My Blog List

Thursday, March 28, 2019

ସାରଳା ମହାଭାରତରେ ଵ୍ୟଵହୃତ ଶବ୍ଦ----୧

 

·         ଅକୂପାର-ସମୁଦ୍ର
·         ଅଖଟୁ-ଅଳସୁଆ
·         ଅଖଡ଼-ଗୋଳମାଳ
·         ଅଖବା-ଅଖାଡ଼ୁଆ
·         ଅଗୁଳି-ଓସାର,ପ୍ରଶସ୍ତ
·         ଅଘୋର-ସୁନ୍ଦର
·         ଅଙ୍କି-ବାଡ଼,ଘେରା
·         ଅଙ୍ଗାୟେ-ଅଙ୍ଗି ଵା ଵସ୍ତ୍ର,କଦଳୀ ପତ୍ରର ଏକଭାଗ
·         ଅଚାଭୁଆ-କିଂକର୍ତ୍ତଵ୍ୟଵିମୁଢ଼,ଅସ୍ତଵ୍ୟସ୍ତ
·         ଅଚେବନ-ଜ୍ଞାନହୀନ,ଅଚେତନ
·         ଅଜରା-ଦୁଷ୍ଟ(ଯାହାକୁ ଜାରି ଵା ସୁଧାରି ହୁଏ ନାହିଁ;ଜାରି>ଜାଡ଼ି>ସଜାଡ଼ି ? )
·         ଅଡ଼ଙ୍ଗ-ଛୋଟ ପିଣ୍ଡା,ଖମାର(ଵି.ଣ.=ଅଡ଼ଙ୍ଗା)
·         ଅଡ଼ଙ୍ଗା-ଏକଜିଦିଆ
·         ଅଥାରୁଅ-ଵିପତ୍ନୀକ
·         ଅଥାନାନ୍ତର-ଵର୍ତ୍ତମାନ
·         ଅଦଛ-ନିନ୍ଦା,ଅପଯଶ,ଦୁର୍ନାମ,ଅମଙ୍ଗଳ
·         ଅଧାମ-ରାବିଡ଼ି
·         ଅନୁଆନ-ଭିନ୍ନ ଭିନ୍ନ,ଵିଭିନ୍ନ ପ୍ରକାରର
·         ଅନୁଦିନ-ପ୍ରତିଦିନ
·         ଅନୁଵ୍ରତ-ଆସକ୍ତ,ଵଶଵର୍ତ୍ତୀ,କୌଣସି କାର୍ଯ୍ୟରେ ସଦାବେଳେ ଲାଗିରହିଵା
·         ଅପଗଞ୍ଜ—ଅପମାନ
·         ଅପଗ୍ୟାନ—ଵେଖାତିର,ଅସ୍ଵୀକାର
·         ଅପରାପର—ଅନ୍ୟମାନେ,ଅନ୍ୟାନ୍ୟ
·         ଅପହାର—ଚୋରି,ସଂଗୋପନ,ଅପଚୟ
·         ଅବାଇଜ—ଦୁଷ୍ଟ,ଜାରଜ
·         ଅଵିଗାରି—ଗୁହାରି,ପ୍ରାଥନା
·         ଅଭେଦା—ଏକମତି
·         ଅମରିଷ—କ୍ରୋଧ,ଇର୍ଷା
·         ଅରଷ୍ଟି—ଦୂର୍ଭାଗ୍ୟ
·         ଅର୍ଥେ—ନିମନ୍ତେ,ପାଇଁ
·         ଅଲାଗିଵାମା—କୁମାରୀକନ୍ୟା(ଅଲାଗି=ଯେ ଶୁଭକର୍ମରେ ଲାଗେ ନାହିଁ)
·         ଅଶକ୍ୟ—ଅସମ୍ଭଵ(ଅସକ୍ଷ-ଅନ୍ୟରୂପ)
·         ଅସାଷ୍ଟି—ମୂର୍ଚ୍ଛାଯିଵା,ଜ୍ଞାନଶୂନ୍ୟ
·         ଅସୋହଡ଼—ଅସୁନ୍ଦର
·         ଅହିବ୍ରତ—ଅୟୁତ(୧୦୦୦୦.୦୦)






·         ଆଉଳ—ଵ୍ୟାକୁଳ
·         ଆଗହୁଂ—ଆଗରୁ
·         ଆଗୁଆଣି—ଅଗ୍ରଣି
·         ଆଙ୍କୋରଇ—ଆଣ୍ଟ,ଦୃଢ଼କରି
·         ଆଞ୍ଚି—କଳନା,ଆନୁମାନ କରି
·         ଆଡ଼ଖୁର—ମଞ୍ଜୁଷା,କାଠପେଡ଼ି
·         ଆଡ଼ଣ—ଵିପଦରୁ ରକ୍ଷାର୍ଥେ ଢ଼ାଲ,ବର୍ମ,ପରଦା ଵା ଅସ୍ତ୍ର,ମଲ୍ଲଯୁଦ୍ଧର କୌଶଳ ଵିଶେଷ
·         ଆଡ଼ତିଆ—ଡଗର,ଚାକର,ପାଖଲୋକ,ଟହଲିଆ
·         ଆତାଗମ—ଗମନାଗମନ,ଚଳପ୍ରଚଳ,ଚିହ୍ନଵର୍ଣ୍ଣ,ମାପ
·         ଆନ୍ତିଆ—ଏକ ଜାତୀୟ ପିଶାଚ
·         ଆପାତେ—ପଵନ ଗତିରେ
·         ଆପାନ—ମଦୁଆ ଗୋଷ୍ଠୀ
·         ଆଵର—(ଆଉର-ଅନ୍ୟ ରୂପ)ଆଉ,ପୁଣି,ଆପର,ଅନ୍ୟ
·         ଆମଞ୍ଚ—ଟଣାଭିଡ଼ା,ଓଟରା,ଆକର୍ଷଣ,ଶରସନ୍ଧାନ
·         ଆବୁରି—ଘେରିଵା,ବାଟ ନ ଛାଡ଼ିଵା,ଅଟକାଇଵା,ଦଖଲରେ ରଖିଵା
·         ଆମ୍ଭନ୍ତ—ଆମ୍ଭଙ୍କୁ,ଆମକୁ(ଙ୍କୁ ବଦଳରେ ନ୍ତ;ପ୍ରାଚୀନ ଓଡ଼ିଆ)
·         ଆର—ଏଵଂ,ଅପର(ଵିଂ)
·         ଆରଣ—ଅଙ୍କୁଶ
·         ଆରଣି—ଯୁଦ୍ଧ
·         ଆରୋପଣ—ଆରୋପ,ସ୍ଥାପନ,ଚଳାଇଵା,ଘନୁରେ ଶରସନ୍ଧାନ
·         ଆଳ—ଘର,ମନ୍ଦିର(ଆଳୟ)
·         ଇଚ୍ଛାରନ୍ତି—ସମ୍ଭାଳନ୍ତି,ଵିଶ୍ରାମ କରନ୍ତି
·         ଇୟତା—ଠିକଣା
·         ଇଶିତା—ପତି,ସ୍ୱାମୀ,ପ୍ରଭୁ
·         ଉକୁଚି—ଝୁଲିଵା,ଲମ୍ୱିଵା,ଟଣାହେଵା(ଉକୁଚାଇଵା—ଟାଙ୍ଗିଵା)
·         ଉକୁସି—ଉଗାଦେଇ,ଓଗେଇ,ଟାଣି ହୋଇ
·         ଉକ୍ଷୁଡ଼ି—ଆକର୍ଷଣ(ଉଚ୍ଛୁଡ଼ି)
·         ଉଗୁରିଵା(ଉବୁରିଵା) —ରକ୍ଷା ପାଇଯିଵା,ବଞ୍ଚିଯିଵା
·         ଉଗୁଳି— ବଳକା ହେଵା
·         ଉଘାଇଵା—ଅନ୍ୟ ଦୋଷ ଵା ଛିଦ୍ର ଦେଖାଇ ଵ୍ୟଙ୍ଗ କରିଵା
·         ଉଚ୍ଚକାଠ—ଶୂଳୀ
·         ଉଚାଟ—ବାଉଳି,ଉତ୍କଣ୍ଠା,ଅସ୍ଥିରତା
·         ଉଚ୍ଛାଇ—ଵିଚ୍ଛାଇ(ଵ>ଉ)
·         ଉଜ—ତେଜ,ଓଜ(ଓ>ଉ)
·         ଉଜାଇ—ଉତ୍ତୋଳନ,ଚାଳନ,ଟେକାଇ
·         ଉଡ଼ଙ୍ଗ—ସର୍ପ,ପତକା
·         ଉଣା—କମ୍(ଊଣା)
·         ଉତ—ଉଠିଵା,ଆଗକୁ,ଉତ୍କର୍ଷ
·         ଉତ୍‍କର୍ମ—କାଠିକର(କଷ୍ଟକର)କାମ
·         ଉତାହୁଳ—ଉତ୍ତାଳ
·         ଉତ୍ତାନଶାହୀ—ଉପର ମୁହଁ କରି ଶୋଇ ରହିଵା ଵା ପଡ଼ିଯିଵା
·         ଉଦେକ—ପାଣି(ଉଦକ)
·         ଉଦ୍ୟାନ—ଶେଷ,ସମାପ୍ତ(ଯୁଝେଷ୍ଠି ଵିକଳ ହୁଅନ୍ତି ଵେଳ ଉଦ୍ୟାନ ଜାଣି)
·         ଉନେଷି—ଡଗରେଇ,ଖୋଜି ଖୋଜି
·         ଉପଗତା—ଆଗନ୍ତୁକ
·         ଉପନ—ଉପହାର
·         ଉପନେସି—ଭାଵିଚିନ୍ତି
·         ଉପରାଣ—ଓଢ଼ଣୀ,ଵିଛଣା,ଘୋଡ଼ିହେଵା ଚାଦର
·         ଉପଲମ୍ୱ/ଉପଲମ୍ଭ—ଉପହାସ
·         ଉପୁଚି—ଉଠପଡ଼ ହେଵା,ଭାସି,ଉପରକୁ ଵାହାରିଵା
·         ଉପୋସ୍ତା—ପୁରୁଷେନ୍ଦ୍ରୀୟ
·         ଉପ୍ରୋଧ—ସ୍ନେହ,ମମତା,ଅନୁଗ୍ରହ
·         ଉଵାର—ଗୋପନ
·         ଉଭା—ଠିଆ,ଦଣ୍ଡାୟମାନ
·         ଉଭାସରା—ଆଗଭର,ଅଗ୍ରସର
·         ଉରଭଙ୍ଗା—ଛାତିଫଟା
·         ଉରିଆ—ଅନ୍ନପାତ୍ର(ଏଥର ORIYA ଲେଖିଵା ଆଗରୁ ଦଶଥର ଭାଵିବେ)
·         ଉଷତ—ଆନନ୍ଦିତ,ଆହ୍ଲାଦିତ
·         ଉଲାଖ—ପ୍ରମାଣ,ଦୃଷ୍ଟାନ୍ତ,ତୁଳନା
·         ଉଲ୍ଲଳ—ରୋମଶ
·         ଉଶତୀ—ଅଭିଶାପ,ଅମଙ୍ଗଳ ଵାକ୍ୟ
·         ଉହାଇ—ଉଠାଇ,ଟେକିଧରି
·         ଏଘାନ୍ତି/ୟେଘାନ୍ତି—ଏଥରକ,ଏହିକ୍ଷଣି,ଵର୍ତ୍ତମାନ
·         ଏଂ—ଏ,ଦ୍ୱାରା,ରେ
·         ଏଥ—ଏ ସ୍ଵନାମର ତୀର୍ଯ୍ୟକ ରୂପ
·         ଏର୍ନ୍ନେକରି—ଏପରି କରି,ଏହିଭଳି
·         ଏସନ—ଏଥର
·         ଏହ୍ନେକ—ଏହ୍ନେ,ଏପରି,ଏ ରୂପେ,ଏଣୁକରି
·         ଓକ—ଵାସ,ଆଶ୍ରୟସ୍ଥାନ
·         ଓଛ—ନୀଚ,ହୀନ(ତୁଳନା=ଓଚ୍ଛା—ଗୁଜରାଟୀ)
·         ଓଧି—ପରିସୀମା,ସୀମା ପର୍ଯ୍ୟନ୍ତ
·         ଓନ୍ତରାନ୍ତ—ଅର୍ଥ ଅସ୍ପଷ୍ଟ (ଅର୍ଥ ଅନୁମାନ କରନ୍ତୁ—“ଅଵତାରନ୍ତେ ‘ଓନ୍ତରାନ୍ତ’ ଗାଳନ୍ତି ସେ ଭୂତ କୁତୂହୋଳେ”)
·         ଓପ୍ରୋଧ—ଦୟା,ଉପରୋଧ
·         ଓରିଆ(ୟା) —ହାଣ୍ଡି
·         ଓଳି—ଆକୃତି,ପ୍ରକୃତି
·         ଓଷେକ ପୁଷ୍ୟ—ଅଶୋକ ପୁଷ୍ପ
·         ଓଷ୍ଠି—ସୁନ୍ଦର ଓଷ୍ଠଯୁକ୍ତା ସୁନ୍ଦରୀ
·         ଓସଣା—ତିକ୍ତ,କଟୁ
·         ଓହାରି—ଉଭାରି,ଠିଆକରି
·         ଓହୋ—ଉଭୟ(ଉଭୌ>ଓହୋ)
·         ଓହୋକୁଳ—ଉଭୟକୁଳ       (କ୍ରମଶଃ...)