My Blog List

Showing posts with label ପାକିସ୍ତାନ. Show all posts
Showing posts with label ପାକିସ୍ତାନ. Show all posts

Thursday, December 11, 2025

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ଥିଲା ଭାରତର ଅର୍ଥନୀତିକୁ ଭିତରୁ ଭିତରୁ ଖାଇ ଖାଇ ଖୋଳି କରିଦେଵାର ଏକ ଦୀର୍ଘକାଳୀନ ଯୋଜନା ଯାହା ୧୯୯୦ ଦଶକର ଆଦ୍ୟକାଳରୁ ଆରମ୍ଭ ହୋଇ ୨୦୧୬ ପର୍ଯ୍ୟନ୍ତ ଚାଲିଥିଲା। ଏହାର ମୁଖ୍ୟ ଅସ୍ତ୍ର ଥିଲା ଉଚ୍ଚମାନର ନକଲି ଭାରତୀୟ ମୁଦ୍ରା (FICN) ଯାହା ପାକିସ୍ତାନର ସରକାରୀ ପ୍ରିଣ୍ଟିଙ୍ଗ୍ ପ୍ରେସ୍ରେ ଛାପାଯାଉଥିଲା ଏଵଂ ଏହା ଆତଙ୍କଵାଦୀ ସଂଗଠନ ଲଶ୍କର୍-ଏ-ତୋଇବା, ହରକତ୍-ଉଲ୍-ମୁଜାହିଦିନ୍, ଜୈଶ୍-ଏ-ମହମ୍ମଦ ଓ ହିଜବୁଲ୍ ମୁଜାହିଦିନ୍ ପାଇଁ ଅର୍ଥ ଯୋଗାଉଥିଲା।

୧୯୮୯ରେ କାଶ୍ମୀରରେ ଵିଚ୍ଛିନ୍ନତାଵାଦୀ ଆନ୍ଦୋଳନ ଆରମ୍ଭ ହେଵା ପରେ ISI ଭାରତକୁ ଅର୍ଥନୈତିକ ଭାବେ ଦୁର୍ଵଳ କରିଵାର ଯୋଜନା ଚଳାଇଲା। ୧୯୯୩ରେ ମୁମ୍ବାଇ ଵିସ୍ଫୋରଣରେ ପ୍ରଥମେ ନକଲି ନୋଟ୍‌ର ଵ୍ୟଵହାର ଦେଖାଯାଇଥିଲା। ୧୯୯୬ରେ ପାକିସ୍ତାନ ସିକ୍ୟୁରିଟି ପ୍ରିଣ୍ଟିଙ୍ଗ୍ କର୍ପୋରେସନ୍ (PSPC) କରାଚୀରେ ଭାରତୀୟ ମୁଦ୍ରା ପ୍ଲେଟ୍ ପ୍ରସ୍ତୁତ କରିଵା ଆରମ୍ଭ କଲା। ଏହି ପ୍ଲେଟ୍ଗୁଡ଼ିକ ଭାରତର ନାସିକ୍ ସିକ୍ୟୁରିଟି ପ୍ରିଣ୍ଟିଙ୍ଗ୍ ପ୍ରେସ୍‌ର ଡିଜାଇନ୍ ସହ ପ୍ରାୟ ସମାନ ଥିଲା। କିନ୍ତୁ ଭାରତୀୟ ନୋଟ୍‌ର ପ୍ଲେଟ୍ ପାକିସ୍ତାନକୁ କିପରି ମିଳିଲା ତାହା ଏଠାରେ ଜାଣିନେଵା ଉଚିତ୍ ହେଵ । 

୧୯୯୪-୨୦୦୨ ମଧ୍ୟରେ ନାସିକ୍ ପ୍ରେସ୍‌ର କେତେକ ଉଚ୍ଚପଦସ୍ଥ ଅଧିକାରୀ ଓ ଟେକ୍ନିସିଆନ୍‌ମାନେ ISI ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ। ସବୁଠାରୁ ବଡ଼ ଘଟଣା ୨୦୦୦ରେ ଧରାପଡ଼ିଥିଲା ଯେତେବେଳେ ନାସିକ୍ ପ୍ରେସ୍‌ର ଜଣେ ସିନିଅର ଇଞ୍ଜିନିଅର ଓ ତାଙ୍କର ଦୁଇ ସହକର୍ମୀଙ୍କୁ CBI ଗିରଫ କରିଥିଲା। ସେମାନେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ମାଷ୍ଟର ଇଣ୍ଟାଗ୍ଲିଓ ପ୍ଲେଟ୍‌ର ଡିଜିଟାଲ୍ ସ୍କାନ୍ ଓ କେତେକ ପୁରୁଣା ପ୍ଲେଟ୍‌ର ନକ୍ସା ISI ଏଜେଣ୍ଟଙ୍କୁ ଦେଇଥିଲେ। ଏହି କେସ୍‌ରେ ନାମ ଥିଲା “Nasik Security Press Espionage Case 2000”।

ଭାରତ ୧୯୮୦ ଦଶକରୁ ଉଚ୍ଚ ସୁରକ୍ଷା କାଗଜ ଓ କେତେକ ପ୍ଲେଟ୍ ଡିଜାଇନ୍ ବ୍ରିଟେନ୍‌ର De La Rue Giori (ପରେ ସୁଇଜରଲ୍ୟାଣ୍ଡ୍‌ର KBA-NotaSys) ଠାରୁ କିଣୁଥିଲା। ୧୯୯୫-୯୬ରେ ପାକିସ୍ତାନ ମଧ୍ୟ ଏହି କମ୍ପାନି ଠାରୁ ନିଜର ମୁଦ୍ରା ପାଇଁ ଇଣ୍ଟାଗ୍ଲିଓ ମେସିନ୍ ଓ ପ୍ଲେଟ୍ କିଣିଥିଲା। ଏହି ସମୟରେ ISI ଏଜେଣ୍ଟମାନେ De La Rueର କେତେକ କର୍ମଚାରୀଙ୍କୁ ଉତ୍କୋଚ ଦେଇ ଭାରତୀୟ ୫୦୦ ଓ ୧୦୦୦ ନୋଟ୍‌ର ସମ୍ପୂର୍ଣ୍ଣ ଡିଜାଇନ୍ ଫାଇଲ୍ (vector artwork ଓ intaglio engraving data) ପାଇ ଯାଇଥିଲେ। ଏହା ୨୦୧୬ରେ NIAର “Operation Clean Money” ଓ ୨୦୧୮ରେ ଜର୍ମାନୀର BKA ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଛି।

୧୯୯୭ ପରେ ପାକିସ୍ତାନ ଦୁବାଇରୁ ଜର୍ମାନୀର KBA-Giori କମ୍ପାନିର ୪ଟି ପୁରୁଣା କିନ୍ତୁ ଉଚ୍ଚମାନର Super Orlof Intaglio ମେସିନ୍ କିଣି କରାଚୀ ଓ ଲାହୋରକୁ ପଠାଇଥିଲା। ଏହି ମେସିନ୍‌ଗୁଡ଼ିକ ଭାରତର ନାସିକ୍ ଓ ଦେୱାସ୍‌ରେ ଥିବା ମେସିନ୍ ସହ ପ୍ରାୟ ଏକାପ୍ରକାର ଥିଲା। ଏହି ମେସିନ୍ ସହିତ ଭାରତୀୟ ନୋଟ୍‌ର ନିଖୁଣ ପ୍ଲେଟ୍ ମଧ୍ୟ Malik Siraj Akhtar ନାମକ ପାକିସ୍ତାନୀ ଵ୍ୟଵସାୟୀ ଯୋଗାଇ ଦେଇଥିଲା। ମାଲିକ ସିରାଜ୍‌କୁ ୨୦୧୦ରେ ଦୁବାଇରେ NIA ଓ UAE ପୋଲିସ୍ ମିଶି ଗିରଫ କରିଥିଲେ ଏଵଂ ତା’ ଠାରୁ ପ୍ରମାଣ ମିଳିଥିଲା ଯେ ସେ ନାସିକ୍ ପ୍ରେସ୍‌ର ଚୋରି ହୋଇଥିଵା ଡିଜାଇନ୍ ଓ ପ୍ଲେଟ୍ ଡାଟା ଵ୍ୟଵହାର କରି ପାକିସ୍ତାନ ସରକାରୀ ପ୍ରେସ୍‌କୁ ଯୋଗାଇ ଦେଉଥିଲା।

୧୯୯୮ର ନ୍ୟୁକ୍ଲିୟର୍ ପରୀକ୍ଷଣ ପରେ ପାକିସ୍ତାନ ଉପରେ ଅର୍ଥନୈତିକ ନିଷେଧାଜ୍ଞା ଲାଗିଲାରୁ ପ୍ରୋଜେକ୍ଟ କରାଚିକୁ ପାକିସ୍ତାନ ଆହୁରି ତୀଵ୍ରତର କଲା।

୨୦୦୧ରେ ଭାରତୀୟ ସଂସଦ ଉପରେ ଆକ୍ରମଣ ପରେ ଆଇଏସ୍ଆଇ ଉତ୍ସାହିତ ହୋଇ ଆତଙ୍କଵାଦୀ ସଂଗଠନଙ୍କ ସାହାଯ୍ୟରେ ଆହୁରି ଆକ୍ରମଣ କରିଵା ପାଇଁ ନକଲି ନୋଟ୍‌ର ପରିମାଣ ବଢ଼ାଇଦେଲା। ୨୦୦୩ରେ ଭାରତରେ ଜବତ ହୋଇଥିଵା ନକଲି ନୋଟର ପରିମାଣ ଥିଲା ୩୫ କୋଟି ଟଙ୍କା ଯାହା ୨୦୦୬ରେ ୧୫୦ କୋଟି ଏଵଂ ୨୦୧୦ରେ ୧୭୦୦ କୋଟିରେ ପହଞ୍ଚିଗଲା। ଏହି ସମୟରେ ପାକିସ୍ତାନର ମୁଲତାନ୍ କ୍ୱେଟା ପେଶାୱର୍ ଓ ଲାହୋର୍‌ର ସରକାରୀ ପ୍ରେସ୍‌ରେ ଭାରତୀୟ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଛାପାଯାଉଥିଲା। ଏହି ନୋଟ୍‌ଗୁଡ଼ିକର କାଗଜ ଥିଲା ୧୦୦% ର୍ୟାଗ୍ ପଲ୍ପ ଯାହା ଭାରତର ନାସିକ୍ ପ୍ରେସ୍ ସହ ସମ୍ପୂର୍ଣ୍ଣ ମେଳ ଖାଉଥିଲା। ଫରେନ୍ସିକ୍ ରିପୋର୍ଟ୍ ଅନୁଯାୟୀ ଏହି ନକଲି ନୋଟ୍‌ର Watermark,Security Thread ଓ Optically Variable Ink ପର୍ଯ୍ୟନ୍ତ ପ୍ରକୃତ ଭାରତୀୟ ନୋଟ୍ ସହ ଏତେ ନିଖୁଣଭାବେ ମିଶିଯାଉଥିଲା ଯେ ସାଧାରଣ ଦୃଷ୍ଟିରେ ପାର୍ଥକ୍ୟ କରିଵା ପ୍ରାୟ ଅସମ୍ଭଵ ହୋଇପଡ଼ୁଥିଲା।

ପାକିସ୍ତାନରୁ ଛପାହୋଇଥିବା ଉଚ୍ଚମାନର ନକଲି ଭାରତୀୟ ମୁଦ୍ରା (FICN) ଭାରତ ଭିତରକୁ ପହଞ୍ଚାଇଵା ପାଇଁ ISI ତଥା Dawood Ibrahimର D-Company ମିଶି ଚାରୋଟି ମୁଖ୍ୟ ପଥ ଵ୍ୟଵହାର କରୁଥିଲେ ‌ । 

ପ୍ରଥମ ଏଵଂ ସବୁଠାରୁ ବଡ଼ ପଥ ଥିଲା କରାଚୀରୁ ଦୁବାଇ ଦେଇ ଢାକା ଏଵଂ ସେଠାରୁ ପଶ୍ଚିମବଙ୍ଗରେ ନକଲି ନୋଟ୍ ପହଞ୍ଚାଇଵା। କରାଚୀର PSPC କିମ୍ବା ମାଲିକ ସିରାଜ୍ ଅଖ୍‌ତର୍‌ର ଘରୋଇ ପ୍ରେସ୍‌ରୁ ନକଲି ନୋଟ୍‌ଗୁଡ଼ିକ ପ୍ରଥମେ ସମୁଦ୍ରପଥରେ କିମ୍ବା ଏୟାର୍ କାର୍ଗୋରେ ଦୁବାଇ ପହଞ୍ଚୁଥିଲା। ଦୁବାଇରେ Dawoodର ଭାଇ Anees Ibrahim ଏଵଂ ତାହାର ସହଯୋଗୀ Aftab Batki ଏହାକୁ ଗ୍ରହଣ କରି ବଙ୍ଗଳାଦେଶଗାମୀ ଵିମାନରେ ଢାକା ପଠାଉଥିଲା। ଢାକାରେ ଜଣେ ବଡ଼ ହକର୍ ଥିଲା ତାହାର ନାମ Haji Mohammad Salim ଯିଏ ଏହି ନୋଟ୍‌ଗୁଡ଼ିକୁ ପେଟିକୋଟ୍ ସୀମାନ୍ତ(Petrapole-Benapole) ଦେଇ ମୁର୍ଶିଦାବାଦ୍, ମାଲଦା ଓ ଉତ୍ତର ୨୪ ପରଗଣା ଜିଲ୍ଲାକୁ ପଠାଉଥିଲେ। ଏହି ପଥରେ ପ୍ରାୟ ୬୦-୭୦ ପ୍ରତିଶତ ନକଲି ନୋଟ୍ ଭାରତକୁ ଆସୁଥିଲା ଏଵଂ ଏହାକୁ NIA ଓ BSF “Malda Route” ନାମ ଦେଇଥିଲେ।

ଦ୍ୱିତୀୟ ପଥ ଥିଲା କରାଚୀରୁ କୁଆଲାଲମ୍ପୁର୍ ଏଵଂ ସେଠାରୁ କାଠମାଣ୍ଡୁ ଦେଇ ଉତ୍ତରପ୍ରଦେଶ ଓ ବିହାର। କରାଚୀରୁ ନୋଟ୍‌ଗୁଡ଼ିକ ମଲେସିଆର କୁଆଲାଲମ୍ପୁର୍ ଵିମାନବନ୍ଦରକୁ ଆସୁଥିଲା ଯେଉଁଠାରେ ନେପାଳୀ ତସ୍କର ଏଵଂ କେତେକ ଭାରତୀୟ ହକର୍ ଏହାକୁ ଗ୍ରହଣ କରୁଥିଲେ। ସେଠାରୁ କାଠମାଣ୍ଡୁ ଵିମାନବନ୍ଦରକୁ ଯାଇ ବୀରଗଞ୍ଜ-ଗୋରଖପୁର କିମ୍ବା ଭୈରହଓ୍ବା-କୁଶିନଗର-ମହାରାଜଗଞ୍ଜ ଖୋଲା ସୀମା ଦେଇ ଉତ୍ତରପ୍ରଦେଶର ଗୋରଖପୁର, ଦେଓରିଆ, ମହାରାଜଗଞ୍ଜ ଓ ବିହାରର ପଶ୍ଚିମ ଚମ୍ପାରଣ, ପୂର୍ଵ ଚମ୍ପାରଣ ଜିଲ୍ଲାକୁ ପହଞ୍ଚୁଥିଲା। ଏହି ପଥର ମୁଖ୍ୟ ହକର୍ ଥିଲା ନେପାଳର ଯୁନୁସ୍ ଅନ୍ସାରୀ ଏବଂ ଭାରତର ଜୟେଶ୍ ପଟେଲ୍।

ତୃତୀୟ ପଥ ଥିଲା କରାଚୀରୁ ବ୍ୟାଙ୍କକ୍ ଏଵଂ ସେଠାରୁ ସିଧାସଳଖ କଲିକତା। ଏହି ପଦରେ ଥାଇଲ୍ୟାଣ୍ଡ୍‌ର ବ୍ୟାଙ୍କକ୍ ସୁଵର୍ଣ୍ଣଭୂମି ଵିମାନବନ୍ଦରକୁ ନୋଟ୍‌ଗୁଡ଼ିକ ଆସୁଥିଲା ଏଵଂ ସେଠାରୁ ଭାରତୀୟ କିମ୍ବା ଅନ୍ୟାନ୍ୟ ଵିମନ ଯୋଗେ ଵିମାନରେ କଲିକତାର ନେତାଜୀ ସୁଭାଷ ଵିମାନବନ୍ଦରକୁ ପହଞ୍ଚୁଥିଲା। କୋ
କଲିକତାରେ କାର୍ଗୋ କ୍ଲିୟରିଂ ଏଜେଣ୍ଟ ଏଵଂ କିଛି କଷ୍ଟମ୍ସ ଅଫିସରଙ୍କର ଏଥିରେ ଗୁପ୍ତ ସମର୍ଥନ ଯୋଗୁଁ ଏହା ବାହାରି ଆସୁଥିଲା। ଏହି ପଥର ମୁଖ୍ୟ ହକର୍ ଥିଲେ ଏନାମୁଲ ହକ୍ ଓ ରବି ପୋଦ୍ଦାର୍। ଅଧିକାଂଶ ସମୟରେ ନୋଟ୍‌ଗୁଡ଼ିକୁ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିମ୍ବା ଗାର୍ମେଣ୍ଟ୍ ଭିତରେ ଲୁଚାଇ ଆଣୁଥିଲେ।

ଚତୁର୍ଥ ପଥ ଥିଲା କରାଚୀରୁ କାବୁଲ୍ ଏଵଂ ସେଠାରୁ ଅମୃତସର ଵା ଅଟାରୀ ଦେଇ ପଞ୍ଜାବରାଜ୍ୟ। ଏହା ପଥରେ ନୋଟ୍‌ଗୁଡ଼ିକ ପ୍ରଥମେ ଆଫଗାନିସ୍ତାନର କାବୁଲ୍ ଵିମାନବନ୍ଦରକୁ ଯାଉଥିଲା ଏଵଂ ସେଠାରୁ ଅମୃତସର କିମ୍ବା ଦିଲ୍ଲୀ ଵିମାନରେ ଆସୁଥିଲା। କିଛି ସମୟରେ ପାକିସ୍ତାନରୁ ଲାହୋର-ଅଟାରୀ-ଅମୃତସର ସଡ଼କ ପଥରେ ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ଓ ବସ୍‌ରେ ମଧ୍ୟ ଆସୁଥିଲା। ପଞ୍ଜାବର ମୁଖ୍ୟ ହକର୍ ଥିଲେ ଜଗଦୀଶ ଭୋଲା ଓ ରଞ୍ଜିତ ସିଂହ ରାଣା। ଏହି ପଥରେ ଖାଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟ ସମ୍ପୃକ୍ତ ଥିଲେ।

ଏହି ଚାରୋଟି ପଥ ଵ୍ୟତୀତ ଅଳ୍ପ ପରିମାଣରେ ଗୁଜରାଟ ସମୁଦ୍ରପଥ ଏଵ ଗୋଆ ଵିମାନବନ୍ଦର ମଧ୍ୟ ଵ୍ୟଵହାର ହେଉଥିଲା କିନ୍ତୁ ମୁଖ୍ୟ ପରିମାଣର ନକଲି ନୋଟ୍ ଉପରୋକ୍ତ ଚାରୋଟି ପଥ ଦେଇ ହିଁ ଆସୁଥିଲା। ୨୦୧୬ ନୋଟବନ୍ଦି ପରେ ଏହି ପଥଗୁଡ଼ିକରେ ସତର୍କ ଦୃଷ୍ଟି ବହୁତ କଡ଼ାକଡ଼ି ହୋଇଛି କିନ୍ତୁ ନୂଆ ୫୦୦ ଓ ୨୦୦୦ ନୋଟ୍‌ର ନକଲି ସପ୍ଲାଇ ଏବେ ବି ନେପାଳ ଓ ବଙ୍ଗଳାଦେଶ ପଥ ଦେଇ ଚାଲିଛି ବୋଲି NIA ଓ IB ରିପୋର୍ଟରେ କୁହାଯାଉଛି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଵ୍ୟଵହୃତ ଅର୍ଥର ଏକ ବଡ଼ ଅଂଶ ଏହି ନକଲି ନୋଟ୍‌ରୁ ଆସିଥିଲା ଯାହା ଡେଵିଡ୍ ହେଡଲିର ବୟାନରେ ପ୍ରମାଣିତ।

ପାକିସ୍ଥାନର ବ୍ୟାଙ୍କର ଜାଭେଦ ଖନାନୀ Kalia Internationalର ମାଲିକ ଏଵଂ ଦୁବାଇରୁ ପରିଚାଳିତ ହୱାଲା ନେଟୱର୍କର ମୁଖ୍ୟ ଥିଲା । ୨୦୦୮ରେ ଆମେରିକା ତାକୁ ମନି ଲଣ୍ଡରିଂ ଅଭିଯୋଗରେ ସାନ୍କସନ୍ ଲଗାଇଥିଲା। ନୋଟବନ୍ଦୀ ପରେ
 ୨୦୧୬ ନଭେମ୍ବର ୧୨ରେ ଆଇଏସ୍ଆଇ ତାକୁ ହତ୍ୟା କରି ଆତ୍ମହତ୍ୟା ବୋଲି ଘୋଷଣା କଲା। ସେତେବେଳେ ପାକିସ୍ତାନୀ ଜେନେରାଲ ଫଜଲୁର ରେହମାନ ଓ ଏସ୍ପି ଆସଲମ ଚୌଧୁରୀ ଭଳି ସରକାରୀ ଲୋକେ ସରକାରୀ ପ୍ରେସ୍‌ରୁ ନକଲି ନୋଟ୍ ବାହାର କରାଇ ଡି-କମ୍ପାନୀ ଓ ଲଶ୍କର୍କୁ ପଠାଉଥିଲେ।
 ରେହମାନ ଡକୈତ (ଲିୟାରୀର ଗ୍ୟାଙ୍ଗ୍ ଲିଡର୍ ୨୦୦୯ରେ ପୁଲିସ୍ ଏନ୍କାଉଣ୍ଟରରେ ମୃତ),ଇଲିୟାସ କାଶ୍ମୀରୀ (୨୦୧୧ରେ ଡ୍ରୋନ୍ ଆଟାକ୍ରେ ମୃତ) ଓ ସାଜିଦ ମୀର (୨୬/୧୧ର ମାଷ୍ଟରମାଇଣ୍ଡ୍ ବର୍ତ୍ତମାନ ପାକିସ୍ତାନ ଜେଲ୍‌ରେ) ଭଳି ଆତଙ୍କଵାଦୀ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । 

୨୦୧୦ରେ ଏନ୍ଆଇଏର ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି ଯେ ଭାରତୀୟ ମୁଦ୍ରା ପ୍ଲେଟ୍ ପାକିସ୍ତାନକୁ ପହଞ୍ଚିଥିଲା ଦୁବାଇ ମାଧ୍ୟମରେ। ଏହି ପ୍ଲେଟ୍ କିଣିଵାରେ ଭାରତର ଜଣେ କେନ୍ଦ୍ରମନ୍ତ୍ରୀ ଓ ତା ପୁଅର ନାମ ଉଠିଛି। ସାମାଜିକ ଗଣମାଧ୍ୟମରେ ଏ ମନ୍ତ୍ରୀର ସିଧାସଳଖ ନାଆଁ ଉଲ୍ଲେଖ ନକରି ଲୋକେ ତାକୁ ଫୁଲକୋବି ମନ୍ତ୍ରୀ କହୁଛନ୍ତି ।‌ ତେବେ ଏହାର ସତ୍ୟାସତ୍ୟ ଲେଖୁଛି ଜଣାନ୍ତୁ। 
୨୦୧୦ ମସିହାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ୱାରା ପ୍ରସ୍ତୁତ ଚାର୍ଜସିଟ୍‌ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଭାରତୀୟ ମୁଦ୍ରା ଛାପିଵାର ପ୍ଲେଟ୍‌ଗୁଡ଼ିକ ଦୁବାଇ ମାଧ୍ୟମରେ ପାକିସ୍ତାନକୁ ପହଞ୍ଚାଇ ଦିଆଯାଇଥିଲା ଯାହା ପାକିସ୍ତାନର ଆଇଏସ୍‌ଆଇ ଦ୍ୱାରା ନକଲି ନୋଟ୍ ପ୍ରସ୍ତୁତ କରିଵା ପାଇଁ ଵ୍ୟଵହୃତ ହେଉଥିଲା ଏଵଂ ଏହି ରାକେଟ୍‌ରେ ସେତେବେଳେର କେନ୍ଦ୍ରୀୟ ମନ୍ତ୍ରୀ ପି ଚିଦମ୍ବରମ୍‌ ଓ ତା ପୁଅର ହାତ ଥିଲା ବୋଲି ଅଭିଯୋଗ ହୋଇଛି ।‌ ଏ ଲୋକ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଵାଣିଜ୍ୟ ଗୃହ ଏଵଂ ଅର୍ଥ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ଵାହ କରିଥିଲା ଆଉ ତା ପୁଅ କାର୍ତ୍ତି ଚିଦମ୍ବରମ୍‌ ମଧ୍ୟ କଂଗ୍ରେସଧ ସଦସ୍ୟ ଅଟେ । ଏହି ଚାର୍ଜସିଟ୍‌ରେ କାର୍ତ୍ତିର କମ୍ପାନୀ ଆଡ୍‌ଭାଣ୍ଟେଜ୍ ଷ୍ଟ୍ରାଟେଜିକ୍ କନ୍ସଲ୍ଟିଙ୍ଗ୍ ମାଧ୍ୟମରେ ଦୁବାଇ ସ୍ଥିତ ନକଲି ମୁଦ୍ରା ରାକେଟ୍‌ର ମୁଖ୍ୟ ଜାୱେଦ୍ ମୁହମ୍ମଦ୍ କନାନୀର କମ୍ପାନୀ ଵିବ୍ରୋକୁ ଧନ ପରିଵହନ ସୁଵିଧା ଯୋଗାଇ ଦେଵାର ଅଭିଯୋଗ ରହିଛି ଯାହାକି ଏହି ରାକେଟ୍‌ର ଅର୍ଥନୈତିକ ସମ୍ପର୍କକୁ ସୂଚିତ କରେ । ଆଚ୍ଛା ଏ ମନ୍ତ୍ରୀକୁ ଫୁଲକୋବି ମନ୍ତ୍ରୀ ଲୋକେ ଏଥିପାଇଁ କହୁଛନ୍ତି କାରଣ ଏହି ମନ୍ତ୍ରୀର ଦିଲ୍ଲୀ ବାଙ୍ଗଲୋରେ ଫୁଲକୋବି ଗଛ ଥିଲା ।‌ 

ଦୁର୍ଭାଗ୍ୟକୁ ନକଲି ନୋଟ୍ କାରବାରରେ ସଂମ୍ପୃକ୍ତି ସମ୍ପର୍କୀୟ ଅଭିଯୋଗ ପରେ ଅନେକ ଵିଵାଦ ଓ ରାଜନୈତିକ ଭାବେ ବହୁ ଆଲୋଚିତ ହୋଇଥିଲେ ମଧ୍ୟ ସିଧାସଳଖ କୌଣସି ଗିରଫ୍ଦାରୀ ଵା ମାମଲା ଦାୟର ହୋଇନଥିଲା କିନ୍ତୁ ପରଵର୍ତ୍ତୀ ସମୟରେ ପି ଚିଦମ୍ବରମ୍ ଓ କାର୍ତ୍ତି ଚିଦମ୍ବରମ୍ ଵିରୋଧରେ ଅନ୍ୟାନ୍ୟ ଦୁର୍ନୀତି ଓ ଧନଶୋଧନ ମାମଲାରେ ଵ୍ୟାପକ କାର୍ଯ୍ୟାନୁଷ୍ଠାନ ହୋଇଛି ଯେପରି ଆଇଏନ୍‌ଏକ୍ସ୍ ମିଡ଼ିଆ ମାମଲାରେ ଵିଦେଶୀ ନିଵେଶ ଅନୁମୋଦନରେ ଅନିୟମିତତା ଏଵଂ ଉତ୍କୋଚ ଲାଭ ଅଭିଯୋଗରେ ସିବିଆଇ ଓ ଇଡି ଦ୍ୱାରା ଚାର୍ଜସିଟ୍ ଦାୟର । ଏଥିପାଇଁ ପି ଚିଦମ୍ବରମ୍‌ର ୨୦୧୯ରେ ଗିରଫ୍ଦାରୀ ପରେ ବେଲ୍ ମିଳିଥିଲା। ଏୟାର୍ସେଲ୍-ମାକ୍ସିସ୍ ମାମଲାରେ ଵିଦେଶୀ ନିଵେଶ ଅନୁମୋଦନରେ ଅନିୟମିତତା ଓ କାର୍ତ୍ତି ଚିଦାମ୍ବରମର କମ୍ପାନୀରେ ଧନ ଜବତ ଚାଲୁ ରହିଛି। ଚାଇନିଜ୍ Visa ମାମଲାରେ ଚାଇନିଜ୍ କାର୍ମୀଙ୍କ Visa ପୁନର୍ଵ୍ୟଵହାରରେ ଲାଞ୍ଚ ଅଭିଯୋଗରେ ସିବିଆଇ ଓ ଇଡି ଚାର୍ଜସିଟ୍ ଦାୟର କରିଛନ୍ତି ଏଵଂ ଡାଇଜିଓ ସ୍କଟଲ୍ୟାଣ୍ଡ୍ ମାମଲାରେ ୨୦୨୫ ଜାନୁଆରୀରେ ନୂଆ ଏଫ୍‌ଆଇଆର୍ ଦାୟର ହୋଇଛି ଯାହା ଡ୍ୟୁଟି-ଫ୍ରି ଲିକର୍ ନିଷେଧ ଉଠାଇଵା ସହ ସମ୍ପର୍କିତ ଏବଂ ଘୁଷ୍ ଅଭିଯୋଗ ରହିଛି। ଏହି ସବୁ ମାମଲା ମୁଖ୍ୟତଃ ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଚାଲୁ ରହିଛି ଏଵଂ ଚିଦମ୍ବରମ୍ ପରିବାର ଏହାକୁ ରାଜନୈତିକ ପ୍ରତିଶୋଧ ଭାବେ ଦର୍ଶାଉଛନ୍ତି ଯଦିଓ ନ୍ୟାୟାଳୟୀ ପ୍ରକ୍ରିୟା ଦୀର୍ଘସ୍ଥାୟୀ ହେଉଛି ଏଵଂ ନକଲି ମୁଦ୍ରା ରାକେଟ୍‌ର ଅଭିଯୋଗ ସହ ଏହି ଦୁର୍ନୀତି ମାମଲାଗୁଡ଼ିକ ମିଶି ପି ଚିଦମ୍ବରମ୍ ଓ ତା ପୁଅର ରାଜନୈତିକ କ୍ୟାରିଅର୍‌କୁ ଵିଵାଦାସ୍ପଦ କରି ରଖିଛି। 

ଏତଦ୍ଵ୍ୟତୀତ ପୂର୍ଵତନ ଆର୍ଏଡବ୍ଲୁ ଚିଫ୍ ଏ ଏସ ଦୌଲତଙ୍କ ଵିଷୟରେ ମଧ୍ୟ ଅଭିଯୋଗ ଉଠିଥିଲା ଯେ ସେ ଏହି ରାକେଟ୍ ଵିଷୟରେ ଜାଣି ମଧ୍ୟ କିଛି କହିନଥିଲେ କି କରିନଥିଲେ।

୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବାତିଲ୍ ଘୋଷଣା କରିଵା ମାତ୍ରେ ପାକିସ୍ତାନର ଅର୍ଥନୀତିରେ ଭୂମିକମ୍ପ ହେଲା। ପାକିସ୍ତାନର ବ୍ୟାଙ୍କଗୁଡ଼ିକରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଭାରତୀୟ ନକଲି ନୋଟ୍ ଥିଲା ଯାହା ରାତାରାତି କାଗଜ ହୋଇଗଲା। ଏହା ପରେ ଆଇଏସ୍ଆଇ ନିଜ ଏଜେଣ୍ଟ୍‌ମାନଙ୍କୁ ହଟାଇଵା ଆରମ୍ଭ କଲା। ୨୦୧୭ରେ ଏଫ୍ଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଲା ଯାହା ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିଲା। ତେବେ ଏବେ ମଧ୍ୟ ପାକିସ୍ତାନର ଆର୍ଥିକ ଅଵସ୍ଥା ପୂରା ଧ୍ଵସ୍ତ ହୋଇ ରହିଛି । 

ଯଦିଓ ପ୍ରୋଜେକ୍ଟ କରାଚୀ ଧ୍ୱଂସ ହୋଇଗଲା ତଥାପି ପାକିସ୍ତାନର ମାଲିର କାଣ୍ଡାହାର ଓ ଥାଇଲ୍ୟାଣ୍ଡରେ ନୂଆ ପ୍ରେସ୍ ଖୋଲାଯାଇଛି। ୨୦୨୪ରେ ଭାରତରେ ଜବତ ହୋଇଥିଵା ନକଲି ନୋଟ୍‌ର ପରିମାଣ ପୁଣି ବଢ଼ିଛି। ଏହା ପ୍ରମାଣ କରୁଛି ଯେ ଯୁଦ୍ଧ ଶେଷ ହୋଇନାହିଁ କେଵଳ ଏକ ଅସ୍ଥାୟୀ ବିରତି ନେଇଛି।

ଏହି ସମସ୍ତ ତଥ୍ୟ ଏନ୍ଆଇଏର ଚାର୍ଜସିଟ୍ (୨୦୧୦-୨୦୧୬) ଏଫ୍ଏଟିଏଫ ରିପୋର୍ଟ୍ (୨୦୧୮ ୨୦୨୨) ଆଇବି ରିପୋର୍ଟ୍ ଏଵଂ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଵା ଏଫିଡେଵିଟ୍‌ରୁ ସଂଗୃହୀତ। ଏହା କୌଣସି ରାଜନୈତିକ ମତଵାଦ ନୁହେଁ ଵରଂ ପ୍ରମାଣିତ ଐତିହାସିକ ସତ୍ୟ। 
•••••••••••••••••••••••••••••••••••••
ତଥ୍ୟ ଉତ୍ସ:
•••••••••••••••••••••••••••••••••••••
1.“Black Money and Tax Havens” – Prof. R. Vaidyanathan (2017)

2.“India’s Money Trail: Fake Currency and Terror Financing” – S. Gurumurthy & Abhijit Iyer-Mitra (2021)

3.“The Karachi Deception: How Pakistan Flooded India with Fake Currency” – Rajeev Sharma (2018)

4.“Countering the Counterfeit: The Story of FICN and Pakistan’s War on India” – Wilson John (2019, Vivek Prahladan ଏହାର ସହ-ଲେଖକ)

5.“Spy Stories: Inside the Secret World of the R.A.W. and the I.S.I.” – Adrian Levy & Cathy Scott-Clark (2021, ଅଧ୍ୟାୟ ୯ ଓ ୧୦ରେ Project Karachi ଓ FICN ଵିସ୍ତୃତ ଵର୍ଣ୍ଣନା ଅଛି)

6.“The Unending Game: A Former R&AW Chief’s Insights into Espionage” – Vikram Sood (2018, FICN ଓ ISIର ଅର୍ଥଯୁଦ୍ଧ ଵିଷୟରେ ସ୍ପଷ୍ଟ ଉଲ୍ଲେଖ)

7.“Pakistan’s Proxy War: Fake Indian Currency Notes” – Col. Anil Athale (Retd.) (2015)

8.“Fake Currency: The Menace and the Nation” – B.V. Kumar (ପୂର୍ବତନ CBI ଡିରେକ୍ଟର୍, 2013)

9.“FICN and Terror Financing: The Pakistan Connection” – Research Report by Institute for Defence Studies and Analyses (IDSA), ଲେଖକ: P.K. Das & Shruti Pandalai (2017)

ଏହି ବହିଗୁଡ଼ିକ ସରକାରୀ ଡକ୍ୟୁମେଣ୍ଟ, କୋର୍ଟ ରେକର୍ଡ ଓ ଗୁଇନ୍ଦା ରିପୋର୍ଟ ଆଧାରରେ ଲେଖାଯାଇଛି। 



Friday, August 15, 2025

“ଭାରତୀୟ ଉପମହାଦେଶରେ ମୁସଲିମ ଆଧିପତ୍ୟର କଳ୍ପନା ଓ ତା’ର ପ୍ରଭାବ”

ଭାରତୀୟ ଉପମହାଦେଶର ଇତିହାସ ଏକ ଜଟିଳ ଓ ଵିଵାଦୀୟ ଅଧ୍ୟାୟରେ ପରିପୂର୍ଣ୍ଣ। ବ୍ରିଟିଶ ଶାସନ ସମୟରେ ଭାରତରେ ରାଜନୈତିକ, ସାମାଜିକ ଓ ଧାର୍ମିକ ଵିଭାଜନ ଗଭୀର ହୋଇଥିଲା। ଏହି ପରିପ୍ରେକ୍ଷୀରେ, ଅଲ ଇଣ୍ଡିଆ ମୁସଲିମ ଲିଗ୍‌ର ଭୂମିକା ଏକ ଗୁରୁତ୍ଵପୂର୍ଣ୍ଣ ଵିଷୟ ହୋଇ ଉଭା ହେଲା। ୧୯୪୦ ମସିହାରେ, ମୁସଲିମ ଲିଗ୍‌ର ସଦସ୍ୟ ଚୌଧରୀ ରେହମତ୍ ଅଲି ଏକ ଵିଭାଜନକାରୀ ମାନଚିତ୍ର ପ୍ରସ୍ତୁତ କରିଥିଲେ, ଯହିଁରେ ଭାରତୀୟ ଉପମହାଦେଶରେ ମୁସଲିମ ଜନବହୁଳ ଅଞ୍ଚଳଗୁଡ଼ିକୁ ନେଇ ଦଶଟି ସ୍ଵାଧୀନ “Pak Commonwealth Nation” ଗଠନର ସ୍ଵପ୍ନକୁ ପ୍ରକାଶ କରାଯାଇଥିଲା । ଏହି ମାନଚିତ୍ରରେ ପାକିସ୍ତାନ ଆଦି ଦଶଗୋଟି ମୁସଲିମ ଦେଶ ଗଠନ କରିଵାର ପ୍ରସ୍ତାଵ ପଛରେ ଭାରତୀୟ ଉପମହାଦେଶରେ ମୁସଲିମ ଆଧିପତ୍ୟ ସ୍ଥାପନ କରିଵାର ଏକ ଵୃହତ୍ ଯୋଜନା ଥିଲା। 

୧୯୦୬ ମସିହାରେ ପ୍ରତିଷ୍ଠିତ ଅଲ ଇଣ୍ଡିଆ ମୁସଲିମ ଲିଗ୍ ପ୍ରାରମ୍ଭରେ ମୁସଲମାନଙ୍କର ରାଜନୈତିକ ଓ ସାମାଜିକ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲା। କିନ୍ତୁ ୧୯୩୦ ଦଶକ ଆଡ଼କୁ ମୁହମ୍ମଦ ଆଲି ଜିନ୍ନାଙ୍କ ନେତୃତ୍ଵରେ ମୁସଲିମ ଲିଗ୍ ଏକ ଅଲଗା ମୁସଲିମ ରାଷ୍ଟ୍ର ଗଠନର ଦାବି ଉଠାଇଥିଲା। ୧୯୪୦ ମସିହାରେ ଲାହୋର ଅଧିଵେଶନରେ, ମୁସଲିମ ଲିଗ୍ ପାକିସ୍ତାନ ଗଠନର ପ୍ରସ୍ତାଵ ରଖିଥିଲା। କିନ୍ତୁ ଚୌଧରୀ ରେହମତ୍ ଅଲିଙ୍କ ମାନଚିତ୍ର ଏହାଠାରୁ ଅଧିକ ଉଚ୍ଚାକାଙ୍କ୍ଷୀ ଥିଲା। ସେ ଭାରତୀୟ ଉପମହାଦେଶରେ ମୁସଲିମ ଜନବହୁଳ ଅଞ୍ଚଳଗୁଡ଼ିକୁ ନେଇ ଦଶଟି ସ୍ଵାଧୀନ ରାଷ୍ଟ୍ର ଗଠନର ପ୍ରସ୍ତାବ ରଖିଥିଲେ। ଏହି ରାଷ୍ଟ୍ରଗୁଡ଼ିକ ହେଉଛି:

1. ପାକିସ୍ତାନ: ସିନ୍ଧୁ, ଗୁଜରାଟର ଅଧିକାଂଶ ଅଞ୍ଚଳ (ସୌରାଷ୍ଟ୍ର ସମେତ) ଏଵଂ ସମ୍ପୂର୍ଣ୍ଣ ପଞ୍ଜାଵ।
2. ମୋଇନ୍‌ସ୍ତାନ: ରାଜସ୍ଥାନର ଭୂଭାଗ ।
3.ହୈଦରୀସ୍ତାନ: ଉତ୍ତର ପ୍ରଦେଶର ଭୂଭାଗ।
4.ଫାରୁକ୍କୀସ୍ତାନ: ଅବିଭକ୍ତ ଵିହାର ଅଞ୍ଚଳ।
5.ବଙ୍ଗିସ୍ତାନ: ଅଵିଭକ୍ତ ବଙ୍ଗଦେଶ ଏଵଂ ଉତ୍ତର-ପୂର୍ଵ ଭାରତୀୟ ରାଜ୍ୟଗୁଡ଼ିକର ଭୂଭାଗ 
6.ସିଦ୍ଦିକୀସ୍ତାନ: ମଧ୍ୟପ୍ରଦେଶର ଭୂଭାଗ ।
7.ଉସମାନୀସ୍ତାନ: ମହାରାଷ୍ଟ୍ର, ତେଲଙ୍ଗାନା ଓ କର୍ଣ୍ଣାଟକର କେତେକ ଅଞ୍ଚଳ।
8.ମପଲୀସ୍ତାନ: କେରଳ ଅଞ୍ଚଳ ।
9.ନାସାରୀସ୍ତାନ: ଉତ୍ତର-ପୂର୍ଵ ଶ୍ରୀଲଙ୍କା।
10.ସାଫୀସ୍ତାନ: ଉତ୍ତର-ପଶ୍ଚିମ ଶ୍ରୀଲଙ୍କା।
ଏହା ସହିତ, ମୁସଲିମ୍ ଲିଗ୍ ସିନ୍ଧୁସାଗର ଵା ରତ୍ନାକର(ଆରବ ସାଗର) ତଥା ମହୋଦଧି ଵା କଳିଙ୍ଗ ସାଗର(ବଙ୍ଗୋପସାଗରର) ନାମକୁ ପରିଵର୍ତ୍ତନ କରି ମୁସଲିମ୍ ଦେଶର ନାମାନୁସାରେ ନାମକରଣ କରିଵାକୁ ପ୍ରସ୍ତାଵ ଦେଇଥିଲା । ଉଦାହରଣ ସ୍ଵରୂପ ସିନ୍ଧୁସାଗର(ଆରବ ସାଗର)କୁ ପାକିସ୍ତାନ ସାଗର,କେରଳର ପଶ୍ଚିମରେ ମାପଲିସ୍ତାନ ସାଗର,ଶ୍ରୀଲଙ୍କାର ପଶ୍ଚିମରେ ସାଫିଆନସାଗର, ଶ୍ରୀଲଙ୍କାର ପୂର୍ଵରେ ନାସାରିସ୍ତାନସାଗର, ଆନ୍ଧ୍ର ଓ ଓଡ଼ିଶା ଉପକୂଳସ୍ଥ ମହୋଦଧିର ଉସାନିଆନ ସାଗର ଓ ବଙ୍ଗ ନିକଟରେ ବଙ୍ଗସାଗର ଇତ୍ୟାଦି । କେଵଳ ସେତିକି ନୁହେଁ ଏହି ମାନଚିତ୍ରରେ ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜର ଆମିର ଦ୍ଵୀପ ଓ ବଲୁସ୍ ଦ୍ଵୀପ ତଥା ଲାକ୍ଷାଦ୍ଵୀପ ଓ ମାଳଦ୍ଵୀପର ଯଥାକ୍ରମେ ଆଲାମ ଦ୍ଵୀପପୁଞ୍ଜ ଓ ଆମୀନ୍ ଦ୍ଵୀପପୁଞ୍ଜ ନାମକରଣର ପ୍ରସ୍ତାଵ ଦିଆଯାଇଥିଲା । 

ମୁସଲିମ୍ ଲିଗ୍ ଦ୍ଵାରା ପ୍ରସ୍ତାଵିତ ଏହି ମାନଚିତ୍ରରେ କେଵଳ ଭୌଗୋଳିକ ଵିଭାଜନ ନୁହେଁ ଵରଂ ଏକ ଧାର୍ମିକ ଓ ସାଂସ୍କୃତିକ ଵିଭାଜନର ମଧ୍ୟ ସ୍ଵପ୍ନ ରହିଥିଲା।

ଯଦି ମୁସଲିମ ଲିଗ୍‌ର ଏହି ଯୋଜନା ସାକାର ହୋଇଥା’ନ୍ତା, ତେବେ ଭାରତୀୟ ଉପମହାଦେଶର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଆନ୍ତା। 

ଦକ୍ଷିଣ ଏସିଆ ଵିଶେଷତଃ ଭାରତୀୟ ଉପମହାଦେଶ ଏକ ଶସ୍ୟଶ୍ୟାମଳାପୂର୍ଣ୍ଣ ଭୂଭାଗ । ଏଠାରେ ସ୍ଵାଭାବିକ ଭାବେ ପ୍ରକୃତି ସମୃଦ୍ଧି ଖଞ୍ଜିଛି । ପ୍ରାକୃତିକ ଦୃଷ୍ଟାକୋଣରୁ ଏହା ପୃଥିଵୀର ଏକ ସର୍ଵଶ୍ରେଷ୍ଠ ଓ ଉନ୍ନତ ଭୂଭାଗ ହୋଇଥିଵାରୁ ଆମ ପୂର୍ଵଜମାନେ ଏ ଭୂମିକୁ କର୍ମଭୂମି,ଫଳଭୂମି ନାମ ଦେଇଥିଲେ ପୁଣି ସାରା ପୃଥିଵୀରେ ସଭ୍ୟତା ନାଶ ଗଲାବେଳେ କେଵଳ ଭାରତରେ ଶେଷ ମାନଵ ସଭ୍ୟତା ବଞ୍ଚିଯିଵ ବୋଲି ଭଵିଷ୍ୟପୁରାଣରେ ଵର୍ଣ୍ଣନା ମଧ୍ୟ କରିଥିଲେ । ଏବେ ଚିନ୍ତାକରନ୍ତୁ ଯଦି ଏଭଳି ଏକ ଶ୍ରେଷ୍ଠ ଭୂଭାଗରେ ଦଶଗୋଟି ମୁସଲିମ ରାଷ୍ଟ୍ର ଗଠନ ହୋଇଯାଇଥାନ୍ତା ତେବେ କ'ଣ ହୁଅନ୍ତା ? 

ଦକ୍ଷିଣ ଏସିଆରେ ଵର୍ତ୍ତମାନ ଚାରୋଟି ମୁସଲିମ ଦେଶ(ପାକିସ୍ତାନ, ଆଫଗାନିସ୍ତାନ,ମାଳଦ୍ଵୀପ ଓ 
ବଙ୍ଗଳାଦେଶ) ଅଛି କିନ୍ତୁ ଆହୁରି ସାତଗୋଟି ଅଧିକ ମୁସଲିମ ଦେଶ ହୋଇଥିଲେ ଦଶଗୁଣ ଜନସଂଖ୍ୟା ବୃଦ୍ଧି ପାଇ ପୃଥିବୀର ଜନସଂଖ୍ୟା ଵର୍ତ୍ତମାନ ସମୟରେ ୧୦୦୦ କୋଟିକୁ ଛୁଇଁ ଯାଇଥାନ୍ତା । ମୁସଲମାନମାନେ ପଙ୍ଗପାଳଙ୍କ ପରି ବଂଶ ଵିସ୍ତାର କରି ସମସ୍ତ ଦକ୍ଷିଣ ଏସିଆକୁ ଛାରଖାର କରିଦେଇଥାନ୍ତେ । ଦକ୍ଷିଣ ଏସିଆରେ ଦଶଗୋଟି ମୁସଲିମ ଦେଶ ଗଠିତ ହୋଇଥିଲେ କୋଟି କୋଟି ସନାତନୀ ଧର୍ମ ପରିଵର୍ତ୍ତନ କରି ମୁସଲମାନ ହୋଇଥା’ନ୍ତେ, ଯାହା ଭାରତୀୟ ସଂସ୍କୃତିର ମୌଳିକ ଚରିତ୍ରକୁ ବଦଳାଇ ଦେଇଥା’ନ୍ତା। ଅନେକ ସନାତନୀ ମନ୍ଦିର ଭାଙ୍ଗି ସେଠାରେ ମସଜିଦ କିମ୍ବା ଅନ୍ୟ ଧାର୍ମିକ ସ୍ଥାନ ନିର୍ମାଣ ହୋଇଥା’ନ୍ତା। ଫଳତଃ ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଏକ ବୃହତ୍ କ୍ଷତି ହୋଇଥା’ନ୍ତା। ଏକାଧିକ ରାଷ୍ଟ୍ରରେ ଵିଭାଜିତ ହୋଇଥିଲେ ଭାରତର ଏକତା ଓ ଅର୍ଥନୈତିକ ଶକ୍ତି ଦୁର୍ଵଳ ହୋଇଥା’ନ୍ତା। ଵର୍ତ୍ତମାନର ଭାରତର ଵିକାଶ ବଦଳରେ ଏହା ପାକିସ୍ତାନ କିମ୍ବା ଅନ୍ୟ ଅସ୍ଥିର ରାଷ୍ଟ୍ର ଭଳି ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାର ଶିକାର ହୋଇଥା’ନ୍ତା। ଭାରତଵର୍ଷ ସେତେବେଳେ ଏକାଧିକ ଧାର୍ମିକ ରାଷ୍ଟ୍ରରେ ଵିଭାଜିତ ହେଇଥିଲେ ଭାରତୀୟ ଉପମହାଦେଶରେ ହିଂସା, ବଳାତ୍କାର, ଯୁଦ୍ଧ,ଆତଙ୍କଵାଦ ଓ ଵୈଦେଶିକ ହସ୍ତକ୍ଷେପ (ଯେପରି ଆମେରିକାର ସାମରିକ ହସ୍ତକ୍ଷେପ) ଶତଗୁଣ ଵୃଦ୍ଧି ପାଇଥା’ନ୍ତା। ମୋଟ୍ ଉପରେ କହିଵାକୁ ଗଲେ ଭାରତଵର୍ଷର ଅଵସ୍ଥା ସିରିଆ କିମ୍ବା ଗାଜାପଟ୍ଟୀ ଭଳି ହୋଇଯାଇଥାନ୍ତା । ପୃଥିଵୀରେ ଅଧୁନା ୫୬ଟି ମୁସଲିମ ରାଷ୍ଟ୍ର ଅଛି ଏଵଂ ଇନ୍ଧନ ତୈଳ ଥିଵା ଅଳ୍ପ କେତୋଟି ଦେଶକୁ ଛାଡ଼ି ଦେଲେ ବାକି ସବୁ ମୁସଲିମ ଦେଶରେ ଅସ୍ତିରତା, ହିଂସା ହିଁ ଦେଖାଯାଇଥାଏ । ମୁସଲିମ ରାଷ୍ଟ୍ର ବହୁଳ ମଧ୍ୟପ୍ରାଚ୍ୟ ଓ ଆରବ ଦେଶ ସମୂହରେ ଆଜି ଯେପରି ଧାର୍ମିକ ଯୁଦ୍ଧ ଏଵଂ ଆତଙ୍କଵାଦୀ ଆକ୍ରମଣ ଲାଗି ରହିଛି ଭାରତରେ ମଧ୍ୟ ସେଭଳି ଦୁରାଵସ୍ଥା ଭୋଗ ହୋଇଥାନ୍ତା । 

ପୁଣି ଯଦି ଦକ୍ଷିଣ ଏସିଆରେ ଦଶଗୋଟି ମୁସଲିମ ଦେଶ ହୋଇଥାନ୍ତା ତେବେ ସେସବୁ ଦେଶରେ ସନାତନ ଧର୍ମ ଓ ଭାରତୀୟ ସଂସ୍କୃତିର ମୂଳ ଚରିତ୍ର ପ୍ରାୟତଃ ଵିନଷ୍ଟ ହୋଇଥା’ନ୍ତା, ଯାହା ଭାରତୀୟ ପରିଚୟକୁ ଚିରକାଳ ପାଇଁ ବଦଳାଇ ଦେଇଥା’ନ୍ତା। ଆଜି ପାକିସ୍ତାନ, ଆଫଗାନିସ୍ତାନ,ମାଳଦ୍ଵୀପ ଓ ବଙ୍ଗଳାଦେଶରେ ଯେଉଁଭଳି ଭାବରେ ହିନ୍ଦୁ ଶୋଷଣ ଓ ହତ୍ୟା ହେଉଅଛି, ଭାରତୀୟ ସଂସ୍କୃତିର ହତ୍ୟା ହେଉଅଛି ତାହାର ଆହୁରି ଭୟଙ୍କର ପରିଣତି ଦେଖିଵାକୁ ମିଳିଥାନ୍ତା । 

ଦକ୍ଷିଣ ଏସିଆରେ ମୁସଲମାନ ସଂଖ୍ୟା ମାତ୍ରାଧିକ ବଢ଼ି ଯଦି କେଵଳ ଵର୍ତ୍ତମାନର ଭାରତୀୟ ଅଞ୍ଚଳରେ ହିଁ ୨୦୦ କୋଟି ଜନସଂଖ୍ୟା ହୋଇଯାଇଥାଆନ୍ତା ତେବେ ଏହାର ପ୍ରଭାଵ ପରିବେଶ ଉପରେ ମଧ୍ୟ ପଡ଼ିଥାନ୍ତା । ଵର୍ତ୍ତମାନ ଭାରତୀୟ ଭୂଭାଗରୁ ସମ୍ପୂର୍ଣ୍ଣ ଵନାଞ୍ଚଳ ଲୋପ ପାଇଥାନ୍ତା ଏଵଂ ଏଥିଯୋଗୁଁ ବଣରେ ରହୁଥିଵା ହାତୀ,ବାଘ,ଗଣ୍ଡା ଓ ସିଂହ ଭଳି ଜୀଵ ବି ଲୋପ ପାଇଯାଇଥାନ୍ତେ । ଯଦି ଦକ୍ଷିଣ ଏସିଆରେ ପାକିସ୍ତାନ ଭଳି ଆଉ ଦଶଗୋଟି ମୁସଲିମ ଧର୍ମ ଆଧାରିତ ଦେଶ ଗଠନ ହୋଇଥାନ୍ତା ତେବେ ଆଜି ଯେମିତି ପାକିସ୍ତାନରେ ଅବାଧ ଶିକାର ହେଉଅଛି ଏଵଂ ଅଧିକାଂଶ ଜୀଵଙ୍କ ବଂଶ ନାଶ ହୋଇଅଛି ସେହି ସମାନ ଅଵସ୍ଥା ବାକି ନଅଗୋଟି ମୁସଲିମ ଦେଶରେ ମଧ୍ୟ ଦେଖା ଦେଇଥାନ୍ତା । ସେମନ୍ତ ହୋଇଥିଲେ ହୁଏତ ଭାରତଵର୍ଷରୁ ବାଘ ଓ ସିଂହ ଭଳି ଜୀଵଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯାଇଥାନ୍ତା । ସୌଭାଗ୍ୟକୁ ଏମନ୍ତ ହୋଇନାହିଁ ଏଵଂ ଭାରତଵର୍ଷର ବଡ଼ ଅଂଶ ଆଜି ଭାରତ ନାମରେ ଏକ ଶକ୍ତିଶାଳୀ ଦେଶ ରୂପେ ପ୍ରତିଷ୍ଠିତ ହୋଇଅଛି । 

ଯଦିଓ ମୁସଲିମ ଲିଗ୍‌ର ଏହି ବୃହତ୍ ଯୋଜନା ସାକାର ହୋଇନଥିଲା କିନ୍ତୁ ପାକିସ୍ତାନ,ଆଫାଗାନିସ୍ଥାନ,ମାଳଦ୍ଵୀପ ଓ ବାଙ୍ଗଲାଦେଶ ଗଠନ ମାଧ୍ୟମରେ ଭାରତୀୟ ଉପମହାଦେଶରେ ଵିଭାଜନ ହୋଇଥିଲା। ପାକିସ୍ତାନ ନିଜର ସ୍ଥାପନା ପରେ ଭାରତ ସହିତ ଚାରିଥର (୧୯୪୭, ୧୯୬୫, ୧୯୭୧, ୧୯୯୯) ଯୁଦ୍ଧ କରିଛି, ଯାହାର ମୂଳ କାରଣ ଥିଲା ଧାର୍ମିକ ଓ ରାଜନୈତିକ ଵିଭାଜନ। ଏହା ସହିତ, ଆତଙ୍କଵାଦୀ ଗୋଷ୍ଠୀଗୁଡ଼ିକ ଭାରତରେ ହିଂସା ସୃଷ୍ଟି କରିଵା ଜାରି ରଖିଛନ୍ତି, ଯାହା ମୁସଲିମ ଲିଗ୍‌ର ପୁରୁଣା ସ୍ଵପ୍ନର ଏକ ପ୍ରତିଫଳନ ବୋଲି କେତେକ ଵିଶ୍ଳେଷକ ମତ ଦିଅନ୍ତି। ଏହି ଆତଙ୍କଵାଦୀମାନେ ନିଜକୁ “ଶହୀଦ” ବୋଲି ଦାବି କରିଥାନ୍ତି, କିନ୍ତୁ ତାଙ୍କର ଲକ୍ଷ୍ୟ ଥାଏ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଵିନାଶ। ଆତଙ୍କଵାଦୀମାନେ ଓ ତାଙ୍କ ପାକିସ୍ତାନୀ ମୁଣ୍ଡିଆଳମାନେ ଏବେ ବି ଭାରତରେ ଏକାଧିକ ମୁସଲିମ ଦେଶ ଗଠନର ସ୍ଵପ୍ନ ଦେଖନ୍ତି ଏଵଂ ଏହାକୁ ସେମାନେ ଆହୁରି ଭୟଙ୍କର ସ୍ଵପ୍ନରେ ପରିଣତ କରିଛନ୍ତି । ଆଜିର ପାକିସ୍ତାନ,ବଙ୍ଗଳାଦେଶ,ମାଳଦ୍ଵୀପ ଓ ଆଫଗାନିସ୍ତାନର ଦକ୍ଷିଣ ଏସୀୟ ମୁସଲିମମାନେ "ଗଜୱା - ଏ - ହିନ୍ଦ୍‌"ର ସ୍ଵପ୍ନ ଦେଖୁଛନ୍ତି ଯାହା ୧୯୪୦ର ଚୌଧରୀ ରେହମତ୍ ଅଲିଙ୍କ ମାନଚିତ୍ରଠାରୁ ଅଧିକ ଭୟଙ୍କର । ହେଲେ ଏ ଗଜଵା ଏ ହିନ୍ଦ୍ କ'ଣ? 

‘ଗଜୱା-ଏ-ହିନ୍ଦ’ (غزوہ ہند) ଶବ୍ଦଟି ଆରବୀ ଭାଷା ମୂଳର ଏଵଂ ଏହାର ଆକ୍ଷରିକ ଅର୍ଥ  ‘ଭାରତ ଉପରେ ଧର୍ମଯୁଦ୍ଧ’ ଅଟେ। ଏହା ଐତିହାସିକ ଓ ଧାର୍ମିକ ପ୍ରେକ୍ଷାପଟରେ ଵ୍ୟଵହୃତ ଏକ ପରିଭାଷା, ଯାହା ଭାରତୀୟ ଉପମହାଦେଶରେ ଇସଲାମୀ ଶାସନ ପ୍ରତିଷ୍ଠା କରିଵା ପାଇଁ ଯୁଦ୍ଧ କରିଵାର ଏକ ଚିନ୍ତାଧାରାକୁ ସୂଚାଏ। ‘ଗଜବା-ଏ-ହିନ୍ଦ’ ଶବ୍ଦର ମୂଳ କିଛି ଇସଲାମୀ ଧାର୍ମିକ ଗ୍ରନ୍ଥ ଵିଶେଷତଃ ହଦିଥ୍ (Hadith) ସହ ଜଡ଼ିତ, ଯହିଁରେ ଭାରତୀୟ ଉପମହାଦେଶରେ ଏକ ଧର୍ମଯୁଦ୍ଧ (Jihad) ଵିଷୟରେ ଉଲ୍ଲେଖ ରହିଛି। ଏହି ଧାରଣା ଅନୁସାରେ, ଭାରତରେ ଇସଲାମୀ ଶାସନ ପ୍ରତିଷ୍ଠା କରିଵା ପାଇଁ ଏକ ଯୁଦ୍ଧ କରାଯିଵ ‌। କିଛି କଟ୍ଟରପନ୍ଥୀ ଵ୍ୟାଖ୍ୟା କରନ୍ତି ଏହି ଧର୍ମୀୟ ଭଵିଷ୍ୟତରେ ହେଵ । ଏହି ଵିଚାରଧାରା ହିଁ ଭାରତ ଉପରେ ବାରମ୍ବାର ଆତଙ୍କଵାଦୀ ଆକ୍ରମଣକୁ ପ୍ରୋତ୍ସାହିତ କରିଥାଏ । ଐତିହାସିକ ଦୃଷ୍ଟିକୋଣରୁ, ଏହି ଵିଚାଧାରା ମଧ୍ୟଯୁଗୀୟ କାଳରେ ଭାରତରେ ଇସଲାମୀ ଆକ୍ରମଣ ସହିତ ଜଡ଼ିତ ଥିଲା, ଯେଉଁଠାରେ କିଛି ଆକ୍ରମଣକାରୀ ଧର୍ମୀୟ ଉଦ୍ଦେଶ୍ୟକୁ ରାଜନୈତିକ ଓ ଅର୍ଥନୈତିକ ଲାଭ ସହିତ ସମ୍ମିଳିତ କରି ଲାଭାନ୍ଵିତ ହୋଇଥିଲେ। କିନ୍ତୁ, ଆଧୁନିକ ସମୟରେ ଏହା ମୁଖ୍ୟତଃ ଆତଙ୍କବାଦୀ ସଂଗଠନ ଦ୍ୱାରା ତଥା ପାକିସ୍ତାନୀମାନଙ୍କ ଦ୍ଵାରା ପ୍ରଚାରିତ ହେଉଅଛି। ଏହି ଚିନ୍ତାଧାରା ଭାରତୀୟ ମୁସଲମାନମାନଙ୍କର ମଧ୍ୟ କେତେକାଂଶରେ ସମର୍ଥନ ଲାଭ କରିଛି । ତେଣୁ ଯେତେବେଳେ ପାକିସ୍ତାନରୁ ଆତଙ୍କଵାଦୀମାନେ ଲୁଚି ଛପି ଭାରତରେ ଅନୁପ୍ରଵେଶ କରନ୍ତି ସେତେବେଳେ ଗଜୱା-ଏ-ହିନ୍ଦ୍‌ର ସମର୍ଥକ କିଛି ଭାରତୀୟ ମୁସଲିମ ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥାନ୍ତି ।
ମାତ୍ର ଯଦି ‘ଗଜୱା-ଏ-ହିନ୍ଦ’ ଭଳି ଏକ ଚିନ୍ତାଧାରା ଵାସ୍ତଵରେ କାର୍ଯ୍ୟକାରୀ ହୁଏ, ତାହାର ପରିଣାମ ଅତ୍ୟନ୍ତ ଭୟାବହ ହୋଇପାରେ। ଏହା ଭାରତରେ ସାମ୍ପ୍ରଦାୟିକ ଵିଭେଦ ବଢ଼ାଇ ସାମାଜିକ ଅସ୍ଥିରତା ସୃଷ୍ଟି କରିପାରେ। ଏହା ଦେଶର ଅର୍ଥନୀତି, ସୁରକ୍ଷା ଓ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ। ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇପାରେ, ଯାହା ନିରୀହ ନାଗରିକଙ୍କ ଜୀଵନ ଓ ଜୀଵିକାକୁ ଵିପଦରେ ପକାଇପାରେ।

ଅଵଶ୍ୟ ଭାରତର ଶକ୍ତିଶାଳୀ ସୁରକ୍ଷା ଵ୍ୟଵସ୍ଥା, ଵିଵିଧତାପୂର୍ଣ୍ଣ ସଂସ୍କୃତି ଏଵଂ ଲୋକଙ୍କ ମାତ୍ରାଧିକ ଦେଶଭକ୍ତି ଯୋଗୁଁ ଏହା ଏଯାଵତ୍ ସଫଳ ହୋଇପାରିନାହିଁ । ଯେତେଦିନ ଯାଏଁ ଭାରତୀୟ ସେନା ଶକ୍ତିଶାଳୀ ହୋଇ ରହିଥିଵ ସେତେଦିନ ଯାଏଁ ଭାରତର ସ୍ଵାଧୀନତା ଅକ୍ଷୁଣ୍ଣ ରହିଥିଵ । ୧୯୪୭ର ସ୍ଵାଧୀନତା ଇଂରେଜମାନଙ୍କଠାରୁ ମିଳିଥିଲା ଏଵଂ ସେ ସ୍ଵାଧୀନତାକୁ ପାଇଵାର ସଂଘର୍ଷ ୨୦୦ ଵର୍ଷ ଦୀର୍ଘ ଥିଲା ।‌ ସେହିପରି ୧୯୪୭ରୁ ଏଯାଵତ୍ ସ୍ଵାଧୀନତାକୁ ବଞ୍ଚାଇ ରଖିଵା ପାଇଁ ଗଜୱା-ଏ-ହିନ୍ଦ୍ ଵିରୋଧରେ ହେଉଥିଵା ସଂଘର୍ଷକୁ ମଧ୍ୟ ସତୁରୀ ଵର୍ଷରୁ ଅଧିକ ଵର୍ଷ ହୋଇଗଲାଣି । ତେଣୁ ଏ ସ୍ଵାଧୀନତା ଇଂରେଜମାନଙ୍କ ଅମଳରେ ଯେତିକି ମୂଲ୍ୟଵାନ ଥିଲା ଆଜିର ଆତଙ୍କଵାଦୀ ସଂଗଠନ ଯୁଗରେ ମଧ୍ୟ ସେମିତି ମୂଲ୍ୟଵାନ ଅଟେ ।