ମୁଣ୍ଡାରୀ ଶବ୍ଦ ଲେତି ଟି ପଶ୍ଚିମ ଓଡିଶାରେ ଲେଁତୀ ହୋଇ ପ୍ରଚଳିତ । ଏହାର ଅର୍ଥ ପକ୍ଵ ଆମ୍ର ।
କାମ ପାଇଁ ଆମ ପାଖରେ ଶବ୍ଦଟିଏ ଅଛି ପାଇଟି । ଏଇ ଶବ୍ଦ ମୁଣ୍ଡାରୀ ଭାଷାରେ କାମ ବଦଳରେ ଚଳେ । ଆମେ ଯୁକ୍ତ ଶବ୍ଦ ଵ୍ୟଵହାର କଲାବେଳେ କୁହନ୍ତି କାମପାଇଟି ।
ମୁଣ୍ଡାରୀ ଓ ଓଡ଼ିଆ ଭାଷାରେ ମାହାଳିଆ ଶବ୍ଦ ମାଗଣା ପାଇଁ ଵ୍ୟଵହୃତ ।
ମୁଣ୍ଡାରୀ ର ସେଟା ଶବ୍ଦ ଓଡ଼ିଆ ଭାଷାରେ ହେଟା ଶବ୍ଦ ସହ ଅର୍ଥଗତ ସାମ୍ୟ ରଖେ । ଆମେ ହେଟା ସହିତ ବାଘ ଶବ୍ଦ ଯୋଡି଼ ହେଟାବାଘ କହିଥାନ୍ତି ।
ମୁଣ୍ଡାରୀ ର ଚିରୁଗୁନୀ ସହ ଓଡ଼ିଆ ଭାଷାର ଚିରୁଗୁଣୀ ର ଅର୍ଥ ଗତ ସାମ୍ୟ ଅଛି (ପିଶାଚୀ-ଡାଆଣୀ) ।
ମୁଣ୍ଡାରୀ ର ଚେମ୍ରେ ସହିତ ଓଡ଼ିଆ ଭାଷାର ଚେମାରୀ ଶବ୍ଦ ର ସାମ୍ୟ ଅଛି । ଚେମରୀ ଚଢେ଼ଇ କୁ କିଏ ନ ଦେଖିଛି ।
ମୁଣ୍ଡାରୀ ରେ କଜି=କଳି ଓଡ଼ିଆରେ ସେଇଭଳି ଅଛି କଜିଆ ଶବ୍ଦ । ଲୋକେ ସାଧାରଣତଃ କଳିକଜିଆ ଶବ୍ଦ ଵ୍ୟଵହାର କରିଥାନ୍ତି ।
ଓଡ଼ିଆ ଭାଷାର ଖୁଡି ସହ ମୁଣ୍ଡାରୀ ର କୁରୀ ଶବ୍ଦ ର ଅର୍ଥଗତ ସାମଜସ୍ୟଜତା ଅଛି ।
ସେଇଭଳି ଉଭୟ ମୁଣ୍ଡାରୀ ଏବଂ ଓଡ଼ିଆ ଭାଷାରେ ଵାମକୁ ଡେଵେରୀ କୁହାଯାଏ ।
ମୁଣ୍ଡାରୀ ର କୁଲିଆ ଶବ୍ଦର ବିଲୁଆ,
ଏ ଶବ୍ଦ ପରି ପଶ୍ଚିମ ଓଡ଼ିଶାରେ କୁହ୍ଲିଆ ଶବ୍ଦ ଏକା ଅର୍ଥରେ ଚଳୁଅଛି ।
ମୁଣ୍ଡାରୀ ଭାଷାର କେରା ର ଅର୍ଥ ବେଙ୍କାଏ,ଗୋଛା
ସେଇ ଏକା ଅର୍ଥରେ ଓଡ଼ିଆ ଭାଷାର ଶବ୍ଦ କେରାର ପ୍ରୟୋଗ ହୋଇଥାଏ ।
ଉଭୟ ମୁଣ୍ଡାରୀ ଏବଂ ଓଡ଼ିଆ ଭାଷାରେ ଏକା ଅର୍ଥରେ ମୋଟୋ ଓ ମୋଟା ଶବ୍ଦ ଚଳୁଅଛି ।
ମେଲାପାଟିକୁ ମୁଣ୍ଡାରୀ ଭାଷାରେ ଆଙ୍ଗ କୁହାଯାଏ ଓଡ଼ିଆରେ ମଧ୍ଯ ପାଟିମେଲା କରିବାକୁ ଆଁ କରିବା କୁହାଯାଏ । ତେବେ ଓଡ଼ିଆ ଭାଷାର ଆଁ ଶବ୍ଦଟି ବହୁତ ସମ୍ଭବ ଧ୍ଵନ୍ୟାନୁକରଣରୁ ସୃଷ୍ଟ ଏକ ମୌଳିକ ଶବ୍ଦ ପରି ଲାଗେ ।
ମୁଣ୍ଡାରୀ ଭାଷାରେ ଅମିବା ଅର୍ଥ ପହଞ୍ଚିବା
ଏ ଶବ୍ଦ ପରି ସାଦୃଶ୍ୟ ଥିବା ଏକ ଶବ୍ଦ
ଅମିବା ଏକା ଅର୍ଥ ସହ ପଶ୍ଚିମ ଓଡ଼ିଶାରେ ଚଳୁଅଛି ।
ଓଡ଼ିଆ ଭାଷାରେ ଛାତରେ ଵ୍ୟଵହୃତ କାଠକୁ ଓରା କୁହାଯାଏ
ଠିକ ସେହିପରି ମୁଣ୍ଡାରୀ ଭାଷାରେ ଘରକୁ ଓରା କୁହାଯାଏ ।
ମୁଣ୍ଡାରୀ ଓ ଓଡ଼ିଆ ଭାଷାରେ ଏଇଭଳି ଅନେକ ପାରସ୍ପରିକ ସାମ୍ୟ ଥିବା ଶବ୍ଦ ଅଛି । ଭବିଷ୍ୟତରେ ଏ ବାବଦରେ ଏକ ଭିନ୍ନ ଧରଣର ଅଭିଧାନ ପ୍ରଣୟନ କରାଯାଅନ୍ତା ଯଦି ଉଭୟ ଭାଷାର ଲୋକେ ଉପକୃତ ହୁଅନ୍ତେ
No comments:
Post a Comment