Wednesday, March 7, 2018

କଳିଙ୍ଗ vs କୋଶଳ

ଏବେ ଚାଲିଥିବା ଏକ ନୂଆ ଅନୁସନ୍ଧାନ ଅନୁସାରେ ପାଣିନୀ ବହୁତ ସମ୍ଭବ ଜଣେ ଉଡ୍ରୀ ଜାତୀୟ ଵ୍ୟକ୍ତି ବୋଲି ଗବେଷକ ମତ ଦେଇଛନ୍ତି । ତେବେ ସେ ଯା ହେଉ
ପାଣିନୀ ସଂସ୍କୃତ କୁ ଦୁଇଭାଗରେ ଵିଭକ୍ତ କରିଥିଲେ “ପ୍ରାଚ୍ୟ ଓ ଉଦୀଚ୍ୟ” ।
ପ୍ରାଚ୍ୟ ଅର୍ଥାତ୍ ପୂର୍ବ ଭାରତର ଲୌକିକ ସଂସ୍କୃତ କୁ ପ୍ରାଚ୍ୟ ସଂସ୍କୃତ ର ଆଖ୍ୟା ଦେଇଥିଲେ ପାଣିନୀ ।

ଓଡ଼ିଆ ମାନେ ଯେତେବେଳେ କଳିଙ୍ଗୀ ଥିଲେ,ଉତ୍କଳୀ ଓ ଉଡ୍ର ଥିଲେ ସେତେବେଳେ ଏ ଅଞ୍ଚଳରେ ଅନେକ ଭାଷା ଥିଲେ ହେଁ ପୂର୍ବରେ ସଂସ୍କୃତ ଓ ପାଲି ଥିଲା ଉଭୟ କଥିତ ଓ ରାଜଭାଷା !
ପରେ ପାଲୀ ଓ ମୂଳ ଇଣ୍ଡିକ୍ ଭାଷା ସହ ନାନାଦି ବନଵାସୀ ଭାଷା ଓ କୁଇ ଆଦି ଭାଷାର ମିଶ୍ରଣରୁ ପଶ୍ଚିମ ଓଡ଼ିଶାରେ ଉଡ୍ର ଜାତିର ଲୋକ ଉଡ୍ର ଵିଭାଷା ବୋଲୁଥିଲେ । ଦକ୍ଷିଣ ଓଡ଼ିଶାରେ କାଳିଙ୍ଗ୍ୟ ଅପଭ୍ରଂସ ସହ କୁଇ,ହୋ ଆଦି ଅନେକ ଦାମିଳ ଓ ଆଷ୍ଟ୍ରୋଏସିଆଟିକ ଭାଷା  ଚଳୁଥିଲା । ଉତ୍ତର ଓଡ଼ିଶାରେ ଉତ୍କଳୀ ବୋଲି ଏକ ଅପଭ୍ରଂସ ଚଳିବାକୁ ଲାଗିଥିଲା ।
ଏସବୁ ଭାଷାର ମାନକିକରଣରୁ ଆଜିର ଓଡ଼ିଆ ଭାଷାର ଜନ୍ମ ହୋଇଛି ।
ପୂର୍ବେ ଓଡ଼ିଶାର ଲୋକ ବୋଇତ ଦ୍ଵାରା ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ ଠାରୁ ଜାପାନ ଯାଏଁ ଏପଟେ ବ୍ରହ୍ମଦେଶରୁ ମାଲଡିବ୍ ଏବଂ ଏଥିଓପିଆ ଯାଏଁ ଯେଉଁ ବଣିଜ କରୁଥିଲେ ତହିଁ ରେ ସେ ଭାଵ ଆଦାନପ୍ରଦାନ ପାଇଁ ସଂସ୍କୃତ ଓ ପାଲି ଭାଷାର ବ୍ୟବହାର କରୁଥିଲେ । ଓଡ଼ିଆ ଜାତିର ଲୋକ ହିଁ ଏସବୁ ଅଞ୍ଚଳରେ ସଂସ୍କୃତ ତଥା ପାଲି ଭାଷାର ପ୍ରଭାବ ପକାଇଥିଲେ । ଯଦି ଓଡ଼ିଆ ଭାଷୀଙ୍କ ସେ ସମୟର ପୂର୍ଵଜଙ୍କ ଲୌକିକ ଓ ରାଜଭାଷା ସଂସ୍କୃତ ଏବଂ ପାଲି ହୋଇନଥାନ୍ତା ତାହେଲେ ଏସବୁ ଅଞ୍ଚଳରେ ସେମାନେ ଏ ଉଭୟ ଭାଷା ବଳରେ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କାହିଁକି କରିଥାନ୍ତେ ?

ଭାରତୀୟ ପୁରାଣ ଗୁଡିକରେ ତତ୍କାଳୀନ କଳିଙ୍ଗୀମାନଙ୍କ ଏହି ମହତ୍ କାର୍ଯ୍ୟ ସବୁର ଶ୍ରେୟ ଜନୈକ ଲୋକପ୍ରିୟ ଋଷି ଆଗସ୍ତ୍ୟଙ୍କୁ ଦେଇ ଦିଆଯାଇଛି ଏବଂ ସେହି ମିଥକ ଅନୁସାରେ 
କୁଆଡେ ଏ ଋଷି ସାଗର ପାନ କରିଦେଇଥିଲେ ଯେ ଏହି ଅଣଭାରତୀୟ ଭୂଖଣ୍ଡଯାକ ସୁସଂସ୍କୃତ ହୋଇଯାଇଥିଲା ।

ପାଲିଭାଷା କଳିଙ୍ଗ ଦେଶର ବିଭିନ୍ନ ସ୍ଥାନରେ ଅପଭ୍ରଂସରେ ପରିଣତ ହୋଇ ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ଚଳିବାକୁ ଲାଗିଲା ।

ଏ କଥାକୁ ଆହୁରି ସ୍ପଷ୍ଟ ଭାବରେ କହିଛନ୍ତି
ମାର୍କଣ୍ଡେୟ ନାମକ ଜଣେ  ପ୍ରଖ୍ୟାତ ପ୍ରାଚୀନ
ବୈୟାକରଣୀକ । ସେ ତାଙ୍କ ବ୍ୟାକରଣ ଗ୍ରନ୍ଥର ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।

“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।

ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”

ତେବେ ବର୍ତ୍ତମାନ ଓଡ଼ିଆ ଭାଷାର ନାମ ମିଳିଛି
ପାଲି ଭାଷାର ଏକ ଅପଭ୍ରଂସ ଉଡ୍ରୀରୁ ଯାହାର ତତ୍ ପରଵର୍ତ୍ତୀ ଆଧୁନିକ ନାମ ଉଡ୍ରୀ ଵିଭାଷା ହୋଇଥିଲା ।

ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାର ଉଡ୍ର ବିଭାଷା ସମୃଦ୍ଧ ହୋଇ ପୂର୍ବ ଓଡ଼ିଶାରେ ଆସି ଚଳିବାକୁ ଲାଗିଲା । ଏ ମୂଳ ପ୍ରାକୃତ ଭାଷାରେ ଏଥିପାଇଁ ସବୁ ଦେଶୀୟ ଭାଷାର ପ୍ରଭାବ ପଡି଼ଲା ବିଶେଷତଃ ପ୍ରାଚ୍ୟ ସଂସ୍କୃତ ର ।

କିଛି ଲୋକ କୁହନ୍ତି  ଯେ
“ସଂସ୍କୃତ କେବେ ବି କୋଉ ଭରତୀୟର ମାତୃଭାଷା ନ ଥିଲା। ଯଦି ସମସ୍ତ ଭାରତୀୟ ପୂର୍ବଜଙ୍କ ମାତୃଭାଷା ସଂସ୍କୃତ ଥିଲା ତାହେଲେ ସେମାନେ ତାକୁ ତ୍ୟାଗ କରି ଓଡ଼ିଆ ତଥା କଥିତ ଉଡ୍ର ବିଭାଷା ଆପଣେଇଲେ କାହିଁକି ? କେହି କାର ମାତୃଭାଷା ଛାଡ଼େ ନାହିଁ। ସଂସ୍କୃତ ଆର୍ଯ୍ୟ ମାନଙ୍କ ସହ ଆର୍ଯ୍ୟଭାଷା ନାମରେ ଆମ ଦେଶକୁ ଆସିଥିଲା”

କିନ୍ତୁ ସତ ହେଲା
ଦକ୍ଷିଣ ଓଡ଼ିଶାରେ
ମୂଳ ଇଣ୍ଡିକ୍ ଭାଷାରୁ ଵୈଦିକ ସଂସ୍କୃତ ଓ ନାନାଦି ପ୍ରାକୃତ ଭାଷାର ଜନ୍ମ ହୋଇଥିଲା ଆଉ ତହିଁ ରୁ ଆଧୁନିକ ସଂସ୍କୃତ ଓ ଓଡ଼ିଆ ଭାଷାର ସମକାଳୀନ ସୃଷ୍ଟି ହୋଇଛି ।  ପ୍ରାଚୀନ କଳିଙ୍ଗର ଜୟପୁର ହେଉଛି ଧାନଶସ୍ୟର ଏକ ମୁଖ୍ୟ ଉପକେନ୍ଦ୍ର । ଏହିଠାରୁ ଆଧୁନିକ ଭାରତୀୟ ଧାନ୍ୟ ଆଧାରିତ ସଂସ୍କୃତି ର ଅୟମାରମ୍ଭ ହୋଇଥିବା ଵିଶ୍ଵାସ କରାଯାଏ । ବୋଧହୁଏ  ପ୍ରଥମେ ପ୍ରାଚୀନ କଳିଙ୍ଗୀ ଓ ଦକ୍ଷିଣ ଭାରତୀୟ ହିଁ ଥିବେ ଯେଉଁ ମାନେ ଵୈଦିକ ସଂସ୍କୃତ ଓ ବ୍ରାହ୍ମୀଲିପି ର ଵ୍ୟଵହାର କରିଥିବେ କାରଣ ଅତୀତର ଅନେକ ପ୍ରମାଣ ଏହି ଆଡକୁ ଇଙ୍ଗିତ କରିଥାଏ । ଆଉ
ଦ୍ରାଵିଡ, ଆଦିବାସୀ, ଆର୍ଯ୍ୟ ଗୁଲିଗପର ସତ୍ୟତା ନିକଟରେ ପ୍ରକାଶ କରିଅଛି-ୟୁରୋପୀୟ ଗପ ସବୁର ସତ 2009 ର ସର୍ବଭାରତୀୟ ଡିଏନଏ ପରୀକ୍ଷଣ ରୁ ଧରାପଡିଲା । ଏହି ଗବେଷଣା ଅନୁସାରେ ଭାରତୀୟଙ୍କ ଡିଏନଏ 40000 ରୁ 50000 ବର୍ଷ ପୂର୍ଵେ ବଦଳିଥିଲା ପାଞ୍ଚ ସହସ୍ରଵର୍ଷ ତଳେ ବଦଳି ନଥିଲା । ବହୁ ଵିଜାତୀୟ ସମ୍ପର୍କ ଯୋଗୁଁ ତଥା ହଟାତ୍ ଗୋଟିଏ ପିଢି଼ ଭିନ୍ନ ପରିଆଵାସରେ ଵସଵାସ କଲେ  ଡିଏନଏ ପରିବ଼ର୍ତ୍ତିତ ହୋଇଯାଇଥାଏ । ଜଣେ ଅଧେରେ ବଦଳେ ନାହିଁ । 
ପଶ୍ଚିମା ପଣ୍ଡିତ ମାନେ କହିବାକୁ ବହୁତ କଥା କହିଛନ୍ତି ଭାରତୀୟ ମାନଙ୍କ ଵିଷୟରେ ....
ଥୋକେ କହିଛନ୍ତି ଯେ ଦକ୍ଷିଣ ର କଳା ଭାରତୀୟ ମାନେ ପୂର୍ବ ଆଫ୍ରିକା ରୁ ଆସିଥିଲେ
ତ ଆଉ ଦଳେ ଜଙ୍ଗଲଵାସୀ ଭାରତୀୟ ଅଧିଵାସୀଙ୍କୁ ପଚାଶ ହଜାର ବର୍ଷ ତଳେ ଭାରତକୁ ଆସିଥିବା ଵିଦେଶୀ ଲେଖି ଅଛନ୍ତି ।
ଏମନ୍ତ ମତ ସବୁର ଅନ୍ତ ନାହିଁ । ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଲା
ଯଦି ଭାରତକୁ ଲକ୍ଷେ ବର୍ଷ ତଳେ ସବୁ ଭାରତୀୟ ମାନଙ୍କ ପୂର୍ବଜ ଏ ଦେଶକୁ ଆସିଥିଲେ ତେବେ ତହିଁ ପୂର୍ବରୁ ଏ ଦେଶରେ କଣ କେବଳ ବ୍ୟାଘ୍ର ଭଲ୍ଲୁକ ବୁଲୁଥିଲେ ?

ଓଡ଼ିଶାର
ପଶ୍ଚିମ ଭାଗରେ ଇତିମଧ୍ୟରେ କିଛି ଧନୀ ଘରର, ଉଚ୍ଚ ଜାତିର ଲୋକେ
ଓଡ଼ିଆ ଭାଷାର କେତେକ ଶୈଳୀକୁ ମିଶେଇ ଉକ୍ତ ସଂକର ଭାଷାର ନାଆଁ କୋଶଲୀ ଦେଲେଣି । ପଶ୍ଚିମ ଓଡ଼ିଆ କି ସମ୍ବଲପୁରୀ ନାମ ତଥାପି ଗ୍ରହଣୀୟ କିନ୍ତୁ
କୋଶଳ ଓ କୋଶଳୀ ନାମ ଆଦୌ ଗ୍ରହଣଯୋଗ୍ୟ ନୁହେଁ । କାରଣ କୋଶଳର ଭାଷା କୋଶଳୀ ଆଉ ଯଦି କୌଣସି ଐତିହାସିକ ପ୍ରମାଣ ନଥାଇ ଓଡ଼ିଶାର ଏକ ଭାଗକୁ ଯୋର ଯବରଦସ୍ତ କୋଶଳ କୁହାଯାଏ ତେବେ ତାହା କେଵଳ ଫମ୍ପା ବାଇଦ ସଦୃଶ ହେଉ ଯା’ର ଶବଦ ବେଶୀ ମାତ୍ର ଅମୂଳଚୁଳ ଭିତ୍ତିହୀନ । ପ୍ରକୃତରେ ଯେଉଁ ଦି ଚାରିଟା ବିରାଡ଼ି ଵୈଷ୍ଣବ ଉଚ୍ଚ ଜାତୀୟା ଲୋକ ଆପଣାକୁ କୋଶଳୀ କୋଶଳୀ କହି ବୁଲୁଛନ୍ତି
ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଓଡ଼ିଶାର ଵିଭାଜନ କରି ତହିଁରୁ  ରାଜନୈତିକ, ଆର୍ଥିକ ଓ ସାମାଜିକ-ଲୌକିକ ଲାଭ ପାଇ ସୁଖରେ କାଳାତିପାତ କରିବା ।

ମହାଭାରତର ବନପର୍ବର ତୀର୍ଥଯାତ୍ରାପର୍ବରେ  କୋଶଲ ଶବ୍ଦ ର ଵ୍ୟଵହାର ଥିବା ଦେଖାଯାଏ ଏବଂ ଉକ୍ତ ନାମ ଅଯୋଧ୍ୟା ପାଇଁ ହୋଇଥିବା ଅଧିକାଂଶ ପଣ୍ଡିତ ମତ ଦିଅନ୍ତି । ସେହି ମହାଭାରତ ର ସର୍ଵପ୍ରଥମ ପାଣ୍ଡୁଲିପି ମିଳିଥିଲା ମହାରାଷ୍ଟ୍ରରେ । ସେଥିରେ ମାର୍କଣ୍ଡେୟ ଋଷି କଳିଙ୍ଗ ଦେଶକୁ ଗଙ୍ଗାସାଗର ଠାରୁ ଗୋଦାବରୀ ତଟଯାଏଁ ବ୍ୟାପ୍ତ ବୋଲି ପାଣ୍ଡବଙ୍କ ସମ୍ମୁଖରେ ଉଲ୍ଲେଖ କରିଛନ୍ତି ।
ମହାଭାରତ ଅନୁସାରେ
ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ଉଡ୍ର ଲୋକେ ବସତି ସ୍ଥାପନ କରିଥିଲେ । ବସ୍ତର ଠାରୁ ଅନୁଗୁଳ ଯାଏଁ ଉଡ୍ର ଲୋକେ ରହୁଥିବା ଏବଂ ଯୁଦ୍ଧରେ ପାଣ୍ଡବଙ୍କ ପକ୍ଷରୁ ଲଢିଥିବା ମହାଭାରତ ରେ ବର୍ଣ୍ଣିତ ହୋଇଛି ।

କିନ୍ତୁ ଅନ୍ୟ କେତେକ ଆଞ୍ଚଳିକ
ମହାଭାରତ ଗୁଡ଼ିକର  ଗୋଟିଏ ଆଖ୍ୟାନ ମାତ୍ରକୁ ଭିତ୍ତିଭୂମି କରି କୋଶଳାଶାଗର ପୋକ ସବୁ ନାଚୁଛନ୍ତି । ହେଲେ ଜାଣିରଖିବାକୁ ହେବ ଯେ ସବୁଠାରୁ ପୁରୁଣା  ମହାଭାରତ ପାଣ୍ଡୁଲିପି ରେ ଉଲ୍ଲେଖ ଅଛି ଯେ ଆଗଙ୍ଗା ଗୋଦାବରୀ କଳିଙ୍ଗ ଥିଲା ।
ରାମାୟଣ ରେ କୋଶଳ ର ନାଆଁ ଗନ୍ଧ ମଧ୍ୟ ନାହିଁ କିନ୍ତୁ କଳିଙ୍ଗ ଦେଶର ନାଆଁ କେତେ ଥର ଲେଖା ହୋଇଛି । ଏକଦା ଆଗଙ୍ଗା ଗୋଦାବରୀ ସମସ୍ତ ଦକ୍ଷିଣ ପୂର୍ବ ଏସିଆରେ ଶାସନ କରୁଥିବା ହେତୁ ଏ  କଳିଙ୍ଗ ମାଟିର ପାରମ୍ପରିକ ନବବର୍ଷ ପଣାସଂକ୍ରାନ୍ତି କୁ ସମସ୍ତ  ଦକ୍ଷିଣ ପୂର୍ବ ଏସିଆ ନବବର୍ଷ ଭାବରେ ପାଳିଥାଏ ।

ଯେଉଁ ମହାନ କଳିଙ୍ଗ ଦେଶର ନାଆଁ କେବଳ ଭାରତୀୟ ହିଁ ନୁହେଁ ବରଂ ୟୁରୋପୀୟ ତଥା ଚୀନ ଓ ଜାପାନ ଆଦି ଦେଶର ପ୍ରାଚୀନ ଗ୍ରନ୍ଥାଦିରେ ଉଲ୍ଲେଖ ହୋଇଛି । ଯେଉଁ କଳିଙ୍ଗ ଦେଶର ଏତେ ଅଧିକ ପ୍ରତିଷ୍ଠା ଥିଲା ଯେ ଆଜିବି ଭାରତୀୟ ଲୋକଙ୍କୁ ଦକ୍ଷିଣ ପୂର୍ବ ଏସିଆର ଅଧିକାଂଶ ଭାଷାଭାଷୀ କ୍ଲିଙ୍ଗ ବା କଲିଙ୍ଗୀ କୁହନ୍ତି ସେ ଦେଶର ତୁଳନା ଏକ ପରବର୍ତ୍ତୀ କାଳରେ ଯୋଡାହୋଇଥିବା ମିଥକ ସହ କରିବା ସବୁଠାରୁ ବଡ଼ ମୂର୍ଖାମି ନୁହେଁ ତ ଆଉ କ’ଣ ?

କଳିଙ୍ଗ ଦେଶ ଆଜି ଚାରୋଟି ଭାରତୀୟ ରାଜ୍ୟରେ ବିଭାଜିତ ହୋଇ ପଡିରହିଛି । ସେହି ପ୍ରାଚୀନ କଳିଙ୍ଗ ର ସମସ୍ତ ବାସିନ୍ଦା ମାନେ ଆଜି ଆପଣା ଇତିହାସ ଅଜ୍ଞାନତା କାରଣରୁ ଅନ୍ୟ ମାନଙ୍କ ପରୋଚନାରେ ପଡି ଭିନ୍ନ ଭିନ୍ନ ଜାତୀୟତା ରେ ଛନ୍ଦି ହୋଇପଡିଛନ୍ତି ।

ଯଦି ପ୍ରତ୍ୟେକ ଓଡ଼ିଆ ଚାହିଁବେ ଆମେ ଆଉଥରେ ଆପଣା ଦେଶ ଗଢିପାରିବା । ଓଡ଼ିଆ ଲୋକ କାହାର କ୍ରୀତଦାସ ହେଲେ ଉନ୍ନତି କରିପାରିବେ ନାହିଁ । ଓଡ଼ିଆ ଜାତିକୁ ଲୋଡ଼ା ସ୍ଵାଧୀନତା ।

କଳିଙ୍ଗ ଦେଶକୁ ବଞ୍ଚେଇବାକୁ ଏବଂ ଅଖଣ୍ଡ କଳିଙ୍ଗ ରାଷ୍ଟ୍ର ଗଠନ ପାଇଁ ପ୍ରଥମେ ପ୍ରଚାର ପ୍ରସାର ଆବଶ୍ୟକ ହେବ । ତାପରେ ଜନମତ ସଂଗ୍ରହ କରାଯାଇ ନିଜର ଶକ୍ତି ପ୍ରଦର୍ଶନ କରିପାରିବା । ଯଦି ସ୍ପେନରେ କ୍ୟାଟେଲୋନିଆର ଲୋକ ଏଥିପାଇଁ ସଂଘର୍ଷ କରିପାରନ୍ତି ତେବେ ଭାରତରେ ଓଡ଼ିଆ ଲୋକ କାହିଁକି ନୁହେଁ ! (ତମେ ଵିଭାଜନ କଥା କହିଲେ ଠିକ୍ ଆମେ କହିଲେ ଦେଶଦ୍ରୋହୀ-କାଇଁ ଆମ ସହ କଣ୍ ଉତ୍ତର ଭାରତୀୟ ମାନେ ଅନ୍ୟାୟ କରିନାହାନ୍ତି ? ଆବେ ଏଠେ ଗଣେଇବୁ ଯଦି ଗ୍ରନ୍ଥ ହେବ ! କିନ୍ତୁ ଆମେ ବିଚ୍ଛନ୍ନତାଵାଦୀ ନୁହେଁ ଏ ଦେଶକୁ ବହୁତ ଭଲପାଉ ସେଥିପାଇଁ ତ ଭାରତୀୟ ସେନାରେ ଲକ୍ଷ ଲକ୍ଷ ଓଡ଼ିଆ ପୁଅ ଝିଅ ଅଛନ୍ତି ଦେଶ ଜଗିଛନ୍ତି)

କୋଶଳବାଦୀ ନେତାଏ ଓ ତାଙ୍କ ଚେଲା ପୂର୍ବ, ଦକ୍ଷିଣ,ମଧ୍ୟ ଓ ଉତ୍ତର ଓଡ଼ିଶାର ଲୋକଙ୍କ କଥିତ ଭାଷା କୁ ବହି ଭାଷା କହି ଦିଅନ୍ତି
କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ।
ପଶ୍ଚିମ ଓଡିଶାର ଲୋକବୋଲି ଭଳି ପୂର୍ବାଞ୍ଚଳ,ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ସ୍ଵ ସ୍ବ ଲୋକବୋଲି ଅଛି । ଆମେ ମାନେ ଲେଖିଲାବେଳେ ବହିଭାଷା ବ୍ୟବହାର କରୁ କିନ୍ତୁ ଆମ କଥିତ  ଶୈଳୀରେ ବହୁ ଭିନ୍ନତା ଅଛି । ତା ଛଡ଼ା ବାଲେଶ୍ବର, ଢେଙ୍କାନାଳ,ପୁରୀ,ଯାଜପୁର ଠାରୁ ଗଞ୍ଜାମ ଗଜପତି ଏବଂ କନ୍ଧମାଳ ମାଲକାନଗିରି ଯାଏଁ ଆମର ସମସ୍ତ
ଅଞ୍ଚଳର ମୌଳିକ ଶବ୍ଦ ଯଦି ଏକାଠି କରୁ ତେବେ ବି ତାହା ଲକ୍ଷାଧିକ ଶବ୍ଦ ର ଭଣ୍ଡାର ହେବ । ଆଉ ରହିଲା ଶୈଳୀ କଥା । ଓଡ଼ିଶାର ସବୁ ଜିଲ୍ଲାର ଶୈଳୀ ଭିନ୍ନ ଭିନ୍ନ ।

କିଛି ଲୋକ କୁହନ୍ତି
କୌଶଲ୍ୟା ହେଉଛନ୍ତି କୋଶଲ ଦେଶର ରାଜକନ୍ୟା ଏବଂ ସେ ଅଯୋଧ୍ୟା ଦେଶର ରଜାଙ୍କୁ ବାହା ହେଇଥିଲେ ।
ମହାଭାରତରେ କୋଶଲ ଦେଶର ନାମ ସାଧାରଣତଃ ଅଯୋଧ୍ୟା ପାଇଁ ବ୍ୟବହାର କରାଯାଇଛି ଏବଂ ରାମାୟଣ ଅନୁସାରେ
ମଗଧ ରାଜା କୌଶଲ୍ୟଙ୍କ ପୁତ୍ରୀ ଥିଲେ କୌଶଲ୍ୟା । ସ୍ଥାନୀୟ ପଣ୍ଡିତ ମାନଙ୍କ ଦ୍ବାରା ପରେ ଲେଖା ହୋଇଥିବା ପରଵର୍ତ୍ତୀ କାଳୀନ ଗ୍ରନ୍ଥାଵଳୀ ଅପେକ୍ଷା ମୂଳ ଗ୍ରନ୍ଥର ମୂଳ ପାଣ୍ଡୁଲିପି କୁ ହିଁ ଅଧିକ ଅଗ୍ରାଧିକାର ମିଳିବା କଥା ।

ତା ଛଡା଼ କୋଶଲ୍ୟା କୋଶଳ ଗଢିନଥିଲେ । କୁଶଙ୍କ ରାଜ୍ୟ କୋଶଳ ଆଉ ସେ ସମୟର ମିଥକ ବର୍ଣ୍ଣିତ କୋଶଳ ଦେଶ ଗୁଜରାଟ ଠାରୁ ନେପାଳ ଯାଏଁ ବ୍ୟାପ୍ତ ଥିଲା । ତାକୁ ମହାକୋଶଳ ମଧ୍ଯ କୁହାଯାଏ ।  ମହାକୋଶଳ ରେ ମଧ୍ୟ ଦକ୍ଷିଣ କୋଶଳ ହେଉଛି ଆଜିର ଛତିଶଗଡ । ଏଣୁ ଯେଉଁ ମାନେ ଆପଣାକୁ ଓଡ଼ିଆ ବଦଳରେ କୋଶଳୀ ଭାବନ୍ତି ସେମାନେ  ଯାଆନ୍ତୁ ଛତିଶଗଡରେ ରହିବେ ତେବେ ।

ତ୍ରେତୟା ଯୁଗରେ
କୋଶଳର ପରଵର୍ତ୍ତୀ ପିଢି କୋଶଳକୁ ଦୁଇଭାଗରେ ବାଣ୍ଟିଦେଇଥିବା ମହାଭାରତ ରେ ଅଛି । ଓହୋ ଏଇ ଗୋଟିଏ ମିଥକୀୟ ପ୍ରମାଣ ମାତ୍ର ଧରିକି ନାଚୁଛନ୍ତି ତେବେ
ଆଉ ଆମେମାନେ ଯଦି ସେହି ପ୍ରାଚୀନ ପ୍ରମାଣ ସବୁ ଧରି ଶ୍ରୀଲଙ୍କା ମାଲଡିବ ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ ଗୁଡିକ ଅଧିକାର କରୁ ଆଉ କହୁ ଯେ ଏହି ଦେଖ ଆମ କଳିଙ୍ଗ ଦେଶ ....
କୋଶଳାଙ୍କ ପରି ରାତାରାତି ଗୋଟାଏ ମାନଚିତ୍ର ଗଢି ଦେଖେଇ ହୁଅନ୍ତୁ
ଦେଖ ହୋ ଦେଖ...!
ଏଇ ହେଉଛି ଆଉ ମିଆପେ....!

ହେଇଲୋ ଏ ଶ୍ରୀଲଙ୍କା, ମାଲଡିବ୍,ଫିଲିପିନ୍,ପଶ୍ଚିମ ଚୀନ,ଭିଏତାନାମ୍ ,ଇଣ୍ଡୋନେସିଆ, ମାଲେସିଆ, ସମସ୍ତ ଭାରତ, ବାଂଲାଦେଶ ଏବଂ ବର୍ମା ଆଦି ଦେଶ ଆମ କଳିଙ୍ଗ ଦେଶର ତଥାକଥିତ ଗୋଟାଏ ଗୋଟାଏ ରାଜ୍ୟ ମାତ୍ର
ତେବେ....?

ଖାରବେଳ ଙ୍କ ସମୟରେ ତ ସମସ୍ତ ଭାରତ ଆମ କଳିଙ୍ଗ ର  ଥିଲା.....
ଯଦି ଭାରତଟାକୁ
ଆମେ ଗୋଟାପଣେ ଓଡ଼ିଶାର କହିବୁ ତା ନାଆଁ କଳିଙ୍ଗ ଦେବୁ ତେବେ....?

କୋଶଲବାଦୀଙ୍କ ପାଖରେ ମାତ୍ର ପୌରାଣିକ ଆଖ୍ୟାନ ଅଛି ଆଉ ତାକୁ କେହି ଇତିହାସ ବୋଲି ମାନନ୍ତି ନାହିଁ କିନ୍ତୁ ଆମ କଳିଙ୍ଗ ଦେଶର ଉଭୟ ପ୍ରତ୍ନତାତ୍ତ୍ୱିକ ଓ ଶିଳାଲେଖ ତଥା ସହସ୍ରାଧିକ ପୌରାଣିକ ପ୍ରମାଣ ଅଛି। ଚାହିଁଲେ ସାରା ଦକ୍ଷିଣ ପୂର୍ବ ଏସିଆ ଉପରେ ଆପଣା ଦାବି କରିପାରିବୁ
କରିବୁ ବୋଲେ କିଏ କିୟଣ ଟା କରିଦେବ ?

କିଛି ନୂଆ ପଣ୍ଡିତ ଏବେ ମାତିଲେଣି
କହୁଛନ୍ତି କଣ୍ ନା.....
ଓଡ଼ିଆ ଭାଷା କୋଶଳାଅଂଚଳରୁ ମହାନଦୀ ସହ ବହିଥିବା ଭାଷା ଧାରାର ଏକ ଅପଭ୍ରଂଶୀତ ସତ୍ତା ଯାହା ସଂସ୍କୃତ ସହ ସମିକରଣରେ ସମୃଦ୍ଧ ହୋଇଛି। ଶାସନ ତନ୍ତ୍ରର ଆବଶ୍ୟକତା ଅନୁଯାୟୀ ଏଥିରେ ଆରବୀ ପାରସୀ ଉର୍ଦ୍ଦୁ ଓ ମରାଠୀ ଶବ୍ଦ ମିଶିଛି ଯାହାକୁ ଏବେ ଅଲଗା କରି ହେବ ନାହିଁ ।
ତେବେ ଆମର ନିମ୍ନଲିଖିତ କେତେକ ଭ୍ରମ ସେହି ପେଣ୍ଡୁଳୀ ମାନେ ଦୂର କରନ୍ତୁ ବୋଲି ଆମ୍ଭେମାନେ ଆଶାକରୁଛୁ !

୧.ଯଦି କୋଶଳୀ ବୋଲି ଗୋଟାଏ ଭାଷା ଥିଲା  ପଶ୍ଚିମ ଓଡ଼ିଶାରେ ତେବେ କାହିଁକି ନାଟ୍ୟଶାସ୍ତ୍ରରେ ତାହାର ଉଲ୍ଲେଖ ନାହିଁ ? ଉଡ୍ର କୁ ପଞ୍ଚ ଦ୍ରାଵିଡ ଓ ପରେ ପଞ୍ଚ ଗୌଡୀୟ ଭାଷାରେ ରଖାଯାଇଥିଲା ବେଳେ କାହିଁକି କୌଣସି ପୁରାତନ ଗ୍ରନ୍ଥରେ କୋଶଲୀ ବୋଲି ଏକ ଭାଷାର ନାମ ନାହିଁ ?

2.କୋଶଳ ଯଦି ସମ୍ବଲପୁର ବଲାଙ୍ଗୀର ଓ ବରଗଡ଼ ର ଅଞ୍ଚଳ, ତେଵେ କୌଣସି ପୁରୁଣା ଲୋକଗୀତରେ କି ଢଗଢମାଳି ରେ କୋଶଳ ଶବ୍ଦ ନାହିଁ କାହିଁକି? କାଲି କହିବ ସମ୍ବଲପୁର ହେଉଛି ଇନ୍ଦ୍ରପ୍ରସ୍ଥ । ପ୍ରମାଣ ମାଗିଲେ କହିବ ମହାଭାରତରେ ଉଲ୍ଲେଖ ଅଛି ଯେ ... । ଆରେ , କୋଶଳ ଇନ୍ଦ୍ରପ୍ରସ୍ଥ  ନାମ ରାମାୟଣ ମହାଭାରତ ରେ ଉଲ୍ଲେଖ ଅଛି ... କିନ୍ତୁ ପଶ୍ଚିମ ଓଡିଶାର ଲୋକଗୀତରେ କାହିଁକି ଏଟା ମିଳୁନାହିଁ ତ ...?

3.ଓଡ଼ିଆ ଭାଷାର ମୂଳ କେବଳ ଉଡ୍ରୀ ନୁହେଁ ଵରଂ ଏଥିରେ ଦକ୍ଷିଣ ଓଡ଼ିଶାର କାଳିଙ୍ଗ୍ୟ ଅପଭ୍ରଂସ ଓ ଉତ୍ତର ଓଡ଼ିଶାର ଉତ୍କଳୀ ଅପଭ୍ରଂସ ମଧ୍ଯ ମିଶିଅଛି । ଏକାଧାରରେ ଓଡ଼ିଆ ଭାଷା ହେଉଛି ପୂର୍ବ ଭାରତର ମାନକ ଭାଷା । ସେଇଥିପାଇଁ ତ ଏହାକୁ ଶାସ୍ତ୍ରୀୟ ଭାଷା ର ମାନ୍ୟତା ମିଳିଅଛି । କିନ୍ତୁ ଏତେ ବଡ଼ ତଥାକଥିତ ପ୍ରାଚୀନ ଭାଷା ଯହିଁ ରୁ ସଂସ୍କୃତ, ଓଡ଼ିଆ ଓ ହିନ୍ଦୀ ବଙ୍ଗଳା ଆଦି ଭାଷାର ଜନ୍ମ ହୋଇଛି ସେହି ତଥାକଥିତ କୋଶଳ ଭାଷାକୁ କାହିଁକି ଏଯାଵତ୍ ଶାସ୍ତ୍ରୀୟତା ମାନ୍ୟତା ମିଳିନାହିଁ କି କୌଣସି ପ୍ରାଚୀନ ସାହିତ୍ୟରେ ଏହାର ନାମ ନାହିଁ ?
(ଓଡ଼ିଆ ମାନେ ସିନା କୋଶଳାଙ୍କ ଶତୃ କିନ୍ତୁ ତାଙ୍କ ତଥାକଥିତ ଉତ୍ତର ଭାରତୀୟ ଓ ବଙ୍ଗାଳି ବୋପା ମାନେ ତ ଏ କୋଶଲୀ ଭାଷାର ନାଆଁ ଟା ମେନସନ୍ କରିଥାନ୍ତେ ନା.... ଧିକ୍ ଏମନ୍ତ ବୋପା ମାନଙ୍କୁ😀😀)

4.ଓଡ଼ିଶାରେ ଓଡ଼ିଆ ଭାଷାରେ ସଂସ୍କୃତ ପରେ  ସବୁଠାରୁ ଅଧିକ ପାଣ୍ଡୁଲିପି ଅଛି । ଯଦି ଓଡ଼ିଆ ଭାଷା ପ୍ରାଚୀନ ହୋଇନଥାନ୍ତା ତାହେଲେ ଏ ଭାଷାରେ ଏତେ ପାଣ୍ଡୁଲିପି କେମିତି ହୁଅନ୍ତା । ବଙ୍ଗଳା ଭାଷା ଆଜି ଏତେ ଉନ୍ନତ ହେଲେ କ’ଣ ହେବ ସେ ଭାଷା ପ୍ରାଚୀନ ପାଣ୍ଡୁଲିପି କ୍ଷେତ୍ରରେ 10 ସଂଖ୍ୟା ମଣ୍ଡନ କରିଅଛି । କୋଶଲା ମାନେ ତାଙ୍କ ତଥାକଥିତ ପ୍ରାଚୀନ ଭାଷାର 300 ବର୍ଷ ପୁରୁଣା ଗୋଟାଏ ଵି ପାଣ୍ଡୁଲିପି ଆଣି ଦେଖାଅନ୍ତୁ ତ ! ଅଛି କି ?

ପ୍ରକୃତରେ
କୋଶଳା ଏକ ଭ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମୂଳ ଉଡ୍ର ଭାଷା କୋଶଳାଞ୍ଚଳ,ମଗଧର ଦକ୍ଷିଣ ଭାଗ ତଥା ପଶ୍ଚିମ ଓଡିଶାର ଲୋକଭାଷା ଥିଲା ଯାହା ଆଜି ପାଲି,ସଂସ୍କୃତ, କୁଇ ଆଦି ଅନେକ ଭାଷାରୁ ପ୍ରଭାବିତ ହୋଇଛି ପ୍ରଭାବିତ କରିଛି କିନ୍ତୁ ଆପଣା ସ୍ଵାତନ୍ତ୍ର୍ୟ ବଳଵତ୍ତର ରଖିପାରିଛି ।
ତାହା ହିଁ ଆଜିର ସମ୍ବଲପୁରୀ ଵା ପଶ୍ଚିମ ଓଡ଼ିଆ । କାଳିଙ୍ଗ୍ୟ ଅପଭ୍ରଂସର ଆଧୁନିକ ରୂପ ଦେଶିଆ ଵା କୋଟିଆ ଆଉ ଉତ୍କଳୀ ଅପଭ୍ରଂସର ଆଧୁନିକ ରୂପ ଉତ୍ତର ଓଡ଼ିଆ ଶୈଳୀ । ଏସମସ୍ତ ଶୈଳୀର ମାନକିକରଣରୁ ଆଧୁନିକ ଓଡ଼ିଆ ଭାଷାର ସୃଷ୍ଟି ।
କୋଶଳା ପାଗଳାଙ୍କୁ ଏତିକି କହିବି
ହଇରେ ଯୋଗିଣୀଖିଆ ଦଳ 😂😂😂
ତୁମ ମାନଙ୍କ ପୂର୍ଵଜଙ୍କ ଭାଷା ଆମେ କହୁଛୁ । ତମେ ମାନେ କିନ୍ତୁ କିଛି ମୂର୍ଖ ଛତିଶଗଡୀ,ମାରଵାଡୀ,ଵିହାରୀ,ୟୁପୀର ଲୋକଙ୍କ ଦ୍ଵାରା ଲିଖିତ ମିଥ୍ୟା ଆଞ୍ଚଳିକ ଇତିହାସ ପଢି ନିଜକୁ ଉଡ୍ର ବଦଳରେ କୋଶଳୀ କହୁଛ । ତୁମ ଭଳି ଲୋକଙ୍କୁ ହିଁ ଜାତିଦ୍ରୋହୀ କୁହାଯାଏ ଆଉ ଏ ଜାତିଦ୍ରୋହ ତୁମକୁ ଶେଷେ
ଆଧୁନିକ କଳାପାହାଡ଼ ର ସଂଜ୍ଞା ପ୍ରଦାନ କରିଛି । ଏକଦା ସାରା ଓଡ଼ିଶାର ଅପମାନର ପ୍ରତିଶୋଧ କଳାପାହାଡ଼ ଠାରୁ ପଶ୍ଚିମ ଓଡିଶାର ସମ୍ଵଳକ ରାଜ୍ୟର ରାଜା ଓ ଜନତା ନେଇଥିଲେ
ହେଲେ ଏ ଯୁଗରେ ମାତିଥିବା ଶହ ଶହ କଳାପାହାଡ଼ ଙ୍କ ସହ ସେହି ଜାତିପ୍ରାଣ ଲୋକେ କେତେ ଦିନ ଯାଏଁ ଲଢିପାରୁଛନ୍ତି ତାହା ହିଁ ଏ ଶତାବ୍ଦୀର ସବୁଠାରୁ ବଡ଼ ପ୍ରଶ୍ନ !!!!

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...