Monday, July 15, 2013

🌻🌻 କପିଳାସ 🌿🌿🌿🌿

କପିଳାସପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳସହର ର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଚନ୍ଦ୍ରଶେଖର ମହାଦେବଙ୍କ ପାଇଁ କପିଳାସ ପର୍ବତ ସୁପ୍ରସିଦ୍ଧ । ଏହା ଢେଙ୍କାନାଳସହର ଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂର ରେ ଅବସ୍ଥିତ।ଏହା ସମୁଦ୍ର ପତ୍ତନ ଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିର କୁ ଦୁଇଟି ରାସ୍ତା ଦେଇକି ଯାଇହୁଏ । ୧୩୫୨ ପାହାଚ ଚଢି ଅଥବା ବାରବାଙ୍କି ଘାଟି ରାସ୍ତା ଦ୍ଵାରା ୮ କିଲୋମିଟର ରାସ୍ତା ଦେଇ ଅନାୟାସରେ ମନ୍ଦିର ଉପରକୁ ଯାଇହୁଏ । ଗଙ୍ଗ ବଂଶ ର ରାଜାପ୍ରଥମ ପୁରୁଷୋତ୍ତମ ଦେବଏହି ମନ୍ଦିରକୁ ୧୨୪୬ ଖ୍ରୀଷ୍ଟାବ୍ଦ ରେ ନିର୍ମାଣ କରାଇଥିଲେ । ଏହାର ବାମ ପାର୍ଶ୍ଵ ରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ଵ ରେ ମରୀଚି କୁଣ୍ଡ ଅବସ୍ଥିତ । ଏହାର ଜଗନମୋହନ କାଠ ରେ ତିଆରି । ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ, ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀ ରାମଓଗଙ୍ଗାମାତାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ଶ୍ରୀଜଗନ୍ନାଥଙ୍କୁ ପାର୍ଶ୍ଵଦେବତା ଭାବେ ଅବସ୍ଥାପିତ । ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ଵନାଥଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ସ୍ଥାନୀୟ ଲୋକ ମାନଙ୍କ ଅନୁସାରେ ବିଶ୍ଵନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିର ଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢା ଲିଙ୍ଗ ମଧ୍ୟ କୁହାଯାଏ।କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ ଶିବଙ୍କରଦ୍ଵିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭାକରୁଥିବାର ମଧ୍ୟ ପୁରାଣରୁଜଣାଯାଏ । ଏଠାରେକପିଳମୁନି ଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳ ଙ୍କ ଉଆସ) କପିଳାସବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ତ୍ୟାଗ କରିବା ପରେବାଲ୍ମୀକିଆଶ୍ରମରେଲବ ଓ କୁଶଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ଵାସ କରାଯାଉଛି।

କର୍ଣ୍ଣାବତୀ & ହୁମାୟୁନ

ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ।ଏମିତି ଏକ ଯୁଦ୍ଧରେଚିତୋରରରାଣୀ କର୍ଣ୍ଣାବତୀ ସ୍ଵାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ,ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେ ବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟହୁମାୟୁନଙ୍କନିକଟକୁ ଏକ ରାକ୍ଷୀ ପଠେଇ ଦେଲେ ।ହୁମାୟୁନମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରିଚିତୋରରସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇଦେଇଥିଲେ ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...