ମୁମ୍ବାଇର ଜଣେ ପ୍ରସିଦ୍ଧ ତଥା ଧନୀ ମରାଠୀ ଶିଳ୍ପପତିଙ୍କର ଏକମାତ୍ର ଝିଅ ଥିଲା ସାୟଲୀ । ସାୟଲୀ ତା’ ପିତାମାତାଙ୍କର ପ୍ରାଣଠାରୁ ଅଧିକ ପ୍ରିୟ ଥିଲା। ସବୁ ସୁଖ-ସୁଵିଧା ଓ ଆଦର-ଯତ୍ନ ମଧ୍ୟରେ ବଢ଼ିଥିଵା ସାୟଲୀ ଜୀଵନର ପ୍ରକୃତ ସତ୍ୟ ଏଵଂ ସମାଜର ଜଟିଳତା ଵିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା। କଲେଜରେ ପଢ଼ିଵା ସମୟରେ, ସେ ଜଣେ ପଠାଣ ଯୁଵକର ପ୍ରେମରେ ପଡ଼ିଗଲା। ପ୍ରେମର ସେହି ଆଵେଗ ଏତେ ଗଭୀର ଥିଲା ଯେ ସାୟଲୀ ନିଜ ପରିଵାର, ସଂସ୍କାର ଓ ନିଜ ସଂସ୍କୃତିକୁ ମଧ୍ୟ ଭୁଲିଵାକୁ ଲାଗିଲା।
ଯେତେବେଳେ ବାପା-ମା’ ଏହି ଵିଷୟରେ ଜାଣିଲେ ସେତେବେଳେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା। ସେମାନେ ସାୟଲୀକୁ ଅନେକ ବୁଝାଇଵାକୁ ଚେଷ୍ଟା କଲେ କିନ୍ତୁ ପ୍ରେମରେ ଅନ୍ଧ ହୋଇସାରିଥିଵା ସାୟଲୀ ନିଜ ପିତାମାତାଙ୍କ କୌଣସି କଥା ଶୁଣିଵାକୁ ପ୍ରସ୍ତୁତ ନଥିଲା। ସେ ସ୍ପଷ୍ଟ ମନା କରିଦେଲା ଏଵଂ ନିଜ ପ୍ରେମ ପାଇଁ ନିଜ ଜନ୍ମଦାତାଙ୍କ ସହ ସମ୍ପର୍କ ଭାଙ୍ଗିଵାକୁ ମଧ୍ୟ ପଛଘୁଞ୍ଚା ଦେଲାନାହିଁ। ବାପା-ମା’ ନିଜକୁ ନିରୁପାୟ ଓ ଅସହାୟ ବୋଲି ମନେକଲେ। ନିଜ ଝିଅକୁ ଏହି ଭୁଲ୍ ରାସ୍ତାରୁ କିପରି ଫେରାଇ ଆଣିବେ, ସେମାନଙ୍କୁ କିଛି ବାଟ ଦିଶୁନଥିଲା।
ଶେଷରେ, ନିଜର ଆକୁଳତା ନିୟନ୍ତ୍ରଣ ନକରିପାରି, ବାପା ନିଜର ଜଣେ ପୁରୁଣା ଓ ଵିଶ୍ୱାସପ୍ରଦ ପରିଵାର ବନ୍ଧୁଙ୍କ ସହ ଏହି ଵିଷୟରେ ଆଲୋଚନା କଲେ। ସେହି ବନ୍ଧୁ ଜଣକ ଜଣେ ବୁଦ୍ଧିମତୀ, ଶିକ୍ଷିତା ଓ ଅନୁଭଵୀ ମହିଳା ଥିଲେ। ସେ ସମସ୍ତ କଥା ଶାନ୍ତ ଭାବେ ଶୁଣିଲେ ଏଵଂ କହିଲେ, "ଜୋର-ଜବରଦସ୍ତି କିମ୍ବା ରାଗ ଦ୍ୱାରା ପ୍ରେମର ନିଶା ଅଟକାଯାଇପାରିଵ ନାହିଁ। ଏଥିପାଇଁ ଧୈର୍ଯ୍ୟ, ବୁଦ୍ଧି ଓ ଯଥାର୍ଥ କୌଶଳର ଆଵଶ୍ୟକତା ଅଛି।"
କିଛି ଦିନ ପରେ, ସେହି ବନ୍ଧୁ ଜଣକ ଦୁଇଟି ପରିଵାର ମିଶି ଏକାଠି ବଣଭୋଜି କରି ଯିଵାର ଯୋଜନା କଲେ। ସମସ୍ତେ ସହର ବାହାରେ ଥିଵା ଏକ ସୁନ୍ଦର ପ୍ରାକୃତିକ ପରିଵେଶକୁ ଗଲେ। ବଣଭୋଜି ଚାଲିଥିଵା ଭିତରେ, ବନ୍ଧୁ ଜଣକ ସମସ୍ତଙ୍କ ସାମ୍ନାରେ ଜାଣିଶୁଣି ସାୟଲୀର ସମର୍ଥନ କଲେ। ସେ କହିଲେ, "ସବୁ ରିଲିଜନ୍-ମଜହବ୍-ଧର୍ମର ମୂଳ ଵିଚାର ସମାନ। ଯଦି ଦୁଇଜଣ ପରସ୍ପରକୁ ପ୍ରକୃତ ପ୍ରେମ କରୁଛନ୍ତି, ତେବେ ଧର୍ମ-ମଜହବ୍-ରିଲିଜନ୍ ସେମାନଙ୍କ ମାଧ୍ୟମରେ ପ୍ରତିବନ୍ଧକ ହେଵା ଉଚିତ୍ ନୁହେଁ। ପିତାମାତାମାନେ ନିଜ ଝିଅର ଖୁସି ପାଇଁ ଏହି ଵିଵାହରେ ସମ୍ମତି ଦେଵା ଦରକାର।"
ଏହି କଥା ଶୁଣି ସାୟଲୀର ମନରେ ଆଶାର ଏକ ନୂଆ କିରଣ ଜାଗ୍ରତ ହେଲା। ପୂର୍ଵରୁ ସମସ୍ତେ ତାକୁ ଵିରୋଧ କରୁଥିଲେ କିନ୍ତୁ ଏହି ସମ୍ପର୍କୀୟା ମାଉସୀ ତା’ର ପକ୍ଷ ନେଉଥିଵାରୁ, ସାୟଲୀ ତାଙ୍କୁ ନିଜର ସବୁଠାରୁ ବଡ଼ ସମର୍ଥକ ଓ ଶୁଭଚିନ୍ତକ ବୋଲି ଭାବିଵାକୁ ଲାଗିଲା। ତା’ ଆଖିରେ ସେହି ମହିଳା ଜଣକ ଜଣେ ମାର୍ଗଦର୍ଶକ ପାଲଟିଗଲେ।
ବଣଭୋଜି ଚାଲିଥିଵା ସମୟରେ ମଧ୍ୟ ସେହି ପଠାଣ ଯୁଵକର ଫୋନ୍ ସାୟଲୀ ପାଖକୁ ବାରମ୍ବାର ଆସୁଥିଲା। ସାୟଲୀ ଲୁଚି ଲୁଚି ତା’ ସହ କଥା ହେଉଥିଲା। ଏହା ଲକ୍ଷ୍ୟ କରି, ବନ୍ଧୁ ଜଣକ ସାୟଲୀକୁ ସ୍ନେହରେ ଏକାନ୍ତକୁ ଡାକି ନେଲେ। ସେ ତା’ ହାତରେ ମରାଠୀ ଭାଷାରେ ଅନୁଵାଦିତ ଏକ ବହି Not Without My Daughter ଧରାଇଦେଲେ।
ସେ ସାୟଲୀକୁ ମୃଦୁ ହସି କହିଲେ, "ତୁମେ ଜଣେ ପଠାଣ ଯୁଵକକୁ ଵିଵାହ କରିଵାକୁ ଯାଉଛ। ତେଣୁ,ଵିଵାହ ପୂର୍ଵରୁ ତା ସଂସ୍କୃତି, ରୀତିନୀତି ଓ ସମାଜର ଵାସ୍ତଵତା ଵିଷୟରେ ତୁମର କିଛି ଜ୍ଞାନ ଥିଵା ଉଚିତ୍। ଏହି ବହିଟି ପଢ଼, ଏହା ତୁମକୁ ଅନେକ କଥା ବୁଝିଵାରେ ସାହାଯ୍ୟ କରିଵ।"
ସାୟଲୀ ବହିଟିକୁ ନେଇ ନିଜ ରୁମ୍କୁ ଗଲା। ରାତି ପ୍ରାୟ ୧୧:୩୦ ହୋଇଥିଲା। ଚାରିଆଡ଼ ଶାନ୍ତ, ନିଶବ୍ଦ । ସାୟଲୀ ବହିଟିର ପ୍ରଥମ କିଛି ପୃଷ୍ଠା ଓଲଟାଇ ପଢ଼ିଵା ଆରମ୍ଭ କଲା। ବହିଟିରେ ଜଣେ ଅଣ-ପଠାଣ ମହିଳାଙ୍କର ପଠାଣ ପରିଵାରରେ ଵିଵାହ ପରର ଭୟାନକ ଅନୁଭୂତି, କଠୋର ନିୟମ, ନିର୍ଯାତନା ଓ ମାନସିକ ଯନ୍ତ୍ରଣାର ଵାସ୍ତଵ ଚିତ୍ର ଅତ୍ୟନ୍ତ ଜୀଵନ୍ତ ଭାବେ ଵର୍ଣ୍ଣନା କରାଯାଇଥିଲା।
ବହିଟିର ମାତ୍ର କିଛି ପୃଷ୍ଠା ପଢ଼ୁ ପଢ଼ୁ ସାୟଲୀର ଦେହ ଶିହରି ଉଠିଲା। ତା’ର ଛାତି ଭିତରଟା କମ୍ପିଵାକୁ ଲାଗିଲା। ସେ ଯେଉଁ ସ୍ୱପ୍ନର ଦୁନିଆରେ ରହୁଥିଲା, ତାହା ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୂରମାର ହୋଇଗଲା। ଭୟ ଓ ଆଶଙ୍କାରେ ତା’ ଆଖିରୁ ଲୁହ ବୋହିଵାକୁ ଲାଗିଲା।
ମାତ୍ର କିଛି ମିନିଟ୍ ମଧ୍ୟରେ, ସାୟଲୀ ଦୌଡ଼ିଯାଇ ସେହି ବନ୍ଧୁଙ୍କ ଶୋଇଵା ଘର କବାଟ ବାଡ଼େଇଲା। ବନ୍ଧୁ ଜଣକ କବାଟ ଖୋଲିଲେ। ସାୟଲୀ ଆଖିରେ ଲୁହ ନେଇ, କମ୍ପିତ ସ୍ୱରରେ କହିଲା, "ଏହା ଅତ୍ୟନ୍ତ ଭୟଙ୍କର ! ଏହା ମୋ କଳ୍ପନା ବାହାରେ। ମୁଁ ଏପରି ଜୀଵନ ବିତାଇ ପାରିବି ନାହିଁ, ମୁଁ ତାକୁ ମୋଟେ ଵିଵାହ କରିବି ନାହିଁ।"
କିନ୍ତୁ ସେହି ଚତୁର ବନ୍ଧୁ ଜଣକ ନିଜର ଆଚରଣ ବଦଳାଇଲେ ନାହିଁ। ସେ ସମ୍ପୂର୍ଣ୍ଣ ଶାନ୍ତ ରହି ସାୟଲୀକୁ ବୁଝାଇଵାକୁ ଲାଗିଲେ, "ଦେଖ ସାୟଲୀ, ଧର୍ମ-ମଜହବ-ରିଲିଜନ୍ ଇତ୍ୟାଦିର ନୀତିନିୟମ ଯାହା ବି ହୋଇଥାଉ ନା କାହିଁକି, ତୁମ ଦୁହିଁଙ୍କ ପ୍ରେମ କ’ଣ ସତ ନୁହେଁ ? ଯଦି ତୁମର ପ୍ରେମ ସତ୍ୟ, ତେବେ ଗୋଟିଏ କାମ କର। ତୁମେ ସେ ପଠାଣ ପିଲାକୁ ହିନ୍ଦୁ ଧର୍ମ ଗ୍ରହଣ କରିଵାକୁ କୁହ। ଯଦି ସେ ତୁମକୁ ସତରେ ଭଲପାଉଥାଏ ତେବେ ସେ ତୁମ ପାଇଁ ଏତିକି କରିପାରିଵ। ସେ ହିନ୍ଦୁ ହୋଇଗଲେ ମୁଁ ନିଜେ ତୁମ ବାପାଙ୍କୁ ବୁଝାଇ ତୁମର ଵିଵାହ କରାଇଦେବି।"
ଏହି ପ୍ରସ୍ତାବ ସାୟଲୀକୁ ବହୁତ ଯୁକ୍ତିଯୁକ୍ତ ଲାଗିଲା। ସେ ଭାବିଲା, "ଯଦି ମୁଁ ମୋ ପରିଵାର ଓ ଧର୍ମକୁ ଛାଡ଼ିଵାକୁ ପ୍ରସ୍ତୁତ ଥିଲି, ତେବେ ସେ ମଧ୍ୟ ମୋ ପାଇଁ ନିଜର ଧର୍ମ ବଦଳାଇ ପାରିବେ।"
ସାୟଲୀ ବିନା ଵିଳମ୍ବରେ ତୁରନ୍ତ ସେହି ଯୁଵକକୁ ଫୋନ୍ କଲା। ଫୋନ୍ ଉଠିଵା କ୍ଷଣି ସାୟଲୀ ବଡ଼ ଉତ୍ସାହର ସହ ବହିଟି ଵିଷୟରେ, ନିଜର ଭୟ ଵିଷୟରେ ଏଵଂ ଶେଷରେ ବନ୍ଧୁଙ୍କର ସେହି ପ୍ରସ୍ତାଵ ବିଷୟରେ ପଠାଣ ପିଲାକୁ ଜଣାଇଲା। ସେ କହିଲା, "ତୁମେ ହିନ୍ଦୁ ଧର୍ମ ଗ୍ରହଣ କରିନିଅ, ଆମେ ଵିଵାହ କରି ଖୁସିରେ ରହିଵା । ମୋ ବାପା ମଧ୍ୟ ରାଜି ହୋଇଯିବେ।"
ଏହା ଶୁଣୁ ଶୁଣୁ ସେପଟୁ ସେହି ଯୁବକର ସ୍ୱର ସମ୍ପୂର୍ଣ୍ଣ ବଦଳିଗଲା। ପ୍ରେମର ସମସ୍ତ ମୁଖା ଗୋଟିଏ ମୁହୂର୍ତ୍ତରେ ଖସିପଡ଼ିଲା। ସେ ଅତ୍ୟନ୍ତ କ୍ରୋଧ ଓ ଘୃଣାର ସହ ଗର୍ଜନ କରି କହିଲା, "ତୁ ଗୋଟାଏ ଵେଶ୍ୟା ଭଳି କ'ଣ କଥାଵାର୍ତ୍ତା କରୁଛୁ କିଲୋ ? ତୋ’ ପରି ଝିଅ ପାଇଁ ମୁଁ ନିଜ ଧର୍ମ ବଦଳାଇବି ବୋଲି ତୁ ଭାବିଲୁ କିପରି?"
ଏହି ଶବ୍ଦଗୁଡ଼ିକ ସାୟଲୀର କାନରେ ଶକ୍ତ ଚଟକଣା ଭଳି ବାଜୁଥାଏ । ତା’ର ସମସ୍ତ ସ୍ୱପ୍ନ, ସମସ୍ତ ଵିଶ୍ୱାସ ଗୋଟିଏ ସେକେଣ୍ଡରେ ଭାଙ୍ଗି ଚୂରମାର ହୋଇଗଲା। ଯେଉଁ ଯୁଵକ ପାଇଁ ସେ ନିଜ ଜନ୍ମଦାତା ବାପା-ମା’ଙ୍କୁ ପର କରିଵାକୁ ବାହାରିଥିଲା, ସେହି ଯୁଵକର ନଜରରେ ତା’ର ପ୍ରକୃତ ମୂଲ୍ୟ କ’ଣ ଥିଲା, ତାହା ସେ ଅତ୍ୟନ୍ତ ସ୍ପଷ୍ଟ ଭାବେ ବୁଝିପାରିଲା।
ସେହି ଗୋଟିଏ ଆଘାତ ସାୟଲୀକୁ ଵାସ୍ତଵତା ପ୍ରତି ସଚେତନ କରିଦେଲା। ତା’ ଆଖିରୁ ପ୍ରେମର ଅନ୍ଧପୁଟୁଳି ଖସିପଡ଼ିଲା। ସେ ବୁଝିପାରିଲା ଯେ ତାହାର ଆତ୍ମସମ୍ମାନକୁ ପାଦରେ ଦଳି ଦେଇପାରେ ତା'ର ପ୍ରେମ କେବେହେଲେ ବି ସତ୍ୟ ନୁହେଁ କେଵଳ ଛଳନା ଅଟେ । ସେ ସେହି ମୁହୂର୍ତ୍ତରେ ଫୋନ୍ କାଟିଦେଲା ଏଵଂ ସେହି ଯୁଵକ ସହ ସମସ୍ତ ସମ୍ପର୍କ ସଦାସର୍ଵଦା ପାଇଁ ଶେଷ କରିଦେଲା। ନିଜ ଭୁଲ୍ ବୁଝିପାରି ସେ ନିଜ ପିତାମାତାଙ୍କ ନିକଟରେ କ୍ଷମା ମାଗିଲା ଏଵଂ ସେହି ବୁଦ୍ଧିମତୀ ବନ୍ଧୁଙ୍କୁ ଅଶ୍ରୁପୂର୍ଣ୍ଣ ଆଖିରେ କୃତଜ୍ଞତା ଜଣାଇଲା।
•••••••••••••••••••••••••••••••••••••
Not Without My Daughter ବହିଟି ବେଟି ମହମୁଦି ଓ ୱିଲିୟମ୍ ହୋଫର୍ଙ୍କ ଦ୍ୱାରା ଲିଖିତ ଏକ ପ୍ରସିଦ୍ଧ ଆତ୍ମଜୀଵନୀମୂଳକ ପୁସ୍ତକ ଅଟେ । ଏହି ବହିଟି ୧୯୮୭ ମସିହାରେ ପ୍ରକାଶିତ ହୋଇଥିଲା। ଏହା ବେଟି ମହମୁଦିଙ୍କ ନିଜ ଜୀଵନର ସତ୍ୟ ଘଟଣା ଉପରେ ଆଧାରିତ ଯେଉଁଥିରେ ସେ ନିଜର ଆମେରିକୀୟ ନାଗରିକତା, ଜଣେ ଇରାନୀୟ ସ୍ୱାମୀଙ୍କୁ ଵିଵାହ, ଇରାନ୍ ଭ୍ରମଣ ସମୟରେ ବନ୍ଦୀ ହୋଇ ରହିବା ଏଵଂ ଶେଷରେ ନିଜ ଝିଅ (ମାହତାବ୍) ସହ ସେଠାରୁ ନିଜ ଜୀଵନ ବାଜି ଲଗାଇ ଖସି ଆସିଵାର ସଂଘର୍ଷପୂର୍ଣ୍ଣ କାହାଣୀ ଵର୍ଣ୍ଣନା କରିଛନ୍ତି।
ବେଟି ଜଣେ ଆମେରିକୀୟ ମହିଳା ଥିଲେ। ସେ ଆମେରିକାରେ ରହୁଥିଵା ଜଣେ ଇରାନୀୟ ଡାକ୍ତର ସୟେଦ ବୁଜୋର୍ଗ ମହମୁଦିଙ୍କୁ ବିବାହ କରିଥିଲେ। ସେମାନଙ୍କର ମାହତାବ୍ ନାମ୍ନୀ ଏକ ଛୋଟ ଝିଅ ଥିଲା। ସ୍ୱାମୀ ଆମେରିକାରେ ଅନେକ ଵର୍ଷ ରହିଵା ପରେ ବହୁତ ଶାନ୍ତ ଓ ଆଧୁନିକ ମନୋଭାବର ଜଣାପଡ଼ୁଥିଲେ। ୧୯୮୪ ମସିହାରେ, ବେଟିଙ୍କୁ ସୟେଦ ନିଜ ପରିଵାର ସହିତ ଭେଟ କରାଇଵା ପାଇଁ ମାତ୍ର ଦୁଇ ସପ୍ତାହ ପାଇଁ ଇରାନ୍ ଯିଵାକୁ ପ୍ରସ୍ତାଵ ଦେଲେ। ବେଟି ପ୍ରଥମେ ସନ୍ଦେହରେ ଥିଲେ ମଧ୍ୟ, ସ୍ୱାମୀ କୁରାନ୍ ଛୁଇଁ ପ୍ରତିଶ୍ରୁତି ଦେଵାରୁ ସେ ନିଜ ଝିଅକୁ ନେଇ ଇରାନ୍ ଯିଵାକୁ ରାଜି ହୋଇଗଲେ।
ଇରାନ୍ରେ ପହଞ୍ଚିଵା ପରେ ସ୍ୱାମୀଙ୍କର ଆଚରଣ ସମ୍ପୂର୍ଣ୍ଣ ବଦଳିଗଲା। ଦୁଇ ସପ୍ତାହ ଶେଷ ହେଵା ପରେ, ସେ ସ୍ପଷ୍ଟ ଜଣାଇଦେଲେ ଯେ ସେମାନେ ଆଉ ଆମେରିକା ଫେରିବେ ନାହିଁ ଏଵଂ ସଦାସର୍ଵଦା ପାଇଁ ଇରାନ୍ରେ ରହିବେ। ବେଟିଙ୍କର ପାସପୋର୍ଟ ଓ ପଇସା ଛଡ଼ାଇ ନିଆଗଲା। ଇରାନୀୟ ନିୟମ ଅନୁସାରେ, ଜଣେ ଵିଦେଶୀ ମହିଳା ଇରାନୀୟ ପୁରୁଷଙ୍କୁ ଵିଵାହ କଲେ ସ୍ଵତଃ ଇରାନ୍ର ନାଗରିକ ହୋଇଯାଆନ୍ତି ଏଵଂ ସ୍ୱାମୀଙ୍କ ଅନୁମତି ବିନା ଦେଶ ଛାଡ଼ିପାରିବେ ନାହିଁ। ବେଟି ନିଜ ଶାଶୂଘରେ ଜଣେ କଏଦୀ ପାଲଟିଗଲେ। ତାଙ୍କ ଉପରେ ଶାରୀରିକ ଓ ମାନସିକ ଅତ୍ୟାଚାର ଆରମ୍ଭ ହେଲା।
ବେଟିଙ୍କୁ ଆମେରିକା ଫେରିଵାର ଗୋଟିଏ ବାଟ ମିଳୁଥିଲା, କିନ୍ତୁ ସର୍ତ୍ତ ଥିଲା ଯେ ସେ ନିଜ ଝିଅ ମାହତାବ୍କୁ ଇରାନ୍ରେ ଛାଡ଼ି ଏକା ଯିବେ। କିନ୍ତୁ ଜଣେ ମା’ ହିସାବରେ ବେଟି ନିଜ ଝିଅକୁ ସେହି ଅତ୍ୟାଚାରପୂର୍ଣ୍ଣ ପରିଵେଶରେ ଛାଡ଼ିଵାକୁ ସମ୍ପୂର୍ଣ୍ଣ ମନା କରିଦେଲେ। ସେ ସଙ୍କଳ୍ପ ନେଲେ—"ମୁଁ ଯଦି ଯିବି ଯେତେବେଳେ ବି ଯିବି ମୋ ଝିଅକୁ ସାଙ୍ଗରେ ନେଇ ଯିବି, ନଚେତ୍ ଯିବିନାହିଁ"।
ଦୀର୍ଘ ୧୮ ମାସର କଠୋର ସଂଘର୍ଷ, ଗୁପ୍ତ ଯୋଜନା ଏଵଂ କିଛି ସ୍ଥାନୀୟ ସହାୟକଙ୍କ ସାହାଯ୍ୟରେ, ୧୯୮୬ରେ ବେଟି ଓ ତାଙ୍କର ୫ ଵର୍ଷର ଝିଅ ଇରାନ୍ର କଠିନ ବରଫାବୃତ ପାହାଡ଼ିଆ ଆର୍କଟିକ୍ ବାଟ ଦେଇ, ଗୁପ୍ତରେ ସୀମା ପାର୍ କରି ତୁର୍କୀକୁ ପଳାୟନ କଲେ। ସେଠାରୁ ସେମାନେ ନିରାପଦରେ ଆମେରିକା ଫେରିଆସିଲେ।
ଇରାନ୍ରେ ବନ୍ଦୀ ଥିଵା ସମୟରେ ବେଟି ଦେଖିଥିଲେ ଯେ ତାଙ୍କ ପରି ଅନେକ ଵିଦେଶୀ ମହିଳା ନିଜ ସ୍ୱାମୀଙ୍କ ପ୍ରେମରେ ପଡ଼ି ଇରାନ୍ ଆସିଥିଲେ ଏଵଂ ସେଠାରେ ଫସି ରହି ଅତ୍ୟାଚାରିତ ହେଉଥିଲେ। ଆମେରିକା ଫେରିଵା ପରେ ସେ ଅନୁଭଵ କଲେ ଯେ ଅଜ୍ଞାନତା ଯୋଗୁଁ ଅନେକ ନିରୀହ ଝିଅ ଓ ମା’ମାନେ ଏପରି ଜାଲରେ ଫସିଯାଉଛନ୍ତି। ତେଣୁ ନିଜ ସହ ଘଟିଥିଵା ସତ୍ୟ ଘଟଣା ସାରା ଦୁନିଆ ଆଗରେ ରଖି ଅନ୍ୟମାନଙ୍କୁ ସଚେତନ କରିଵା ତାଙ୍କର ସବୁଠାରୁ ବଡ଼ ଉଦ୍ଦେଶ୍ୟ ଥିଲା।
ଅନ୍ତର୍ଜାତୀୟ ଵାଲ୍ୟ ଅପହରଣ ସମ୍ପର୍କରେ ସେତେବେଳେ ଆମେରିକା କିମ୍ବା ଅନ୍ୟ ଦେଶଗୁଡ଼ିକରେ କୌଣସି କଠୋର ଆଇନ ନଥିଲା। ବେଟି ନିଜର ଦୁଃଖଦ ଅନୁଭୂତିକୁ ବହି ମାଧ୍ୟମରେ ଉପସ୍ଥାପନ କରି ଆମେରିକା ସରକାର ଓ ସାରା ଵିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ, ଯେପରି ଅନ୍ୟ କୌଣସି ପିତା କିମ୍ବା ମା’ଙ୍କୁ ନିଜ ସନ୍ତାନଠାରୁ ଏପରି ଅଲଗା ହେଵାକୁ ନପଡ଼େ।
୧୮ ମାସର ନିର୍ଯାତନା, ଭୟ ଓ ମାନସିକ ସଂଘର୍ଷ ବେଟିଙ୍କ ମନରେ ଏକ ଗଭୀର ଆଘାତ ସୃଷ୍ଟି କରିଥିଲା। ମନୋଵିଜ୍ଞାନୀ ଏଵଂ ତାଙ୍କ ଶୁଭଚିନ୍ତକମାନେ ତାଙ୍କୁ ନିଜର ଅନୁଭୂତି ଲେଖିଵାକୁ ପରାମର୍ଶ ଦେଇଥିଲେ।
ଏପଟେ ଆମେରିକା ଫେରିଵା ପରେ ବେଟିଙ୍କର ସାହସିକ ପଳାୟନର ଖବର ସ୍ଥାନୀୟ ଗଣମାଧ୍ୟମରେ ଆଲୋଚନାର ଵିଷୟ ପାଲଟିଥିଲା। ଏହି ସମୟରେ ପ୍ରସିଦ୍ଧ ଲେଖକ ୱିଲିୟମ୍ ହୋଫର୍ ବେଟିଙ୍କ ସହ ଯୋଗାଯୋଗ କଲେ। ବେଟି ମହମୁଦି ଜଣେ ପେସାଦାର ଲେଖିକା ନଥିଲେ। ଏକ ଭୟଙ୍କର ସତ୍ୟ ଘଟଣାକୁ ପାଠକଙ୍କ ପାଖରେ ଉପଯୁକ୍ତ ସଂବେଦନଶୀଳ ଓ ଉତ୍କଣ୍ଠାପୂର୍ଣ୍ଣ ଶୈଳୀରେ ଉପସ୍ଥାପନ କରିଵା ପାଇଁ ଜଣେ ଦକ୍ଷ ଲେଖକଙ୍କ ଆଵଶ୍ୟକତା ଥିଲା।
ସେହି ସମୟରେ ବେଟିଙ୍କୁ ଭେଟି ୱିଲିୟମ୍ ହୋଫର୍ ତାଙ୍କୁ ବୁଝାଇଥିଲେ ଯେ ତାଙ୍କର ଏହି କାହାଣୀ କେଵଳ ଏକ ସାଧାରଣ ଖବର ନୁହେଁ, ଏହା ଏକ ଶକ୍ତିଶାଳୀ ବହି ହୋଇପାରିଵ ଯାହା ଲୋକଙ୍କ ଆଖି ଖୋଲିଦେଵ । ବେଟି ମହମୁଦି ରାଜି ହେଵାରୁ ବେଟିଙ୍କ ସହ ଘଟିଥିଵା ସମସ୍ତ ଘଟଣା, ତାରିଖ ଓ ଅନୁଭୂତିଗୁଡ଼ିକୁ ଶୃଙ୍ଖଳିତ ଭାବେ ଏକାଠି କରି ଏକ ଆକର୍ଷଣୀୟ ଉପନ୍ୟାସ ଆକାରରେ ଲେଖିଵାର କାମ ୱିଲିୟମ୍ ହୋଫର୍ କରିଥିଲେ। ହୋଫର୍ ବେଟିଙ୍କ ସହ ଘଣ୍ଟା ଘଣ୍ଟା ଧରି କଥାଵାର୍ତ୍ତା କରି ତାଙ୍କ ଅନୁଭୂତିକୁ ଲିପିବଦ୍ଧ କରିଥିଲେ ଏଵଂ ତାହାକୁ ଵ୍ୟାକରଣଗତ ଓ ସାହିତ୍ୟିକ ଦୃଷ୍ଟିରୁ ସୁନ୍ଦର ଭାବେ ରଚନା କରିଥିଲେ। କାହାଣୀଟି ସମ୍ପୂର୍ଣ୍ଣ ଭାବେ ବେଟି ମହମୁଦିଙ୍କର ଥିଲା କିନ୍ତୁ ସେହି କାହାଣୀକୁ ଶବ୍ଦର ରୂପ ଦେଇ ଏକ Bestseller ବହିରେ ପରିଣତ କରିଵାର ଶ୍ରେୟ ୱିଲିୟମ୍ ହୋଫର୍ଙ୍କୁ ଦିଆଯାଏ । ଏହିକାରଣରୁ ବହିର ପ୍ରଚ୍ଛଦପଟରେ ୱିଲିୟମ୍ ହୋଫର୍ଙ୍କୁ ସହ-ଲେଖକ ଭାବେ ସମ୍ମାନ ଦିଆଯାଇଛି।
Not Without My Daughter ବହିଟି ପ୍ରକାଶିତ ହେଵା ପରେ ସାରା ଵିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଏହା ନାରୀର ସାହସ, ମାତୃତ୍ୱର ଶକ୍ତି ଓ ସ୍ୱାଧୀନତା ପାଇଁ ସଂଘର୍ଷର ଏକ ଅମର ପ୍ରତୀକ ପାଲଟିଗଲା। ୧୯୯୧ ମସିହାରେ ଏହି ବହି ଉପରେ ଆଧାରିତ ଏକ ହଲିଉଡ୍ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ସାଲି ଫିଲ୍ଡ୍ ବେଟିଙ୍କ ଭୂମିକାରେ ଅଭିନୟ କରିଥିଲେ।
No comments:
Post a Comment