My Blog List

Showing posts with label ରାଜନୀତି. Show all posts
Showing posts with label ରାଜନୀତି. Show all posts

Thursday, June 1, 2023

ନୂଆ ସଂସଦଭଵନ କାହିଁକି ମହତ୍ତ୍ୱପୂର୍ଣ୍ଣ ?

ପୁରୁଣା ସଂସଦଭଵନ ଆମେ ଭାରତୀୟମାନେ ନିର୍ମାଣ କରିନଥିଲେ ଵରଂ ସ୍ଵାଧୀନତା ପରେ ତାକୁ ଇଂରେଜମାନେ ଆମ ପାଇଁ ଛାଡ଼ି ଦେଇ ଯାଇଥିଲେ । ଆମକୁ ପରାଧୀନ କରି ରଖିଥିଲା ବେଳେ ଆମ ଇଚ୍ଛା ଵିରୋଧରେ ଆମକୁ ଖଟାଇ ତଥା ଆମ ଧନ ଵ୍ୟୟ କରି ପୁରୁଣା ସଂସଦଭଵନ ଗଢ଼ାଯାଇଥିଲା କିନ୍ତୁ ନୂଆ ସଂସଦଭଵନ ଭାରତୀୟମାନଙ୍କ ଦ୍ଵାରା, ଭାରତୀୟମାନଙ୍କ ଇଚ୍ଛାରେ ଗଢ଼ାଯାଇଛି । 
ପୁରୁଣା ସଂସଦଭଵନ ବ୍ରିଟିଶ ସ୍ଥାପତ୍ୟକାର Sir Edwin Lutyens ଓ Sir Herbert Bakerଙ୍କ ପରିକଳ୍ପନାରେ ନିର୍ମିତ ହୋଇଥିଲା । Lutyens ଥରେ କହିଥିଲେ ଯଦି ଇଂରେଜମାନେ ଭାରତକୁ ଆସିନଥାନ୍ତେ ତାହେଲେ ଭାରତର କୌଣସି ଶ୍ରେଷ୍ଠ ସ୍ଥାପତ୍ୟ ନଥାନ୍ତା । Baker ବି କହିଥିଲେ ଭାରତୀୟ ସ୍ଥାପତ୍ୟର କୌଣସି ମହତ୍ତ୍ଵ ନାହିଁ ତେଣୁ ଭାରତରେ ନିର୍ମିତ ହେଉଥିଵା ନୂତନ ସ୍ଥାପତ୍ୟ ବ୍ରିଟିଶ ସ୍ଥାପତ୍ୟ ଆଧାରରେ ହିଁ ଗଢ଼ାଯିଵା ଉଚିତ୍ । ପୁରୁଣା ସଂସଦଭଵନର Foundation stone ବି ଜଣେ ବ୍ରିଟିଶ୍ ଯୁଵରାଜ Prince Arthur(Duke of Connaught) ୧୨ ଫେବୃଆରୀ ୧୯୨୧ରେ ସ୍ଥାପନ କରିଥିଲେ । 

ନୂଆ ସଂସଦଭଵନ ଭାରତୀୟ ଵାସ୍ତୁକଳା, ସ୍ଥାପତ୍ୟ ଓ ସଂସ୍କୃତି ଆଧାରରେ ନିର୍ମିତ ହୋଇଛି ଏଵଂ ଏହାର ସ୍ଥାପତ୍ୟକାର ଵା ଵାସ୍ତୁକାର ବି ଜଣେ ଭାରତୀୟ ବିମଳ ହସମୁଖ ପଟେଲ ଅଟନ୍ତି ।‌ ସେହିପରି ନୂଆ ସଂସଦଭଵନର Foundation stone ମଧ୍ୟ ଜଣେ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କ ଦ୍ଵାରା ୧୦ ଡିସେମ୍ବର ୨୦୨୦ରେ ସ୍ଥାପିତ ହୋଇଥିଲା । 

ପୁରୁଣା ସଂସଦଭଵନ ଦିଲ୍ଲୀ ଭଳି ଭୂମିକମ୍ପ ସମ୍ଭାଵିତ ସ୍ଥାନରେ ଥାଇ ମଧ୍ୟ ଭୂକମ୍ପ ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ନିର୍ମିତ ହୋଇନଥିଲା । ଦିଲ୍ଲୀରେ ମଧ୍ୟମ ଓ ବଡ଼ ଧରଣର ଭୂମିକମ୍ପ ହେଲେ ଶହେ ଵର୍ଷ ତଳର ପୁରୁଣା ସଂସଦଭଵନ ଭାଙ୍ଗିଯିଵାର ସମ୍ଭାଵନାକୁ ସହଜେ ଏଡ଼ାଇ ଦିଆନଯାଇପାରେ । ୧୯୯୯ରୁ ହିଁ ପୂର୍ଵ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏହି କଥା କହି ପୁରୁଣା ସଂସଦଭଵନରେ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ପୁଣି ପୁରୁଣା ସଂସଦଭଵନରେ ଅଗ୍ନିକାଣ୍ଡରୁ ରକ୍ଷା ପାଇଵା ପାଇଁ ଉଚିତ୍ ଅଗ୍ନି ସୁରକ୍ଷା ପ୍ରକ୍ରିୟା(Proper Fire safety Procedure)ର ଵ୍ୟଵସ୍ଥା ମଧ୍ୟ ନାହିଁ । ନୂଆ ସଂସଦଭଵନ ଭୂମିକମ୍ପ ଓ ଅଗ୍ନିକାଣ୍ଡକୁ ଧ୍ୟାନରେ ରଖି ନିର୍ମିତ ହୋଇଛି ଏଵଂ ଏହି ସଂସଦଭଵନ ଭୂମିକମ୍ପ ଓ ଅଗ୍ନିରୋଧି ସମ୍ପୂର୍ଣ୍ଣ ସ୍ଵେଦଶୀ ରାଷ୍ଟ୍ରୀୟ ଭଵନ ଅଟେ । ଅତୀତରେ ପୁରୁଣା ସଂସଦଭଵନ ଉପରେ ଆତଙ୍କଵାଦୀ ଆକ୍ରମଣ ହୋଇଥିଲା କାରଣ ପୁରୁଣା ସଂସଦଭଵନରେ ଆଧୁନିକ ଯୁଗକୁ ଦୃଷ୍ଟିରେ ରଖି ସୁରକ୍ଷା ସମ୍ବନ୍ଧୀୟ ଵ୍ୟଵସ୍ଥା ହୋଇନଥିଲା କି ତାହା ସେଭଳି ନିର୍ମିତ ହୋଇନଥିଲା । କିନ୍ତୁ ନୂତନ ସଂସଦଭଵନରେ ଭଵଷ୍ୟତର କୌଣସି ବି ଆତଙ୍କଵାଦୀ ଵା ଯୁଦ୍ଧ ସମ୍ବନ୍ଧୀୟ ଆକ୍ରମଣକୁ ଧ୍ୟାନରେ ରଖି ନିର୍ମିତ ହୋଇଛି। ଏଥିରେ ଅଧିକ ଉନ୍ନତ ସାଂସଦ ସୁରକ୍ଷା ପ୍ରକୋଷ୍ଠ,Z ଓ Z Plus ସୁରକ୍ଷା କର୍ମୀ ଓ ସେମାନଙ୍କର ସ୍ଵତନ୍ତ୍ର ପ୍ରକୋଷ୍ଠ ରହିଛି ।‌ସମ୍ପୂର୍ଣ୍ଣ ସଂସଦଭଵନକୁ ଆଧୁନିକ ନିରୀକ୍ଷଣ ଯନ୍ତ୍ର ସାହାଯ୍ୟରେ ୨୪×୭ ନିୟନ୍ତ୍ରଣ କରାଯାଉଛି । ପୁରୁଣା ସଂସଦଭଵନ ନୂତନ ଯୁଗକୁ ଧ୍ୟାନରେ ରଖି ନିର୍ମିତ ହୋଇନଥିଲା 
। ୧୯୨୧ରୁ ୨୦୨୩ର ସମୟକାଳ ମଧ୍ୟରେ ପୃଥିଵୀର ମାନଵସମାଜ ଓ ଏହାର ଆଵଶ୍ୟକତାରେ ଅନେକ ପରିଵର୍ତ୍ତନ ହୋଇଯାଇଛି । ଆଧୁନିକ ଯୁଗରେ ସେହିସବୁ ଆଵଶ୍ୟକତାକୁ ଵିଚାର କରି ନୂତନ ସଂସଦଭଵନ ଗଢ଼ା ଯାଇଛି ଏଵଂ ଏକ ପରିଵେଶ ଅନୁକୂଳ ସବୁଜ ଭଵନ ଅଟଇ । ନୂଆ ସଂସଦଭଵନରେ ଅନେକ ଵୃକ୍ଷ ଵିଶେଷତଃ ବରଗଛ ଲଗାଯାଇଛି । ନୂତନ ସଂସଦଭଵନ ପରିସରରେ ଭାରତୀୟ ଵୃକ୍ଷରୋପଣ ସମ୍ପୂର୍ଣ୍ଣ ପରିଵେଶ ଅନୁକୂଳ ଏଵଂ ସ୍ବାସ୍ଥ୍ୟବର୍ଦ୍ଧକ । ପୁଣି ପୁରୁଣା ସଂସଦଭଵନ ଅପେକ୍ଷା ନୂତନ ସଂସଦଭଵନରେ ଏଭଳି ଵ୍ୟଵସ୍ଥା କରାଯାଇଛି ଯଦ୍ୱାରା ୩୦% କମ୍ ବିଜୁଳି ଵ୍ୟୟ ହେଵ । 

ଵର୍ତ୍ତମାନ ରାଜ୍ୟସଭା ଓ ଲୋକସଭାରେ ସାଂସଦମାନଙ୍କର ସଂଖ୍ୟା(ରାଜ୍ୟସଭା—୨୪୫ ଓ ଲୋକସଭା—୫୪୩) ୧୯୭୧ର ଜନସଂଖ୍ୟା ଆଧାରିତ । ୧୯୭୧ରେ ଭାରତର ଜନସଂଖ୍ୟା ଥିଲା ୩୭୬ ନିୟୁତ ଏଵଂ ଵର୍ତ୍ତମାନ ଭାରତର ଜନସଂଖ୍ୟା ୧୩୯୩ ନିୟୁତ ହୋଇସାରିଛି । ତେଣୁ ଜନସଂଖ୍ୟା ଆଧାରରେ ସାଂସଦମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଵା କଥା । ନୂଆ ସଂସଦଭଵନ ଏହାକୁ ଧ୍ୟାନରେ ରଖି ନିର୍ମିତ ହୋଇଛି । ପୁରୁଣା ସଂସଦଭଵନ ଅପେକ୍ଷା ନୂତନ ସଂସଦଭଵନର ଲୋକସଭା ଗୃହରେ ୮୮୮ଟି ଆସନ ଏଵଂ ରାଜ୍ୟସଭା ଗୃହରେ ୩୮୪ଟି ଆସନ ରଖାଯାଇଛି । ସଂଯୁକ୍ତ ଅଧିଵେଶନ ସମୟରେ ୧୨୭୨ଟି ଆସନ ହୋଇପାରିଵାର ଵ୍ୟଵସ୍ଥା ମଧ୍ୟ ନଵ ସଂସଦଭଵନରେ କରାଯାଇଛି । 
ପୁରୁଣା ସଂସଦଭଵନ ଅପେକ୍ଷା ନୂତନ ସଂସଦଭଵନରେ ଆଧୁନିକ ଵୈଷୟିକ ଯନ୍ତ୍ରର ସୁଵିଧା ବଢ଼ିଯାଇଛି ଏଵଂ ସାଂସଦ କାର୍ଯ୍ୟାଳୟ ଅତ୍ୟାଧୁନିକ ଯନ୍ତ୍ରାଦି ସୁଵିଧାରେ ପରିପୂର୍ଣ୍ଣ ହୋଇଅଛି ‌। 

ନୂଆ ସଂସଦଭଵନ ନୂତନ ଯୁଗକୁ ଧ୍ୟାନରେ ରଖି ନିର୍ମିତ ହୋଇଛି ପୁଣି ଏହି ସଂସଦଭଵନରେ ଭାରତର ପ୍ରାଚୀନ ସଂସ୍କୃତିକୁ ମଧ୍ୟ ଚିତ୍ର ଓ ସ୍ଥାପତ୍ୟ ଦ୍ଵାରା ପରିଭାଷିତ କରାଯାଇଛି । କୋଣାର୍କ ସୂର୍ଯ୍ୟଘଡ଼ି ଚକ୍ର, ଅଖଣ୍ଡ ଭାରତଵର୍ଷର ମାନଚିତ୍ର, ବ୍ରାହ୍ମୀଲିପିରେ ଭାରତୀୟ ପ୍ରାଚୀନ ଗାଥାର ଵର୍ଣ୍ଣନା ଏଵଂ ଭାରତର ପ୍ରାଚୀନ ଗାଥା ଓ ଇତିହାସ ସମ୍ବନ୍ଧିତ ଦେଶୀୟ ଚିତ୍ରକଳା ଏହି ସଂସଦଭଵନର ଶୋଭା ବୃଦ୍ଧି କରୁଅଛି । ଲୋକସଭାରେ ଜାତୀୟ ପକ୍ଷୀ ମୟୂର, ଜାତୀୟ ପୁଷ୍ପ ପଦ୍ମ ଓ ଜାତୀୟ ଵୃକ୍ଷ ବରଗଛକୁ ପ୍ରତୀକାତ୍ମକ ରୂପେ ଯୋଡ଼ାଯାଇଛି । ନୂତନ ସଂସଦଭଵନର ଉର୍ଦ୍ଧ୍ବ ଭାଗରେ ଜାତୀୟ ପ୍ରତୀକ ରୂପେ ଚାରିଗୋଟି ସିଂହଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ତେବେ ନୂଆ ସଂସଦଭଵନରେ ଗୋଟିଏ ଦୁଇଟି ନୁହେଁ ଵରଂ ଭାରତୀୟ ସଂସ୍କୃତିକୁ ଉଦ୍ଭାସିତ କଲା ଭଳି ୫୦୦୮ଗୋଟି ସାଂସ୍କୃତିକ ଚିତ୍ର, ୫୦୦୦ ଵର୍ଷର ଐତିହାସିକ ତଥ୍ୟ ଓ ପ୍ରାଚୀନ ସାପତ୍ୟକଳାର ନମୁନା ସ୍ଥାନ ପାଇଛି ଏଵଂ ଏସବୁ ଆମ ଭାରତର ସଂସ୍କୃତିକୁ ସ୍ପଷ୍ଟ ଭାବରେ ପ୍ରକାଶ କରୁଛି । ପୁରୁଣା ସଂସଦଭଵନରେ ପ୍ରାଚୀନ ଭାରତର ଉତ୍କର୍ଷ କଳା ଓ ସଂସ୍କୃତିର ଏଭଳି ପରିପ୍ରକାଶ ନଥିଲା । 

ନୂତନ ସଂସଦଭଵନକୁ ଭାରତୀୟ ଵାସ୍ତୁକଳା ଆଧାରରେ ଠିକ୍ ଏକ ମନ୍ଦିର ଭଳି ନିର୍ମାଣ କରାଯାଇଛି । ଯେମିତି ମନ୍ଦିରର ପ୍ରତ୍ୟେକ ଦ୍ଵାରର ସମ୍ମୁଖରେ ଗୋଟିଏ ଗୋଟିଏ ଜୀଵର ଦୁଇଗୋଟି ପ୍ରତିମୂର୍ତ୍ତି ରହିଥାଏ ଠିକ୍ ସେହିପରି ନୂତନ ସଂସଦଭଵନର ଛଅଗୋଟି ଦ୍ଵାରରେ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି ।‌ ନୂଆ ସଂସଦଭଵନର ଉତ୍ତର ଦ୍ଵାରରେ ଗଜକୁ ଦ୍ଵାରପାଳ ଭାବେ ରଖାଯାଇଛି ଏଵଂ ଏହା ଜ୍ଞାନ,ବୁଦ୍ଧି,ସ୍ଵାସ୍ଥ୍ୟ ଓ ସ୍ମୃତିକୁ ସୂଚିତ କରୁଛି । ଦକ୍ଷିଣ ଦ୍ଵାରରେ ଅଶ୍ଵକୁ ରଖାଯାଇଛି ଏଵଂ ଏହା ଧୈର୍ଯ୍ୟ,ବଳ, ଶକ୍ତି ଓ ଗତିକୁ ଦର୍ଶାଉଛି । ପୂର୍ଵ ଦ୍ଵାରରେ ଗରୁଡ଼କୁ ସ୍ଥାପିତ କରାଯାଇଛି ଏଵଂ ଏହା ଭାରତୀୟମାନଙ୍କର ଉଚ୍ଚ ଆକାଂକ୍ଷାକୁ ପ୍ରକାଶ କରୁଛି । ଉତ୍ତର ପୂର୍ଵ ଦ୍ଵାରରେ ହଂସକୁ ସ୍ଥାପନ କରାଯାଇଛି ଏଵଂ ଏହା ପାଣ୍ଡିତ୍ୟ ଓ ପ୍ରଜ୍ଞତାକୁ ପ୍ରକାଶ କରୁଛି ।‌ ଅନ୍ୟ ଏକ ଦ୍ଵାରରେ ଭାରତର ଅନେକତା ମଧ୍ୟରେ ଏକତାକୁ ଦର୍ଶାଇଵା ହେତୁ ମକରକୁ ସ୍ଥାପନ ଯାଇଛି । ଆଉ ଏକ ଦ୍ଵାରରେ ଶାର୍ଦ୍ଦୂଳ ଵା ବାଘକୁ ସ୍ଥାପନ କରାଯାଇଛି ଏଵଂ ଏହା ଭାରତୀୟମାନଙ୍କର କ୍ରମଶଃ ବୃଦ୍ଧି ପାଉଥିଵା ଶକ୍ତି ଓ ସାମର୍ଥ୍ୟକୁ ପରିପ୍ରକାଶ କରୁଛି‌ । ଏତଦଵ୍ୟତୀତ ନୂତନ ସଂସଦଭଵନରେ ରାଜଦଣ୍ଡ Sengol , ଭାରତୀୟ ଜନତାଙ୍କର ପସନ୍ଦର ପ୍ରତୀକଭାବେ ସ୍ଥାପନ କରାଯାଇଛି । ଭାରତର ସ୍ଵାଧୀନତା ସହିତ Sengol ଵା ରାଜଦଣ୍ଡର ଏକ ଗୁରୁତ୍ବପୂର୍ଣ୍ଣ ସମ୍ପର୍କ ଅଛି ।‌ ଯେତେବେଳେ ଭାରତକୁ ସ୍ଵାଧୀନ କରିଵାକୁ ଇଂରେଜମାନେ ନିଷ୍ପତ୍ତି ନେଲେ ସେତେବେଳେ ଲର୍ଡ ମାଉଣ୍ଟ ବ୍ୟାଟନ ପୂର୍ଵପ୍ରଧାନମନ୍ତ୍ରୀ ଶ୍ରୀଜବାହରଲାଲ ନେହେରୁଙ୍କୁ ପଚାରିଲେ କ'ଣ ଆପଣ ଏହି ସ୍ଵାଧୀନତାକୁ ପରିପ୍ରକାଶ କଲା ଭଳି କୌଣସି ପ୍ରତୀକ ଚାହୁଁଛନ୍ତି କି ? ଶ୍ରୀ ନେହୁରୁ ଏ ଵିଷୟରେ କିଛି ଦିନ ଵିଚାର କରିଵାକୁ ସମୟ ମାଗି ଶ୍ରୀ ସି ରାଜଗୋପାଳଚାରୀଙ୍କର ସାହାଯ୍ୟ ଲୋଡ଼ିଲେ । କିଛି ଦିନ ପରେ ଶ୍ରୀ ରାଜଗୋପାଳାଚାରୀ ଗଵେଷଣା କରି ଜଣାଇଲେ ଯେ ଚୋଳ ରାଜ୍ୟର ରାଜଦଣ୍ଡ sengolକୁ ସ୍ଵାଧୀନତାର ଚିହ୍ନ ସ୍ଵରୂପ ଗୃହୀତ କରାଯାଉ ।‌ ଭାରତରେ ପୂର୍ଵେ ରାଜଦଣ୍ଡ ଓ Sengol ଆଦିକୁ ସତ୍ତା ହସ୍ତାନ୍ତରଣର ପ୍ରତୀକ ରୂପେ ଵ୍ୟଵହାର କରାଯାଉଥିଲା । ଫଳତଃ ଇଂରେଜମାନେ Transfer of Powerର ପ୍ରତୀକ ଭାବରେ ନେହେରୁଙ୍କୁ ଭାରତର ସ୍ଵାଧୀନତା ସମୟରେ ଏହି ରାଜଦଣ୍ଡ Sengol ପ୍ରଦାନ କରିଥିଲେ । ଦୁର୍ଭାଗ୍ୟକୁ ଭାରତ ସ୍ଵାଧିନ ହେଵା ସହିତ ଏହି ରାଜଦଣ୍ଡକୁ ଲୋକେ ଭୁଲିଗଲେ ଏଵଂ ଏହାକୁ ଏକ ସଂଗ୍ରହାଳୟରେ ସଜାଇ ରଖିଦିଆଗଲା । ପୁଣି ଯେଉଁ ସଂଗ୍ରହାଳୟରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା ସେଠାରେ ଏହାକୁ Transfer of Powerର ପ୍ରତୀକ ବୋଲି ନକୁହା ଯାଇ ନେହେରୁଙ୍କ Working stick ଵା ଆଶାବାଡ଼ି ପରି ଉଲ୍ଲେଖ କରାଯାଉଥିଲା । ଉକ୍ତ ସଂଗ୍ରହାଳୟରେ Sengol ତଳେ ହିନ୍ଦୀ ଓ 
ଇଂରାଜୀରେ ନେହୁରୁଙ୍କୁ ଭେଟି ଦିଆଯାଇଥିଵା ସ୍ଵର୍ଣ୍ଣଦଣ୍ଡ ଏହିପରି ଲେଖା ଯାଇଥିଲା । ଏଇଟା ଠିକ୍ ଆମେରକୀୟ ସ୍ଵାଧୀନତାର ଘୋଷଣାନାମାକୁ ସଂଗ୍ରହାଳୟରେ ରଖି ଜର୍ଜ ୱାସିଙ୍ଗଟନଙ୍କ ଗାମୁଛା କହିଲା ଭଳିଆ କଥା । ନୂଆ ସଂସଦଭଵନରେ ଚାଣକ୍ୟ, ମହାତ୍ମାଗାନ୍ଧୀ,ସରଦାର ବଲ୍ଲଭଭାଇ ପଟେଲ ଓ ଭୀମରାଓ ଆମ୍ବେଦକରଙ୍କର ଗ୍ରାନାଇଟ୍ ପ୍ରତିମୂର୍ତ୍ତି ବି ସ୍ଥାପିତ କରାଯାଇଛି । 

ଏବେ ସାଧାରଣ ଜନତା ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରଵେଶ ପ୍ରଣାଳୀ ଦ୍ଵାରା ଯାଇ ସଂସଦଭଵନର କାର୍ଯ୍ୟ ଦେଖିପାରିବେ । ଏଥିପାଇଁ ନୂତନ ସଂସଦଭଵନରେ ସ୍ଵତନ୍ତ୍ର ଦର୍ଶକ ଦୀର୍ଘାର ଵ୍ୟଵସ୍ଥା କରାଯାଇଛି । ସବୁଠାରୁ ବଡ଼ କଥା ହେଲା ନୂତନ ସଂସଦଭଵନରେ ଗୃହମୁଖ୍ୟଙ୍କ ଆସନକୁ ଏଭଳି ନିର୍ମିତ କରାଯାଇଛି ଯେ ତା ଆଗରେ ଆଉ ଵିରୋଧୀ ଦଳ ସହଜରେ ଵିରୋଧ ପ୍ରଦର୍ଶନ କରିପାରିବେ ନାହିଁ ।‌ ନୂଆ ସଂସଦଭଵନରେ କାର୍ଯ୍ୟ ଆରମ୍ଭ ସହିତ ପୁରୁଣା ସଂସଦଭଵନକୁ ଲୋକତନ୍ତ୍ରର ସଂଗ୍ରହାଳୟ କରି ଦିଆଯିଵ ବୋଲି କେନ୍ଦ୍ର ସରକାର ପକ୍ଷରୁ ଜଣାଇ ଦିଆଯାଇଛି। ନୂଆ ସଂସଦଭଵନର ଗୁଣ ଅନେକ ଏଵଂ ଏହାକୁ ରାଜନୀତିଠାରୁ ଉପରକୁ ଉଠି ଏକ ସ୍ଵାଭିମାନୀ ଭାରତୀୟର ଦୃଷ୍ଟିକୋଣରୁ ଦେଖାଯିଵା ଆଵଶ୍ୟକ । କେଵଳ ଵିରୋଧ କରିଵା ହିଁ ଧର୍ମ ବୋଲି ସବୁକାର୍ଯ୍ୟର‌ ଵିରୁଦ୍ଧାଚରଣ ଠିକ୍ ନୁହେଁ । 

Saturday, October 27, 2018

ପରସାଈଙ୍କର ଵ୍ୟଙ୍ଗବାଣ

●→ଉତ୍ତମ ଆତ୍ମା ଫୋଲ୍ଡିଂଗ୍ ଚଉକି ପରି ହେବା କଥା.....

●→ଆଵଶ୍ୟକ ପଡିଲେ ବିଛେଇ ଦେଇ ବସିଗଲ ନହେଲେ ମୋଡି଼ ମାଡି଼କି ଘରକୋଣରେ ଡେରିଦେଲେ ଗଲା ....

●→ଅପମାନିତ ହେଉଥିଲା ବେଳେ ସେଥିରୁ ଯଦି କୌଶଳ ପୂର୍ଵକ ଆଉ ଜଣକୁ ଭାଗ ଦେଇ ଦେଲ ତେବେ ଅଧା ଇଜ୍ଜତ ବଞ୍ଚିଯିବ.....

●→ଅର୍ଥଶାସ୍ତ୍ର ଯେତେବେଳେ ଧର୍ମଶାସ୍ତ୍ର ଉପରେ ଆଧିପତ୍ୟ ଵିସ୍ତାର କରିବା ଆରମ୍ଭ କରିଦିଏ ସେତେବେଳେ ଗୋରକ୍ଷା ଆନ୍ଦୋଳନକାରୀ ନେତା ଜୋତା ଦୋକାନ ଖୋଲି ପକାନ୍ତି.....

●→ଯିଏ ପାଣି ଛାଣି କି ପିଅନ୍ତି ସେ ମଣିଷ ରକ୍ତ ବିନା ଛଣା ବି ପିଇଯାନ୍ତି.....

●→ଏ ଦେଶର ଵ୍ୟକ୍ତି ପାଖରେ ଅଦ୍ଭୁତ ସହନଶୀଳତା ଓ ଭୟଙ୍କର ତଟସ୍ଥତା ଗୁଣ ରହିଛି । ଯଦି କେହି ତାକୁ ପିଟିକିରି ପଇସା ଛଡେ଼ଇ ନିଏ  ତେବେ ସେ ଦାନର ମନ୍ତ୍ର ପଢିବା ଆରମ୍ଭ କରିଦିଏ.....

●→ଆମେରିକୀୟ ଶାସକ ପର ଦେଶ ଆକ୍ରମଣକୁ ସଭ୍ୟତାର ପ୍ରସାର କୁହନ୍ତି। ବମ୍ ଵର୍ଷା ହେଲାବେଳେ ମଲା ଲୋକ ଭାବନ୍ତି ସଭ୍ୟତା ବରଷୁ ଅଛି .....

●→ଚୀନଦେଶୀୟ ନେତା ଟୋକାଙ୍କ ଗୋଳକର୍ମକୁ ସାଂସ୍କୃତିକ କ୍ରାନ୍ତି କହିହୁଅନ୍ତି ସେତେବେଳେ ପିଟା ଖାଇଥିବା ନାଗରିକଟା ଭାବେ ମୁଁ ସୁସଂସ୍କୃତ ହେଉଅଛି....

●→ଏ ଜାତିର(ମହାଭାରତୀୟ ଜାତି) ଅଧା ବଳ ତ ଝିଅ ମାନଙ୍କ ବାହାଘରରେ ଚାଲିଯାଇଥାଏ ....

●→ନିଶା ମାମଲାରେ ଅନ୍ୟ ଜାତି ମାନଙ୍କ ତୁଳନାରେ ଆମେ ବହୁତ ଉଚ୍ଚ ସ୍ଥାନରେ ଅଛନ୍ତି । ଦୁଇ ପ୍ରକାରର ନିଶା ଉଲ୍ଲେଖଯୋଗ୍ୟ;
ହୀନତାର ନିଶା ଓ ଶ୍ରେଷ୍ଠତାର ନିଶା ।
ଯାହାକୁ ଯେତେବେଳେ ଯୋଉ ନିଶା ଘାରିଲା ସେ ସେମନ୍ତ ପ୍ରକାରେ ଝୁଲିଲା......

●→ଯେଉଁ ଜାତି ଭୋକେ ମରୁଥିଲେ ସିନେମାରେ ଯାଇ ବସିଯାଏ ସେ ନିଜ ଅଵସ୍ଥା କେମିତି ବଦଳିବ......

●→ଏ ଦେଶର ବୁଦ୍ଧିଜୀବୀ ସିଂହ ଠାରୁ ବି ଶତଗୁଣ ଅଧିକ ଶକ୍ତିଶାଳୀ କିନ୍ତୁ ସେମାନେ ଶିଆଳର ବାହାଘର ବରଯାତ୍ରୀ ହୋଇ ଅଯଥାରେ ନାଚୁଥାଆନ୍ତି .....

■ଵ୍ୟଙ୍ଗସମ୍ରାଟ हरिशंकर परसाईଙ୍କର ଵିଭିନ୍ନ ଵ୍ୟଙ୍ଗରୁ ସଂଗୃହିତ କିଛି ଵ୍ୟଙ୍ଗ ବାଣ■

Tuesday, August 7, 2018

■ଓଡ଼ିଆ ଲୋକେ ଭାଷା,ଜାତି ଓ ସଂସ୍କୃତି ପାଇଁ ସର୍ବପ୍ରଥମେ ଲଢି଼ ମଧ୍ଯ କାହିଁକି ତାମିଲ ମାନଙ୍କ ପରି ସ୍ଵାଭିମାନୀ ନୁହନ୍ତି ? ■

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଯେତେବେଳେ ଆଭ୍ୟନ୍ତରୀଣ ବିରୋଧ ହେତୁରୁ ଦିଗହରା ହୋଇଯାଇଥିଲା ସେତେବେଳେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଏହା ନବପଥରେ ଅଗ୍ରସର ହୋଇଥିଲା । ମଧୁସୂଦନ ଦାସ ଓଡ଼ିଶାରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଓଡ଼ିଆ ସ୍ଵାଭିମାନୀ ସ୍ଵଭାଵ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ଯୋଉ ଚିନ୍ତାଧାରାର ଲୋକଙ୍କୁ ଆଜି ProOdia କୁହାଯାଏ କାରଣ ସେ ସେତେବେଳେ ବି ଅନୁଭବ କରିଥିଲେ ଯେ ତତ୍କାଳୀନ ସର୍ବଭାରତୀୟ ସ୍ତରର ନେତାମାନେ କେଵଳ ଉତ୍ତର ଭାରତ ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରୁଥିଲେ ଏବଂ ଅଖଣ୍ଡଭାରତର ବର୍ମା,ସିଂହଳ ଆଦି ଅଞ୍ଚଳ ପ୍ରତି ସେମେଟା ଦୃଷ୍ଟି ଦେଉନଥିଲେ(ଏ ଅଞ୍ଚଳ ଗୁଡିକ ସହ ସେସମୟର ରାଷ୍ଟ୍ରୀୟ ନେତାମାନେ ସେତେବେଳେ ସୁଦୃଢ଼ ସମ୍ପର୍କ ସ୍ଥାପନ କରିପାରିନଥିଲେ ବୋଲି ଏଗୁଡିକ ଏବେ ଭାରତରେ ନାହାନ୍ତି) ।
ତେବେ  ତତ୍କାଳୀନ ମହାଭାରତୀୟ ସମାଜର ଜାତୀୟ ଜାଗରଣରେ ପ୍ରଭାବିତ ହୋଇ ଅନେକ ଓଡ଼ିଆ ଯୁବକ ଧୀରେ ଧୀରେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆରମ୍ଭ କରିଦେଇଥିଲେ । ୧୯୧୮ ଉତ୍କଳ ସମ୍ମିଳନୀର ଅଧିବେଶନ ସହ ଆଉ ଏକ ଛାତ୍ର ସମ୍ମିଳନୀ କରିବା ପାଇଁ ଶ୍ରୀ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ୱରେ ଛାତ୍ର ମାନେ ଉଦ୍ୟମ କରିଥିଲେ । ତେବେ ମଧୁବାବୁ ସେମାନଙ୍କ ଏତାଦୃଶ ସ୍ଵେଚ୍ଚାଚାରିତାକୁ ଅଗ୍ରାହ୍ୟ କରିଦେଇଥିଲେ । ୧୯୧୯ ମସିହାରେ ରାଉଲାଟ ଆନ୍ଦୋଳନ ବିରୁଦ୍ଧରେ ସତ୍ୟାଗ୍ରହ କରିବେ ବୋଲି ମହାତ୍ମା ଗାନ୍ଧୀ ଘୋଷଣା କଲେ । ଏହି ଘୋଷଣା ଫଳରେ ଦେଶ ଦୃଷ୍ଟିରୁ ସମସ୍ତ ଵିଷୟ ଵିଚାରକରିବା ପାଇଁ ଆଗ୍ରହ ଓ ଉତ୍ସାହ ପ୍ରକାଶ ପାଇଥିଲା । ଏହି ଦେଶାତ୍ମବୋଧକ ଜାଗରଣ ଫଳରେ ସେ ସମୟର ରକ୍ଷଣଶୀଳ ଓ ଉଗ୍ର ଓଡ଼ିଆ ଜାତୀୟବୋଧଯୁକ୍ତ ନେତୃତ୍ଵ ବିରୁଦ୍ଧରେ ସ୍ଵରୋତ୍ତୋଳନ ପାଇଁ ଛାତ୍ର ଓ ଯୁବକ ମାନେ ପ୍ରଥମେ ସାହସୀ ହୋଇଥିଲେ ।
ସେତେବେଳେ ସମଗ୍ର ଓଡିଆଭାଷୀ ଅଞ୍ଚଳର ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏ
ଧନୀ,ଜମିଦାର ତଥା ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ମଧୁସୂଦନ ଦାସଙ୍କ ଅଖଣ୍ଡ ପ୍ରତିପତ୍ତି ଥିଲା । ମଧୁବାବୁଙ୍କ ବିରୁଦ୍ଧରେ ସ୍ଵରୋତ୍ତୋଳନ ଓଡ଼ିଆ ଜାତୀୟତାର  ବିରୋଧୀ ବୋଲି ବିଚାର କରାଯାଉଥିଲା । ତଥାପି ଯଦୁମଣୀ ମଙ୍ଗରାଜଙ୍କ ନେତୃତ୍ୱରେ କଟକର ଯେଉଁ ଛାତ୍ର ମାନେ ପ୍ରଥମେ ମଧୁବାବୁଙ୍କ ବିରୁଦ୍ଧରେ ସ୍ଵରୋତ୍ତୋଳନ କଲେ ସେମାନେ ତା ପରବର୍ଷ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଭାରତୀ ମନ୍ଦିର ନିର୍ମାଣ କରିଥିଲେ । ଓଡ଼ିଆତ୍ଵ ଅପେକ୍ଷା ଭାରତୀୟତା ଉପରେ ଏମାନେ ଅଧିକ ଗୁରୁତ୍ୱ ଦେଉଥିଲେ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳ ଉଦ୍ଦେଶ୍ୟ “ଓଡ଼ିଆ ଜାତିପ୍ରାଣ ଜାଗ୍ରୁତି” ରୁ ଦୂରେଇ ଯାଇଥିଲେ । 
ମଧୁସୂଦନ ଦାସଙ୍କ ପ୍ରତି ଵୈରୀଭାବ ପୋଷଣ କରି ଏହି ଛାତ୍ର ଓ ତାଙ୍କ ନେତା ମାନେ ୧୯୧୮ ଓ ୧୯୧୯ ଉତ୍କଳ ସମ୍ମିଳନୀରେ ଯୋଗଦେବାକୁ  ସିଧାସଳଖ ମନା କରିଦେଇଥିଲେ । ମଧୁସୂଦନ ଦାସ ସେମାନଙ୍କୁ ଏହି ସମ୍ମିଳନୀରେ ସ୍ଵେଚ୍ଛାସେବୀ ଭାବରେ ଯୋଗଦେବାକୁ ଆହ୍ଵାନ କରିଥିଲେ ହେଁ ଅକୃତକାର୍ଯ୍ୟ ହୋଇଥିଲେ । ମଧୁବାବୁ ଉତ୍କଳମଣିଙ୍କ ଠାରୁ ଏ ବିଷୟରେ ସାହାଯ୍ୟ ଲୋଡି଼ଲାରୁ ସେ ତତକ୍ଷଣାତ୍ ସତ୍ୟବାଦୀ ବନବିଦ୍ୟାଳୟର ପଣ୍ଡିତ ନୀଳକଂଠ ଦାସଙ୍କ ନେତୃତ୍ୱରେ ଦଳ ଛାତ୍ରଙ୍କୁ ସ୍ଵେଚ୍ଛାସେବୀ ଭାବେ କଟକ ପଠାଇଦେଇଥିଲେ । ସେମାନଙ୍କ ସାହାଯ୍ୟ ହେତୁରୁ ଉତ୍କଳ ସମ୍ମିଳନୀ ସେ ବର୍ଷ ସୁରୁଖୁରୁରେ ସମ୍ପନ୍ନ ଓ ସଫଳ ହୋଇଥିଲା ।
ପରଵର୍ଷ ଅର୍ଥାତ୍ ୧୯୧୯ରେ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦିଶ ବାର୍ଷିକ ଅଧିବେଶନରେ ସଭାପତିତ୍ଵ କରିବାକୁ ମଧୁବାବୁ ଉତ୍କଳମଣିଙ୍କୁ ଅନୁରୋଧ କରିଥିଲେ ।
ପଣ୍ଡିତ ଗୋପବନ୍ଧୁ କଟକରେ ୧୯୨୦ ମସିହା ଉତ୍କଳ ସମ୍ମିଳନୀର ଏହି ଅଧିବେଶନରେ ସଭାପତିତ୍ଵ କରି ଏକ ଉଜସ୍ଵିନୀ ଭାଷଣ ଦେଇଥିଲେ । ତାଙ୍କର ଭାଷଣ ଯୁବ ସମାଜର ହୃଦୟକୁ ଵିଶେଷ ଭାବରେ ସ୍ପର୍ଶ କରିଥିଲା । ସେତେବେଳେ ଗୋପବନ୍ଧୁ ବ୍ରିଟିଶ ଶାସନ ଉପରୁ ସମ୍ପୂର୍ଣ୍ଣ ଭାବରେ ଆସ୍ଥା ହରାଇଥିଲେ ପୁଣି ସେ ଦେଶରେ ନୂତନ ଜାଗରଣ ଵିଷୟରେ ମଧ୍ଯ ସଜାଗଥିଲେ ....

ସେଦିନିଆ ଓଡ଼ିଆ ସ୍ଵାଭିମାନର ମହାଆନ୍ଦୋଳନକୁ ବଙ୍ଗାଳି ଓ ଉତ୍ତରଭାରତୀୟ ତଥାକଥିତ ଅହଂକାରୀ ନେତା ଓ ଲୋକମାନେ ଆଞ୍ଚଳିକ ଆନ୍ଦୋଳନ ମନେକରୁଥିଲେ ।
୧୯୨୦ ଉତ୍କଳ ସମ୍ମିଳନୀର ତାଙ୍କ ଭାଷଣରେ ଗୋପବନ୍ଧୁ ଜଣେ ମହାଭାରତୀୟ ନେତା ଭାବେ ଓଡ଼ିଆ ଶବ୍ଦର ବିଶ୍ଳେଷଣ କରିବାକୁ ଯାଇ କହିଥିଲେ―“ଜଣେ ବ୍ୟକ୍ତି ବଙ୍ଗାଳି ବା ପଞ୍ଜାବୀ ହେଉ,ମାରୁଆଡି଼ ବା ତାମିଲ ହେଉ,ହିନ୍ଦୁ ହେଉ ବା ମୁସଲମାନ ହେଉ,ଆର୍ଯ୍ୟ ହେଉ ବା ଦ୍ରାବିଡ଼, ହେଉ ,ଓଡ଼ିଶା ସହିତ ଯେ ନିଜକୁ ଜଡ଼ିତ କରିଛି,ତାକୁ ଓଡ଼ିଶାଵାସୀ ବୋଲି ବୁଝିବାକୁ ହେବ । ସେ ସ୍ପଷ୍ଟ କରିଦେଇଥିଲେ ଯେ ଉତ୍କଳସମ୍ମିଳନୀ ଆନ୍ଦୋଳନ ଏକ ସମ୍ପୂର୍ଣ୍ଣ ଆନ୍ଦୋଳନ ନୁହେଁ । ଏହା କେବଳ ଓଡି଼ଶାବାସୀଙ୍କ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ,ଏହା ଜାତୀୟ ଆନ୍ଦୋଳନ ର କଦାପି ପରିପନ୍ଥୀ ନୁହେଁ । ଓଡ଼ିଶାର ନଦୀ ମହାନଦୀ,ଓଡ଼ିଶାର ସମୁଦ୍ର ମହୋଦଧୀ,ଓଡ଼ିଶାର ପର୍ବତ ମହେନ୍ଦ୍ର,ଓଡ଼ିଶାର ବୃକ୍ଷ କଳ୍ପଲତା,ଓଡ଼ିଶାର ଦେବତା ଶ୍ରୀଜଗନ୍ନାଥ । ଓଡ଼ିଶାଵାସୀ ସର୍ବତ୍ର ଏହିପରି ମହାନ ଚିନ୍ତା କରି ଆସିଛନ୍ତି,ସେମାନଙ୍କ ପକ୍ଷରେ ସଂକୀର୍ଣ୍ଣତା ସମ୍ଭବ ନୁହେଁ । ପଣ୍ଡିତ ଗୋପବନ୍ଧୁଙ୍କ ଉପରେ ଜାତୀୟତା ସ୍ରୋତର ପ୍ରଭାବ ଏହି ଭାଷଣରୁ ସୂଚନା ମିଳେ ।
ପ୍ରାଥନା କବିତାରେ ଗୋପବନ୍ଧୁଙ୍କର ଭାରତ ଓ ଭାରତୀଙ୍କ ପ୍ରତି ଜାତୀୟତା ବୋଧ ସ୍ପଷ୍ଟ ଅନୁଭୂତ କରିହୁଏ

ଉତ୍କଳ ମଣି ଭଗବାନଙ୍କ ନିକଟରେ ଉତ୍କଳ ପାଇଁ
ବ୍ୟାକୁଳ ନିବେଦନ କରି କହୁଛନ୍ତି ....

“ଉତ୍କଳ ମାତାର ଅତୀତ ଯଶ
ବିପୁଳ ବିଭବ ବଳ ସାହସ
ସୁମରିଣ ଫାଟିଯାଏ ହୃଦୟ
ଦେଖି ଅବସ୍ଥାର ଏ ବିପର୍ଯ୍ୟୟ
ରକ୍ତମାଂସ ଦେହ ଧରି
ଅଧୀର ଆତୁର କିଏ ସେ ନ ହେବ
ଦେଖି ମାତ୍ର ଏତେ ସରି ସେ”

କିନ୍ତୁ ଗୋପବନ୍ଧୁ ଥିଲେ ଗଭୀର ଆଶାଵାଦୀ ନେତା ! ଉତ୍କଳ ର ଜାତୀୟ ଦୁର୍ଗତିରେ ବିଚଳିତ ହେଲେ ହେଁ କାମନା କରି ଶେଷରେ କହିଛନ୍ତି

“ଘେନି ଅପୂର୍ବ ଉତ୍ସାହ
ଭାରତର ମହା ଜାତୀୟ ତରଙ୍ଗେ
ମିଶୁ ଉତ୍କଳ ପ୍ରବାହ ଯେ”

ଯେମିତି ମହାତ୍ମାଗାନ୍ଧୀ ଜାଣିଥିଲେ ଯେ
ଭାରତବର୍ଷରେ ହିଂସା ବଳରେ ସ୍ଵାଧୀନତା ପ୍ରାପ୍ତ ହେବା କାଠିକର ପାଠ, ସମାନ ଭାବେ
ଗୋପବନ୍ଧୁ ମଧ୍ଯ ଜାଣିଥିଲେ ଯେ ବିଭିନ୍ନ ଜାତୀୟତାରେ ଛନ୍ଦା ଓଡ଼ିଆମାନଙ୍କୁ ProOdia କରିବା ମଧ୍ଯ ଦୁରହ ବ୍ୟାପାର ।
ତେବେ ଏହି ଜାତୀୟତାର ବାଦବିବାଦ ଭିତରେ ଯେ ଉତ୍କଳ ସମ୍ମିଳନୀ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ଵପ୍ନ ଧୂଳିସାତ୍ ହୋଇଯାଇପାରେ ତାହା ସେ ଅନୁଭବ କରିଥିଲେ । ତେଣୁ ଉତ୍କଳମଣି ଗୋପବନ୍ଧୁ ଉତ୍କଳୀୟଙ୍କର ତତ୍କାଳୀନ ଭାରତୀୟ ଜାତୀୟତାକୁ ଢାଲକରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିରୁଦ୍ଧରେ ସଂଗଠିତ ହେବାକୁ ଯାଉଥିବା ଶକ୍ତି କୁ ସୃଷ୍ଟି ପୂର୍ବରୁ ହିଁ ଧ୍ଵସ୍ତ କରିଦେଇଥିଲେ ।
ହେଲେ ସ୍ଵାଧୀନତା ର ସତୁରି ବର୍ଷ ପରେ ଆମ୍ଭେ ମାନେ ଦେଖୁଅଛୁ ଯେ ଦୂରଦର୍ଶୀ ମଧୁସୂଦନ ଦାସ ଉତ୍ତର ଭାରତୀୟ ନେତୃତ୍ବ ବିଷୟରେ କରିଥିବା ଅନୁମାନ ବହୁପରିମାଣରେ ସଠିକ ପ୍ରମାଣିତ ହୋଇଅଛି । ଭାରତରେ ଓଡ଼ିଶାର ସ୍ଥିତି ପୁଣି ଓଡ଼ିଆଙ୍କ ପ୍ରତି ଅନ୍ୟ ଭାରତୀୟଜାତିର ଲୋକଙ୍କ ଘୃଣାତ୍ମକ ବ୍ୟବହାରରେ ଆଦୌ ପରିବର୍ତ୍ତନ ଆସିନାହିଁ । ବିଭିନ୍ନ ଜାତୀୟତାରେ ଛନ୍ଦି ହୋଇପଡି଼ଥିବା ଓଡ଼ିଆ ଲୋକେ ତେଣୁ ଭାଷା ଜାତି ସଂସ୍କୃତି ପାଇଁ ସର୍ବପ୍ରଥମେ ଲଢି ମଧ୍ଯ ତାମିଲ ଲୋକଙ୍କ ପରି ସ୍ଵାଭିମାନୀ ହୋଇପାରିନାହାନ୍ତି ଏବଂ ବହୁତ ସମ୍ଭବ କେବେ ହୋଇ ଵି ପାରିବେନି ବୋଲି ସ୍ଵତଃ ଅନୁଭବ ହେଉଅଛି ।

Tuesday, June 26, 2018

ଭକ୍ତ ହୁଅ କି ଚାମଚା

“There are two ways of spreading light: to be the candle, or the mirror that reflects it.”

Edith Wharton ଙ୍କ ହିସାବରେ ସମସ୍ତ ବିଶ୍ବକୁ ଆଲୋକରେ ଆଲୋକିତ କରିବାକୁ ଚାହୁଁଥିଲେ ତୁମ ପାଖରେ ଦୁଇଟି ରାସ୍ଥା ଅଛି ।
୧.ନିଜେ ମହମବତୀ ହୋଇଯାଅ
କିମ୍ବା
୨.ସେଇ ଦର୍ପଣ ହୁଅ ଯିଏ ମହମବତୀର ଆଲୋକକୁ ଅନ୍ୟତ୍ର ପ୍ରତିଫଳିତ କରିପାରେ ।

ଏଇକଥାକୁ ସିଧାସଳଖ କହିବାକୁ ହେଲେ
ଆମେ କହିପାରିବା ....
ତୁମେ ନିଜେ ଭଗବାନ ହୋଇଯାଅ କିମ୍ବା  ଭଗବାନଙ୍କ ଭକ୍ତ ହୋଇ ତାଙ୍କ ନାମ ସଂକୀର୍ତ୍ତନ କର ....
ଧୁଆମୂଳା ଅଧୁଆମୂଳା ସମାନ
ତେଣୁ ଭକ୍ତ ଓ ଚାମଚା ମଧ୍ୟ ସମାନ
କାରଣ ମୋଦୀ ଜଣେ ଭଗବାନ ନୁହେଁ ତାଙ୍କ
ଚାମଚାଙ୍କୁ ଭକ୍ତ କହି ବିପକ୍ଷ ଦଳ ନିଜେ ହିଁ ଲୋକହସାର କାରଣ ହୋଇଛନ୍ତି .....

ଆମ ଓଡ଼ିଆ ଫିଲ୍ମ ଯାଯାବରରେ ସେଭଳି ପାର୍ଟିବାଦୀ ଚାମଚାଙ୍କ ପାଇଁ ଗୀତଟିଏ ଅଛି

*ଦନେଇ ଦାସ କହେ ରେ ଭାଇ
କଥା ଏ ପୁରା ସଚ୍ଚା
ଏ ଦୁନିଆରେ କେହି ନା କେହି
କାହାର ତ ଚମଚା*

ତେଣୁ ନିଜକୁ ଭକ୍ତ କହି ତୁଚ୍ଛା ଗର୍ବ କରୁଥିବା ଗାଲୁଆ ମାନେ ମଧ୍ଯ ଅଧିକ ଉତ୍କଣ୍ଠିତ ହୋଇଯିବାରେ କୌଣସି ଲାଭ ନାହିଁ
ସେମାନେ ମାନନ୍ତୁ କି ନ ମାନନ୍ତୁ
ଦୁନିଆ ତାଙ୍କୁ​ ଚାମଚା ହିଁ କହିବ

😂😂😂😂😇

Wednesday, March 7, 2018

କଳିଙ୍ଗ vs କୋଶଳ

ଏବେ ଚାଲିଥିବା ଏକ ନୂଆ ଅନୁସନ୍ଧାନ ଅନୁସାରେ ପାଣିନୀ ବହୁତ ସମ୍ଭବ ଜଣେ ଉଡ୍ରୀ ଜାତୀୟ ଵ୍ୟକ୍ତି ବୋଲି ଗବେଷକ ମତ ଦେଇଛନ୍ତି । ତେବେ ସେ ଯା ହେଉ
ପାଣିନୀ ସଂସ୍କୃତ କୁ ଦୁଇଭାଗରେ ଵିଭକ୍ତ କରିଥିଲେ “ପ୍ରାଚ୍ୟ ଓ ଉଦୀଚ୍ୟ” ।
ପ୍ରାଚ୍ୟ ଅର୍ଥାତ୍ ପୂର୍ବ ଭାରତର ଲୌକିକ ସଂସ୍କୃତ କୁ ପ୍ରାଚ୍ୟ ସଂସ୍କୃତ ର ଆଖ୍ୟା ଦେଇଥିଲେ ପାଣିନୀ ।

ଓଡ଼ିଆ ମାନେ ଯେତେବେଳେ କଳିଙ୍ଗୀ ଥିଲେ,ଉତ୍କଳୀ ଓ ଉଡ୍ର ଥିଲେ ସେତେବେଳେ ଏ ଅଞ୍ଚଳରେ ଅନେକ ଭାଷା ଥିଲେ ହେଁ ପୂର୍ବରେ ସଂସ୍କୃତ ଓ ପାଲି ଥିଲା ଉଭୟ କଥିତ ଓ ରାଜଭାଷା !
ପରେ ପାଲୀ ଓ ମୂଳ ଇଣ୍ଡିକ୍ ଭାଷା ସହ ନାନାଦି ବନଵାସୀ ଭାଷା ଓ କୁଇ ଆଦି ଭାଷାର ମିଶ୍ରଣରୁ ପଶ୍ଚିମ ଓଡ଼ିଶାରେ ଉଡ୍ର ଜାତିର ଲୋକ ଉଡ୍ର ଵିଭାଷା ବୋଲୁଥିଲେ । ଦକ୍ଷିଣ ଓଡ଼ିଶାରେ କାଳିଙ୍ଗ୍ୟ ଅପଭ୍ରଂସ ସହ କୁଇ,ହୋ ଆଦି ଅନେକ ଦାମିଳ ଓ ଆଷ୍ଟ୍ରୋଏସିଆଟିକ ଭାଷା  ଚଳୁଥିଲା । ଉତ୍ତର ଓଡ଼ିଶାରେ ଉତ୍କଳୀ ବୋଲି ଏକ ଅପଭ୍ରଂସ ଚଳିବାକୁ ଲାଗିଥିଲା ।
ଏସବୁ ଭାଷାର ମାନକିକରଣରୁ ଆଜିର ଓଡ଼ିଆ ଭାଷାର ଜନ୍ମ ହୋଇଛି ।
ପୂର୍ବେ ଓଡ଼ିଶାର ଲୋକ ବୋଇତ ଦ୍ଵାରା ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ ଠାରୁ ଜାପାନ ଯାଏଁ ଏପଟେ ବ୍ରହ୍ମଦେଶରୁ ମାଲଡିବ୍ ଏବଂ ଏଥିଓପିଆ ଯାଏଁ ଯେଉଁ ବଣିଜ କରୁଥିଲେ ତହିଁ ରେ ସେ ଭାଵ ଆଦାନପ୍ରଦାନ ପାଇଁ ସଂସ୍କୃତ ଓ ପାଲି ଭାଷାର ବ୍ୟବହାର କରୁଥିଲେ । ଓଡ଼ିଆ ଜାତିର ଲୋକ ହିଁ ଏସବୁ ଅଞ୍ଚଳରେ ସଂସ୍କୃତ ତଥା ପାଲି ଭାଷାର ପ୍ରଭାବ ପକାଇଥିଲେ । ଯଦି ଓଡ଼ିଆ ଭାଷୀଙ୍କ ସେ ସମୟର ପୂର୍ଵଜଙ୍କ ଲୌକିକ ଓ ରାଜଭାଷା ସଂସ୍କୃତ ଏବଂ ପାଲି ହୋଇନଥାନ୍ତା ତାହେଲେ ଏସବୁ ଅଞ୍ଚଳରେ ସେମାନେ ଏ ଉଭୟ ଭାଷା ବଳରେ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କାହିଁକି କରିଥାନ୍ତେ ?

ଭାରତୀୟ ପୁରାଣ ଗୁଡିକରେ ତତ୍କାଳୀନ କଳିଙ୍ଗୀମାନଙ୍କ ଏହି ମହତ୍ କାର୍ଯ୍ୟ ସବୁର ଶ୍ରେୟ ଜନୈକ ଲୋକପ୍ରିୟ ଋଷି ଆଗସ୍ତ୍ୟଙ୍କୁ ଦେଇ ଦିଆଯାଇଛି ଏବଂ ସେହି ମିଥକ ଅନୁସାରେ 
କୁଆଡେ ଏ ଋଷି ସାଗର ପାନ କରିଦେଇଥିଲେ ଯେ ଏହି ଅଣଭାରତୀୟ ଭୂଖଣ୍ଡଯାକ ସୁସଂସ୍କୃତ ହୋଇଯାଇଥିଲା ।

ପାଲିଭାଷା କଳିଙ୍ଗ ଦେଶର ବିଭିନ୍ନ ସ୍ଥାନରେ ଅପଭ୍ରଂସରେ ପରିଣତ ହୋଇ ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ଚଳିବାକୁ ଲାଗିଲା ।

ଏ କଥାକୁ ଆହୁରି ସ୍ପଷ୍ଟ ଭାବରେ କହିଛନ୍ତି
ମାର୍କଣ୍ଡେୟ ନାମକ ଜଣେ  ପ୍ରଖ୍ୟାତ ପ୍ରାଚୀନ
ବୈୟାକରଣୀକ । ସେ ତାଙ୍କ ବ୍ୟାକରଣ ଗ୍ରନ୍ଥର ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।

“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।

ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”

ତେବେ ବର୍ତ୍ତମାନ ଓଡ଼ିଆ ଭାଷାର ନାମ ମିଳିଛି
ପାଲି ଭାଷାର ଏକ ଅପଭ୍ରଂସ ଉଡ୍ରୀରୁ ଯାହାର ତତ୍ ପରଵର୍ତ୍ତୀ ଆଧୁନିକ ନାମ ଉଡ୍ରୀ ଵିଭାଷା ହୋଇଥିଲା ।

ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାର ଉଡ୍ର ବିଭାଷା ସମୃଦ୍ଧ ହୋଇ ପୂର୍ବ ଓଡ଼ିଶାରେ ଆସି ଚଳିବାକୁ ଲାଗିଲା । ଏ ମୂଳ ପ୍ରାକୃତ ଭାଷାରେ ଏଥିପାଇଁ ସବୁ ଦେଶୀୟ ଭାଷାର ପ୍ରଭାବ ପଡି଼ଲା ବିଶେଷତଃ ପ୍ରାଚ୍ୟ ସଂସ୍କୃତ ର ।

କିଛି ଲୋକ କୁହନ୍ତି  ଯେ
“ସଂସ୍କୃତ କେବେ ବି କୋଉ ଭରତୀୟର ମାତୃଭାଷା ନ ଥିଲା। ଯଦି ସମସ୍ତ ଭାରତୀୟ ପୂର୍ବଜଙ୍କ ମାତୃଭାଷା ସଂସ୍କୃତ ଥିଲା ତାହେଲେ ସେମାନେ ତାକୁ ତ୍ୟାଗ କରି ଓଡ଼ିଆ ତଥା କଥିତ ଉଡ୍ର ବିଭାଷା ଆପଣେଇଲେ କାହିଁକି ? କେହି କାର ମାତୃଭାଷା ଛାଡ଼େ ନାହିଁ। ସଂସ୍କୃତ ଆର୍ଯ୍ୟ ମାନଙ୍କ ସହ ଆର୍ଯ୍ୟଭାଷା ନାମରେ ଆମ ଦେଶକୁ ଆସିଥିଲା”

କିନ୍ତୁ ସତ ହେଲା
ଦକ୍ଷିଣ ଓଡ଼ିଶାରେ
ମୂଳ ଇଣ୍ଡିକ୍ ଭାଷାରୁ ଵୈଦିକ ସଂସ୍କୃତ ଓ ନାନାଦି ପ୍ରାକୃତ ଭାଷାର ଜନ୍ମ ହୋଇଥିଲା ଆଉ ତହିଁ ରୁ ଆଧୁନିକ ସଂସ୍କୃତ ଓ ଓଡ଼ିଆ ଭାଷାର ସମକାଳୀନ ସୃଷ୍ଟି ହୋଇଛି ।  ପ୍ରାଚୀନ କଳିଙ୍ଗର ଜୟପୁର ହେଉଛି ଧାନଶସ୍ୟର ଏକ ମୁଖ୍ୟ ଉପକେନ୍ଦ୍ର । ଏହିଠାରୁ ଆଧୁନିକ ଭାରତୀୟ ଧାନ୍ୟ ଆଧାରିତ ସଂସ୍କୃତି ର ଅୟମାରମ୍ଭ ହୋଇଥିବା ଵିଶ୍ଵାସ କରାଯାଏ । ବୋଧହୁଏ  ପ୍ରଥମେ ପ୍ରାଚୀନ କଳିଙ୍ଗୀ ଓ ଦକ୍ଷିଣ ଭାରତୀୟ ହିଁ ଥିବେ ଯେଉଁ ମାନେ ଵୈଦିକ ସଂସ୍କୃତ ଓ ବ୍ରାହ୍ମୀଲିପି ର ଵ୍ୟଵହାର କରିଥିବେ କାରଣ ଅତୀତର ଅନେକ ପ୍ରମାଣ ଏହି ଆଡକୁ ଇଙ୍ଗିତ କରିଥାଏ । ଆଉ
ଦ୍ରାଵିଡ, ଆଦିବାସୀ, ଆର୍ଯ୍ୟ ଗୁଲିଗପର ସତ୍ୟତା ନିକଟରେ ପ୍ରକାଶ କରିଅଛି-ୟୁରୋପୀୟ ଗପ ସବୁର ସତ 2009 ର ସର୍ବଭାରତୀୟ ଡିଏନଏ ପରୀକ୍ଷଣ ରୁ ଧରାପଡିଲା । ଏହି ଗବେଷଣା ଅନୁସାରେ ଭାରତୀୟଙ୍କ ଡିଏନଏ 40000 ରୁ 50000 ବର୍ଷ ପୂର୍ଵେ ବଦଳିଥିଲା ପାଞ୍ଚ ସହସ୍ରଵର୍ଷ ତଳେ ବଦଳି ନଥିଲା । ବହୁ ଵିଜାତୀୟ ସମ୍ପର୍କ ଯୋଗୁଁ ତଥା ହଟାତ୍ ଗୋଟିଏ ପିଢି଼ ଭିନ୍ନ ପରିଆଵାସରେ ଵସଵାସ କଲେ  ଡିଏନଏ ପରିବ଼ର୍ତ୍ତିତ ହୋଇଯାଇଥାଏ । ଜଣେ ଅଧେରେ ବଦଳେ ନାହିଁ । 
ପଶ୍ଚିମା ପଣ୍ଡିତ ମାନେ କହିବାକୁ ବହୁତ କଥା କହିଛନ୍ତି ଭାରତୀୟ ମାନଙ୍କ ଵିଷୟରେ ....
ଥୋକେ କହିଛନ୍ତି ଯେ ଦକ୍ଷିଣ ର କଳା ଭାରତୀୟ ମାନେ ପୂର୍ବ ଆଫ୍ରିକା ରୁ ଆସିଥିଲେ
ତ ଆଉ ଦଳେ ଜଙ୍ଗଲଵାସୀ ଭାରତୀୟ ଅଧିଵାସୀଙ୍କୁ ପଚାଶ ହଜାର ବର୍ଷ ତଳେ ଭାରତକୁ ଆସିଥିବା ଵିଦେଶୀ ଲେଖି ଅଛନ୍ତି ।
ଏମନ୍ତ ମତ ସବୁର ଅନ୍ତ ନାହିଁ । ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଲା
ଯଦି ଭାରତକୁ ଲକ୍ଷେ ବର୍ଷ ତଳେ ସବୁ ଭାରତୀୟ ମାନଙ୍କ ପୂର୍ବଜ ଏ ଦେଶକୁ ଆସିଥିଲେ ତେବେ ତହିଁ ପୂର୍ବରୁ ଏ ଦେଶରେ କଣ କେବଳ ବ୍ୟାଘ୍ର ଭଲ୍ଲୁକ ବୁଲୁଥିଲେ ?

ଓଡ଼ିଶାର
ପଶ୍ଚିମ ଭାଗରେ ଇତିମଧ୍ୟରେ କିଛି ଧନୀ ଘରର, ଉଚ୍ଚ ଜାତିର ଲୋକେ
ଓଡ଼ିଆ ଭାଷାର କେତେକ ଶୈଳୀକୁ ମିଶେଇ ଉକ୍ତ ସଂକର ଭାଷାର ନାଆଁ କୋଶଲୀ ଦେଲେଣି । ପଶ୍ଚିମ ଓଡ଼ିଆ କି ସମ୍ବଲପୁରୀ ନାମ ତଥାପି ଗ୍ରହଣୀୟ କିନ୍ତୁ
କୋଶଳ ଓ କୋଶଳୀ ନାମ ଆଦୌ ଗ୍ରହଣଯୋଗ୍ୟ ନୁହେଁ । କାରଣ କୋଶଳର ଭାଷା କୋଶଳୀ ଆଉ ଯଦି କୌଣସି ଐତିହାସିକ ପ୍ରମାଣ ନଥାଇ ଓଡ଼ିଶାର ଏକ ଭାଗକୁ ଯୋର ଯବରଦସ୍ତ କୋଶଳ କୁହାଯାଏ ତେବେ ତାହା କେଵଳ ଫମ୍ପା ବାଇଦ ସଦୃଶ ହେଉ ଯା’ର ଶବଦ ବେଶୀ ମାତ୍ର ଅମୂଳଚୁଳ ଭିତ୍ତିହୀନ । ପ୍ରକୃତରେ ଯେଉଁ ଦି ଚାରିଟା ବିରାଡ଼ି ଵୈଷ୍ଣବ ଉଚ୍ଚ ଜାତୀୟା ଲୋକ ଆପଣାକୁ କୋଶଳୀ କୋଶଳୀ କହି ବୁଲୁଛନ୍ତି
ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଓଡ଼ିଶାର ଵିଭାଜନ କରି ତହିଁରୁ  ରାଜନୈତିକ, ଆର୍ଥିକ ଓ ସାମାଜିକ-ଲୌକିକ ଲାଭ ପାଇ ସୁଖରେ କାଳାତିପାତ କରିବା ।

ମହାଭାରତର ବନପର୍ବର ତୀର୍ଥଯାତ୍ରାପର୍ବରେ  କୋଶଲ ଶବ୍ଦ ର ଵ୍ୟଵହାର ଥିବା ଦେଖାଯାଏ ଏବଂ ଉକ୍ତ ନାମ ଅଯୋଧ୍ୟା ପାଇଁ ହୋଇଥିବା ଅଧିକାଂଶ ପଣ୍ଡିତ ମତ ଦିଅନ୍ତି । ସେହି ମହାଭାରତ ର ସର୍ଵପ୍ରଥମ ପାଣ୍ଡୁଲିପି ମିଳିଥିଲା ମହାରାଷ୍ଟ୍ରରେ । ସେଥିରେ ମାର୍କଣ୍ଡେୟ ଋଷି କଳିଙ୍ଗ ଦେଶକୁ ଗଙ୍ଗାସାଗର ଠାରୁ ଗୋଦାବରୀ ତଟଯାଏଁ ବ୍ୟାପ୍ତ ବୋଲି ପାଣ୍ଡବଙ୍କ ସମ୍ମୁଖରେ ଉଲ୍ଲେଖ କରିଛନ୍ତି ।
ମହାଭାରତ ଅନୁସାରେ
ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ଉଡ୍ର ଲୋକେ ବସତି ସ୍ଥାପନ କରିଥିଲେ । ବସ୍ତର ଠାରୁ ଅନୁଗୁଳ ଯାଏଁ ଉଡ୍ର ଲୋକେ ରହୁଥିବା ଏବଂ ଯୁଦ୍ଧରେ ପାଣ୍ଡବଙ୍କ ପକ୍ଷରୁ ଲଢିଥିବା ମହାଭାରତ ରେ ବର୍ଣ୍ଣିତ ହୋଇଛି ।

କିନ୍ତୁ ଅନ୍ୟ କେତେକ ଆଞ୍ଚଳିକ
ମହାଭାରତ ଗୁଡ଼ିକର  ଗୋଟିଏ ଆଖ୍ୟାନ ମାତ୍ରକୁ ଭିତ୍ତିଭୂମି କରି କୋଶଳାଶାଗର ପୋକ ସବୁ ନାଚୁଛନ୍ତି । ହେଲେ ଜାଣିରଖିବାକୁ ହେବ ଯେ ସବୁଠାରୁ ପୁରୁଣା  ମହାଭାରତ ପାଣ୍ଡୁଲିପି ରେ ଉଲ୍ଲେଖ ଅଛି ଯେ ଆଗଙ୍ଗା ଗୋଦାବରୀ କଳିଙ୍ଗ ଥିଲା ।
ରାମାୟଣ ରେ କୋଶଳ ର ନାଆଁ ଗନ୍ଧ ମଧ୍ୟ ନାହିଁ କିନ୍ତୁ କଳିଙ୍ଗ ଦେଶର ନାଆଁ କେତେ ଥର ଲେଖା ହୋଇଛି । ଏକଦା ଆଗଙ୍ଗା ଗୋଦାବରୀ ସମସ୍ତ ଦକ୍ଷିଣ ପୂର୍ବ ଏସିଆରେ ଶାସନ କରୁଥିବା ହେତୁ ଏ  କଳିଙ୍ଗ ମାଟିର ପାରମ୍ପରିକ ନବବର୍ଷ ପଣାସଂକ୍ରାନ୍ତି କୁ ସମସ୍ତ  ଦକ୍ଷିଣ ପୂର୍ବ ଏସିଆ ନବବର୍ଷ ଭାବରେ ପାଳିଥାଏ ।

ଯେଉଁ ମହାନ କଳିଙ୍ଗ ଦେଶର ନାଆଁ କେବଳ ଭାରତୀୟ ହିଁ ନୁହେଁ ବରଂ ୟୁରୋପୀୟ ତଥା ଚୀନ ଓ ଜାପାନ ଆଦି ଦେଶର ପ୍ରାଚୀନ ଗ୍ରନ୍ଥାଦିରେ ଉଲ୍ଲେଖ ହୋଇଛି । ଯେଉଁ କଳିଙ୍ଗ ଦେଶର ଏତେ ଅଧିକ ପ୍ରତିଷ୍ଠା ଥିଲା ଯେ ଆଜିବି ଭାରତୀୟ ଲୋକଙ୍କୁ ଦକ୍ଷିଣ ପୂର୍ବ ଏସିଆର ଅଧିକାଂଶ ଭାଷାଭାଷୀ କ୍ଲିଙ୍ଗ ବା କଲିଙ୍ଗୀ କୁହନ୍ତି ସେ ଦେଶର ତୁଳନା ଏକ ପରବର୍ତ୍ତୀ କାଳରେ ଯୋଡାହୋଇଥିବା ମିଥକ ସହ କରିବା ସବୁଠାରୁ ବଡ଼ ମୂର୍ଖାମି ନୁହେଁ ତ ଆଉ କ’ଣ ?

କଳିଙ୍ଗ ଦେଶ ଆଜି ଚାରୋଟି ଭାରତୀୟ ରାଜ୍ୟରେ ବିଭାଜିତ ହୋଇ ପଡିରହିଛି । ସେହି ପ୍ରାଚୀନ କଳିଙ୍ଗ ର ସମସ୍ତ ବାସିନ୍ଦା ମାନେ ଆଜି ଆପଣା ଇତିହାସ ଅଜ୍ଞାନତା କାରଣରୁ ଅନ୍ୟ ମାନଙ୍କ ପରୋଚନାରେ ପଡି ଭିନ୍ନ ଭିନ୍ନ ଜାତୀୟତା ରେ ଛନ୍ଦି ହୋଇପଡିଛନ୍ତି ।

ଯଦି ପ୍ରତ୍ୟେକ ଓଡ଼ିଆ ଚାହିଁବେ ଆମେ ଆଉଥରେ ଆପଣା ଦେଶ ଗଢିପାରିବା । ଓଡ଼ିଆ ଲୋକ କାହାର କ୍ରୀତଦାସ ହେଲେ ଉନ୍ନତି କରିପାରିବେ ନାହିଁ । ଓଡ଼ିଆ ଜାତିକୁ ଲୋଡ଼ା ସ୍ଵାଧୀନତା ।

କଳିଙ୍ଗ ଦେଶକୁ ବଞ୍ଚେଇବାକୁ ଏବଂ ଅଖଣ୍ଡ କଳିଙ୍ଗ ରାଷ୍ଟ୍ର ଗଠନ ପାଇଁ ପ୍ରଥମେ ପ୍ରଚାର ପ୍ରସାର ଆବଶ୍ୟକ ହେବ । ତାପରେ ଜନମତ ସଂଗ୍ରହ କରାଯାଇ ନିଜର ଶକ୍ତି ପ୍ରଦର୍ଶନ କରିପାରିବା । ଯଦି ସ୍ପେନରେ କ୍ୟାଟେଲୋନିଆର ଲୋକ ଏଥିପାଇଁ ସଂଘର୍ଷ କରିପାରନ୍ତି ତେବେ ଭାରତରେ ଓଡ଼ିଆ ଲୋକ କାହିଁକି ନୁହେଁ ! (ତମେ ଵିଭାଜନ କଥା କହିଲେ ଠିକ୍ ଆମେ କହିଲେ ଦେଶଦ୍ରୋହୀ-କାଇଁ ଆମ ସହ କଣ୍ ଉତ୍ତର ଭାରତୀୟ ମାନେ ଅନ୍ୟାୟ କରିନାହାନ୍ତି ? ଆବେ ଏଠେ ଗଣେଇବୁ ଯଦି ଗ୍ରନ୍ଥ ହେବ ! କିନ୍ତୁ ଆମେ ବିଚ୍ଛନ୍ନତାଵାଦୀ ନୁହେଁ ଏ ଦେଶକୁ ବହୁତ ଭଲପାଉ ସେଥିପାଇଁ ତ ଭାରତୀୟ ସେନାରେ ଲକ୍ଷ ଲକ୍ଷ ଓଡ଼ିଆ ପୁଅ ଝିଅ ଅଛନ୍ତି ଦେଶ ଜଗିଛନ୍ତି)

କୋଶଳବାଦୀ ନେତାଏ ଓ ତାଙ୍କ ଚେଲା ପୂର୍ବ, ଦକ୍ଷିଣ,ମଧ୍ୟ ଓ ଉତ୍ତର ଓଡ଼ିଶାର ଲୋକଙ୍କ କଥିତ ଭାଷା କୁ ବହି ଭାଷା କହି ଦିଅନ୍ତି
କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ।
ପଶ୍ଚିମ ଓଡିଶାର ଲୋକବୋଲି ଭଳି ପୂର୍ବାଞ୍ଚଳ,ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ସ୍ଵ ସ୍ବ ଲୋକବୋଲି ଅଛି । ଆମେ ମାନେ ଲେଖିଲାବେଳେ ବହିଭାଷା ବ୍ୟବହାର କରୁ କିନ୍ତୁ ଆମ କଥିତ  ଶୈଳୀରେ ବହୁ ଭିନ୍ନତା ଅଛି । ତା ଛଡ଼ା ବାଲେଶ୍ବର, ଢେଙ୍କାନାଳ,ପୁରୀ,ଯାଜପୁର ଠାରୁ ଗଞ୍ଜାମ ଗଜପତି ଏବଂ କନ୍ଧମାଳ ମାଲକାନଗିରି ଯାଏଁ ଆମର ସମସ୍ତ
ଅଞ୍ଚଳର ମୌଳିକ ଶବ୍ଦ ଯଦି ଏକାଠି କରୁ ତେବେ ବି ତାହା ଲକ୍ଷାଧିକ ଶବ୍ଦ ର ଭଣ୍ଡାର ହେବ । ଆଉ ରହିଲା ଶୈଳୀ କଥା । ଓଡ଼ିଶାର ସବୁ ଜିଲ୍ଲାର ଶୈଳୀ ଭିନ୍ନ ଭିନ୍ନ ।

କିଛି ଲୋକ କୁହନ୍ତି
କୌଶଲ୍ୟା ହେଉଛନ୍ତି କୋଶଲ ଦେଶର ରାଜକନ୍ୟା ଏବଂ ସେ ଅଯୋଧ୍ୟା ଦେଶର ରଜାଙ୍କୁ ବାହା ହେଇଥିଲେ ।
ମହାଭାରତରେ କୋଶଲ ଦେଶର ନାମ ସାଧାରଣତଃ ଅଯୋଧ୍ୟା ପାଇଁ ବ୍ୟବହାର କରାଯାଇଛି ଏବଂ ରାମାୟଣ ଅନୁସାରେ
ମଗଧ ରାଜା କୌଶଲ୍ୟଙ୍କ ପୁତ୍ରୀ ଥିଲେ କୌଶଲ୍ୟା । ସ୍ଥାନୀୟ ପଣ୍ଡିତ ମାନଙ୍କ ଦ୍ବାରା ପରେ ଲେଖା ହୋଇଥିବା ପରଵର୍ତ୍ତୀ କାଳୀନ ଗ୍ରନ୍ଥାଵଳୀ ଅପେକ୍ଷା ମୂଳ ଗ୍ରନ୍ଥର ମୂଳ ପାଣ୍ଡୁଲିପି କୁ ହିଁ ଅଧିକ ଅଗ୍ରାଧିକାର ମିଳିବା କଥା ।

ତା ଛଡା଼ କୋଶଲ୍ୟା କୋଶଳ ଗଢିନଥିଲେ । କୁଶଙ୍କ ରାଜ୍ୟ କୋଶଳ ଆଉ ସେ ସମୟର ମିଥକ ବର୍ଣ୍ଣିତ କୋଶଳ ଦେଶ ଗୁଜରାଟ ଠାରୁ ନେପାଳ ଯାଏଁ ବ୍ୟାପ୍ତ ଥିଲା । ତାକୁ ମହାକୋଶଳ ମଧ୍ଯ କୁହାଯାଏ ।  ମହାକୋଶଳ ରେ ମଧ୍ୟ ଦକ୍ଷିଣ କୋଶଳ ହେଉଛି ଆଜିର ଛତିଶଗଡ । ଏଣୁ ଯେଉଁ ମାନେ ଆପଣାକୁ ଓଡ଼ିଆ ବଦଳରେ କୋଶଳୀ ଭାବନ୍ତି ସେମାନେ  ଯାଆନ୍ତୁ ଛତିଶଗଡରେ ରହିବେ ତେବେ ।

ତ୍ରେତୟା ଯୁଗରେ
କୋଶଳର ପରଵର୍ତ୍ତୀ ପିଢି କୋଶଳକୁ ଦୁଇଭାଗରେ ବାଣ୍ଟିଦେଇଥିବା ମହାଭାରତ ରେ ଅଛି । ଓହୋ ଏଇ ଗୋଟିଏ ମିଥକୀୟ ପ୍ରମାଣ ମାତ୍ର ଧରିକି ନାଚୁଛନ୍ତି ତେବେ
ଆଉ ଆମେମାନେ ଯଦି ସେହି ପ୍ରାଚୀନ ପ୍ରମାଣ ସବୁ ଧରି ଶ୍ରୀଲଙ୍କା ମାଲଡିବ ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ ଗୁଡିକ ଅଧିକାର କରୁ ଆଉ କହୁ ଯେ ଏହି ଦେଖ ଆମ କଳିଙ୍ଗ ଦେଶ ....
କୋଶଳାଙ୍କ ପରି ରାତାରାତି ଗୋଟାଏ ମାନଚିତ୍ର ଗଢି ଦେଖେଇ ହୁଅନ୍ତୁ
ଦେଖ ହୋ ଦେଖ...!
ଏଇ ହେଉଛି ଆଉ ମିଆପେ....!

ହେଇଲୋ ଏ ଶ୍ରୀଲଙ୍କା, ମାଲଡିବ୍,ଫିଲିପିନ୍,ପଶ୍ଚିମ ଚୀନ,ଭିଏତାନାମ୍ ,ଇଣ୍ଡୋନେସିଆ, ମାଲେସିଆ, ସମସ୍ତ ଭାରତ, ବାଂଲାଦେଶ ଏବଂ ବର୍ମା ଆଦି ଦେଶ ଆମ କଳିଙ୍ଗ ଦେଶର ତଥାକଥିତ ଗୋଟାଏ ଗୋଟାଏ ରାଜ୍ୟ ମାତ୍ର
ତେବେ....?

ଖାରବେଳ ଙ୍କ ସମୟରେ ତ ସମସ୍ତ ଭାରତ ଆମ କଳିଙ୍ଗ ର  ଥିଲା.....
ଯଦି ଭାରତଟାକୁ
ଆମେ ଗୋଟାପଣେ ଓଡ଼ିଶାର କହିବୁ ତା ନାଆଁ କଳିଙ୍ଗ ଦେବୁ ତେବେ....?

କୋଶଲବାଦୀଙ୍କ ପାଖରେ ମାତ୍ର ପୌରାଣିକ ଆଖ୍ୟାନ ଅଛି ଆଉ ତାକୁ କେହି ଇତିହାସ ବୋଲି ମାନନ୍ତି ନାହିଁ କିନ୍ତୁ ଆମ କଳିଙ୍ଗ ଦେଶର ଉଭୟ ପ୍ରତ୍ନତାତ୍ତ୍ୱିକ ଓ ଶିଳାଲେଖ ତଥା ସହସ୍ରାଧିକ ପୌରାଣିକ ପ୍ରମାଣ ଅଛି। ଚାହିଁଲେ ସାରା ଦକ୍ଷିଣ ପୂର୍ବ ଏସିଆ ଉପରେ ଆପଣା ଦାବି କରିପାରିବୁ
କରିବୁ ବୋଲେ କିଏ କିୟଣ ଟା କରିଦେବ ?

କିଛି ନୂଆ ପଣ୍ଡିତ ଏବେ ମାତିଲେଣି
କହୁଛନ୍ତି କଣ୍ ନା.....
ଓଡ଼ିଆ ଭାଷା କୋଶଳାଅଂଚଳରୁ ମହାନଦୀ ସହ ବହିଥିବା ଭାଷା ଧାରାର ଏକ ଅପଭ୍ରଂଶୀତ ସତ୍ତା ଯାହା ସଂସ୍କୃତ ସହ ସମିକରଣରେ ସମୃଦ୍ଧ ହୋଇଛି। ଶାସନ ତନ୍ତ୍ରର ଆବଶ୍ୟକତା ଅନୁଯାୟୀ ଏଥିରେ ଆରବୀ ପାରସୀ ଉର୍ଦ୍ଦୁ ଓ ମରାଠୀ ଶବ୍ଦ ମିଶିଛି ଯାହାକୁ ଏବେ ଅଲଗା କରି ହେବ ନାହିଁ ।
ତେବେ ଆମର ନିମ୍ନଲିଖିତ କେତେକ ଭ୍ରମ ସେହି ପେଣ୍ଡୁଳୀ ମାନେ ଦୂର କରନ୍ତୁ ବୋଲି ଆମ୍ଭେମାନେ ଆଶାକରୁଛୁ !

୧.ଯଦି କୋଶଳୀ ବୋଲି ଗୋଟାଏ ଭାଷା ଥିଲା  ପଶ୍ଚିମ ଓଡ଼ିଶାରେ ତେବେ କାହିଁକି ନାଟ୍ୟଶାସ୍ତ୍ରରେ ତାହାର ଉଲ୍ଲେଖ ନାହିଁ ? ଉଡ୍ର କୁ ପଞ୍ଚ ଦ୍ରାଵିଡ ଓ ପରେ ପଞ୍ଚ ଗୌଡୀୟ ଭାଷାରେ ରଖାଯାଇଥିଲା ବେଳେ କାହିଁକି କୌଣସି ପୁରାତନ ଗ୍ରନ୍ଥରେ କୋଶଲୀ ବୋଲି ଏକ ଭାଷାର ନାମ ନାହିଁ ?

2.କୋଶଳ ଯଦି ସମ୍ବଲପୁର ବଲାଙ୍ଗୀର ଓ ବରଗଡ଼ ର ଅଞ୍ଚଳ, ତେଵେ କୌଣସି ପୁରୁଣା ଲୋକଗୀତରେ କି ଢଗଢମାଳି ରେ କୋଶଳ ଶବ୍ଦ ନାହିଁ କାହିଁକି? କାଲି କହିବ ସମ୍ବଲପୁର ହେଉଛି ଇନ୍ଦ୍ରପ୍ରସ୍ଥ । ପ୍ରମାଣ ମାଗିଲେ କହିବ ମହାଭାରତରେ ଉଲ୍ଲେଖ ଅଛି ଯେ ... । ଆରେ , କୋଶଳ ଇନ୍ଦ୍ରପ୍ରସ୍ଥ  ନାମ ରାମାୟଣ ମହାଭାରତ ରେ ଉଲ୍ଲେଖ ଅଛି ... କିନ୍ତୁ ପଶ୍ଚିମ ଓଡିଶାର ଲୋକଗୀତରେ କାହିଁକି ଏଟା ମିଳୁନାହିଁ ତ ...?

3.ଓଡ଼ିଆ ଭାଷାର ମୂଳ କେବଳ ଉଡ୍ରୀ ନୁହେଁ ଵରଂ ଏଥିରେ ଦକ୍ଷିଣ ଓଡ଼ିଶାର କାଳିଙ୍ଗ୍ୟ ଅପଭ୍ରଂସ ଓ ଉତ୍ତର ଓଡ଼ିଶାର ଉତ୍କଳୀ ଅପଭ୍ରଂସ ମଧ୍ଯ ମିଶିଅଛି । ଏକାଧାରରେ ଓଡ଼ିଆ ଭାଷା ହେଉଛି ପୂର୍ବ ଭାରତର ମାନକ ଭାଷା । ସେଇଥିପାଇଁ ତ ଏହାକୁ ଶାସ୍ତ୍ରୀୟ ଭାଷା ର ମାନ୍ୟତା ମିଳିଅଛି । କିନ୍ତୁ ଏତେ ବଡ଼ ତଥାକଥିତ ପ୍ରାଚୀନ ଭାଷା ଯହିଁ ରୁ ସଂସ୍କୃତ, ଓଡ଼ିଆ ଓ ହିନ୍ଦୀ ବଙ୍ଗଳା ଆଦି ଭାଷାର ଜନ୍ମ ହୋଇଛି ସେହି ତଥାକଥିତ କୋଶଳ ଭାଷାକୁ କାହିଁକି ଏଯାଵତ୍ ଶାସ୍ତ୍ରୀୟତା ମାନ୍ୟତା ମିଳିନାହିଁ କି କୌଣସି ପ୍ରାଚୀନ ସାହିତ୍ୟରେ ଏହାର ନାମ ନାହିଁ ?
(ଓଡ଼ିଆ ମାନେ ସିନା କୋଶଳାଙ୍କ ଶତୃ କିନ୍ତୁ ତାଙ୍କ ତଥାକଥିତ ଉତ୍ତର ଭାରତୀୟ ଓ ବଙ୍ଗାଳି ବୋପା ମାନେ ତ ଏ କୋଶଲୀ ଭାଷାର ନାଆଁ ଟା ମେନସନ୍ କରିଥାନ୍ତେ ନା.... ଧିକ୍ ଏମନ୍ତ ବୋପା ମାନଙ୍କୁ😀😀)

4.ଓଡ଼ିଶାରେ ଓଡ଼ିଆ ଭାଷାରେ ସଂସ୍କୃତ ପରେ  ସବୁଠାରୁ ଅଧିକ ପାଣ୍ଡୁଲିପି ଅଛି । ଯଦି ଓଡ଼ିଆ ଭାଷା ପ୍ରାଚୀନ ହୋଇନଥାନ୍ତା ତାହେଲେ ଏ ଭାଷାରେ ଏତେ ପାଣ୍ଡୁଲିପି କେମିତି ହୁଅନ୍ତା । ବଙ୍ଗଳା ଭାଷା ଆଜି ଏତେ ଉନ୍ନତ ହେଲେ କ’ଣ ହେବ ସେ ଭାଷା ପ୍ରାଚୀନ ପାଣ୍ଡୁଲିପି କ୍ଷେତ୍ରରେ 10 ସଂଖ୍ୟା ମଣ୍ଡନ କରିଅଛି । କୋଶଲା ମାନେ ତାଙ୍କ ତଥାକଥିତ ପ୍ରାଚୀନ ଭାଷାର 300 ବର୍ଷ ପୁରୁଣା ଗୋଟାଏ ଵି ପାଣ୍ଡୁଲିପି ଆଣି ଦେଖାଅନ୍ତୁ ତ ! ଅଛି କି ?

ପ୍ରକୃତରେ
କୋଶଳା ଏକ ଭ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମୂଳ ଉଡ୍ର ଭାଷା କୋଶଳାଞ୍ଚଳ,ମଗଧର ଦକ୍ଷିଣ ଭାଗ ତଥା ପଶ୍ଚିମ ଓଡିଶାର ଲୋକଭାଷା ଥିଲା ଯାହା ଆଜି ପାଲି,ସଂସ୍କୃତ, କୁଇ ଆଦି ଅନେକ ଭାଷାରୁ ପ୍ରଭାବିତ ହୋଇଛି ପ୍ରଭାବିତ କରିଛି କିନ୍ତୁ ଆପଣା ସ୍ଵାତନ୍ତ୍ର୍ୟ ବଳଵତ୍ତର ରଖିପାରିଛି ।
ତାହା ହିଁ ଆଜିର ସମ୍ବଲପୁରୀ ଵା ପଶ୍ଚିମ ଓଡ଼ିଆ । କାଳିଙ୍ଗ୍ୟ ଅପଭ୍ରଂସର ଆଧୁନିକ ରୂପ ଦେଶିଆ ଵା କୋଟିଆ ଆଉ ଉତ୍କଳୀ ଅପଭ୍ରଂସର ଆଧୁନିକ ରୂପ ଉତ୍ତର ଓଡ଼ିଆ ଶୈଳୀ । ଏସମସ୍ତ ଶୈଳୀର ମାନକିକରଣରୁ ଆଧୁନିକ ଓଡ଼ିଆ ଭାଷାର ସୃଷ୍ଟି ।
କୋଶଳା ପାଗଳାଙ୍କୁ ଏତିକି କହିବି
ହଇରେ ଯୋଗିଣୀଖିଆ ଦଳ 😂😂😂
ତୁମ ମାନଙ୍କ ପୂର୍ଵଜଙ୍କ ଭାଷା ଆମେ କହୁଛୁ । ତମେ ମାନେ କିନ୍ତୁ କିଛି ମୂର୍ଖ ଛତିଶଗଡୀ,ମାରଵାଡୀ,ଵିହାରୀ,ୟୁପୀର ଲୋକଙ୍କ ଦ୍ଵାରା ଲିଖିତ ମିଥ୍ୟା ଆଞ୍ଚଳିକ ଇତିହାସ ପଢି ନିଜକୁ ଉଡ୍ର ବଦଳରେ କୋଶଳୀ କହୁଛ । ତୁମ ଭଳି ଲୋକଙ୍କୁ ହିଁ ଜାତିଦ୍ରୋହୀ କୁହାଯାଏ ଆଉ ଏ ଜାତିଦ୍ରୋହ ତୁମକୁ ଶେଷେ
ଆଧୁନିକ କଳାପାହାଡ଼ ର ସଂଜ୍ଞା ପ୍ରଦାନ କରିଛି । ଏକଦା ସାରା ଓଡ଼ିଶାର ଅପମାନର ପ୍ରତିଶୋଧ କଳାପାହାଡ଼ ଠାରୁ ପଶ୍ଚିମ ଓଡିଶାର ସମ୍ଵଳକ ରାଜ୍ୟର ରାଜା ଓ ଜନତା ନେଇଥିଲେ
ହେଲେ ଏ ଯୁଗରେ ମାତିଥିବା ଶହ ଶହ କଳାପାହାଡ଼ ଙ୍କ ସହ ସେହି ଜାତିପ୍ରାଣ ଲୋକେ କେତେ ଦିନ ଯାଏଁ ଲଢିପାରୁଛନ୍ତି ତାହା ହିଁ ଏ ଶତାବ୍ଦୀର ସବୁଠାରୁ ବଡ଼ ପ୍ରଶ୍ନ !!!!