Sunday, October 8, 2017

ଲିପିସଂସ୍କାର ଓଡ଼ିଆ ଭାଷାର ଅଣଓଡି଼ଆକରଣ କରିଦେବାର ଏକ ଚକ୍ରାନ୍ତ

ଲିପି ସଂସ୍କାର ନାମରେ ଆମ ନିଆରା ଯୁକ୍ତାକ୍ଷର ସବୁ ତଥା ତିନି Sa→ସ, ଶ ,ଷ ଗୁଡିକୁ
ଉଠେଇ ଦେଇ ଗୋଟାଏ କରିଦେବାର ମର୍କଟାମୀ କେତେ ଦୂର ଯୁକ୍ତିଯୁକ୍ତ ?
କିଛି ଉଇକିପିଡ଼ିଆ ପଣ୍ଡିତ ଓ ବିଦ୍ବାନଗଣ
ଭଳି ଭଳିକି ଯୁକ୍ତି ସହ ତିନି ସ ଉଠେଇ ଗୋଟିଏ କରିଦେବାର ଇଣ୍ଟରନେଟିଆ ଆନ୍ଦୋଳନ ଚଳେଇଛନ୍ତି । ତାଙ୍କ କହିବା କଥା
ଯେ
1000 ବର୍ଷ ତଳେ
ଆମ ବୋପାଙ୍କ ବୋପାଙ୍କ ବୋପାଙ୍କ ବୋପାଙ୍କ 100 ବୋପାଙ୍କ ପୂର୍ବରୁ କେବଳ ସ ର ବ୍ୟବହାର ହେଉଥିଲା ଆଜି ଆମେ ଆଉ ଥରେ କରିବୁ....
ଭଲା କଥା କହୁଛ ....

ହଜାର ବର୍ଷ ତଳେ ବିଜୁଳିବତୀ କି ଟିଭି ରେଡ଼ିଓ ମୋବାଇଲ ନଥିଲା
ଲୋକେ ଯେଣତେଣ ପ୍ରକାରେ ନାଚିକୁଦି ବଞ୍ଚୁଥିଲେ
ଏବେ କାହିଁକି ସେମିତି କରୁନାହଁ ତେବେ....

ତେବେ
ଏ ମର୍କଟାମୀ ନୂଆ ନୁହେଁ ।
ଊଣା ଅଧିକେ ଆମ ପୂର୍ବରୁ ମଧ୍ୟ କେତେକ ଓଡ଼ିଆ ପଣ୍ଡିତ ଏଭଳି କରିଯାଇଛନ୍ତି ।

ନୀଳକଣ୍ଠ ଦାସ ଭଳି ପଣ୍ଡିତ ଅନସ୍ବାର ବିନ୍ଦୁ ବ୍ୟବହାର କରିବା ସହ ତିନି ସ,ଷ,ଶ
ବଦଳରେ କେବଳ ଗୋଟିଏ 'ସ' ବ୍ୟବହାର କରୁଥିଲେ ।

କିନ୍ତୁ ଏ ଭଳି ପଣ୍ଡିତଙ୍କର  ଘୋର ବିରୋଧୀ ଥିଲେ ଭାଷାକୋଷ ଲେଖକ ତଥା ରାଧାନାଥ ରଥ ଭଳି ବିଦ୍ବାନ ମନିଷୀ ମାନେ ।

ଲିପିସଂସ୍କାର ବିଷୟରେ କିଛି ମାସ ତଳେ ପଚାରିଥିଲି କିଛି ଓଡ଼ିଆ  ବିଦ୍ଵାନଙ୍କୁ
। ଦୁଃଖର ବିଷୟ ତନ୍ମଧ୍ୟରୁ ଅଧିକାଂଶ ଏ ବିଷୟରେ କିଛି ହେଲେ ଜାଣିନଥିଲେ ।

ଲିପିସଂସ୍କାର ନାଆଁରେ
ନିଜ ମାତା ସମାନ ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଲିପିକୁ କଦାକାର କରିଦେବାର ଅପଚେଷ୍ଟା କରୁଥିବା ଲୋକଙ୍କର ସଦା ବିରୋଧ କରାଯିବା ଦରକାର ।

ଓଡ଼ିଆ ଭାଷାରେ ଯେତିକି ଯୁକ୍ତାକ୍ଷର ଅଛି ସେତେ ଯୁକ୍ତାକ୍ଷର ହିନ୍ଦୀ ଭଳି ତଥାକଥିତ ବିଶ୍ଵଭାଷାରେ ବି ନାହିଁ
ଏହା କଣ ଆମ ଭାଷାର ମୌଳିକତା ନୁହେଁ କି ?

ତ୍ତ,ଙ୍କ,ଙ୍ଖ,ଙ୍ଗ,ଙ୍ଘ ଭଳି ବିଶିଷ୍ଟ ଲିପି ଆମ ଭାଷା ରେ ଅଛି
ହିନ୍ଦୀ ରେ ङ्ग
ଏ ଲିପି ଛଡା଼ କ ବର୍ଗରେ ଆଉ କୌଣସି ସ୍ଵତନ୍ତ୍ର ଯୁକ୍ତାକ୍ଷର ଲିପି ସୃଷ୍ଟି ହୋଇପାରିନାହିଁ ।

ତାହେଲେ ଲିପି ଦୃଷ୍ଟିରୁ ଆମ ଭାଷା ଶ୍ରେଷ୍ଠ
ନୁହେଁ କି ?
କିଛି ଲୋକ କହିବେ ଭାଷା ସହଜ କରିଦେବା
ତାହେଲେ ସମସ୍ତେ ଶିଖିବେ ।
କିନ୍ତୁ ସହଜିଆ ନାଆଁରେ ନିଜ ଭାଷାର ମୌଳିକତା କୁ ତଳିତଳାନ୍ତ କରିଦେବା ମହାନ ମୂର୍ଖତା ଛଡା଼ ଆଉ କଣ୍ ହୋଇପାରେ ?

ସେଇଭଳି
ଆଜିକାଲି କିଛି ଲୋକ ସହଜରେ ଲେଖିପାରିବେ ବୋଲି ଲିପିସଂସ୍କାର ନାଆଁରେ
ପୂର୍ଣିମା କୁ ପୂର୍ଣିମା ଲେଖନ୍ତି ।
ସେମାନେ ଜାଣି ରଖିବା ଉଚିତ ଯେ ଓଡ଼ିଆ ଭାଷାର ବ୍ୟାକରଣ ଅନୁଯାୟୀ ଆମର ବ୍ୟଞ୍ଜନ ବର୍ଣ୍ଣ ରେ ରେଫ୍ ଯୋଗ ହୋଇ ଯୁକ୍ତାକ୍ଷର ସୃଷ୍ଟି ହେବାର ଥିଲେ
ବର୍ଣ୍ଣ ଦ୍ବୀତ ହୁଏ....
ଦ୍ବିତୀୟତଃ ଆମ୍ଭେ ଓଡ଼ିଆ ମାନେ କହିଲା ବେଳେ ପୂର୍ଣ୍ଣିମା ଶବ୍ଦର ଣ କୁ ଦୀର୍ଘ ଉଚ୍ଚାରଣ କରିଥାଉ ତେଣୁ
ଏ ଉଭୟ କାରଣ ହେତୁ
ପୂର୍ଣିମା ନୁହେଁ ବରଂ ପୂର୍ଣିମା ଶବ୍ଦ ହିଁ ଠିକ୍ ଓଡ଼ିଆ ବର୍ଣ୍ଣାନ ହୋଇବ.
...

ତଡି଼ତ “ଚ଼,ଡ଼,ଢ଼” ଵର୍ଣ୍ଣ ଉଠେଇ ଦେବାକୁ ନିକଟରେ କିଛି ଗବେଷକ ଅଣ୍ଟା ଭିଡି଼ଛନ୍ତି । ଏମାନେ ନିଜେ ଆଗେ ଓଡ଼ିଆ ଓ ଓଡିଆ କହିକି ଦେଖନ୍ତୁ ଆପଣା ଭାଷାରେ କେମିତି ଉଚ୍ଚାରଣ କରନ୍ତି “ordisha" ନା “oddisha" । ଓଡ଼ିଆ ଭାଷାରେ ଗୋଟିଏ ଅପାଠୁଆ ଲୋକ ଵି ତଡି଼ତ ଵର୍ଣ୍ଣର ଭେଦ ରକ୍ଷା କରି କଥାଭାଷା କରିଥାଏ ଯାହା ହିନ୍ଦୀ ଆଦି ତଥାକଥିତ ରାଜଭାଷାରେ ସୁଦ୍ଧା ଦୂର୍ଲଭ ।
ଏତେ ସବୁ ମୌଳିକତା ଥାଇ ମଧ୍ଯ କିଛି ପ୍ରଗଳ୍ଭ ମସ୍ତିଷ୍କ ସମ୍ପନ୍ନ ଲୋକେ କାହିଁକି କେଜାଣି ଆପଣା ଭାଷାର ସୁନ୍ଦରତା କାହିଁକି ନଷ୍ଟ କରିଦେବାକୁ ବସିଛନ୍ତି ତାହା ବୁଝାପଡୁ଼ନାହିଁ ।

ଓଡ଼ିଆ ଭାଷାର ଲିପିକୁ ନେଇ ଜଣେ ଛତିଶଗଡ ଅଞ୍ଚଳର ଭାଷାଵିଦ ଗୋଟିଏ କୌତୁକିଆ ବହି ଲେଖିଛନ୍ତି । ସେଥିରେ ସେ “ନାଗରୀ ଲିପି ଓ ଓଡ଼ିଆ ଲିପି” ମଧ୍ୟରେ ତାଙ୍କ କଣାଆଖିରେ ତୁଳନା କରି ଦେଖିଛନ୍ତି ଓ ଦେଖାଇଛନ୍ତି ଯେ
ଓଡ଼ିଆ ଭାଷାର ଲିପି କେତେ ଅଵୈଜ୍ଞାନିକ 😀 । ଓଡ଼ିଆ ଲିପିର ବୈଜ୍ଞାନିକତା କେତେ ତାହା ଖାଲି ଏତିକି କହିଦେଲେ ଯଥେଷ୍ଟ ଯେ ଏ ଭାଷାର ଲିପିରେ ଲେଖିଲାବେଳେ ବାରମ୍ବାର ହାତ ଉଠେଇ ଲେଖିବାକୁ ହୁଏ ନାହିଁ । ଇଂରାଜୀ ରୋମାନ୍ ଅକ୍ଷର  ପରି ଏଥିରେ ନନଷ୍ଟପ୍ ଲେଖିପାରିବେ । ବୋଧହୁଏ କ୍ଷିପ୍ର ଗତିରେ ଲେଖିବା ହେତୁରୁ ହିଁ ଆମ ଭାଷାର ଲିପିର ଏଭଳି ମୌଳିକତା ଉତ୍ପନ୍ନ ହୋଇଅଛି ତାହାକୁ ଦୋଷ ମନେ କରିବା ଗଵେଷକ ଜଣକର ମୂର୍ଖାମି ଛଡ଼ା ଆଉ କିଛି ହୋଇନପାରେ ।
ଓଡ଼ିଆ ଭାଷାରେ ଏହି ଦୃତ ଲେଖାଯିବା ସମ୍ଭବ ହେଉଥିଲା ବୋଲି ତ ଆମ ଭାଷାରେ ସଂସ୍କୃତ ପରେ ସବୁଠାରୁ ଅଧିକ ପାଣ୍ଡୁଲିପି ଗଚ୍ଛିତ ଅଛି ।

ଲିପିସଂସ୍କାର ଆନ୍ଦୋଳନ ସମର୍ଥକ ମାନେ ଏକଦା ଓଡ଼ିଆ ଭାଷାର ମୌଳିକ ଅଵର୍ଗ୍ୟ ଯ କୁ ଉଠେଇ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ବିଫଳ ହୋଇଛନ୍ତି । ଆଜି ଇଂରାଜୀରେ ସଂସ୍କୃତ ଶ୍ଳୋକ ଲେଖିଲାବେଳେ
“Arjjya” ଲେଖାଯାଉଥିବା ଦେଖାଯାଏ । ଵୈଦେଶିକ ମାନେ ମଧ୍ୟ ପ୍ରାଚୀନ ମୂଳ ଇଣ୍ଡିକ ଭାଷାର ଉଚ୍ଚାରଣ ରକ୍ଷା କରି ଲେଖୁଅଛନ୍ତି କିନ୍ତୁ ଏକଦା ଏହି ଓଡ଼ିଶା ମାଟି ର କିଛି ତଥାକଥିତ ପେଣ୍ଡୁଳି ସେ ଅଵର୍ଗ୍ୟ ଯ କୁ ଉଠେଇ ଦେବାକୁ ଲାଗିଥିଲେ ଖାଲି ଏହି ଯୁକ୍ତି ଧରି ଯେ
ମରାଠୀ ବଙ୍ଗାଳୀ ହିନ୍ଦୀ ରେ ଅଵର୍ଗ୍ୟ ଯ ନାହିଁ ତେଣୁ ଓଡ଼ିଆ ଭାଷାରେ ଏହା ଗ୍ରହଣୀୟ ନୁହେଁ ।
ଶେଷରେ ଏତିକି କହିବି
ମୋର ପ୍ରିୟ ସାହିତ୍ୟିକ ଭାଇ ଓ ଭଉଣୀମାନେ
ଦୟାକରି ଆପଣା ଭାଷାର ଶବ୍ଦ, ଶୈଳୀ ,ଲିପି ଓ ଵ୍ୟାକରଣ କୁ ନଛାଡି଼ ତହିଁର ବହୁଳ ଵ୍ୟଵହାର କରନ୍ତୁ । ହିନ୍ଦୀ ଭାଷାରେ ପୂର୍ଣ ଲେଖା ହୁଏ ବୋଲି ଓଡ଼ିଆ ଭାଷାରେ ପୂର୍ଣ୍ଣ ବଦଳରେ ପୂର୍ଣ ଲେଖିବି, ହିନ୍ଦୀ ଭାଷାରେ ଯୁକ୍ତାକ୍ଷର ନଲେଖି ଅନସ୍ଵାର ଲେଖାଯାଏ ବୋଲି ତାଙ୍କ ପରି ଲେଖିବି ଆଦି କୃତଘ୍ନ କାର୍ଯ୍ୟ ସମ୍ପାଦନ କରିବାରୁ ବିରତ ରୁହନ୍ତୁ ଅନ୍ୟଥା ଓଡ଼ିଆ ଭାଷା ତାହାର ମୌଳିକତା ହରାଇ ସର୍ଵସ୍ଵାନ୍ତ ହୋଇଯିବ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...