Sunday, June 25, 2023

ଶବ୍ଦ ଓ ମତ

କେବେ ଶୁଣି ନଥିଵା ଜାଣିନଥିଵା ଗୋଟିଏ ଓଡ଼ିଆ ଶବ୍ଦ ଦେଖିଲା - ଶୁଣିଲା ପରେ...

ମଦନ : ମୋ କାନ ଉଠିଲା ଦିନରୁ ମୁଁ ଏମିତିଆ ଶବ୍ଦ ଶୁଣିନି । ହଁ ଵା କୋଉ ଗୋଟେ ଜଙ୍ଗଲୀ ଶବ୍ଦଟେ ହୋଇଥିଵ ଆଉ !!!😏😏😏

ହରି : ହେ ଏଭଳି ଅଶ୍ଳୀଳ ଶବ୍ଦ କାହିଁକି କହୁଛ🙄🙄🙄
(ହରି ପାଇଁ ତା ଅଞ୍ଚଳର ଶବ୍ଦ ସବୁ ଶ୍ଳୀଳ,ଅନ୍ୟ ଅଞ୍ଚଳର ଶବ୍ଦଗୁଡି଼କ ଅଶ୍ଳୀଳ । ତେବେ ଗୋଟିଏ ଅଜଣା ଓଡ଼ିଆ ଶବ୍ଦ ଶୁଣିଲା କ୍ଷଣି ନିଜକୁ ସଭ୍ୟ ଦେଖାଇଵାକୁ ସେ ଏପରି ଯୁକ୍ତି କରେ ବୋଧେ🤔) 

ଗୋପାଳ : ବୁଝିଲ ଏଇ ଯୋଉ ଶବ୍ଦଟା କହୁନା ତାହା ପୂରା ଭୁଲ୍ ଶବ୍ଦ ଵରଂ ଅମୁକ ଶବ୍ଦଟି ଠିକ୍ ...😳😳😳

କାଳିଆ : ଏଇଟା ଓଡ଼ିଆ ଶବ୍ଦ ହିଁ ନୁହେଁ ଆଜ୍ଞା । ଗୋଟିଏ ଅଜଣା ଶବ୍ଦ ଶୁଣିଲେ ତାହା ବାଲେଶ୍ଵର ଜିଲ୍ଲାରେ ଚଳୁଥିଲେ ବଙ୍ଗାଳୀ ; ଗଞ୍ଜାମରେ ଚଳୁଥିଲେ ତେଲୁଗୁ ଆଉ ସମ୍ବଲପୁରରେ ଚଳୁଥିଲେ ହିନ୍ଦୀ ଶବ୍ଦ ହୋଇଥଵ ବୋଲି କାଳିଆ ନିଜର ଗାଣିତିକ ସୂତ୍ର ଵ୍ୟଵହାର କରି ଉକ୍ତ ଶବ୍ଦର ଜାତି-ଗୋତ୍ର ନିର୍ଣ୍ଣୟ କରେ 😁😁😁

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...