Friday, March 1, 2019

ଓଡ଼ିଆ ଭାଷା ଓ ଆମସ୍ ସଟନ ଙ୍କ ବିଚାର

ଆମସ୍ ସଟନ୍ 1831ମସିହାରେ ପ୍ରଥମେ ଓଡ଼ିଆ ବ୍ଯାକରଣ ସମ୍ବନ୍ଧୀୟ ପୁସ୍ତକ 'Introductory grammar of oriya language' ଲେଖିଥିଲେ ! ଏଥିରେ ସେ ଓଡ଼ିଆ ଏବଂ ବଙ୍ଗାଳି ଭାଷା ମଧ୍ଯରେ ପ୍ରଭେଦ ଦର୍ଶେଇବାକୁ ଯାଇ କହିଛନ୍ତି-"ବଙ୍ଗାଳୀ ପାଟି ଲଗେଇ ମାଈଚିଆଙ୍କ ପରି ଶବ୍ଦ ଉଚ୍ଚାରଣ କଲାବେଳେ ଓଡ଼ିଆଏ ପ୍ରତି ଶବ୍ଦକୁ ଇଂଲଣ୍ଡର ମଫସଲିଆଙ୍କ ପରି ଚୋବେଇ ଚୋବେଇ କହନ୍ତି ! ଏଥିରେ ଓଡ଼ିଆ ଭାଷାର ଲାଳିତ୍ଯ ବଢ଼େନି ସତ କିନ୍ତୁ ଉଭୟ ମଧ୍ଯରେ ପାର୍ଥକ୍ଯ ଏତେ ବଢ଼ିଯାଏ ଯେ ,କୌଣସି ବଙ୍ଗାଳୀ ପକ୍ଷରେ ଓଡ଼ିଆ କହିବା କଷ୍ଟକର ହୋଇପଡ଼େ ! " ସଟନ୍ ଙ୍କ ମତରେ ଓଡ଼ିଆ ଓ ବଙ୍ଗାଳୀ ଉଚ୍ଚାରଣ ଦୃଷ୍ଟିରୁ ଠିକ୍ ଇଂରେଜ ଓ ଫ୍ରେଞ୍ଚ ପରି ପାର୍ଥକ୍ଯଯୁକ୍ତ ଅଟନ୍ତି ! ଆଜି ଆମେ ଜାଣିଛେ ଯେ କଳିଙ୍ଗ ଲିପି ତଥା ଓଡ଼ିଆ ଭାଷା ହେଉଛି ଉତ୍ତର ଓ ପୂର୍ବଭାରତର ଆଦି ଲିପି ଓ ଶାସ୍ତ୍ରୀୟ ଭାଷା ! ଓଡ଼ିଆଭାଷାର ଲାଳିତ୍ଯ ଏହାର 'ଳ' 'ଣ' ବହୁଳ ଶବ୍ଦରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ ! ବାକି ଉତ୍ତରଭାରତୀୟ ତଥା ପୂର୍ବଭାରତୀୟ ବାଳପଣ ସୁଲଭ ଗୁଣ ପଦର୍ଶନ ପୂର୍ବକ ଳ ଓ ଣ ର ଉଚ୍ଚାରଣ କରିପାରନ୍ତିନି ! ପୁଣି ପ୍ରାଚୀନ କଳିଙ୍ଗ ଗଞ୍ଜାମର କଥିତ ଓଡ଼ିଆ-ଗଞ୍ଜାମିଆ(ଗଞ୍ଜାମି+ଓଡ଼ିଆ;ଓଡ଼ିଆ ହେତୁ ଆ)ଶୈଳୀରେ ଉଚ୍ଚାରଣ ଆହୁରି ବିରୋଚିତ ଅଟେ ! ତେବେ ସଟନ୍ ଓଡ଼ିଆ ଭାଷା ବିଷୟରେ ଅନେକ ଭ୍ରାନ୍ତ ଧାରଣା ପୋଷଣ କରିଛନ୍ତି ଯେମିତି କି ଓଡ଼ିଆଭାଷାରେ ବନାନ ଅଶୁଦ୍ଧି ବହୁତ ! ଆଜି ଆମେ ଜାଣନ୍ତି ଓଡ଼ିଆ ହେଉଛି ଭାରତର ସଂସ୍କୃତ ପରେ ସର୍ବାଧିକ ଶୁଦ୍ଧ ଭାରୋପୀୟ ଶବ୍ଦଯୁକ୍ତ ଭାରତୀୟ ଭାଷା !

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...