Monday, July 22, 2019

ଭଗଵାନ କେଉଁଠି ଥାଆନ୍ତି ?

ନା ହଂ ତିଷ୍ଠାମି ଵୈକୁଣ୍ଠେ ଯୋଗିନାଂ ହୃଦୟେ ନ ଚ !
ମଦଭକ୍ତ୍ଯା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ !!

“ନା ମୁଁ  ରୁହଇ ଵୈକୁଣ୍ଠେ
ନା ରୁହେ ଯୋଗୀର  ହୃଦୟେ ।
ଯହିଁ ମୋ ଭକ୍ତ ଥାଏ ହେ ନାରଦ
ସେଇଠି ହିଁ ମୁଁ ମିଳିଯାଏ ।।”

ଶ୍ରୀଭଗଵାନ ପଦ୍ମପୁରାଣର ଏକ ପ୍ରସଙ୍ଗରେ ଏହିକଥା ନାରଦଙ୍କୁ କହିଛନ୍ତି । ହେ ନାରଦ ତୁମ୍ଭେ ମୋତେ କେଉଁଠି ଉଣ୍ଡିଲେ ପାଇଵ ? ଵୈକୁଣ୍ଠ କି ଯୋଗୀର ହୃଦୟ ହୁଏତ ଶ୍ରୀଭଗଵାନ ମିଳିନପାରନ୍ତି ଵରଂ ମୋତେ ତୁମେ ମୋ ଭକ୍ତ ନିକଟରେ ହିଁ ପାଇପାରିବ । ପ୍ରହ୍ଲାଦ ଭଳି ଶ୍ରେଷ୍ଠ ଭକ୍ତ ନିକଟରେ ଶ୍ରୀଭଗଵାନ ଥାଆନ୍ତି । ଧୃଵଙ୍କ ପରି ପରମ ଭକ୍ତ ନିକଟରେ ସେ ରହିଥାନ୍ତି ‌ ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...