Monday, February 18, 2019

ସୁସାର

ଦକ୍ଷିଣାଞ୍ଚଳରେ ଏକ ଶବ୍ଦ ସୁସଂସ୍କାରୀ ବା ସାଧୁ ଅର୍ଥରେ ବ୍ଯବହାର ହୁଏ-ସୁସାର (ଯେ ସୁସାର ସେ ସୁସାରିଆ) !

 ବହୁତ ସମ୍ଭବ ସୁସାର ଶବ୍ଦଟି ସୁସଂସ୍କାର ଶବ୍ଦ ସହିତ ସମଧୃତ ହୋଇଥାଇପାରେ ! ଅନୁମାନ କରାଯାଏ ଯେ

ସୁସଂସ୍କାର ଶବ୍ଦର ପରିବୃତ୍ତିଗତ ସରଳିକରଣରୁ ଏ ଶବ୍ଦ ଚଳୁଅଛି ! ସୁସଂସ୍କାର ଶବ୍ଦରେ ସଂ ଲୋପ ହୋଇ

 ସୁ(ସଂ)ସା(କ)ର ଶବ୍ଦ ହୋଇଥିବା ଅନୁମାନ କରାଯାଏ ! ଆଉ କେତେକଙ୍କ ଅନୁସାରେ ସୁଧାର ଶବ୍ଦର ଭିନ୍ନ ରୂପ

 ସୁସାର ହୋଇପାରେ ଯଦି ଧା ଓ ସା ମଧ୍ଯରେ ବର୍ଣ୍ଣ ପରିବୃତ୍ତି ସମ୍ଭବପର ତେବେ ! ଓଡ଼ିଆରେ ସୁଧାର ଶବ୍ଦର ଦକ୍ଷିଣାଞ୍ଚଳର

 ସୁସାର ଭଳି ବ୍ଯବହାର ଦେଖାଯାଏ ଯଥା-ସୁଧାର ଗାଈ,ସୁଧାର ଲୋକ ଇତ୍ଯାଦି ! କେଉଁଠି କେଉଁଠି ସୁଧାର,ସୁସାର ଅର୍ଥେ

 ସଜରି(ଆ) ଶବ୍ଦର ମଧ୍ଯ (ସଜରି(ଆ) ଗାଈ) ବ୍ଯବହାର ହେଉଥିବା ଦେଖାଯାଏ !

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...