Monday, October 9, 2017

★ବିଜୁଳି-ଇନ୍ଦ୍ରଧନୁ କଳି ଓ ଗୋପବନ୍ଧୁ ଦାସ★

ବିଂଶ ଶତାବ୍ଦୀର
ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା
“ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ରାୟ ଅନ୍ୟ ପଟରେ ତାଙ୍କ ବିରୋଧୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଆଁରେ ତାଙ୍କର ବିରୋଧ କରୁଥିଲେ ।
ବାମଣ୍ଡାରାଜା ସୁଢଳଦେବ କବିବରଙ୍କର ସମର୍ଥକ ଥିଲେ ତେଣୁ ତାଙ୍କ ପ୍ରଚେଷ୍ଟାରେ
ରାଜଧାନୀ ଦେବଗଡ଼ରୁ ପ୍ରକାଶ ପାଇଲା ବିଜୁଳି ପତ୍ରିକା ।
ବିଜୁଳି ପତ୍ରିକା ବିପକ୍ଷରେ ପ୍ରକାଶିତ ହେଲା ଇନ୍ଦ୍ରଧନୁ ପତ୍ରିକା । ଇନ୍ଦ୍ରଧନୁ ପତ୍ରିକାର ସମର୍ଥକଙ୍କ ମଧ୍ୟରେ ଥିଲେ ଗୋପାଳବଲ୍ଲଭ ଦାଶ,ଗୌରୀଶଙ୍କର ରାୟ,ରମାଶଂକର ରାୟ,ବନମାଳୀ ସିଂହ ଭଳି ବ୍ୟକ୍ତିତ୍ଵ........
ଇନ୍ଦ୍ରଧନୁଵାଲା ତାଙ୍କ ପ୍ରତିପକ୍ଷଙ୍କୁ ବଙ୍ଗାଳି ସାହିତ୍ୟର ଓଡ଼ିଆକରଣ କରିବାର ଆରୋପ ଲଗାଉଥିଲା ବେଳେ
ବିଜୁଳି ଦଳ ଇନ୍ଦ୍ରଧନୁଵାଲାଙ୍କ କବିତା ଓ କାବ୍ୟକୁ
ଡିକ୍ସନାରୀ ଓ ଅଶ୍ଳୀଳ ଆଖ୍ୟା ଦେଇ ମସୀଯୁଦ୍ଧ ଆରମ୍ଭ କରିଦେଇଥାନ୍ତି ।

ଗୋପବନ୍ଧୁ ଦାସ ପୁରୀ ଜିଲ୍ଲା ସ୍କୁଲରେ ପଢିଲା ଦିନୁଁ ଇନ୍ଦ୍ରଧନୁ ର ପକ୍ଷ ।
ଫୋର୍ଥକ୍ଲାସ୍ (8th) ରେ ଥିଲାବେଳେ ସେ ଇନ୍ଦ୍ରଧନୁରେ ଗୋଟିଏ କବିତା ଲେଖିଥିଲେ ।
ସେଥିରୁ ଗୋଟିଏ ପଂକ୍ତି ଏମନ୍ତ ଥିଲା

“ଧଡି଼ଆ ପଣ୍ଡିତ-ମନ୍ୟ
ବାଉରୀସାହିରେ ଶୃଗାଳକେଶରୀ
ପରି ହେଉଥାନ୍ତି ଗଣ୍ୟ”

ଏ ପଂକ୍ତିରେ ପ୍ରଚ୍ଛନ୍ନ ବ୍ୟଙ୍ଗ କରାହୋଇଥିଲା
ରାଧାନାଥ ରାୟଙ୍କ ଉପରେ...
କବିବର ଟିକିଏ ଧଡ଼ ଧଡିଆ ଥିଲେ ତ....
😀
ସେତେବେଳେ ରାଧାନାଥବାବୁ ଥିଲେ ଶିକ୍ଷା ନିରୀକ୍ଷକ (ଇନିସପେକ୍ଟର)।
ସେ ଜାଣି ପାରିଲେ ଉକ୍ତ କବିତାର କବି ପୁରୀ ଜିଲ୍ଲା ସ୍କୁଲର ଗୋଟିଏ ପିଲା । ସଙ୍ଗେ ସଙ୍ଗେ ଇନ୍କ୍ଵାରୀ ଚାଲିଲା । ରାଧାନାଥବାବୁ ଯାଇ ପହଞ୍ଚିଲେ । ଗୋପବନ୍ଧୁ ଦାସଙ୍କର ସ୍କୁଲରୁ ବହିଷ୍କାର ଦଣ୍ଡ ଠିକ୍ ହୋଇଗଲା ।
ସ୍କୁଲର ହେଡ୍ ମାଷ୍ଟରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ର ଆଦି ବ୍ୟସ୍ତ ବିବ୍ରତ ହୋଇପଡି଼ଲେ ।
ଗୋପବନ୍ଧୁଙ୍କ ଭଳି ସାଧୁ ସ୍ଵଭାବ ଜ୍ଞାନୀ ଗୁଣିି ଛାତ୍ର ବିରଳ ପୁଣି ସେ ଯେଉଁଠିକୁ ଯାଉଥିଲେ
ଲୋକଙ୍କର ମନ କିଣି ନେଉଥିଲେ ।
ସେ ସମୟରେ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷକତା
କରୁଥାନ୍ତି ସ୍ଵର୍ଗତ ଦିବ୍ୟସିଂହ ମିଶ୍ର ....
ତାଙ୍କ ପ୍ରଚେଷ୍ଟାରେ ବହୁ ବିଦ୍ଵାନ
ଲୋକ ଆସି ସେଠାରେ ଉପସ୍ଥିତ ହୋଇଲେ ।

କୁହାଯାଏ
ଶିକ୍ଷା ବିଭାଗର ଅଧିନାୟକ ରୂପେ ସେଦିନ ରାଧାନାଥ ରାୟ କହିଥିଲେ
“ସେ ମୋ ବିରୋଧରେ ଲେଖିଲା କି ଆଉ କା ନାଆଁରେ ଲେଖିଲା ସେକଥା ପଡି଼ ନାଇଁ; କିନ୍ତୁ ଯେ ଆଜିଠୁଁ ଏପରି ଲେଖିପାରେ ସେ ଆଗକୁ ହେବ କଣ୍ ? ତାକୁ ଆହୁରି ଶିକ୍ଷା ଦେଲେ ସେ ଏ ସମାଜର କି ଅନିଷ୍ଟ ନ କରିପାରେ” ?

ଶେଷକୁ ସମସ୍ତେ ପ୍ରମାଣ କରିବାକୁ ଚାହିଁଲେ
ପିଲାଟା ହୁଏତ ନିଜେ ଲେଖିନାହିଁ, ଆଉ କିଏ ଲେଖି ଦେଇଛି କିମ୍ବା ସେ ହୁଏତ ଅନ୍ୟ କାହାର ପ୍ରେରଣାରେ ଲେଖିଛି । ତାକୁ ଦଣ୍ଡ ନଦେଇ ଏଥର ପଢିବାକୁ ସୁଯୋଗ ଦିଅନ୍ତୁ ଆଉ ପରେ ଯଦି ସେ ଏଭଳି କିଛି ଭୂଲ କରେ ଆପଣଙ୍କ ଇଛାମୁତାବକ ଦଣ୍ଡ ଦେବେ ।
ବହୁକଷ୍ଟରେ ଶେଷକୁ ଦଶୁଟା ଟଙ୍କା ଜୋରିମାନା ଦେଇ ସେ ବର୍ଷର ପ୍ରାଇଜ୍ ହରାଇ
ଗୋପବନ୍ଧୁ ଦାସେ ଆପଣେ ସେ ଘାତି ଖସିଗଲେ । ଏହା ଖୁବ ସମ୍ଭବ 1895 କି 1896 ମସିହାର ଘଟଣା.....

(ଶ୍ରୀ ନୀଳକଣ୍ଠ ଦାଶଙ୍କର ଆତ୍ମଜୀବନୀରୁ)

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...