ଜୟନ୍ତୀ ଶବ୍ଦର ଅନେକ ଅର୍ଥ ରହିଛି । ଆଜି ଏକ ନାମଵାଚକ ଶବ୍ଦ ଭାଵେ ଏହା ଓଡ଼ିଶାରେ ଲୋକପ୍ରିୟ ଅଟେ । ତେଵେ ପୁରାଣରେ ଇନ୍ଦ୍ରଙ୍କ କନ୍ଯା,ପାର୍ଵତୀ ଓ ଦୁର୍ଗାଙ୍କୁ ଜୟନ୍ତୀ କୁହାଯାଇଛି । ପୁରାଣୋକ୍ତ ଆଠଜଣ ଦେଵୀଙ୍କ ମଧ୍ୟରେ ଜୟନ୍ତୀ ଅନ୍ୟତମ । ସେହି ଆଠଜଣ ଦେଵୀ ହେଲେ—
୧-ମଙ୍ଗଳା
୨-ବିଜୟା
୩-ଭଦ୍ରା
୪-ଜୟନ୍ତୀ
୫-ଅପରାଜିତା
୬-ନନ୍ଦିନୀ
୭-ନାରସିଂହୀ
୮-କୌମାରୀ
ଯେଉଁ ସ୍ତ୍ରୀ ସର୍ଵଦା ଵିଜୟ ଲାଭ କରେ ତାକୁ ମଧ୍ୟ ଜୟନ୍ତୀ କୁହାଯାଏ ।
କେତେକ ଜାତୀୟ ପାଦପଙ୍କୁ ମଧ୍ୟ ଜୟନ୍ତୀ କୁହାଯାଏ ।
✓ହଳଦୀ ପାଦପର ଏକ ଶାସ୍ତ୍ରୀୟ ନାମ ମଧ୍ୟ ଜୟନ୍ତୀ ଅଟେ ।
✓ଅଗଵଥୁ ଗଛର ଶାସ୍ତ୍ରୀୟ ନାମ ଜୟନ୍ତୀ ଅଟେ ।
✓ଅପରାଜିତା ଲତାର ଅନ୍ଯନାମ ମଧ୍ୟ ଜୟନ୍ତୀ ଅଟଇ ।
✓Abutilon ପ୍ରଜାତିର ଏକ ଜାତୀୟ ପାଦପକୁ ମଧ୍ୟ ଜୟନ୍ତୀ କୁହାଯାଏ ।
✓ଆଗେ ଵିଜୟାଦଶମୀ ଦିନ ପୁରୋହିତମାନେ ଯଜମାନଙ୍କ ମଙ୍ଗଳାକାମନା ହେତୁ ଯଵର ଛୋଟ ଚାରା ଦେଉଥିଲେ ତାହାକୁ ମଧ୍ଯ ଜୟନ୍ତୀ କୁହାଯାଇଥିଲା ।
ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ
ଶ୍ରାବଣ କୃଷ୍ଣ ଅଷ୍ଟମୀ ଅର୍ଦ୍ଧରାତ୍ରର କଳାମାତ୍ର ଅଧଃ ବା ଉର୍ଦ୍ଧ୍ଵରେ ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ଯେଉଁ ଶୁଭଯୋଗ ହୁଏ ତାକୁ ମଧ୍ୟ
ଜୟନ୍ତୀ କୁହାଯାଇଥାଏ । ଵିଷ୍ଣୁପୁରାଣରେ ଏହିଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କୁହାଯାଇଛି କିନ୍ତୁ ଭାରତରେ ଅଧିକାଂଶତଃ ଭାଦ୍ର କୃଷ୍ଣ ଅଷ୍ଟମୀକୁ ହିଁ ଜନ୍ମାଷ୍ଟମୀ ଭାଵେ ପାଳନ କରାଯାଇଥାଏ ।
ପତାକା ଵା Flag ଶବ୍ଦର ଏକ ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି ଜୟନ୍ତୀ ।
ସନାତନୀମାନେ ଵର୍ଷକ ମଧ୍ଯରେ ଯେଉଁ ୬ଗୋଟି ପ୍ରଧାନ ଵ୍ରତ ପାଳନ କରିଥାନ୍ତି ସେଗୁଡି଼କୁ ମଧ୍ଯ ଜୟନ୍ତୀ କୁହାଯାଏ ।
ସେହି ଛଅଟି ମୁଖ୍ଯ ଉପଵାସ ଵ୍ରତ ହେଲା
✓ଶିଵରାତ୍ରି
✓ଜନ୍ମାଷ୍ଟମୀ
✓ନୃସିଂହଜନ୍ମ
✓ଵାମନଜନ୍ମ
✓ରାମନଵମୀ
✓ମହାଷ୍ଟମୀ
ଏହି ପର୍ଵ ସମୂହକୁ ଷଡ଼ଜୟନ୍ତୀ ମଧ୍ଯ ବୋଲାଯାଏ ।
ସେହିପରି ଆଧୁନିକ ମୁଖଲିଙ୍ଗମ୍ ର ପ୍ରାଚୀନ ନାମ ଥିଲା ଜୟନ୍ତୀ କ୍ଷେତ୍ର ।
ଆଗେ କେଵଳ ଈଶ୍ଵରଙ୍କ ସ୍ଵନକ୍ଷତ୍ର ଦିଵସକୁ ଜୟନ୍ତୀ କୁହାଯାଉଥିଲା ଏଵଂ ଷଡ଼ଜୟନ୍ତୀର କଳ୍ପନା କରାଯାଇଥିଲା । ଆଜି ଆଧୁନିକ ଯୁଗରେ ବଡ଼ ଲୋକଙ୍କ ଜନ୍ମତିଥିକୁ ମଧ୍ୟ ଜୟନ୍ତୀ ନାମ ଦେଇ ପାଳନ କରିଵାର ପରମ୍ପରା ଆରମ୍ଭ ହୋଇଛି !!!
ତେଵେ ସେହିଭଳି ଜୟନ୍ତ ଶବ୍ଦର ମଧ୍ଯ ନିମ୍ନ ଅର୍ଥ ରହିଛି
୦)ଵିଜୟୀ
୧)ଇନ୍ଦ୍ରପୁତ୍ର; ଉପେନ୍ଦ୍ର
୨)ଵିରାଟଭଵନରେ ଭୀମଙ୍କର ଛଦ୍ମ ନାମ
୩)ଦଶରଥଙ୍କ ମନ୍ତ୍ରୀ
୪)ଚନ୍ଦ୍ର
୫)ସଙ୍ଗୀତରେ ଧ୍ରୁଵକ ଜାତୀୟ ଏକ ରାଗିଣୀଵିଶେଷ
୬)ଶିଵ
୭)ବହୁରୂପୀ
୮)ଏକ ରୁଦ୍ରଙ୍କ ନାମ
୯) କାର୍ତ୍ତିକେୟ
୧୦)ଧର୍ମଙ୍କର ଏକ ପୁତ୍ରର ନାମ
୧୧)ଅର୍କୁରଙ୍କ ପିତାଙ୍କ ନାମ
୧୨)ଏକ ପର୍ଵତର ନାମ;ଜୟନ୍ତିକା ପର୍ଵତ
୧୩)ଜୈନଙ୍କର ଅନୁଚର ଦେଵଙ୍କ ଏକ ଭେଦ
୧୪) ଜ୍ୟୋତିଷ ଶାସ୍ତ୍ରରେ ଵର୍ଣ୍ଣିତ ଏକ ଯାତ୍ରା ଯୋଗ । ଏହି ଯୋଗ ସେତେଵେଳେ ପଡେ଼ ଯେତେଵେଳେ ଚନ୍ଦ୍ରମା ଉଚ୍ଚ ହୋଇ ଯାତ୍ରୀର ରାଶୀଚକ୍ରେ ୧୧ତମ ସ୍ଥାନରେ ପହଞ୍ଚିଯାଇଥାଏ । ଆଗେ ଯୁଦ୍ଧାଦି ଯାତ୍ରାକାଳରେ ଏହାର ଵିଚାର ଲୋକପ୍ରିୟ ଥିଲା କାରଣ ଏହି ଯୋଗ ପଡି଼ଵାର ଅର୍ଥ ଶତ୍ରୁପକ୍ଷର ଵିନାଶ ବୋଲି ଵିଶ୍ଵାସ କରାଯାଉଥିଲା ।
No comments:
Post a Comment