Monday, March 11, 2019

ସାରଳା ମହାଭାରତର ପଦ ୨


֎କ୍ଷତ୍ରିୟ ହୋଇଲେ ବହୁତ ବିବାଦୀ
ଅଳସ ଭୋଜନ ନିଦ୍ରା ସେ କି ହୋଅଇ ସଂସିଦ୍ଧି ।୧୪୬।
ନିତ୍ୟକର୍ମ ନୁଆସଇ ଦେବ ପିତୃ ଭଗତେ
ସକଳ ଧର୍ମ ନ ରହଇ ଯାହାର ଶହସ୍ର ଥାଇ ହାଥେ ।୧୪୭।
֎ମାଗୋ ବୟସ ଅଧିକ ସ୍ତିରୀଂକି ଯେ ହରନ୍ତି ଅବିଚାରେ
ଅସୁର ଯୋନିରେ ଜାତ ହୋଅନ୍ତି ସେ ନେଞ୍ଚଂକର ଘରେ ।୧୬୬।
֎ମାଗୋ ଭୋଜନ ରମଣ ଯେ ୟେକ କ୍ଷଣକର କଥା
ଜାତି ଅନ୍ତରେ ଆଚାର କଲେ ଶାସ୍ତି ଦିଅଇ ଜନ୍ତୁନାଥା ।୧୬୯।
֎ଅର୍ଜୁନ ବୋଇଲା ଦାସୀଂକର ପାଶ ସମାର୍ଜନୀର ବାତ
ବେଶ୍ୟାଂକର ଶରୀର ଚାଣ୍ଡାଳ ଜନଂକର ସଂଗତ ।୧୯୩।
ପାକାସ୍ପର୍ଶ ସ୍ତରୀ ଆଉ ଜାତି ଅନ୍ତର ଲୋକେ
ୟେହାନ୍ତ ଛୁଇଂଲେ ଉର୍ବଶୀ ଲୋ ଦୋଷ ଯେ ଅନେକେ ।୧୯୪।
ଗ୍ୟାନଥାଉଂ ୟେହାନ୍ତ ଛୁଇଂତେ ନ ଯୋଗାଇ
ପରଲୋକେ ଅକାରଣ ଗୋ ସଜ୍ଜନ ସଭାରେ ଦୂଷିତ ହୋଇ ।୧୯୫।
֎ଇଚ୍ଛାୟେ ଭୋଜନ ବାଞ୍ଛାୟେ ପୀରତି
ପୁଣ୍ୟେଣ ୟେମାନ ସେ ପ୍ରାପତ ଜାଣ ହୁଅନ୍ତି ।୨୦୭।
֎ଇନ୍ଦ୍ର ବୋଇଲେ ସଭାରେ ଜିତା ପୁତ୍ର ରିପୁ ଦହନ୍ତା
ଗୁଣବନ୍ତ ସାନଭ୍ରାଥ ବିତକ୍ଷଣ ଜାମାତା |୨୭|
֎ ବଇରିକି ଜିଣିଲେ ସେ ଆପଣେ ପାଇ ଯଶ
ଅନ୍ୟ ଲୋକକୁ ବିନାଶ କରଇ କାପୁରୁଷ ୧୦୭
କୁଳଶ୍ରେଷ୍ଠ ବିପ୍ରଦେବତା ବିଜେକାଳେ
ୟେଡ଼େକ ଦେଖି ଆସ୍ତାନ ତେଜିବ ବୋଲି ବୋଇଲେ ଆଖଣ୍ଡଳେ |୨୮|
֎   ଶତେକ କୁଟୁମ୍ବ ୟେକ ଅଭ୍ୟାଗତେ ସରି
ଶତେ ଅଭ୍ୟାଗତେ ୟେକା ବ୍ରାହ୍ମଣକେ ସରି ୭୦
ଶତେକ ବ୍ରାହ୍ମଣ ଯେ ୟେକ ତପୋଧନୀ
ଶତେ ତପୋଧନୀରେ ସରି ୟେକ ମହାମୁନୀ ୭୧
ଶତେ ମହାମୁନୀ ସରି ୟେକ ମହାଋଷି
ଶତେ ମହଋଷିରେ ୟେକଇ ଯୋଗୀ ଭିକ୍ଷାଶୀ ୭୨
֎ ଅବଶ୍ୟ ପ୍ରାଣୀଂକି ହୁଅଇ ଦୁଖ ସୁଖ
ସମ୍ପଦ ଥିଲେ ବିପଦ ଆସଇ କି ପାଖ 
ସର୍ବଦା ଦିନ ସମ୍ପଦେ କାହାରହିଂ ଯାଇ
ଯହୁଂ ଆସିଥାଇ ତହିଂରେଣ ମିଶଇ 
ବୋଲନ୍ତି ମର୍ତ୍ତ୍ୟଲୋକ ସମ୍ପଦ ଆମ୍ଭର
କେ ଅର୍ଜିଥିଲା ତାହାର ମୂଳ କେଉଂଠାର  ୧୦
ଅଜା ବାପା ଦେହାନ୍ତରେ ଧନ ବିନା ଦୁଃଖୀ
ୟେବେ ପୁତ୍ର ବୋଲେ ମୋହୋର ଚତୁବର୍ଗେ ସୁଖୀ  ୧୧
ସେ ନୁହଇ ତାହାର ଧନ ଧନୀକର ଜାଣ
ଆସିଥାଇ ୟେହା ପାଶ ଜଗିବାକୁ ପୁଣ  ୧୨
ସମ୍ପଦ ଥିଲେ ବିପଦ ଆସଇଟି ପାଶ
ବିପଦର ​‌ବେଳେ ସମ୍ପଦ କାହିଂ କରେ ବାସ  ୧୩
ବିପଦ କାଳେ ସମ୍ପଦ କାହିଂ ଥାଇ
ସମ୍ପଦକାଳେ କି ବିପଦ ଥାଇ ରହି   ୧୪
֎ ଗୋରୁ ବ୍ରାହ୍ମଣ ହତ୍ୟାରୁ ଅଛଇ କି ଦୋଷ
ୟେହା ଜାଣି ମହାତମା ଜଳରେ ଯାଇଂ ପଶ ୮୭
ଯୁଝେଷ୍ଠି ଦେବେ ବୋଇଲେ ଯେ ହୋଇ ବିଶ୍ୱାସଘାତକୀ
ଭୋଜନ ଦେଇ ଯେ ନାଶ କରଇ ପ୍ରାଣୀଂକି ୮୮
ଆପଣେ ଦେଇ ଯେ ଦାତବ୍ୟ ଲୋକନ୍ତ ବାରି
କଲାର କୃତକର୍ମ ସେହୁ ଯେବଣ ଲୋକ ହରି ୮୯
ଆପଣେ ଦେଇ ଯେ ଦାତବ୍ୟ ଲୋକନ୍ତ ବାରି
ବ୍ରହ୍ମହତ୍ୟା ଦୋଷରୁ ୟେ ଅଟଇ ବଡ଼ ଭାରି ୯୦
                                   ଆହୋ ମହାତମା ରାଜା କାହାକଇଂ ବଶ୍ୟ
ଭଣ୍ଡାର ବିଧ୍ୱଂସଇ କେ ସଂସାର କରଇ ନାଶ ୯୩
ଯୁଝେଷ୍ଠିଦେବେ ବୋଇଲେ ରାଜା ଧର୍ମରେ ହୋୟେ ବଶ୍ୟ
ଅଧର୍ମ କ୍ରୋଧରେ ଭଣ୍ଡାର ଯାଇ ନାଶ ୯୪
                                       ଧର୍ମବକ ବୋଇଲେ ବନସ୍ତହୁଂ କେ ବଡ଼ ଅଛିଟିକି
ୟେ ମୋତେ ଦୃଢ଼କରି କହୟେକ ବାକି ୧୦୦
ଯୁଝେଷ୍ଠି ବୋଇଲେ ୟେ ବଡ଼ାଇ ଗହନ
ଯାଉଂ ଯାଉଂ ଅବଶ୍ୟ ଶେଷ ହୋଇ ବନ ୧୦୧
ଶାହାସ୍ର ବୋଲି କରିଣ ଯେବଣ ବାଟଗୋଟି
ପ୍ରାନ୍ତକରି ପାରିଲେ ସେହି ଗହନଟି ୧୦୨
                                             ଧର୍ମବକ ବୋଇଲା ବୁଝାଇ କହ ମୁକୁ
କେବଣ ପୁରୁଷ ମିତ୍ର ହୋୟେ ପ୍ରବାସକୁ ୧୦୩
ଯୁଝେଷ୍ଠି ବୋଇଲେ ଆହୋ ଶୁଣ ଧର୍ମବକ
ବିଦ୍ୟା ମଇତ୍ର ପ୍ରବାସକୁ ଶୁଣ ହୋ ଧାର୍ମିକ ୧୦୪
ଧର୍ମବକ ବୋଇଲା ହୋ ତୁ ଅଟୁ ପଣ୍ଡିତ
ଗୃହକୁ ମଇତ୍ର କେହୁ କହିବାକ ବାକ୍ୟ ସତ୍ୟ ।୧୦୫।
ଯୁଝେଷ୍ଠି ବୋଇଲେ ସୁଲକ୍ଷଣୀ ଗୁଣବନ୍ତୀ
ଗୃହକୁ ମଇତ୍ର ହୋଇ ଆପଣା ଯୁବତୀ ।୧୦୬।
                                           ପୁଣ ଧର୍ମବକ ପୁଚ୍ଛାକଲା ଯୁଝେଷ୍ଠିକି
ଆହୋ ମହାତମା କେ ସଖା ହୋଇବ ବ୍ୟାଧିକି ୧୦୭
ଆହୋ ମହାତମା ଶରୀରକଇଂ  ହୋଅଇ ଅପାର ବ୍ୟାଧି
ବ୍ୟାଧିକି ମଇତ୍ର ଅଟଇ ମଉଷଧି ୧୦୮
ଶ୍ରାନ୍ତେଣ ଯୁଝେଷ୍ଠିଦେବ ଯେ ପିଇ ଲୋଡ଼ନ୍ତି ପାଣି
ଧର୍ମବକ ବୋଇଲା ରହ ରହ ପିଉକିନା ୟେହିକ୍ଷଣି ୧୦୯
ଧର୍ମବକ ବୋଇଲା ଅନେକ ପାପ ସଂସାରକୁ
କେ ମଇତ୍ର ହୁଅଇ ପ୍ରାଣ ସନ୍ଦେହ କାଳକୁ ୧୧୦
ଯୁଝେଷ୍ଠି ବୋଇଲେ ହୋ ଆନ ମଇତ୍ର ନାହିଂ
ଧର୍ମ କରିଥିଲେ ପ୍ରାଣ ସନ୍ଦେହକୁ ମଇତ୍ରଟି ସେହି ୧୧୧
ଧର୍ମବକ ବୋଇଲା ଆପଦ ପଡ଼ିଲେ କେ ପାର କରଇ
ଯୁଝେଷ୍ଠି ବୋଇଲେ ହୋ ଦୁର୍ଗା ସୁମରିଲେ  ରକ୍ଷାପାଇ ୧୧୨
ଧର୍ମବକ ବୋଇଲେ ପ୍ରାମଦ ପଡ଼ିଲେ କେ କରଇ ମୁକତି
ଯୁଝେଷ୍ଠି ବୋଇଲେ ଧର୍ମବଳ ଥିଲେ ଫିଟଇ ଦୁର୍ଗତି ୧୧୩
                               ଧର୍ମବକ ବୋଇଲା ହୋ ଆକାଶ ମଣ୍ଡଳ
କେତେକ ବିସ୍ତାରେ ସେ ଅଟଇ ପରିମଳ ୧୧୫
ଯୁଝେଷ୍ଠିଦେବ କଲେ ବଚନ ପ୍ରକାଶ
ଶୁଣ ହୋ ମହାତମା ଚତୁର ଅଙ୍ଗୁଳ ଆକାଶ ୧୧୬
ଧର୍ମବକ ବୋଇଲା ହୋ ଶୁଣ ମହାମତି
କେତେକ ପାଦ ଅଟଇ ହାଦେ ୟେହୁ ପୃଥୀ ୧୧୭
ଯୁଝେଷ୍ଠି ଦେବେ ବୋଇଲେ ତୁ ବଡ଼ାଇ ଧାର୍ମିକ
ପୃଥିବୀଯାକ ସର୍ବେ ବେନି ଯେ ପାଦେକ ୧୧୮
ଧର୍ମବକ ବୋଇଲେ ତୁ କହିଲୁ ବିଶେଷି
ଛଡ଼ଋତୁ ମଧ୍ୟେ କେତେ ଧାରା ଯେ ବରଷି ୧୧୯
ଶୁଣ ହୋ ମହାତମା ଗ୍ୟାନୀ ନିରାକାରଇ
ପୃଥୀର ମଧ୍ୟେ ବରଷଇ ନବ ଧାରଇ ୧୨୦
ଧର୍ମବକ ବୋଇଲା ଶୁଣସି ପୁରୁଷ
କେତେ ତାରା ଉଦେ ହୋଅନ୍ତି ଆକାଶ ୧୨୧
ଧର୍ମବକର ବଚନେ ଯୁଝେଷ୍ଠି ବୋଇଲେ
ଗଗନେ ବେନିତାରା ସୁଗ୍ୟାନୀ କହିଲେ ୧୨୨
 ବୋଇଲେ ସ୍ୱର୍ଗ ମଞ୍ଚ ପାତାଳ ୟେ ତିନି ଭୁବନେ
କେତେକ ଦ୍ୱାର ବାବୁ କହକିନା ବିଦ୍ୟାମାନେ ୧୨୪
ଯୁଝେଷ୍ଠିଦେବେ ବୋଇଲେ ଧର୍ମବକ ଆଗର
ସଚରାଚର ମଧ୍ୟରେ ଅଟଇ ଦଶଦ୍ୱାର ୧୨୫
ନବଦ୍ୱାର ଆତଯାତ ଦ୍ୱାରେକ ଅଟଇ ଗୋପ୍ୟ
ୟେମନ୍ତ ବୋଲି କହିଲେ ଯୁଝେଷ୍ଠିଦେବ ନୃପ ୧୨୬
ଧର୍ମବକ ବୋଇଲା ଶୁଣ ହୋ ମହାବ୍ରହ୍ମ
କେବଣ ଭୁବନେ ଥାଇ ସତ୍ୱ ରଜ ତମ ୧୨୭
ରଜୁଂ ଜାତ ବ୍ରହ୍ମା ସେବନ୍ତି ଆକାଶେ
ସତୁଂ ଜାତ ବିଷ୍ଣୁ ସେବନ୍ତି ପାତାଳ ସ୍ୱର୍ଗବାସେ ୧୨୮
ତମୁଂ ଜାତ ରୁଦ୍ର ସେବନ୍ତି ମର୍ତ୍ତ୍ୟମଣ୍ଡଳେ
ବ୍ରହ୍ମକର୍ମ ସାଧନ୍ତି ୟେ ତ୍ରିକାଳେ ୧୨୯
ଆହୋ ଧର୍ମବକ ପ୍ରାତକାଳେ ବ୍ରହ୍ମା ମଧ୍ୟକାଳେ ବାସୁଦେବ
ସନ୍ଧ୍ୟାକାଳେଣ ସେ ଯେ ବସନ୍ତି ସଦାଶିବ ୧୩୦
ଧର୍ମବକ ବୋଇଲାକ ଶୁଣ ହୋ ପୁରୁଷ
କେ କେ ଅଟନ୍ତି ପୃଥୀ ଆପ ତେଜ ବାୟବ୍ୟ ଆକାଶ ।୧୩୧
ଯୁଝେଷ୍ଠି ବୋଇଲେ ପୃଥୀ ଭୂମି, ଆପ ପାଣି ,ତେଜ ଚନ୍ଦ୍ରସୂର୍ଯ୍ୟ ବାୟବ୍ୟ ପବନ , ତାରକା ଆକାଶ
ଆଦ୍ୟଅନ୍ତ ମଧ୍ୟ କରିବାକୁ ଅଟନ୍ତି ୟେ ପଞ୍ଚ ପୁରୁଷ ୧୩୨
ଯୁଝେଷ୍ଠି ବୋଇଲେ ୟେ ପଞ୍ଚ ପଞ୍ଚାଶ ବୋଲାଇ
ପାଖୁଡ଼ା ମଧ୍ୟ କେଶର ଆବୋରନ୍ତି ଥାଇ ୧୩୩
ଧର୍ମବକ ବୋଇଲା ବାବୁ କାଳ ବୋଲି କେବଣ ପୁରୁଷ
କେ ତାର ପିତାମାତା କାହୁଂ କାହିଂ ତାର ବାସ ୧୩୪
ଯୁଝେଷ୍ଠି ବୋଇଲେ ଯାହା ପୁଚ୍ଛାକଲୁ ମୁକୁ
କାଳପୁରୁଷର କଥା କହଇ ମୁଂ ତୁକୁ ୧୩୫
ସ୍ତମ୍ଭନ ମୋହୋନ ଯେ ବଶ ଉଚ୍ଚାଟନ ଧାତୁବାଦବିଦ୍ୟା
ଧାର୍ମିକ ବିବେକ ସେ କହି ପାରଇ ସଂସିଦ୍ଧା ୧୩୬
ଯୁଝେଷ୍ଠି ଦେବେ ବୋଇଲେ ୟେ ଜନ୍ମେ ତୁହି ଅବା ହୋଇଲୁ ଆସି ବକ
ବିବେକ ଗୁଣବନ୍ତ ତୁ ବଡ଼ାଇ ଧାର୍ମିକ ୧୩୭
କାଳ ବୋଲିଣ ହାଦେ ଯେଉଂଣ ପୁରୁଷ ବିଚାର
ଅକ୍ଷୟ ଅବ୍ୟୟ ଅବିକାର ଅଣାକାର ୧୩୮
ଷଡ଼ପଦ୍ମ ପରେ ପୁଣି ତ୍ରିବେଣୀ ସଂଗମ
ନାସିକା ଚକ୍ଷୁ ମଧ୍ୟରେ କର ହୋ ସନ୍ଧାନ ୧୩୯
ସେ କର୍ମ ପୁରୁଷକୁ ଭେଟିବ ବୁଦ୍ଧିବଳେ
ଅଜପା ଲୟେ କରିଣ ବସିବ ନିଶ୍ଚଳେ ୧୪୦
ମହାଅନନ୍ତ ଶିର ଶେଖେର ମଣି ଆସନ
ବିଂଶ ଦ୍ୱାଦଶ ଷୋଡ଼ଶ ଦୁଇ ଦଳେଣ ୧୪୧
ଯାଇ ଥାଇ ନାଶ ନାହିଂ ଉଦେ ଅସ୍ତ
ନାହିଂ ନିଦ୍ରା ମଇଥୁନ ନାହିଂ ଦିବାରାତ୍ର ୧୪୨
ପ୍ରଥମେ ଅବ୍ୟକ୍ତ ହେଲା ଲୋହିତର ବର୍ଣ୍ଣ
ସବ୍ୟକତ କାଳେ ହେଲା ଶୁଦ୍ଧ ସଷ୍ଟିକର ଚିହ୍ନ ୧୪୩
ନାଦ ବିନ୍ଦରୁ ବାହାର ମହାବ୍ରହ୍ମ ଭେଦି
ପଦ୍ମାସନ ହୋଇଣ ସେ ସ୍ଥୂଳ ଶୂନ୍ୟ ରୁନ୍ଧି ୧୪୪
ତିନିଧାତୁ ତିନିତତ୍ତ୍ୱ ଘେନି ନିରାମୟେ
କଳପ ଶେଷେ କରଇ ସବୁଂକରି କାୟେ ୧୪୫
ଆକାଶରେ ଶିର ହୃଦଗତେ ମଧ୍ୟପୁରୀ
ପାଦ ପତାଳରେ ତୁମ୍ଭେ ଥିଲ ଯା ପଚାରି ୧୪୬
ଅଜୟେ ଅଭୟେ ସେ ଅବ୍ୟୟେ ନିରଞ୍ଜନ
ଅବିଶ୍ରାମ ପୁରୁଷ ସର୍ବ କରେ ସେ ଲେଖନ ୧୪୭
ଶୁଣ ଧର୍ମବକ ବ୍ରହ୍ମା ଜାଣନ୍ତି ମୂର୍ତ୍ତି
ଚିହ୍ନ ବର୍ଣ୍ଣ ନାହିଂ ସେ ଶବଦକୁ ଜାଣନ୍ତି ୧୪୮
ଜାଣିଶୁଣି ୟେ ସଂସାରେ ହେଉଛନ୍ତି ବଣା
କାହାକୁ କେଉଂ ପୁରୁଷ କରେ ଗଣନା ୧୪୯
ବୀଜ ପତନ ହୋଇଲେ କ୍ଷୟେ ନୋହେ କର୍ମେ
କାଳ କାମ ବିଚାରି କରିବ ଲୋକ ଧର୍ମେ ୧୫୦

֎ ବିପଥ ଅମାର୍ଗ ବନ୍ଧନ ଥିବା ଭୂଇଂ
ଫିଟିଲେ ତହିଂ ବାବୁ ଦଣ୍ଡେହେଂ ନ ରହି ।୨୩୩।

֎ ଜୟେକଲା ଗଡ଼ଇଂ
ତହିଂ ରହିଲେ ଅବଶ୍ୟ ପ୍ରମାଦ ପଡ଼ଇ ।୨୩୪।

֎

ଜିଣିମା ଜୁଆରେ
କ୍ଷଣେହେଂ ନ ରହି ତହିଂ ଆସିବା ନିଜ ପୁରେ ।୨୩୫।
֎ ଚଉର୍ଯ୍ୟ କଲାଠାରେ
ବହନ ପଳାଇବ ପଦାର୍ଥ ପଡ଼ିଲେ ହାଥରେ ୨୩୬
କାର୍ଯ୍ୟ ଯହିଂ ଲଭି ତହିଂ ରହିବ କ୍ଷଣେ
ୟେହେନେକ ବାକ୍ୟ ଅଛି ଶାହାସ୍ର ବିଧାନେ ୨୩୭
ୟେତେ ପରିମାଣି ପାରନ୍ତି ଯେଉଂଣ ଜନ
ଅବଶ୍ୟ ପ୍ରମାଦ ତହିଂ ପଡ଼ଇ ତତକ୍ଷଣ ୨୩୮
ଶକୁନି ବୋଇଲା ହୋ ତୀର୍ଥକଲା ଭୂମି
ପିଣ୍ଡଦାନ କରି ତହିଂ କ୍ଷଣେକ ବିଶ୍ରାମି ୨୩୯


No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...