Tuesday, July 2, 2019

—ସହାନୁଭୂତି—

ଶଙ୍କରାର ବାପ ସାଙ୍ଗେ ମକରାର ପୁରୁଣା ଶତ୍ରୁତା ଥିଲା ।  ଦିହେଁ ହିହିଁଙ୍କୁ ସହିପାନ୍ତିନି 👻। ଏଇମିତିରେ ଦିନେ ଶଙ୍କରାଟା  ନଟାକୁ ଯାଇଥାଏ ଯେ 🐍 ସାପ କାମୁଡା଼ରେ ଠସ୍ ହେଇଗଲା😲☹️😰 ।

ତାପର ଦିନ ଶଙ୍କରାର ପୁଅ ମାଧିଆ ଦାଣ୍ଡପିଣ୍ଡାଟାରେ ବସିଥାଏ । ମକରା ଆସି ତାକୁ ମିଛ ସହାନୁଭୂତି ଦେଖେଇ କହିଲା “ମାଧିଆରେ ତୋ ଦୁଃଖ ଦେଖି ମୋ ଅନ୍ତରାତ୍ମା କାନ୍ଦୁଚି ରେ ” 😭😭😭

ମାଧିଆ— ହଁ ହଁ ! ମୋ ବା’ ପରା ବଞ୍ଚିଥିଲା ଵେଳେ କହିଥେଲା “ଦେଖିଵୁ ମାଧିଆ ! ମୁଁ ମଲେ ନା, ମଣିଷ କଅଣ କୁକୁର🐕 ବିଲୁଆ 🐺 ଉଗେର ବି କାନ୍ଦିଵେ ରେ ପୁଅ”
😂😂😂

No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...