Tuesday, February 28, 2017

ଭାରତୀୟ କମ୍ୟୁନିଷ୍ଟ ମାନଙ୍କୁ ଚୀନର ୧୯୮୯ ଦଙ୍ଗା ବିଷୟରେ ପଚାରିଲେ ଚୁପ୍ କାହିଁକି ହୋଇଯାଆନ୍ତି......

୧୯୮୯ରେ ଚୀନର ବିଦ୍ୟାର୍ଥୀ ଏବଂ ଶ୍ରମିକମାନେ ୨ଟି ଦାବିକୁ ନେଇ ଦଙ୍ଗା କରିଦେଇଥିଲେ "
୧.କମ୍ୟୁନିଷ୍ଟ ପାର୍ଟି ଶାସନରେ ଭ୍ରଷ୍ଟାଚାର କମ୍ କରାଯାଉ
ଏବଂ
୨.ସମାଚାରପତ୍ର ଗୁଡ଼ିକ ଉପରୁ ସରକାରୀ ନିୟନ୍ତ୍ରଣ କୋହଳ କରାଯାଉ....

ଆନ୍ଦୋଳନକାରୀ ମାନେ ତିଆନ୍ ମାନ ଛକରେ 
ଧାରଣା ପ୍ରଦର୍ଶନ ଆରମ୍ଭ କରିଦେଲେ

ହେଲେ ଚୀନୀ ସେନା ପିପୁଲ୍ସ ଲିବରେସନ୍ ଆର୍ମୀକୁ ସରକାରୀ ଆଦେଶ ଦେଇ ଦିଆଗଲା
ଏବଂ ସେନା ଦ୍ଵାରା ନିଜ ଦେଶର ହିଁ
ପାଖାପାଖି ୫୦୦୦ ରୁ ୧୦୦୦୦ ନାଗରିକଙ୍କୁ ଗୁଳି ମାରିଦେଲେ ଟ୍ୟାଙ୍କ ଚଢେଇଦିଆଗଲା ।
ଏହି ସାମରିକ ଗଣହତ୍ୟାରେ ୬୦୦୦ ଲୋକ ଆହତ ହେଲେ ପୁଣି ୧୦୦୦୦ ରୁ ତତୋଽଧିକ ଲୋକଙ୍କୁ ଲମ୍ବା ସମୟକାଳର ଦଣ୍ଡାଦେଶ ହୋଇଗଲା ।

ଏସବୁ କଲାପରେ ତତ୍କାଳୀନ ଚୀନୀ ସରକାର କଣ୍ କଲା ନା ଏ ଘଟଣାକୁ ନିଜ ଦେଶର ଇତିହାସରୁ ହଟେଇଦେବାକୁ ଯାହାକିଛି କରାଯିବା କଥା କଲା....
ଏବଂ ଦୁନିଆରେ କୌଣସି କମ୍ଯୁନିଷ୍ଟକୁ ଏ ବିଷୟରେ କହିବାର ଅଧିକାର ଉପରେ ଚୀନ୍ କଟକଣା ଜାରୀ କରିଦେଲା ..

ତେଣୁ
ଆମ ଦେଶର କମ୍ୟୁନିଷ୍ଟ ଯାକ ଯେହେତୁ ଚୀନଦେଶୀୟ ଶାସକଙ୍କ ପୋଷାକୁକୁର
ସେମାନେ ଏ ଇତିହାସ ଜାଣି ମଧ୍ଯ ଅଜଣା ହେବାର ଅଭିନୟ କରନ୍ତି.....

ଇଂରାଜୀରେ ପଢନ୍ତୁ .....

୧.Tiananmen Square protests of 1989

୨.Tiananmen Square massacre takes place

୩.10 Horrifying Facts About The Tiananmen Square Massacre

୪.The Tiananmen Square Massacre - Background and Causes

Wednesday, February 22, 2017

ଅଖଣ୍ଡ ଓଡିଶା ସମୃଦ୍ଧ ଓଡିଶା ଗଠନ ପ୍ରତ୍ଯେକ ଓଡିଆର ଲକ୍ଷ ହେବା ଉଚିତ୍

ଗୋଟିଏ ଜାତିର ମୌଳିକତା ତା'ର ସଂସ୍କୃତିରୁ ଜଣାପଡେ ।
ସଂସ୍କୃତି ଦୃଷ୍ଟିରୁ ଭାରତ ଏକ ଏବଂ ଅଭିନ୍ନ । ଭାଷା କିମ୍ବା ଧର୍ମ ନାଁରେ ଏ ଦେଶକୁ ବାଣ୍ଟିବାକୁ ଚେଷ୍ଟା କଲେ କେବଳ ସାମୁହିକ ଅବନତି ହିଁ ସାର ହେବ ।
ସେଇଭଳି ପୂର୍ବଭାରତର ସଂସ୍କୃତିକୁ ଆମେ ସାଧାରଣତଃ ଜଗନ୍ନାଥ ସଂସ୍କୃତି କହିଥାଅନ୍ତି ।
କେତେ ବର୍ଷତଳେ ଓଡିଶାର ବିଭାଜନ ପାଇଁ କିଛି ଲୋକ ଚେଷ୍ଟା କରିଥିଲେ ।
ସେମାନଙ୍କର ପ୍ରଧାନ ଯୁକ୍ତିଥିଲା ଯେପରି 1936 ରେ ଭାଷା ଆଧାରରେ ଆଧୁନିକ ଓଡିଶା ରାଜ୍ଯର ଗଠନ ହୋଇଥିଲା ଠିକ ସେଇଭଳି ଆମ୍ଭ ଭାଷାକୁ ନେଇ ଆମ୍ଭେ ନୁଆ ରାଜ୍ଯର ଗଠନ କରିବୁ ।
ସେମାନେ ସତ ଠାରୁ କୋଶେ ଦୂରରେ ମାଟି କାମୁଡି ମାଛଭଳି ପଡି ପଡି ସମୁଦ୍ରକୁ ଗାଳି ଦେବାରେ ଅଭ୍ଯସ୍ତ ହୋଇଲେଣି ।
ପ୍ରକୃତରେ ଓଡିଶାରାଜ୍ଯ ଗଠନ ଜଗନ୍ନାଥ ସଂସ୍କୃତି ଆଧାରରେ ହୋଇଥିଲା କିନ୍ତୁ ରାଜନୈତିକ କୂଟଚକ୍ର ର ଶିକାର ହୋଇ ଅଖଣ୍ଡ ଓଡିଶାର ଗଠନ ହୋଇପାରିନଥିଲା ।
ଆଜି ଆମ ବିଚ୍ଛିନ୍ନାଞ୍ଚଳ ଆମଠାରୁ ଦୂରେଇ ଦିଆଯାଇଛି । ମେଦିନୀପୁର,ସିଂହଭୂମ,ବସ୍ତର,ଷଡେଇକଲା,ଖରସୁଁଆ,ହିରଣ୍ଯଭୂମ ଆଦି ଅଞ୍ଚଳର ପୁନଃ ମିଶ୍ରଣ କରାଯାଇ ଜଗନ୍ନାଥ ସଂସ୍କୃତି ଆଧାରରେ ଅଖଣ୍ଡ ଓଡିଶା ରାଜ୍ଯର ଗଠନ କରାଯିବା ଉଚିତ ।
ବର୍ତ୍ତମାନରେ ଏହା ଏତେଟା ସହଜ ଲାଗୁନାହିଁ ।

ପଶ୍ଚିମ ଓଡିଶାର ଅଧିକାଂଶ ଭାଷାପ୍ରେମୀ ସ୍ବାଭିମାନୀ ବ୍ଯକ୍ତି ଇତିମଧ୍ଯରେ କୋଶଲୀକୁ ଓଡିଆ ଠାରୁ ଭିନ୍ନ ଦେଖାଇବା ପାଇଁ ଦେବନାଗରୀ ଲିପିରେ ସମ୍ବଲପୁରୀ ଭାଷାକୁ
ଲେଖିବା ଆରମ୍ଭ କରିଦେଇଛନ୍ତି ।

ଅତୀତରେ ବଙ୍ଗାଳୀ ମାନେ ମଧ୍ଯ ଏଇଭଳି କରିଥିଲେ । ସେମାନେ ତାଙ୍କ ପ୍ରାଚୀନ ଲିପି (ଯାହାକି ଉତ୍କଳଲିପି ସଦୃଶ ଥିଲା) କୁ ବଦଳାଇ ନୂତନ ଲିପିରେ ପ୍ରଚଳନ କରାଇଥିଲେ ।

ବଙ୍ଗାଳୀ ମାନେ ନିଜକୁ ଉତ୍କଳ କଳିଙ୍ଗ ଠାରୁ ସିନା ଅଲଗା କରିଦେଲେ କିନ୍ତୁ ଆଜି ବି ତାଙ୍କ ସମାଜରେ ଜଗନ୍ନାଥ ସଂସ୍କୃତିର ଚିହ୍ନ ମିଳୁଛି,
ହୁଳହୁଳୀ ହେଉଛି ଏହାର ଏକ ଉଦାହରଣ ।

ତେଣୁ ପ୍ରଥମେ ପଶ୍ଚିମ ଓଡିଶାକୁ ଏଥିପ୍ରତି ସଚେତନ କରାଇବାକୁ ହେବ ଯେ ରାଜ୍ଯ ବିଭାଜନ ଚକ୍ରାନ୍ତ ପଛରେ
ଆମ୍ଭ ଚିରଶତ୍ରୃ ମାନଙ୍କର ହାତ ଅଛି ।

ଯେଉଁମାନେ ଦିନେ
"ଉଡିୟା ଐକ୍ ସ୍ବୋତୋନ୍ତ୍ରୋ ଭାଷା ନୋୟ୍" କହିଥିଲେ...

ଯେଉଁ ହିନ୍ଦୀଭାଷୀମାନେ ସମ୍ବଲପୁର କ୍ଷେତ୍ରରେ
ଓଡିଆଭାଷାରେ ଲେଖାଯାଇଥିବା ଦରଖାସ୍ତ ନ ନେଇ ତାହା
ଟେବୁଲ୍ ଉପରେ ଊଇ ଖାଇବାକୁ ଛାଡିଦେଉଥିଲେ
ହଁ ମୋ ମତରେ
ପ୍ରକୃତ ପକ୍ଷେ ସେହି ବଙ୍ଗାଳୀ, ହିନ୍ଦୀଭାଷୀଙ୍କ ବର୍ତ୍ତମାନ ଦାୟଦ ମାନେ ହିଁ ଏ ସବୁ କୁଟ ଚକ୍ରାନ୍ତ ର ଅସଲ ଖଳନାୟକ । ଓଡିଆ ଭାଷା ପ୍ରତି
ଘୃଣା ତାଙ୍କର ରକ୍ତରେ ଅଛି କିନ୍ତୁ ବିମାତା ପୁତ୍ର ଭାଇ ଭଳି ଏକ ପିତା ପୁତ୍ର ହୋଇଥିବାରୁ ଆମ୍ଭ ସହ ମିଷ୍ଟ ବ୍ଯବହାର ପୂର୍ବକ ଚଳିବାକୁ ବାଧ୍ଯ ହେଉଛନ୍ତି ।

ସମ୍ବଲପୁରରେ ବିଜ୍ଞବ୍ଯକ୍ତି ମାନେ ଏକଥା ବୁଝିଲେଣି । ସେମାନେ କୋଶଲୀ ନାଁରେ ସମ୍ବଲପୁରୀକୁ ମାରିଦେବାର ଯୋଜନର ବିରୋଧ କରିବା ଆରମ୍ଭ କରିଦେଲେଣି । ଉପକୂଳ ଓଡିଶାର ବିଶିଷ୍ଟ ବିଦ୍ବାନ ବ୍ଯକ୍ତିବିଶେଷ ମଧ୍ ତାଙ୍କୁ ଏ ଦିଗରେ ସମର୍ଥନ ଦେଇ ଅଖଣ୍ଡ ଓଡିଶା ଦିଗରେ ଏକ ପାଦ ବଢାନ୍ତୁ ।

ଏଠି ମନେ ରଖିବାକୁ ହେବ ଯେ ଅଖଣ୍ଡ ଓଡିଶା ଗଠନରେ ହିଁ ଓଡିଶା ର ସାମୁହିକ ସମୃଦ୍ଧି ସମ୍ଭବ ହୋଇପାରିବ ।

Saturday, February 18, 2017

------ସୁକୁମାରୀ---

ଏକ ଗାଁରେ ଜନୈକ ଜମିଦାରଙ୍କ ଝିଅ ସୁକୁମାରୀ ବଡ଼ ଅଲିଅଳରେ ବଢିଥିଲା ।
କାମଦାମ ରୋଷେଇବାସ ଆଦି ତାକୁ ଜଣାନଥିଲା ।
ଦେଶରେ
ଇଂରେଜ ଶାସନ ଆସିଲା । ଇଂରେଜ ମାନେ ସୂର୍ଯ୍ୟାସ୍ତ ଆଇନ୍ ବଳରେ ଓଡିଆ ଜମିଦାର ମାନଙ୍କ ଠାରୁ ଜମିଦାରୀ ମାଲିକାନା ସତ୍ବ ଜବରଦଖଲ କରିନେଇ ବଙ୍ଗାଳୀ ଲୋକଙ୍କୁ ଦେଲେ ।
ଜମିଦାର ଜଣକ ଗରିବ ହୋଇ ବିଚରା ଚାଷକରି ଚଳିଲେ । ଏଣେ
ଝୁଅର ବୟସ ଦିନକୁ ଦିନ ବଢୁଥାଏ ।
ସେକାଳିଆ ଲୋକେ 14 ବରଷ ନହେଉଣୁ ଝିଅଙ୍କୁ ହାତକୁ ଦି ହାତ କରିଦେଉଥିଲେ ।
ଜମିଦାର ଜଣକ ତାଙ୍କ ଝିଅ ପାଇଁ ଭଲ କରଣ ଘରେ ବିବାହ ଦେଲେ ।
କିନ୍ତୁ ବିବାହ ପରେ ମଧ୍ଯ ଝିଅର ମତିଗତିରେ ସେତେଟା ପରିବର୍ତ୍ତନ ହେଲାନାହିଁ ।
ଶଶ୍ବରଘରେ ମଧ୍ଯ କଣ୍ଢେଇ ସହ ଖେଳୁଥାଏ ।
ତା ସ୍ବାମୀ ଦିନ କେତୁଟା ଯାଏଁ ଧୌର୍ଯ୍ୟ ଧରି ରହିଲା । ଏମିତି ରେ 3 ବରଷ ବିତିଗଲା ।
ସୁକୁମାରୀ ଯୁଆନ୍ ହେଲା ଏଭେ କଣ୍ଢେଇ ବଦଳରେ ବିଲେଇ କେତୁଟା ପାଳିଲାଣି ।

ସ୍ବାମୀ ଜଣକ ସୁକୁମାରୀକୁ ବାରମ୍ବାର ବୁଝାଇ ଥକିଲାକିନ୍ତୁ କୌଣସି ସୁଫଳ ନମିଳିଲାରୁ ନିରାଶ ଥାଏ ।

ତହୁଁ ଏକ ଉପାୟ ପାଞ୍ଚକରି
ଦିନେ କାମକୁ ଯିବା ପୂର୍ବରୁ ବିଲେଇ ମାନଙ୍କୁ କହିଗଲା
ଶୁଣଲୋ ବିଲେଇ ମାନେ
ଆଜି ଦ୍ବିପହର ରୋଷେଇ ରାନ୍ଧି ଦେଇଥିବ ନହେଲେ ଅଡୁଆ ରେ ପଡିବ ଜାଣିଥା 😀😀😀

ସୁକୁମାରୀ ଏ ସବୁ ଶୁଣୁଥାଏ ।
ଦ୍ବିପହରକୁ ଜମିରୁ ଫେରି ପତି
ଜଣକ ଯୋଉଠୁ ଦେଖିଲା
କିଛି ରୋଷେଇ ହୋଇନି
ସୁକୁମାରୀ କୁ କିଛି କହିବା ପରିବର୍ତ୍ତେ
ବିଲେଇଙ୍କୁ ଅମରିଛାଟରେ ପିଟିବା ଆରମ୍ଭ କରିଦେଲା । 😀😀😀

ସୁକୁମାରୀ ଏ ଘଟଣା ବିସ୍ମୟ ଚକିତନେତ୍ରେ ଦେଖୁଥାଏ ।
ଦୌଡି ଆସି ସ୍ବାମୀଙ୍କୁ ବଝେଇବାକୁ ଲାଗିଲା
କିହୋ ତୁମ୍ଭେ ପାଗଳ ହେଲ କି
ଏ ବିଲେଇ ଯାକ ପୁଣ କେଭେ କଣ୍ ରୋଷେଇ କରିପାରିବେ କି ?
ସ୍ବାମୀ ଜଣକ ଉତ୍ତର ଦେଲା ହଁ ଠିକ କଥା
କହିଲ । ବିଲେଇ ମାନେ ରୋଷେଇ କରିଜାଣନ୍ତି ନାହିଁ
କିନ୍ତୁ ସେମାନଙ୍କର ତୁମେ ଏତେ ମାତ୍ରାରେ ଯତ୍ନ ନେଉଚ କେବେ ଥରୁଟିଏ ତ ମୋ କଥା ଭାବିନାହଁ !!! ମୁଁ କଣ୍ ବିଲେଇଙ୍କ ଆଗରେ ତୁମ ପିଲା ଦିନ କଣ୍ଢେଇ ଭଳି ସଦା ଅଲୋଡା ହୋଇଥିବି ?

ଦେଖାଗଲା
ତାପରଦିନ ସୁକୁମାରୀ ତା ପତିଠାରୁ ରୋଷେଇ ଶିଖୁଥିଲା ।
(ଜହ୍ନମାମୁଁ)

Tuesday, February 14, 2017

ପୁରସ୍କାର

ସତରଶହ ମସିହା ମଧ୍ଯଭାଗର କଥା ।
ଏଇ କେତେମାସ ପୂର୍ବରୁ ମରାଠୀ ମାନେ
ଉତ୍କଳର କିଛି ଅଂଶ ଦଖଲ କରିନେଇଥାଆନ୍ତି ।

କୁହାଯାଏ ମୋଗଲ ରାଜତ୍ବକାଳରେ
ଓଡିଶାରେ ପ୍ରଥମଥର ପାଇଁ ମରୁଡୀ ହୋଇଥିଲା । ମୋଗଲ ମାନଙ୍କ ଦାଉ ସହି ସହି ବଞ୍ଚିଥିବା ଓଡିଆ ମାନଙ୍କ ଆଶା ଥିଲା ମରାଠୀଙ୍କ ସାହାଯ୍ୟରେ ସେମାନଙ୍କର ଉନ୍ନତି ହେବ ।
କିନ୍ତୁ ସେମାନେ ମୋଗଲଙ୍କ ଠୁଁ ମଧ୍ଯ ବଳିଗଲେ ।
ଖଣ୍ଡାଏତ ସୈନିକ ତାଙ୍କରି କଥାରେ ପଡି ଗାଁ ଗଣ୍ଡା ଲୁଟପାଟ କରୁକରୁ ଶେଷରେ ମରାଠୀ ମାନଙ୍କ ବିଶ୍ବାସଘାତକତାର ଶିକାର ହେଲେ ।

ମାଗଣା ଚାଷଜମି ସହ ଉତ୍କଳ ସମାଜରେ ତାଙ୍କ ପ୍ରତି ଥିବା ଆଦର ସମ୍ମାନ ମଧ୍ଯ ଧୂଳିସାତ୍ ହେଲା ।
ଓଡିଆ ଲୋକେ ,ଓଡିଶାର ମାଟି ଧୀରେ ଧୀରେ ଶ୍ରୀହୀନ ହୋଇ ଆସୁଥାଏ ଠିକ ଏଇ ଘଡିସନ୍ଧି କାଳଖଣ୍ଡରେ
ନାଗପୁର ରାଜାଙ୍କ ଦ୍ବାରା ପ୍ରେରିତ ଜଣେ ଶାସକଙ୍କ ଆଗମନ ଓଡିଶାକୁ ହେଲା ।

ସେ ରାଜା ଜଣକ ବଡ ବୀର ଥିଲେ ସତ କିନ୍ତୁ ତାଙ୍କର ପରମ ଧନ କାର୍ପଣ୍ଯତା ଚନ୍ଦ୍ର ମଧ୍ଯେ ଦାଗଭଳି ଅସୁନ୍ଦର ଲାଗିବାକୁ ଯଥେଷ୍ଟ ଥିଲା ।

ସେ ରାଜାଙ୍କ
ଦରବାରକୁ ଥରେ ଜଣେ ଫକୀର ଗୀତ ଗାଇବାକୁ ଯାଇଥାଏ ।

ସମସ୍ତ ରାଜକାର୍ଯ୍ୟ ଶେଷ ପରେ
ଫକୀର ପାଳି ପଡିଲା ।
ସେ ବହୁତ ଉତ୍କୃଷ୍ଟ ଗୀତ ଗାଇଲା ।
ସମସ୍ତ ରାଜକର୍ମଚାରୀ ମନ୍ତ୍ର ମୁଗ୍ଧବତ୍ ତାହାର ଗୀତ ଶୁଣୁଥିଲେ ।
ଗୀତ ଶେଷରେ କରତାଳୀ ସହ ପ୍ରଶଂସା ବାକ୍ଯରେ ସଭାଭବନ ଗୁଞ୍ଜୟମାନ ହେଉଥାଏ ।
ରାଜାଙ୍କୁ ଫକୀରର ଗୀତ ଖୁବ ଭଲ ଲାଗିଲା,
ସଙ୍ଗେ ସଙ୍ଗେ
ଘୋଷଣା କଲେ
ଏ ଗାୟକଙ୍କୁ ଅନେକାନେକ ହୀରାଲୀଳା ଦେଇ ସମ୍ମାନୀତ କରାଯାଉ ।

ଭଣ୍ଡାରଘର ରକ୍ଷକ ଗନ୍ତାଇତ ଚିନ୍ତାରେ ପଡିଲେ ।
ଏଣେ ରତ୍ନଭଣ୍ଡାରରୁ ଧନର ମଧ୍ଯ ଅଭାବ ପୂରଣ ହୋଇ ପାରୁନାହିଁ
ହୀରାଲୀଳା କାହୁଁ ଆସିବ ?

ତହୁଁ ଫକୀର ସଭାଜନଙ୍କ ଅନୁରୋଧ ରକ୍ଷାକରି ଆଉ ଏକ ଗୀତ ଗାଇଲା ।
ତାହା ମଧ୍ଯ ମନଛୁଁଆ ହେଲା ।
ରାଜା ପୁଣି ଗଦ୍ ଗଦ୍ ହୋଇ
ଘୋଷଣା କଲେ

ବାହ୍ ବାହ୍ ! ଚମତ୍କାର !!!!

ଏ ଲୋକକୁ ଏଭେ ଦଶ ସହସ୍ର ସ୍ବର୍ଣ୍ଣମୁଦ୍ରା ପ୍ରଦାନକର ।
କୋଶାଧକ୍ଷ ଗନ୍ତାଇତ ଆହୁରି ଡ଼ରିଲେ ।

ଏ ବ୍ଯକ୍ତି ଯଦି ବର୍ତ୍ତମାନ ଦଶ ହଜାର ସ୍ବର୍ଣମୂଦ୍ରା ଦିଆଯାଏ
ଏ ରାଜା ଏବଂ ରାଜ୍ଯ କାଙ୍ଗାଳ ହୋଇଯିବ !!!!

ଏଣେ
ରାଜାଙ୍କ ଅନୁରୋଧରେ ଫକୀର ଆଉ ଏକ ଗୀତ ଗାଇଲା

ଏ ଗୀତ ଆହୁରି ଭାବପୂର୍ଣ ମଧୁର ହେଲା
ରାଜାଙ୍କ ଖୁସି କହିଲେ ନ ସରେ ।।।

ପେଶଓ୍ବା ରାଜାଙ୍କ ଅମଳରେ ପୁଣି ଏଭଳି ଚିତ୍ତାକର୍ଷକ ଗାୟକ ଅଛନ୍ତି ଅଥଚ
କେହି ତାଙ୍କ ନାମ ସୁଦ୍ଧା ଜାଣି ନାହାନ୍ତି ।

ରାଜା ଭାବବିହ୍ବଳ ହୋଇ ଘୋଷଣା କଲେ
ଏଇ ଗରୀବ ଫକୀରକୁ ତୁରନ୍ତ ରାଜ୍ଯ ତରଫରୁ ଜମି ପ୍ରଦାନ କରାଯାଉ !!!

ଏତକ ଶୁଣିବା କ୍ଷଣି ଗନ୍ତାୟତ ଆଉ ସହି ପାରିଲେନି
କି ଚୁପ ରହି ପାରିଲେନି ....
ରାଜାଙ୍କ କାନରେ ଧୀରେ ଯାଇ କଣ ସବୁ କହିଗଲେ ....
ରାଜା ତହୁଁ ଅଳ୍ପ ହସି ଗନ୍ତାଇତଙ୍କୁ ପ୍ରତ୍ଯୁତ୍ତର ଦେଲେ
ଅପେକ୍ଷା କର !!!!!

ବଡ ଖୁସି ମନରେ
ଫକୀର ଘରକୁ ଫେରିଲା
ତା ଗାଁ ରେ ସେ ଏବେ
ମାହାନ୍ତୀ ଜମିଦାରଙ୍କ ଠାରୁ ମଧ୍ଯ ବଡ ଧନୀ ! ଫକୀରର ପାଦ ତଳେ ପଡୁ ନଥାଏ
କାଲି ଯେଉଁମାନେ
ତାକୁ ଛି ଛାକର କରୁଥିଲେ
ଆଜି ତା' ବିଷୟରେ ଦାଣ୍ଡରେ ବାଟରେ
ହାଟରେ ଘାଟରେ ସବୁଠିଁ ଚର୍ଚ୍ଚାରେ ବ୍ଯସ୍ତ !
ଏଇମିତି କେତେଦିନ ଗଲା
ଫକୀର ରାଜାଙ୍କ ଠାରୁ ମିଳିବାକୁ ଥିବା ରାଜସମ୍ମାନ ଏବଂ ପୁରସ୍କାରକୁ ଅନେଇ ଅନେଇ ଗୁଡାଏ ଦିନ ଗଡେଇ ସାରିଥାଏ ।
ଶେଷରେ ଗୋଟାଏ ଦିନ
ରାଜସଭାରେ ରାଜାଙ୍କୁ ଭେଟିବାକୁ ଯାଇ ନିଜ ପ୍ରାପ୍ଯ କଥା ପଚାରିଲା  .....
ହେ ଉତ୍କଳାଧିପତି ଆପଣ ମୋତେ ଯେଉଁ ସବୁ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ
କାହିଁ ତହିଁରୁ କିଛି ହେଲେ ଅବଧି ମୋତେ ମିଳିନାହିଁ ?
ଦୟାକରି ଏଥିପ୍ରତି ଯଦିି ଦୃଷ୍ଟିପାତ କରନ୍ତି
ଏ ଅଧମ ପ୍ରତି ବଡ କୃପା ହୁଅନ୍ତା ।

ତା' ଶୁଣି
ରାଜା କୁଟୀଳ ହସଟାଏ ହସି
କହିଲେ
କିହୋ ଫକୀର
ଏ କିି କଥା କହୁଛ !
ମୁଁ ପୁଣି ତୁମକୁ ତୁମ ପ୍ରାପ୍ଯ ଦେଇନାହିଁ ???
ହଇହୋ ତୁମେ ଆମ୍ଭ କର୍ଣ୍ଣ କୁ ଗୀତ ଗାଇ ଖୁସି କରିଦେଇ ଥେଲ
ତେଣୁ ଆମ୍ଭେ ମଧ୍ଯ ପୁରସ୍କାର ଦେବାର ଘୋଷଣା ମାନ କରି ତୁମ୍ଭ କର୍ଣ୍ଣକୁ ମଧ୍ଯ ଖୁସି କରିଦେଇଥିଲୁ !!!!
ଏଥିରେ ତୁମ ପ୍ରତି ଆମ୍ଭର ଅନ୍ଯାୟ କୋଉଠି ହୋଇଲା ?

ରାଜାଙ୍କର ଏତାଦୃଶ ନ୍ଯାୟ ଦେଖି ଶୁଣି
ବିଚରା ଫକୀର କାନମୁଣ୍ଡା ଆଉଁସି ଘରକୁ ଫେରିଲା



Sunday, February 12, 2017

ଆଗ ଅଣ୍ଡା ନା କୁକୁଡ଼ା ର ବିଜ୍ଞାନ ଭିତ୍ତିକ ଉତ୍ତର

ପୃଥିବୀରେ ପର୍ଯ୍ୟାୟକ୍ରମେ ତିନିପ୍ରକାରର ବାୟୁମଣ୍ଡଳ ଥିବା ତଥା  ଆଜିର ବାୟୁମଣ୍ଡଳ ଅପେକ୍ଷା ପ୍ରଥମ ପ୍ରକାର ର ବାୟୁମଣ୍ଡଳ ସଂପୂର୍ଣ୍ଣ ଭିନ୍ନ ଥିବା ଅଧିକାଂଶ ବୈଜ୍ଞାନିକ ଙ୍କ ମତ ।

ସୌରମଣ୍ଡଳର ଗ୍ରହ ଗୁଡିକ ରେ ସାଧାରଣତଃ ହାଇଡ୍ରୋଜନ୍ ଗ୍ଯାସ ର ମାତ୍ରା ସର୍ବାଧିକ ଥିବା ଦେଖାଯାଏ ।
ସୃଷ୍ଟିକାଳରେ
ଯେଉଁ ଧୂଳିକଣା ଏବଂ ଗ୍ଯାସର ବାଦଲରେ ଆମ୍ଭ ସୌରଜଗତର ସୃଷ୍ଟି ତହିଁ ରେ ମୁଖ୍ୟତଃ ଉଦଜାନ୍ ଗ୍ଯାସ ହିଁ ଥିବ । ସେଇ ଗ୍ଯାସ ବାଦଲରେ ଅନ୍ଯ ଗ୍ଯାସର କିଛି ଅଣୁ ମଧ୍ଯ ଥିବ ।

ସେମାନଙ୍କ ସାଧାରଣ composition ଏଇ ଭଳି ହୋଇ ଥିବ....

ମିଥେନ୍ ~4ଟି ହାଇଡ୍ରୋଜନ୍ ଗୋଟିଏ କାର୍ବନ୍ ଅଣୁ....
ଆମୋନିଆ~3ଟି ହାଇଡ୍ରୋଜନ୍ ,ଗୋଟିଏ ନାଇଟ୍ରୋଜନ୍ ଅଣୁ,
ଜଳ~ଦୁଇଟି ହାଇଡ୍ରୋଜନ୍ ଗୋଟିଏ ଅକ୍ସିଜେନ୍ ଅଣୁ,
ହାଇଡ୍ରୋଜନ ସଲ୍ଫାଇଡ୍ ଯେଉଁ ଥିରେ ଦୁଇଟି ହାଇଡ୍ରୋଜେନ୍ ଗୋଟିଏ ସଲଫର ଅଣୁ ଥାଏ ।

ପୃଥିବୀ ଯେତେ ବେଳେ ସୃଷ୍ଟିହେଲା ତା ପାଇଁ ବହୁତ ହାଲକା ଉଦଜାନକୁ ଧରିରଖିବା ସମ୍ଭବ ନଥିଲା ତେବେ ଅନ୍ଯ କିଛି ପଦାର୍ଥ କୁ ଧରିରଖିବା ସହଜଥିଲା ।

ସେତେବେଳେ ନିଶ୍ଚୟ ଭାରିମାତ୍ରାରେ ହାଇଡ୍ରୋଜନ୍ ଏବଂ ଆମୋନିଆ ଜଳ ମଧ୍ଯରେ ମିଶିରହିଥିବ ତଥା ବାୟୁ ମଣ୍ଡଳରେ ମୁଖ୍ୟତ ମିଥେନ୍ ସାମାନ୍ୟ ଆମୋନିଆ,ହାଇଡ୍ରୋଜନ ସଲଫାଇଟ୍ ଓ ବାଷ୍ପ ଆକାରରେ ଜଳ ରହିଥିବା ଅନୁମାନ କରାଯାଇପାରେ ।

ପ୍ରଖର ସୂର୍ଯ୍ୟକିରଣ ଯୋଗୁଁ ବାୟୁମଣ୍ଡଳରେ ବାଷ୍ପ ଆକାରରେ ଥିବା ଜଳକଣା ମଧ୍ଯରେ ରାସାୟନିକ ବିଘଟନ ଘଟି ଅମ୍ଳଜାନ ଏବଂ ଉଦଜାନ ଅଲଗା ହୋଇ ଯାଇଥିବେ ।
ପୁଣି ଅକ୍ସିଜେନ୍ ମୁକ୍ତ ହୋଇ ମିଥେନ ଏବଂ ଆମୋନିଆ ସହ ପ୍ରତିକ୍ରିୟା କରିବା ଫଳରେ କାର୍ବନ ଡାଇଅକ୍ସାଇଡ୍ ତିଆରି ହେବା ସହ ହାଇଡ୍ରୋଜନ୍ ମୁକ୍ତ ହୋଇଥିବ ନିଶ୍ଚୟ .......

ଏଇଭଳି ପୃଥିବୀରେ ଭିନ୍ନ ଭିନ୍ନ କାଳରେ ତିନୋଟି ପରସ୍ପର ଠାରୁ ଅଲଗା ବାୟୁମଣ୍ଡଳ ଥିଲା ।
ବର୍ତ୍ତମାନ କାଳରେ ଆମେ ଅମ୍ଳଜାନ ଏବଂ ଯବକ୍ଷାରଜାନ ପ୍ରଧାନ ତୃତୀୟ ବାୟୁମଣ୍ଡଳରେ ନିଶ୍ବାସ ନେଉଛନ୍ତି ।
ପୃଥିବୀରେ ଜୀବନ ର ଅୟମାରମ୍ଭ
ପ୍ରଥମ ବାୟୁମଣ୍ଡଳ(କାର୍ବନ ଡାଇଅକ୍ସାଇଡ୍ ~ନାଇଟ୍ରୋଜନ)
କିମ୍ବା ଦ୍ବିତୀୟ (ମିଥେନ,ଆମୋନିଆ,ହାଇଡ୍ରୋଜନ୍)
ବାୟୁମଣ୍ଡଳରେ ହୋଇଥିବା ଅନୁମାନ କରାଯାଏ ।

ଜୀବନର ସୃଷ୍ଟି ଆଜି ଅପେକ୍ଷା ଭିନ୍ନ ବାୟୁମଣ୍ଡଳ ହୋଇଥାଇପାରେ ବୋଲି ସର୍ବ ପ୍ରଥମେ ବ୍ରିଟିଶ୍ ରସାୟନଶାସ୍ତ୍ରୀ ଜେ ବି ଏସ୍ ହୈଲ୍ଡେନ୍ (1892-1964)
1929ରେ ମତ ଦେଇ ଥିଲେ ।

1936ରେ ରୁଷି ବୈଜ୍ଞାନିକ ଆଲେକଜ୍ଯାଣ୍ଡର ଆଇ ଓପାରିନ୍ ଏ ସଂକ୍ରାନ୍ତରେ ବିଶଦ ଗବେଷଣା କରିଥିଲେ । ତାଙ୍କ ମତରେ ପୃଥିବୀରେ ଜୀବନ ର ଜନ୍ମ ନିଶ୍ଚୟ ପ୍ରଥମ ପ୍ରକାରର ବାୟୁମଣ୍ଡଳରେ ହିଁ ହୋଇଥିବ ।

ମିଥେନ ଆମୋନିଆ ହାଇଡ୍ରୋଜେନ୍ ସଲ୍ଫାଇଡ୍ ପାଣି ଏସବୁ ଉପାଦନର ଅଣୁ ଛୋଟ ଛୋଟ ହୋଇଥାଏ ।
ଏଗୁଡିକର ଅଣୁରେ ତିନି ରୁ ପାଞ୍ଚ ଯାଏଁ ପରମାଣୁ ରହିଥାଏ ।

ଅତୀତରେ
ହାଇଡ୍ରୋଜନ୍ ,ଅକ୍ସିଜେନ ,ନାଇଟ୍ରୋଜେନ୍
ଏବଂ ସଲଫର୍ ର ଅଣୁ ପରସ୍ପର ରାସାୟନିକ ପ୍ରତିକ୍ରିୟା କାରଣରୁ ହୁଏତ ଏମିନୋ ଏସିଡ୍ ର ବଡ ପରମାଣୁ ତିଆରି ହୋଇଥିବ ।
(ଏଇ ଏମିନୋ ଏସିଡ୍ ଅଣ୍ଡା ଖୋଳପାରେ ମଧ୍ଯ ଥାଏ)

ଏମିନୋ ଏସିଡ୍ ଗଠନକୁ ନେଇ
କେବଳ ଗୋଟିଏ ସମସ୍ୟା ଅଛି ...

ସାମାନ୍ୟତଃ ଛୋଟ ପରମାଣୁ ,ବଡ ଅପେକ୍ଷା
ଅଧିକ ସ୍ଥିର ରହିଥାନ୍ତି ତେଣୁ୍
ସହଜରେ ବିଭାଜିତ ହୁଅନ୍ତି ନାହିଁ ।

ସେଇ ଭଳି ଛୋଟ ପରମାଣୁ ସହଜରେ
ପରସ୍ପର ସହ ମିଶି ବଡ ପରମାଣୁ ମଧ୍ଯ ତିଆରି କରି ପାରନ୍ତିନାହିଁ ।
ଆଉ ଯଦି ଛୋଟ ପରମାଣୁ କୁ ନେଇ
ବଡ଼ ପରମାଣୁଟିଏ ତିଆରି ହେଲା ବି ତାହା
ଶିଘ୍ରାତିଶିଘ୍ର ବିଭାଜିତ ମଧ୍ଯ ହୋଇଯାଏ ।

ବଡ଼ ପରମାଣୁରୁ ଛୋଟ ପରମାଣୁ ତିଆରି ହେବା ଗଡାଣିରୁ ତଳକୁ ଗଡ଼ି ଆସିଲା ଭଳି ଏବଂ
ଛୋଟ ପରମାଣୁରୁ ବଡ଼ ପରମାଣୁ ତିଆରି ହେବା ଉଠାଣି ଚଢା ସମାନ ।
ଛୋଟ ପରମାଣୁ କୁ ନେଇ ବଡ଼ ପରମାଣୁ ଗଠନ ପାଇଁ ସେମାନଙ୍କୁ ଉତ୍ସାହିତ କରିବାକୁ ହୁଏ ।
କିନ୍ତୁ ଏ ଉତ୍ସାହ ସେମାନଙ୍କୁ କେଉଁ ଠାରୁ ପ୍ରାପ୍ତ ହେବ,ଜୀବନ ଠାରୁ ?
ଏ କାର୍ଯ୍ୟ ଶକ୍ତି କରିପାରେ.....

ପୃଥିବୀର ସୃଷ୍ଟି କାଳରେ ପ୍ରଚୁର ମାତ୍ରାରେ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡୁଥିଲା ।  ସେତେବେଳେ
ବାୟୁମଣ୍ଡଳରେ
ଆଜିର ବିଜୁଳି, ଚଡକ ଠାରୁ ଅନେକ ଗୁଣା ଅଧିକ ବିଦ୍ୟୁତ୍ ପ୍ରବାହ ହେଉଥିଲା ।
ଆଗ୍ନେୟଗିରିରୁ ପ୍ରଚୁର ଆଗ୍ନେୟ ଉଦ୍ଗିରଣ ହେଉଥିଲା ।
ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣି ରଶ୍ମୀ ଦ୍ବୟ ସେତେବେଳେ ବିନା ବାଧାରେ ପୃଥିବୀ ପୃଷ୍ଠକୁ ଆସିପାରୁଥିଲା ଯାହା ଆଜି ଓଜୋନ ସ୍ତର ଯୋଗୁଁ
ପୃଥିବୀ ରେ ପହଞ୍ଚି ପାରେନି.....

ସମ୍ଭବତଃ ପ୍ରଚୁର ତାପ ବିଦ୍ଯୁତ୍ ଶକ୍ତି ଯୋଗୁଁ ପୃଥିବୀରେ ଜୀବନର ଆରମ୍ଭ ହୋଇ ଥିଲା ।
ପ୍ରଚୁର ପ୍ରାକୃତିକ ଶକ୍ତି ସାହାଯ୍ୟରେ
ହାଇଡ୍ରୋଜେନ୍ ନାଇଟ୍ରୋଜେନ୍ ଅକ୍ସିଜେନ୍ ଏବଂ ସଲଫର ପରମାଣୁ ସବୁ ବଡ଼ ପରମାଣୁ ଗଠନକରି
ଏମିନୋ ଏସିଡ୍ ତିଆରି ହୋଇ ଥିବ ।
ତାହା ଆହୁରି ଜଟିଳ ହୋଇ ସମୁଦ୍ର ରେ ଭାସିଥିବ ..
ଏଇ ଏମିନୋ ଏସିଡରୁ ହିଁ ପରବର୍ତ୍ତୀ କାଳରେ ଛୋଟ ଛୋଟ ଏକକୋଷୀ ଜୀବ ସୃଷ୍ଟି ହୋଇଥିବେ ......

ଆଗେ ଅଣ୍ଡା ନା କୁକୁଡ଼ା ଭଳି ପ୍ରଶ୍ନର ଏହା ବୈଜ୍ଞାନିକ
ଉତ୍ତର ....
ଅଣ୍ଡା .... ସାରା ପୃଥିବୀ ଟା ଯାକ ସମୁଦ୍ର ରେ ଯେହେତୁ ଏମିନୋ ଏସିଡ୍ ଜମା ହୋଇ ଥିଲା
ତେଣୁ ପୃଥିବୀ ଏକ ଅଣ୍ଡା ସଦୃଶ ଦେଖାଯିବା କଥା ଅନୁମାନ କରାଯାଇଥାଏ ....

Saturday, February 11, 2017

ଭାଲେଣ୍ଟାଇନ୍ ଆଣ୍ଡ ଆଣ୍ଟି ଭାଲେଣ୍ଟାଇନ୍ ଡେ ~

ଆଜିକାଲି ଆମ ଦେଶର ଯୁବ ପିଢି
Valentine's day ର ନିଶାରେ ମାତାଲ ହୋଇ ନିଶାସକ୍ତ ମାନବ ଭଳି ଗଳି ମହଲାରେ ପଟେଅଧେ ସବୁଠି ଦୃଷ୍ଟିଗୋଚର ହୋଇଥାନ୍ତି ....

ଆଜି ଭାଲେଣ୍ଟାଇନ୍ସ ଏବଂ ଆଣ୍ଟି-ଭାଲେଣ୍ଟାଇନ୍ସ ଡେ ବିଷୟରେ କିଛିଟା ଆଲୋଚନା କରିନେବା ।
ପୂର୍ବରୁ ସନ୍ଥ ଭାଲେଣ୍ଟାଇନଙ୍କ ବିଷୟରେ କୁହାଯାଇଛି
ଯେ ସେ କେମିତି କାମାସକ୍ତ ମୌଳିବାଦୀ ରୋମବାସୀଙ୍କୁ ପ୍ରେମ ଶିଖଉଥିଲେ
ଏବଂ ସମ୍ରାଟ କ୍ଲାଉଡିୟସ୍ ଦ୍ବାରା ସୂଳୀ ଦଣ୍ଡାଦେଶ ରେ ଦଣ୍ଡିତ ହୋଇ ମୃତ୍ଯୁବରଣ କରିଥିଲେ ।

ଫେବୃଆରୀ 7ରୁ ଭାଲେଣ୍ଟାଇନ୍ ପର୍ବ ର ଅୟମାରମ୍ଭ
ହୋଇଯାଏ ।

ଜୀବନର ଯୌବନରେ ପ୍ରେମ ପ୍ରୀତି ପ୍ରଣୟ
ପ୍ରତ୍ୟେକ ଜୀବ ପାଇଁ ଏକ ଜରୁରୀ ଉପାଦାନ ...

ରୋମଦେଶର କାମାତୁର ମାନବମାନେ
ଯେତେବେଳେ ତାଙ୍କ ସଂସ୍କୃତିର ଏକ ଦୂର୍ବଳ ରୁଗ୍ଣ ଦିଗକୁ ଅନୁଭବ କଲେ
ସେମାନେ କାମନା ବାସନା ଅପେକ୍ଷା ପ୍ରେମକୁ ଗୁରୁତ୍ୱ ଦେବା ଆରମ୍ଭ କରିଦେଲେ .....

ଭାଲେଣ୍ଟାଇନ୍ ଆଉକିଛି ନୁହଁ ଝିଅ ପଟେଇବାର
ଆଦିମ ଟ୍ରିକ୍ ଟା 😀😀😀
#RoseDay 7ଫେବୃଆରୀ

ତୁମେ ଯେଉଁ ଝିଅକୁ କି ପୁଅ ଭଲ ପାଉଛ ତାକୁ
ସାଧାରଣତଃ ଗୋଲାପ ଫୁଲଟିଏ ଦେବ....
#ProposeDay 8 ଫେବୃୟାରୀ

ଗୋଲାପ କିମ୍ବା ରିଙ୍ଗ ଦେଇ ଆଣ୍ଠୁମାଡି ବସି ଏକ ବିଶିଷ୍ଟ
ଠାଣିରେ
ପ୍ରପୋଜ କରାଯାଏ ....
ହେ ମୋ ମନର ଦେବୀ ! ମୋ ଭଳି ପାପିଷ୍ଟର ପାଣିଗ୍ରହଣ କରି ମୋ ଉପରେ ଦୟାକର 😀😀😀

#ChocolateDay 9 ଫେବୃଆରୀ

ତତ୍ପରେ ଆରମ୍ଭ ହୋଇ ଯାଏ
ଝିଅଙ୍କ ମନ ଜିତିତାଙ୍କ ପ୍ରେମ ହାସଲକରିବାର ସବୁପ୍ରକାର ଫନ୍ଦିର ପ୍ରୟୋଗ....
ଛିଅକୁ ଚକେଲେଟ୍ ଦେଇ ତାଙ୍କୁ ଭେଣ୍ଡାମାନେ
ବୁଦ୍ଧୁ ବନେଇ କୃତକାର୍ଯ୍ୟ ହୋଇଯାଅନ୍ତି । 😀😀😀

#TeddyDay 10 ଫେବୃଆରୀ

ଆମ ଦେଶରେ ଆଗେ ଅଭିଆରୀ କିଶୋରୀ କନ୍ଯା ମାନେ ଲୁଗା ତିଆରି କଣ୍ଢେଇ ତିଆରି କରି ଖେଳୁଥିଲେ
ସେଇ ଖେଳର ଏଇ ଟେଡ୍ଡୀ ଟା ଇଉରୋପିଆନ୍ ସଂସ୍କରଣ ।
ଗୋଟେ କିଶୋରୀ ଝିଅର ସବୁଠୁ ବଡ ସାଙ୍ଗ ତା ଟେଡ୍ଡୀ ...
ତେଣୁ ଗୋଲାପ ଦେଇ ଲାଇନ୍ ମାରି ପ୍ରପୋଜକରି
ଚକେଲେଟ୍ ଦେଇ ଯୋଉ ଝିଅ ନ ଫସିଲା ତାକୁ
Teddy ଦେଇ ପଟାଅ ବୋଲି ସନ୍ଥ ଭାଲେଣ୍ଟାଇନ୍ ତାଙ୍କ ଭକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ 😀😀😀

#PromiseDay 11 ଫେବୃଆରୀ
ତାପରେ ଝିଅ ପଟିଗଲେ ପ୍ରେ ପୂର୍ବରୁ ପ୍ରତିଶ୍ରୁତି ଦେବାକୁ
ହେଉଥିଲା ଆଜି ମଧ୍ଯ ଏ ନିୟମ ଅଲେଖା ହୋଇ ବି ଲାଗୁଅଛି.....
ପ୍ରେମରେ ସପଥ ଖାଇବାକୁ ହୁଏ .......
କନ୍ଯା କୁହେ ସଂସାରରେ ତୁମପାଇଁ କେବଳ ମୁଁ ହିଁ ତୁମ ଆରାଧ୍ଯ ଦେବୀ
ଖବରଦାର୍ ମୋ ବ୍ଯତିରେକ ଅନ୍ଯ କନ୍ଯା କୁ ଯଦି ଦେଖ କି ଲୁଚି ଲୁଚି ତାର ପୂଜା କରୁଥାଅ....😀😀😀😀

#KissDay 12 ଫେବୃଆରୀ

ପୁଅମାନେ ସପଥ କଲାପରେ ଝିଅ ମାନେ
କିଲେ ହେବ ଲିପିଷ୍ଟିକ ମାଖିଥିବା
ତାଙ୍କ କୃତ୍ରିମ ରଙ୍ଗୀନ ଓଷ୍ଠକୁ ପୁଅର ପ୍ରାକୃତିକ ଓଠରେ
ମିଶେଇ ଦେଇ ଦିଅନ୍ତି ।
ସଂସାରରେ ଚୁମ୍ବନ ଏମିତି ଏକ କଳା ଯାହା ମାନବର ନିଜସ୍ବ ....
ସେଥିରେ ପୁଣି ପରସ୍ପରର ଜୀବାଣୁ ଯୁକ୍ତ ମୁଖମଧ୍ଯରୁ ରସପାନ କରିବା,ପରସ୍ପର ମୁଖ ମଧ୍ଯେ ଜିହ୍ଵା ପୋଷଣ କରିବା ଆ ହା ହା !!! ସତରେ ବଡ଼ ଐଶ୍ବରୀୟ ଅନୁଭୂତି ସିଏ 😂😂😂😂
ତେବେ ଜାଣି ଖୁସି ହେବେ ଚୁମ୍ବନକରିବା ଇଉରୋପ ଲୋକେ ଭାରତୀୟ ଙ୍କ ଠାରୁ ଶିକ୍ଷା କରିଥିଲେ....😇😇😇
#HugDay 13 ଫେବୃଆରୀ

ଶରୀର କୁ ଶରୀର ରେ ମିଶେଇ ଦେଇ ଏଇଠୁ
ପ୍ରେମୀ ଯୁଗଳ ଏକ ହୋଇଯାଅନ୍ତି ।
ଏଠି ହଗ୍ ମାନେ ହଗିବା ନୁହେଁ 😀😀😀
ଆଜିକାଲି ଉତ୍ତରଭାରତୀୟ ହଗ୍ ଡେ କୁ ନେଇ
ସୋସିଆଲ ସାଇଟ୍ ରେ ଖୁବ୍ ଜୋକ୍ କରୁଛନ୍ତି ।
ଆମ
ହଗ ଶବ୍ଦ ଟି ସଂସ୍କୃତ ହଦ୍ ଧାତୁ ରୁ ଆସିଅଛି ଯାର ମୂଳ ଅର୍ଥ ଶରୀର ରୁ ତ୍ଯାଗକରିବା......
ପରବର୍ତ୍ତୀ କାଳରେ ଏହା ମଳତ୍ଯାଗକରିବା ଅର୍ଥରେ ବ୍ଯବହାର ହେଲା ।
(ସମ୍ବଲପୁରୀ-ହଦ=ବଡ଼ଗାତ,ବଲାଙ୍ଗୀର=କାଦୁଅ ପୂ.ଭା.)
ତେବେ ସେ ଯା ହେଉ
ଇଂରାଜୀରେ ହଗ୍ ମାନେ ଆଲିଙ୍ଗନ ଯାହାର ବୈଦିକ ଭାଷା ସହ ନିକଟ ସମ୍ପର୍କ ନାହିଁ ।
ଏକ ଏକ ପ୍ରାଚୀନ ନର୍ମନ୍ ଶବ୍ଦ hugga କିମ୍ବା
ଜର୍ମନ ଶବ୍ଦ hegen ରୁ ଇଂରାଜୀରେ ପ୍ରବେଶ କରିଥିବା ଅନୁମାନ କରାଯାଏ ।
ପରସ୍ପରକୁ କୁଣ୍ଢେଇ ଧରିଲେ ଏକପ୍ରକାର ର ଏନର୍ଜି ମିଳେ ବୋଲି କିଛି ଦିନ ତଳେ ଦଳେ ଗବେଷକ ମତ ଦେଇ ଥିଲେ । ବୋଧହୁଏ ଏକଥା
ସନ୍ଥ ଭାଲେଣ୍ଟାଇନ୍ ଙ୍କୁ ଜଣାଥିଲା ତେଣୁ ସେ ନିର୍ଦ୍ଦେଶ ଦେଇଥିବେ .......
ଯାଅରେ ଆଜି ହଗ୍ ଡେ
ଯାହାକୁ ପାଇଲେ କୁଣ୍ଢାଅ
ପାଓ୍ବାର ମିଳିବ 😀😀😀😀😀

#ValentinesDay 14 ଫେବୃଆରୀ

ସନ୍ଥ ଭାଲେଣ୍ଟାଇନ୍ ଙ୍କ କଥାରେ ପଡି ଦେଶ ଯାକର ଲୋକ କାମଦାମ କଲେନି ଖାଲି ପାଓ୍ବାର ପାଇଁ ପରସ୍ପରରେ କୁଣ୍ଢା କୁଣ୍ଢି ହେବାରେ ମସଗୁଲ୍ ହୋଇ ଗଲେ ।
ଏ ଆଲିଙ୍ଗନ ରୋଗ ଦିନକ ମଧ୍ଯରେ ଦେଶଯାକ ବ୍ଯାପିଗଲା । ରାଜା କ୍ଲାଉଡିୟସଙ୍କ ସେନାପତି
ରାଜାଙ୍କୂ କୁଣ୍ଢେଇବାକୁ ଦୌଡିଲେ ....
ରାଜା ଏକବାରେ ଖପ୍ପା 😀😀😀
ଆବେ ଏଟା ରାଜସଭା ନା ହାଟ ! ଏଠି କି ପାଲା ଚଲେଇଛ ?
ସେନାପତି ରାଜାଙ୍କୁ ଆଲିଙ୍ଗନ କଲେ ପାଓ୍ବାର ମିଳିବ କଥା କହିଲାରୁ ରାଜା
ଜୋରରେ ଚିତ୍କାର କରି ଉଠିଲେ !
ହାକ୍ .... ଏସବୁ ଫାଲତୁ କଥା କିଏ ପ୍ରଚାର କରୁଛି ? କିଏ ମୋ ଦେଶର ଲୋକଙ୍କୁ କିମିଆ କରିଛି ?
ସେନାପତି ମୁଁ କ୍ଲାଉଡିୟସ୍ ତୁମକୁ ଆଦେଶ ଦେଉଛି
ଯାଅ ସେ ଦୋଷୀ କୁ ତତ୍ କ୍ଷଣାତ୍ ଏଠାକୁ ଧରିଆଣ , ଆଜି ତା'ର ବିଚାର ହେବ ।
ରାଜା କହିବା ମୁତାବକ ସେନାପତି ସନ୍ଥ ଭାଲେଣ୍ଟାଇନ୍ ଙ୍କୁ ଧରିଆଣି ରାଜାଙ୍କ ଆଗରେ ହାଜରକଲା ।
ରାଜା ଭାଲେଣ୍ଟାଇନ୍ ଙ୍କୁ ଆପଦ ମସ୍ତକ ନିରୀକ୍ଷଣ କରିନେଇ କହିଲେ
"କିହୋ ସେ କପିଳା ତହେଲେ ଏ ବୁଢା ଟା.... ହଇରେ ତୁ ପୁଣି ମରଣକାଳରେ ଖ୍ରୀଷ୍ଟଲୀଳା କରିବା ଶିଖଉଛୁ....
ଯାଅ ଆକୁ ସୂଳୀରେ ବସାଅ....
ଆଜି 14 ଫେବୃଆରୀ କୁ ଭାଲେଣ୍ଟାଇନ ଡେ କହି ପାଳ

କାଲିଠୁ ଦେଶରେ 7 ଦିନଯାଏ ମୋ ହିସାବରେ ଲୋକ ସାତଟି ପର୍ବ ପାଳିବେ
ସେଇଦିନଠାରୁ ଭାଲେଣ୍ଟାଇନ୍ ଡେ ପରେ ଆଣ୍ଟିଭାଲେଣ୍ଟାଇନ୍ ଡେ ମାନ ସବୁ ପାଳନ କରାଗଲା ।

15 ଫେବୃଆରୀ #SlapDay

ଯୋଉ ମାନେ ସାତଦିନ ଯାଏଁ ପ୍ରେମ ସାଗରେ ଭାସୁଥିଲେ ସେମାନଙ୍କୁ ପରସ୍ପରକୁ ଚାପୁଡା ମାରିବାକୁ ପଡ଼ିଲା ... ଯା ହେଲେ ରଜା ଆଦେଶ
ନମାନିଲେ ମରଣ ସାର 😀😀😀

#KickDay 16 ଫେବୃଆରୀ

ଆଣ୍ଟି ଭାଲେଣ୍ଟାଇନ୍ ଡେ ର ଦ୍ବିତୀୟ ଦିନ
ପ୍ରେମୀଯୁଗଳଙ୍କୁ ପରସ୍ପରର ପିଚାକୁ ଗୋଇଠା ମାରିବାକୂ କୁହାଗଲା 😀😀😀😀

#PerfumeDay 17 ଫେବୃଆରୀ

ପ୍ରେମୀ ଯୁଗଳଙ୍କୁ ପରସ୍ପରର ମୁହଁ ରେ ପାଡିବାକୁ କୁହାଗଲା .... ରାଜା ସେଇଦିନଟିକୁ ପରଫ୍ୟୁମ୍ ଡେ କହିଲେ 😀😀😀

#FlirtingDay 18 ଫେବୃଆରୀ

ତତ୍ପର ଦିନ ରାଜା ସମସ୍ତ ଯୋଡ଼ି ମାନଙ୍କୁ ତାଙ୍କ ପାର୍ଟନର୍ ଭିନ୍ନ ଅନ୍ଯ ସହ ଫ୍ଲର୍ଟ କରିବାକୁ ଆଦେଶ ଦେଲେ 😀😀😀

#ConfessionDay 19 ଫେବୃଆରୀ

ପୂର୍ବଦିନ ପ୍ରେମୀ ମାନେ ପରସ୍ପରକୁ ଧୋକା ଦେଇଥିଲେ ତେଣୁ ବୁଝାବୁଝି ରୁଷାରୁଷିରେ
ଦିନଟା କଟିଗଲା

#MissingDay 20 ଫେବୃଆରୀ

ଦେଖାଗଲା ଏଇଦିନ ଅଧିକାଂଶ ଲୋକ ଆଉ
ରାଜାଙ୍କ ପ୍ରାସାଦ ପାଖକୁ
ଆସିଲେ ନାହିଁ
ସବୁ ଯନ ଦୁଃଖରେ ଘରେ ବସି ରହିଲେ
ଏଣେ କ୍ଲାଉଡିୟସ ମଧ୍ଯ ନିଜେ ସଫଳ ହୋଇଥିବା ଦେଖି ମନେ ମନେ ଖୁସି ହେଲା...

#BreakupDay 21 ଫେବୃଆରୀ

ରୋମ ଦେଶର ଲୋକ ବୁଝି ସାରିଥିଲେ ଯେ
ତାଙ୍କ ଦେଶରେ ଖାଲି ପାଗଳଙ୍କ ଭଳି ଅବାଞ୍ଛିତ ଅବାଧ ପ୍ରେମ କଲେ ଚଳିବନି
ତେଣୁ ବ୍ରେକ୍ ଅପ୍ ଡେ ପାଳିଲେ ସବୁ ପ୍ରେମୀ ପରସ୍ପର ଠାରୁ ଅଲଗା ହୋଇ ଗଲେ ।

ସତରେ ପ୍ରେମରେ ବିରହ ନଥିଲେ ସେ କି ପ୍ରେମ
ଜୟ ବାବା ଭାଲେଣ୍ଟାଇନଙ୍କର ଜୟ 😀😀😀😀
(Thats all folks😀😀😀)

Friday, February 10, 2017

ମଦର ଉଦ୍ଭାବକ ~ନାରୀ

ଆମ ଦେଶର ସ୍ତ୍ରୀ ଲୋକେ ସାଧାରଣତଃ ମଦକୁ ଘୃଣା କରିଥାଅନ୍ତି ।
ପତିଦେବ ସୋମରସ ପାନକରି ଆସିଲେ
କୋଉ ସ୍ତ୍ରୀ ଗାଳୀରେ ସ୍ଵାଗତ କରେ ତ
ଆଉ କିଏ
ଛାଞ୍ଚୁଣୀରେ ତାଙ୍କ ଭୂତ ଝଡାଏ 😀😀😀

ତେବେ
ନାରୀ ମାନେ ମଦକୁ ଘୃଣା କରିବାର ଏକ ଅତି ପ୍ରାଚୀନ କାରଣ ଥିବା ଅନୁମାନ କରାଯାଏ ।

ପ୍ରାଚୀନ କାଳରେ ଲୋକେ ଫଳମୂଳ ଖାଇ ବଞ୍ଚୁଥିଲେ
କିନ୍ତୁ ସବୁଦିନ ,ସବୁ ଋତୁରେ ତ
ଏକ ପ୍ରକାରର ଫଳ ଫଳିବନି ନା !!!
ତେଣୁ ପ୍ରାଚୀନ ମଣିଷ ଶସ୍ଯ ସଂଗ୍ରହ ଏବଂ ଫସଲ ରକ୍ଷଣାବେକ୍ଷଣ ବିଧି ସବୁ ଧୀରେ ଧୀରେ ଶିଖିଲା....

ସେ ସମୟରେ ଅଗ୍ନି ତଥା ଖାଦ୍ଯ ସମ୍ବନ୍ଧୀୟ
ଅଧିକାଂଶ ଦାୟିତ୍ବ ନିଶ୍ଚୟ ନାରୀ ଙ୍କ ହସ୍ତରେ ନ୍ଯସ୍ତ ଥିଲା । ଅତୀତରେ ମାନବ ଦ୍ବାରା ଚିତ୍ରିତ ଗୁମ୍ଫାଚିତ୍ର ଗୁଡିକରେ ନାରୀ ମାନଙ୍କୁ ଏହିଭଳି ଚିତ୍ରଣ କରାଯାଇଛି ତେଣୁ ଆଜି ମଧ୍ଯ ନାରୀ ମାନେ ଆମ୍ଭ ରୋଷେଇ ଶାଳ ସମ୍ଭାଳନ୍ତି ।
ନାରୀ ମାନେ ଧୀରେ ଧୀରେ ଅନେକ ପ୍ରକାରର ବ୍ଯଞ୍ଜନ ସବୁ ତିଆରି କରିଥିବା ସିଖିଥିବେ ଅନ୍ଯକୁ ସିଖାଇଥିବେ !
ଯେହେତୁ ରୋଷଶାଳ ତାଙ୍କ ହାତ ରେ ଥିଲା
ସବୁ ପ୍ରକାରର ଖାଦ୍ଯ ସାମଗ୍ରୀ ନାରୀ ମାନଙ୍କ ଦ୍ବାରା ଉଦ୍ଭାବନ କରାଯାଇଛି କହିଲେ ଭୂଲ ହେବନାହିଁ । ସମସ୍ତେ ଜାଣନ୍ତି
ସ୍ତ୍ରୀ ଜାତିଟି ଖଟାପ୍ରିୟ ଜାତି 😀😀😀
ସେକାଳେ ମଧ୍ଯ ଅଳପ ବହୁତେ ଏ ଗୁଣ ତାଙ୍କଠେଇ ଥିବ ।
ଗାଁ ରେ ଆଜି ମଧ୍ଯ ଘରେ ଘରେ ଖଟା ତିଆରି ହୁଏ ସ୍ତ୍ରୀ ଲୋକ ତାହା ଅତି ଯତନରେ ତିଆରି କରିଥାଅନ୍ତି ...
ସେହିଭଳି
ଶୀତ ଦିନରେ ନାରୀ ମାନଙ୍କ ଦ୍ବାରା କାନ୍ଧିଆ ଫଳର ରସ ସହ ଲଙ୍କା ବରକୋଳି ଆଦି ପକେଇ କାନ୍ଧିଆପାଣି କରାଯାଏ । ଏହା ଅନେକ ମାସ ଯାଏଁ ରହିପାରେ ।
ଏଇ କାନ୍ଧିଆପାଣିକୁ ହିନ୍ଦୀ ଭାଷୀ ସିର୍କା କୁହନ୍ତି ।
ସିର୍କା କେବଳ କାନ୍ଧିଆ ହିଁ ନୁହଁ ସବୁ ଫଳରସକୁ କୁହାଯାଏ ।
କୋୖଣସି ଫଳରସକୁ କିଛି ଦିନ ବନ୍ଦ ବୋତଲରେ ସାଇତି ରଖିଲେ ତାହିଁରେ ଭିନେଗାର ଉତ୍ପନ ହୁଏ ।
ପ୍ରାଚୀନ କାଳରେ ମଣିଷ ପ୍ରଥମେ ପାତ୍ର ଆଦି ତିଆରି ଶିଖିବା ପରେ ସିର୍କା ସାଇତିବା ଶିଖିଥିବ ।
ଦିନେ କୌଣସି ନାରୀ ମନରେ କୌତୁହଳ ଜନ୍ମିଥିବ
ଦେଖି ଏ ସିର୍କା କୁ ନିଆଁରେ ଗରମ କରି ଦେଖିବା କଣ ହେଉଛି ....
ସେ ତାକୁ ଘରମ କରି ଚାଖିଥିବ
ତାକୁ ତାହା ଆମୋଦିତ ଆନ୍ଦୋଳିତ ଉତ୍ସ୍ରୃଙ୍ଖଳିଥ କରିଦେଇ ଥିବ ...
ତା ଦେଖା ଦେଖି ଅନ୍ଯ ପରିବାର ସଦସ୍ଯ ମାନେ ମଧ୍ଯ ଚାଖିଥିବେ ।
ଏଇଠୁ ମଦର ଆବିର୍ଭାବ ଆଉ ମଦୁଆଙ୍କ ରାମରାଜ୍ୟର ମୂଳଦୁଆ ପଡ଼ିଥିଲା ବୋଲି ବୁଝାଯାଉ ....

ତେଣୁ ନାରୀ ମାନେ ହିଁ ସମ୍ଭବତଃ ମଦ ସହ ସବୁ
ପ୍ରକାରର ଖାଦ୍ଯ ଦ୍ରବ୍ଯର ଉଦ୍ଭାବକ
ଏବଂ ନିଜ ହାତରେ ଏକ ନିଶାଦ୍ରବ୍ଯଟିଏ ଅଜାଣତରେ
ତିଆରି କରିଦେଇଥିବାରୁ ସେଦିନ ର ପଶ୍ଚ୍ଯାତାପଟି ଆଜି ବଢି ବଢି ଘୃଣା ହୋଇଯାଇଛି ଯାହା 😉😉😉😉

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...