Thursday, March 1, 2018

ତୁମ୍ଭ ପତିତପାବନ ନାମ ଭେଳା ହୋ ଚକାଡୋଳା

ତୁମ୍ଭ ପତିତପାବନ ନାମ ଭେଳା ହୋ ଚକାଡୋଳା !
ତୁମ୍ଭେ ଥାଉଁ ଥାଉଁ ମୋ ବୁଡି଼ଲା ଭେଳା
ହୋ ଚକାଡୋଳା !
ଦିନେ ମୋ ମନ ସପନ ଗଲା,
ଗରୁଡ଼ ପଛରେ ରହିଥିଲା ହୋ...।।
କହେ ସାଲଵେଗ ମୋ ମନ ମୋହିଲେ,
ଲୁଚିଯାଉ ପାଦପଦ୍ମକୁ (୧) ।
ମନ ତୁ ଚାହୁଁ କି ନା ରେ,
ଵଳିୟାର ଭୁଜ ବଳଦେଵଙ୍କୁ ।।
ଗରୁଡ଼ ପଛରେ ରହି ଦେଖୁଥିବୁ
ହରି ବଳରାମ ସହୋଦରାଙ୍କୁ..(୨) ।
ତାଳୁରେ ତାଙ୍କର ତ୍ରିମୁଣ୍ଡିଚୁଳ
ଭଲ ଶୋହିଅଛି ଵିମ୍ଵାଧରକୁ ...(୩) ।

(ଭକ୍ତକବି ସାଲଵେଗଙ୍କ ରଚନାଵଳୀରୁ ସଂଗୃହିତ)

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...