ଗୁଟେ(ଗୋଟେ) ଦେଶରେ ଗୁଟେ ଗୁଲାଟେ ଗୁଲୁଣିଟେ ଥିଲେ । ନିଇତି ଖିର ବିକୁଥିଲେ । କା’କୁ ଖିର ବିକିଲେ ଅଧେ ପାଣି ଅଧେ ଖିର ଦେବାର(ମିଶେଇ ବିକନ୍ତି) । ଗୁଟେ(ଗୋଟେ) ଦିନ ହାଟ ହେବ(ପାଳି ଥିଲା) । ଗୁଲାର ହାଟରେ ଖିର ବିକିବା ପଇସାଆକ ଛ’ଶ ଟଙ୍କା ହବ(ହେଲା) । ସିଟା(ସେତକ) ଧରିକି ଯାଉଥିବ (ଫେରୁଥିଲା) । ଯାଉ ଯାଉ ରାତି ପାଇଯିବ(ପାହିଗଲା) । ରାତି ପାଇଲେ(ପାହିଲାରୁ) ସିୟେ(ସିଏ) ଗୁଟେ(ଗୋଟେ) ଗଛମୂଳକୁ ଯାଇ ସିଠି(ସେଠିଁ) ଛ’ଶ ଟଙ୍କା ରଖିକରି ବନ୍ଧଗାଟୁ(ବନ୍ଧ) ପାଖକୁ ଦାନ୍ତ ଘଷିବାକୁ ଆଇବ(ଗଲା) । ତା'ପରେ ଗାଧୋଇବାକୁ ଯିବ(ଗଲା) । ସିୟେ(ସିଏ) ଗାଧୋଇକି(ଗାଧେଇକି) ଆସିଲା(ଆଇଲା) ଭିତରେ,ଗୁଟେ(ଗୋଟେ) କୋତି(କୁଦା)ଆସିକି,ସେ ପଇସା ଧରିକି ଗଛ ଉପରକୁ ଭାରି(ଚଢି)ଗଲା । ତାଇଁରୁ(ତାହିଁରୁ) ଗୁଟେ ଟଙ୍କାଟି କାଡି଼କିରି(କାଢିକି) ଡୁବେଇ ଦେଖି,ଗୁଟେ ଢେପ(ହୁଡା଼) ଉପରେ,ଗୁଟେ ପାଣିରେ ସିନ୍ତିକରି(ସେନ୍ତିକରି) ସବୁ ଟଙ୍କାଆକ(ଟଙ୍କାଯାକ) ପକେଇଦେଲା । ଢେପର(ହୁଡା଼ ର) ତିନିଶ ଟଙ୍କା ଧରି ସିଏ ଦୁକରେ ଘରକୁ ଆଇଲା । ଖିରର ପଇସା ଖିରରେ ପାଣିର ପଇସା ପାଣିରେ ହେଲା ।
(ଦକ୍ଷିଣ ଓଡ଼ିଆ ଶୈଳୀରେ କାହାଣୀଟିଏ
ଏହା “ଦକ୍ଷିଣ ଓଡ଼ିଶାର କଥିତ ଭାଷା”ପୁସ୍ତକରୁ ନିଆଯାଇଛି । ଏହି କାହାଣୀ ରେ ବନ୍ଧନୀ ମଧ୍ୟରେ ଥିବା ଶବ୍ଦ ଢେଙ୍କାନାଳ ଶୈଳୀର)
-:ଶବ୍ଦାର୍ଥ:-
ଗୁଲା=ଛେଳୀ ମେଣ୍ଢା ଜଗିବା ଜାତି ଵିଶେଷ
କୋତି-ମାଙ୍କଡ(ତା:-କରଙ୍ଗୁ ଓଡ଼ିଆ=କୋଦା,କୁଦା,ଗୋଦା)
No comments:
Post a Comment