My Blog List
Monday, February 2, 2026
ଗାଲୁଆ ଇଂରେଜ କଥା
Sunday, August 6, 2023
ଚିତ୍ରର ମହିମା
ମାଧିଆ ସବୁବେଳେ ନଳ ଖୋଲା ରଖିଦିଏ । ବହୁତ ପାଣି ନଷ୍ଟ କରେ ସିଏ । ଭଗିଆ ଏକଥା ଦେଖି ସହିପାରେ ନାହିଁ । ଅନେକ ଥର ଭଗିଆଟା ତା ସାଙ୍ଗ ମାଧିଆକୁ ଜଳ ସଂରକ୍ଷଣ ଵିଷୟରେ କୁହେ ହେଲେ ସେ ଏ କାନରେ ପୂରେଇ ସେ କାନରେ ବାହାର କରିଦିଏ ।
ଭଗିଆ ବୁଝିଲା ୟେ ଅମାନିଆଟା ସହଜରେ ମାନିଵ ନାହିଁ ତେଣୁ ସେ ଗୋଟିଏ ଉପାୟ ପାଞ୍ଚିଲା । ଅନ୍ତର୍ଜାଲରୁ ଚାଣକ୍ୟଙ୍କର ଗୋଟିଏ ଚିତ୍ରକୁ ଆଣି ତାକୁ ନେଇ ଅନ୍ତର୍ଜାଲୀୟ ଫଳକଟିଏ କଲା ଆଉ ସେଥିରେ ଲେଖିଦେଲା ...
“ଵାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପାନୀୟ ଜଳ ନଷ୍ଟ ଦ୍ଵାରା ଗୃହସ୍ଥ ଭୟଙ୍କର ଦରିଦ୍ରତା ଭୋଗକରେ । ଜଳକୁ ଅଯଥାରେ ବୁହାଇ ଦେଲା ଭଳି ଧନ ବି ଜଳ ପରି ଅନ୍ୟ ଆଡ଼େ ସଅଳ ଚାଲିଯାଏ । ଜଳ ନଷ୍ଟ କରୁଥିଵା ଲୋକଙ୍କ ଉପରେ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ଆଉ ସେ ଲୋକ ଲକ୍ଷ୍ମୀଛଡ଼ା ହୋଇଯାଏ।”
ଚାଣକ୍ୟଙ୍କ ଚିତ୍ର ତଳେ ଏଭଳି ଲେଖି ତାକୁ ମାଧିଆର ଅନେକ ସାଙ୍ଗସାଥୀଙ୍କ ପାଖକୁ ଭଗିଆ whatsapp ଯୋଗେ ପଠେଇ ଦେଲା । ସେ ଚିତ୍ରଟି ଅନ୍ୟ ଲୋକ ପାଖରୁ ମାଧିଆକୁ ମିଳିଵାରୁ ତା'ର ଚିନ୍ତାଧାରାରେ ପରିଵର୍ତ୍ତନ ଦେଖାଗଲା । ଏବେ ଦେଖାଯାଉଛି ମାଧିଆଟା ସବୁଦିନ ସକାଳେ ଠାକୁରଙ୍କ ଚିତ୍ର ପରେ ନଳକୁ ବି ଧୂପକାଠି ଦ୍ଵାରା ବନ୍ଦାପନା କରୁଛି
Monday, June 26, 2023
ଶୁଭ ଅଶୁଭ
Sunday, June 25, 2023
ଶବ୍ଦ ଓ ମତ
Wednesday, February 15, 2023
ପାକିସ୍ଥାନୀ ଘଣ୍ଟା
Tuesday, June 8, 2021
ସଂସର୍ଗ
ଜନୈକା ନାରୀନେତ୍ରୀ ସଭାରେ ଲୋକଙ୍କୁ କହୁଥାନ୍ତି “ଜାଣିଛ ମୁଁ ଜଣେ ଏମିତି ଲୋକକୁ ଜାଣେ ଯେ ନିଜ ନାଆଁ ଲେଖି ସୁଦ୍ଧା ଜାଣିନଥିଲା । କିନ୍ତୁ ନାରୀଜାତିର ମହିମା ଦେଖନ୍ତୁ ସେ ଲୋକଟା ଯେମିତି ଜଣେ ନାରୀ ସଂସର୍ଗରେ ଆସିଲା ବୁଢ଼ା ବୟସରେ ମାତ୍ର ଦୁଇଵର୍ଷ ମଧ୍ୟରେ ମହାପଣ୍ଡିତ ହୋଇଗଲା ।...”
ନାରୀନେତ୍ରୀଙ୍କ ଶଶୁର ସେଇପଟେ ଯାଉଥାଆନ୍ତି । ତାଙ୍କ କାନରେ ଯେମିତି ଏକଥା ପଡି଼ଲା ସେ କହିଲେ “ହଁ ଵା ଏଇଟା କୋଉ ବଡ଼ କଥା । ମୁଁ ବି ଜଣେ ପୁରୁଷକୁ ଜାଣେ ଯେ ଵାଲ୍ୟକାଳରୁ ପାଠଶାଠ ପଢ଼ି ସମାଜରେ ମହା ଵିଦ୍ଵାନ ପରିଗଣିତ ହେଉଥିଲା । କିନ୍ତୁ ସେ ଜଣେ ନାରୀ ସଂସର୍ଗରେ ଆସିଵା ଯୋଗୁଁ ମାତ୍ର ଦି ମାସରେ ମହାମୂର୍ଖ ହୋଇଗଲା ...”
Monday, June 7, 2021
କୁକୁର ଓ କଙ୍କଡ଼ା
ଜଣେ ଲୋକ ତା କୁକୁରକୁ ଧରି ମାଛହାଟକୁ ଯାଇଥାଏ । ମାଛର ଵାସ୍ନା ପାଇ କୁକୁରର ଆନନ୍ଦ କହିଲେ ନସରେ ।
ଲୋକଟା ଗୋଟିଏ ମାଛ ଦୋକାନ ପାଖରେ ଠିଆହେଲା । ତା କୁକୁର ଦୋକାନକୁ ପଛକରି ଠିଆ ହେଇଥାଏ ଏଵଂ ଚାରିଆଡ଼ୁ ଆସୁଥିଵା ମାଂସମାଛର ଵାସ୍ନା ଆଘ୍ରାଣ କରି କରି ଖୁସି ହେଉଥାଏ ।
କୁକୁରର ଲାଞ୍ଜଟା ଭୂଲ୍'ରେ କଙ୍କଡ଼ା ବୋଝ ଉପରେ ହଲୁଥାଏ । କଙ୍କଡ଼ାଟିଏ କୁକୁର ଲାଞ୍ଜଟା ଉପରେ ଚଢି଼ଗଲା ଆଉ କୁକୁରର ଟିରିକି ପାଖରେ ପହଞ୍ଚିଵାରୁ କଅଁଳିଆ ମାଂସ ପାଇ ରୁଟ୍'କିନା କାମୁଡ଼ି ଦେଲା ।
କୁକୁରଟା ତ ଵାସ୍ନାର ମାୟାରେ ମୋହିତ ହୋଇଯାଇଥାଏ । ଯେମିତି କଙ୍କଡ଼ା ତା ଗାଣ୍ଡିକୁ ଚାବି ଦେଇଛି ତାର ଏକାବେଳକେ ହଣ୍ଡଲପାଣି । ଭୋ ଭୋ ହୋଇ ଗୋଟାଏ ଡିଆଁ ମାରିଲା ଯେ ଦଶ ହାତରେ ପଡି଼ଲା ।
ମାଛ ଦୋକାନୀଟା କୁକୁର ପିଚାରେ କଙ୍କଡ଼ା ଦେଖି କୁକୁର ଆଣିଥିଵା ଲୋକକୁ କହିଲା — ତମ କୁକୁରକୁ ଟିକେ ଡାକ ଡାକ...
ସେଇଠୁ ଲୋକଟା ଚିଡି଼ଯାଇ କହୁଛି— ଖୋ ରେ ! କାଇଁ ତୁ ତୋ କଙ୍କଡ଼ାକୁ ଡାକୁନୁ ...
Thursday, June 3, 2021
💊💊💊💊💊💊💊ଓଷ💊💊💊💊💊💊💊💊
କଵି ‘ଅନଙ୍ଗ’ଙ୍କ ଜୀଵନର ଶେଷ କ୍ଷଣ ଆସି ଯାଇ ଥାଏ।
ଚିକିତ୍ସକ କହିଦେଇଥାନ୍ତି ୟେ ବଡ଼ ହେଲେ ଘଣ୍ଟେ କି ଦି ଘଣ୍ଟା ବଞ୍ଚିପାରିବେ । କଵି ଅନଙ୍ଗଙ୍କ ପତ୍ନୀ କହିଲେ “କୌଣସି ଓଷ ଥିଲେ ଦିଅନ୍ତୁ ଯେମିତି ଇଏ ଆମର ପାଞ୍ଚ ଛଅ ଘଣ୍ଟା ବଞ୍ଚିଯିବେ । ସନ୍ଧ୍ୟା ସମୟର ଗାଡ଼ିରେ ପୁଅ ଆସୁଛି ଗଲାବେଳେ ତାକୁ ଟିକେ ଦେଖି ଯାଆନ୍ତେ ।”
ଚିକିତ୍ସକ ନାସ୍ତିଵାଣୀ ଶୁଣେଇ କହିଲେ କୌଣସି ବି ଔଷଧ ୟାଙ୍କୁ ଘଣ୍ଟାଏରୁ ଅଧିକକାଳ ବଞ୍ଚେଇ ନପାରେ ।
ସେହି ସମୟରେ କଵି ଅନଙ୍ଗଙ୍କର ଜଣେ ସାଙ୍ଗ ସେଠାକୁ ଆସି ପହଞ୍ଚିଲେ । ସେ ବୋଇଲେ ‘‘ କିସ୍ କହୁଚ ହେ ମୁଁ ଆଙ୍କତିକି ଘଣ୍ଟାଏ କିୟଣ ଵା ପାଞ୍ଚ ଛଅ ଘଣ୍ଟା ବଞ୍ଚେଇ ଦେଇ ପାରେ ହେ”
ଚିକିତ୍ସକ ଜଣକ ସମାନ୍ୟ ହସି କହିଲେ ‘‘ଖୋ ରେ ! ଏଟା ଯହ ଅସମ୍ଭଵ କଥା ।’
ସେଇଠୁ କଵିଙ୍କ ମିତ୍ର କହିଲେ “ହଉ ଵା ମେତେ ଚେଷ୍ଟା କରିଵାକୁ ତ ଦିଅନ୍ତୁ ତେମେ ଆପଣେ ସମିତେ ଦୟାକରି ବାହରକୁ ଚାଲିଯାଆନ୍ତୁ।’’
ସମସ୍ତେ ବାହରକୁ ଚାଲିଗଲେ । ବନ୍ଧୁଜଣକ କଵି ଅନଙ୍ଗଙ୍କ ପାଖରେ ବସିଗଲେ ଆଉ ତାଙ୍କୁ ବୋଇଲେ
‘‘ବନ୍ଧୁଵର,ଏବେ ତ ଆପଣ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଯିବେ । ଏହି ସୁଲଲିତ କଣ୍ଠରୁ ଆଉ କିଵା ମଧୁର ପଦ୍ୟ ଶୁଣିଵାକୁ ମିଳିଵ । ହେଉ ଵା ଯିଵା ଆଘରୁ ପଦେ ଅଧେ କିଛି ଶୁଣେଇ ଯାଆନ୍ତୁ ତ ।’’
ଏହା ଶୁଣିଲା କ୍ଷଣି କଵି ଅନଙ୍ଗ ମରଣଶଯ୍ୟାରୁ ଉଠି କରି ବସିଗଲେ ଆଉ ଥରିଲା କଣ୍ଠରେ କହିଲେ, ‘‘ଇଚ୍ଛା ତ ନାହିଁ କିନ୍ତୁ ଆପଣଙ୍କ ଅନୁରୋଧକୁ ଟାଳି ବି ପାରିବିନି ! ହେଉ ଆଲମାରୀରେ ଥିଵା ସେଇ ପାଣ୍ଡୁଲିପିଟି ଆଣନ୍ତୁ ତ”
ବନ୍ଧୁଜଣକ ପାଣ୍ଡୁଲିପିଟି ଆଣି କଵି ଅନଙ୍ଗଙ୍କୁ ଦେଇ ଦେଲେ ଏଵଂ କଵି ତାହା ପାଠ କରିଵାକୁ ଲାଗିଲେ । ଘଣ୍ଟା ପରେ ଘଣ୍ଟା ବିତିଗଲା । ସନ୍ଧ୍ୟା ବେଳର ଗାଡି଼ରେ କଵିଙ୍କ ପୁଅ ବି ଆସିଯାଇଥାଏ । ସେ ଘର ଭିତରେ ପଶିଲା କ୍ଷଣି ଦେଖିଲା ତାଙ୍କ ପିତା କଵିତା ପାଠରେ ନିମଗ୍ନ ଏଵଂ ତାଙ୍କର ବନ୍ଧୁ ମରି ପଡିଛନ୍ତି !!! 🤣🤣🤣
ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କ ଵ୍ୟଙ୍ଗକଥା “ଦୱା” ର ଓଡ଼ିଆ ଭାଵାନୁଵାଦ । ମୂଳ ରଚନାଟି ନିମ୍ନରେ ପ୍ରଦତ୍ତ ହେଲା...
💊💊💊💊💊💊💊💊💊💊💊💊💊💊💊💊💊
💊💊💊💊💊दवा—हरिशंकर परसाई💊💊💊💊💊
💊💊💊💊💊💊💊💊💊💊💊💊💊💊💊💊💊
कवि ‘अनंग’ जी का अन्तिम क्षण आ पहुंचा था।
डाक्टरों ने कह दिया कि यह अधिक से अधिक घंटे भर के मेहमान हैं। अनंग जी पत्नि ने कहा कि कुछ ऐसी दवा दे दें जिससे पांच छः घण्टे जीवित रह सकें
ताकि शाम की गाड़ी से आने वाले बेटे से मिल लें। डाक्टरों ने कहा कि कोई भी दवा इन्हे घण्टे भर से अधिक जीवित नहीं रख सकती।
इसी समय अनंग जी के मित्र आए। वे बोले ‘‘मैं इन्हे मजे से कई घण्टे जीवित रख सकता हूं।’’
डाक्टरों ने हंस कर कहा ‘‘यह असंभव है।’’
मित्र ने कहा ‘‘खैर मुझे कोशिश तो कर लेने दीजिए । आप सब लोग बाहर हो जाइये।’’
सब बाहर चले गए। मित्र अनंग जी के पास बैठे और बोले ‘‘अनंग जी, अब तो आप सदा के लिए चले। यह सुललित कण्ठ अब कहां सुनने को मिलेगा। जाते जाते कुछ सुना जाइये।’’
यह सुनते ही अनंग जी उठ कर बैठ गए और बोले, ‘‘मन तो नहीं है पर आपकी प्रार्थना टाली भी नहीं जा सकती। अच्छा अलमारी में से कापी निकालिये न’’।
मित्र ने कापी उठा कर हाथ में दे दी और अनंग जी कविता पाठ करने लगे। घण्टे पर घण्टे बीतते गए। शाम को गाड़ी आ गयी और लड़का भी आ गया। उसने कमरे में घुसते ही देखा कि पिता जी कविता पढ़ रहे हैं और उनके मित्र मरे पड़े हैं।
©ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈ
Monday, May 25, 2020
ଓକିଲଙ୍କ ବୁଦ୍ଧି
ଓକିଲ ବାବୁ ଜଣକ ଟ୍ରେନ ରେ ଯାଉଥିଲେ । ଜଣେ ମହିଳା ଆସି ତାଙ୍କୁ କହିଲା
ଏ ମିଷ୍ଟର
ତୁମ ପାଖରେ ଯାହା ଟଙ୍କା ପଇସା ଚେନ୍ ଘଡି ମୋବାଇଲ ଅଛି ଦେଇ ଦିଅ ନହେଲେ
ମୁଁ ଯୋର ଯୋରରେ ଚିତ୍କାରକରି କହିବି ଯେ ତୁମେ ମୋ ସହ ଅସଦାଚରଣ କରୁଥିଲ ।
ଓକିଲ ବାବୁ ମାଇପିଲୋକର କଥା ଶୁଣିଲା ପରେ
ତାଙ୍କ ସୁଟକେସ୍ ରୁ ଖଣ୍ଡିଏ କାଗଜ କାଢିଆଣି ତହିଁ ରେ ଲେଖିଲେ
ମୁଁ ମୁକ ବଧୀର କିଛି ଶୁଣିପାରେନି କି କହିପାରେନି
ତୁମେ କଣ କହିଲ
ମୁଁ ବୁଝି ପାରିଲାନାହିଁ
ଦୟାକରି ମୋତେ ତୁମର ଯାହା କହିବାର ଅଛି ଏଇ କାଗଜରେ
ଲେଖିଦିଅ ....
ସ୍ତ୍ରୀଲୋକଜଣକ ତହୁଁ
ଯାହା କହିଥିଲା କାଗଜରେ ଲେଖିକି ଦେଲା ।
ଓକିଲବାବୁ କାଗଜଟିକୁ ଅତି ସନ୍ତର୍ପଣରେ ପକେଟ୍ ରେ ରଖିସାରିଲା ପରେ କୁଟୀଳ ହାସ୍ଯ ସହ
ମହିଳାଙ୍କୁ କହିଲେ
"ଏବେ ଯେତେ ଚାହିଁବେ ପାଟି କରିପାରିବେ "
😂😂😂😂😂
Thursday, March 12, 2020
ଯୌଵନେ ମର୍କଟୀ ରମ୍ଯାଃ
ଯୌଵନେ ମର୍କଟୀ ରମ୍ଯାଃ ବୋଲି ଶାସ୍ତ୍ରରେ କୁହାଯାଇଛି 🤓 ଅର୍ଥାତ୍ ଯୁଵାକାଳରେ ମର୍କଟୀ ମଧ୍ୟ ସୁନ୍ଦରୀ ଦିଶେ ତେଵେ ଏ ସୌନ୍ଦର୍ଯ୍ୟ ଵାହ୍ଯ ସୌନ୍ଦର୍ଯ୍ୟ ଅଟଇ ।
ଜଗତଯାକରେ ଯେତେ ପ୍ରକୃତ ମଣିଷ ଅଛନ୍ତି ସେମାନେ ଆଭ୍ଯନ୍ତରୀଣ ସୌନ୍ଦର୍ଯ୍ୟ ଦେଖିଵେ ଆଉ ଯୋଉ ମର୍କଟମାନେ ମନୁଷ୍ୟ ହୋଇ ଜନମିଛନ୍ତି ସେମାନେ ସବୁ ମାନଵୀମାନଙ୍କୁ ମର୍କଟୀ ଵିଚାର କରି ତାଙ୍କ ଵାହ୍ଯ ସୌନ୍ଦର୍ଯ୍ୟରେ ହିଁ ଭୋଳ ହେଉଥିଵେ ।
ଏ ଵିଷୟରେ ଗୋଟିଏ କଥା ମନେପଡୁଛି...
ଦୁଇଜଣ ବଙ୍ଗାଳୀ ସାଙ୍ଗଙ୍କ ସହ ପାଞ୍ଚ ଵର୍ଷ ତଳେ ରହୁଥିଲି । ଆଜିକାଲିକା ଟୋକା ଜାଣିଶୁଣି ଇଆଡେ଼ ସିଆଡେ଼ ଫୋନ୍ ଲଗାନ୍ତି । ଦିନେ କୁଶ୍ ମଲ୍ଲିକ ବୋଲି ଗୋଟିଏ ବଙ୍ଗାଳୀ ଟୋକାର ଫୋନ୍ ରାୟଗଡ଼ ଜିଲ୍ଲା(ଓଡ଼ିଶା) ଆଡେ଼ ଲାଗିଯାଇଥିଲା ।
ଫୋନଟା ଜଣେ ଝିଅ ଉଠେଇଲା ଆଉ ଏ ଅଭଦ୍ରକୁ ଓଡ଼ିଆ ଭାଷାରେ ଗାଳି ବସେଇ ଦେଲା 😜😜😜
ଯଥା― ଯୋଗଣିଖିଆ,ବଡ଼ରୋଗିଆ,କୁଷ୍ଟରୋଗିଆ,ବାଡି଼ପଡା଼,ସଵାଖିଆ ଇତ୍ୟାଦି ଇତ୍ୟାଦି 😛😛😛
ଫୋନ୍ ଆରପଟୁ ମେଘଗର୍ଜନ ସମ ଗାଳିଵର୍ଷଣ ଶୁଣି
ସେ ଟୋକାର ପିହ୍ଳେଇପାଣି 🤣
ଅତର୍ଛିଆ ଫୋନ କାଟିଦେଇଛି...
ଗୋଟିଏ ଦିନ ପରେ ସେ ସେହି ନମ୍ବରଟିକୁ ତାହାର ଜଣେ ସାଙ୍ଗ ପ୍ରହ୍ଲାଦ ରାୟକୁ ଦେଲା ।
ପ୍ରହ୍ଲାଦ ରାୟ ୨୭ଵର୍ଷର ସୁନ୍ଦର ସୌମ୍ୟ ବୁଦ୍ଧିମାନ ଯୁଵକ । ସେ ଉକ୍ତ ଓଡ଼ିଆ ଝିଅକୁ ଫୋନ୍ କରି ତାକୁ କ୍ଷମା ମାଗିଲା ଓ ତା ସାଙ୍ଗକୁ ମଧ୍ୟ କ୍ଷମା ମାଗିଵାକୁ କହିଲା ।
କିଛି ଦିନ ମଧ୍ୟରେରେ ଦେଖାଗଲା ତାଙ୍କ ଭିତରେ ତିନିକୋଣିଆ ପ୍ରେମସମ୍ପର୍କ ସୃଷ୍ଟି ହେଲାଣି ।
ଝିଅଟେ ପାଇଁ ଦୁଇଜଣ ବନ୍ଧୁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଵାକୁ ଲାଗିଲା । ତେଵେ ସେମାନେ ମୋତେ ଆସି ବାରମ୍ବାର ପଚାରନ୍ତି, ଓଡ଼ିଆରେ i love you କେମିତି କୁହନ୍ତି ଇତ୍ୟାଦି...
କୁଶ୍ ମଲ୍ଲିକ ଉକ୍ତ ଝିଅ ସହିତ ଘଣ୍ଟା ଘଣ୍ଟା ଧରି କଥା ହୁଏ । ସେ ତାକୁ ଅନେକ ପ୍ରେମମୟ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣାଏ ମାତ୍ର ପ୍ରହ୍ଲାଦ ରାୟ କଥା ସମ୍ପୂର୍ଣ୍ଣ ଅଲଗା ! ସେ ଫୋନରେ ପଚାରେ ଘର ପରିଵାରର କଥା, ସୁଖ ଦୁଃଖର କଥା !
ପ୍ରାୟ ଚାରିମାସ ଧରି ଏମନ୍ତ ଵାର୍ତ୍ତାଳାପ ପରେ ଝିଅଟି ଦୁଇ ବଙ୍ଗାଳୀ ଟୋକାଙ୍କୁ ତାଙ୍କ ଫେସବୁକ ଆଇଡି ଲିଂକ୍ ମାଗିଲା ଆଉ ଉଭୟ ଟୋକାଙ୍କୁ ଦେଖି ସାରିଵା ପରେ ସେ ପ୍ରହ୍ଲାଦ ରାୟକୁ ହିଁ ବାହା ହେଵ ବୋଲି ଜଣାଇ ଦେଲା ।
କୁଶ୍ ମଲ୍ଲିକର ହୃଦୟ ଭାଙ୍ଗିଗଲା ତେଵେ ସେ ଧୈର୍ଯ୍ୟହରା ନହୋଇ ପ୍ରହ୍ଲାଦ ରାୟକୁ ସେହି ଝିଅର ଫେସବୁକ ଆଇଡି ଲିଂକ୍ ମାଗିଵାକୁ ପ୍ରଵର୍ତ୍ତାଇଲା । ଦୁଇଦିନ ପରେ ଝିଅଟି ତାହାର ଆଇଡି ଲିଂକ୍ ଦେଲା ଓ ସେମାନେ ତାକୁ ଖୋଲି ଦେଖିଲେ ।
ଝିଅର ଗୋରା ଅଙ୍ଗ ମାତ୍ର ମୁଖମଣ୍ଡଳର ମଉଡା଼ଟା ସାମାନ୍ୟ ଜନଜାତୀୟ ଲୋକଙ୍କ ପରି ହୋଇଥାଏ । ମୋତେ ସେମାନେ ଉକ୍ତ ଫୋଟୋ ଦେଖାଇଲେ । ଓଡ଼ିଶାର ଲୋକଙ୍କ ମୁଖମଣ୍ଡଳ ମଧ୍ୟରେ ଅଞ୍ଚଳଗତ ଵିଭିନ୍ନତା ରହିଛି ତେଵେ ଅଧିକାଂଶ ଜନଜାତୀୟ ମଉଡା଼ର କନ୍ଯାମାନେ ସାବନା ହେଉଥିଵାରୁ ମୋତେ ସେ ଫୋଟୋଟି ଏଡିଟିଙ୍ଗି ହେଵା ଭଳି ଲାଗିଲା ।
ମୁଁ ପ୍ରହ୍ଲାଦ ରାୟକୁ ମୋ ମନର କଥା କହିଲି କିନ୍ତୁ ସେ ତାହାର ଗୋରା ଚମଡା଼ର ମାୟାରେ ଭୋଳ ହୋଇ ସାରିଥାଏ...
ତାକୁ ସମସ୍ତେ ବୁଝେଇଲେ କିନ୍ତୁ ସେ ସେହି ଝିଅକୁ ଦେଖିଵାକୁ ରାୟଗଡ଼ ଯିଵ ବୋଲି ନିଶ୍ଚୟ କରିନେଇଥାଏ ।
ପ୍ରହ୍ଲାଦ ରାୟ ଓଡ଼ିଶାର ରାୟଗଡ଼ ଜିଲ୍ଲାକୁ ଗଲା ସତ ମାତ୍ର ସେ ଓଡ଼ିଶାରେ ପହଞ୍ଚିଵା ପରେ ପରେ ତାକୁ ଆମେ ଯେତେଥର ଫୋନ୍ ଲଗାଇଲୁ ତା ଫୋନ୍ ଲାଗିଲା ନାହିଁ ।
ପ୍ରାୟ ପନ୍ଦର ଦିନ ପରେ ସେ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାର ତା ଗାଆଁରେ ଥାଇ ଆମକୁ ଫୋନ୍ କରି ଜଣାଇଲା ଯେ ସେ ସେହି ଓଡ଼ିଆ ଝିଅକୁ ବାହା ହୋଇଯାଇଛି...
ଵର୍ଷଟିଏ ଵିତିଗଲା ପରେ ସେ ତା ସ୍ତ୍ରୀକୁ ଧରି
ନଗରକୁ କାମ କରିଵାକୁ ଆସିଲା ଓ ସେମାନେ ଭଡ଼ାଘର ନେଇ ରହିଲେ । ଦିନେ ପ୍ରହ୍ଲାଦ ରାୟ ତା ସ୍ତ୍ରୀକୁ ଧରି ଆମ ବସାଆଡେ଼ ବୁଲି ଆସିଥାଏ...
ଆମେମାନେ ପ୍ରହ୍ଲାଦ ରାୟକୁ ଏକନ୍ତରେ କହିଲୁ
କିହୋ ! ତେମେ ତ ସୁନ୍ଦରୀ ଅପସରୀ ଅନ୍ଵେଷଣରେ ଉତ୍କଳ ଭୂଖଣ୍ଡ ଗମନ କରିଥିଲ ଏ ଶୃପନଖାଙ୍କୁ କେଉଁଠୁ ପାଇଗଲ 😂😂😂
ପ୍ରହ୍ଲାଦ ରାୟ ଜଣେ ସଖ୍ଯ ସକାରାତ୍ମକ ଭାରତୀୟ ଭଳି କହୁଛି...
ଵାହ୍ଯ ସୌନ୍ଦର୍ଯ୍ୟ କଣ୍ ପ୍ରକୃତ ସୌନ୍ଦର୍ଯ୍ୟ ? ମନ ଓ ଚରିତ୍ରର ସୌନ୍ଦର୍ଯ୍ୟ ଦେଖିଵା କଥା ନା ଆଉ !!! 🤗
କିଛି ଦିନ ପରେ ଦିନେ କୁଶ୍ ମଲ୍ଲିକ ମୋତେ ପ୍ରକୃତ ଘଟଣା କହୁଥାଏ...
ପ୍ରହ୍ଲାଦ ରାୟ ଓଡ଼ିଶା ଗଲା କିନ୍ତୁ ଝିଅକୁ କୌଣସି ସ୍ଥାନକୁ ଡାକି ତାକୁ ଦୂରରୁ ଦେଖିଵା ପରିଵର୍ତ୍ତେ ସିଏ ସିଧା ଝିଅର ଘରକୁ ଚାଲିଗଲା । ସେହି ଝିଅର ଦଦା ଓ ବଡ଼ଭାଇ ପୋଲିସ ଵିଭାଗରେ କାର୍ଯ୍ୟ କରନ୍ତି ବୋଲି ସିଏ ଜାଣିନଥାଏ । ଝିଅର ଯୌଥ ପରିଵାର ,ସମସ୍ତେ ଏକାଠି ରୁହନ୍ତି । ସେମାନେ ସୁନ୍ଦର ଭେଣ୍ଡିଆକୁ ଦେଖି ଶିଘ୍ରାତି ଶିଘ୍ର ଉଭୟଙ୍କର ବାହାଘର କରିଦେଲେ ଆଉ ପ୍ରହ୍ଲାଦ ରାୟ କାନମୁଣ୍ଡା ଆଉଁସି ରହିଗଲା 😂😂😂
Monday, March 2, 2020
ଲୁ ଧାତୁରୁ ଲାଵଣ୍ୟଵତୀ ଯାଏଁ...
ଉପେନ୍ଦ୍ର ଭଞ୍ଜ ପଦ୍ଯରେ ଗୋଟିଏ କାଳ୍ପନିକ କାହାଣୀ ଲେଖିଛନ୍ତି ଲାଵଣ୍ଯଵତୀ ଯାହାର ନାମ ସାରା ଓଡ଼ିଶାରେ ଲୋକପ୍ରିୟ । ଏକଦା କନ୍ୟାମାନଙ୍କର ଲାଵଣ୍ଯବତୀ ନାମ ରଖାଯାଉଥିଲା । ସାଧାରଣତଃ ଲାଵଣ୍ଯଵତୀ ଶବ୍ଦର ଅର୍ଥ “ଅତିସୁନ୍ଦରୀ ନାରୀ” ।
ଲାଵଣ୍ୟବତୀ କାଵ୍ଯର ନାୟିକା ବାଞ୍ଛାଵତୀ ମଧ୍ୟ ପରମା ସୁନ୍ଦରୀ ଥିଵା ଏହି କାଵ୍ଯର ଅନେକ ପଦରୁ ସ୍ପଷ୍ଟ ହୁଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଲାଵଣ୍ଯଵତୀ ଶବ୍ଦର ନିରୁକ୍ତୀ ଵ୍ଯାଖ୍ଯା ଦିଆଯାଇଛି
=> ଲାଵଣ୍ଯ +ଅଛି ଅର୍ଥେ ଵତ୍ +ଈ = ଲାଵଣ୍ଯଵତୀ
ଅର୍ଥାତ୍
ଅତି ସୁନ୍ଦରୀ
ଠିକ୍ ଏହାଙ୍କ ପରି 👉 🧖🏻♀
😀😀😀
ଭାଷାକୋଷରେ ଲାଵଣ୍ଯର ଦୁଇଗୋଟି ଅନ୍ଯତମ ଅର୍ଥ “ଅତି ସୁନ୍ଦର” ଓ “କାନ୍ତି” ରହିଛି । ଏହାର ମୂଳ ଲଵଣ ଯାହାକୁ ଆମେ ଲୁଣ ଅର୍ଥରେ ଵ୍ଯଵହାର କରନ୍ତି କିନ୍ତୁ ଏ ଶବ୍ଦର ଏକ ଅର୍ଥ ଲାଵଣ୍ଯଯୁକ୍ତ ଵା lovely, graceful ,charming ମଧ୍ୟ ଅଟଇ । ଲୁଣ ଦେଖିଵାକୁ ଶୁଭ୍ର ପୁଣି ଏହାକୁ ପୃଥିଵୀରେ ଵିଭିନ୍ନ ସ୍ଥାନରୁ ଵିଶେଷତଃ ସମୁଦ୍ର ଜଳରୁ ସଂଗ୍ରହ କରାଯାଉଥିଵାରୁ ଏହାର ଏକ ନାମ ଲଵଣ ହୋଇଛି । ଏ ସବୁ ଶବ୍ଦର ମୂଳ ଧାତୁ “ଲୁ/ଲୂ ଧାତୁ” ଅଟେ ଏଵଂ “ଲାଵି ଧାତୁ”ର ମୂଳ ମଧ୍ୟ ଲୂ ଧାତୁ ଅଟଇ ।
ଏହି ଲୁ ଵା ଲୂ ଧାତୁର ଵିଭିନ୍ନ ଅର୍ଥରେ ପ୍ରୟୋଗ ହୁଏ
ଯଥା
★to cut(କାଟିଵା)
★to sever (ଭାଙ୍ଗିଵା)
★to divide(ବାଣ୍ଟିଵା)
★to reap(ଏକତ୍ର କରିଵା)
★to gather(ସଂଗ୍ରହ କରିଵା,ଚୟନ କରିଵା,ପ୍ରାପ୍ତ କରିଵା)
★to destroy―(ଧ୍ଵଂସ କରିଵା)
ଇତ୍ୟାଦି
ଏହି ଲୁ/ଲୂ ଧାତୁରୁ ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି
ଯଥା—
୧) ଲଵାଣକ—ଲୁ/ଲୂ ଧାତୁରୁ ଛେଦନ କରିଵା କରଣ ଆଣକ ଯୁକ୍ତ ହୋଇ ଏ ଶବ୍ଦ ନିଷ୍ପନ୍ନ ହୋଇଛି । ଏ ଶବ୍ଦର ଅର୍ଥ
→ଖଡ୍ଗାଦି ଛେଦନାସ୍ତ୍ର
→ଦାତ୍ର ଵା ଦାଆ
→କଟୁରୀ
୨)ଲାଵିକ—ଲୁ/ଲୂ ଧାତୁରୁ ଛେଦନ କରିଵା ଅର୍ଥରେ
ଏ ଶବ୍ଦକୁ ନିଷ୍ପନ୍ନ କରାଯାଇଛି ଯାହ ମହିଷ ଵା ମଇଁଷି ଅର୍ଥରେ ଵ୍ଯଵହୃତ ହୋଇଥାଏ ।
୩)ଲାଵୁ—ଛେଦନ କରିବା/ବାଣ୍ଟିଵା +କର୍ମାର୍ଥେ ଉ
ଓଡ଼ିଆ ଭାଷାରେ ଆମେ ଯେଉଁ ଫଳକୁ କହୁ ଲାଉ ଵା ଅଲାବୁ ତାକୁ ସଂସ୍କୃତରେ କୁହନ୍ତି ଲାଵୁ, ହିନ୍ଦୀରେ ଲାଉକୁ କଦ୍ଦୁ ବି କୁହନ୍ତି । ଲାଉ କଟାଯାଏ ଏଵଂ ସମସ୍ତଙ୍କୁ ବଣ୍ଟାଯାଏ ତେଣୁ ହିନ୍ଦୀରେ କୁହନ୍ତି
“କଦ୍ଦୁ କଟେଗା ତୋ ସଵ୍ ମେଁ ବଣ୍ଟେଗା"
ତେଵେ ଲାଵୁ ଶବ୍ଦର ଅନ୍ଯ ଅର୍ଥ ତୁମ୍ବୀ; ସେଇ ପାତ୍ର ଯାହା ଲାଉର ଖୋଳପାରେ ତିଆରି ହୋଇଥାଏ ।
୪)ଲୂତା
ଏ ଶବ୍ଦର ମୁଖ୍ଯତଃ ତିନୋଟି ଅର୍ଥ ରହିଛି
କ)ବୁଢ଼ିଆଣି ଵା ମାକଡ଼ସା
ଖ) ପିମ୍ପୁଡ଼ି
ଗ)ଲୂତାରୋଗ(ବୁଢି଼ଆଣିଠାରୁ ନିର୍ଗତ ରସ ମନୁଷ୍ୟ ଅଙ୍ଗରେ ଲାଗିଲେ ଯେଉଁ ରୋଗ ହୁଏ)
ଲୂତା ଶବ୍ଦ ଓଡ଼ିଆ ସାହିତ୍ୟରେ ମଧ୍ୟ ଵ୍ଯଵହୃତ । ଦୀନକୃଷ୍ଣ ଦାସ ତାଙ୍କ ରସକଲ୍ଲୋଳରେ ଏ ଶବ୍ଦର ଵ୍ଯଵହାର
“କହି ବସିଲେ ହେବ ଏ ଳୂତା ସୂତା ପ୍ରାୟେ”
୫)ଲୋତ,ଲୋତ୍ର
ଏ ଶବ୍ଦ ବି ଲୁ ଧାତୁରୁ ଛେଦନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି ଏଵଂ ଏହା ନିମ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ ...
କ)ଲୋପ୍ତ ଚୋରା ମାଲ
ଖ)ଲୋତକ,ଅଶ୍ରୁ ଵା ଲୁହ
ଗ)ଚିହ୍ନ
ଘ)ରଣ
୬)ଲୋମ
ଆମର ବହୁପରିଚିତ ଲୋମ ଶବ୍ଦ ମଧ୍ୟ ଲୁ ଧାତୁରୁ ଛେଦନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି ଯାହାର ଅନ୍ୟତମ ତଦ୍ଭଵ ରୂପ ରୋମ ଓ ରୁମ ।
୭)ସୁଲୁ
ସୁ ଉପସର୍ଗରେ ଲୁ ଧାତୁକୁ ଛେଦନକରିଵା ଅର୍ଥରେ ନିଷ୍ପନ୍ନ କରାଯାଇ ସୁଲୁ ଶବ୍ଦକୁ ସୃଷ୍ଟି କରାଯାଇଛି ଏହାର “ଉତ୍କୃଷ୍ଟ ରୂପେ ଛେଦନକାରୀ” ଅଟେ ।
ପ୍ରୋକ୍ତ ସମସ୍ତ ଶବ୍ଦଗୁଡି଼କରେ ଲୁ ଧାତୁର ମିଶିଵା,ଏକତ୍ର ହେଵା ଓ ଛେଦନ କରିଵାର ଭାଵ ସନ୍ନିହିତ ରହିଛି । ତେଣୁ ଯଦି ମୂଳ ଧାତୁଠାରୁ ଲାଵଣ୍ଯଵତୀ ଯାଏଁ ଏ ଶବ୍ଦର ଵ୍ଯାଖ୍ଯା କରାଯାଏ ତେଵେ ତାହା ଏମନ୍ତ ହେଵ ...
ସୁନ୍ଦରୀମାନେ ଯେତେଵେଳେ କୌଣସି ଯୁଵକ ସହିତ ମନ ଓ କାୟାର ମିଳନ ଘଟାନ୍ତି ଉକ୍ତ ଯୁଵକର ଵାକି ସମସ୍ତ ଭାଇବନ୍ଧୁଙ୍କ ଠାରୁ ଦୂରତା ବଢି଼ଯାଏ । ଏମାନେ କ୍ଷୀରନୀର ଭଳି ସମ୍ପର୍କ ଥିଵା ଦୁଇ ଜଣବନ୍ଧୁଙ୍କ ବନ୍ଧୁତା ସହଜରେ ଭାଙ୍ଗିପାରନ୍ତି ପୁଣ ସୁନ୍ଦର ରୂପ କେତେ ଘର ଭାଙ୍ଗେ ତା ବି ସମସ୍ତେ ଜାଣିଥିଵେ । ସୁନ୍ଦରୀ କନ୍ଯା ସହ ମିଶିଵାକୁ ସବୁ ପୁରୁଷଙ୍କ ଇଛା ଆଉ କଳେ ବଳେ କୌଶଳେ କେମିତି ତାକୁ ପାଇଵେ ସେଇ ଯୋଜନା ସବୁଵେଳେ କରୁଥାନ୍ତି । ଦଶଜଣ କନ୍ଯା ଭିତରେ ସବୁଠାରୁ ସୁନ୍ଦର ଯିଏ ତାକୁ ହିଁ ପୁରୁଷମାନେ ଚୟନ କରନ୍ତି ଆଉ ଯଦି ସେ ଝିଅ ନମିଳେ ସେମାନେ ତାଙ୍କ ଜୀଵନ ନଷ୍ଟ ହେଇଗଲା ବୋଲି ଵିଚାର କରନ୍ତି ।
😀😀😀
Wednesday, January 1, 2020
ହେପି ନିଉ ଇଅର
ଵିଶ୍ଵ ନିଶା ନଵଵର୍ଷର ଅନେକାନେକ ଶୁଭକାମନା । ଏ ନଵଵର୍ଷ ମନୁଷ୍ୟକୁ ନିଶା ଦାନ ଦିଏ । ମଣିଷକୁ ନିଶାବଳରେ ଭଲପାଇଵା ଶିଖାଉଥିଵା ଏକମାତ୍ର ନଵଵର୍ଷ ହେଉଛି ଆଜିର ଏଇ ନଵଵର୍ଷ । ଆଜିର ନଵଵର୍ଷରେ ନିଶା ଖୁନ୍ଦିଖୁନ୍ଦି ଭରିରହିଛି । ହେଲେ କେମିତି ? ନିମ୍ନରେ କିଛି ମୁଖ୍ୟ ମୁଖ୍ୟ କାରଣ ପ୍ରଦାନ କରାଗଲା...
୧)ନିଶାକାଳରେ ପାଳିତ ହୁଏ
→ଏହା ଵିଶ୍ଵର ଏକମାତ୍ର ନଵଵର୍ଷ ଯାହା ରାତିଅଧିଆ ନିଶାକାଳରେ ଅର୍ଦ୍ଧରାତ୍ରରେ ପାଳିତ ହୁଏ । ସଂସାରଯାକର ଲୋକଙ୍କ ନଵଵର୍ଷ ସକାଳ ହେଲେ ଆରମ୍ଭ ହୁଏ କିନ୍ତୁ ଗ୍ରେଗେରୀୟ ନଵଵର୍ଷ କେଵଳ ନିଶାକାଳରେ ପ୍ରାରମ୍ଭ ହୋଇଥାଏ । ସମ୍ଭଵତଃ ଏ ନଵଵର୍ଷଟି ନିଶାକାଳରେ ଗୁମ୍ପା ମଧ୍ୟରେ ରହି ପ୍ରାଚୀନ ୟୁରୋପୀୟ ଜନସମାଜ ପାଳୁଥିଵେ । ଆହା ! ସେ ଵିଚରାମାନଙ୍କୁ ଗୁମ୍ଫା ଭିତରେ ମଦ ଓ ମାଂସ ଛଡା଼ ଆଉ କଣ୍ ଵା ମିଳିଥିଵ ?
୨)ନିଶାଜଳ ଵା ମଦ୍ଯ,ଜୀଵନ୍ତ ଓ ମୃତ ମାଂସର ଆସରରେ ପାଳିତ ହୁଏ
→ଯେତେଵେଳେ ରାତିଅଧିଆ ଗ୍ରେଗେରୀୟ ନଵଵର୍ଷ ଆସେ ସାରା ଵିଶ୍ଵ ଉତ୍ସଵମୁଖର ହୋଇଯାଏ । ମଦ- ମାଂସର ମନମୋହକ ସୁଵାସରେ ଗଗନପଵନ ମହକିଯାଏ । ମଦ ମାଂସ ଵିନା ଏହି ନଵଵର୍ଷର କଳ୍ପନା ସୁଦ୍ଧା କଷ୍ଟସାଧ୍ୟ ।
୩)ଉତ୍ସଵପାଳନର ନିଶାର ନିଶାରେ ପ୍ରଗଳ୍ଭ କରାଏ
→ଗ୍ରେଗେରୀୟ ନଵଵର୍ଷର ରୀତିନୀତି ଵାକି ଅନେକ ନଵଵର୍ଷ ତୁଳନାରେ ବହୁତ ସହଜ । ଏ ନୂଆଵର୍ଷଟା ଛୋଟରୁ ବଡ଼,ପଣ୍ଡିତରୁ ମୂର୍ଖ,ଭଲଲୋକଙ୍କ ଠାରୁ ପ୍ରଗଳ୍ଭଜନଙ୍କ ଯାଏଁ ସମସ୍ତେ ସହଜରେ ପାଳିପାରନ୍ତି । ଏଭଳି ଏକ ସହଜିଆ ପର୍ଵ ତେଣୁ ଚୀନ, ଭାରତ ଭଳି ପ୍ରାଚୀନ ସଭ୍ଯତାର ଵର୍ତ୍ତମାନ ଦାୟାଦମାନଙ୍କୁ ପାଗଲା କରିପକେଇଛି । ଗ୍ରେଗେରୀୟ ନଵଵର୍ଷରେ ସେଇ ନିଶା,ମାଦକତା ନଥିଲେ ତାହା ଏତେଟା ଜନାଦୃତ କେଭେଁ ହୋଇପାରନଥାନ୍ତା । ଜଗତଟା ଯାକର ଲୋକେ ଏହି ନୂଆଵର୍ଷର ନିଶାରେ ଏତେ ମଦମତ୍ତ ଯେ ନିଜ ନିଜର ନଵଵର୍ଷ ଛାଡ଼ି ଏହାର ପ୍ରେମରେ ପଡି଼ଯାଇଛନ୍ତି । ଆଜିର ଭାରତଵର୍ଷରେ ଦଶ ଦଶୁଟା ନଵଵର୍ଷ ଥାଉ ଥାଉ ଲୋକେ ଯେଉଁ ରାତିଅଧିଆ ଡିଜେ ବଜେଇ ବାଣ ଫୁଟେଇ ନାଚୁଛନ୍ତି ତାହା ଏହି ନଵଵର୍ଷର ମହାନତା ପ୍ରକଟ କରିଥାଏ ।
୪)ଗ୍ରେଗେରୀୟ ନଵଵର୍ଷ ଅନୁକରଣ କରିଵାର ନିଶାରେ ପକାଇଦିଏ ।
→ନବେ ଦଶକର ଛୁଆମାନେ ଏହି ନିଶାରେ ମାତ୍ରାଧିକ ପ୍ରଭାଵିତ ଥିଲେ । ଵର୍ଷଯାକ କେଵଳ ପାଠପୁଢୁଥିଵା ପିଲାଏ ଏହିଦିନ ଗ୍ରିଟିଙ୍ଘସ୍ କାର୍ଡ ପଛରେ ନିଜର କଵିପଣ ପ୍ରକଟିତ କରୁଥିଲେ । ଜଣକମନରୁ ପଦେ ଦିପଦ ବାହାରିଗଲା
“ଚାରି ନଣନ୍ଦରେ ଜଣେ ଦିଅର
ସାଙ୍ଗକୁ ମୋର ହାପି ନିଉ ଇଅର”
😂😂😂
ହେଇ ଚାହୁଁ ଚାହୁଁ ସେଇ ପଦିଏ କଥାକୁ ଆଉ ଚାରି ପାଞ୍ଚ ଜଣ ଦେଖାଦେଖି ହେଇ ଗ୍ରିଟିଙ୍ଘସ୍ କାର୍ଡ ପଛରେ ଲେଖିଦେଇଥିଵେ । ବୋଧହୁଏ ଗ୍ରିଟିଙ୍ଘସ୍ କାର୍ଡ ହିଁ ୮୦-୯୦ ଦଶକର ପିଲାଙ୍କୁ ନକଲ କରିଵାର ନିଶାର ନିଶାରେ କିମିଆଁ କରିଦେଇଥିଲା । ସେଇଥିପାଇଁ ତ ଆମ ଶିକ୍ଷା ଵ୍ଯଵସ୍ଥାରେ #copy ରୂପକ ସୌନ୍ଦର୍ଯ୍ୟ ଵୃଦ୍ଧି ହୋଇଥିଲା ।
୫)ଗ୍ରେଗେରୀୟ ନଵଵର୍ଷ ନିଶାର ପାର୍ଶ୍ବପ୍ରତିକ୍ରିୟା ବି ଭିନ୍ନ ଭିନ୍ନ ନଵଵର୍ଷ ପାଳନ କରିଵାକୁ ପ୍ରେରିତ କରେ...
→ହଁ ଆଜ୍ଞା ! ଗ୍ରେଗେରୀୟ ନଵଵର୍ଷର ନିଶାର ପାର୍ଶ୍ବପ୍ରତିକ୍ରିୟା ବି ରହିଛି । ଭାରତରେ କିଛି ଲୋକଙ୍କ ମଧ୍ୟରେ ଏହି ପାର୍ଶ୍ଵପ୍ରତିକ୍ରିୟା ବହୁତ ଉଗ୍ର ହୋଇଥାଏ । ଫଳତଃ ଯେଉଁ ଭାରତୀୟମାନେ ଵର୍ଷଯାକ ଦିନାଙ୍କକୁ ତାରିଖ ଓ ପଞ୍ଜିକାକୁ କ୍ଯାଲେଣ୍ଡର କୁହନ୍ତି ସେଇମାନେ ହିଁ ଏହି ଦିନ ତଥାକଥିତ ହିନ୍ଦୁ ନଵଵର୍ଷର ଜ୍ଞାନ ବଣ୍ଟନ କରୁଥିଵାର ଦୃଷ୍ଟିଗୋଚର ହୋଇଥାନ୍ତି ।
ଚୈତ୍ର ଶୁକ୍ଳ ପ୍ରତିପଦାଟା ମାସର ମଧ୍ୟଭାଗ ହୋଇ ବି ସେମାନେ ଏହି ଦିନକୁ ହିନ୍ଦୁ ନଵଵର୍ଷ ଭାଵେ ଘୋଷଣା କରନ୍ତି । ପଞ୍ଜାବୀ, ଓଡ଼ିଆ, ବଙ୍ଗାଳି, ମୈଥିଳୀ,ମଲୟାଲମୀ,କନ୍ନଡ,ତୁଲୁ,ତାମିଲ୍ ଓ ଅହମିୟା ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତି ଏଵଂ ଶ୍ରୀଲଙ୍କା, କାମ୍ବୋଡିଆ, ଥାଇଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ,ବ୍ରହ୍ମଦେଶ ଓ ଫିଲିପିନ୍ସ ଇତ୍ୟାଦି ଏସିଆର ଅଧିକାଂଶ ସନାତନୀ ସଂସ୍କୃତି ପ୍ରଭାଵିତ ଅଞ୍ଚଳରେ ମହାଵିଷୁଵ ପଣାସଂକ୍ରାନ୍ତିକୁ ସାଂସ୍କୃତିକ ନଵଵର୍ଷ ଭାଵେ ପାଳନ କରାଯାଏ । ତେଵେ ଗ୍ରେଗେରୀୟ ନଵଵର୍ଷର ପାର୍ଶ୍ଵପ୍ରତିକ୍ରିୟା ଏତେ ଉତ୍କଟ ଯେ ସେମାନଙ୍କୁ ତାହା ଦିଶେନାହିଁ ।
ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ହଁ ଏଇ ଗ୍ରେଗେରୀୟ ନଵଵର୍ଷରେ ପ୍ରକୃତରେ ବହୁପରିଣାମରେ ନିଶା ଭରିରହିଛି । ତାହେଲେ ଚାଲନ୍ତୁ ଆମେ ବି ଏହି ଉତ୍ସଵ ରୂପ ମଦ୍ଯର ମଦରେ ଝୁମିଵା ନାଚିଵା ଆଉ କହିଵା
“ହ୍ଵାଇ ଟେନ୍ସ ଡିଅର
ପିଅ ଟିକେ ବିଅର
ହେପି ନିଉ ଇଅର”
🤣🤣🤣😝😛😜
Friday, November 22, 2019
କହିଦେବି ରାମା କହିଦେବି
ଗୁଟେ ଗାଆଁରେ ବଡ଼ ଛାମୁଣ୍ଡିଆ କରି ଅଷ୍ଟପ୍ରହରି କୀର୍ତ୍ତନ ଚାଲିଥାଏ । ଅନ୍ୟ ଗାଆଁରୁ ଜଣେ ପାଲା ଗାଆଣ ଆସିଥାନ୍ତି ସେ ଗୁଟେ ଡୁହା ଟେ ପକେଇଲେ
“କହି ଦେବି ରାମା କହିଦେବିରେ”
ରାମ ନାମକ ଜଣେ ଲୋକ ଶହେ ଟଙ୍କା
ଧରେଇ ଦେଲା,
ଗାଆଣ ଉତ୍ସାହିତ ହେଇ ଫିଣି ଥରେ ହେମ୍ତି ଗାଇଲା...
ତହୁଁ ସେ ଲୋକଟା ନିଜେ ପିନ୍ଧି ଥିବା ସୁନାମାଳଟା କାଢି଼ ଗାଆଣକୁ ଧରେଇ ଦେଲା,
ଗାଆଣର ଉତ୍ସାହ ବହେ ବଢି ଗଲା, ଫିଣି ନୂଆ ପ୍ରକାରେ ଗାଇ ବସିଲା,
ହେଲେ ଏଥର କିନ୍ତୁ ସେ ରାମନାମକ ଲୋକଟା ଭୀଷଣ ଚିଡି଼ଗଲା ଆଉ ଗାଆଣକୁ କହିଲା
ହଇରେ,ପଇସା ଦେଲି ସୁନାର ମାଳ ଦେଲି ତଥାପି ମାନୁନୁ
କହିଦେଵି କହିଦେଵି ବୋଲୁଛୁ କାଣ୍ ଟା କହିବୁ
ଗୁହ ପଡି଼ଆର ବରକୋଳି ଗଛ ମୂଳୁଁ ଗୁଟେ ବରକୋଳି ପଡିଥିଲା ଯେ ତାକୁ ଧୋଇକରି ଖାଇ ଦେଇଥେଲି ଯା କଦିଦେ ନା ଆଉ ତତେ ଫଟା ପାହୁଲାଟାଏ ବି ଦେବିନିରେ ପୁଅ ।
Tuesday, July 2, 2019
—ସହାନୁଭୂତି—
ଶଙ୍କରାର ବାପ ସାଙ୍ଗେ ମକରାର ପୁରୁଣା ଶତ୍ରୁତା ଥିଲା । ଦିହେଁ ହିହିଁଙ୍କୁ ସହିପାନ୍ତିନି 👻। ଏଇମିତିରେ ଦିନେ ଶଙ୍କରାଟା ନଟାକୁ ଯାଇଥାଏ ଯେ 🐍 ସାପ କାମୁଡା଼ରେ ଠସ୍ ହେଇଗଲା😲☹️😰 ।
ତାପର ଦିନ ଶଙ୍କରାର ପୁଅ ମାଧିଆ ଦାଣ୍ଡପିଣ୍ଡାଟାରେ ବସିଥାଏ । ମକରା ଆସି ତାକୁ ମିଛ ସହାନୁଭୂତି ଦେଖେଇ କହିଲା “ମାଧିଆରେ ତୋ ଦୁଃଖ ଦେଖି ମୋ ଅନ୍ତରାତ୍ମା କାନ୍ଦୁଚି ରେ ” 😭😭😭
ମାଧିଆ— ହଁ ହଁ ! ମୋ ବା’ ପରା ବଞ୍ଚିଥିଲା ଵେଳେ କହିଥେଲା “ଦେଖିଵୁ ମାଧିଆ ! ମୁଁ ମଲେ ନା, ମଣିଷ କଅଣ କୁକୁର🐕 ବିଲୁଆ 🐺 ଉଗେର ବି କାନ୍ଦିଵେ ରେ ପୁଅ”
😂😂😂
Wednesday, June 19, 2019
ମୁଁ ବାଘ ନୁହେଁ ଗୋଟାଏ ଗଧ
ଗୋଟାଏ ଗଧ ପଡି଼ଉଠି ନଟା ଆଡ଼େ ଦୌଡୁ଼ଥାଏ ।
ବାଟରେ ତାକୁ ଗୁଣ୍ଡୁଚି ମୂଶାଟେ ଦେଖି
ପଚାରିଲା —
“କିସ ହେଲା ହୋ ଗଧବାବୁ ଏ ଖରାଵେଳଟାରେ ଧଇଁସଇଁ ହେଇ
କୁଆଡେ଼ ଧାଇଁଯାଉଚ ?”
ଗଧ—
“ତମେ ଜାଣିନ କି ସେଠି ବାଘଟେ କୌଣସି ଲୋକର ହତ୍ୟା କରିଦେଇଛି !! ତାକୁ ଧରିଵାପାଇଁ ଜଙ୍ଗଲକୁ ପୋଲିସ ଆଇଚି ଯେ ।"
ଗୁଣ୍ଡୁଚିମୂଷା– “ହେଲେ ତେମେ କାହିଁକି ଦୌଡୁ଼ଛ ? ତେମେ ତ ଗଧଟାଏ ପରି ଦିଶୁଚ ବାଘ ତ ନୁହେଁ ନା ?”
ଗଧ – “ଲାଗୁଛି,ତୁଟା ଏଠି ନୂଆ,ଇଏ ଭାରତରେ ପୁଅ ବୁଝିଲୁ...
ପୋଲିସ୍ ଥରେ ଦୋଷୀ ସନ୍ଦେହରେ ଧରିନେଲେ ନା ୧୦-୨୦ ଵର୍ଷ ତ ଅଦାଲତରେ ଏଇଆ ପ୍ରମାଣ କରିଵାରେ ଲାଗିଯିଵ ଯେ ମୁଁ
“ବାଘ ନୁହେଁ ଗୋଟାଏ ଗଧ”
Saturday, June 15, 2019
ଶିକାରୀ
ଅଶି ଵର୍ଷର ଜଣେ ଧନୀକ ବୃଦ୍ଧ ଏକ ଯୁଵତୀ ସହିତ ଵିଵାହ କରିନେଲା ।
କିଛି ଦିନ ପରେ ସେ ତା ଡାକ୍ତର ସାଙ୍ଗ ପାଖକୁ ଯାଇ କହିଲା
ଜାଣିଛୁ, ମୁଁ ବାପା ହେବାକୁ ଯାଉଛି !
ବୃଦ୍ଧକୁ ତା ଡାକ୍ତର ସାଙ୍ଗ କହିଲା
“ମୁ ଗୋଟେ କାହାଣୀ କହୁଛି ଶୁଣ୍ !
ଜଣେ ଭୋଳା ଶିକାରୀ ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଗଲା ।
ସେଠି ହଟାତ୍ ତାହାର ସାମ୍ନା ବାଘ ସହିତ ହୋଇଗଲା । ସେ ନିଜର ବନ୍ଧୁକ ବାହାର କରିଵାକୁ ଯାଇ ଜାଣିଲା ସେ ବନ୍ଧୁକ ପରିଵର୍ତ୍ତେ
ଚିପାଛତା(ଫୋଲ୍ଡିଙ୍ଗ୍)ଟେ ନେଇ ଆଇଛି ।
ଆଗରେ ମହାବଳ ! ତା ପାଖରେ ଅନ୍ଯ ଉପାୟ ନଥିଲା ତେଣୁ ବାଘ ଆଡ଼କୁ ଛତା ଦେଖେଇ ବୋତାମ ଚିପି ଦେଲା ।
ହଟାତ୍ ‘ଠୋ’ କରି ଶବ୍ଦଟେ ହେଲା ଏଵଂ ବାଘଟା ସେଇଠି ଟଳି ପଡ଼ିଲା ।
“ଅସମ୍ଭଵ କଥା”
ବୃଦ୍ଧ ଵ୍ଯକ୍ତିଟି ଉତ୍ତେଜିତ ହୋଇ କହିଲା—
ନିଶ୍ଚେଁ ଅନ୍ଯ କେହି ଗୋଳି ଚଳେଇଥିଵ ନା ଆଉ !!!
ବୃଦ୍ଧର ଡାକ୍ତର ସାଙ୍ଗ କହିଲା
ହଁ ଠିକ୍ ଧରିଛ !!!