Tuesday, July 9, 2019

✓✓✓✓✓ଚନ୍ଦ୍ର ଵର୍ଣ୍ଣନା✓✓✓✓✓

କଵି ବୋଲେ—ମୋ ଚନ୍ଦ୍ରମା ଶୀତଳ କିରଣ ।
ଜ୍ଯୋତିର୍ଵିଦ— ଚନ୍ଦ୍ରେ ଜ୍ୟୋତି ଦିଏ ତ ତପନ ।

କଵି ବୋଲେ—ନାରୀ ମୁଖ ଉପମାର ସ୍ଥଳ ।
ଜ୍ଯୋତିର୍ଵିଦ—ଶୁଷ୍କ ଭୂମି ନୀରସ କେଵଳ ।

କଵି ବୋଲେ—ଜହ୍ନମାମୁଁ,ମୋ ମାତା କମଳା ।
ଜ୍ଯୋତିର୍ଵିଦ—ମାମୁଁର କି ହ୍ରାସ ବୃଦ୍ଧି କଳା ?

କଵି ବୋଲେ—ମୋ ଚନ୍ଦ୍ରମା ଶଶାଙ୍କ—ଲାଞ୍ଛିତ ।
ଜ୍ଯୋତିର୍ଵିଦ—ଚନ୍ଦ୍ରଟା ତ ପର୍ଵତ ଵେଷ୍ଟିତ ।

କଵି ବୋଲେ—ମୋ ଚନ୍ଦ୍ରମା ସୁଧା ସିନ୍ଧୁ ଜାତ ।
ଜ୍ଯୋତିର୍ଵିଦ—ଚନ୍ଦ୍ରଟା ତ ଉପଗ୍ରହ ମାତ୍ର ।

କଵି ବୋଲେ—ଚନ୍ଦ୍ରେ ପିତୃଲୋକର ଵସତି ।
ଜ୍ଯୋତିର୍ଵିଦ—ଜଳଵାୟୁ ନାହିଁ ଏକ ରତି ।

କଵି ବୋଲେ—ଚନ୍ଦ୍ର ରୂପ କେଡେ଼ ମନୋହର ।
ଜ୍ଯୋତିର୍ଵିଦ—ଚନ୍ଦ୍ରଟା ତ ଭୀଷଣ ବନ୍ଧୁର ।

କଵି ବୋଲେ—ଚନ୍ଦ୍ର ଗ୍ରାସ କରିଥାଏ ରାହୁ ।
ଜ୍ଯୋତିର୍ଵିଦ—ଗ୍ରହଣଟା ପୃଥ୍ଵୀଛାୟା ଆଉ ।

କଵି ବୋଲେ—ଚନ୍ଦ୍ର ଥାଏ ଶିଵ ମସ୍ତକରେ ।
ଜ୍ଯୋତିର୍ଵିଦ—ଚନ୍ଦ୍ର ଭ୍ରମୁଥାଏ ଆକାଶରେ ।

କଵି ବୋଲେ—ତାରାଗଣେ ଵିଭଵିଲେ ଇନ୍ଦୁ ।
ଜ୍ଯୋତିର୍ଵିଦ—ସେଟା ଜଡ଼ ଜ୍ଞାନ ନାହିଁ ଵିନ୍ଦୁ ।

କଵି ଜ୍ଯୋତିର୍ଵିଦ କଳି କରନ୍ତେ ଏମନ୍ତ ।
ଭାଙ୍ଗିଦେଲି କଳି ଦୁହିଁଙ୍କର କଥା ସତ୍ୟ ।।

©ଵ୍ଯାସକଵି ଫକୀରମୋହନ ସେନାପତି

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...