାନ !!!!!!
ନେଇ ଯାଅ ଔଷଧ !!!!!"
ଭରତଙ୍କ ରାୟ ଶୁଣିଲା ପରେ ଶତୃଘ୍ନ
ମୁନସୀଙ୍କୁ କହିଲେ :- ରେଜିଷ୍ଟ୍ରାରର ସେଇ ପୃଷ୍ଠାଟିକୁ ଚିରିଦିଅ......
Saturday, July 11, 2020
***"ଅତିଥି ! ତୁମେ କେବେ ଯିଵ ହେ ଅତିଥି ?"***
ତୁମର ଆଗମନର ଚତୁର୍ଥ ଦିନରେ, ଏହି ପ୍ରଶ୍ନ ମୋ ମନରେ ବାରମ୍ବାର ଉଭା ହେଉଛି, ତୁମେ କେବେ ଯିଵ ଅତିଥି ! ତୁମେ କେବେ ମୋ ଘରୁ ବାହାରି ସ୍ଵଗୃହକୁ ପ୍ରତ୍ଯାଗମନ କରିଵ ?
ଯେଉଁ ଖଟ ଉପରେ ତୁମେ ଗୋଡ ବିସ୍ତାରି ବସିଛ, ତା ’ ସାମ୍ନାରେ ଏକ କ୍ୟାଲେଣ୍ଡର ରଖାଯାଇଛି, ଯାହା ମୁଁ ପ୍ରତିଦିନ ବଦଳାଇ ଦେଇଥାଏ | ଆତିଥ୍ୟର ଏହା ଚତୁର୍ଥ ଦିନ, କିନ୍ତୁ ତୁମ ଯିଵାର କୌଣସି ସମ୍ଭାଵନା ଦୃଶ୍ଯ ହେଉନାହିଁ |
ଜ୍ୟୋତିର୍ଵିଜ୍ଞମାନେ ଲକ୍ଷାଧିକ ମାଇଲ ଲମ୍ବା ଯାତ୍ରାକରି ଚନ୍ଦ୍ରପୃଷ୍ଠାରେ ପହଞ୍ଚି ସୁଦ୍ଧା ଏତେ ସମୟ ରହିନଥିଲେ ଯେତିକି କାଳ ତୁମେ ଏଠାରେ ରହିଲଣି । ଏଇ ଚାରିଦିନ ମଧ୍ୟରେ ତୁମେ ମୋ ଵିଷୟରେ ଯେତିକି ଅନୁସନ୍ଧାନ କରି ଜାଣିଲଣି ସେତିକି ତଥ୍ୟ ଆଜିଯାଏଁ ଚନ୍ଦ୍ର ଵିଷୟରେ ମଧ୍ୟ ସଂଗ୍ରହ ହୋଇନଥିଵ । ତୁମର କଣ୍ ନିଜ ଘର କଥା ଆଦୌ ମନେପଡେନି କିଂଵା ତୁମେ ନିଜ ଘରପରିଵାର ଵିଷୟରେ କେଵେ ଚିନ୍ତା କରନା ?
ଯେଉଁ ଦିନ ତୁମେ ଆମ୍ଭ ଘରକୁ ଆସିଲ,ମୁଣା ଭିତରେ ମୋ ଟଙ୍କା ଭୟରେ ଥରି ଉଠୁଥିଲା । ତଥାପି ମୁଁ ହର୍ଷ ଆନନ୍ଦରେ ତୁମର ସ୍ଵାଗତ କଲି । ମୋ ପତ୍ନୀ ବହୁତ ଦୟାଳୁ ସେ ତୁମର ଆଗମନକୁ ଈଶ୍ଵରଙ୍କ ଆଗମନ ଵିଚାର କରି ଵାରମ୍ଵାର ଯୁହାର ହେଉଥିଲା ।
ହେ ଅତିଥି ! ତୁମର ସେଵା, ହେତୁ ଆମର ଜଳଖିଆଟା ମଧ୍ୟାହ୍ନ ଭୋଜନରେ ପରିଣତ ହୋଇଗଲା ଆଉ ରାତ୍ରୀ ଭୋଜନରେ ମଧ୍ୟ ଆମେ ଗୁରୁପାକ ଖାଦ୍ଯ ଖାଇଵାକୁ ବାଧ୍ୟ ହେଲୁ । ନିଷ୍ଠାନ୍ନ ଯୁକ୍ତ ଖାଦ୍ୟ ଖାଇ ଖାଇ ଆମର ଅର୍ଶ ବାହାରି ଯିଵାର ସମ୍ଭାଵନା ଉପସ୍ଥିତ ହେଲାଣି କିନ୍ତୁ ତୁମ୍ଭେ ନିର୍ଭୟ ନିର୍ଵିକାର ନିଶ୍ଚିନ୍ତ୍ଯ ହୋଇ ସବୁ ଗେମ୍ଫି ଚାଲିଛ ।
ଆମେ ସେଦିନ ତୁମ ପାଇଁ ନଅ ତିଅଣ ଛଅ ଭଜାର ଆୟୋଜନ କରିଛୁ, କ୍ଷୀରି ତିଆରି କରି ବି କାଳେ ଅତିଥି ସନ୍ତୁଷ୍ଟ ନହେଵେ ସେଇ ଭୟରେ ରସଗୋଲା ମଧ୍ୟ ବନେଇଛୁ |
ଆମର ଆଶା ଥିଲା ତେମେ ଆପଣ ଦ୍ୱିତୀୟ ଦିନର ଉତ୍କୃଷ୍ଟ ଆତିଥ୍ୟରେ ତୃପ୍ତି ଲଭି ଆପଣା ଗୃହ ଅଭିମୁଖେ ବାହୁଡି଼ଯିଵ । କିନ୍ତୁ ଆଜକୁ ଚାରିଦିନ ହୋଇଗଲାଣି ତୁମେ ଏଠାରେ ପଡି଼ରହିଛ ।
ଗତ ରାତ୍ରରେ ଆମ୍ଭ ଘରଣୀ ତୁମଲାଗି ଓଡ଼ିଆ ବାହାଘର ଭୋଜି ଭଳି ଖାଦ୍ୟ ରୋଷେଇ କରି ପରିଷିଥିଲେ,କାନିକା ପାଆସେ ଆମ୍ବୁଲ ଦହି ଖଟା ଘାଣ୍ଟ ତିଅଣର ବାସ୍ନା ବାରି ସାହି ପଡି଼ଶା ଲୋକେ ଦୁଇ ତିନିଥର ଛୁଆ ପଠେଇ ବୁଝିଲେଣି । ଭୋଜିର ଆୟୋଜନ କରି ଭାବିଥିଲୁ କାଳେ ଏଥିରେ ତୁମ୍ଭ ଆତ୍ମା ସନ୍ତୁଷ୍ଟ ହେଵ କିନ୍ତୁ ତଥାପି ତୁମେ ଏଠାରେ ଅଛ ।
ତୁମ ଯୋଗୁଁ ଆଜି ଗୃହଲକ୍ଷ୍ମୀ ମୋ ଉପରେ ରାଗି ପଞ୍ଚମ ତେଣୁ ଉପବାସ କରିଵାକୁ ହେଲା କିନ୍ତୁ ତୁମେ ଆଜି ବି ଗଲ ନାହିଁ କହିଲ ପେଟ କଟକଟ କରୁଥିଲା ସପ୍ତାହକୁ ଥରେ ଉପଵାସ କଲେ ଦେହ ଭଲ ରହିଵ । ତୁମର ଉପସ୍ଥିତି ଆମକୁ ଏତେ ସରି କରିଵ , ଏ ନିଷ୍ପାପ ପୈତୃକ ପ୍ରାଣ ଭୋକରେ ଆଉଟୁପାଉଟୁ ହେଵ, ଏହା କେବେବି ଭାବି ନ ଥିଲୁ ।
"ସକାଳେ ତୁମେ ଆସି କହିଲ, ଧୋଇବାକୁ ପୋଷାକ ଦେଵାର ଅଛି !"
ମାନେ ?
ଏହାର ମାନେ ଟା ଆମେ ଏଇଆ ବୁଝିଲୁ ଯେ ତୁମ ମଇଳା ପୋଷାକ ଧୁଆହୋଇ ନ ଶୁଖିଵା ଯାଏଁ ତୁମେ ଆମ ଘର ଛାଡ଼ିବ ନାହିଁ?
ଏ ଆଘାତ ସାଂଘାତିକ ଥିଲା,ଅପ୍ରତ୍ୟାଶିତ ଥିଲା । ମୁଁ ପ୍ରଥମ ଥର ବୁଝିଲି ଯେ ଜଣେ ଅତିଥି କେବଳ ଦେଵତା ନୁହନ୍ତି । ସେ ମଧ୍ୟ ମଣିଷ ଏଵଂ ବେଳେବେଳେ ରାକ୍ଷସ ବି ହୋଇପାରେ ।
ତୁମ କଥା ଶୁଣି ମୋ ପତ୍ନୀଙ୍କ ଆଖି ବଡ଼ ବଡ଼ ହୋଇଗଲା । ସେ ଢିମା ଆଖିକୁ ମୋର ବଡ଼ ଭୟ । ତୁମେ ଜାଣିନା, ଯେତେଵେଳେ ମୋ ପତ୍ନୀଙ୍କ ଆଖି ବଡ଼ ହୁଏ, ମୋର ହୃଦୟ ଛୋଟ ହେଵାକୁ ଲାଗେ |
ପୋଷାକ ଧୁଆହୋଇ ଆସିଗଲା କିନ୍ତୁ ତୁମେ ଏବେ ବି ଏଠାରେ ଅଛ । ତୁମ ଖଟର ଚାଦର ଦୁଇ ଦୁଇ ଥର ବଦଳା ଯାଇସାରିଛି ତଥାପି ତୁମେ ଏଠାରେ ଅଛ ।
ଆଉ ଏ ଗୃହାକାଶରେ ହସର ରଙ୍ଗୀନ ବେଲୁନୁ ଉଡୁନାହିଁ | ମିଷ୍ଟ ମଧୁର ଶବ୍ଦଗୁଡି଼କର ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇଯାଇଛି । ଆଖିରେ ଆଖିରେ ଆମେ କେତେ ଯୁଗର ଅକୁହା କଥା ହୋଇଗଲୁଣି, ସବୁ ଵିଷୟରେ ତ କଥା ହୋଇସାରିଲୁଣି ଆଉ କିଛି କଥା ବାକି ନାହିଁ । କିଛି ନୂଆ କରିଵାର ଵିଚାର ମନକୁ ଯୁଟୁନାହିଁ କି ପରିବାର, ପିଲା, ଚାକିରି, ରାଜନୀତି, ସମ୍ପର୍କ, ପୁରୁଣା ବନ୍ଧୁ, ଚଳଚ୍ଚିତ୍ର, ସାହିତ୍ୟ ଇତ୍ୟାଦି କୌଣସି ଵିଷୟରେ ଆଳାପ ଆଲୋଚନାର ଇଛା ସୁଦ୍ଧା ହେଉନାହିଁ ।
ତୁମ ପ୍ରତି ମୋର ସମ୍ମାନ ଇତିମଧ୍ୟରେ ଦ୍ଵେଷରେ ପରିଣତ ହେଵାକୁ ଲାଗିଛି | ମୁଁ ବୁଝିଵାକୁ ଅସମର୍ଥ , ତୁମେ କେଉଁ ପ୍ରକାରର ଅଠା ବୋଳି ହୋଇ ଆମ ଘରକୁ ଆସିଛ ଯେ ଏହାକୁ ଛାଡ଼ି ପାରୁନା କି ନିଜଠାରୁ ଛଡ଼ାଇ ପାରୁନାହଁ ?
ମୋ ପତ୍ନୀ ପଚାରନ୍ତି, ଇଏ କେତେ ଦିନ ରହିବେ କି ? ଏହାର ଉତ୍ତରରେ ମୁଁ ଉପରକୁ ହାତ ଟେକିଦିଏ । ଏହାର ଅର୍ଥ ! ସବୁ ସେଇ ଜଗାକୁ ଜଣା ! ସେଇ ପରମାତ୍ମା ଏଇ ମହାତ୍ମାଙ୍କୁ ଆମ୍ଭ ଘରକୁ ପଠାଇଛନ୍ତି, ଏହାଙ୍କ ବାହୁଡ଼ା ଦିନଟା ବି ସିଏ ଏକ୍କା ଜାଣିଥିଵେ । ମୋ ପତ୍ନୀ ଯେତେବେଳେ ବି ଏଇ ପ୍ରଶ୍ନ ପଚାରନ୍ତି, ମୁଁ ଉତ୍ତର ଦେଇ ନପାରି କେଵଳ କାଳିଆକୁ ମନେ ପକାଏ । ଆମ୍ଭ ଘରୁ ତୁମ୍ଭର କେବେ ଯିଵା ହେଵ ଅତିଥି ?
ମୁଁ ବୁଝୁଛି ଯେ ତୁମକୁ ମୋ ଘର ବଡ଼ ଅଏନ୍ ଲାଗୁଛି ଆମ ଘରର ଖାଦ୍ଯରେ ତୁମ୍ଭ ମନ କେତେ ଯେ ଉଷତ ହେଉଛି । ସମସ୍ତେ ଅନ୍ୟମାନଙ୍କ ଘରେ ରହିବାକୁ ବହେ ସୁଖପାଆନ୍ତି । ଯଦି ସମ୍ଭଵ ହୁଅନ୍ତା ତେବେ ଲୋକମାନେ ଅନ୍ୟର ଘରେ ଯାଇ ରହନ୍ତେ, ଅନ୍ୟର ପତ୍ନୀଙ୍କୁ ଵିଭା ହୁଅନ୍ତେ । କିନ୍ତୁ ଘରକୁ ମନ୍ଦିର ଏଵଂ ହୋମ୍ କୁ ସ୍ଵିଟ୍ ହୋମ୍ ଏଇଥିପାଇଁ କୁହାଯାଇଛି ଯେମିତି ଅତିଥିମାନେ ତାଙ୍କ ନିଜ ଘରକୁ ମନେ ପକାଇ ଲେଉଟିଯିଵେ ।
ଆମର ଏତେଗୁଡିଏ ରାତ୍ରକୁ ତୁମ ଘୁଙ୍ଗୁଡ଼ି ଧ୍ଵନି ଗୁଞ୍ଜନ ଦ୍ଵାରା
ନଷ୍ଟ କଲା ପରେ ତୁମେ ଚାଲିଯାଅ ବନ୍ଧୁ ! ଦେଖ, ସଚ୍ଚୋଟ ହୋଇ ରହିଵାର ମଧ୍ୟ ଏକ ସୀମା ଅଛି ଏଵଂ ଗେଟ୍ ଆଉଟ୍ ମଧ୍ୟ ଏମିତି ପଦେ କଥା ଅଛି ଯାହା ବୋଲା ଯାଇପାରେ |
ଆସନ୍ତାକାଲିର ସୂର୍ଯ୍ୟ ତୁମର ଆଗମନର ଚତୁର୍ଥ ସୂର୍ଯ୍ୟ ହେବ ଏଵଂ ତାହା ମୋର ସହନଶୀଳତାର ଶେଷ ସକାଳ ହେବ | ୟା ପରେ ମୁଁ ଆଉ ସ୍ଥିର ହୋଇ ରହିପାରିବିନାହିଁ କି ତୁମ ଦୌରାତ୍ମ୍ଯ ସହି ପାରିବି ନାହିଁ ।
ଏହା ସତ୍ୟ ଯେ ଅତିଥି ହୋଇ ଥିଵାରୁ ତମେ ସାକ୍ଷାତ ଈଶ୍ୱର, କିନ୍ତୁ ମୁଁ ମଧ୍ୟ ଜଣେ ମଣିଷ | ଜଣେ ମଣିଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେବତା ସହିତ ରହିପାରିଵ ନାହିଁ ।
ଦେବତାଙ୍କର କାମ ହେଉଛି ଦର୍ଶନ ଦେବେ ଏଵଂ ବାହୁଡ଼ି ଯିଵେ । ଶ୍ରୀଜଗନ୍ନାଥ ମଧ୍ୟ ତାଙ୍କ ମାଉସୀଘରେ ପ୍ରତିଵର୍ଷ ଅତିଥି ହୁଅନ୍ତି ହେଲେ ଧାର୍ଯ୍ୟ ଦିନ ଆପଣା ଗୃହକୁ ବାହୁଡ଼ି ଯାଆନ୍ତି । ତୁମେ ମଧ୍ୟ ଆପଣା ଗୃହାଭିମୁଖେ ବାହୁଡ଼ା ଯାତ୍ରା କର ଅତିଥି । ମୁଁ ମୋ ଧୈର୍ଯ୍ୟ ହରାଇଵା ପୂର୍ଵରୁ ତୁମେ ତୁମ ଘରକୁ ବାହୁଡ଼ି ଯାଅ ଅତିଥି !
ଧେତ୍ ! ତୁମେ କେବେ ଯିଵ ହେ ଅତିଥି !
(©ହିନ୍ଦୀ ଲେଖକ ଶରଦ ଯୋଶୀଙ୍କ ଵ୍ଯଙ୍ଗ "अतिथि तुम कब जाओगे" ର ଓଡ଼ିଆ ଭାଵାନୁଵାଦ ।)