ପୃଥିଵୀର ପ୍ରମୁଖ ଭାଷାଵିଦମାନେ ସର୍ଵସମ୍ମତିରେ ଗ୍ରହଣ କରନ୍ତି ଯେ ଓଡ଼ିଆ ହେଉଛି ସଂସ୍କୃତର ନିକଟତମ ଭାଷା । ତେଵେ କିଛି ଓଡ଼ିଆ ସଂସ୍କୃତକୁ ଵିରୋଧକରି ସେମାନେ ପରୋକ୍ଷରେ ଓଡ଼ିଆ ଭାଷାର ମଧ୍ୟ ଵିରୋଧ କରିଥାଆନ୍ତି କାହିଁକି ?
ପୂର୍ଵେ ଭାରତର ଭିନ୍ନ ଭିନ୍ନ ରାଜ୍ୟର ରାଜା ଓ ପ୍ରଜାମାନେ ପରସ୍ପରକୁ ଭେଟିଲେ ଯେଉଁ ମାନକ ଭାଷା ଵ୍ୟଵହାର କରୁଥିଲେ ତାହା ଥିଲା “ସଂସ୍କୃତ ଭାଷା” । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତେ ଯେଉଁ ଭାଷାକୁ ସାର୍ଵଜନୀନ (Lingua Franca) ଭାଵରେ ଗ୍ରହଣ କରି ଏକ ସୂତ୍ରରେ ବାନ୍ଧି ହୋଇଥିଲେ ତାହା ଥିଲା “ସଂସ୍କୃତ ଭାଷା” । ଭାରତର ଗାଣିତିକ, ଭୌଗଳିକ, ଵୈଜ୍ଞାନିକ, ଦାର୍ଶନିକ ଵିଷୟକୁ ପ୍ରକାଶ କରିଵାର ସାମର୍ଥ୍ୟ ରଖି ସମୃଦ୍ଧି ଆଣୁଥିଲା ଯେଉଁ ଭାଷା ତାହା ଥିଲା “ସଂସ୍କୃତ ଭାଷା” । ସମସ୍ତ ଅଞ୍ଚଳର ଲୋକମୁଖରେ ପ୍ରଚଳିତ ଶବ୍ଦକୁ ଅନୁଧ୍ୟାନପୂର୍ଵକ କାଟି, ପୁଣି ଯୋଡ଼ି ସୂକ୍ଷ୍ମାତିସୂକ୍ଷ୍ମ ଭାଵ ପ୍ରକାଶ କରିଵାର ସାମର୍ଥ୍ୟ ରଖୁଥିଲା ଯେଉଁ ଭାଷା ତାହା ଥିଲା “ସଂସ୍କୃତ ଭାଷା” । ଭାରତର ସଂସ୍କୃତି ଓ ସଂହତିକୁ ନଷ୍ଟ କରିଵା ପାଇଁ (divide and rule policy) ମୋଗଲ ଓ ବ୍ରିଟଶମାନେ ସଂସ୍କୃତ ଭାଷା ପ୍ରତି ଆମ ମନରେ ଘୃଣା ଓ ଅଵହେଳା ଭାଵ ସୃଷ୍ଟି କରିଦେଇଗଲେ ଯାହା ଏ ପର୍ଯ୍ୟନ୍ତ ରହିଆସିଛି । ଏବେ ସାରା ପୃଥିଵୀ ସଂସ୍କୃତର ଭାଷା ଓ ଲିପିକୁ ସମ୍ମାନ କରୁଥିଵା ଵେଳେ ଆମେ ଏହା ପ୍ରତି ଉଦାସୀନ । କିନ୍ତୁ କାହିଁକି ?
ହିନ୍ଦିଭାଷୀଙ୍କୁ ଶାସ୍ତ୍ରୀୟ ଶବ୍ଦ ଓ ଵ୍ୟାକରଣ କମ୍ ପାର୍ସୀ, ଆରବିକ, ତୁର୍କୀ ଶବ୍ଦ ଅଧିକ ରସେ ! ଏଣୁ ଯଦି କେହି ତତ୍ସମ ଶବ୍ଦ ଵ୍ୟଵହାରପୂର୍ଵକ ହିନ୍ଦୀ କହେ ତାକୁ ଚିଡ଼େଇବା ଆରମ୍ଭ କରିଦିଅନ୍ତି ! ଅଣହିନ୍ଦିଭାଷୀ ଅଞ୍ଚଳର ଲୋକେ ସଂସ୍କୃତକୁ ଵୈଦେଶିକ ଭାଷା ମନେକରି ଘୃଣା ଚକ୍ଷୁରେ ଦେଖନ୍ତି ! ନିମ୍ନରେ ସଂସ୍କୃତ ପ୍ରତି ସମଗ୍ର ଭାରତରେ ଥିବା ଘୃଣାର କେତେକ କାରଣ ଵିଷୟରେ ଉଲ୍ଲେଖ କରାଗଲା !
(୧) ଵୈଦେଶିକ ଭାଷା, ସଂସ୍କୃତି ଓ ଜୀବନଶୈଳୀରେ ପ୍ରଭାଵିତ ହୋଇ ଵୈଦେଶିକ ଶବ୍ଦର ମାତ୍ରାଧିକ ଶବ୍ଦ ଵ୍ୟଵହାର ଯୋଗୁଁ ତତ୍ସମ ଓ ତଦ୍ଭଵ ଶବ୍ଦ ଜ୍ଞାନ ହ୍ରାସ ପାଇଯାଏ । ତତ୍ସମ ଶବ୍ଦ ସମ୍ପର୍କରେ ଦୁର୍ବଳ ଭାରତୀୟମାନେ ସଂସ୍କୃତ ପ୍ରତି ଦ୍ୱେଷଭାଵ ଆଣି ନିଜର ଦୁର୍ବଳତାକୁ ଲୁଚାଇଥାଆନ୍ତି ।
(୨) ଚତୁରତାର ସହ ଇଂରାଜୀକୁ ଖ୍ରୀଷ୍ଟିୟାନଙ୍କର ନୁହେଁ ଵରଂ ଅନ୍ତଃରାଷ୍ଟ୍ରୀୟ ଭାଷା ବୋଲି ଏଵଂ, ଯାଵନିକ ଶବ୍ଦ ବହୁଳ ହିନ୍ଦୀକୁ ମୁସଲମାନଙ୍କର ନୁହେଁ ଵରଂ ରାଷ୍ଟ୍ରୀୟ ବୋଲି କୁହାଗଲା । ଅଥଚ ଭାରତୀୟ ସାର୍ଵଜନୀନ ଭାଷା (Lingua franca) ସଂସ୍କୃତ ସହିତ ହିନ୍ଦୁଧର୍ମ ଓ ଜାତିଆଣ ଭାଵ ଯୋଡ଼ି, ଏଥି ପ୍ରତି ହିଂସା ଭାବ ପ୍ରକଟ କରାଗଲା । ଜାତିଆଣ ଭାଵ କ’ଣ ଖ୍ରୀଷ୍ଟିୟାନ ଓ ମୁସଲମାନଙ୍କର ନାହିଁ ?
(୩) ଦକ୍ଷିଣ ଭାରତୀୟମାନେ ହିନ୍ଦୀକୁ ଗ୍ରହଣ ନ କଲେ ମଧ୍ୟ ସଂସ୍କୃତକୁ ଗ୍ରହଣ କରୁଥିଵାରୁ ଵିଭେଦ ଆଣିଵା ପାଇଁ ସଂସ୍କୃତ ପରିଵର୍ତ୍ତେ ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ମିଥ୍ୟାପ୍ରଚାର ଆରମ୍ଭ ହେଲା । ସଂସ୍କୃତକୁ ଆର୍ଯ୍ୟ ଭାଷା କହି ଆର୍ଯ୍ୟ ଦ୍ରାଵିଡ଼ କୃତ୍ରିମ ଵିଦ୍ୱେଷ ଭାଵ ସୃଷ୍ଟି କରାଗଲା ।
(୪) କଵି ଗଙ୍ଗାଧର ମେହେର, ଭୀମ ଭୋଇ ଓ ଉପେନ୍ଦ୍ର ଭଞ୍ଜ ଇତ୍ୟାଦି ଯଦି ନିଜ ନିଜର ଆଞ୍ଚଳିକ ଶବ୍ଦ ପ୍ରୟୋଗ କରିଥାଆନ୍ତେ ତେଵେ ଓଡ଼ିଆ ଗୋଟିଏ ଭାଷା ନ ହୋଇ ଭାଗ ଭାଗ ହୋଇଯାଇଥାଆନ୍ତା । ଆଞ୍ଚଳିକତାକୁ ପ୍ରତିହତ କରି ନିଜର ମାନକ ରୂପ ଜାତୀୟତାରେ ବାନ୍ଧିରଖିବାରେ ସଂସ୍କୃତ ସୁସକ୍ଷମ ବୋଲି କିଛି ବିଚ୍ଛିନ୍ନତାବାଦୀ ଏହାର ବିରୋଧ କରନ୍ତି ।
ଆଉ କିଛି କାରଣ ଥିଲେ ସୁଧିଵୃନ୍ଦ ଦର୍ଶାନ୍ତୁ ।
Friday, July 5, 2019
ଓଡ଼ିଆ ବନାମ୍ ସଂସ୍କୃତ :
Subscribe to:
Post Comments (Atom)
ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ
କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment