My Blog List

Showing posts with label ଅଣୁଗଳ୍ପ. Show all posts
Showing posts with label ଅଣୁଗଳ୍ପ. Show all posts

Wednesday, June 2, 2021

ଲାଲ୍ ଗାର

         

ଦୁଇଟି ରାଜନୈତିକ ଦଳ;ଉଭୟର ଲକ୍ଷ୍ୟ–ଲୋକକଲ୍ୟାଣ । ତୀବ୍ର ପ୍ରତିଯୋଗିତା ସେଥିଲାଗି ।

ଲୋକଟିର ଛାତିରେ ବାଜିଚି ଛୁରୀ...

ଗୋଟିଏ ରାଜନୈତିକ ଦଳ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ଅନୁରୋଧ କଲା ଶିଘ୍ର ଚିକିତ୍ସା କର ।

ଡାକ୍ତର ବ୍ୟାଣ୍ଡେଜ୍ ବାନ୍ଧିବା ବେଳେ ଆର ଦଳଟି ପହଞ୍ଚି ଯାଇ ଗର୍ଜନକଲା  “ଚିକିତ୍ସା ବନ୍ଦ କର । ତାକୁ ଛୁଇଁଲେ ତୁମ ବେକ କାଟିନେବୁ ।”

ତାପରେ ଦି ଦଳର ପିଟାପିଟି...

ମୂର୍ମୂଷୁର ରକ୍ତଧାର ଝରି ସେତେବେଳେ
ଲାଲ୍ ଧାରରେ କାଟିକାଟି ଗଲା,
ଯାହା କିଛି ଲୋକକଲ୍ୟାଣ ହୋଇଥିଲା ।

©ଡକ୍ଟର କୁଞ୍ଜଵିହାରୀ ଦାଶ

Friday, May 14, 2021

ଅଭ୍ୟାସ

ମୋ  ପିତାଙ୍କ ବାଗେନାରେ  ଦୁଇଗୋଟି ପିଞ୍ଜରା ଅଛି ।

ଗୋଟେ ପିଞ୍ଜରାରେ ସିଂହଟାଏ ଅଛି, ଯାହାକୁ ମୋ ପିତାଙ୍କର ଦାସ ନାତିଵା , ମରୁଭୂମିରୁ ଧରି ଆଣିଥିଲେ ଏଵଂ ଆନ ଏକ ଘରାରେ ଗୋଟିଏ ଚଢ଼େଇ ରଖାଯାଇଛି ।

ପ୍ରତିଦିନ ସକାଳୁ ସକାଳୁ ଚଢ଼େଇଟି ସିଂହକୁ କହେ,

"କଏଦୀ ଭାଇ ଗୋ ! ଗୁଡ ମାର୍ନିଗ ଟୂ ୟୁ"

©ଖ଼ଲୀଲ ଜିବ୍ରାନ୍