Saturday, July 13, 2019

ପ୍ରେମିକା ପ୍ରତି


ଏତ ବର୍ଷାକାଳ କାମନା ପ୍ରଵଳ
ମନରେ ଲାଗିଛି ନିଁଆ
ତୋ ପ୍ରେମର ଵାରୀ
ଦେ ପ୍ରିୟା ଢ଼ାଳି ଗୁମାନ କରୁଛୁ କିଆଁ ।।

ମଦମତ୍ତ ଦେଖ ଏ କାଳେ ସର୍ଵେ
ତୁ କିଁପା ହେଲୁ ନିଷ୍ଠୁର
ମୋ ପ୍ରେମ ତୁଷ୍ମା ଦୂରକରି ପ୍ରିୟେ
କଷଣ ଲାଘଵ କର

ମଧୁର ପରଷ ପାଇଲେ ସହସା
ପଥର ତରଳିଯାଏ
କହି କହି ଏତେ ବୃଥା ଏ ପ୍ରୟାସ
ତୋ କୃପା ମିଳିଵ କେବେ ?

ପ୍ରେମ ବିନା ପ୍ରାଣୀ ଜୀଵନ ଵିଫଳ
ପ୍ରେମ ହିଁ ପ୍ରକୃତ ଧନ,
ଥାଇ କୋଟିନିଧି କ୍ଷମତା ପ୍ରସିଦ୍ଧି
ପ୍ରୀତି ବିନା ନ ଲାଗେ ମନ ।।

କେତେଦିନ ଅଵା ସଂସାରେ ରହଣୀ
ଆଜି ଅଛେ କାଲି ଯିଵା
ଯେତେ ଦିନ ଥିଵ ଦେହରେ ଜୀଵନ
ପ୍ରେମ ଶିଖି ଶିଖେଇବା ।।

କରୁଛ କି ଲାଜ ମନେ ତୁମ ପ୍ରିୟା
ଏ ତ ନୂଆ ନୂଆ ପ୍ରୀତି
ପ୍ରଥମ ପ୍ରେମର ମତୁଆଲା ନିଶା
ହୃଦୟେ ସଞ୍ଚରେ ଭୀତି ।।

ପ୍ରେମ କଲେ ଦୁଃଖ ସହିଥାଏ ମନ
ଵିଛେଦ ଵିରହ ଯଥା
କେହି ଜାଣିନାହି କେବେଠୁଁ ଚାଲୁଛି
ସଂସାରେ ଏଭଳି ପ୍ରଥା  ।।

ଆସ ଆସ ଆଉ ନ କରି ଵିଳମ୍ଭ
ଏ ତ ମଧୁମୟ କ୍ଷଣ
ଚଳିଗଲେ ଦିନ ବିତିଗଲେ କ୍ଷଣ
ନ ମିଳଇ ସୁଖ ପୁଣ ।।

ଶିଶିର ସାହୁ ମନୋଜ
କନ୍ତିଓ, ଢେଙ୍କାନାଳ
+୯୧୮୧୨୮୪୬୪୯୭୧

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...