Saturday, July 20, 2019

*ପ୍ରଶ୍ନ*

ଜାଣିନଥିଲେ ପ୍ରଶ୍ନ
କାହୁଁ ପାଇଵ ଉତ୍ତର ?
ପ୍ରଶ୍ନ ହିଁ ତ ଜନକ
ଯେ ଜନ୍ମ ଦିଏ ଉତ୍ତର !

ପ୍ରଶ୍ନ ସତ୍ଯ ଆଦି ଅନନ୍ତ
ଉତ୍ତର ତା ବହୁତ
ପ୍ରଶ୍ନ ସଦା ଗୋଟିଏ ହିଁ
ଉତ୍ତର ତ ବହୁତ ।।

ପ୍ରଶ୍ନ ଯଦି ବୃକ୍ଷ ମୂଳ
ଉତ୍ତର ଶାଖାପ୍ରଶାଖା
ପ୍ରଶ୍ନ ବିନା ଉତ୍ତରର
ଆଉ କେ ଵା ପୁରୁଖା ।

ପ୍ରଶ୍ନ ହିଁ ତ ଵିକାଶର
ମୂଳମନ୍ତ୍ର ଅଟଇ
ପ୍ରଶ୍ନ ଯୋଗୁଁ ଜଗତରେ
ଉଦ୍ଭାବନ ହୁଅଇ ।।

ପ୍ରଶ୍ନ ଯଦି ନ ଆସନ୍ତା
ଵୈଜ୍ଞାନିକ ମନକୁ
ଉତ୍ତର କି ଉଣ୍ଡିଥାନ୍ତା
ସେ ତା'ର ମନକୁ ?

ପ୍ରଶ୍ନ ଵିନା ଆଵିଷ୍କାର
ନହୁଅଇ ସମ୍ଭଵ
ପ୍ରଶ୍ନ ହିଁ ତ ପୁଚ୍ଛା କରି
ଶ୍ରେଷ୍ଠ ହେଲା ମାନଵ ।।

ପ୍ରଶ୍ନ ହେଉ ଭଗଵାନ
ପ୍ରତି ଵିଜ୍ଞ ଜନର
ପ୍ରଶ୍ନ ଵିନା ଗତି କାହିଁ
ସେହି ଏକା ଈଶ୍ଵର ।।

No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...