Tuesday, March 19, 2019

ଶ୍ଳୋକାର୍ଥ---05


ଉଭୌ ପକ୍ଷୌ ଶୁକ୍ଳୌ ଦିବିଚ ଭୁବି ଚାବାରିତ ଗତିଃ
ସଦା ମୀନଂ ଭୁକ୍ତେ ବସତି ସକଳ ସ୍ଥାଣୁଶିରସି
ବକେ ଚାନ୍ଦ୍ରଃ ସର୍ବଃ ଗୁଣସମୁଦୟଃ କିଂରଦଧିକୋ
ଗୁଣାଃ ସ୍ଥାନେ ମାନ୍ୟାଃ ନତୁ ନରବର ସ୍ଥାନରହିତାଃ 
ଅର୍ଥ : ବକର ଦୁଇଟିଯାକ ଡେଣା (ପକ୍ଷ) ଧଳା (ଶୁକ୍ଳ) ଭୁଇଁରେ (ଭୁବି) ଏବଂ ଆକାଶରେ (ଦିବି)
ତାହାର ଗତି ଅବାରିତ ସେ ସଦା ମୀନ ଭକ୍ଷଣ କରେ ଏବଂ ସବୁ ସ୍ଥାଣୁ (ଲଣ୍ଡାଗଛ) ମୁଣ୍ଡ ଉପରେ
ରହେ ଚନ୍ଦ୍ରର ସବୁଗୁଣ ଯାକ ବକଠାରେ ଟିକିଏ ଅଧିକ ଅଛି ହେ ନରଶ୍ରେଷ୍ଠ (ରାଜନ୍‌) ଗୁଣଗୁଡ଼ିକ  (ଉଚିତ)
ସ୍ଥାନରେ ମାନ୍ୟରେ ମାନ୍ୟ ହୁଅନ୍ତି ; (ଉଚିତ) ସ୍ଥାନରୁ ରହିତ ହେଲେ ମାନ୍ୟ ହୁଅନ୍ତି ନାହିଁ
ଚନ୍ଦ୍ରର ଦୁଇଟି ପକ୍ଷରୁ ଗୋଟିଏ ଧଳା , ଅନ୍ୟଟି କଳା ; ସେ କେବଳ ଆକାଶରେ ଗତି କରେ ସେ ଥରେ
ମାତ୍ର ମୀନ (ରାଶି) କୁ ଭୋଗ କରେ ଏବଂ କେବଳ ଗୋଟିଏ ସ୍ଥାଣୁ (ମହାଦେବ)ଙ୍କ ମୁଣ୍ଡରେ ଥାଏ 

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...