Monday, July 8, 2019

ଦର୍ପ ଵିସର୍ଜନ

ରାଜ୍ଯାଭିଷେକ ପରେ  ବାଇବ୍ଲେସ୍ ନଗରର ରାଜା ନିଜ ସୁନାର ଉଆସକୁ ଚାଲିଗଲେ ଯାହାକୁ ତିନିଜଣ ଏକାନ୍ତଵାସୀ ଜାଦୁଗର ତାଙ୍କ ପାଇଁ ଗଢ଼ିଥିଲେ ।

ରାଜା ନିଜର ମୁକୁଟ ଓ ପାଟଵସନ ଓହ୍ଲାଇ ପକାଇ ନିଜ ଵିଷୟରେ ଭାଵିଵାକୁ ଲାଗିଲେ ।

“ଏବେ ମୁଁ ବାଇବ୍ଲେସ୍ ର ଶକ୍ତିଶାଳୀ ଶାସକ ହୋଇ ଯାଇଛି।”

ହଠାତ୍ ସେ ଦେଖିଲେ ରାଜମାତାଙ୍କ ଦ୍ଵାରା ପ୍ରଦତ୍ତ ଆରସୀରୁ ଏକ ଉଲଗ୍ନ ଵ୍ଯକ୍ତି ବାହାରକୁ ଵାହରୁଛି ।

ରାଜା ସେ ଲୋକକୁ ଚଢା଼ଗଳାରେ କହିଲେ  ‘‘ତୁମେ କଣ ଚାହୁଁଛ ?’’

ଉଲଗ୍ନ ଵ୍ଯକ୍ତିଟି ଉତ୍ତର ଦେଲା,
‘‘କୁଛ ବି ନୁହଁ ! ତେବେ ସେ ଲୋକେ  ତୁମକୁ ମୁକୁଟ କାହିଁକି ପିନ୍ଧେଇ ଦେଲେ ଯେ ?”

ରାଜା କହିଲେ, ‘
“ମୁଁ ଏ ଦେଶର ସବୁଠାରୁ ମହାନ ଵ୍ଯକ୍ତି ସେଇଥିପାଇଁ ।’’

ଉଲଗ୍ନ ଵ୍ଯକ୍ତି—‘‘ହେଲେ ତୁମେ ଏହାଠାରୁ ବି ମହାନ ହୋଇଥିଲେ ହେଁ  ରାଜା ହେଵା ଯୋଗ୍ୟ ତ ନଥିଲ।’’

ରାଜା—, ‘‘ମୁଁ ଦେଶର ସବୁଠାରୁ ବୁଦ୍ଧିମାନ ଵ୍ଯକ୍ତି ତ ସେଇଥିପାଇଁ  ସେମାନେ  ମୋତେ ମୁକୁଟ ପିନ୍ଧେଇ ଦେଇଛନ୍ତି ।”

ଉଲଗ୍ନ ଵ୍ଯକ୍ତି— “ ତୁମେ ଯେତେ ଅଧିକ ବୁଦ୍ଧିମାନ ହୋଇଥିଲେ ବି ରାଜା ତୟନ
କରାଯିଵାର ଯୋଗ୍ଯ ତ ନଥିଲ।’’

ରାଜା ଆଉ ସହିପାରିଲେନି
ସେ ଚଟାଣ ଉପରେ ମୁଣ୍ଡ ନଇଁକରି ବସିପଡି଼ଲେ ଆଉ ଠିକ୍ ଛୋଟ ପିଲାଟିଏ ପରି କାନ୍ଦିଵାକୁ ଲାଗିଲେ ।
ଉଲଗ୍ନ ଵ୍ଯକ୍ତିଟି ନତମସ୍ତକ ପ୍ରାୟ ବସିରହିଥିଵା ସେହି ଲୋକଟି ଆଡ଼େ କେତେକ କ୍ଷଣ ଚାହିଁଲା । ତହିଁପରେ ତା ମୁଣ୍ଡରୁ ଖସିପଡି଼ଥିଵା ମୁକଟଟି ତାକୁ ପିନ୍ଧେଇ ଦେଇ ସ୍ନେହବୋଳା ଦୃଷ୍ଟିରେ  ଅନେଇ ଅନେଇ  ସେହି ଦର୍ପଣ ମଧ୍ୟରେ ପଶିଗଲା ।

ରାଜା ହଟାତ୍ ଚମକି ପଡି଼ଲେ। ସେ ଦର୍ପଣ ପାଖକୁ ଦୌଡି଼ଗଲେ ଆଉ ତା ଭିତରକୁ ଦେଖିଵାକୁ ଲାଗିଲେ । ସେଥିରେ ସେ ଏଵେ ସ୍ଵୟଂକୁ ମୁକୁଟ ପିନ୍ଧି ଛିଡା଼ ହୋଇଥିଵାର ଦେଖିଵାକୁ ପାଇଲେ ।

(ଲେଵାନନର ପ୍ରଶିଦ୍ଧ ଲେଖକ ଖଲୀଲ୍ ଜୀବ୍ରାନଙ୍କର ଏକ କ୍ଷୁଦ୍ରଗଳ୍ପର ଭାଵାନୁଵାଦ)

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...