Thursday, December 29, 2016

★★★ପାନ୍ କାର୍ଡ ଆବେଦନ ପତ୍ର ବିଷୟରେ ★★★

ଇନକମ୍ ଟୈକ୍ସ ପଇଠ କରିବା ପାଇଁ ,ବ୍ଯାଙ୍କରେ ଖାତା ଖୋଲିବାର ଥିଲେ
ଅଥବା ନିଜର ପରିଚୟ ପତ୍ର ଦେବାକୁ ପାନ୍ କାର୍ଡ ଟା ବହୁତ ଜରୁରୀ ହୋଇଥାଏ ।

ଆଜିକାଲି ପାନ୍ କାର୍ଡ ଆୟକର ବିଭାଗ ଦ୍ବାରା ତିଆରି କରାଇବା ଟା ଆହୁରି ସହଜ ହୋଇଗଲାଣି । 

■■■■"ପାନ୍ କାର୍ଡର ଆବେଦନ ପତ୍ରରେ ଏସବୁ କରନ୍ତୁ ନାହିଁ"■■■■

1●ଆବେଦନ ପତ୍ରରେ ଅଧିକ ସଂଶୋଧନ ଅର୍ଥାତ୍ ଓଭରରାଇଟିଗଂ କରନ୍ତୁ ନାହିଁ ।
2●.ଫର୍ମରେ ନିଜର ଫୋଟକୁ ପିନ୍ କିମ୍ବା ସ୍ଟାପେନ୍ ନକରି ତରଳ ଅଠାରେ ଲଗାନ୍ତୁ ।
କେହି ଆପଣଙ୍କ ଫୋଟୋ ର ଭୂଲ ବ୍ୟବହାର କରିପାରେ ?
3●. ହସ୍ଥାକ୍ଷର ବକ୍ସରୁ ଦସ୍ତଖତ ଯେମିତି ବାହରକୁ ନଯାଏ ଧ୍ଯାନ ଦିଅନ୍ତୁ ।
4●. ଆପଣଙ୍କ ସହ ସଂପର୍କ ନଥିବା କୌଣସି ତଥ୍ୟ ପରିଚୟ ଏବଂ ଆଡ୍ରେସ୍ ସ୍ଥାନରେ ଦିଅନ୍ତୁନାହିଁ ।
5●. ହସ୍ଥାକ୍ଷର ସହ ନିଜ ଡାକନାମ ତାରିଖ ଆଦି ଦିଅନ୍ତୁନାହିଁ ।

6●. ପତି ଏବଂ ପିତା ଙ୍କ ନାମ ଏକାଠି ନଲେଖି ତନ୍ମଧ୍ୟରୁ ଜଣକ ନାମ ଲେଖନ୍ତୁ ।
7●. ନିଜ ନାମକୁ ସଂକ୍ଷିପ୍ତ କରନ୍ତୁନାହିଁ ।
8●.ଯଦି ତୁମ ପାଖରେ ଗୋଟିଏ ପାନ୍ କାର୍ଡ ଅଛି ଆଉ ଗୋଟାଏ ପାଇଁ ଆବେଦନ କରନ୍ତୁ ନାହିଁ ।

ଆବେଦନ କେମିତି କରିବେ.....

1.◆ ପାନ୍ କାର୍ଡ ଆବେଦନ ପାଇଁ 
୪୯A କିମ୍ବା ୪୯AA ପ୍ରକାର ର ପେପର୍ ବ୍ଯବହାର କରନ୍ତୁ ।

2.◆ ଆବେଦନ ବଡ଼ ଅକ୍ଷରରେ ଇଂରାଜୀ ରେ ଏବଂ କଳା ସ୍ୟାହିରେ ହିଁ କରନ୍ତୁ ।
3◆. ନିଜର ବର୍ତ୍ତମାନ ସମୟର ଫୋଟୋ ହିଁ  (3.5x2.5cm) ସାଇଜ୍ ରେ ଫର୍ମରେ ଲଗାଅ ।4. ଦସ୍ତଖତ ସଦା ହସ୍ତାକ୍ଷର ବକ୍ସ ଭିତରେ କର ।
5.◆ଯଦି ଆଙ୍ଗୁଠି ଚିହ୍ନ  ଦେବାର ଅଛି ତାହେଲେ କୌଣସି ମୈଜିଷ୍ଟ୍ରେଟ୍ ଅବା ନୋଟାରୀ ପବ୍ଲିକ୍ କିମ୍ବା ସରକାରୀ ଅଧିକାରୀ ଦ୍ବାରା ତାହା ଆଟେସ୍ଟ କରନ୍ତୁ ।
6◆. ଧାରା 114 (4) ଅନୁଯାୟୀ ପରିଚୟ,ଠିକଣା ଏବଂ ଜନ୍ମତିଥୀର ପ୍ରମାଣ  ଆଟୈଚ୍ କରନ୍ତୁ ।

7.◆ପରିଚୟ ଏବଂ ପ୍ରମାଣ ରେ ସେହି ସାକ୍ଷ୍ୟ ପ୍ରମାଣ ଲଗାଅନ୍ତୁ ଯାହା ଆବେଦନ ପତ୍ରରେ ଦେଇଥିବା ବିବରଣୀ ସହ ମେଳ ଖାଉଥିବ .... ସମ୍ବନ୍ଧିତ ହୋଇଥିବ ।
8.◆ଆବେଦନପତ୍ରରେ ନିଜର ସମ୍ପୂର୍ଣ୍ଣ ଠିକଣା ପୀନ୍ କୋଡ୍ ସହ ଲେଖନ୍ତୁ ।
9◆. ଆବେଦନପତ୍ରରେ ଟେଲିଫୋନ୍ ନଂ କିମ୍ବା Email no. ନିଶ୍ଚୟଁ ଦିଅନ୍ତୁ ।
10◆. ଯଦି ଆବେଦକ ଜଣେ ରକ୍ଷା ଅଧିକାରୀ
ତାହେଲେ AO କୋଡ୍ ଏହି ଭଳି ଭରନ୍ତୁ....
ସ୍ଥଳସେନା-- PN E W 53,
ନୌସେନା-- MUM W 11 8,
ବାୟୁସେନା-- DEL W 72 211.

11◆.ଯଦି ଆବେଦନକାରୀ ନାବାଳିକ,ମନ୍ଦବୁଦ୍ଧି,ପାଗଳ,କିମ୍ବା ମୃତକ ହୋଇଥାଏ ତାହାଲେ

ଆବେଦନପତ୍ରର କୋଲମ୍ 14ରେ ପ୍ରତିନିଧି କରଦାତାର

ବିବରଣୀ ଲିପିବଦ୍ଧ କରନ୍ତୁ ।
12.◆ଯଦି ପ୍ରତିନିଧି କରଦାତା ନିଯୁକ୍ତ କରାଯାଇଥାଏ ତାହେଲେ ତାଙ୍କ ର ମଧ୍ଯ ସାକ୍ଷ୍ୟ ଏବଂ ପରିଚୟ ପ୍ରମାଣ ଆଟୈଚ କରନ୍ତୁ ।

★★★★ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଜଣାନାହିଁ ସେଇଠୁ କଣ୍ ହୋଇଗଲା ★★★★

ଗୋଟାଏ ଭାଷା କୁ ଶିଖିବା ପାଇଁ
17 ବର୍ଷ କଣ୍ କମ୍ ସମୟ ?

ମୁଁ ଗୁଜରାଟର ସୁମୁଲ୍ ଡୈରୀ ରେ କାମ କରୁଥିଲା ସମୟରେ ମାତ୍ର
6 ମାସ ରେ ଗୁଜରାଟୀ ପ୍ରାଞ୍ଜଳ ପଢିପାରିଥିଲି ବୁଝିପାରୁଥିଲି
ମୋତେ ଗୁଜରାଟୀ ଶିଖିବାକୁ ସେତେଟା ଅସୁବିଧା ହୋଇନଥିଲା ଯେହେତୁ ମୁଁ ଭାରତରେ ଥିଲି
ପୁଣି ଆଗରୁ ଦୁଇ ତିନୋଟି ଭାରତୀୟ ଭାଷା ଜାଣିଥିଲି ।

ମାତ୍ର ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ବାବୁଙ୍କୁ ଓଡିଆ ଅକ୍ଷର ବି ପଢି ଆସେନି ହେଉ ....
ବଡବଡିଆ ଲୋକଙ୍କର ଏମିତି ଛୋଟ ଛୋଟ ଭୂଲ ହୁଏ ନା
ହେଇଟି ମାଲିକେ ତେମେ ଆମେ କହିଲେ ହେବ ? 😂😂😂😂😂

ହଁ ବାବୁ ଆମର ଗୁଡାଏ ଦିନ ବିଦେଶ ରେ ଥିଲେ ....
ବିଦେଶରେ ପିଲାଦିନ ଯୌବନକାଳ କାଟିଛନ୍ତି
ଆଉ ବୃଦ୍ଧକାଳରେ ଚକ କଳ ନଳ
ପଢିଲେ କଣ୍ ହୁଏ ???
କଂଗ୍ରେସ୍ ଅମଳରେ ପ୍ରୌଢ଼ ଶିକ୍ଷା ଅଭିଯାନ କେତେ ସଫଳ ହୋଇଛି
ଏକଥା ଆଜି ସଭିଏଁ ଦେଖୁଛନ୍ତି ।

ହେଉ ବା ଓଡ଼ିଆ ପୁଣି ଗୋଟାଏ ଭାଷା ???
ଆଜିକାଲି କୋଉ ଧନୀଘର ପୁଅଝିଅ ଓଡିଆ ମିଡିୟମ୍ ସ୍କୁଲ୍ ରେ
ପଢୁଛନ୍ତି ବା....ଜଣକ ନାଆଁ କୁହ ତ.....

ଆମ ମୁଖ୍ୟମନ୍ତ୍ରୀଙ୍କୁ ବି ଓଡ଼ିଆ ଜଣାନାହିଁ
ରାଜା ଭୂଲକଲେ
ଭୂଲଟା ପ୍ରଜାର ବୋଲି ବିଦେଶରେ ଗଣାଯାଏ
ତେଣୁ ଆମ ମୁଖ୍ୟମନ୍ତ୍ରୀଙ୍କୁ
ଓଡ଼ିଆ ଭାଷା ଜଣାନାହିଁ କଣ ହୋଇଗଲା ସେଇଠୁ....

ହଁ ଯଦି ଆମ ମୁଖ୍ୟମନ୍ତ୍ରୀଙ୍କର କିଛି ଦୂର୍ଗୁଣ
ଅଛି ତାହେଲେ କୁହ....
ଆମ ମୁଖ୍ୟମନ୍ତ୍ରୀ ମୋଦୀଙ୍କର ପରି ଚାଲାକ ଚତୁର....
ଏଇ ଯୋଉ ବିହାର ମହାଗଠବନ୍ଧନ ହୋଇଥିଲା
ମନେ ଅଛି
କୁହାଯାଏ ସେ ଆଇଡିଆ ଆଗେ ଆମ ନବୀନ ବାବୁଙ୍କ ଭେଜାକୁ ଆସିଥିଲା ..
ଖାଲି କଂଗ୍ରେସ ସାମିଲ ହେବ ଜାଣି ସିଏ ସେଥିରୁ ଓହରିଗଲେ ନା

ତେବେ ସେ ଯା ହେଉ ନା କାହିଁକି
ଆମ ମୁଖ୍ୟମନ୍ତ୍ରୀ ମଧ୍ଯ ଜଣେ ବିଶ୍ବସ୍ଥରୀୟ
ପ୍ରତିଭାବାନ କବି !!!!

ଆଗେ ବିଲାତରେ ଥିଲା ବେଳେ
କେତେ କେତେ
ଇଂରାଜୀ କବିତା ଲେଖୁଥିଲେ

ଆଜି
ଏଠି କବିତା ଲେଖିବା କୁ ସେଇ କବି ପାଖରେ
ସେତେଟା ସମୟ କାହିଁ
ଆଉ ଆଜି କାଲିର ଆଧୁନିକ କବିତା ......

ମୁଁ ଯାଇ ଥେଲି ମାମୁଁ ଘର
ମାମୁଁ ଘର ନୁହେଁ ସେଟା zoo
ଡରିଗଲି ଥରିଗଲି ଜ୍ବରରେ
କମ୍ପିଗଲି ହେଇଗଲା ମୋତେ flu 😂😂😂😂

ଏମିତିଆ କବି ତ ହଜାର ହଜାର ଏ ଦେଶର ଦାଣ୍ଡରେ ଗଡ଼ନ୍ତି....ତେଣୁ କବିଙ୍କ କଲମ ମୌନବ୍ରତ ଧାରଣ କରିଛି ।
😂😂😂

Wednesday, December 28, 2016

◆◆◆ସତ୍ତା ଏବଂ ଶାଢ଼ୀ◆◆◆

ଗୋଟାଏ ଲୋକକଥା ଅନୁଯାୟୀ ସମ୍ରାଟ ହେବାର ଲାଳସାରେ ଏକ ରାଜ୍ୟ ର ଅସନ୍ତୁଷ୍ଟ ଅମାତ୍ୟ ,
ଜଣେ ପ୍ରସିଦ୍ଧ ତାନ୍ତ୍ରୀକ ସହ ମନ୍ତ୍ରଣା କଲା ।

ଖଡିଗାର ପକାଇ ତାନ୍ତ୍ରିକ ଅମାତ୍ୟକୁ କହିଲା
ତୁମରାଜ୍ୟରେ କୌଣସି ଶାଢ଼ୀ ଧାରଣକାରୀ ବ୍ୟକ୍ତିର ସମ୍ରାଟ ହେବାର ଯୋଗ ଅଛି ।
ଅମାତ୍ୟ ସେଇଠୁ ରାତିକୁ ଶାଢ଼ୀ ପିନ୍ଧି ଶୋଇଲା ।

ବର୍ଷ ବର୍ଷ ବିତିଗଲା
କିଛି ବି ହେଲାନି ।
ଅମାତ୍ୟ ନୀରାଶ ହୋଇରହିଲା ।

Note~ରାଜ୍ୟର ସତ୍ତାସୂତ୍ର ପ୍ରକୃତରେ ରଜ୍ୟରାଣୀଙ୍କ ହାତରେ ଥିଲା
ରାଜା କେବଳ ରାଜଗାଦୀରେ ବସୁଥିଲେ ।

ତାନ୍ତ୍ରିକ କୁ ଭବିଷ୍ୟତ ପଢିବା ତ ଜଣା ଥିଲା କିନ୍ତୁ ତାହାକୁ ଠିକ ସେ ବୁଝି ଅନ୍ୟକୁ ବୁଝାଇ ପାରିବାର ଦକ୍ଷତା ତାନ୍ତ୍ରିକ ପାଖରେ ନଥିଲା ।

●●●●ଲାଙ୍ଗୁଡ●●●●

ଯେଉଁ ମାନେ ଗ୍ରାମରେ ରୁହନ୍ତି ଅଅବା ଗ୍ରାମୀଣ ପୃଷ୍ଠଭୂମିର ସେମାନେ ଏହି ଦୃଶ୍ୟ ନିଶ୍ଚୟଁ ଦେଖିଥିବେ ।
ବାକି ନିଜ କଳ୍ପନା ଶକ୍ତି ବଳରେ ଦେଖିନିଅନ୍ତୁ ।

ଗାଁ ର କୌଣସୀ ପଶୁ ଯେବେ ରୋଗଗ୍ରସ୍ତ ହୁଏ କିମ୍ବା ବୃଦ୍ଧାବସ୍ଥା ଯୋଗୁଁ ଅତ୍ୟନ୍ତ ଶକ୍ତିହୀନ ହୋଇଯାଏ ....କିଛି କରିପାରେନା
ବାରମ୍ବାର ଉଠିବାକୁ ଚୈଷ୍ଠାକରି ମଧ୍ଯ ସେ ଅକୃତକାର୍ଯ୍ୟ ହୁଏ ,ବସିଯାଏ ।

ଉଠି ଠିଆ ହେବା ଅତି ଜରୁରୀ ।
ଠିଆ ନ ହେବ ଯଦି ମରିଯିବ ।

ଏମିତି ରେ କୃଷକ ଦୁଇ ଚାରିଜଣ ଲୋକ ଯୁଟାଏ ଏବଂ ସାହାରା ଦେଇ ସେମାନେ ଗୋରୁ କୁ ଠିଆ କରି ଦିଅନ୍ତି ।
ଦୁଇ ଲୋକ ଆଗରୁ ଦୁଇ ଲୋକ ପଛରୁ ଏବଂ ଜଣେ ଲାଙ୍ଗୁଡ ଧରି ଉଠାନ୍ତି ।
ଏବେ ଆପଣ ଭାବୁଥିବେ ଭଲା କଥା ଲାଙ୍ଗୁଡ ଧରି ଉଠାଇବା କଣ ଦରକାର ଯେ ......!!!
ଲାଙ୍ଗୁଡ ଯେଉଁଠି ପିଠି ସହ ଯୋଡା ହୋଇଥାଏ... ପିଚା ରୁ ଠିକ ଉପରେ ହାଁ.....
ସେ ବହୁତ ମଜବୁତ୍ ଯୋଡ ହୋଇଥାଏ ।

ଯେ ପର୍ଯ୍ୟନ୍ତ ସେଠାରୁ ଜୋର ନ ଲଗାଯାଇଛି....
ପଶୁ ହେଉ କିମ୍ବା ମନୁଷ୍ୟ...
ଉଠି ଠିଆ ହେବା ଟା ଦୁଃସାଧ୍ଯ !!!!!!

ମଣିଷ ମାନଙ୍କର ଲାଞ୍ଜ ନାହିଁ
ତେଣୁ ଏ ଅଭାବ ପୁରଣ ପାଇଁ ସଭିଏଁ ଏଇ ଚୈଷ୍ଟାରେ ଥାଅନ୍ତି ଯେ ଗୋଟାଏ ଯୋଡାଏ ପାଞ୍ଚ ପଚିଶ ମୋ ପଛରେ ଚାଲନ୍ତୁ ମୋ କଥା ଶୁଣନ୍ତୁ ....
ମୋର ପ୍ରଶଂସା କରନ୍ତୁ ଇତ୍ୟାଦି ।

ମଣିଷ ମାନଙ୍କ ମଧ୍ଯରେ ଗୋରୁ ହେଉଛନ୍ତି
ଧନାଢ୍ୟ,ବୁଦ୍ଧିଜୀବୀ, ସେଲେବ୍ରିଟି,ନେତା ଶିଳ୍ପପତି ,ଫେସବୁକିଆନ୍ ମଠାଧୀଶ୍ ଆଦି.... ଏମାନଙ୍କର ପ୍ରଶସଂକ ଫୋଲୋର ମାନେ ହିଁ ଏମାନଙ୍କ ର ଲାଙ୍ଗୁଡ଼ ।

କବିତାରେ ଗୀତା

ଦୁଃଖ ର ସ୍ବୟଂ ଅଭାବ ହେବ
ବୁଦ୍ଧି ହେବ ସ୍ଥିର
ସ୍ବୟଂ ଇଶ୍ବର ସାକାର ହେବେ
ଆଉ ଇଶ୍ବର କଣ ???
ମନକୁ ପ୍ରସନ୍ନ କରିଦିଏ ଯିଏ
ରାଗଦ୍ବେଷ କରେ ଲୋପ ଯେ
ଯେ ଭୋକ ଶୋଷର ଅନ୍ତକରେ
ଦୁଃଖ ସୁଖ ର ପରିଭାଷା ବଦଳାଏ
ଏକରସ ଜୀବନ ଲାଗେ
ଭକ୍ତି ଭାବ ଯେବେ ଲାଗିରହେ ।
ମନ ନ ଭ୍ରମେ
ଅଙ୍ଗ ନ ଥକେ
କେବଳ ଜୀବନ ନିର୍ଝର ଭଳି ଲାଗେ
ଇଶ୍ବର ଯେବେ ଜୀବନ ଲାଗେ

ମୂଳ ରଚନା ଅଶ୍ବୀନ କପୁର (ହିନ୍ଦୀ)....

Sunday, December 25, 2016

●●●ପୃଥିବୀକୁ ଆଗେ ଅଣ୍ଡା ଆସିଥିଲା ନା କୁକୁଡା ●●●

1827 ମସିହା କଥା....
ରସାୟନଶାସ୍ତ୍ରୀ ବିଲିୟମ୍ ପ୍ରାଉଡ୍ ତାଙ୍କ ବନ୍ଧୁ ମାନଙ୍କ ସହ ଏକ ଫ୍ୟାମିଲୀ ପାର୍ଟୀରେ ବସି ବାର୍ତ୍ତାଳପ କରୁଥାଅନ୍ତି ।
ଏମିତିରେ ଜଣେ ମହିଳା କୌତୁକରେ ତାଙ୍କୁ ପଚାରିଦେଲେ.....
କଣ୍ ଆପଣ ପ୍ରମାଣ କରିପାରିବେ ଯେ "ଦୁନିଆକୁ ଆଗ ଅଣ୍ଡା ଆସିଥିଲା ନା କୁକୁଡା "।

ବିଲିୟମ୍ ଙ୍କୁ କିନ୍ତୁ ଏଇ ମଜାଳିଆ ପ୍ରଶ୍ନରୁ ସେଦିନ ଅନୁସନ୍ଧାନ ଯୋଗ୍ୟ ବିଷୟଟିଏ ମିଳିଯାଇଥିଲା ।

ଆରମ୍ଭ ହୋଇଗଲା ଗବେଷଣା ।
ଅଣ୍ଡା ଖୋଳପାକୁ ପରୀକ୍ଷା କରୁଥିବା ସମୟରେ
ତାଙ୍କୁ ଏଲବ୍ଲ୍ୟୁମିନ୍ଜ୍ ନାମକ ଏକ ଜଟିଳ ଯୌଗିକ ଅଣୁ ମିଳିଲା ।

ସବୁପ୍ରକାର ପଦାର୍ଥରେ ଥିବା ପରମାଣୁକୁ ସିଏ ତିନିଭାଗରେ ବାଣ୍ଟିଦେଲେ ।
ସ୍ଫଟିକ ଏବଂ ଶର୍କରା,ଚର୍ବୀ ତଥା ତୈଳଜାତୀୟ ଏବଂ ତୃତୀୟରେ ଅଣ୍ଡା ଖୋଳପାରୁ ମିଳୁଥିବା ଏଇ ଏଲବ୍ଳ୍ୟୁମିନ୍ଜ୍.....

ସ୍ପଟିକ ଶର୍କରା ଚର୍ବୀ ତେଲ ଆଦିରେ
କାର୍ବନ୍ ହାଇଡ୍ରୋଜୈନ ଏବଂ ଅକ୍ସିଜେନ୍ ର ଉପାଦାନ ଥିଲାବେଳେ
ଏଲବ୍ଲ୍ୟୁମିନ୍ଜ୍ ରେ ଏଇସବୁ ମୌଳିକ ଉପାଦାନ ସହ ନାଇଟ୍ରୋଜେନ୍ ଏବଂ ସଲଫର୍  ମଧ୍ଯ ମିଳିଲା ।

ତେବେ ବିଲିୟମ୍ ପ୍ରାଉଡ୍ କେବେବି ଏହା ପ୍ରମାଣ କରିପାରିଲେ ନାହିଁ ଯେ
ପୃଥିବୀ କୁ ଆଗେ ଅଣ୍ଡା ଆସିଥିଲା ନା କୁକୁଡା....
ତେବେ ପରେ
ଏଇ ଏଲବ୍ଲ୍ୟୁମିନ୍ଜ କୁ ନେଇ ଆଉ ଜଣେ ବୈଜ୍ଞାନିକ ବିଶେଷ ଅନୁଧ୍ଯାନ କରିବା ସହ
ଏହାକୁ ପ୍ରୋଟିନ୍ ନାମ ଦେଲେ ।

ଲାଟିନ୍ ରେ ପ୍ରୋଟିନ୍ ର ଅର୍ଥ ହେଉଛି
ପ୍ରଥମ୍
ଏହା ମୂଳ ବୈଦିକ ଶବ୍ଦର ପରିବର୍ତ୍ତିତ ଲାଟିନ୍ ରୂପ ।
ଯେହେତୁ ପ୍ରାଣୀ ମାନଙ୍କ ମଧ୍ଯରେ ଏହା ମିଳିଥିବା ପ୍ରଥମ ମହତ୍ବପୂର୍ଣ ତତ୍ବ ଥିଲା ତେଣୁ ଏଭଳି ନାମକରଣ କରାଯାଇଥିବା ବିଶ୍ବାସ କରାଯାଏ ।

ଆଗକୁ ପ୍ରୋଟିନ୍ ର ଅଧିକ ଅଧ୍ଯୟନରୁ ଜଣାଗଲା ଯେ

ପ୍ରୋଟିନ୍ ମଧ୍ୟରେ 20 ରୁ 22 ଟି
ସରଳ ପରମାଣୁ ଥାଏ ଯାହାକୁ ଏମିନୋ ଏସିଡ୍
କୁହନ୍ତି ଏବଂ ପ୍ରତ୍ୟେକ ପ୍ରୋଟିନ୍ ଅଣୁରେ 10 ରୁ 22 ପ୍ରକାରର ଭିନ୍ନ ଭିନ୍ନ ଏମିନୋ ଏସିଡ୍ ମିଳିଥାଏ ।
ଏଇ ଏମିନୋ ଏସିଡ୍ ଯୋଗୁଁ ଆଜକୁ 350 କୋଟି ବର୍ଷ ତଳେ ପୃଥିବୀରେ ଜୀବନ ସୃଷ୍ଟି ହୋଇଥିବା ବୈଜ୍ଞାନିକ ମାନେ ମତ ଦିଅନ୍ତି ।

କିନ୍ତୁ......
କେମିତି ???

ତାହା
ପରବର୍ତ୍ତୀ ପୋଷ୍ଟରେ ଜାଣିବା.....

Tuesday, December 20, 2016

.....ପୃଥିବୀ ଆମ ବିନ୍ଦୁ ଭଳି...

ନା ଈସା, ନା ମୁସ୍ଲିମ୍ ,
ନା ହିନ୍ଦୁ ଭଳି .....
ଅଦ୍ଭୁତ ଏହି ବ୍ରହ୍ମାଣ୍ଡେ ପୃଥିବୀ
କେବଳ ଏକ ବିନ୍ଦୁ ଭଳି !!

ଛୋଟ ଏହି ପୃଥ୍ବୀରେ
ମହାଦେଶ ଅଛି       ସାତଗୋଟି
ଶତ ଶତ ନଦୀ ସହ
ପଞ୍ଚ ମହାସାଗରଙ୍କ    ଏ      ମିଳନସ୍ଥଳୀ

ସପ୍ତମହାଦେଶେ  ଅଛି ପୁଣି
ଶହେ ପଞ୍ଚାନବେ ଗୋଟି ଦେଶ
ସାତଶହ କୋଟି ଜନସଂଖ୍ୟା
ଭିନ୍ନ ଭିନ୍ନ କେତେ ପରିବେଶ

ଜାତି ଧର୍ମ ନାମରେ
ମରି ମାରନ୍ତି ଲୋକ ଏଠି
ଧର୍ମ ରକ୍ଷକ ମୌଳିବାଦୀ
ନିତି କରନ୍ତି ଡ୍ରାମା ଏଠି ।

ଛୋଟିଆ ଏଇ ଦୁନିଆରେ
ଲୋକଙ୍କ ମହିମା ନିଆରା
ସତ୍ତା ଲେଭି ଯେ ଯେତେ
ପଦ ପାଇଁ ହୁଏ ହଣାମରା ।

ଯେଉଁ ଇଶ୍ବର ସୃଷ୍ଟିକର୍ତ୍ତା
ସତେକି ଏତେ ଦୂର୍ବଳ
ମାନବ ବଳରେ ବଞ୍ଚିବା କି
ଉପରବାଲାର କର୍ମଫଳ ?

ବିନ୍ଦୁ ଭଳି ଏହି ଧରିତ୍ରୀରେ
ପିମ୍ପୁଡି ସମ ମାନବ ମାନେ
ଗର୍ବ ତଥାପି ହୃଦେ ରଖନ୍ତି
ଇଶ୍ବର ଅବା ଜଣେ ଜଣେ


●●●◆ସାୟନୋବୈକ୍ଟରିୟା◆●●●

ଆଜକୁ ପ୍ରାୟ 3,5 ଆରବ ବର୍ଷତଳେ
ପୃଥିବୀ ଆଜିଭଳି ନଥିଲା ।
ସେତେବେଳେ ବାୟୁମଣ୍ଡଳରେ ଅଧିକାଁଶରେ
ନାଇଟ୍ରୋଜେନ୍,କାର୍ବନ୍ ଡାଇଅକ୍ସାଇଟ୍
ଏବଂ ମିଥେନ୍ ଗ୍ୟାସ ହିଁ
ଥିଲା ଏବଂ ଅକ୍ସିଜେନ କେବଳ ଜଳକଣା ମଧ୍ୟରେ ଥିଲା ।
ସମୁଦ୍ରରେ ଏମିତି ଜୀବ ଥିଲେ ଯେଉଁମାନେ ବିନା ଅକ୍ସିଜେନରେ ଜୀବିତ ରହିପାରୁଥିଲେ ।

କିନ୍ତୁ ପ୍ରାୟଃ 2.5 ରୁ 3.5 ଆରବ ବର୍ଷ ତଳେ ଏହି ସୁକ୍ଷ୍ମଜୀବମାନଙ୍କ ମଧ୍ଯରୁ ଏକ ଏକକୋଷୀ ଜୀବ ନିଜର ଏକ ଦକ୍ଷତା ବିକଶିତ କଲା ।
ତାହା ଥିଲା ଫୋଟୋସିନ୍ଥେସିସ୍
.....
ସାୟୋନୋବୈକ୍ଟରିଆ ନାମକ ଏକ ଏକ କୋଷୀ ଜୀବ
ସୂର୍ଯ୍ୟକିରଣ ବଳରେ କାର୍ବନ ଡାଇଅକ୍ସାଇଟ୍ ଏବଂ ପାଣୀରୁ ଶର୍କରା ପ୍ରସ୍ତୁତ କରିବା ଆରମ୍ଭ କରିଦେଲା ଏବଂ ବର୍ଜ୍ୟବସ୍ତୁ ରୂପେ ଅକ୍ସିଜେନକୁ ମୁକ୍ତକରୁଥିଲା ।
ଶର୍କରା ତାକୁ ବଞ୍ଚିବାରେ ସହାଯ୍ୟକଲା ଏବଂ ଜଳ ତଥା କାର୍ବନଡାଇଅକ୍ସାଇଟ୍ ର ଅସରନ୍ତି ଭଣ୍ଡାର ଯୋଗୁଁ ସାୟୋନୋବୈକ୍ଟରିଆ ର ବଂଶବୃଦ୍ଧି ତୀବ୍ର ହେଲା ।

ସେମାନେ ଧୀରେ ଧୀରେ ପୃଥିବୀ ପୃଷ୍ଠରେ ଏକ ନୂଆ ବିଶାକ୍ତଗ୍ୟାସ ଛାଡିବାକୁ ଲାଗିଲେ......
Oxygen ....
ପ୍ରଥମେ ପ୍ରଥମେ ଏହି ଅକ୍ସିଜେନ
ମୃତ ଏକକୋଷୀ ଜୀବ ଏବଂ ଲୋହ ସହ ପ୍ରତିକ୍ରିୟା କରୁଥିଲା କିନ୍ତୁ କିଛି ହଜାର ବର୍ଷ ମଧ୍ଯରେ ଏତେ ପରିମାଣରେ ଅକ୍ସିଜେନ ଜମାହୋଇଗଲା ଯାହା ପ୍ରାଣୀଜଗତ ପାଇଁ ହୋଇପଡିଲା ବିପଦଜନକ ।
ଧୀରେ ଧୀରେ ପୃଥିବୀରୁ ଏକକୋଷୀ ଜୀବ ମରୀବାକୁ ଲାଗିଲେ
ଏବଂ ସାୟନୋବୈକ୍ଟରିଆ ମଧ୍ଯ ଏହି ସଂକଟରୁ କଷ୍ଟରେ ବର୍ତ୍ତିଗଲେ ।
ଭୂବୈଜ୍ଞାନିକ ମାନେ ଏହି ଘଟଣା କୁ
ଅକ୍ସିଜେନ ସଂକଟ କହିଥାଅନ୍ତି ।

ତେବେ ଏଇ ନୂଆ ବିଷାକ୍ତ ଗ୍ୟାସ ଯୋଗୁଁ ଆଉ ଏକ ପରିବର୍ତ୍ତନ ଘଟିଲା ।

ଆଗେ ପୃଥିବୀପୃଷ୍ଠରେ ମିଥେନ ଗ୍ୟାସ୍ ଯୋଗୁଁ ଏକ ଉଷ୍ମ ବାୟୁମଣ୍ଡଳ ଗଢିଉଠିଥିଲା କିନ୍ତୁ ଅକ୍ସିଜେନ ଆଧିକ୍ୟତା ଯୋଗୁଁ ଏହି ଗ୍ୟାସ ଗୁଡିକ ମଧ୍ଯରେ ରାସାୟନିକ ପ୍ରତିକ୍ରିୟା ଘଟି ମିଥେନ ଏବଂ ଅକ୍ସିଜେନ ରୁ ଜଳକଣା ଏବଂ କାର୍ବନ୍ ଡାଇଅକ୍ସାଇଡ୍ ତିଆରି ହେବାକୁ ଲାଗିଲା .....

ମିଥେନ ଗ୍ୟାସ ଅପେକ୍ଷା ଜଳ ଏବଂ କାର୍ବନ ଡାଇଅକ୍ସାଇଡ଼ କମ୍ ଉତ୍ତାପ ଧରି ରଖିପାରନ୍ତି ତେଣୁ ପୃଥିବୀ
ଥଣ୍ଡା ହେବାକୁ ଲାଗିଲା ଏବଂ ଆଜକୁ ପ୍ରାୟ 2.1 ରୁ 2.4 ଆରବ ବର୍ଷ ତଳେ ପୃଥିବୀରେ ପ୍ରଥମ ହୀମଯୁଗ ହୋଇଥିବା ବୈଜ୍ଞାନିକ ପ୍ରମାଣ କରନ୍ତି ।

ତେବେ ଏହି ହିମଯୁଗ ମଧ୍ଯରେ .....

ସାୟନୋବୈକ୍ଟରିଆ ଏବଂ ଅନ୍ୟ କିଛି ଏକକୋଷୀ ଜୀବ ଜୀବିତ ଥିଲେ ।

ଅତଳ ସମୁଦ୍ରରୁ ବୈଜ୍ଞାନିକମାନଙ୍କୁ
ଏମିତି ଏକ
ପ୍ରାଚୀନ ଫୋସିଲ୍ ମିଳିଛି ।

ଯାହା ବଳରେ ବୈଜ୍ଞାନିକ ମାନେ ଅନୁମାନ କରିଛନ୍ତି ଯେ କାଳେ
ଏକ ଏକକୋଷୀ ଜୀବ କେବେ କୋଣସି ସାୟନୋବୈକ୍ଟରିଆ କୁ ଖାଇ ଯାଇଥିଲା କିନ୍ତୁ ସେ ନ ମରି ତା ସହ ଯୋଡି ହୋଇ ଏକ ନୂତନ ଜୀବ ସୃଷ୍ଟି କଲେ ଯାହା କି ସମସ୍ତ ଉଦ୍ଭିଦ ମାନଙ୍କ ପୂର୍ବଜ ଥିଲା ।

ଯେହେତୁ ଏକକୋଷୀ ଜୀବମାନଙ୍କ ମଧ୍ୟରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଭଳି ପ୍ରଜନନ ହୁଏ ନାହିଁ ତେଣୁ ଏହା ଅଧିକ ଯୁକ୍ତିଯୁକ୍ତ ଲାଗୁଅଛି ।।।।

ସବୁଠୁଁ ମଜା କଥା ହେଲା ଯେ

ଏହି ସାୟନୋବୈକ୍ଟରିଆ ଆଜି ବି ଆମ ପୃଥିବୀରେ ସବୁ ସ୍ଥାନରେ ମିଳିଯାଅନ୍ତି
.....
ସେମାନେ ଆଜି ବି ଅମ୍ଳଜାନ ଛାଡୁଛନ୍ତି କିନ୍ତୁ ଏହା ବି ସତ ଯେ ସେଇ ମାନଙ୍କ ଯୋଗୁଁ ହିଁ ଦିନେ ପୃଥିବୀରୁ ଜୀବ ନିଶ୍ଚିହ୍ନ ହୋଇଯାଇଥିଲେ ପୁଣି ସେମାନେ ନଥିଲେ ହୁଏତ ଆଜି ଆମେ ନଥାନ୍ତେ......

Sunday, December 18, 2016

କର୍ମଗୁଣ

ଉଚ୍ଚ ସେହୁ ଉଚ୍ଚ କର୍ମ କରେ ଯେଉଁ ଜନ....
କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ.....
ନୀଚ ହୋଇ କରେ ଯେବେ
ଉତ୍ତମ କରମ.....
ତା ଚରଣ ଉଚ୍ଚ ସେବେ
ସଂସାର ଧରମ.....
କର୍ମ ଯୋଗୁଁ ଲୌହ ଆସି
ରହେ ସମାଦରେ.....
ଶୋଭିତ ହେବାକୁ ସ୍ବର୍ଣ୍ଣ ଲାଗେ ତା ପାଦରେ....

🌼ସ୍ବଭାବକବି ଗଙ୍ଗାଧର ମେହର🌼

Tuesday, December 13, 2016

ଅଣ୍ଡାମାଡ଼ କଳାପତାକା ପ୍ରଦର୍ଶନ କେତେଦୂର ଠିକ

ରାଜ୍ୟର ଅନ୍ୟତମ ବିରୋଧୀ ପାର୍ଟି ପାଖରେ ସରକାରୀ ନେତା ଓ କର୍ମଚାରୀମାନଙ୍କ ପାଇଁ ଅଛି କେବଳ ଅଣ୍ଡା ଏବଂ କଳା ପତାକା ।
ଅଣ୍ଡା କୁ ଇତିମଧ୍ୟରେ ସେମାନେ ପରମାଣୁ ବମ୍ ଭାବିନେଲେଣୀ....
କଳାପତାକା କୁ କୁଆଡେ
ବିଜେଡୀ ନେତାଏ ଆଉ
ସେତେଟା
ଗୁରୂତ୍ବ ଦେଉ ନାହାନ୍ତି

ତେଣୁ ବିଜେପୀ
ପାଇଁ ପରମାଣୁ
ଅସ୍ତ୍ର ପାଲଟିଛି
ଅଣ୍ଡା ।
ଆଜି
ବୟନ ଶିଳ୍ୱ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ବିରୋଧ କରି ବିଜେପୀ ସମର୍ଥକ ଫିଙ୍ଗିଥିଲେ ଅଣ୍ଡା ।

ପାଟଣାଗଡ ମହିଳା ସଶକ୍ତିକରଣ ମିଟିଂକୁ ଯାଉଥିଲେ ମହିଳା ମନ୍ତ୍ରୀ ଜଣକ........
ଠିକ ପାଟଣାଗଡ ରାମୋଜି ଛକ ନିକଟରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ହୋଇଥିଲା ଅଣ୍ଡାମାଡ ।
ଏପଟେ
ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ନୂଆପଡାରେ କଳାପତାକା ଦେଖେଇ ଆଜି ବିଜେପୀ ପକ୍ଷରୁ ବିରୋଧ କରାଯାଇଛି ।
ଏଠି ପ୍ରଶ୍ନ ଉଠେ
ଇଏ କି ଭଳିଆ ରାଜନୀତି ?
କଳାପତାକା କିଏ ଦେଖାଏ ?
ଅଣ୍ଡାମାଡ କେତେ ଦୂର ଆଇନ ସଙ୍ଗତ ।ମୋ ଜାଣିବାରେ ଅଧୁନା କଳାପତାକା
ର ବଡ଼ ନାମଡାକ !
ଖାସ ଯେବେଠୁଁ ଆଇଏସ୍ ଆଇଏସ୍
ଏହାକୁ ନିଜ ବିରୋଧର ଚିହ୍ନ କରିଛି ସେବେଠୁଁ
ୟୁରୋପର କେତେକ ଦେଶରେ
କଳାପତାକା ଦେଖାଇଲେ ମିଳୁଛି ଜେଲଦଣ୍ଡ ।
ଅଣ୍ଡାମାରିବା କଳାପତାକା ଦେଖାଇବା ଯଦି ବିଜେପୀ ପାଇଁ ଏକ ସୁସ୍ଥ ସକାରାତ୍ମକ ରାଜନୀତି
ତାହାଲେ ମୁଁ ମୋ ଓଡିଆ ଭାଇ  ଭଉଣୀ ମାନଙ୍କୁ ଆହ୍ବାନ କରୁଛି....
ମୋଦୀ .....
ଶାହ ଙ୍କ ଓଡିଶାଗ୍ରସ୍ତ ବେଳେ ମଧ୍ୟ ଏହିଭଳି ଅଣ୍ଡାମାଡ କଳାପତାକା ପ୍ରଦର୍ଶନ କରାଯାଉ ।
ଯେସା କୁ ତେସା ଏହା ହିଁ ଏ ଯୁଗର ବିଜୟ ମନ୍ତ୍ର ।

ମୋଦୀଙ୍କ ପାର୍ଟୀ ଲୋକେ ବଡ଼ ବଡ଼ ସ୍ବପ୍ନ ଦେଖୁଛନ୍ତି 2029 ଯାଏଁ ରାଜ କରିବେ....
କରନ୍ତୁ କିନ୍ତୁ ଯଦି ତାଙ୍କ ରାଜନୀତି କୁଚକ୍ରରେ ମହାନଦୀ ମରେ
ତେବେ ତାଙ୍କ ନେତାଙ୍କୁ ଏଠାକା ଲୋକେ
ଅଣ୍ଡା ନୁହଁ ଢେଲା ପଥର ମାରିବେ
.....😣😑😪😎

କନକନ୍ୟୁଜ

Monday, December 12, 2016

● ବାହ ବାହ ରେ କୈପିଟଲ୍ ●

ଆଗେ ଥିଲା ବାଘ ଭାଲୁ ଭରା ଏ ଜଙ୍ଗଲ 2
ତୁ ଦେଖ ଲୋ ଶୁକୁଟା ବୋଊ
ଚଳୁଛି ଆଜି ଦାଉ ଦାଉ
ବାହ ବା ,,,ବାହ ବା
ବା ରେ କୈପିଟଲ......
ବା ରେ କୈପିଟଲ

ଆଗେ ଥିଲା ଡିବିରୀ ବତୀ
ଟାଙ୍ଗରା ଢିପ ଖାଲ
      ତୁ ଦେଖ ଲୋ ଶୁକୁଟା         ବୋଊ
ଘାଇଁ ଘାଇଁ
        ବୁଲେ ବିଞ୍ଚଣା ନଳ
ବାହ ବା
     ବାହ ବା
ବା ରେ କୈପିଟଲ
      ବା ରେ କୈପିଟଲ

ମଥା ରୁ ଓଢଣା ଖୋଲି ଦେଖଲୋ
      ଟିକିଏ
ନୂଆ ରାଜଧାନୀ ଆଜି
            ଫୁକୁଫୁକୁ ଡିଏଁ.....
ଅଛି ଏଠି ରାଇଜର
            ବଡ ଦଫତର୍
ଦେଖ କେତେ ବଡ଼ ବଡ଼ ସରକାରୀ ଘର.......
ତୁ ଦେଖ ଲୋ ଶୁକୁଟା ବୋଊ
ରାସ୍ତା ଘାଟେ
         ଭାସେ ତେଲ.....
ବାହ ବା ବାହ ବା
           ବା ରେ କୈପିଟଲ......

ଗାଡି ଭଳି
         ସବୁ ଘରେ
                  ରହିଛି ନମ୍ବର
ମନେ ରଖ କହୁଛନ୍ତି
             ତାକୁ ହିଁ କ୍ବାଟର....
ନମ୍ବର ନଜାଣି କା'ର
ପାଇବୁନି ଘର
ଶୁକୁଟାଠୁଁ
ଆଣିଛୁ କି ତା ମାମୁଁ ନମ୍ବର
ତୁ ଦେଖ ଲୋ ଶୁକୁଟା ବୋଊ
ଭାସେ ବୋଟର ବୁଡେ ସୋଲ
ବାହ ବା ବାହ ବା
ବା ରେ କୈପିଟଲ.....ବା ରେ କୈପିଟଲ
ଆଗେ ଥିଲି ଡିବିରୀ ବତୀ ଟାଙ୍ଗରା ଢିପ ଖାଲ ବାହ ବା ବାହ ବା ବାହ ରେ କୈପିଟଲ ବାହ ରେ କୈପିଟଲ
ବାହ ରେ କୈପିଟଲ
...

୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ମାନ୍ୟତା ପାଇଲା ।

ହଜାର ବର୍ଷ କାଳର କଟକ ସହର
ତା ର ପ୍ରତିଷ୍ଠା ହରାଇଲା....

ଏମିତିରେ ଏକ ସ୍ବାଭିମାନୀ କଟକିଆ ର ମନରୁ ବାହାରିଥିଲା ଏ ଗୀତ......


Sunday, December 11, 2016

● ହିମାଳୟର ଭ୍ୟାଲି ଅଫ୍ ଫ୍ଲାୱର ●

ହିମାଳୟ ଦୁନିଆର ସବୁଠୁଁ ବଡ ଆଧୁନିକ ଭୂଚଳନୀୟ ପର୍ବତମାଳା ।
ଏହି ହିମାଳୟରେ ରହିଛି ଅନେକ ରହସ୍ୟଜନକ ସ୍ଥାନ ଏବଂ ଭୈଲୀ ଅଫ୍ ଫ୍ଲାୱର୍ ସେଥି ମଧ୍ୟରୁ ଅନ୍ୟତମ ।

ମହାଭାରତ ତଥା ଅନ୍ୟ ଭାରତୀୟ ପୁରାଣ ସବୁରେ ଭୈଲୀ ଅଫ୍ ଫ୍ଲାୱର ବିଷୟରେ ଅନେକ କଥା କାହାଣୀ ଅଛି । କୁହାଯାଏ
ଏଇଠିଁ ହନୁମାନ ବାସକରିବା ସହ ସହସ୍ର ବର୍ଷ ତପ ମଧ୍ଯ କରିଛନ୍ତି ।
ଭୀମ
ଶ୍ବେତକମଳ ସନ୍ଧାନରେ ଏହିଠାକୁ ଆସି ହନୁମାନଙ୍କ ଠାରୁ ଆତ୍ମଜ୍ଞାନ ଲାଭ କରିଥିବାକଥା ମହାଭାରତରେ ଅଛି ।
ପ୍ରାଚୀନକାଳର ଯୋଗୀ ତପସ୍ବୀ ମାନେ ଏ ଅଞ୍ଚଳକୁ ତପସ୍ୟା ପାଇଁ ଆସୁଥିଲେ ଏବଂ କେବଳ ସାଧକମାନଙ୍କୁ ଏଇ ଫ୍ଲାୱର ଭ୍ୟାଲୀ ବିଷୟରେ ଜଣା ଥିଲା ।

ନନ୍ଦାଦେବୀ ଏବଂ ଫ୍ଲାୱର ଭ୍ୟାଲୀ କୁ ମିଳିତ ଭାବେ 1982 ରେ ରାଷ୍ଟ୍ରୀୟ ଉଦ୍ୟାନର ମାନ୍ୟତା ମିଳିଛି, ଏହାକୁ ୟୁନେସ୍କୋ ଠାରୁ ବାର୍ଲ୍ଡ ହେରିଟେଜ୍ ସାଇଟ୍ ର ମାନ୍ୟତା ମଧ୍ଯ ମିଳିଅଛି ।
87.50 √କି.ମି. ଆୟତନ ବିଶିଷ୍ଟ
ଏହି ଫ୍ଲାୱର ଭୈଲୀ କୁ ଲୋକଲୋଚନକୁ ଆଣିଥିଲେ ୧୯୩୧ ରେ
ବ୍ରିଟିଶ୍ ପର୍ବତାରୋହୀ ଫ୍ରୈଙ୍କ ଏସ୍ ସ୍ମିଥ୍ ଏବଂ ତାଙ୍କ ବନ୍ଧୁ ଆର୍ ଏଲ୍ ହୋଲ୍ଡସବର୍ଡ୍ ।
ଏହା ସେମାନଙ୍କୁ ଆକସ୍ମିକ ମିଳିଥିଲା
ଯେତେବେଳେ ସେମାନେ ତାଙ୍କ କୋମାନ୍ ପର୍ବତର ଅଭିଯାନରୁ ଫେରୁଥିଲେ ।

ସେମାନେ ଏହି ଫ୍ଲାୱର ଭ୍ୟାଲୀ ର ସୌନ୍ଦର୍ଯ୍ୟରେ ଏତେ ମୋହିତ ହେଲେ ଯେ ପୁର୍ନବାର 1937 ରେ ଏଇ ଅଞ୍ଚଳକୁ ଫେରି ପ୍ରକୃତି ର ଅନୁପମ ରୂପ ଉପଭୋଗ କରିଥିଲେ ।
ପରେ ସେମାନେ ଏଠାର ଅଙ୍ଗେ ନିଭା କଥା କୁ ନେଇ ଏକ ପୁସ୍ତକ ଲେଖିଥିଲେ
ଯାହାର ନାମ ଥିଲା
*Valley of flowers*
ଏଇ ନାମଟି ରହିଲା ।
ଏଠାରେ ପ୍ରାୟଃ 500 ପ୍ରକାର ଫୁଲ ଥିବା ଜଣାଯାଏ ।
ନଭେମ୍ବର ରୁ ମଇ ଯାଏଁ ଏଠାରେ
ବରଫ ପଡିରହିଥାଏ
ବର୍ଷର ବାକି ସମୟରେ ଏଠାରେ ରଙ୍ଗ ବେରଙ୍ଗ ଫୁଲ ଗଛରେ ସଜାଇ ହୋଇଥାଏ ଫ୍ଲାୱର ଅଫ୍ ଭୌଲୀ..............

Saturday, December 10, 2016

ସାଇପ୍ରସ୍ ର ନିକଟ ଅତୀତ ବିଶ୍ବ ପାଇଁ ଚେତାବନୀ

ସାଇପ୍ରସ ଏକ ଛୋଟ ଦ୍ବୀପଦେଶ
ଏଇ ଦେଶର ଇତିହାସ ଧ୍ୟାନପୂର୍ବକ
ପଢନ୍ତୁ.....
ସାଆପ୍ରସ ଦ୍ବୀପଟି ତୁର୍କୀ ଠାରୁ ମାତ୍ର ୪୦ ମାଇଲ୍ ଦକ୍ଷିଣ ତଥା ଗ୍ରୀସ୍
ଠାରୁ ୪୮୦ ମାଇଲ୍ ଉତ୍ତରପୂର୍ବରେ ଅବସ୍ଥିତ.....
ଏକ ସମୟେ ଏହି ଦ୍ବୀପରେ
୭୨୦୦୦୦ ଗ୍ରୀକଭାଷୀ ଖ୍ରୀଷ୍ଟିଆନ୍ ଥିଲେ ।
୧୫୭୧ ରେ ତୁର୍କୀ ର ମୁସ୍ଲିମ୍ ଶାସକ ମାନେ ଏ ଦ୍ବୀପ କୁ ଯୁଦ୍ଧକରି  ନିଜ ଅକ୍ତିଆର କୁ ନେଇଗଲେ ।

୧୮୭୮ ରେ ବ୍ରିଟେନ୍ ଏହି ଦ୍ବୀପକୁ ଏକ ସୁରକ୍ଷା ସମ୍ବନ୍ଧିତ କାରଣ ହେତୁ ଲିଜ୍ ରେ ନେଲା କିନ୍ତୁ ପ୍ରଥମ ବିଶ୍ବଯୁଦ୍ଧ ପରେ ଏହାର ଲିଜ ଶେଷ ହେଲା ଏବଂ 1925 ରେ ସାଇପ୍ରସ ଏକ ବ୍ରିଟିଶ୍  କଲୋନୀ ର ମାନ୍ଯତା ପାଇଲା ।

1960 ରେ ବ୍ରିଟିଶ୍ ରାଜ୍ ରୁ ସ୍ଵାଧୀନ ହେଲା ପରେ
ଏହି ଦେଶ ସାଇପ୍ରସ୍ ଗଣତନ୍ତ୍ର ଭାବେ ବିଶ୍ବରେ ପରିଚୟ ଲାଭ କଲା ସେତେବେଳେ ଏଠାରେ
80% ଗ୍ରୀକ୍ ଏବଂ 20% ତୁର୍କଲୋକ ଥିଲେ ।
ଧୀରେ ଧୀରେ ମୁସ୍ଲିମ୍ ମାନଙ୍କ
ସଂଖ୍ୟା ବୃଦ୍ଧି ହେଲାରୁ ସେମାନଙ୍କୁ ଗ୍ରୀକ୍ ମାନଙ୍କ ସହ ରହିବାରେ ଅସୁବିଧା ହେଲା । ଯେମିତି ଆଜିକାଲି ଭାରତର ବିହାର ଏବଂ ବଙ୍ଗରେ ଦଙ୍ଗା ହେଉଅଛି ସାଇପ୍ରସ୍ ର ମୁଲ୍ଲା ମାନେ ମଧ୍ୟ ଦଙ୍ଗା କରି ଗ୍ରୀକ୍ ମାନଙ୍କୁ ଆତଙ୍କିତ କଲେ ।

1978 ରେ ଅଟୋମନ୍ ତୁର୍କ ସାମ୍ରାଜ୍ୟର ସମାପ୍ତି ପରେ
ସାଇପ୍ରସ ଆଉ ଦାର୍ ଉଲ୍ ଇସ୍ଲାମ୍ ରହିଲା ନାହିଁ । ତୁର୍କ ମୁସ୍ଲିମ୍ ଙ୍କ ପାଇଁ ତାହା ପାଲଟିଲା
ଦାର୍ ଉଲ୍ ହବ୍ର୍ ମାନେ Land Of Conflicts !

1974 ରେ ସାଇପ୍ରସ୍ ର ତୁର୍କ ମୁସଲମାନ୍ ମାନେ ତୁର୍କୀ ସରକାରକୁ ନିଜ ଦେଶ ଉପରେ ଆକ୍ରମଣ କରିବାକୁ ଡାକରା ଦେଲେ ଏବଂ ପର ବର୍ଷ 1975 ରେ ଦେଶ ବିଭାଜନ ପାଇଁ ଆନ୍ଦୋଳନ କଲେ । 1983 ରେ ସାଇପ୍ରସ୍ ର ବିଭାଜନ ହେଲା
ଏବଂ ମୁସ୍ଲିମ୍ ବହୁଳ ଅଞ୍ଚଳକୁ ନେଇ ମୁଲ୍ଲା ମାନେ
'Turkish Republic of northern cyprus ' ନାମକ ନୂତନ ରାଷ୍ଟ୍ର ଗଠନ କଲେ ଯାହାକୁ ତୁର୍କୀ ତୁରନ୍ତ ଏକ ରାଷ୍ଟ୍ରର ମାନ୍ୟତା ଦେଇଦେଲା ।
16ଶହ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ଗୋଟାଏ ବି ମୁସ୍ଲିମ୍ ନଥିଲେ । 1571 ରେ ତୁର୍କ ଆସି ଉତ୍ତର ସାଇପ୍ରସରେ ଗ୍ରୀକ ଲୋକଙ୍କ ସହ ରହିବାରେ ଲାଗିଲେ ।

1974 ଜୁଲାଇ ଅଗଷ୍ଟରେ ସଂଖ୍ୟା ଗରିଷ୍ଠ ଈସାଇ ଗ୍ରୀକ୍ ମାନଙ୍କୁ ସେମାନଙ୍କ ନିଜ ଦେଶରୁ ନିର୍ମମ ଭାବେ ମାରି ତଡି
200000 ଗ୍ରୀକ ମାନଙ୍କୁ ତାଙ୍କ ନିଜ ଦେଶରେ ଶରଣାର୍ଥୀ କରାଇଦେଇଥିବା ମୁସଲମାନଙ୍କୁ ଆମେ କେମିତି ବିଶ୍ବାସ କରିପାରିବା ?
1983 ରେ ଉତ୍ତର ସାଇପ୍ରସ୍ ରେ ମାତ୍ର 12000 ଗ୍ରୀକ୍ ରହିଯାଇଥିଲେ
20 ବର୍ଷ ପରେ
715 ଏବଂ ଆଜି ଜଣେ ବି ନାହାନ୍ତି !

ଭାରତ ପାକିସ୍ତାନ ବିଭାଜନ ଆମେ ସେଇମାନଙ୍କ ଯୋଗୁଁ ଦେଖି ସାରିଛନ୍ତି ।
20 ବର୍ଷ ପୂର୍ବେ କାଶ୍ମୀର ମୁସ୍ଲୀମ୍ ବହୁଳ ହେଲାପରେ
ବଙ୍ଗ,କେରଳ,ଆସାମ ପରେ ବିହାରରେ ହିନ୍ଦୁମାନଙ୍କର ସ୍ଥିତି ବିପଦଜନକ ଚିନ୍ତାଜନକ ।
ସମୟ ଆସିଛି ଆସ ଏହି ଘଟଣାରୁ ଶିକ୍ଷା ନେବା ଏବଂ ଆମେ ମୁସଲମାନ ମାନଙ୍କ ସହ ଆର୍ଥିକ ସାମାଜିକ ଅସହଯୋଗ ଆରମ୍ଭ କରିଦେବା ।

Wednesday, December 7, 2016

ପଳାଶୋଳ

ପୁରାଣ ବର୍ଣିତ ପଳାଶୋଳ ଗାଆଁ/ପଞ୍ଚାୟତ ଜଗତସିଂହପୁରରେ ଅବସ୍ଥିତ ।

ପୁରାଣ କହେ ଏକଦା ଏଇ ଅଞ୍ଚଳ ପଳାଶ ବୃକ୍ଷରେ ପୂର୍ଣଥିଲା
ଏବଂ ଏଠି ପ୍ରଳମ୍ବାସୁର ରହୁଥିଲା ।
ତା ଅତ୍ୟାଚାର ରେ ଅତିଷ୍ଠ ହୋଇ ଲୋକେ ତ୍ରାହିତ୍ରାହି ଡାକୁଥିଲେ ।

ମହାଭାରତ ଯୁଦ୍ଧକୁ ତ୍ଯାଗକରି ବଳଦେବ ତୀର୍ଥାଟନ ସମୟେ ଏ ରାକ୍ଷସକୁ ପ୍ରାଚୀନଦୀକୂଳରେ ମାରିଥିବା ପୁରାଣ କହେ......

"କଦମ୍ବାସୁରକୁ ମାରି ଇଛାପୁରେ ରହି......
ପ୍ରଳମ୍ବା ବିନାଶୀ ପଳାଶୋଳରେ ଗୋସାଇଁ'...... ରହି ଅଛ ...."

ଏଣୁ ଏ ଗାଆଁରେ କେତେକାଳରୁ ପୂଜା ପାଉଛନ୍ତି ବଳଦେବ ଜୀଉ ....

ନାଟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ଭଳି ଅନେକ ଶିଳ୍ପୀ କଳାକାର ଏହି ଗ୍ରାମରେ ଜନ୍ମ ହୋଇଛନ୍ତି ।
ପଳାଶୋଳର ଗ୍ରାମକୋଡ୍  397879 ।
ଏହି ଗାଆଁଟି ଜଗତସିଂହପୁର ତହସିଲ ଠାରୁ ୫ କି.ମି. ଦୂରରେ ଅବସ୍ଥିତ ।
୨୦୦୯ stats. ଅନୁଯାଇ ଗ୍ରାମପଞ୍ଚାୟତର ଆୟତନ 108 ହେକ୍ଟର ଏବଂ ମୋଟ ଜନସଂଖ୍ୟା ୯୫୫ ଲୋକ ।

ପଳାଶୋଳ ଗ୍ରାମପଞ୍ଚାୟତରେ ଅନ୍ୟ ଗ୍ରାମ ଗୁଡିକ ଯଥା
ଦିଘେଶ୍ବର
ଗୋପାଳ
କୋଳାରାମଜୁରାଇ
ମୁକୁନ୍ଦପୁର
ପଳାସୁଧ
ଶାଳୀଜଙ୍ଗ
........................
ଗୂଗଲ ମ୍ୟାପରେ ଏଇ ଗାଆଁକୁ ଦେଖିବାକୁ ଚାହୁଁଥିଲେ
754140 ସର୍ଚ୍ଚ କରନ୍ତୁ.....

Sunday, December 4, 2016

ଜାମନଗର ରାଜାଙ୍କ ଅମର କୀର୍ତ୍ତି

୧୯୪୨ ମଧ୍ଯରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।
ସବୁଠୁଁ ଖରାପ ଅବସ୍ଥା ପୋଲାଣ୍ଡର ହୋଇଥିଲା କାହିଁକି ନା ବ୍ରିଟେନ କୁ ଜିତିବାକୁ ହେଲେ ପୋଲାଣ୍ଡ କୁ ଜିତିବାକୁ ହେବ ବୋଲି ଜର୍ମାନୀ ବୁଝିଥିଲା ।

ପୋଲାଣ୍ଡ ଦେଶକୁ ରୁଷ ଆମେରିକା ବ୍ରିଟେନ ଜର୍ମାନୀ ଜାପାନୀ ଆଦି ଦେଶ ମାନଙ୍କର ସୈନ୍ୟ ଆସି ପହଞ୍ଚିଲେ ! ଖଣ୍ଡ ଯୁଦ୍ଧ ଲାଗିଗଲା !!

ଆ ମଧ୍ଯରେ
ପୋଲାଣ୍ଡର ସୈନିକ ମାନେ
୫୦୦ ସ୍ତ୍ରୀ ଏବଂ 200 ପିଲାଙ୍କୁ ଏକ ଜଳ ଜାହଜରେ ବସାଇ
ସମୁଦ୍ର ମଧ୍ଯକୁ ଛାଡିଦେଲେ ।

ସିପ୍ କୈପ୍ଟନକୁ କୁହାଯାଇଥିଲା
କୌଣସୀ ବି ଦେଶରେ ସେମାନଙ୍କୁ ଛାଡିଦେବାକୁ.....
ଭାଗ୍ୟ ଜୋର ଥିଲେ ପୁଣି ଦେଖା ହେବ ନହେଲେ ନାହିଁ.....

୫00 ସ୍ତ୍ରୀ ପିଲା ଶରଣାର୍ଥୀ ହୋଇ
ସମୁଦ୍ରଯାତ୍ରା କରି ଆସି ଇରାନ ର
ଇସ୍ଫହାନ ବନ୍ଦର ନିକଟବର୍ତ୍ତୀ ହେଲେ ।
ମାତ୍ର ସେଠାରେ ଶରଣ ମିଳିବା ତ ଦୂରର କଥା
ଓହ୍ଲେଇବା ମଧ୍ଯ ବାରଣ ଥିଲା ।

ସେସେଲ୍ସ ଏବଂ ଅଦନ ରେ ମଧ୍ଯ ଅନୁମତି ମିଳିଲା ନାହିଁ....

ସମୁଦ୍ରରେ ବୁଲିବୁଲି ଜାହଜଟି ଶେଷରେ ଗୁଜରାଟ ର ଜାମନଗର ତଟରେ ଆସି ପହଞ୍ଚିଲା ।

ଜାମ ନଗରର ତତ୍କାଳୀନ ରାଜା ଦିଗ୍ ବିଜୟ ସିଂହ ଯେତେବେଳେ ଜାହଜ ଲାଗିବା କଥା ଜାଣିଲେ
ସେହି ବିଦେଶୀ ଶରଣାର୍ଥୀଙ୍କୁ ସସମ୍ମାନେ
ଡକାଇ ଆଣି ନିଜ ରାଜମହଲରେ ରଖାଇଲେ ।

ବିଦେଶୀ ଶରଣାର୍ଥୀଙ୍କ ପିଲେ ଯେମିତି ଶିକ୍ଷିତ ହେବେ ସେଥିପାଇଁ
ନିକଟସ୍ଥ ବାଲିଚଢୀ ସୈନିକ ସ୍କୁଲରେ ବ୍ୟବସ୍ଥା କରାଗଲା ।
ପୋଲାଣ୍ଡର ଶରଣାର୍ଥୀ ଜାମନଗରରେ ପ୍ରାୟ ଆଠ ବର୍ଷ କାଳ ରହିଥିଲେ ।

ସେହି ଶରଣାର୍ଥୀଙ୍କ ପିଲା ମଧ୍ଯରୁ ଜଣେ ବାଳକ ଭବିଷ୍ଯତରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲା ।
ଆଜି ମଧ୍ଯ ପ୍ରତିବର୍ଷ
ସେହି ଶରଣାର୍ଥୀଙ୍କ ବଂଶଜ ବର୍ଷକୁ ଥରେ ଭାରତ ର ଜାମନଗରକୁ ଆସି ନିଜ ପୂର୍ବଜଙ୍କୁ ମନେପକାଅନ୍ତି ।

ପୋଲାଣ୍ଡ ର ରାଜଧାନୀ ଭର୍ସାୟ ରେ
ରାଜା ଦିଗବିଜୟ ସିଂହଙ୍କ ନାମରେ
ଚାରିଗୋଟି ସଡ଼କପଥ ର ନାମକରଣ କରାଯାଇଛି । ସେ ଦେଶର ଅନେକ ଯୋଜନାର ନାମ ମଧ୍ଯ ରାଜଙ୍କ ନାମରେ ନାମିତ.... ପ୍ରତିବର୍ଷ ଏଠାର ଖବରକାଗଜ ଗୁଡିକରେ ରାଜାଙ୍କ ବିଷୟରେ ଆର୍ଟିକଲ୍ ଛପିଥାଏ ।
କିନ୍ତୁ
ଦୁଃଖର କଥା ଭାରତରେ ବହୁତ କମ୍ ଲୋକ ଏକଥା ଜାଣିଛନ୍ତି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...