ଜଣେ କଵି ଥିଲେ । ସେ ରାଜ୍ଯ ପ୍ରଶାସନରେ ଜଣେ ଭାରପ୍ରାପ୍ତ ରାଜକର୍ମଚାରୀ ଵା ଅଫିସର ବି ଥିଲେ । ଅଫିସର ଯେବେ ଛୁଟିରେ ଚାଲି ଯାଏ, ସେବେ ୟେ କଵି ହୋଇ ଯାଆନ୍ତି ଆଉ ଯେତେବେଳେ କଵି କୁଆଡେ଼ ଛୁଟିରେ ଚାଲିଯାଏ ତେତେବେଳେ ସିଏ ଅଫିସର ହୋଇ ଯାଆନ୍ତି ।
ଥରେ ଜନୈକ ଆରକ୍ଷୀ ଅଧିକାରୀଙ୍କ ଗୋଳି ଚାଳନା ଯୋଗୁଁ ଦଶ-ବାର ଜଣ ଲୋକ ମରିଗଲେ । ତାଙ୍କ ଭିତରର ଅଫିସରଟା ସେତେବେଳେ ଛୁଟିରେ ଚାଲିଗଲା ଏଵଂ କଵି ଏହି କାଣ୍ଡ ଦେଖି ଅତ୍ୟନ୍ତ କ୍ଷୁବ୍ଧ ହେଲା। ସେ ଏକ କଵିତା ଲେଖିଲେ ଓ ତାକୁ ଗୋଟାଏ ଜଣାଶୁଣା ସାହିତ୍ୟ ପତ୍ରିକାରେ ଛପାଇଲେ । କଵିତାରେ ଏହି ଗୁଳିକାଣ୍ଡର ଓ ମୁଖ୍ୟମନ୍ତ୍ରୀଙ୍କର ନିନ୍ଦା କରାଯାଇଥିଲା।
କୌଣସି ପ୍ରକାରେ ମୁଖ୍ଯମନ୍ତ୍ରୀ ସେ କଵିତାଟି ପଢ଼ିଵାକୁ ପାଇଲେ । ସେତେବେଳକୁ ଅଫିସର କିନ୍ତୁ ଛୁଟିରୁ ଲେଉଟି ଆସିଥାଏ । ସେ ଯେତେବେଳେ ଜାଣିଲା ବହୁତ ଭୟକଲା ଓ ତା ଭିତରର କଵିଟାକୁ ତତ୍କ୍ଷଣାତ୍ ଛୁଟିରେ ପଠାଇ ଦେଲା ।
ସେହି "ଅଫିସରର-କଵି" ଜଣକ ଏକ ପ୍ରଭାଵଶାଳୀ ନେତାକୁ ହାତ କଲେ । ନେତାଙ୍କୁ ଅନୁନୟ ଵିନୟ କରି କହିଲେ - “ମୋତେ ମୁଖ୍ଯମନ୍ତ୍ରୀଙ୍କ ସହିତ ଭେଟେଇ ଦିଅନ୍ତୁ । ତାଙ୍କଠାରୁ କ୍ଷମା ମିଳିଗଲେ ଚାକିରୀ ଖଣ୍ଡିକ ବଞ୍ଚିଯାଆନ୍ତା।”
ନେତାଜଣକ କଵିଙ୍କୁ ମୁଖ୍ଯମନ୍ତ୍ରୀଙ୍କ ସହ ଭେଟ କରାଇ ଦେଲେ । ନେତା ମହାଶୟ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରଙ୍କ ସହିତ ପରିଚିତ କରିଵା ଆରମ୍ଭ କରିଥାନ୍ତି ଏତିକିବେଳେ ସେ ମୁଖ୍ଯମନ୍ତ୍ରୀଙ୍କ ପାଦ ଧରି ବସି ପଡି଼ଲେ ।
ମୁଖ୍ଯମନ୍ତ୍ରୀ କହିଲେ- ୟେ ସେ କଵି ହୋଇନଥିବେ ଯିଏ ଉକ୍ତ କଵିତାଟି ଲେଖିଥିଲେ...
🔵⚫🔵⚫🔵⚫🔵⚫🔵⚫🔵⚫
ଦ୍ରଷ୍ଟଵ୍ୟ— ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କ "अफसर कवि" ରଚନାର ଓଡ଼ିଆ ଭାଵାନୁଵାଦ ! ମୂଳ ରଚନାଟି ନିମ୍ନରେ ପ୍ରଦତ୍ତ ହେଲା...
अफ़सर कवि
एक कवि थे। वे राज्य सरकार के अफसर भी थे। अफसर जब छुट्टी पर चला जाता, तब वे कवि हो जाते और जब कवि छुट्टी पर चला जाता, तब वे अफसर हो जाते।
एक बार पुलिस की गोली चली और दस-बारह लोग मारे गए। उनके भीतर का अफसर तब छुट्टी पर चला गया और कवि इस कांड से क्षुब्ध हुआ। उन्होंने एक कविता लिखी और छपवाई। कविता में इस कांड की और मुख्यमंत्री की निंदा की।
किसी ने मुख्यमंत्री को यह कविता पढ़ा दी। अफसर तब तक छुट्टी से लौटकर आ गया। उसे मालूम हुआ तो वह घबड़ाया और उसने कवि को छुट्टी पर भेज दिया।
अफसर कवि ने एक प्रभावशाली नेता को पकड़ा। कहा- मुझे मुख्यमंत्री जी के पास ले चलिए। उनसे क्षमा दिला दीजिए। नेता उन्हें मुख्यमंत्री के पास ले गए। उन्होंने परिचय दिया ही था कि कवि ने मुख्यमंत्री के चरणों पर सिर रख दिया।
मुख्यमंत्री ने कहा- यह वह कवि नहीं हो सकते जिन्होंने वह कविता लिखी है।
🔵⚫🔵⚫🔵⚫🔵⚫🔵⚫🔵
No comments:
Post a Comment