ରହରେ ଆଗ୍ନେୟ ରଥ, ଦେଖିବ ସୁନ୍ଦରୀ
ତା’
ନୀଳଲୋଚନେନୀଳ-ଚକ୍ରବାଳ ଧରି
ନୀଳ ଜଳରାଶି କେହ୍ନ ଉନ୍ମ
କ୍ତ ଶୋଭାରେ
ଉଭାନେ ରହିଛି ଶୋଇ ।
କାନ୍ତ କବିତାରେ
ରୂପାରାଧୀ ରାଧାନାଥ ରାୟ
କବିବର
ବର୍ଣ୍ଣିଛନ୍ତି ଶୋଭା ଏହି
ରୂପସୀ ହ୍ରଦର,
ପଢ଼ିଛି ସେ କାବ୍ୟ ପ୍ରିୟା-ତେଣୁ
କୁତୂହଳ,
ରହ ରଥ, ଦୀର୍ଘ ନେତ୍ର କରି ଦୀର୍ଘତର ।
ଦେଖୁ ଶୋଭା ମୋ’ ପ୍ରେୟସୀ; ତା’ ନୀଳନୟନ
ହୃଦ-ନୀଳିମାରେ ମିଶୁ ।
ଆକାଶ-ଗଞ୍ଜନ
ତା’ ନେତ୍ର
ପ୍ରଶାନ୍ତ-ଜ୍ୟୋତି ଶାନ୍ତ ହୋଇ କ୍ଷଣେ
ହୃଦ--ବକ୍ଷେ ମିଳିଯାଉ
ପ୍ରକୃତି-ପୂଜନେ,
ପ୍ରକୃତି-କୁମାରୀ ଏହି
କ୍ଷୁଦ୍ର ରୂପସୀର
କୌତୂହଳ ନିକି ଶ୍ରେଷ୍ଠ
ବଚନୁଁ କବିର ? (ମାନସିଂହ)
No comments:
Post a Comment