My Blog List

Friday, March 9, 2018

ଵୈଦେଶିକ ଶବ୍ଦ; କମ୍

Kam ବା କମ୍ ଏକ ଵୈଦେଶିକ ଶବ୍ଦ ଏହାର ଓଡ଼ିଆ ପ୍ରତିଶବ୍ଦ  ହେବ
ଅଳ୍ପ, ସାମାନ୍ୟ, ଊଣା,ଅଳ୍ପତର ଇତ୍ୟାଦି ତେବେ ଏହାର ମୂଳ ଆରବୀ ନହୋଇ ପାର୍ସୀ ବୋଲି Wiktionary କହୁଥିଲା ବେଳେ ଭାଷାକୋଷ ରେ ଲେଖାହୋଇଅଛି ଆରବୀ ।
ପୁଣି କମ୍ ବୋଲି ଏକ ସଂସ୍କୃତ ଧାତୁଶବ୍ଦ ଵି ଅଛି
ଯହିଁର ଚାରୋଟି ମୁଖ୍ୟ ଅର୍ଥରେ ଵ୍ୟଵହାର ହୋଇଥାଏ
1. ଇଛା କରିବା
2.ଲାଳାୟିତ ହେବା
3.ସ୍ନେହ କରିବା
4.ସଙ୍ଗମ କରିବା
.....
ଜଣକ ପାଖରେ କମ୍ ଥିଲେ ହିଁ ସେ ଅଧିକ ପାଇଁ ଇଛା କରେ ଲାଳାୟିତ ହୋଇଥାଏ...
ସଂସାରରୁ ସଦା ଘୃଣାରୂପି ଵିଷ ପାଇଥିବା ଲୋକ ମାନେ ହିଁ ତ ସ୍ନେହ ଓ ସୁସଙ୍ଗମର ଇଛା ରଖିଥାନ୍ତି ।😉😉😉

No comments:

Post a Comment