My Blog List

Showing posts with label ଲୋକଗଳ୍ପ. Show all posts
Showing posts with label ଲୋକଗଳ୍ପ. Show all posts

Sunday, May 7, 2023

ଅମରଵର

ବୋଲୋକୀ ବୋଲି ଏକ ଜନଜାତି କଙ୍ଗୋ ଦେଶରେ ରହୁଛନ୍ତି ଏଵଂ ଏମାନଙ୍କ ସଂଖ୍ୟା ଚାରି ହଜାର ଭିତରେ ଥିଵା ଜଣାଯାଏ । କଙ୍ଗୋ ଦେଶର ଏହି ଜନଜାତିରେ ମୃତ୍ୟୁ ସମ୍ବନ୍ଧରେ ଗୋଟିଏ ଲୋକକଥା ରହିଛି ‌ଏଵଂ ସେହି କାହାଣୀଟି ଏହିପରି...

ଈଶ୍ଵର ଜଣେ ସାଧାରଣ ଵ୍ୟକ୍ତିର ରୂପ ଧରି ମନୁଷ୍ୟମାନଙ୍କୁ ଦୁଇଗୋଟି ପେଟି ଦେଖେଇଲେ ଏଵଂ ତନ୍ମଧ୍ୟରୁ ସେମାନେ ଯେକୌଣସି ଗୋଟିଏ ହିଁ ରଖିପାରିବେ ବୋଲି କହିଲେ ‌। ସେହି ଦୁଇଗୋଟି ପେଟି ମଧ୍ୟରେ ଗୋଟିଏ ପେଟି ବଡ଼ ଏଵଂ ଆଉ ଗୋଟିଏ ପେଟି ଛୋଟ ଥିଲା । କେଉଁ ପେଟିକୁ ରଖିଵା ଉଚିତ୍ ହେ ସେ ଵିଷୟରେ ପୁରୁଷମାନେ ସ୍ତ୍ରୀଲୋକମାନଙ୍କ ସହିତ ପରାମର୍ଶ କଲେ । ବଡ଼ ପେଟିର ଆକାର ବହୁତ ବଡ଼ ଥିଲା , ସେଥିରେ ଵସ୍ତ୍ର ,ଆଭୂଷଣ,ଧନ ସମ୍ପତ୍ତି,ଘର କରଣା ଦରଵ ଇତ୍ୟାଦି ସବୁକିଛି ଥିଲା କିନ୍ତୁ ସାନ ପେଟିଟି ପୁରା ଖାଲି ଥିଲା । ତେଣୁ ସମସ୍ତେ ପରସ୍ପର ମଧ୍ୟରେ ମନ୍ତ୍ରଣା କରି ସର୍ଵଦ୍ରଵ୍ୟରେ ପରିପୂର୍ଣ୍ଣ ବଡ଼ ପେଟିଟିକୁ ରଖିଲେ । ଭଗଵାନ ସାଧାରଣ ଵ୍ୟକ୍ତିର ରୂପ ପରିତ୍ୟାଗ କରି ସାନ ପେଟିଟିକୁ ଧରି ସ୍ଵର୍ଗକୁ ଫେରି ଯାଉଥିଲେ ସେତିକିବେଳେ ଜଣେ ଜିଜ୍ଞାସୁ ଲୋକ ତାଙ୍କୁ ପଚାରିଲା ସେହି ସାନ ପେଟିଟି ଖାଲି କାହିଁକି ଥିଲା ? 

ଭଗଵାନ ସେ ଲୋକକୁ ସ୍ଵର୍ଗକୁ ଫେରୁଥିଵା ବେଳେ କହିଲେ ସେଥିରେ 'ଅମରଵର' ଥିଲା । ମନୁଷ୍ୟମାନେ ନିଜର ଅଜ୍ଞାନତା ଯୋଗୁଁ ଅମରତ୍ବକୁ ଗ୍ରହଣ ନକରି ନଶ୍ଵର ଦରଵକୁ ପ୍ରାଧାନ୍ୟ ଦେଲେ ଫଳତଃ ସେମାନେ ଅମର ହୋଇପାରିଲେ ନାହିଁ ।