ସଂଜୟ ବୋଇଲେ ଯେଉଂ ବୃକ୍ଷ ରୋପି ଅବଶ୍ୟ ଫଳ ଭୁଂଜି
ଅତି ଉତ୍କ୍ରମିଲା ଫଳ ଥିବ କି ମହୀମଣ୍ଡଳ ତେଜି |୧୦୯|
ଯେହୁ ସହିବ ସେ ଅବଶ୍ୟ ଲଭିବ ନା କାର୍ଯ୍ୟ
ଦୁଖର ଅନ୍ତେଣ ପୁଣ ପାଇବ ଅଇଶୁର୍ଯ୍ୟ |୧୧୦|
ଅନୁବ୍ରତେ ପ୍ରାଣିଂକି ତ ନୋହୋଇ ବିପଦ
ସର୍ବଦା ପ୍ରାଣିଂକି ପୁଣ ନୋହୋଇଟି ସମ୍ପଦ |୧୧୧|
(ପାଣ୍ଡବଙ୍କ ବନବାସ)
ପର
ଅର୍ଥଭୋଗୀ ହୋଅନ୍ତି ଯେଉଂଣ ବାମା
ଆର ବେଳେ ନ ଯିବା ସେ ସ୍ତିରୀଂକର ସୀମା |୧୬୭|
ଦୋଚାରୀ ଯୁବତୀର କେବଳ ହୋଅନ୍ତି ସୁତ
ପିତାର ବଚନ ସେ ଲଂଘନ୍ତି ବାଳୁତ |୧୮୪|
ସ୍ଵାମୀ ଯୁଗତେ ଜ୍ୟୋଷ୍ଠଭ୍ରାଥା ଅଟଇ ସମ ପିତା
ତୁହି ସେ ଅଟୁ ସ୍ଵାମୀ ଇଷ୍ଟ ଯେ ଦେବତା |୨୩୫|
ଭାରିଜା ହୋଇଣ ଯେବେ ହୋଇବ ମନ୍ଦ ଆଚାରୀ
ପୁତ୍ର ହୋଇ ଯେବେ ପିତାର ଆଗ୍ୟାଂ ଭ୍ରଷ୍ଟ କରି |୨୫୭|
କ୍ଷତ୍ରୀ ହୋଇ ଯେବେ ହୋଇବ ଅସୁର ଭୋଗୀ
ପଣ୍ଡିତଜନେ ୟେହା ଯତନେ ପରିତ୍ୟାଗୀ |୨୫୮|
ନିଦ୍ରା ନ ଜାଣଇ ଗୋ ଶମଶାନ ଭୂମି
କ୍ଷୁଧା ନ ଜାଣଇ ଗୋ ଷଡରସ ମିଷ୍ଟାନ ସୁଆଦ ପୁଣି |୨୮୨|
ମୂର୍ଖ ନ ଜାଣଇ ମାଗୋ ଶାହାସ୍ର ବାଟ କଥା
ଅସୁରେ ନ ଜାଣନ୍ତି ଗୋ ପଣ୍ଡିତଂକ ବାରତା |୨୮୩|
ପରଧନ ହରଣ ଦୋଷ ନ ଜାଣନ୍ତି ଚଉର୍ଯ୍ୟେ
ମାନୀତ ଗଉରୋ ନ ଜାଣନ୍ତି ନିର୍ଲଜେ |୨୮୪|
ଦରିଦ୍ର ବ୍ରାହ୍ମଣ ନ ଜାଣନ୍ତି ନୀଚଜାତି
ଅମହତଠାରୁ ଦାନ ଗୋ ପ୍ରତିଗ୍ରହ ଘେନନ୍ତି |୨୮୫|
(
ପର୍ଶୁରାମଙ୍କର ଜନ୍ମ ବିବରଣ, ମାତା ଭ୍ରାତାମାନଙ୍କର
ଶିରଚ୍ଛେଦନ
ଏବଂ ପୁନର୍ଜୀବନ ପ୍ରାପ୍ତି )
ତିରୀଂକର ସ୍ଵଭାବ ଯେ ଅଟଇ ୟେମନ୍ତ |୮୭|
ୟେତେ ମିଛ ଗୋଟିକୁ କେହୁ କରିବାକ ସତ୍ୟ
(ଯୁଧିଷ୍ଠିରଙ୍କର
ନାନା ସ୍ଥାନ ଭ୍ରମଣ ଓ ରାମଗୟା ତୀର୍ଥର ବିବରଣ)
ଆରେ ଶ୍ଵଶୁର ଘରକୁ ଯେବେ ଆସଇ ଜୁଆଇଂ
ଅଢାଇ ଦିନରୁ ବହୁତ ଦିନ ରହି ନ ଯୋଗାଇ |୮୧|
ଶ୍ଵଶୁର ଅନ୍ନ ଖାଇ ବ୍ରତନ୍ତି ଯେଉଂଣ ଯେ ଜନ
ବଳବୀର୍ଯ୍ୟ ଥାଉଂ ସେ ଯେ ହୋଅନ୍ତି କୁଜନ |୮୨|
ଗିରିଜା ବୋଇଲେ ସ୍ଵାମୀ ୟେ ନ ମିଳଇ ନା ବୋଭାର
କୁବୃକ୍ଷେ ଥାଆନ୍ତି ସିନା ସୁବୃକ୍ଷଂକ ତଳର |୧୦୪|
କୁସ୍ତିରୀ ଖଟନ୍ତି ନା ପରେଣ ପତି ତେଜି
କୁଜଳେ ସନ୍ଧ୍ୟା କି ହୋଅଇ ମନବୁଦ୍ଧି |୧୦୫|
କୁଶଯ୍ୟା କୁଭୋଜନ
କରନ୍ତି ଯେବଣ ପୁରୁଷ
ଶ୍ଵଶୁର ଘରେ ବ୍ରତନ୍ତି ସେହି ସେ କୁପୁରୁଷ |୧୦୬|
ସ୍ଵାମୀ ଶ୍ଵଶୁର ଘରେ ଥାଇ ବ୍ରତଇ ଯେବଣ ଲୋକ
ଜୀବନ୍ତେଣ ହୀନ ସେ ଯେ ମରନ୍ତେ ହୁଅନ୍ତି ପୋକ |୧୦୯|
ପାମର ହୀନ ଯୋ ଅଟନ୍ତି ଭୃତ୍ୟକାରୀ
ଶ୍ଵଶୁର ଅନ୍ନ ଖାଇଲେ ତହିଂକି ହୋୟେ ସରି |୧୧୦|
(ହିମବନ୍ତ
ପୁତ୍ର ଚନ୍ଦ୍ରଧ୍ଵଜ ଓ କାର୍ତ୍ତିକଙ୍କର କଳହ,
ପାର୍ବତୀଙ୍କର
ହିମାଳୟ ପରିତ୍ୟାଗ ସଂକଳ୍ପ)........ମହାଭାରତ,ବନପର୍ବ
No comments:
Post a Comment