Saturday, March 16, 2019

ଚିଲିକା



ରହରେ ଆଗ୍ନେୟ ରଥ, ଦେଖିବ ସୁନ୍ଦରୀ
ତା’ ନୀଳଲୋଚନେନୀଳ-ଚକ୍ରବାଳ ଧରି
ନୀଳ ଜଳରାଶି କେହ୍ନ ଉନ୍ମ କ୍ତ ଶୋଭାରେ
ଉଭାନେ ରହିଛି ଶୋଇ । କାନ୍ତ କବିତାରେ
ରୂପାରାଧୀ ରାଧାନାଥ ରାୟ କବିବର
ବର୍ଣ୍ଣିଛନ୍ତି ଶୋଭା ଏହି ରୂପସୀ ହ୍ରଦର,

ପଢ଼ିଛି ସେ କାବ୍ୟ ପ୍ରିୟା-ତେଣୁ କୁତୂହଳ,
ରହ ରଥ, ଦୀର୍ଘ ନେତ୍ର କରି ଦୀର୍ଘତର ।
ଦେଖୁ ଶୋଭା ମୋ’ ପ୍ରେୟସୀ; ତା’ ନୀଳନୟନ
ହୃଦ-ନୀଳିମାରେ ମିଶୁ । ଆକାଶ-ଗଞ୍ଜନ

ତା’ ନେତ୍ର ପ୍ରଶାନ୍ତ-ଜ୍ୟୋତି ଶାନ୍ତ ହୋଇ କ୍ଷଣେ
ହୃଦ--ବକ୍ଷେ ମିଳିଯାଉ ପ୍ରକୃତି-ପୂଜନେ,
ପ୍ରକୃତି-କୁମାରୀ ଏହି କ୍ଷୁଦ୍ର ରୂପସୀର
କୌତୂହଳ ନିକି ଶ୍ରେଷ୍ଠ ବଚନୁଁ କବିର ? (ମାନସିଂହ)

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...