·
ଅକୂପାର-ସମୁଦ୍ର
·
ଅଖଟୁ-ଅଳସୁଆ
·
ଅଖଡ଼-ଗୋଳମାଳ
·
ଅଖବା-ଅଖାଡ଼ୁଆ
·
ଅଗୁଳି-ଓସାର,ପ୍ରଶସ୍ତ
·
ଅଘୋର-ସୁନ୍ଦର
·
ଅଙ୍କି-ବାଡ଼,ଘେରା
·
ଅଙ୍ଗାୟେ-ଅଙ୍ଗି ଵା ଵସ୍ତ୍ର,କଦଳୀ ପତ୍ରର ଏକଭାଗ
·
ଅଚାଭୁଆ-କିଂକର୍ତ୍ତଵ୍ୟଵିମୁଢ଼,ଅସ୍ତଵ୍ୟସ୍ତ
·
ଅଚେବନ-ଜ୍ଞାନହୀନ,ଅଚେତନ
·
ଅଜରା-ଦୁଷ୍ଟ(ଯାହାକୁ ଜାରି
ଵା ସୁଧାରି ହୁଏ ନାହିଁ;ଜାରି>ଜାଡ଼ି>ସଜାଡ଼ି ? )
·
ଅଡ଼ଙ୍ଗ-ଛୋଟ ପିଣ୍ଡା,ଖମାର(ଵି.ଣ.=ଅଡ଼ଙ୍ଗା)
·
ଅଡ଼ଙ୍ଗା-ଏକଜିଦିଆ
·
ଅଥାରୁଅ-ଵିପତ୍ନୀକ
·
ଅଥାନାନ୍ତର-ଵର୍ତ୍ତମାନ
·
ଅଦଛ-ନିନ୍ଦା,ଅପଯଶ,ଦୁର୍ନାମ,ଅମଙ୍ଗଳ
·
ଅଧାମ-ରାବିଡ଼ି
·
ଅନୁଆନ-ଭିନ୍ନ ଭିନ୍ନ,ଵିଭିନ୍ନ ପ୍ରକାରର
·
ଅନୁଦିନ-ପ୍ରତିଦିନ
·
ଅନୁଵ୍ରତ-ଆସକ୍ତ,ଵଶଵର୍ତ୍ତୀ,କୌଣସି କାର୍ଯ୍ୟରେ ସଦାବେଳେ
ଲାଗିରହିଵା
·
ଅପଗଞ୍ଜ—ଅପମାନ
·
ଅପଗ୍ୟାନ—ଵେଖାତିର,ଅସ୍ଵୀକାର
·
ଅପରାପର—ଅନ୍ୟମାନେ,ଅନ୍ୟାନ୍ୟ
·
ଅପହାର—ଚୋରି,ସଂଗୋପନ,ଅପଚୟ
·
ଅବାଇଜ—ଦୁଷ୍ଟ,ଜାରଜ
·
ଅଵିଗାରି—ଗୁହାରି,ପ୍ରାଥନା
·
ଅଭେଦା—ଏକମତି
·
ଅମରିଷ—କ୍ରୋଧ,ଇର୍ଷା
·
ଅରଷ୍ଟି—ଦୂର୍ଭାଗ୍ୟ
·
ଅର୍ଥେ—ନିମନ୍ତେ,ପାଇଁ
·
ଅଲାଗିଵାମା—କୁମାରୀକନ୍ୟା(ଅଲାଗି=ଯେ ଶୁଭକର୍ମରେ
ଲାଗେ ନାହିଁ)
·
ଅଶକ୍ୟ—ଅସମ୍ଭଵ(ଅସକ୍ଷ-ଅନ୍ୟରୂପ)
·
ଅସାଷ୍ଟି—ମୂର୍ଚ୍ଛାଯିଵା,ଜ୍ଞାନଶୂନ୍ୟ
·
ଅସୋହଡ଼—ଅସୁନ୍ଦର
·
ଅହିବ୍ରତ—ଅୟୁତ(୧୦୦୦୦.୦୦)
·
ଆଉଳ—ଵ୍ୟାକୁଳ
·
ଆଗହୁଂ—ଆଗରୁ
·
ଆଗୁଆଣି—ଅଗ୍ରଣି
·
ଆଙ୍କୋରଇ—ଆଣ୍ଟ,ଦୃଢ଼କରି
·
ଆଞ୍ଚି—କଳନା,ଆନୁମାନ କରି
·
ଆଡ଼ଖୁର—ମଞ୍ଜୁଷା,କାଠପେଡ଼ି
·
ଆଡ଼ଣ—ଵିପଦରୁ ରକ୍ଷାର୍ଥେ ଢ଼ାଲ,ବର୍ମ,ପରଦା
ଵା ଅସ୍ତ୍ର,ମଲ୍ଲଯୁଦ୍ଧର କୌଶଳ ଵିଶେଷ
·
ଆଡ଼ତିଆ—ଡଗର,ଚାକର,ପାଖଲୋକ,ଟହଲିଆ
·
ଆତାଗମ—ଗମନାଗମନ,ଚଳପ୍ରଚଳ,ଚିହ୍ନଵର୍ଣ୍ଣ,ମାପ
·
ଆନ୍ତିଆ—ଏକ ଜାତୀୟ ପିଶାଚ
·
ଆପାତେ—ପଵନ ଗତିରେ
·
ଆପାନ—ମଦୁଆ ଗୋଷ୍ଠୀ
·
ଆଵର—(ଆଉର-ଅନ୍ୟ ରୂପ)ଆଉ,ପୁଣି,ଆପର,ଅନ୍ୟ
·
ଆମଞ୍ଚ—ଟଣାଭିଡ଼ା,ଓଟରା,ଆକର୍ଷଣ,ଶରସନ୍ଧାନ
·
ଆବୁରି—ଘେରିଵା,ବାଟ ନ ଛାଡ଼ିଵା,ଅଟକାଇଵା,ଦଖଲରେ
ରଖିଵା
·
ଆମ୍ଭନ୍ତ—ଆମ୍ଭଙ୍କୁ,ଆମକୁ(ଙ୍କୁ ବଦଳରେ ନ୍ତ;ପ୍ରାଚୀନ ଓଡ଼ିଆ)
·
ଆର—ଏଵଂ,ଅପର(ଵିଂ)
·
ଆରଣ—ଅଙ୍କୁଶ
·
ଆରଣି—ଯୁଦ୍ଧ
·
ଆରୋପଣ—ଆରୋପ,ସ୍ଥାପନ,ଚଳାଇଵା,ଘନୁରେ ଶରସନ୍ଧାନ
·
ଆଳ—ଘର,ମନ୍ଦିର(ଆଳୟ)
·
ଇଚ୍ଛାରନ୍ତି—ସମ୍ଭାଳନ୍ତି,ଵିଶ୍ରାମ
କରନ୍ତି
·
ଇୟତା—ଠିକଣା
·
ଇଶିତା—ପତି,ସ୍ୱାମୀ,ପ୍ରଭୁ
·
ଉକୁଚି—ଝୁଲିଵା,ଲମ୍ୱିଵା,ଟଣାହେଵା(ଉକୁଚାଇଵା—ଟାଙ୍ଗିଵା)
·
ଉକୁସି—ଉଗାଦେଇ,ଓଗେଇ,ଟାଣି ହୋଇ
·
ଉକ୍ଷୁଡ଼ି—ଆକର୍ଷଣ(ଉଚ୍ଛୁଡ଼ି)
·
ଉଗୁରିଵା(ଉବୁରିଵା) —ରକ୍ଷା ପାଇଯିଵା,ବଞ୍ଚିଯିଵା
·
ଉଗୁଳି— ବଳକା ହେଵା
·
ଉଘାଇଵା—ଅନ୍ୟ ଦୋଷ ଵା ଛିଦ୍ର ଦେଖାଇ ଵ୍ୟଙ୍ଗ
କରିଵା
·
ଉଚ୍ଚକାଠ—ଶୂଳୀ
·
ଉଚାଟ—ବାଉଳି,ଉତ୍କଣ୍ଠା,ଅସ୍ଥିରତା
·
ଉଚ୍ଛାଇ—ଵିଚ୍ଛାଇ(ଵ>ଉ)
·
ଉଜ—ତେଜ,ଓଜ(ଓ>ଉ)
·
ଉଜାଇ—ଉତ୍ତୋଳନ,ଚାଳନ,ଟେକାଇ
·
ଉଡ଼ଙ୍ଗ—ସର୍ପ,ପତକା
·
ଉଣା—କମ୍(ଊଣା)
·
ଉତ—ଉଠିଵା,ଆଗକୁ,ଉତ୍କର୍ଷ
·
ଉତ୍କର୍ମ—କାଠିକର(କଷ୍ଟକର)କାମ
·
ଉତାହୁଳ—ଉତ୍ତାଳ
·
ଉତ୍ତାନଶାହୀ—ଉପର ମୁହଁ କରି ଶୋଇ ରହିଵା ଵା ପଡ଼ିଯିଵା
·
ଉଦେକ—ପାଣି(ଉଦକ)
·
ଉଦ୍ୟାନ—ଶେଷ,ସମାପ୍ତ(ଯୁଝେଷ୍ଠି ଵିକଳ ହୁଅନ୍ତି
ଵେଳ ଉଦ୍ୟାନ ଜାଣି)
·
ଉନେଷି—ଡଗରେଇ,ଖୋଜି ଖୋଜି
·
ଉପଗତା—ଆଗନ୍ତୁକ
·
ଉପନ—ଉପହାର
·
ଉପନେସି—ଭାଵିଚିନ୍ତି
·
ଉପରାଣ—ଓଢ଼ଣୀ,ଵିଛଣା,ଘୋଡ଼ିହେଵା ଚାଦର
·
ଉପଲମ୍ୱ/ଉପଲମ୍ଭ—ଉପହାସ
·
ଉପୁଚି—ଉଠପଡ଼ ହେଵା,ଭାସି,ଉପରକୁ ଵାହାରିଵା
·
ଉପୋସ୍ତା—ପୁରୁଷେନ୍ଦ୍ରୀୟ
·
ଉପ୍ରୋଧ—ସ୍ନେହ,ମମତା,ଅନୁଗ୍ରହ
·
ଉଵାର—ଗୋପନ
·
ଉଭା—ଠିଆ,ଦଣ୍ଡାୟମାନ
·
ଉଭାସରା—ଆଗଭର,ଅଗ୍ରସର
·
ଉରଭଙ୍ଗା—ଛାତିଫଟା
·
ଉରିଆ—ଅନ୍ନପାତ୍ର(ଏଥର ORIYA ଲେଖିଵା
ଆଗରୁ ଦଶଥର ଭାଵିବେ)
·
ଉଷତ—ଆନନ୍ଦିତ,ଆହ୍ଲାଦିତ
·
ଉଲାଖ—ପ୍ରମାଣ,ଦୃଷ୍ଟାନ୍ତ,ତୁଳନା
·
ଉଲ୍ଲଳ—ରୋମଶ
·
ଉଶତୀ—ଅଭିଶାପ,ଅମଙ୍ଗଳ ଵାକ୍ୟ
·
ଉହାଇ—ଉଠାଇ,ଟେକିଧରି
·
ଏଘାନ୍ତି/ୟେଘାନ୍ତି—ଏଥରକ,ଏହିକ୍ଷଣି,ଵର୍ତ୍ତମାନ
·
ଏଂ—ଏ,ଦ୍ୱାରା,ରେ
·
ଏଥ—ଏ ସ୍ଵନାମର ତୀର୍ଯ୍ୟକ ରୂପ
·
ଏର୍ନ୍ନେକରି—ଏପରି କରି,ଏହିଭଳି
·
ଏସନ—ଏଥର
·
ଏହ୍ନେକ—ଏହ୍ନେ,ଏପରି,ଏ ରୂପେ,ଏଣୁକରି
·
ଓକ—ଵାସ,ଆଶ୍ରୟସ୍ଥାନ
·
ଓଛ—ନୀଚ,ହୀନ(ତୁଳନା=ଓଚ୍ଛା—ଗୁଜରାଟୀ)
·
ଓଧି—ପରିସୀମା,ସୀମା ପର୍ଯ୍ୟନ୍ତ
·
ଓନ୍ତରାନ୍ତ—ଅର୍ଥ ଅସ୍ପଷ୍ଟ (ଅର୍ଥ ଅନୁମାନ କରନ୍ତୁ—“ଅଵତାରନ୍ତେ ‘ଓନ୍ତରାନ୍ତ’
ଗାଳନ୍ତି ସେ ଭୂତ କୁତୂହୋଳେ”)
·
ଓପ୍ରୋଧ—ଦୟା,ଉପରୋଧ
·
ଓରିଆ(ୟା) —ହାଣ୍ଡି
·
ଓଳି—ଆକୃତି,ପ୍ରକୃତି
·
ଓଷେକ
ପୁଷ୍ୟ—ଅଶୋକ ପୁଷ୍ପ
·
ଓଷ୍ଠି—ସୁନ୍ଦର ଓଷ୍ଠଯୁକ୍ତା ସୁନ୍ଦରୀ
·
ଓସଣା—ତିକ୍ତ,କଟୁ
·
ଓହାରି—ଉଭାରି,ଠିଆକରି
·
ଓହୋ—ଉଭୟ(ଉଭୌ>ଓହୋ)
No comments:
Post a Comment