ନଦୀ ଉପରେ ଭାସୁଥିବା କାଠଖଣ୍ଡ ଉପରେ ଚାରିଟା ବେଙ୍ଗ ବସିଥିଲେ । ସେ କାଠଖଣ୍ଡ ହଟାତ୍ ତୀଵ୍ର ଜଳଧାରା ପ୍ରଭାଵରେ ଭାସିଵାକୁ ଲାଗିଲା । ବେଙ୍ଗ ଯାକ କାଠଖଣ୍ଡ ଉପରେ ମନ୍ତ୍ରମୁଗ୍ଧ ପ୍ରାୟ ବସି ରହିଥିଲେ ଯେହେତୁ ତାଙ୍କ ପାଇଁ ଏଭଳି ଜଳଯାତ୍ରାର ଅନୁଭଵ ନୂଆ ଥିଲା ।
ଏତିକିଵେଳେ ପ୍ରଥମ ବେଙ୍ଗ କହିଵା ଆରମ୍ଭ କଲା
"ଏ ତ ବଡ଼ ଚମତ୍କାରୀ କାଠଖଣ୍ଡଟିଏ, ଏମିତି ଚାଲୁଛି ଯେମିତି ଜୀଵିତ ପ୍ରାଣୀ ଚାଲବୁଲ କରନ୍ତି ! ଏମନ୍ତ ଅଦ୍ଭୁତ କଥା ତ କେଵେ ଶୁଣାଯାଇନାହିଁ କି ମୁଁ ଦେଖି ନାହିଁ ।”
ସେତେବେଳେ ଦ୍ଵିତୀୟ ବେଙ୍ଗ କହିଲା—
“ନାଇଁ ହେ,ଏଟା ବି ଗୋଟେ ସାଧାରଣ କାଠଖଣ୍ଡଟେ ଏକ୍କା ,ଵେଲେ ସେ ନିଜେ ଚାଲୁନି ହେ ! ଇଏ ତ ନଦୀ ଓ ଜଳର ମହିମା ଯେ ଆମକୁ, ଏ କାଠଖଣ୍ଡକୁ ସମୁଦ୍ର ଆଡ଼କୁ ଭସେଇ ନେଉଛି ।”
ଏଵେ ତୃତୀୟ ବେଙ୍ଗଟା ଥିଲା ସେ ବି ନିଜର ମତ ଦେଵାକୁ ଯାଇ ବୋଲିଲା
“ନାଇଁ ଗୋ ଦାଦା ମାନେ ! ନା ନଏଦ୍ କରୁଛେଁ ନା ଇ କାଜ୍ ଟା କାଠ୍ ର ଆଏ ! ଇ ତ ଆମର୍ ଵିଚାର୍ ଟା ଗତିଶୀଳ ସେଥିରନାଗି ନାଇଁ ଭାଵ୍ଲେ କାଇଁ ନାଇଁ ଚାଲେ !”
ସେ ତିନି ବେଙ୍ଗ ନିଜ ନିଜର କଥାକୁ ଧରି ବସିଲେ । କେହି ଅନ୍ଯର ମତକୁ ସ୍ଵୀକୃତି ଦେଵାକୁ ଅନିଚ୍ଛୁକ । ଶେଷରେ ତିନିହେଁ ଚତୁର୍ଥ ବେଙ୍ଗକୁ ତାହାର ମତ ପଚାରି ବୁଝିଲେ ।
ଚତୁର୍ଥ ବେଙ୍ଗ ବଡ଼ ଧ୍ଯାନ ସହକାରେ ସେମାନଙ୍କ କଥା ଶୁଣୁଥାଇ ହେଲେ କିଛି ନକହି ଚୁପ୍ ଚାପ୍ ବସିଥାଏ ।
ଯେତେଵେଳେ ତାକୁ ତାହାର ମତ ପଚରାଗଲା ସିଏ କହିଲା
“ ମୁଁ ଆଉ କିସ କହିମି । ତେମେ ସବୁ ଠିଇକି କହୁଚ,କାହାର ମତ ଭୁଲ୍ ନୁହଁ" ! ଗତି କାଠଖଣ୍ଡରେ ଅଛି,ପାଣିରେ ଅଛି ଏଵଂ ଆମ ମନର ଵିଚାରରେ ବି ରହିଛି"
ଏହା ଶୁଣି ତିନି ବେଙ୍ଗ ରାଗିଗଲେ । ସେମାନଙ୍କ ମଧ୍ୟରୁ କେହି ବି ମାନିଵାକୁ ରାଜିନଥିଲା ଯେ ତା କଥା ଶତକଡ଼ା ଶହେ ସଂପୂର୍ଣ୍ଣ ଠିକ୍ ନୁହେଁ କି ଵାକି ଦୁଇ ଜଣଙ୍କର ମତ ସଂମ୍ପୂର୍ଣ୍ଣ ଭୂଲ ନୁହେଁ ।
ସେତିକିଵେଳେ ଏକ ଚମତ୍କାର ଘଟଣା ଘଟିଲା । ସେ ତିନୋଟିଯାକ ବେଙ୍ଗ ମିଶିକି ଚତୁର୍ଥ ବେଙ୍ଗଟାକୁ କାଠଖଣ୍ଡ ଉପରୁ ନଦୀଜଳକୁ ଠେଲି ଦେଲେ ।
(ଲେଵାନନ ଦେଶୀୟ ଲୋକପ୍ରିୟ ଲେଖକ ଖଲୀଲ୍ ଜୀବ୍ରାନଙ୍କର ଏକ କ୍ଷୁଦ୍ରଗଳ୍ପର ଓଡ଼ିଆ ଭାଵାନୁଵାଦ)
ମୂଳ କାହାଣୀ ଟି ଏଇଭଳି...
🐸🐸🐸🐸Knowledge and Half-knowledge🐸🐸🐸🐸
Four frogs sat upon a log that lay floating on the edge of a river.
Suddenly the log was caught by the current and swept slowly down the stream.The frogs were delighted and absorbed, for never before had they sailed.
At length the first frog spoke, and said,
“This is indeed a most marvellous log. It moves as if alive.No such log was ever known before.”
Then the second frog spoke, and said,
“Nay, my friend, the log is like other logs, and does not move. It is the river that is walking to the sea, and carries us and the log with it.”
And the third frog spoke, and said,
“It is neither the log nor the river that moves. The moving is in our thinking. For without thought nothing moves.”
And the three frogs began to wrangle about what was really moving. The quarrel grew hotter and louder, but they could not agree.Then they turned to the fourth frog, who up to this time had been listening attentively but holding his peace, and they asked his opinion.
And the fourth frog said,
“Each of you is right, and none of you is wrong. The moving is in the log and the water and our thinking also.”
And the three frogs became very angry, for none of them was willing to admit that his was not the whole truth, and that the other two were not wholly wrong.
Then a strange thing happened. The three frogs got together and pushed the fourth frog off the log into the river.
©Khalil Gibran
No comments:
Post a Comment