My Blog List
Tuesday, December 9, 2025
ମୂର୍ତ୍ତି ଵିସର୍ଜନରେ ଡିଜେ ! ଆଧୁନିକତା ନା ମୂର୍ଖାମୀ ?
Friday, March 13, 2020
ଭାରତର ମୂଳନିଵାସୀ କିଏ ?
କିଛି ଲୋକ ଦାବି କରନ୍ତି ଯେ ସେ ହେଉଛନ୍ତି ଭାରତଵର୍ଷର ମୂଳନିଵାସୀ ଵା ଆଦିମ ଅଧିଵାସୀ ତେଣୁ ସେ ଶ୍ରେଷ୍ଠ ତ ଆଉ ଦଳେ ଅଛନ୍ତି କୁହନ୍ତି ଆମେ ଆର୍ଯ୍ୟଭାଷୀ ଆମ ଆର୍ଯ୍ୟ ଜାତି ଶ୍ରେଷ୍ଠ ବାକି ସମସ୍ତେ ନିକୃଷ୍ଟ ।
ନିଜକୁ ମୂଳନିଵାସୀ କହି ବୁଲୁଥିଵା ଲୋକଙ୍କ ମଧ୍ୟରେ ଆଜିକାଲି ଗୋଟାଏ ନୂଆ ଟ୍ରେଣ୍ଡ ଚାଲିଛି ।
“ନକାରାତ୍ମକ ପୌରାଣିକ ପାତ୍ରମାନଙ୍କୁ ଭଗଵାନ ପ୍ରଚାର କରିଵା”
ଯଥା―
ପରସ୍ତ୍ରୀ ହରଣ କରିଥିଵା ଲମ୍ପଟ ରାଵଣକୁ ଭଗଵାନ କହିଵା,ପତ୍ନଵ୍ରତ ସତ୍ଯନିଷ୍ଠ ପୁରୁଷଙ୍କୁ ଵିପଥଗାମୀ କରିଵାକୁ ଚେଷ୍ଟା କରୁଥିଵା କୁଳଟା ନାରୀ ସୃପନଖାକୁ ଦେଵୀ ଆଖ୍ଯା ଦେଵା, କୋମଳାଙ୍ଗ ଶିଶୁ ଧ୍ରୁଵ ପ୍ରତି ସ୍ନେହ ପରିଵର୍ତ୍ତେ କ୍ରୁର ଵ୍ଯଵହାର କରିଥିଵା ହୋଲିକା ରାକ୍ଷସୀକୁ ଠିକ୍ ପ୍ରମାଣ କରିଵାକୁ ଚେଷ୍ଟା କରିଵା
ଇତ୍ୟାଦି ଇତ୍ୟାଦି...
ହେଲେ ପୁରାଣର ନକାରାତ୍ମକ ପାତ୍ରମାନଙ୍କୁ ଭଗଵାନ ଓ ଭଗଵତୀ ବୋଲି କାହିଁକି ପ୍ରଚାର କରୁଛନ୍ତି କିଛି ଲୋକ ?
କାରଣ ସେମାନଙ୍କୁ ପଢା଼ଯାଉଛି ...
ଆର୍ଯ୍ୟ = ବ୍ରାହ୍ମଣ ଧର୍ମୀ ସମତଳଵାସୀ ଲୋକେ
ଅନାର୍ଯ୍ୟ = ଦ୍ରାଵିଡ଼, ଆଷ୍ଟ୍ରୋ ଏସୀୟ, indigenous ଲୋକେ
ଅର୍ଥାତ୍ ଆର୍ଯ୍ୟ ବୋଇଲେ ରାମ,କୃଷ୍ଣ,ଵିଷ୍ଣୁ ଇତ୍ୟାଦି ଯେତେ ଦେଵଗୁଣ ସମ୍ପନ୍ନ ପୌରାଣିକ ପାତ୍ର
ଏଵଂ ସୃପନଖା, ରାଵଣ,କଂସ,ଜରାସନ୍ଧ,ହୋଲିକା, ହିରଣ୍ଯକଶ୍ଯପ ଇତ୍ୟାଦି ରାକ୍ଷସୀଗୁଣ ଯୁକ୍ତ ପାତ୍ରମାନେ ହେଲେ ଅନାର୍ଯ୍ୟ...
କିନ୍ତୁ ଏଭଳି ଵିଚାର କାହିଁକି ସୃଷ୍ଟି ହୋଇଛି ?
କାରଣ ଵୈଦେଶିକ ପଣ୍ଡିତମାନେ ଦୁଇଶତ ଵର୍ଷ ପୂର୍ଵେ
ଆର୍ଯ୍ୟ ଓ ଦସ୍ଯୁ ଆଦି ଵେଦରେ ଉଲ୍ଲେଖ ଥିଵା ଗୁଣଵାଚକ ଵିଶେଷଣ ଶବ୍ଦଦ୍ଵୟକୁ ଵିଶେଷ୍ଯ ଶବ୍ଦ ଭାଵେ ଦୁଇ ଜାତି ବୋଲି ପ୍ରଚାର କରିଥିଲେ ।
ସେମାନେ କହିଥିଲେ ...
―ଆର୍ଯ୍ୟଲୋକେ ଗାଈପଲକୁ ଧରି ଋଷିଆଦେଶରୁ ଆସିଛନ୍ତି...
―ଦ୍ରାଵିଡ଼ ଲୋକେ ତୁର୍କିରୁ ଆସିଛନ୍ତି(ଏଵେ କିଛି କହିଲେଣି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରୁ ଆସିଛନ୍ତି 😂)
―ଆଷ୍ଟ୍ରୋ ଏସୀୟମାନେ ମଧ୍ୟ ଓ ପୂର୍ଵ ଆଫ୍ରିକାରୁ ଆସିଛନ୍ତି
―ସିନୋ ତିଵତ୍ତୀୟ(ମୋଙ୍ଗୋଲିଆଡ଼) ଲୋକେ ମଙ୍ଗୋଲିଆରୁ ଆସିଛନ୍ତି
ପୁରୁଣାକଳିଆ ପାଶ୍ଚାତ୍ୟ ଵୈଜ୍ଞାନିକମାନଙ୍କ ଅନୁସାରେ ଆଜକୁ ପ୍ରାୟ ୬୦୦୦୦ ଵର୍ଷ ପୂର୍ଵେ କେଵଳ indigenous ଲୋକେ ଭାରତରେ ରହୁଥିଲେ ଏଵଂ ବାକି ସବୁ ବାହାରିଆ । ଏହି indigenous ଲୋକେ ଏଵେ କେଵଳ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଵସଵାସ କରୁଅଛନ୍ତି । ଅର୍ଥାତ୍ ପ୍ରାୟ ୨୦୦ ଵର୍ଷ ପୂର୍ଵରୁ ହିଁ ଵୈଦେଶିକ ପଣ୍ଡିତମାନେ ଭାରତୀୟ ମୂଳ ଭୂଖଣ୍ଡରେ ରହୁଥିଵା ଅଧିଵାସୀଙ୍କ ମଧ୍ୟରେ କେହି ବି ମୂଳନିଵାସୀ ନୁହେଁ ଓ ସମିତେ ବାହାରୁ ଆସିଛନ୍ତି ବୋଲି କହିଦେଇଥିଲେ
😀😀😀
ତେଵେ ଭାରତରେ ଅନେକ ଲୋକ ଥିଲେ ଯେଉଁମାନେ ଏଭଳି ଥିସିସ୍ ମଧ୍ୟରେ କେତେକ ଦୋଷ ଉଣ୍ଡି ପାଇଲେ ।
ଯଥା―
୧)ଭାରତୀୟ ମୂଳ ଭୂଖଣ୍ଡରେ ଯଦି indigenous ଲୋକେ ସର୍ଵପୁରାତନ ଓ ମୂଳନିଵାସୀ ତାହେଲେ ସେମାନଙ୍କର ଆଜି ଆଉ କୌଣସି ଜନଜାତି କାହିଁକି ମୂଳଭୂଖଣ୍ଡରେ ନାହାନ୍ତି ? କାହିଁକି କେଵଳ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ସେମାନେ ଦେଖାଯାଆନ୍ତି ?
୨)ଯଦି ଭାରତକୁ ୫୦୦୦୦ ଵର୍ଷ ପୂର୍ଵରୁ ସବୁ ବାହାରୁ ଆସିଛନ୍ତି ତାହେଲେ ତା' ଆଗରୁ ଏଠିକାର ମୂଳ ନିଵାସୀ କିଏ ଥିଲେ ? କ'ଣ କୁକୁର, ବିଲେଇ ଓ ବାଘ ?
୩)ଆର୍ଯ୍ୟମାନେ ଯଦି ବାହାରୁ ଆସିଥିଲେ ଓ ବ୍ରାହ୍ମଣ ଧର୍ମ ଵୈଦେଶିକ ତେଵେ ଵିଦେଶରେ ଵିଶେଷତଃ ଋଷିଆରେ କାହିଁକି ସେ ଧର୍ମର ଦେଵୀ ଦେଵତା ଅଥଵା ତାଙ୍କର ପରିଵର୍ତ୍ତିତ ରୂପ ମିଳେ ନାହିଁ ?
୪)ଯଦି ଆର୍ଯ୍ୟମାନେ ମାତ୍ର ପାଞ୍ଚ ସହସ୍ର ଵର୍ଷ ପୂର୍ଵେ ଭାରତକୁ ଆସିଥିଲେ ତାହେଲେ ଭାରତର ଓଡ଼ିଆ,ସଂସ୍କୃତ, ବଙ୍ଗାଳୀ ଓ ହିନ୍ଦୀ ଇତ୍ୟାଦି ଆର୍ଯ୍ୟଭାଷାଗୁଡ଼ିକ ୟୁରୋପୀୟ ଭାଷା ଵିଶେଷତଃ ଋଷୀ ଭାଷାଠାରୁ ଏତେ ଭିନ୍ନ କାହିଁକି ?
ଏଭଳି ଅନେକ ପ୍ରଶ୍ନ ଗତ କିଛି ଦଶନ୍ଧି ହେଵ ଆଲୋଚନା ଓ ଗଵେଷଣାର କେନ୍ଦ୍ରବିନ୍ଦୁ ହୋଇ ଆସିଛି । ତେଵେ ୨୦୦୮―୦୯ ଗ୍ରେଗେରୀୟ ଵର୍ଷରେ ଫିନଲ୍ୟାଣ୍ଡର ଏଷ୍ଟୋନିଆଠାରେ ଅଵସ୍ଥିତ ତାରତୁ ଵିଶ୍ୱଵିଦ୍ୟାଳୟରେ ଭାରତୀୟଙ୍କ ଡିଏନଏ ଗୁଣସୂତ୍ର ଵିଷୟକ ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ହୋଇଥିଲା ।
କେମ୍ବ୍ରିଜ୍ ଵିଶ୍ୱବିଦ୍ୟାଳୟର ପ୍ରଫେସର କିଵିସିଲ୍ଡରଙ୍କର ନିର୍ଦ୍ଦେଶନାରେ ଏଷ୍ଟୋନିଆସ୍ଥିତ ଏଷ୍ଟୋନିୟମ୍ ବାୟୋ ସେଣ୍ଟର୍, ତାରତୁ ଵିଶ୍ୱବିଦ୍ୟାଳୟର ଗଵେଷକ ଛାତ୍ର ଜ୍ଞାନେଶ୍ୱର ଚୌବେ ନିଜର ଅନୁସନ୍ଧାନରେ ଏହା ପ୍ରମାଣିତ କରିଛନ୍ତି ଯେ ସମସ୍ତ ଭାରତଵାସୀଙ୍କ ଜିନ୍ ଏକ ଅର୍ଥାତ୍ ଗୁଣସୂତ୍ର ଆଧାରରେ ଆମ ସମସ୍ତଙ୍କ ପୂର୍ଵଜ ଏକ ଥିଲେ ।
ଉକ୍ତ ଅନୁସନ୍ଧାନରୁ ଭାରତୀୟଙ୍କ ମଧ୍ୟରେ କୌଣସି ଜିନ୍ସଗତ ଗତ ଵିଭିନ୍ନତା ଥିଵା ଜ୍ଞାତ ହୋଇନଥିଲା । ଏହି ଅନୁସନ୍ଧାନରେ ଵର୍ତ୍ତମାନର ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳର ଜନସଂଖ୍ୟାରେ ଵିଦ୍ୟମାନ ସମସ୍ତ ଜାତି, ଉପଜାତି, ଜନଜାତିଙ୍କ ମଧ୍ୟରୁ ହାରାହାରି ୧୩ ସହସ୍ର ନମୂନା ସଂଗ୍ରହ କରି ତହିଁର ପରୀକ୍ଷଣ କରାଯାଇଥିଲା ।
ଏହି ପରୀକ୍ଷଣରୁ ଜଣାଗଲା ଯେ ଭାରତୀୟଙ୍କ ଗୁଣସୂତ୍ର ମଧ୍ୟପ୍ରାଚ୍ଯ, ୟୁରୋପ, ଚୀନ ଓ ଜାପାନ ଆଦି ଦେଶରେ ରହୁଥିଵା ମଣିଷଙ୍କ ଗୁଣସୂତ୍ରଠାରୁ ଭିନ୍ନ ଅଟେ ।
ଏହି ଗଵେଷଣାରେ ଜଣାପଡି଼ଥିଲା ଯେ ଭାରତୀୟ ସିଏ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି ୯୯ ପ୍ରତିଶତ ଲୋକଙ୍କର ଜିନ୍ସଗତ ସମାନତା ରହିଛି । ଏଥିରୁ ସ୍ପଷ୍ଟ ଯେ ଭାରତରେ ଆର୍ଯ୍ୟ ଓ ଅନାର୍ଯ୍ୟ ଵିଵାଦର କୌଣସି ଯଥାର୍ଥତା ନାହିଁ । ଉତ୍ତର,ଦକ୍ଷିଣ ,ପୂର୍ଵ ଓ ପଶ୍ଚିମ ଭାରତୀୟଙ୍କ ପୂର୍ଵଜ ସମାନ ।
ଯେଉଁ ଗଵେଷକମାନେ ପୂର୍ଵେ ଆର୍ଯ୍ୟ ଓ ଅନାର୍ଯ୍ୟର ଅଵଧାରଣା ଥିସିସ୍ ଆକାରରେ ପ୍ରଦାନ କରିଥିଲେ ସେମାନେ ପ୍ରାୟ ଦୁଇଶତ ଵର୍ଷ ପୂର୍ଵରୁ ପ୍ରଦାନ କରିଥିଲେ । ଗତ ଦୁଇଶହ ଵର୍ଷ ମଧ୍ୟରେ ଵିଶ୍ଵରେ ଅନେକ ନଵ ନୂତନ ତଥ୍ୟ ସାମ୍ନାକୁ ଆସିଅଛି । ଅଧୁନା ଉକ୍ତ ତଥ୍ୟ ଆଧାରରେ ନୂତନ ଥିସିସ୍ ଲେଖିଵାର ଆଵଶ୍ଯକତା ରହିଛି ।
ଏକ ନୂଆ ଥିସିସ୍ ଅନୁସାରେ ଭାରତରେ ସର୍ଵପ୍ରଥମେ ମାନଵ ସଭ୍ଯତାର ଅଙ୍କୁରୋଦ୍ଗମ ଅଵିଭକ୍ତ କୋରାପୁଟରେ ହୋଇଥିଵା ଵିଶ୍ଵାସ କରାଯାଏ । ଏଠାରେ ଭାରତର ଅନେକ ଜନଜାତି ଏକତ୍ର ସହାଵସ୍ଥାନ କରୁଅଛନ୍ତି । ଏଠାରେ ପ୍ରଥମେ ଧାନ୍ଯାଦି ଶସ୍ୟ ଚାଷର ପ୍ରମାଣ ମଧ୍ୟ ମିଳିଅଛି । ସମ୍ଭଵତଃ ଜୈଵ ଵିଵିଧତାରେ ପରିପୂର୍ଣ୍ଣ କୋରାପୁଟ ଅଞ୍ଚଳରେ ପ୍ରଥମେ ଭାରତର ସବୁଜାତୀୟ ମାନଵ ଏକାଠି ରହିଵା ଆରମ୍ଭ କରିଥିଲେ । ଧୀରେ ଧୀରେ ଏଠାରୁ ମୂଳ ଭାରତୀୟ ସଭ୍ଯତା ଵିକାଶ ଲାଭକରି ଦକ୍ଷିଣରେ କନ୍ୟାକୁମାରୀ,ଉତ୍ତରରେ ପାରସ୍ଯଦେଶ,ପଶ୍ଚିମରେ ସୌରାଷ୍ଟ୍ର ଓ ଉତ୍ତରପୂର୍ଵରେ ବର୍ମାଦେଶ ଯାଏଁ ଵିସ୍ତାର ଲାଭ କରିଥିଲା ।
ଏ ଵିଷୟରେ ଆଗକୁ ଆହୁରି ଅନେକ କଥା ସାମ୍ନାକୁ ଆସିଵା ଵାକିଅଛି । ସମ୍ଭଵତଃ ଏକବିଂଶ ଶତାବ୍ଦୀ ଶେଷ ହେଲାଵେଳକୁ ଗଵେଷକମାନେ ଆଉ କିଛି ତଥ୍ୟ ଉତ୍ଥାପନ କରି ଏଇଭଳି ଆହୁରି ଅନେକ ପ୍ରଶ୍ନର ସମାଧାନ ନିଶ୍ଚୟ କରିଵେ ବୋଲି ଆଶା କରାଯାଉଛି ।
Saturday, February 29, 2020
ଓଡ଼ିଶାରେ ରହୁଥିଵା ଉଚ୍ଚଶିକ୍ଷିତ କଳିଙ୍ଗୀମାନଙ୍କ ଭ୍ରମଧାରଣା ଓ ପ୍ରକୃତ ସତ୍ଯ
Friday, January 24, 2020
ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କଣ୍ କଣ୍ ଥିଲା ?
ଆଜିକାଲି ଓଡ଼ିଶାର କିଛି ଵିଚ୍ଛିନ୍ନତାଵାଦୀ କୁହନ୍ତି ଆଗେ ଯେମିତି ଓଡ଼ିଆ ବଙ୍ଗାଳି ଭାଷାଯୁଦ୍ଧ ହୋଇ ଗୋଟିଏ ଭାଷାଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଥିଲା ଆମେ ବି ସେଇଭଳି ଏକ ରାଜ୍ୟ ଗଠନକରିଵାକୁ ପ୍ରଚେଷ୍ଟା କରୁଛୁ । ସେମାନେ ଆହୁରି କୁହନ୍ତି ଯେ ସେ ଯୁଗରେ ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କ ଉପରେ ବଙ୍ଗାଳି ଭାଷାକୁ ଲଦିଦେଇଥିଲେ ଏଵେ ସେଇମିତି କଟକିଏ ଓଡ଼ିଆ ଭାଷାକୁ ଆମ ସମ୍ବଲପୁରିଆ ଵା କୋଶଲୀମାନଙ୍କ ଉପରେ ଲଦିଦେଉଛନ୍ତି !!!
ତେଵେ କ'ଣ ସତରେ ଓଡ଼ିଆଭାଷାର ସ୍ଥିତି ଆଜିର ସମ୍ବଲପୁରୀ ଭଳି ଥିଲା ? କଣ୍ ସତରେ ଓଡ଼ିଆ ଭାଷା ବଙ୍ଗାଳିର ଗୋଟିଏ ଉପଭାଷା ? କିଛି ଗଡ଼ଜାତିଆ ମୂର୍ଖ ଏଇଭଳି ମତ ପୋଷଣ କରନ୍ତି ।
ତେଵେ ଏହାର
―ଓଡ଼ିଆଭାଷା ବନାମ୍ ବଙ୍ଗାଳି ଭାଷା―
■ଓଡ଼ିଆ ଭାଷାର ପ୍ରାଚୀନତା:-
୧)ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା । ନିମ୍ନରେ କେତେକ ତଥ୍ୟ ପ୍ରମାଣ ସ୍ଵରୁପ ପ୍ରଦାନ କରାଗଲା ।
କ)ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି
ଯଥା:-
“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ ।”
ଖ)ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାରେ ଇନ୍ଦ୍ରଭୁତିଙ୍କ ଦ୍ଵାରା ଉଡ୍ଡିୟାନ ରାଜ୍ୟ ସ୍ଥାପନ ବେଳକୁ ଆଧୁନିକ ଓଡ଼ିଆ ଭାଷା ଵିକଶିତ ହେବାକୁ ଲାଗିଥିଲା ଏବଂ ସେହି ଵିକଶିତ ଭାଷାରେ କାହ୍ନୁପା ଲୁଇପା ଆଦି କବିମାନେ ଚର୍ଯ୍ୟାଗୀତି ରଚନା କରି ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ସପ୍ତମ ଶତାବ୍ଦୀରେ ହିଁ ଚୀନ ପରିବ୍ରାଜକ ହୁଏନ ସାଂ ଭାରତ ଭ୍ରମଣ ରେ ଆସିଥିଲେ । ସେ ଏହି ଆଧୁନିକ ଭାଷାକୁ ‛ଉ-ଚ’ ଭାବରେ ଉଲ୍ଲେଖ କରିଅଛନ୍ତି । ଏହା ଉଡ୍ର ଶବ୍ଦ ର ବିକୃତି ଉଦାହରଣ ମାତ୍ର ।
ଗ)ଷୋଡ଼ଶ ଶତାବ୍ଦୀରେ ବ୍ୟାକରଣାକାର ମାର୍କଣ୍ଡେୟ ଉଡ୍ରୀ ଅପଭ୍ରଂଶର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ତାଙ୍କ ପ୍ରାକୃତ ସର୍ଵସ୍ଵରେ ଲେଖିଛନ୍ତି
“ଶବର୍ଯ୍ୟାମେବୈଡ୍ରୀ ଯୋଗାତ୍ତଦ୍ଦେଶ୍ୟ ଶୌରସେନ୍ୟାଦେଃ ।”
ତାଙ୍କ ମତରେ ଉଡ୍ର ଦେଶର କଥିତ ଭାଷାରେ ଶୌରସେନୀ ଓ ଶଵର ଭାଷାର ପ୍ରଭାବ ଫଳରେ ଉଡ୍ରୀ ଅପଭ୍ରଂଶର ସୃଷ୍ଟି । ଉଡ୍ରୀ ଅପଭ୍ରଂଶର ନିମ୍ନଲିଖିତ ଉଦାହରଣ ସେ ଦେଇଛନ୍ତି
“ଦେବ ଜସୋଆ ଣନ୍ଦଣ କର ମଇ କରୁଣା ଲେସ
ଏତ୍ତିକେ ଜମଉ ଅଚ୍ଛ (ଉ) ଇ ପିଟ୍ଟଇ ସବ୍ବ କିଳେସ”
। ଇତ୍ୟୋଡ୍ରୀ ।(୧୦)
ଏହାର ସଂସ୍କୃତ ରୂପ ଏଇଭଳି
“ଦେବ ଯଶୋଦା ନନ୍ଦନ କୁରୁ ମୟି କରୁଣା ଲେଶମ୍
ଇହତ୍ୟଃ ଜନ୍ମତଃ ଅସ୍ମି ଇତି ପୀଡ଼ୟତି ସର୍ଵ କ୍ଲେଶଃ ।”
ପ୍ରୋକ୍ତ ପଦଟିର ସମୟକାଳ ସମ୍ଭବତଃ ଦଶମ ଶତାବ୍ଦୀ । ତେବେ ବୈୟାକରଣୀକ ମାର୍କଣ୍ଡେୟ ଅନ୍ୟ ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।
“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।
ଘ)ଦଶମ ଶତାବ୍ଦୀର ଵିଖ୍ୟାତ ପ୍ରାକୃତ ଵ୍ଯାକରଣାକାର ପୁରୁଷୋତ୍ତମ ତାଙ୍କର ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ଓ ଏହାକୁ ଇ ଏବଂ ଓ ପ୍ରତ୍ୟୟ ବହୁଳ ଭାଷା(ଇକାରୌକାର ପ୍ରାୟ୍ୟୋଡ୍ରୀ) ବୋଲି ମତ ଦେଇଛନ୍ତି ।
ଙ)ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”
ତେଵେ ଓଡ଼ିଆ ଭାଷା ଭଳି ବଙ୍ଗାଳି ଭାଷାର ଏଭଳି ଏତେ ଉଲ୍ଲେଖ ଦେଖାଯାଏ ନାହିଁ । ଆଜିର ସମ୍ବଲପୁରୀ ଭାଷାର ଏଭଳି କୌଣସି ପ୍ରାଚୀନ ଉଲ୍ଲେଖ କେଉଁ ପୁରାତନ ଵ୍ଯାକରଣକାର କରାଥିଵା ଦେଖାଯାଏ ନାହିଁ । ତେଣୁ ପ୍ରାଚୀନତା ଦୃଷ୍ଟିରୁ ସମ୍ବଲପୁରୀଟା ଝିଅ ଆଉ ଓଡ଼ିଆ ଭାଷା ତାହାର ମାଆ ପଦଵାଚ୍ଯ ହେଵା ଉଚିତ ।
■ଓଡ଼ିଆ ଭାଷାରେ ସମୃଦ୍ଧ ସାହିତ୍ୟ,ପ୍ରାଚୀନ ପାଣ୍ଡୁଲିପି ଓ ଶିଳାଲେଖ :―
୧)ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ଯ ରହିଥିଲା । ଓଡ଼ିଆ ଭାଷାର ଶବ୍ଦସମ୍ଭାର ଓ ଶୈଳୀ ଵିଵିଧତା ମଧ୍ୟ ବଙ୍ଗାଳି ଅପେକ୍ଷା ଶ୍ରେଷ୍ଠଥିଲା । ଓଡ଼ିଶାରେ ସାରଳାଦାସ,ଜଗନ୍ନାଥ ଦାସ,ଅଚ୍ଯୁତାନନ୍ଦ,ଅର୍ଜୁନ ଦାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କଵିରଵି ବଳଦେଵ ରଥଙ୍କ ଭଳି ଶ୍ରେଷ୍ଠ ସାହିତ୍ଯିକ ଜନ୍ମ ଲଭିସାରିଥିଲାଵେଳେ ବଙ୍ଗାଳିମାନଙ୍କ କ୍ଷେତ୍ରରେ ସେମନ୍ତ କିଛି ନଥିଲା ।
୨)ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଲୋକଙ୍କ ପାଖରେ ବଙ୍ଗାଳିମାନଙ୍କ ଅପେକ୍ଷା ଓଡ଼ିଆ ଭାଷାରେ ଅନେକ ପ୍ରାଚୀନ ପାଣ୍ଡୁଲିପି ପୋଥି ରହିଥିଲା । ଏ କ୍ଷେତ୍ରରେ ସଂସ୍କୃତ ପରେ ଓଡ଼ିଆ ଆଜି ବି ଦ୍ଵିତୀୟ ସ୍ଥାନରେ ରହିଛି ।
୫)ଓଡ଼ିଶାରେ ଶହ ଶହ ଶିଳାଲେଖ ମିଳିଥିଲା ଯେଉଁଥିରେ ଓଡ଼ିଆ ଭାଷା ଓ ଲିପି ରହିଥିଲା କେଉଁଠି ବି ବଙ୍ଗାଳି ଭାଷା କି ଲିପିର ଶିଳାଲେଖ ମିଳିନଥିଲା ।
୬)ଓଡ଼ିଆଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଓ ବଙ୍ଗାଳି ଉଭୟ ଭାଷାର ଭିନ୍ନ ଭିନ୍ନ ଲିପି ମଧ୍ୟ ଥିଲା ।
୭)ଓଡ଼ିଆ ଓ ବଙ୍ଗାଳି ଭାଷା ମଧ୍ୟରେ ଵାକ୍ଯଗଠନ, ଧ୍ଵନିଗତ ପାର୍ଥକ୍ୟ,କ୍ରିୟା, କ୍ରିୟାପଦ, ଅଵ୍ଯୟ,ସର୍ଵନାମ ଓ ପ୍ରତ୍ଯୟାଦି ଅନେକାଂଶରେ ଭିନ୍ନ ଓ ପ୍ରାୟ କେତେକ ପରସ୍ପର ଅସମଦ୍ଧୃତ ଥିଲା ।
―ରାଜନୈତିକ―
୧)ଉଡ୍ର―କଳିଙ୍ଗ―ଉତ୍କଳ ଦେଶ ଅନ୍ତତଃ ୨୦୦୦ ଵର୍ଷ ଧରି ଗୋଟିଏ ସ୍ଵତନ୍ତ୍ର ଦେଶ ରହିଥିଵାର ଐତିହାସିକ ପ୍ରମାଣ ରହିଥିଲା ।
୨)ଓଡ଼ିଆ ରାଜା ଓ ସମ୍ରାଟ ବଙ୍ଗଦେଶକୁ ଅନେକବାର ନିଜର ଶାସନାଧୀନ କରିଥିଲାଵେଳେ ବଙ୍ଗାଳିମାନେ କେଵେବି ସଂମ୍ପୂର୍ଣ୍ଣ ଓଡ଼ିଶାରେ ଶାସନ କରିନଥିଲେ କି ତାଙ୍କର କୌଣସି ରାଜା କେଵେ କଳିଙ୍ଗ ସମ୍ରାଟ ମହେନ୍ଦ୍ର ଦେଵ(କରକଣ୍ଡୁ),ଶତ୍ରୁଭଞ୍ଜ କି ଖାରଵେଳଙ୍କ ଭଳି ଵୀରତ୍ଵ ପ୍ରଦର୍ଶନ କରିନଥିଲେ ।
୩)ବଙ୍ଗାଳିମାନଙ୍କ ଅପେକ୍ଷା ଭାରତଵର୍ଷରେ କଳିଙ୍ଗୀମାନେ ଅଧିକ ଵୀର ବୋଲି କଳିଙ୍ଗ ଯୁଦ୍ଧଠାରୁ ଆରମ୍ଭ କରି ଫରାସୀ ଓ ଇଂରେଜମାନଙ୍କ ଵିପକ୍ଷରେ ୧୭୫୩ ଘୁମୁସର ଵିଦ୍ରୋହ ଓ ୧୮୬୦ ସମ୍ବଲପୁର ଵିପ୍ଳଵ ଯାଏଁ ଐତିହାସିକ ପ୍ରମାଣ ରହିଥିଲା । ପୁରାଣ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାଵ ଉଲ୍ଲେଖଯୋଗ୍ୟ । ମହାଭାରତରେ କୌରଵ ପକ୍ଷରୁ ଯୁଦ୍ଧ କରି କେମିତି କଳିଙ୍ଗ ଦେଶର ରାଜା ଅଦ୍ଭୁତ ଯୁଦ୍ଧ କୌଶଳ ପ୍ରୟୋଗ କରିଥିଲେ ତାହା ଉଲ୍ଲେଖ ରହିଛି କିନ୍ତୁ ବଙ୍ଗାଳି ଜାତିର ରାଜାଙ୍କର ସେଥିରେ ନାଆଁ ବି ନାହିଁ ।
୪)ଓଡ଼ିଆ ଲୋକେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଶ୍ରୀଵିଜୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ,ବଙ୍ଗାଳି ଭାରତ ମଧ୍ୟରେ ସେତେଵେଳେ ଥିଲେ କି ନାହିଁ ତାହା ଗଵେଷଣା ସାପେକ୍ଷ 🤣🤣
୫)ଓଡ଼ିଆ ପୁଅ ଲଙ୍କା ଓ ମାଲଡିଵ ଦ୍ଵୀପପୁଞ୍ଜରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ କିନ୍ତୁ ବଙ୍ଗାଳି ସେମିତି କିଛି କରିନଥିଲେ ।
―ସାମାଜିକ―
୧)ଓଡ଼ିଆମାନଙ୍କ ଵିଵାହ ଶ୍ରାଦ୍ଧ,ଜୀଵନଶୈଳୀ ଅନେକାଂଶରେ ବଙ୍ଗାଳିମାନଙ୍କଠାରୁ ଭିନ୍ନ ସ୍ଵତନ୍ତ୍ର ନିଆରା ଓ ଶ୍ରେଷ୍ଠ ଥିଲା । ଯେଉଁ କେତେକ ପର୍ଵପର୍ଵାଣୀ ଓ ସାମାଜିକ ରୀତିନୀତି ଉଭୟ ଅଞ୍ଚଳରେ ସମାନ ଥିଲା ତାହା ମହାଭାରତୀୟ ପର୍ଵପର୍ଵାଣୀ ଥିଲା । ଉଦାହରଣ ସ୍ଵରୂପ ମହାଵିଷୁଵ ପଣାସଂକ୍ରାନ୍ତିକୁ ଉଭୟ ନୂଆଵର୍ଷ ଭାଵେ ପାଳୁଥିଲେ କିନ୍ତୁ ମୈଥିଳୀ,କେରଳୀ,କନ୍ନଡଭାଷୀ,ଅହମିୟା, ପଞ୍ଜାବୀ ମଧ୍ୟ ଏଇଦିନକୁ ପାରମ୍ପରିକ ନଵଵର୍ଷ ଭାଵେ ପାଳୁଥିଲେ । ଓଡ଼ିଆମାନେ ରଜ,ବୁଧିବାମନ ଓଷା,ଦୋଳ,ଝାମୁ ଇତ୍ୟାଦି ସ୍ଵତନ୍ତ୍ର ପର୍ଵ ପାଳୁଥିଲେ କିନ୍ତୁ ଏସବୁ ବଙ୍ଗଦେଶରେ ନଥିଲା କି ନାହିଁ ।
୨)ଓଡ଼ିଆ ଲୋକଙ୍କ ନୌଵାଣିଜ୍ଯ ପରମ୍ପରା ଏତେ ଉନ୍ନତ ଥିଲା ଯେ ତାଙ୍କର ଭାଷାରେ ନୌଵାଣିଜ୍ଯ ସମ୍ବନ୍ଧୀୟ ସ୍ଵତନ୍ତ୍ର ଶବ୍ଦ ରହିଥିଲା ଏମନ୍ତକି ଓଡ଼ିଆ ଭାଷାର ସ୍ଵତନ୍ତ୍ର ଜାହଜିଆ ଦିଗ ସମ୍ବନ୍ଧୀୟ ଶବ୍ଦ ବି ରହିଥିଲା କିନ୍ତୁ ବଙ୍ଗାଳି ଭାଷାରେ ସେମନ୍ତ କିଛି ଦୃଶ୍ୟ ହେଉନଥିଲା ! ଓଡ଼ିଆ ଲୋକେ ନୌଵାଣିଜ୍ୟ କରୁଥିଵାର ପ୍ରମାଣ କୋଣାର୍କ ମନ୍ଦିରରେ ଆଫ୍ରିକାର ଜିରାଫ,ବାଲିଦ୍ଵୀପରେ ସମ୍ବଲପୁରୀ ସମସାଦୃଶ୍ଯ ପାଟୋଲା ଵସ୍ତ୍ର ଓ ଭୂଵନେଶ୍ଵର ସଂଗ୍ରହାଳୟରେ ସଂରକ୍ଷିତ ଗ୍ରୀକ୍ ଦେଶୀୟ anchor ସହିତ ସାମ୍ଯ ଥିଵା ଆଙ୍କୁଡି଼ଯନ୍ତ୍ର ମଧ୍ୟ ଉଲ୍ଲେଖଯୋଗ୍ୟ । ତେଵେ ବଙ୍ଗାଳିମାନଙ୍କର ସେଭଳି କିଛି ସାଂସ୍କୃତିକ ସିଦ୍ଧି ନଥିଲା ।
୩)ଓଡ଼ିଶାରେ ଶ୍ରୀଜଗନ୍ନାଥ ପୂଜା ପାଉଥିଲାଵେଳେ ବଙ୍ଗାଳିମାନେ ମଧ୍ୟ ତାଙ୍କୁ ନିଜର ଈଶ୍ୱର ଭଳି ପୂଜା କରୁଥିଲେ ଵରଂ ସେମାନେ ତ ଓଡ଼ିଆ ଲୋକଙ୍କ ଅପେକ୍ଷା ଶ୍ରୀଜଗନ୍ନାଥଙ୍କର ବଡ଼ ଭକ୍ତ ଥିଵାର ପ୍ରମାଣ ମିଳେ । ତେଵେ ଶ୍ରୀଜଗନ୍ନାଥଙ୍କ ମୂଳଦେଶ କଳିଙ୍ଗ ଥିଵାରୁ ଵରଂ ବଙ୍ଗାଳି ଏଇ ଓଡ଼ିଆ ଜାତିର ଗୋଟିଏ ଉପଜାତି ଭଳି ପ୍ରତିଭାତ ହେଉଥିଲା ।
୪)ବଙ୍ଗାଳିମାନେ ଯେଉଁ ଖାଦ୍ୟ ଖାଉଥିଲେ ତାହାର ମୂଳ ଓଡ଼ିଶାରେ ହୋଇଥିଵାର ପ୍ରମାଣ ରହିଥିଲା । ତେଵେ ଓଡ଼ିଶାରେ ପ୍ରତ୍ଯେକ ଖାଦ୍ଯଵିଶେଷରେ ମିଳୁଥିଵା ଵିଵିଧତା ବଙ୍ଗଳା ଦେଶରେ ଦେଖାଯାଉନଥିଲା । ଉଦାହରଣ ସ୍ଵରୂପ ବଙ୍ଗରେ ଗୋଟିଏ ପ୍ରକାରର ରସଗୋଲା ମିଳୁଥିଵାଵେଳେ ଓଡ଼ିଶାରେ ହଜାର ହଜାର ପ୍ରକାରର ମିଳିଥାଏ ।
୫)ଓଡ଼ିଶାରେ ଛଉନୃତ୍ଯଠାରୁ ବାଘନାଚ ଯାଏଁ ଗୋଟିପୁଅଠାରୁ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟନ୍ତ ଶହ ଶହ ପ୍ରକାରର ନୃତ୍ୟ ଶୈଳୀ ରହିଥିଵାଵେଳେ ବଙ୍ଗାଳିମାନଙ୍କ ପାଖରେ ଗୋଟିଏ ପ୍ରକାରର ସ୍ଵତନ୍ତ୍ର ଶାସ୍ତ୍ରୀୟ ନୃତ୍ୟ ଶୈଳୀ ବି ନଥିଲା ।
୬)ଓଡ଼ିଶାରେ ତିରିଶରୁ ଅଧିକ ଭିନ୍ନ ଭିନ୍ନ ଵସ୍ତ୍ର ତିଆରି କଳା ରହିଥିଲା । ତନ୍ମଧ୍ୟରୁ ସମ୍ବଲପୁରୀ ଵସ୍ତ୍ର ଥିଲା ଓଡ଼ିଆ ଜାତିର ମାନକ ରାଜସିକ ଵସ୍ତ୍ର । ସେଇଥିପାଇଁ ଏହା ମାଲେସିଆ ଯାଏଁ ଯାଇ ଚଳୁଅଛି ।
୬)ଓଡ଼ିଶାର କଳା ଭାସ୍କର୍ଯ୍ୟ ବଙ୍ଗାଳିଠାରୁ ଅନେକାଂଶରେ ଭିନ୍ନ ଓ ନିଆରା ଥିଲା ଏଵଂ ଏଠାରେ ବଙ୍ଗଳାଦେଶ ଅପେକ୍ଷା ସହସ୍ରାଧିକ ଗୁଣ ଅଧିକ ପ୍ରାଚୀନ ମନ୍ଦିର ରହିଥିଲା । ଓଡ଼ିଆ ଓ ବଙ୍ଗାଳି ମନ୍ଦିର ନିର୍ମାଣ ପଦ୍ଧତି ମଧ୍ୟ ଭିନ୍ନ ଭିନ୍ନ ଥିଲା ।
୭)ଓଡ଼ିଶାରେ ଭାରତର ସବୁଠାରୁ ଉତ୍କୃଷ୍ଟ ପଟ୍ଟଚିତ୍ର ତିଆରି ହେଉଥିଵାଵେଳେ ବଙ୍ଗଳାରେ ସେମନ୍ତ କୌଣସି ପରମ୍ପରା ହିଁ ନଥିଲା ।
ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କଠାରୁ ଅନେକ କ୍ଷେତ୍ରରେ ପଛୁଆଥିଲେ କିନ୍ତୁ ନିଜକୁ ଶ୍ରେଷ୍ଠ ବୋଲି ହେଣ୍ଡି ମାରୁଥିଲେ । ବଙ୍ଗାଳିମାନଙ୍କ ଏହି ଅଯଥା ଅହଂକାର ହିଁ ଭଵିଷ୍ଯତରେ ଭାଷାଯୁଦ୍ଧର କାରଣ ହୋଇଥିଲା । ...
Saturday, December 21, 2019
କଳିଙ୍ଗୀ ସ୍ଵାଭିମାନ କଣ୍ ?
କଳିଙ୍ଗୀ ଲୋକେ ଦେଶଭକ୍ତ ହୋଇପାରନ୍ତି କିନ୍ତୁ ସେମାନେ ଆନଭାରତୀୟ ଜାତିଙ୍କ ପରି ଅତି ଆତ୍ମମୁଗ୍ଧ ନୁହନ୍ତି ଯେ କାହାର ଦ୍ରଵ୍ଯ,ଐତିହ୍ୟ,ମହାପୁରୁଷ ଓ ଭୂଭାଗ ଆଦିକୁ ନିଜର କହି ଥେଇ ଥେଇ ହେଇ ନାଚିଵେ । କିଛି ଲୋକ କୁହନ୍ତି ଓଡ଼ିଆ ଲୋକେ ଆନ ଭାରତୀୟ ଜାତି ଵିଶେଷତଃ ବଙ୍ଗାଳୀମାନଙ୍କୁ ଏତେ ଘୃଣା କାହିଁକି କରନ୍ତି ?
ଵିଶ୍ଵାସ କରନ୍ତୁ ଆଜ୍ଞା ତାଳି କେଵେ ବି ଗୋଟିଏ ହାତରେ ବାଜେନି,ଗୋଟିଏ ପକ୍ଷରୁ ଯଦି ଆପଣଙ୍କ ଉପରେ ଘନଘନ ସାଂସ୍କୃତିକ, ଆର୍ଥିକ ଓ ରାଜନୈତିକ ଆକ୍ରମଣ ହେଵ ଆପଣ କଣ୍ ତାହାର କିଛି ବି ପ୍ରତିଵାଦ କରିଵେ ନାହିଁ ?
ଏକଦା ଓଡ଼ିଶାରେ ବଙ୍ଗାଳିମାନଙ୍କୁ ଭ୍ରାତା ସମାନ ମାନ୍ଯ ହେଉଥିଲା ,ସମସ୍ତେ ମିଳିମିଶି ରହୁଥିଲେ । ଯେତେଵେଳେ ମୋଗଲକାଳରେ କିଛି ବଙ୍ଗାଳୀ ଓଡ଼ିଶାକୁ ଆସି ଏଠାରେ ଵସଵାସ କଲେ ସେମାନେ ଏଇମାଟିର ସନ୍ତାନ ପାଲଟିଯାଇଥିଲେ କିନ୍ତୁ ବଙ୍ଗଦେଶରେ ସେମାନଙ୍କୁ କେରା ବଙ୍ଗାଳୀ କହି ଅପମାନିତ କରାଗଲା । ମଜାକଥା ହେଲା ସେଇ ବଙ୍ଗାଳୀ ବଂଶୋଭଵ ଅନେକ ଓଡ଼ିଆ ମହାପୁରୁଷ ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଆଜୀଵନ ସଂଗ୍ରାମ ଚଳାଇଥିଲେ । କଵିଵର ରାଧାନାଥ ରାୟ, କର୍ମଵୀର ଗୌରୀଶଙ୍କର ତନ୍ମଧ୍ୟରେ ଅନ୍ଯତମ ।
ପଞ୍ଚଶଖା ଯୁଗରୁ ରୀତିଯୁଗ ଯାଏଁ ଓଡ଼ିଶାର ଅନେକ କଵି ବଙ୍ଗଭାଷାରେ ମଧ୍ୟ କାଵ୍ଯ ଲେଖୁଥିଲେ । ଗୋପାଳ ଧର
ସାରା ଭାରତକୁ ଆମେ ପ୍ରଥମେ ପଶୁରୁ ମନୁଷ୍ୟ ହେଵାର ଜ୍ଞାନ ଦେଇଛନ୍ତି
ପ୍ରଥମ ମାନଵ ସଭ୍ଯତା― କଳିଙ୍ଗରେ(୬୪୦୦୦ ରୁ ୮୬୦୦୦ ସହସ୍ର ଵର୍ଷ ତଳେ; ମୁଣ୍ଡା ଶଵର ସଭ୍ଯତା)
ପ୍ରଥମ ଚାଷୀ କଳିଙ୍ଗୀ
ସର୍ଵପୁରାତନ ପ୍ରାକୃତ ଭାଷାର ଜନ୍ମସ୍ଥାନ କଳିଙ୍ଗ
ଅଧିକାଂଶ ନିଷ୍ଠାନ୍ନର ଆଵିଷ୍କାର କଳିଙ୍ଗ ଦେଶରେ
ଚାରି ମାନଵ ଜାତିର ଏକମାତ୍ର କେନ୍ଦ୍ରସ୍ଥଳ କଳିଙ୍ଗ
ଓଡ଼ିଶା,କଳିଙ୍ଗ, ଉତ୍କଳ ସବୁ ଗୋଟିଏ ଦେଶର ନାଆଁ କିନ୍ତୁ
କଳିଙ୍ଗ = ଵୀରତ୍ଵର ପ୍ରତୀକ
ଯେତେଵେଳେ ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ତଥା କଳା କାରୁକାର୍ଯ୍ୟ କଥା ପଡେ଼, ଯେତେବେଳେ ପୂର୍ଵ ଗୌରଵ କଥା ପଡେ଼ ସେତେଵେଳେ ଲୋକେ କଳିଙ୍ଗ କହିଵାକୁ ଭଲପାଆନ୍ତି । ଵିଚ୍ଛିନ୍ନତାଵାଦୀ ମଧ୍ୟ ନିଜକୁ କଳିଙ୍ଗୀ କହିଵାକୁ କୁଣ୍ଠାବୋଧ କରନ୍ତି ନାହିଁ ଏମନ୍ତ କି କିଛି ବଙ୍ଗାଳୀ ଓ ତେଲୁଗୁ ଲୋକ ମଧ୍ୟ ନିଜକୁ କଳିଙ୍ଗୀ କହିଥାନ୍ତି । କାହିଁକି କହିଥାନ୍ତି ? କାରଣ ଆମ ଜାତିର ଐତିହ୍ୟ ହିଁ ସେତେ ଉନ୍ନତମାନର ଥିଲା ।
ଉତ୍କଳ ଶବ୍ଦଟି ସାହିତ୍ଯିକମାନେ ସାହିତ୍ୟ କ୍ଷେତ୍ରରେ ଵ୍ଯଵହାର କରନ୍ତି, ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଏହା ଆମ ଜାତୀୟତାର ଏକ ନାମ ଵିଶେଷ ଥିଲା । ଆଜି ଏହି ନାମଟି କିଛି ଲୋକଙ୍କ ଚକ୍ଷୁଶୂଳ ହୋଇଛି । ଯେମିତି ଅସରପା ଵିଶାକ୍ତ ଔଷଧର ଉତ୍କଟ ଗନ୍ଧକୁ ସହିପାରେନି ଠିକ୍ ସେହିପରି ଵିଚ୍ଛିନ୍ନତାଵାଦୀ ଏ ନାମକୁ ମାତ୍ରାଧିକ ଘୃଣାକରନ୍ତି ।
ଓଡ଼ିଶା ନାଆଁରେ ପୂର୍ଵ ଦୁଇନାମ ଭଳି କୌଣସି ଵୀରତ୍ଵ/ଶ୍ରେଷ୍ଟତ୍ଵର ଭାଵ ମିଳୁନାହିଁ । କଳିଙ୍ଗ ଦେଶରେ ସମୁଦାୟ ୬୨ଭାଷା ଓ ଶତାଧିକ ଜାତି ଅଛନ୍ତି କିନ୍ତୁ ସେମାନେ ଗୋଟିଏ ଉଡ୍ର ଵା ଓଡ଼ ଚଷାଜାତିର ଭାଷା କହିଛନ୍ତି, ତାଙ୍କ ପୂର୍ଵଜଙ୍କ ରାଜ୍ୟର ନାମ ସେହି ଚଷାଜାତି ଓ ତାହାର ଭାଷା ନାମରେ ହୋଇଯାଇଛି ଫଳରେ ଅନ୍ୟ ୬୧ଗୋଟି ଭାଷା ବୋଲୁଥିଵା ଲୋକେ ନିଜକୁ ଓଡ଼ିଆ ନକହି, କଳିଙ୍ଗୀ ନକହି ପ୍ରଥମେ ଭାରତୀୟ ଭାଵେ ପରିଚୟ ଦେଉଅଛନ୍ତି । ଯଦିଵା କେହି ନିଜକୁ କୁଈ,ସଉରା,ସାନ୍ତାଳୀ ବୋଲି ପରିଚୟ ଦେଉଛି ତାକୁ ଆଦିବାସୀ କହି ଅପମାନିତ କରାଯାଉଛି ।
ଏସବୁ ଅନୁଭଵ ଓ ହୃଦୟଙ୍ଗମ କରିଥିଵା ଲୋକ ହିଁ କଳିଙ୍ଗ ଓ ଉତ୍କଳ ନାମର ମହତ୍ତ୍ଵ ବୁଝିପାରିଵ ।
Tuesday, October 15, 2019
ଓଡ଼ିଆ ଭାଷା ଓ ଭ୍ରମ
ମାନକ ଓଡ଼ିଆ ଭାଷା ଵା ଯାହାକୁ ବହିଭାଷା କୁହାଯାଏ ତା ଵିଷୟରେ ଆମ ଗଡ଼ଜାତିଆଙ୍କ ମଧ୍ୟରେ ଅନେକ ଭ୍ରମ ଧାରଣା ରହିଛି ।
ଭ୍ରମ ଧାରଣା (୧)
ବହି ଭାଷା ଵା ମାନକ ଶାସ୍ତ୍ରୀୟ ଭାଷା = କଟକୀ ଭାଷା
★ପ୍ରକୃତ ସତ୍ଯ★
ବହି ଭାଷା କଟକୀ ନୁହେଁ, ଯିଏ କଟକର ଗ୍ରାମାଞ୍ଚଳରେ ରହିଛି ସିଏ ସ୍ପଷ୍ଟ ଭାବରେ କହିପାରେ ଯେ
ନା !!! ବହି ଭାଷା କଟକୀ ଆଦୌ ନୁହେଁ ।
ଯଥା କେତେକ ଉଦାହରଣ ଦେଖନ୍ତୁ
ମାନକ ଓଡ଼ିଆରେ #ସେବେ #ଏବେ କୁହାଯାଏ କିନ୍ତୁ କଟକୀରେ କୁହନ୍ତି #ସେଭେ , #ଏଭେ । ମାନକ ଓଡ଼ିଆରେ #ତୁମେ କୁହାଯାଏ କଟକୀ ଶୈଳୀରେ #ତେମେ କୁହନ୍ତି । ଏଇଭଳି ଲକ୍ଷାଧିକ ଉଦାହରଣ ରହିଛି । ଅଵିଭକ୍ତ କଟକ ଜିଲ୍ଲାରେ ଲକ୍ଷାଧିକ ସ୍ଥାନୀୟ ଶବ୍ଦ ରହିଛି କିନ୍ତୁ ସେଗୁଡ଼ିକ ମାନକ ଓଡ଼ିଆରେ ସ୍ଥାନପାଇ ନାହିଁ ।
ଭ୍ରମ ଧାରଣା (୨)
ପୂର୍ଵାଞ୍ଚଳର କଥିତ ଓଡ଼ିଆ ଶୈଳୀ ହେଉଛି ମାନକ ଓଡ଼ିଆ କଥିତ ଶୈଳୀ
•ପ୍ରକୃତ ସତ୍ଯ
କଟକୀ ଶୈଳୀ ମାନକ ଓଡ଼ିଆ କଥିତ ଶୈଳୀ ନୁହେଁ ଵରଂ ଯେଉଁ କଥିତ ଓଡ଼ିଆ ଭାଷାରେ ଜଣେ ବ୍ରହ୍ମପୁରର ଲୋକ ସହ ଜଣେ ସମ୍ବଲପୁରଵାସୀ କଥା ହୁଏ, ଯେଉଁ କଥିତ ଶୈଳୀରେ ଜଣେ ବାଲେଶ୍ବରଵାସୀ ସହ ଆନଜଣେ ଢେଙ୍କାନାଳିଆ କଥା ହୁଏ ସେଇ କଥିତ ଶୈଳୀକୁ ମାନକ ଓଡ଼ିଆ କଥିତ ଶୈଳୀ କୁହାଯାଏ ।
ଭ୍ରମ ଧାରଣା (୩)
କେଵଳ ବହିଭାଷା ଵା ମାନକ ଓଡ଼ିଆ ହିଁ ଶାସ୍ତ୍ରୀୟ ଓଡ଼ିଆ ଏଵଂ ଵାକି ସବୁ ତାହାର ଶୈଳୀ
★ପ୍ରକୃତ ସତ୍ୟ★
ଶାସ୍ତ୍ରୀୟ ଓଡ଼ିଆ ଵା ଯାହାର ପ୍ରାଚୀନ ନାମ ଉଡ୍ରୀ ଵିଭାଷା ଥିଲା ତାହା ମୂଳତଃ ଵସ୍ତର ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଞ୍ଚଳରେ ଆଜକୁ ପ୍ରାୟ ୨୪୦୦ ଵର୍ଷ ତଳେ କଥିତ ଭାଷା ରୂପେ ଚଳୁଥିଵାର ଉଲ୍ଲେଖ ଭାରତନାଟ୍ୟମ୍ ରେ ଅଛି । ଏହି ଭାଷା ଆଜି ଭାଷା କ୍ଷେତ୍ରରେ ସଂସ୍କୃତ ପରଵର୍ତ୍ତୀ ସବୁଠାରୁ ଅଧିକ ଵୈଜ୍ଞାନିକ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଵେ ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ସମଗ୍ର ଓଡ଼ିଆ ଭାଷା ମଧ୍ୟ କୁହାଯାଏ । ଏହା କୌଣସି ଗୋଟିଏ ଅଞ୍ଚଳର ନୁହେଁ ସମଗ୍ର କଳିଙ୍ଗ ଦେଶର ଭାଷା,ଏହା ସମସ୍ତଙ୍କର ଭାଷା କାରଣ ସମସ୍ତେ ଏ ଭାଷାକୁ ନିଜ ନିଜର ଶବ୍ଦ ଓ ଶୈଳୀ ଦେଇଛନ୍ତି ।
ସେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଵା ସମଗ୍ର ଓଡ଼ିଆ ଭାଷା କିନ୍ତୁ
କେଵଳ ମାନକ ଭାଷା ଵା ବହିଭାଷା ନୁହେଁ ଵରଂ ବହିଭାଷା ଵା ମାନକ ଓଡ଼ିଆ ମଧ୍ୟ ଦେଶିଆ,କୁପିଆ,ରେଲୀ,ଭତ୍ରୀ ଆଦି ଭଳି ସମଗ୍ର ଓଡ଼ିଆ ଭାଷାର ଗୋଟିଏ ଶୈଳୀ ଛଡ଼ା ଆଉ କିଛି ନୁହେଁ ।
ସମଗ୍ର ଓଡ଼ିଆ ଭାଷା ଵା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଏକ ଶୈଳୀ ଏହି ବହିଭାଷା ଵା ମାନକ ଭାଷା ମଧ୍ୟ ଦୁଇ ପ୍ରକାରର
୧) କଥିତ ମାନକ ଭାଷା
ଯେଉଁ ମାନକ ଭାଷା ଦ୍ଵାରା ଜଣେ ସମ୍ବଲପୁରଵାସୀ ସହ କୌଣସି ଢେଙ୍କାନାଳାଞ୍ଚଳର ଲୋକ କଥାଭାଷା ହୁଏ, ଯେଉଁ କଥିତ ମାନକ ଭାଷା ଵ୍ଯଵହାର କରି ଜଣେ ଗଞ୍ଜାମଵାସୀ ଆନଜଣେ ବାଲେଶ୍ଵରିଆ ଲୋକ ସହ କଥା ହୁଏ ତାହା କଥିତ ମାନକ ଭାଷା
୨) ଲିଖିତ ମାନକ ଭାଷା
ଯେଉଁ ମାନକ ଭାଷା ଵା ବହିଭାଷାର କଳିଙ୍ଗଦେଶର ଵିଦ୍ଵାନମାନେ, ଛାତ୍ର ଓ ଶିକ୍ଷକ ଆଦି ସମସ୍ତ ବୁଦ୍ଧିଜୀଵିମାନେ ଵ୍ଯଵହାର କରନ୍ତି ତାହା ଲିଖିତ ମାନକ ଭାଷା ଅଟେ ।




