Thursday, March 1, 2018

ଶକ୍ତ୍ରି-କଳ୍ମଷପାଦ ଵିଵାଦ ଓ ପରାଶର ଜନ୍ମ ବୃତ୍ତାନ୍ତ

ଶକ୍ତ୍ରି ବଶିଷ୍ଠ ମୁନିଙ୍କ ଜ୍ଯେଷ୍ଠପୁତ୍ର ଓ ପରାଶରଙ୍କ ପିତା ।

ଶକ୍ତ୍ରୀଙ୍କ ପତ୍ନୀଙ୍କର ନାମ ଅଦୃଶ୍ୟନ୍ତୀ ।

ପୁରାଣ ଅନୁସାରେ ଏକଦା ରାଜା କଳ୍ମାଷପାଦ
ମୃଗୟାରୁ ଫେରିବା ସମୟରେ  ବଶିଷ୍ଠ ପୁତ୍ର ଶକ୍ତ୍ରୀ ତାଙ୍କ ବାଟ ଓଗାଳି ବସିଲେ ।

ଵିରକ୍ତ ହୋଇ ରାଜା ତାଙ୍କୁ କଶାଘାତ କଲେ । ଏଥିରେ ଶକ୍ତ୍ରି କ୍ରୁଦ୍ଧ ହୋଇ ରାଜାଙ୍କୁ ଅଭିଶାପ ଦେଲାରୁ ସେ ରାକ୍ଷସ ହୋଇଗଲେ ।

ରାଜା ରାକ୍ଷସ ହେଲା ମାତ୍ରକେ ଋଷିପୁତ୍ର ଶକ୍ତ୍ରି କୁ ଗ୍ରାସ କଲେ ।

ସେହି ସମୟରେ ଶକ୍ତ୍ରିଙ୍କ ପତ୍ନୀ ଅଦୃଶ୍ୟନ୍ତୀ ଗର୍ଭଵତୀ ହୋଇଥିଲେ ଏବଂ ସେହି ଗର୍ଭରୁ ପରାଶର ମୁନି ଜାତ ହେଲେ ।

No comments:

Post a Comment

ମୂର୍ଖର ଲକ୍ଷଣ ଓ ପରିଣାମ : ଏକ ମନୋଵୈଜ୍ଞାନିକ ଵିଶ୍ଳେଷଣ

ଗୋଟିଏ ଦେଶିଆ ଢଗ ଅଛି : “ଗିଆନି କେ ଗିଆନ୍ ଗାଲା ଭେଦି ମୁରୁକ୍ କେ ଠେଙ୍ଗା ଗାଲା ଖେଦି” ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶ...