Wednesday, December 30, 2015

ଏକାନ୍ତଜୀଵନ

ତା'ର ଏକାନ୍ତଜୀବନେ
କେତେ ଯେ କାହାଣୀ ଲୁଚି ରହିଛି ।
କେହୀ ପଚାରିଲେ କହେ
ନହେଲେ ଚୁପ ରହେ ।
ତୁମେ ଦେଖିଥିବ ତାକୁ
ଏକା ଏକା ଅବା କେବେ କେଉଁଠି
ନିର୍ଦ୍ଦୟ ଦୁନିୟା ରେ ସେ କିନ୍ତୁ ଏକାକୀ ନୁହେଁ ।
ତା ସାଥି ହୁଅନ୍ତି
ଅଭୂଲା ଦିନ ର ଅମୂଲ୍ୟ ସ୍ମୃତି ।
ସେ ଖୋଜିବାକୁ ଚୈଷ୍ଟା କରେନା
ବନ୍ଧୁ ବାନ୍ଧବ କୁଟୁମ୍ବ ଜ୍ଞାତି !
ହଁ ଅଳ୍ପ ତାର ପରିଚୟ
ସ୍ଵାର୍ଥପର ଦୁନିୟାରେ
ଚାହେଁନା ମାଗେନା କା ଠାରୁ
ନୂତନ ସ୍ଵତନ୍ତ୍ର ଭିନ୍ନ ପରିଚିତି !!

Tuesday, December 29, 2015

ବଞ୍ଚିବା ସିଖି ପାରିଲାନି

ସମୟ ନଥିଲା ଜୀଵନ ପାସେ
ଘୃଣା ଇର୍ଷା ଦ୍ଵେଶ ପାଇଁ

ବଇରି ସାଜି ମୃତ୍ୟୁ ମୋର
ଏ ସୁଯୋଗ ମୋତେ ଦେଲା ନହିଁ

ନା ଶତ୍ରୁତା କଲି କା ସାଥେ କେଭେ
ପ୍ରେମ ମଧ୍ୟ ହେଲା ନାହିଁ

ଅଭାବୀ ଏଇ ଜୀବନ ଟା
ବଞ୍ଚିବା ସିଖି ପାରିଲାନି !

ଦେଖିଲି ଲୋକେ ଲଢ଼ୁଛନ୍ତି
ଯେ ଯାହା ସ୍ଵାର୍ଥ ସାଧନ ଅର୍ଥେ

ଅଗ୍ନୀରେ ଝାସ ଦେଇ ଥାନ୍ତି ଯେ
ଅବୁଝା ମନ ମାନିଲା ନାହିଁ ।

ଦଳ ରେ ମିଶି କରନ୍ତି ଗୋଳ
ଲୋକ ହୁଅନ୍ତେ କେ କେତେ ଭୋଳ

ଗୋଳିଆ ପାଣି ରେ ପଥର ମରାଟା
ଘରଲୋକଙ୍କୁ ପସନ୍ଦ ନହିଁ । !

କଣ କରିବି, ଭାଳି ହୋଇଲି
ନ କରି କିଛି, ଚୁପ ରହିଲି !!

ମୋ ଭାଗ ସୁଖ, ଆଉ କେ ନେଲା
ମୋ ଭାଗ୍ୟେ ରବି, ଉଦୟ ନାହିଁ !!

Saturday, December 26, 2015

ସାଧୁ ଭ୍ରମର ନାମକଥା [କାଳ୍ପନିକ]

ଦୁନିଆ ଅରଣ୍ୟ ଭିତରେ
ଏ ସର୍ବ ପ୍ରାଣୀ କୋଳାହଳେ
ପୂର୍ଵେ ଯେ ଭ୍ରମର ଏକ ଥିଲା
ଏକାକୀ ଭ୍ରମଣ କରୁଥିଲା
କ୍ରମେ ସେ ମାୟା ର ବନ୍ଧନେ
ଆସି ପଡ଼ିଲା ମାୟାବନେ
ଥିଲା ସେ ପୂର୍ଵେ ସ୍ଵାଭିମାନୀ
ଏବେ ହୋଇଲା ଅଭିମାନୀ
ବାହୁବଳରେ ଗର୍ବ କରି
ସାଥୀବନ୍ଧୁଙ୍କୁ ପରିହରି
ଅହଂକାର ର ହୋଇ ବଶ
ରଖିଲା ସଂସାରେ ଅପଯଶ
ଯୋଗକୁ ଭୂଲି ଭୋଗକଲା
ନଶ୍ଵରେ ଇଶ୍ଵର ଖୋଜିଲା
ଭ୍ରମେ ଭ୍ରମର ଭ୍ରମିଗଲା
କେଡ଼େ ଯେ ଅନର୍ଥ ନ କଲା
ପ୍ରକୃତି ପ୍ରଭାବେ ପାପକରି
ଜ୍ଞାନ ବିଜ୍ଞାନ ନାଶ କରି
ଭୂଲିଲା କର୍ମ ତା ସକଳ
ଗାଡିଆ ଭାବଇ ଗଙ୍ଗାଜଳ
ପାପେ ପାପୀର ମନ ଥାଏ
ପାପକୁ ଇଶ୍ଵର ଚିନ୍ତୁଥାଏ
ଭୟ ଆବେଗେ ପାପକରି
ଭକ୍ତି ଭଜନ ପରିହରି
ସକଳ କର୍ମ କରେ ଯିଏ
ନରକ ପଥ ଯାତ୍ରୀ ସିଏ
ବଡ଼ ଗହନ କର୍ମ ଗତି
ଵିଦ୍ଵାନେ ଏକଥା ଜାଣନ୍ତି
ନାମ ତୁ ନେଇ ହରି ଙ୍କର
ତରିବୁ ଘୋର କଳିକାଳ
ରାଗ ଦ୍ଵେଷ କୁ ରଖି ମନେ
ସଙ୍ଗ ନ ହୁଏ ସୁଧି ଜନେ
ଏମିତି କେତେ କାଳଗଲା
ଦିନେ ସେ ଘୋର ବନେ ଗଲା
ଦେଖିଲା ଛନ୍ତି ମୁନିଋଷି
ରଟନ୍ତି ପ୍ରଭୁ ନାମ ବସି
ମନରେ ପାପବୁଦ୍ଧିକଲା
ଋଷିଙ୍କୁ ଯାଇ ଦଂଶିଦେଲା
ଋଷି ଡାକିଲେ ରଖ ହରି
ଏ ଜୀବ ବଡ଼ ଅହଂକାରୀ
ବିନା କାରଣେ ମୋତେ ଦଂଶି
ମନେ ହେଉଛି ବଡ଼ ଖୁସି
ସାଧୁ ରକ୍ଷକ ତୋର ନାମ
ସଂକଳ୍ପ ରକ୍ଷା କର ତୁମ
ପ୍ରଭୂ ଶୁଣିଲେ ଭକ୍ତ ଡାକ
ନିମିଷେ ହେଲେ କାକରୁପ
ଆସି ଧରିଲେ ଭ୍ରମରକୁ
ଭବୁ ତରିଲେ ପାମରକୁ
ଆସିଲେ ଯମଦୂତ ଦୁଇ
ଚଳିଲେ ଯମପୁର ନେଇ
ଯମ ହୋଇଲେ ଅତିପ୍ରୀତ
କରିଛ ମୋର ବଡ଼ ହିତ
ଚିତ୍ରଗୁପ୍ତ ଙ୍କୁ ପାଶେ ଡାକି
କର୍ଣରେ ତାଙ୍କ ପଚାରନ୍ତି
କିଏ ଏ ଦେବ ମହାମତୀ
ଦେବତା ସମ ଦିଶୁଛନ୍ତି
ବିଷ୍ଣୁ ଙ୍କ ସମ ରୁପ ତାଙ୍କ
ମନେ ହେଉଛି ଶଂକା ଜାତ
ପାଞ୍ଜି ଦେଖିଲେ ଚିତ୍ରଗୁପ୍ତ
କହିଲେ ସକଳ ଅତୀତ
ପୂର୍ଵେ ସେ ଥିଲା ଭ୍ରମର
କରଇ ନିତ୍ୟ ପାପାଚାର
ବନେ ପଶିଲା ଦିନେଯାଇ
ଦଂଶିଲା ଋଷି ମାଁସ ପାଇ
ଋଷି କରିଲେ ଆର୍ତ୍ତନାଦ
ଦେବତା ଗଣନ୍ତି ପ୍ରମାଦ
ପ୍ରଭୂ ଶୁଣିଲେ ଭକ୍ତ ଡାକ
ନିମିଷେ ହେଲେ କାକରୁପ
ମାରିତଡ଼ିଲେ ଭ୍ରମରକୁ
ତରିଲେ ତାକୁ ସଂସାରରୁ
ପ୍ରଭୁ ଙ୍କ ନାମ ଶୁଣିଥିଲା
ଏଣୁ ଏଭଳି ରୁପ ହେଲା
ସମସ୍ତ ପାପ ଗଲା ନାଶ
କଟିଲା ମାୟା ମୋହ ପାଶ
ପ୍ରଭୂ ଙ୍କ ହସ୍ତୁ ମୃତ୍ୟ ଗଲା
ତେଣୁ ସେ ଦେବତା ହୋଇଲା
ଯେ ଯନ୍ତୁପତି ଦଣ୍ଡଧାରୀ
ନାମ କିର୍ତନ ହିତକାରୀ
ଯେ କରେ ପ୍ରଭୁ ନାମ ଜପ
କଳିଯୁଗେ ସେ ହେବ ମୁକ୍ତ ।

[Sisir sahoo manoj]

Saturday, December 5, 2015

●● ଆପଣଙ୍କ ଶରୀର ର ଅଣୁ କେଉଁଠୁ ଆସିଅଛି ?●●

ଆପଣଙ୍କ ଶରୀରରେ ପ୍ରାୟ ୭000000000000000000000000000 ଅଣୁର ସଙ୍ଗଠିତ ରୁପ ଏବଂ ଏଥିରେ 60% ହାଇଡ୍ରୋଜନ ର ଯୋଗଦାନ ଅଛି । ଯେହେତୁ ହାଇଡ୍ରୋଜନ ବହୁତ ହଲ୍କା ହୋଇଥାଏ ତେଣୁ ଶରୀର ର ୬0% ହାଇଡ୍ରୋଜନ ଯୋଗୁଁ BODY MASS ରେ କଂଟ୍ରୀବ୍ୟୁସନ୍ କେବଳ ୭% ହୋଇଥାଏ ।ଇନ ଫୈକ୍ଟ... ଯଦି ଆପଣ ନିଜ ଶରୀର ରୁ ଏକ ହାଇଡ୍ରୋଜନ ଏଟମ କାଢ଼ି ଆଣି କୌଣସି ମତେ Hollywood ର ଫନ୍ତାସୀ ଫିଲ୍ମ ଭଳି ଟାଇମ ରୋଲ ବେକ କରି ହାଇଡ୍ରୋଜନ ଏଟମ ର ପୂର୍ଵ ସ୍ଥିତିଗୁଡିକୁ ଟ୍ରୈକ କରି ପାରନ୍ତେ ତ...ଆପଣ ବ୍ରହ୍ମାଣ୍ଡ ର ସେଇ ଅଂଶ ପର୍ଯ୍ୟନ୍ତ ପହଞ୍ଚିଁ ପାରନ୍ତେ "ଯେଉଁଠି ବିଗ ବ୍ୟାଙ୍ଗ ହୋଇ ଥିଲା" Hydrogen In Your Body Is 14 Billion Years Old !!!
ତେବେ ...,Big bang ସମୟ ରେ କେବଳ ହାଇଡ୍ରୋଜନ, ହୀଲିଅମ ଏବଂ ଅଲ୍ପ ମାତ୍ରା ରେ ଲିଥିଅମ ମଧ୍ୟ ନିର୍ମାଣ ହୋଇଥିଲା ।
ତାହାଲେ ମନ କୁ ପ୍ରଶ୍ନ ଆସୁଛି...
ଆପଣଙ୍କ ଶରୀର ର ବାକି 93% ଦ୍ରବ୍ୟମାନ କେଉଁଠୁ ଆସିଲା ? Well.. ଏଇ ପ୍ରଶ୍ନ ର ଉତ୍ତର ପାଇଁ ଆପଣଙ୍କୁ ଛାତ ଉପରକୁ ଯିବାକୁ ପଡ଼ିବ !
କାହିଁକିନା...ଉତ୍ତର ଆପଣଙ୍କ ମସ୍ତକ ଉପରିଭାଗରେ ନୃତ୍ୟ କରୁଥିବା ଆଲୋକ ଭିତରେ ଲୁଚିରହି ଅଛି । . କୌଣସି ତାରା ହାଇଡ୍ରୋଜନ କୁ ହୀଲିଅମ ର ଫ୍ୟୁଜ କରି ହିଁ... ନ୍ୟୁକ୍ଲିୟୋସିଂଥେସିସ ନାମକ ପ୍ରକ୍ରିଆ ରେ ଶକ୍ତି ଉତ୍ପନ୍ନ କରିଥାଏ ।
ଆମ ସୂର୍ଯ୍ୟ ଠାରୁ 1.4 ଗୁଣା (best estimated 8-15 times) ଦ୍ରବ୍ୟମାନ ର ତାରା ହାଇଡ୍ରୋଜନ କୁ ହୀଲିଯମ ରେ ଫ୍ଯୂଜ କରି ଦେଲାପରେ ଏହି ପ୍ରକ୍ରିଆରୁ ବାଦ ପଡ଼ିଥିବା ଅପେକ୍ଷାକୃତ ଓ ଭାରୀ ତତ୍ଵଗୁଡିକକୁ ନେଇ ଫ୍ୟୁଜନ ପ୍ରକ୍ରିୟା ଜାରୀ ରଖିଥାଅନ୍ତି ।
ଏବଂ... ଑କ୍ସୀଜନ.. କାର୍ବନ...ସିଲିକ୉ନ... all the way according the periodic table...
ଆଏରନ ଏବଂ ନିକେଲ ତତ୍ଵ ସୃଷ୍ଟି ହେବା ଯାଏଁ ଫ୍ୟୁଜନ ପ୍ରୋସେସ୍ କୁ କାର୍ଯ୍ୟକ୍ଷମ ରଖିଥାଅନ୍ତି ।
ଏହି ପ୍ରକ୍ରିୟା ର ଅନ୍ତ ହୁଏ ଏକ ବ୍ଲାସ୍ଟ ରେ ଏବଂ ଫ୍ୟୁଜନ ପ୍ରକ୍ରିୟା ରେ ଉତ୍ପନ୍ନ ତତ୍ଵଗୁଡିକ ବ୍ରହ୍ମାଣ୍ଡ ରେ ଦୂର ଦୂରାନ୍ତ କୁ ବିଛେଇ ହୋଇଯାଏ ।
ଏହି ଵିସ୍ଫୋଟକ ତାରା ଗୁଡିକୁ ... ସୁପରନୋବା କୁହାଯାଏ । ଜୀଵନ ର ଏହି ମୂଳଭୂତ ତତ୍ଵ, dust, debris ସହିତ ବାଦଲ ଭଳି ଦୂର ଦୂରାନ୍ତ ଯାଏଁ ବ୍ୟାପି ଜାଅନ୍ତି... ଓର୍ଗେନିକ ମୈଟର ଦ୍ଵାରା ତିଆରି ଏହି ବାଦଲଗୁଡ଼ିକୁ ନ୍ୟେବୁଲା କୁହାଯାଏ ।ସମୟ ସହିତ... ବ୍ରହ୍ମାଣ୍ଡ ରେ ହେଉଥିବା ସୁପରନୋଵା ଏକ୍ସପ୍ଲୋଜନ ଯୋଗୁଁ ସୃଷ୍ଟ ପ୍ରଚଣ୍ଡ ସକ୍ ଵେଵ୍ସ ଏହି ନ୍ୟେବୁଲା ମାନଙ୍କରେ ସ୍ଥାନେ ସ୍ଥାନେ ହିଟ୍ କରିଥାଏ ଫଳରେ ହିଟ ହୋଇଥିବା Point ର ଚାରିପାଖେ Space curve ହୋଇଯାଇଥାଏ ...ଏହି curved space ଯୋଗୁଁ... ପଦାର୍ଥ ସବୁ ସେଇ Point ର ଚାରିପାଖରେ ଘୂର୍ଣନ କରିବା ଆରମ୍ଭ କରିଦିଏ ..ଏବଂ eventually... ନୂଆ ଗ୍ରହ, ତାରା ଏବଂ ଗ୍ରହାଣୁ ଆଦିର ଜନ୍ମ ହୋଇଥାଏ । ଆମ ସୌରମଣ୍ଡଳ,ପୃଥିବୀ ଏମିତି କି ଆମେ ମଧ୍ୟ ପ୍ରାୟ 4.5 ଆରବ ବର୍ଷ ତଳେ ହୋଇଥିବା ...ଏଇଭଳି କୌଣସି ଏକ ସୁପରନୋଵା ଵିସ୍ଫୋଟ ର ବାୟୋ ପ୍ରୋଡକ୍ଟ ଅଟନ୍ତି !!! ଅର୍ଥାତ୍...ଆପଣଙ୍କ ଶରୀର ର ନାଇଟ୍ରୋଜନ ଆପଣଙ୍କ ହାଡ଼ରେ ଥିବା କୈଲ୍ଶିଅମ ଆପଣଙ୍କ ରକ୍ତ ରେ ମିଳିଥିବା ଆଏରନ ଆପଣଙ୍କ ଜିନ୍ସ୍ ରେ ଥିବା କାର୍ବନ... ର ନିର୍ମାଣ ତାରା ମାନଙ୍କ Core ରେ ଥିବା ଭାଟି ରେ ହୋଇଥିଲା । Atoms In Your Body Were Cooked Inside Furnace Located At Core Of Supernova Stars !!! ଆକାଶ ରେ ଆଖିମିଟିକା ମାରୁଥିବା ତାରା ମାନଙ୍କୁ ଦେଖନ୍ତୁ...
ଏମିତି ହିଁ କୌଣସି ଏକ ତାରା ଥିଲା ଯା'ର ଵିନାଶ ଦ୍ଵାରା...
ଆପଣଙ୍କ ସୃଜନ ର ପଟକଥା ଲେଖାଯାଇଥିଲା ଅଟମିକ ଲେଵଲ ରେ କହିଲେ...
ଆପଣ ତାରକା ମାନଙ୍କର ସନ୍ତାନ ଅଟନ୍ତି
You Simply Lived Because They Died Feel Big !!!
You Are Made Of Star Dust !!!
There Is A Star In You

Wednesday, December 2, 2015

●●●● ଦୁନିଆ ର ସବଠୁଁ ମୂଲ୍ୟବାନ ବସ୍ତୁ●●●●

ଏହି ଦୁନିଆ ରେ ମାନଵ ଦ୍ଵାରା ନିର୍ଧାରିତ ବଜାର ଦାମ ଅନୁଯାୟୀ ସବୁଠାରୁ ମହଙ୍ଗା ବସ୍ତୁ ଟି କଣ ?
ସୁନା?
ହୀରା ମୋତି ମାଣିକ୍ୟ ଖଚିତ କୌଣସି ଜ୍ଵେଲରୀ ?
ପ୍ଲୂଟୋନିଅମ ?
ଥୋରିଅମ?
ଯୂରେନିଅମ?
ନା...
ଠିକ ଉତ୍ତର ଟି ହେଉଛି.......antiMATTER ଅର୍ଥାତ୍ ପ୍ରତିପଦାର୍ଥ
ହେଲେ ଏ ଏଂଟୀମୈଟର ବା ପ୍ରତିପଦାର୍ଥ ଟି କଣ ?
::::::::::::::::----::::::::::::::::

ଆମେ ଜାଣିଛେ କି ଦୁନିଆ ଛୋଟ ଛୋଟ ପରମାଣୁ ର ସମାହାର ରେ ତିଆରି ପୁଣି ଗୋଟିଏ ପରମାଣୁ ରେ 3 ପ୍ରକାର ର କଣିକା ଥିବା କୁହାଯାଏ !ନ୍ୟୁଟ୍ରାନ ପ୍ରୋଟ୍ରାନ ଏବଂ ଇଲେର୍କ୍ଟ୍ରୋନ (ଏମାନଙ୍କ ଠାରୁ ଛୋଟ ଅଂଶ ମଧ୍ୟ ଥାଏ ତେବେ ସେ ବିଷୟ ରେ ଚର୍ଚା ଆଉ କେବେ )ନ୍ୟୁଟ୍ରାନ କଣିକା ଗୁଡିକ ସର୍ବଦା ଉଦାସୀନ ପ୍ରୋଟ୍ରାନ କଣିକା ଗୁଡିକ ପଜେଟିବ ବା ଧନାତ୍ମକ ଏବଂ ଇଲେକ୍ଟ୍ରାନ ରେ ଋଣାତ୍ମକ ଗୁଣ ଥାଏ । ଵୈଜ୍ଞାନିକ ମାନେ ଏ ଥିଓରୀ କୁ 1932 ରେ ହିଁ ସିଦ୍ଧ କରିସାରିଛନ୍ତି ଯେ ପ୍ରକୃତି ଦ୍ଵାରା ତିଆରି ହୋଇଥିବା ଏ ଦୁନିଆ ଯୁଗ୍ମ ଅର୍ଥାତ୍ ଜାଁଅଳା ତତ୍ଵ ରେ ସୃଷ୍ଟି ହୋଇଥିଲା । ଯଦି କୌଣସି ଜିନିଷ ଏ ଦୁନିଆ ରେ ଅଛି ତ ତାହାର ପ୍ରତିରୂପ ଅର୍ଥାତ୍ ମିରର ଇମେଜ ମଧ୍ୟ ରହିବା କଥା !
କେମିତି ?
ଚାଲ ଏ କଥାଟାକୁ ବୁଝିବାକୁ ଚୈଷ୍ଟା କରିବା ।

ଵୈଜ୍ଞାନିକଙ୍କ ଏହି ଥିଓରୀ କହେ ଦୁନିଆ ପ୍ରଥମେ ଏକ ପେଣ୍ଡୁ ଭଳି ଅନନ୍ତ ଘନତ୍ଵଵାଲା ବସ୍ତୁ ଥିଲା । କୌଣସି ଅଜ୍ଞାତ କାରଣରୁ ସେହି ଗୋଲାକାର ପେଣ୍ଡୁରେ ଵିସ୍ଫୋଟ ହେଲା ଏବଂ ଏକ ସେକେଣ୍ଡ ର 10କୋଟିଏ ଭାଗରୁ ଭାଗେ ଅଂଶ ମଧ୍ୟ ରେ ଏହି ଆମ ବ୍ରହ୍ମାଣ୍ଡ ଅସ୍ତିତ୍ଵ ରେ ଆସିଥିଲା । ଆକାଶ ଗଙ୍ଗା ହେଲା , ଚନ୍ଦ୍ର ତାରା ଏବଂ ବ୍ରହ୍ମାଣ୍ଡ ସମ୍ପ୍ରସାରିତ ହେବା ଆରମ୍ଭହେଲା ଏବଂ ଆଜି ମଧ୍ୟ ଏହି ଵିଶ୍ଵ ସମ୍ପ୍ରସାରଣ ଜାରି ରହିଛି । ଭୌତିକବିଜ୍ଞାନ ଏହା ସିଦ୍ଧ କରିସାରିଛି ଯେ ଉଚ୍ଚ ତାପମାନ ରେ "big bang" ଅର୍ଥାତ୍ ମହାଵିସ୍ଫୋଟ ଭଳି କ୍ରିୟା ରେ ସମାନ ରୂପେ ମୈଟର ବା ପଦାର୍ଥ ଏବଂ ପ୍ରତି ପଦାର୍ଥ / ଏଣ୍ଟି ମୈଟର ର ନିର୍ମାଣ ହୋଇଥାଏ । ଧର 100 ପ୍ରୋଟାନ ତିଆରୀ ହେଲେ ତ 100 ପ୍ରତି ପ୍ରୋଟ୍ରାନ ମଧ୍ୟ ତିଆରୀ ହେବାକଥା ।100 ଇଲେକ୍ଟ୍ରାନ ହେଲେ ତୋ 100 ଏଂଟୀ ଇଲେକ୍ଟ୍ରାନ ମଧ୍ୟ ହେବା ଦରକାର । ଏକ ପରମାଣୁ ର ନିଜ ପ୍ରତି ପରମାଣୁ ସହ ଟକ୍କର ହୁଏ ବିସ୍ଫୋଟ ହୋଇଥାଏ ଏବଂ ଶୁଦ୍ଧ ଊର୍ଜା ଉତ୍ପନ୍ନ ହୁଏ ରହି ଯାଏ କେବଳ ଅନ୍ଧକାର । ତେଣୁ logically ବ୍ରହ୍ମାଣ୍ଡ ର ଉତ୍ପତ୍ତି ହେବା କଥା ନୁହେଁ । ମୈଟର ଏବଂ ଏଂଟୀ ମୈଟର ର ଟକ୍କର ସହ ସବୁକିଛି ଶେଷ ହୋଇଯିବାକଥା ।
କିନ୍ତୁ ଆମେ ,ଏ ପୃଥିଵୀ ,ସୂର୍ଯ୍ୟ ଏବଂଆକାଶଗଙ୍ଗା ଆଦି ସବୁକିଛି ଅଛି .ଅର୍ଥାତ୍ Big bang ରେ ଯଦି ମୈଟର ନଷ୍ଟ ହେଲା ନାହିଁ ତାହାଲେଏଂଟୀ ମୈଟର କେଉଁ ଆଡ଼େ ଚାଲିଗଲା ?.ଏହା ଅତି ଆଶ୍ଚର୍ଯ୍ୟ ର ଵିଷୟ ଯେ ବିଗ ବୈଂଗ ର ଏହି ପ୍ରକ୍ରିୟାରେ ପ୍ରକୃତି ତା ନିଜ ସିଦ୍ଧାନ୍ତ ବିରୋଧ ରେ ଆମର ସୃଷ୍ଟି କେମିତି ନିର୍ମାଣ କରି ପାରିଲା ?ପ୍ରକୃତି ର ଏ ନିୟମ ଅନୁଯାଇ ଆମର ହେବାଟା ନିହାତି ଅସମ୍ଭବ ଓ ଅବାସ୍ତବ କଥା !!କିନ୍ତୁ ଆମର ଅସ୍ତିତ୍ଵ ଅଛିତା ହେଲେଏଂଟିମୈଟର ମଧ୍ଯ ବ୍ରହ୍ମାଣ୍ଡ ରେ କେଉଁଠି ନା କେଉଁଠି ଥିବ ହିଁ ଥିବ !.ତେବେ କେଉଁଠି ?ଏହି ପ୍ରଶ୍ନ ର ଉତ୍ତର ଆଜିଯାଏଁ ଖୋଜା ଚାଲିଛି ! ଆମେ ବ୍ରହ୍ମାଣ୍ଡ ବିଷୟ ରେ ମାତ୍ର 3 କି 4 ପ୍ରତିଶତ ଜାଣିପାରିଛେ ବାକି କପୋଳକଳ୍ପିତ ମନଗଢ଼ା କାହାଣୀ ଗଢ଼ା ଯାଇଅଛି । ଗ୍ରହ ନକ୍ଷତ୍ର ଛଡ଼ା ଖାଲି ଅନ୍ଧକାର ମହାକାଶ କୁ ଡାର୍କ ମୈଟର କୁହାଯାଏ । କିଛି ବୈଜ୍ଞାନିକ ମତ ଦିଅନ୍ତି ଯେ ଆମ ବ୍ରହ୍ମାଣ୍ଡ ର ଏକ ଵିପରୀତ ବ୍ରହ୍ମାଣ୍ଡ ମଧ୍ୟ କେଉଁଠି ନିଶ୍ଚୟ ରହିଛି ।ଏମିତି କି ଏ ବ୍ରହ୍ମାଣ୍ଡରେ ଥିବା ପ୍ରତ୍ୟେକ ପଦାର୍ଥ ର ଏକ ପ୍ରତିକୃତି ବିପରୀତ ବ୍ରହ୍ମାଣ୍ଡ ରେ ଥିବା କଥା ମଧ୍ୟ ସେମାନେ ମତପୋଷଣ କରନ୍ତି ।

କିନ୍ତୁ ଦୁଇଟି ପରସ୍ପର ବିରୋଧି ବିଶ୍ଵ ର କୌଣସି ବସ୍ତୁ ପରସ୍ପର ସଂସ୍ପର୍ଶ ରେ ଆସିଲେ ଭୟାନକ ବିସ୍ଫୋରଣ ର ସମ୍ଭାବନା ଅଛି । ଯେମିତି ଇଲୋକ୍ଟ୍ରୋନ ସହ ପ୍ରୋଟନ ର ତାର ଛୁଁଆଇଲେ ପ୍ରତିକ୍ରିୟା ସୃଷ୍ଟି ହୁଏ ।

ଏଂଟିମୈଟର ଉପଯୋଗିତା କଣ ?

ପଦାର୍ଥ ଏବଂ ଶକ୍ତି ପରସ୍ପର ପରିପୂରକଯେତେବେଳେ ଆମେ କୌଣସୀ ପଦାର୍ଥ କୁ ଶକ୍ତି ପାଇଁ ଦୋହନ କରୁଛେତାର 1 ପ୍ରତିଶତ ଶକ୍ତି ମଧ୍ୟ ଆମକୁ ମିଳେନାହିଁ । ଉଦହାରଣ ସ୍ଵରୁପ ଏକ କୋଇଲା ଖଂଡରୁ ବଡ଼ ହେଲେ 2 ଚାରିଖଣ୍ଡ ରୋଟି ସେକି ହେବ ଅଥବା ଭାତ ଡେକଚୀଏ ରାନ୍ଧିହୁଏ କିନ୍ତୁ କୋଇଲା ଏବଂ ପ୍ରତିକୋଇଲା ପରସ୍ପର ସଂସ୍ପର୍ଶ ଦ୍ଵାରା ଆମେ ସେଇ କୋଇଲା ରୁ 100 ପ୍ରତିଶତ ଶକ୍ତି ପାଇପାରିବା ।

କଣ ଏଂଟୀ ମୈଟର କୃତ୍ରିମ ଭାବେ ତିଆରି କରାଯାଇପାରିବ ?
ସର୍ନ ର ପ୍ରଯୋଗଶାଲା ରେ [ଯେଉଁଠି କିଛିବର୍ଷ ତଳେ ଈଶ୍ଵରୀୟ କଣିକା ଖୋଜା ଯାଇଥିଲା] ଏହାକୁ ତିଆରି କରିବାରେ ବୈଜ୍ଞାନିକ ଙ୍କୁ ସଫଳତା ମିଳିଛି ତେବେଏଇ ପ୍ରୋସେସ ରେ ମିଳୁଥିବା ଏଂଟିମୈଟର ଦ୍ଵାରା ଲାଭ ତୁଳନା ରେ ଖର୍ଚ ଅଧିକ ।

କଣ ଏଂଟିମୈଟର ପ୍ରାପ୍ତ କରିବାର କୌଣସି ପ୍ରାକୃତିକ ପଦ୍ଧତି ଅଛି କି ?
ହଁ ଅଛି !!!!!!
ପୃଥ୍ଵୀ ର ଆଉଟର ରେଡିଏଶନ ବେଲ୍ଟ ରେ, ସୋଲର ରେଡିଏଶନ ରେ ପ୍ରତ୍ୟେକ ସ୍ତାନରେ ଏଇ କଣିକା ସୃଷ୍ଟି ହୋଇ ନଷ୍ଟ ହୋଇଯାଏ କେବଳ କୌଣସି ବୈଜ୍ଞାନିକ ପଦ୍ଧତି ଲୋଡ଼ା ଯ ଦ୍ଵାରା ଏହି ପ୍ରତିପଦାର୍ଥ ବା ଏଂଟିମୈଟର ଗୁଡିକୁ ସଂଗ୍ରହ କରି ମାନବ ଉପଯୋଗୀ ବନାଯାଇପାରିବ । ଆପଣ ଜାଣିଯାଇଥିବେ ଯେ ଏହି ଏଂଟିମୈଟର କେତେ ମହଙ୍ଗା ! ବର୍ତ୍ତମାନ ସମୟ ରେ 1 ଗ୍ରାମ ଏଂଟୀମୈଟର ଦୁନିଆ ର ସବୁଠୁଁ ମହଙ୍ଗା ଵସ୍ତୁ ଅଟେ ଏବଂ ଏହାକୁ ତିଆରି କରିବାକୁ ପ୍ରାୟ 620000000000000us ଡଲାର ଖର୍ଚ କରିବାକୁ ପଡ଼ିଥାଏ !

Saturday, November 28, 2015

କଣ ଗଡଜିଲା ଭଳି ବିଶାଳକାୟ ଡାଇନୋସର ହେବା ସମ୍ଭବ ?

ଗଡଜିଲା... କୁ ନେଇ ହଲିଉଡ ରେ ଅନେକ ଫିଲ୍ମ ତିଆରି ହୋଇଛି ! ଏଭଳି ଫିଲ୍ମ ସବୁ କୁ ବକ୍ସ ଅଫିସ ରେ ରେକର୍ଡ ସଫଳତା ମଧ୍ୟ ମିଳିଛି ।ତେବେ ଏଯାଏଁ ପୃଥିଵୀ ରେ ମିଳିଥିବା ଡାଇନୋସର ର ଜୀବାଶ୍ମ ଗୁଡିକ ମଧ୍ୟରେସବୁଠାରୁ ଉଜନିଆ ଡାଇନୋସର ର ଉଜନ ପ୍ରାୟ 80 ଟନ ତଥା ସବୁଠୁଁ ଉଚ୍ଚ ଡାଇନାସୋର ର ଉଚ୍ଚତା ପ୍ରାୟ 60 ଫୁଟ ପର୍ଯ୍ୟନ୍ତ ହୋଇଥିବା ଜଣାଯାଇଛି ... ହଲିଉଡଵାଲା 385 ଫୁଟ ଉଚ୍ଚ, 90000 ଟନ ଭାରୀ ଗଡଜିଲାଦେଖାଇବାଟା ନିଶ୍ଚିତ ଭାବେ ସାଧାରଣ ଲୋକ ଙ୍କ ମଧ୍ୟେ ଭ୍ରମାତ୍ମକ ଧାରଣା ପୋଷଣ କରୁଅଛି ।Biologically ମଧ୍ୟ ଏହା ଅସମ୍ଭବ !ଏ ଯାଏଁ ପୃଥିବୀ ରେ ମିଳିଥିବା ସବୁଠୁଁ ଭାରୀ ଜୀଵିତ ପ୍ରାଣୀ...ବ୍ଲୂ ଵ୍ହେଲ ର ଓଜନ ପ୍ରାୟ 209 ଟନ...ପୃଥିବୀ ପୃଷ୍ଟରେ ଏକ 90000 ଟନ ର ଦାନଵ କୁ ବଞ୍ଚିବା ପାଇଁ ପ୍ରତିଦିନ କମ ସେ କମ 215000000 କୈଲୋରୀ ଦରକାର ହୋଇଥାଏ ...ଯଦି ସେ ଗଡଜିଲା କୁ କେବଳ ମାନଵ ଭକ୍ଷଣ କରି ବଞ୍ଚିବା କୁ ପଡ଼ନ୍ତା ତାହାଲେ ... ମାନଵ ଶରୀର ରେ ପ୍ରାୟ 110000 କୈଲୋରୀ ମିଳିଥାଏ... ତା ମାନେ ଗ୉ଡଜିଲା କୁ ଡେଲୀ ସର୍ଵାଇଵଲ ପାଇଁ 1950 ମଣିଷ ଙ୍କୁ ମାରୀ ଖାଇବାକୁ ପଡନ୍ତା !!
..ପୃଥିଵୀ ର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଏତେବଡ଼ ଭୀମକାୟ ଶରୀର କୁ ସପୋର୍ଟ କରିବା ପାଇଁ ଗଡଜିଲା ର ହାଡ଼ ପୃଥିବୀ ର ଗ୍ରାଵିଟୀ ହେତୁ ଓଜନ ନ ସମ୍ଭାଳି ପାରି ...ପ୍ରେସର୍ ବା ଚାପ ଫଳରେ ଧ୍ଵସ୍ତ ହୋଇ ଯାଅନ୍ତା ପୁଣି ଗଡଜିଲା ର ହୃଦୟ ଏତେବଡ଼ ଵିଶାଲକାୟ ଶରୀରରେ ପୃଥ୍ଵୀ ର ଗ୍ରେଵିଟୀ ସହ ଲଢ଼ି କରି ବ୍ଲଡ ପଂପ କରିବାରେ ଅସଫଳ ହୋଇ ଯାଅନ୍ତା । ତେଣୁ ସହଜରେ କୁହାଯାଇପାରେ ଏହା କେବଳ ଫ୍ରିକ୍ସନାଲ କୈରକ୍ଟର ମାତ୍ର !ତେବେ ଡାଇନାସୋର ନିଶ୍ଚିତ ଭାବେ ଵାସ୍ତଵିକ ଏଥିରେ ସନ୍ଦେହ ନାହିଁ... ଆଜି କୁ କୋଟି କୋଟି ବର୍ଷ ତଳେ ସେମାନେ ଏଇ ପୃଥିବୀରେ ବିଚରଣ କରୁଥିଲେ In fact ଆଜି ମଧ୍ୟ କରୁ ଅଛନ୍ତି..... Yes... ହଁ ଡାଇନାସୋର ଆଜି ମଧ୍ୟ ଅଛନ୍ତି...ଆପଣଙ୍କ ଆଖ ପାଖ ରେ ଯେଉଁ ପକ୍ଷୀ ଅର୍ଥାତ Birds ଆପଣ ଦେଖୁଛନ୍ତି ...ସେମାନେ ପ୍ରକୃତରେ ... ଡାଇନାସୋର ଵଂଶ ର ହିଁ ପ୍ରାଣୀ ଅଟନ୍ତି । କୋଟିଏ ବର୍ଷତଳେ ହୋଇଥିବା ଡାଇନାସୋର ଯୁଗ ଅଂତ ର ଏମାନେ ଏକମାତ୍ର ଵିଜେତା !
ତାହାଲେ କଣ ଆମେ କୌଣସି ପ୍ରକାରେ ଏଇ ଡାଏନାସୋର୍ସ ମାନଙ୍କୁ ଏକଵିଁଶ ଶତାବ୍ଦୀ ରେ ପୁନଃ ସୃଷ୍ଟି କରିପାରିବା ? ଠିକ ଜୁରାସିକ ପାର୍କ ଭଳି...ଆମେ ମଣିଷମାନେ ଏହା କରିପାରିବା ! ତେବେ ଏଥିରେ କିଛି ଅସୁବିଧା ଅଛି ...
ପ୍ରଥମତଃ ରେଟ୍ରୋ ଜେନେଟିକ ଇଂଜୀନିଅରିଂଗ ଦ୍ଵାରା ପୁନଃ ସର୍ଜିତ ସେଇ ଜୀବ ସବୁ କୁ...
ହିସ୍ଟୋରିକଲ ଡାଇନୋସୋର କୁହାଯାଇପାରିବ ନାହିଁ ! ପୁଣି ପ୍ରକୃତି ର କାର୍ଯ୍ୟ ରେ ବାଧା ଦେଇ ନୂତନ ଜୀବ ସୃଷ୍ଟି କରିବାକୁ କିଛି ଲୋକ ବିରୋଧ ମଧ୍ୟ କରିପାରନ୍ତି । ...ଆଜ କୁ ପ୍ରାୟ 6.5 କୋଟି ଵର୍ଷ ତଳେ ଡାଇନୋସର ମାନେ ଏଭଳି ଏକ ସକାଳ ଦେଖିଲେ ଆକାଶ ରେ 10 କିଲୋମିଟର ଚଉଡା ର ଉଲ୍କା ସେମାଙ୍କ ଆଡ଼କୁ ବୁଢ଼ି ଥିଲା ଏବଂ କିଛି କ୍ଷଣ ପରେ ପୃଥିବୀ ରେ ପ୍ରଳୟ ଆରମ୍ଭ ହୋଇଗଲା । ଆରବ ନ୍ୟୁକ୍ଲିୟର ବୋମା ଏକା ସାଥେ ବିସ୍ଫୋଟ କରିଦେଲେ ଦିଏ ଯେଉଁ ବିନାଶ ହେବକଥା ସେଇଭଳି ଦୃଶ୍ୟ ସବୁ ସେ ଉଲ୍କା ପଡ଼ିବା ଦ୍ଵାରା ଘଟିଥିବ ! ଉଲ୍କା ସହିତ ପୃଥିବୀ ପୃଷ୍ଠ ର ଟକ୍କର ଫଳରେ ପ୍ରଚଂଡ ଶ୉କ ଵେଵ୍ସ ଉତ୍ପନ ହୋଇ ଵିଶ୍ଵବ୍ୟାପୀ ଭୂକମ୍ପ ,ଜ୍ଵାଳାମୂଖୀ ଫାଟିବା ଯୋଗୁଁ ଲାବା ବର୍ଷଣ ତଥା ସାମୁଦ୍ରିକ ସୁନାମୀ ସୃଷ୍ଟି ହୋଇଥିବ । ଉଲ୍କା ଧକ୍କା ଯୋଗୁଁ ଧୂଳି ଧୁଁଆ ମଧ୍ୟରେ ପୃଥିବୀ କୁ ସୂର୍ଯ୍ୟକିରଣ ମିଳିବାରେ ବାଧା ସୃଷ୍ଟି ହୋଇଥିବା ତଥା ପୃଥିବୀ Ice age ବା ହିମଯୁଗ କୁ ଚାଲଯାଇଥିବା ଅନୁମାନ କରାଯାଏ । ବୈଜ୍ଞାନିକ ଙ୍କ ମତରେ ସେଇ ବିସ୍ଫୋଟ ଯୋଗୁଁ ତତ୍କାଳ ଵିଶ୍ଵ 75% ପ୍ରଜାତି... ବିଲୁପ୍ତ ହୋଇଯାଇଥିଲା !!!ବୈଜ୍ଞାନିକ ମାନଙ୍କ ମତରେ ଏପର୍ଯ୍ୟନ୍ତ ପୃଥିବୀରେ 6 ହିମଯୁଗ ଆସିସାରିଛି ଏବଂ ଶେଷ ହିମଯୁଗ 10000 ବର୍ଷ ତଳେ ଶେଷ ହୋଇଅଛି । .ପୃଥିବୀ ପୃଷ୍ଠ ରେ ବର୍ତମାନ ପର୍ଯ୍ୟନ୍ତ ମିଳିସାରିଥିବା 100 ରୁ ଉର୍ଧ୍ଵ ଵିଶାଳକାୟ କ୍ରେଟର ସବୁ ଏହାର ପ୍ରମାଣ..ବର୍ତ୍ତମାନ ମଧ୍ୟ ପୃଥିବୀ ର ଆଖପାଖରେ ଘୁରୁଥିବା 320000 ରୁ ଅଧିକ ଏସ୍ଟେରୋଇଡ ଥିବା ଜଣା ଯାଇଛି ...
ତନ୍ମଧ୍ୟରେ 2100 ଟି ଅତି ଵିଶାଳକାୟ ଉଲ୍କ ଥିବା ଜଣାଯାଇଛି ... ଏଥିରୁ କୌଣସି ଗୋଟାଏ ବି ପୃଥିବୀ ଉପରେ ପଡ଼ିଲେ ମହାବିନାଶ ସାର ହେବ !ତେବେ ମାନବ ପାଖରେ ଆଧୁନିକ ବୈଷୟିକ ବିଜ୍ଞାନ ,ଉନ୍ନତ ମସ୍ତିଷ୍କ ଏବଂ ସହଜେ ହାର ନ ମାନିବାର ଜିଦ୍ ଅଛି ଯାହା ଡାଏନୋସର ଭଳି ପ୍ରଚୀନ ଜୀବ ଠାରେ ନ ଥିଲା ।

Friday, November 27, 2015

ସୁମୀ ଅପା ର ଲଭଷ୍ଟୋରୀ

2013 ବରଷ କଥା !! ବଡ଼ ସହର ରୁ ଗାଁ କୁ ଯାଇଥାଏ ! ଦିନଯାକ ଟ୍ରେନ ରେ ବସି ବସି କ୍ଳାନ୍ତ ହୋଇଯାଇଥିଲି । ସଂଧ୍ୟା 7 ଟାରେ ଗାଁ ରେ ପହଁଚି କଣ ଦି ଟା ଖାଇ ଦେଇ ଛାତ ଉପରେ ଦଉଡ଼ିଆ ଖଟରେ ପଡ଼ି ଗଲି । ଠିକ ଅଧରାତି କୁ ଗାଁ ଦାଣ୍ଡରେ ପାଟିତୁଣ୍ଡ ଶୁଣି ମୋ ନିଦ ଏକବାରେ ଭାଙ୍ଗିଗଲା । ବୁଝୁ ବୁଝୁ ଜଣାଗଲା ସୁନେଇ ମାଉସୀ ଝିଅ ଠିଁ କୁଆଡ଼େ ଠାକୁରାଣୀ ଆସିଛନ୍ତି ସେଇଥି ପାଇଁ ଏତେ ହୋ ହାଲ୍ଲା ! ତଳକୁ ଯାଇ ଦେଖିଲି ଗାଁ ଯାକର ଟୋକା ଟୋକି ମାଇପୀ ଅଣ୍ଡିରା ମାଉସୀ ଘର ଆଗରେ ରୁଣ୍ଢ ହୋଇଛନ୍ତି । କୌତୁହଳବଶ ତାଙ୍କ ଘର ଆଡ଼େ ଯାଇ ଦେଖିଲି ଗୋଟାଏ ପଟେ ମାଉସୀ କନ୍ଦାକଟା କରୁଛିତା ଝିଅ ସୁମି ର ଚେହେରା ମଳିନ ,ବାଳ ଝୁଁପୁରା ଏବଂ କପଡ଼ା ରେ ମାଟି ଲାଗିଥିଲା ।
ତେବେ ଭୁତ ପ୍ରେତ ଲାଗିବା ଏବଂ ଠାକୁରାଣୀ ଆସିବା ଆଦି ଯେତକ ଯାବତୀୟ ଘଟଣା ଦୂର୍ଘଟଣା କୁ ମୁଁ ଟିକେ ଭିନ୍ନ ଦୃଷ୍ଟି ରେ ଦେଖେ....
ସେମିତି ଗହିରୀଆ କଥା ଯାଣିବାକୁ ହେଲେ ମୁଁ ଦାସ ବୁଢ଼ା ପାଖ କୁ ଧାଁଏ !!
ଅଜାଙ୍କ ଘରକୁ ଗଲାରୁ ଜଣିବାକୁ ପାଇଲୀ ବୁଢ଼ା ବାଦାମ ଗଛ ଉପାଡିବାକୁ ପାଳ କୁ ଯାଇଛି । ମୋର ଲେଡି BSA ସାଇକେଲ ଟା ଧରି ଯାଇ ବୁଢ଼ା ପାଖରେ ଏକବାର ହାଜର ହୋଇଗଲି । ସେତେବଳକୁ ଦାସ ଅଜା ବ୍ରାହ୍ମଣୀ ନଦୀ କୁଳରେ ନଦୀବନ୍ଧ ଉପରେ ବସି ତରଭୁଜ ଖାଉଥାଏ । ମୋତେ ଦେଖି ଅଜା ଏକାବେଳେକେ ଡବଲ ଖୁସୀ ହୋଇଗଲା । ମୋତେ ଦେଖୁ ଦେଖୁ ଦାସ ବୁଢ଼ା କହିଲା :- ସାଙ୍ଗ ମୋ ବାହାଘର ଦେଖିବାକୁ ଅଇଲୁ ଗାଁ କୁ ନା କଣ ଆଉ.....
ମୁଁ ଅଳ୍ପ ହସି କହିଲି
"ଅଜା ତେମେ ସବୁ ଏକେଲା ଏକେଲା ଖାଇଯାଅ ବୁଝିଲ..,
ଆଉ ଆମେ ନାତୀମାନଙ୍କ ଦୁଃଖ କିଏ ଦେଖିବ ଯେ....
ଦାସବୁଢ଼ା ଟିକେ ଚମକି ପଡ଼ିଲା....ମୋ ସ୍ଵଭାବ ତାକୁ ଜଣା....
ଭାବିଥିବ କୋଉଠୁଁ ବୋଧେ ଝଗଡ଼ା କରି ଆସିଛି ।
ଅଜା ଟିକେ ନରମୀ ଯାଇ ମୋତେ ପାଖରେ ବସାଇ ତରଭୁଜ କାଟି ଦେଲା...ନେ ସାଙ୍ଗ ଖା...ଆଉ ନଦୀକୁ ଗାଧୋଇ ଆସିଥେଲୁ ନ କଣ ବା ??
ନାଇଁ ଅଜା ତେମେ ଆପଣ ଙ୍କ ପାଖକୁ ଆସିଥେଲି ନା ଆଉ ମୁଁ ଅଳ୍ପ ହସି କହିଲି ଦାସଅଜା ର ଦାନ୍ତ ସବୁ ଏବେ ଦିଶିଲା....
ମୁରୁକି ହସା ଟାଏ ଦେଇବୁଢ଼ା ପଚାରିଲା କଣ ହେଲା ନାତୀ ମୋ ପାଖରେ ତୋର କି କାମ ବା ..... !!
ମୁଁ କାଲି ରାତି କଥା ଗୋଟି ଗୋଟି ସବୁ ଅଜା ଆଗରେ ଅମୂଳଚୁଳ କହିଗଲି ।
ସବୁ ଶୁଣି ବୁଢ଼ା ହସିଲା କହିଲା .....ଆରେ ଏଇ କଥା କୁ ନାଆ ପେଲିଦେଲି କଲିକତା କୁ ....
ସେ ଟୋକି ର ଚାଲିଚଳଣ ଠିକ ନୁହେଁ
ତଳ ସାହି ରାଧୁ ପୁଅ କଣ ତ ତା ନାଁ ଟା ହଁ ଅଭି ସହ ତା ର ଭୀତିରିଆ ପ୍ରେମ ଚାଲିଛି । ଅଜା ବୁଢ଼ା କୁ ଚିଡ଼େଇବାକୁ ଯାଇ କହିଲି'ଆଜା ପରଝିଅ ଵୋହୂ ଙ୍କ ନାଆଁରେ ଏମିତି ଲଗେଇ ଯୋଖେଇ କହିବା ଠିକ ନୁହଁତୁମ ପାଖରେ କି ପ୍ରମାଣ ଅଛି ସୁମିଅପା ନାଁ ରେ କେତେ କଣ କହିଗଲ'ବୁଢ଼ା ରାଗିଗଲା କହିଲା ଶୁଣେ ତୋ ଯୋଉ ସୁମୀ ଅପା କୁ ସତୀ ସାବିତ୍ରୀ ଭାବୁଛୁ ଅନା ନିତି ରାତି ରେ ତାକୁ ମୁଁ ଦାମସାହୁ ଘର ବାଁଉଶ ନଟି କୁ ଯିବାର କେତେଥର ଦେଖିଛି ! ଆରେ ମୁଁ କଣ ଗାଁ ର ଅଧେ ଲୋକ ତାଙ୍କ ଚୋରା ପିରତୀ କଥା ଜାଣନ୍ତି ...ବୁଢ଼ା କଥା ରୁ ସବୁ କ୍ଲିଅର ହୋଇଗଲା....ସେ ଠାକୁରାଣୀ ଆସିବା କଥା ତା ହେଲେ ପୁରା ଡାହା ମିଛ !!!
ବୁଢ଼ା ସହିତ ବହୁତ ଗପିଲି
ଗଲା ବେଳକୁ ଅଜା ବୁଢ଼ା କହିଲାସାଙ୍ଗ ତୋ ଭଉଣୀ କୁ ମୋତେ ବାହା ଦବୁ ନା ?
ମୁଁ ଅଳ୍ପ ହସି କହିଲି
ଅଜା କୋଟିଏ ଟଙ୍କା ଯୌତୁକ ଦେଲେ ଯାଇ କନ୍ୟା ରତ୍ନ ମିଳିବ କଣ ମାଗଣା ଭାବୁଛ କି !!!
ବୁଢ଼ା ଅଜା ଠୁ ବିଦା ନେଇ ସେଠୁ ଘରକୁ ଫେରିଲି !
ଦୁଇ ଦିନପରେ ଦିନେ ଖରାବେଳିଆ ସୁନେଇ ମାଉସୀ ଘରୁ ସୁମୀ ଅପା ର କାନ୍ଦ ବୋବାଳୀ ଶୁଣି କଣ ହୋଇଛି ଦେଖିବାକୁ ଦୌଡିଗଲା ।
ମାଉସୀ ସୁମୀ ଅପା କୁ ନିର୍ଧୁମ ପିଟୁଥାଏ ଅପା ଚିଲଉ ଥାଏ.....
ଏଇ ବର୍ଷ ଅଭି ଭାଇ ସହ ସୁମୀ ଅପା ର ବାହାଘର ହୋଇଯାଇଛିପ୍ରଭୁ ଜଗନ୍ନାଥ ଙ୍କ କୃପାରୁ କୋଳକୁ ପୁଅ ଟିଏ ଛୋଟ ସଂସାର ସୁଖୀ ସଂସାର !!

ହେଲେ ମୋ ମନ ର ପ୍ରଶ୍ନ ଟା ଅନୁତ୍ତରୀତ ରହିଗଲା ସୁନେଇ ମାଉସୀ ସୁମୀ ଅପା କୁ ଦିନ ଦିପହର ଟା ରେ କାହିଁକି ପିଟୁ ଥିଲା ???
ପାଠକଙ୍କୁ ଉତ୍ତର ଜଣାଥିଲେ ଦୟାକରି ଉତ୍ତର ଟା ଲେଖି ଜଣାଇବେ...

Tuesday, November 24, 2015

ଆପଣଙ୍କ ନିଜ ଶରୀର ମଧ୍ୟରେ କେହି ଅନ୍ୟ ଜଣେ ମଧ୍ୟ ରହେ ! -The Parasitic nature Of The Universe...

କଳ୍ପନା କରନ୍ତୁ ଯଦି ଆପଣଙ୍କ ଚକ୍ଷୁଦ୍ଵୟ ର ଦୃଶ୍ୟ କ୍ଷମତା ବଢ଼ିଯାଅନ୍ତା ଯା ଫଳରେ ଆପଣ ଖାଲି ଆଖିରେ ମଧ୍ୟ ପରମାଣୁ ଗୁଡିକୁ ଦେଖିପାରାନ୍ତେ ! ଠିକେ ଚିନ୍ତାକରି ଦେଖନ୍ତୁ .... ରାତିରେ ପାଖରେ ଶୋଇଥିବା ଆପଣଙ୍କ ସୁନ୍ଦରୀ ସ୍ତ୍ରୀ ର ଚେହେରା କେମିତି ଦେଖାଯାଅନ୍ତା ?ତେବେ... ଆପଣଙ୍କୁ ତାର ଚେହରା ବଦଳରେ... ଚମକୁଥିବା ଅସଂଖ୍ୟ ପରମାଣୁ ପୁଞ୍ଜ ଦେଖାଯାଅନ୍ତା ,ବସ୍ତୁତ୍ଵଃ ଦୂର୍ବଳ ହୃଦୟ ହୋଇଥିଲେ ଏସବୁ ଦେଖି ହାର୍ଟ ଏଟକ ର ସମ୍ଭାବନା ମଧ୍ୟା ବଢ଼ିଯାଇଥାଅନ୍ତା ।କିନ୍ତୁ ପରମାଣୁ ଭଳି ଛୋଟ ଛୋଟ ଜିନିଷ ଖାଲି ଆଖି କୁ ଦେଖାଯାଏ ନାହିଁ । ସାଧାରଣତଃ ଜଣେ ସ୍ଵସ୍ଥ ବ୍ୟକ୍ତି ମିନିମମ 0.1 arc seconds ରେ ଵିସୁଅଲ ଏଂଗଲ ଦ୍ଵାରା ଜିନିଷ ଦେଖିପାରିଥାଏ । ସରଲ ଶବ୍ଦରେ କହିଲେ.... 0.02 mm ରୁ ଛୋଟ ଜିନିଷ ଦେଖିବା ମାନବ ପକ୍ଷେ ସମ୍ଭବ ନୁହେଁ ।କିନ୍ତୁ ଛୋଟ ଜିନିଷ ର ମଧ୍ୟ ଅସ୍ତିତ୍ଵ ଅଛି !!!!ସେଇଭଳି ଆପଣ 390-800 ନୈନୋମୀଟର ଫ୍ରୀକ୍ଵେଂସୀ ର ପ୍ରକାଶ ହିଁ ଦେଖି ପରାନ୍ତି .... 390 ନୈନୋମୀଟର ଫ୍ରୀକ୍ଵେନ୍ସୀ ଠାରୁ ଅଧିକ ପ୍ରକାଶ (ଅଲ୍ଟ୍ରାଵାଯଲଟ) ଏବଂ 800 ରୁ କମ ଫ୍ରୀକ୍ଵେଂସୀ ର ପ୍ରକାଶ ଦେଖିପାରିବା (ଇଂଫ୍ରାରେଡ) ଆପଙ୍କ ଦୃଷ୍ଟି କ୍ଷମତା ର ବାହାରେ ।
ସେଇ ଭଳି... ଆପଣ 20-20000 ହର୍ଟ୍୛ ଫ୍ରୀକ୍ଵେଂସୀ ର ସାଉଂଡ ଶୁଣିପାରନ୍ତି ତା ଠାରୁ ଅଧିକ କିମ୍ବା କମ ନୁହେଁ ! ତ ଏହାର ମୋରାଲ ଅଫ ଷ୍ଟୋରୀ ହେଉଛି ଆପଣଙ୍କ ଇନ୍ଦ୍ରିୟ ଗୁଡ଼ିକୁ ଏଇଭଳି ଡିଜାଇନ କରାଯାଇଅଛି ଯେମିତି ଆପଣ ବ୍ରହ୍ମାଣ୍ଡ କୁ...ଏବଂ ତାର ମୂଳ ସ୍ଵରୁପ କୁ ଦେଖି ପାରିବେ ନାହିଁ । ପ୍ରକୃତି ର ଶକ୍ତିଶାଳୀ ମାୟା ମୃଗତୃଷ୍ମା ରେ ପଡ଼ି ... ପରମ ସତ୍ୟ କୁ ଜାଣି ପାରନ୍ତି ନାହିଂ ସେ ସତ୍ୟଜାଣିଗଲେ ହୁଏତ ଆପଣ ବିଚଳିତ ହୋଇଯାଇପାରନ୍ତି---------ଜଞ୍ଜାଳମୟ ନିତିଦିନିଆ ଜୀବନ... ସଡ଼କ ରେ ଗାଡିମଟର ର ପେଁ ପାଁ ଚେଁ ଚାଁ ... ସଡ଼କ ର ଦୁଇ ପାଖରେ ଗଗନଚୁମ୍ବୀ କଂକ୍ରିଟ ର ଜଙ୍ଗଲ ମଧ୍ୟ ରେ ବୁଡ଼ିରହି ଆମେ ଆଉ ଏକ ଦୁନିଆ କୁ ସର୍ଵଦା ହେୟଜ୍ଞାନ କରିଦିଅନ୍ତି... ସେଇ ଦୁନିଆ କୁ ବିଜ୍ଞାନ ର ଭାଷା ରେ "ମାଇକ୍ରୋ ସ୍କୋପିକ ଵର୍ଲ୍ଡ"କୁହାଯାଏ...ଜିବାଣୁ ବିଜାଣୁ ଭୂତାଣୁ ମାନଙ୍କ ଦୁନିଆ... ପୁଣି ଏଇ କ୍ଷୁଦ୍ର ଦାନବ ମାନଙ୍କୁ ଯଦି ଆପଣ ଖାଲି ଆଖିରେ ଦେଖନ୍ତେ ତ କଣ ହୁଅନ୍ତା ?ନିଶ୍ଚିତ ଭାବେ ହାର୍ଟ ଆଟାକ୍ !!!

ଏବେ ମନରେ ପ୍ରଶ୍ନ ଉଁକି ମାରେ କି ଯଦି ସୃଷ୍ଟି ର ରଚନାକାରଙ୍କର ଉଦ୍ଦେଶ୍ୟ ମାନବ ମାନଙ୍କ ପାଇଁ ଏ ଦୁନିଆ କୁ ବନାଇବାର ଥିଲା... ତା ହେଲେ ସେ ପରମାତ୍ମା ଏମିତି ସମାନାନ୍ତର ଦୁନିଆ କାହିଁକି ବାନାଇଲେ ? ଗୋଟାଏ ଦୁନିଆ ଅନ୍ୟ କୁ ଜାଣିପାରେନି ଦେଖି ପାରେନି ଅନୁଭବ କରିପାରେନି । ତାହେଲେ କଣ ସତରେ ସୃଷ୍ଟି..."ପରଜୀଵିତା ସିଦ୍ଧାନ୍ତ" ର ସମର୍ଥନ କରୁଅଛି ?.ମାର୍କଣ୍ଡେୟ ପୁରାଣ ରେ କୁହାଯାଇଛି ... ମାର୍କଣ୍ଡେୟ ଋଷି ଦିନେ ଵିଚରଣ କରୁ କରୁ କୌଣସୀ ମତେ ବ୍ରହ୍ମାଣ୍ଡ ରୁ ଉର୍ଧ୍ଵ କୁ , ବାହରକୁ ଚାଲିଗଲେ ଏବଂ ତାଙ୍କୁ ଦେଖାଗଲା ଯେ .... ଏ ବ୍ରହ୍ମାଣ୍ଡ ତ ଗୋଟିଏ ସୁନ୍ଦରିଆ ପିଲା ଟିଏ ... "ଏକାର୍ଣବ ଜଳ" ରେ ଜଳକ୍ରୀଡା କରୁଅଚ୍ଛି ।କହାଣୀ ସତ ହେଉ ଅଥବା ବୋଗସ... But... It Has Huge Implications !!!
**********************************
ମରୁଭୂମି ରେ ରହୁଥିବା ଏଣ୍ଡୁଅ ନିଜର ସିମୀତ କ୍ଷମତା ଯୋଗୁଁ ମରୁଭୂମି ବାହାର କୁ ଯାଇପାରେନୀଏବଂ ମାନୀନିଏ ଯେ ଏଇତକ କ୍ଷେତ୍ର ହିଁ ଦୁନିଆ... ସମୁଦ୍ର ରେ ବାସ କରୁଥିବା ଜୀବ ମାନଙ୍କ ପାଇଁ ସମୁଦ୍ର ର ଗଭୀର ଜଳ ହିଁ ବ୍ରହ୍ମାଣ୍ଡ ଏବଂ ଆମେ ମଣିଷ ମାନେ ... ଗ୍ରହ ନକ୍ଷତ୍ର ର ବ୍ରହ୍ମାଣ୍ଡ କୁ ଦେଖି ... ଅନନ୍ତ କାଳରୁ ବ୍ରହ୍ମାଣ୍ଡ ବାହର ର ଦୁନିଯା ବିଷୟ ରେ କେବଳ କଲ୍ପନା କରି ଆସୁଅଛେ । ...କିନ୍ତୁ ଏ କଥା ରୁ ଅଜଣା ଯେଆମ ନିଜ ଶରୀର ମଧ୍ୟ...କୋଟି କୋଟି ଛୋଟ ଜୀବ ମାନଙ୍କ ଘର... ଦୁନିଆ ଏବଂ ବ୍ରହ୍ମାଣ୍ଡ ଅଟେ.କିଏ ଜାଣେକାଳେ... ଏ ବ୍ରହ୍ମାଣ୍ଡ ମଧ୍ୟ...ଏକ ଜୀଵ ହୋଇ ଥାଏ ପାରେ ଏବଂ ଯୁଗ ଯୁଗ ରୁ ନିଜର ଅସ୍ତିତ୍ଵ ର ମୂଳ ଅନୁସନ୍ଧାନ ରେ ବ୍ଯସ୍ତ ଥାଇ ପାରେକିନ୍ତୁ ଠିକ ଆମ ଭଳି...ନିଜ ଶରୀର ମଧ୍ୟେ ଚଲୁଥିବା ହଲଚଲ ବିଷୟ ରେ ଅଜଣା ଥାଇପାରେ !!!! ହ୉ଲିଉଡ଼ ଫିଲ୍ମ ଵାର ଅଫ୍ ଦ ଵର୍ଲ୍ଡସ୍ ଏବଂ ମୈନ ଇନ ବ୍ଲୈକ ର ଶେଷ ଦୃଶ୍ୟ ପରେ ଏହି ଥିଓରୀ ଟିକୁ କାଳ୍ପନିକ ଚିତ୍ର ଦ୍ଵାରା ଦର୍ଶାଯାଇଅଛି !

Monday, November 16, 2015

ଗୁଜରାଟ ର ଗୀର

ରାଜାରାଜୁଡ଼ା ସମୟରେ ଗୁଜରାଟ ର ଗୀର ଅଭୟାରଣ୍ୟ ନିଘଞ୍ଚ ଜଙ୍ଗଲ ଥିଲା ଏବଂ ସେଇ ଜଙ୍ଗଲ ରେ କେବଳ ସିଂହ ମାନଙ୍କର ଏକାଧିପତ୍ୟ ଥିଲା । ଗୁଜରାଟ ର ତିନୋଟି ରାଜବଂଶ କୁ ସିଂହ ମାନଙ୍କର ଶକ୍ତି ର ପରିଚୟ ମିଳିସାରିଛି ! ନିଜକୁ ମର୍ଦ୍ଦପୁଅ ପ୍ରମାଣ କରିବାକୁଯାଇ ଇଂରେଜ ରାଜତ୍ଵକାଳରେ ଏଠାକାର ରାଜା ଏବଂ ରାଜକୁମାର ତଥା ଗୋରା ସାହେବ ମାନେ ଶିକାର ଖେଳିବାକୁ ଗୀର ର ଜଙ୍ଗଲ କୁ ଆସୁଥିଲେ -. ଏଇ ଭଳି ଦିନେ ଶିକାର କରିବାକୁ ଆସି ଗୋଂଡଲ ର ରାଜା ନଟଵରସିଂହ ସିଂହମାନଙ୍କ ଶିକାର ପାଲଟି ଥିଲେ । ୧୯୩୦ ରେ ରାଜକୋଟର ରାଜଗାଦି ପ୍ରାପ୍ତ କରିଥିବା ଧର୍ମେନ୍ଦ୍ରସିଂହ ୧୯୪୦ ରେ ଗୀରକୁ ମୃଗୟା ଖେଳିବାକୁ ଯାଇଥିଲେ । ରାଜା ଙ୍କର ଗୋଟିଏ ଗୁଳି ରେ ସିଁହ ଟିଏ କ୍ଷତାକ୍ତ ହେଲା...କୁହାଯାଏ ରାଜା ଧର୍ମେନ୍ଦ୍ର ଙ୍କ ପଛରେ କୁଆଡେ ସେଇ କ୍ଷତାକ୍ତ ସିଂହ ଟି ଜଙ୍ଗଲ ଶେଷ ହେବା ଯାଏଁ ଗୋଡ଼ାଇଥିଲା !୧୯୩୩ରେ ସୟାଜୀରାଓ ଗୀର ର ଜଙ୍ଗଲ ରେ ଶିକାର କରିବାକୁ ବାହାରିଲେ । ଜଙ୍ଗଲ ମଧ୍ୟେ ସିଂହ ଶିକାର ପାଇଁ ମଞ୍ଚା ବନ୍ଧାଯାଇଥିଲା । ଅନେକ ଅପେକ୍ଷା କଲାପରେ ସିଂହ ଟିଏ ଦେଖି ଏକେବାରେ ଗୁଳିଚଲାଇଦେଲେ । ଯୋଗ କୁ ତାହା ଲକ୍ଷଭ୍ରଷ୍ଟ ହେଲା ! ରାଜା ନିରାଶ ମନରେ ରାଜପ୍ରାସାଦ କୁ ଫେରିବାକୁ ସଜବାଜ ହେଉଛନ୍ତି ଏପଟେ ସିଂହ ରାଜାଙ୍କୁ ଶିକାର କରିବାକୁ ତିଆର ହେଉଥାଏ । ଠିକ ସେତିକି ବେଳେ ଜଙ୍ଗଲକୁ ଜାଳଣୀ ସଂଗ୍ରହ ଉଦ୍ଦେଶ୍ୟରେ ଆସିଥିବା କୋଳୀ ଜାତି ର ଦୁଇଜଣ ଯୁବକ ହରି - ଅର୍ଜୁଣ ଦୂର ରୁ ଏ ଦୃଶ୍ୟ ଦେଖିନେଲେ ଏବଂ ତତ୍କ୍ଷଖାତ୍ ସିଂହ କୁ ମାରି ଘଉଡ଼ାଇଲେ । ସେଦିନ ସେ ଦିଜଣ ଙ୍କ ଯୋଗୁଁ ଜଙ୍ଗଲ ର ରାଜା ସିଂହ ଠାରୁ ବଡ଼ୋଦରା ରାଜା ଅଳ୍ପକେ ବର୍ତ୍ତିଯାଇଥିଲେ ! ପରେ ବଡ଼ୋଦରା ରାଜା ସୟାଜୀରାଓ ଗାୟକଵାଡ ନିଜ ଜୀବନ ବଞ୍ଚାଇଥିବା ହେତୁ ସେହି ଦୁଇଜଣ ସାହସୀ ଯୁବକଙ୍କୁ ବଡ଼ୋଦରା ଡକାଇ ସମ୍ମାନିତ କରିଥିଲେ । ପୁଣି ଭବିଷ୍ୟ ବଂଶଧରମନଙ୍କୁ ବୀର ଯୁବକ ମାନଙ୍କ ବାହାଦୁରୀ ଜଣାଇବା ପାଇଁ ବଡ଼ୋଦରା ରାଜା କମାଟୀବାଗ ଠାରେ ଦୁଇଟି ଶୈଳ ପ୍ରତିମା ମଧ୍ୟ ସ୍ଥାପନା ମଧ୍ୟ କରାଇଛନ୍ତି ଯାହା ଏବେ ବି ବିଦ୍ୟମାନ ।
ପୃଥିଵୀ ପୃଷ୍ଠରେ ସିଂହର ଘର ପଚାରିଲେ ଦୁଇ ଟି ନାଆଁ ଶୁଣିବାକୁ ମିଳିଥାଏ ଆଫ୍ରିକା ଏବଂ ଗୀର । ସିଂହ ଯୋଗୁଁ ଵିଶ୍ଵସାରା ପ୍ରଶିଦ୍ଧି ଲାଭକରିଥିବା ଗୀର ଅଭୟାରଣ୍ୟ ର ସ୍ଥାପନା ଆଜକୁ ପ୍ରାଯଃ ୫୦ ଵର୍ଷ ପୂର୍ବେ 18 ସେପ୍ଟେମ୍ବର ୧୯୬୫ ରେ ହୋଇଥିଲା ଅର୍ଥାତ୍ ଏଇଦିନ ଠାରୁ ଗୀର ଜଙ୍ଗଲ କୁ ସରକାର ଅଭୟାରଣ୍ୟ ସଂରକ୍ଷିତ ଜଙ୍ଗଲ ଘୋଷଣା କରିଥିଲେ । ଦସ ଵର୍ଷ ପରେ ଅଭୟାରଣ୍ୟ ର କିଛି ଅଂଶ କୁ ନେଶନଲ ପାର୍କ କୁହାଗଲା । ଏହି ଅଭୟାରଣ୍ୟ ର ଆୟତନ ସରକାରୀ କାଗଜପତ୍ର ରେ ପ୍ରାୟଃ ୧୪୦୦ ବର୍ଗ କିଲୋମିଟର ଲେଖାଯାଇଥିଲେବି ଏହାରା ଆୟତନ ଟିକେ ଅଧିକ ! ଭାରତରେ ମୋଟ ୪୫୦ଟି ଅଭୟାରଣ୍ୟ ମଧ୍ୟରୁ ଅଭଯାରଣ୍ଯୋମାଂ ଗୀର ସିଂହ ପାଇଁ ପ୍ରସିଦ୍ଧ । ଏମିତତ ଏଠାରେ ପୁରାତନକାଳରୁ ସିଂହଜାତି ବାସକରୁଅଛି କିନ୍ତୁ ଵିଁଶ ଶତାବ୍ଦୀ ର ଆରମ୍ଭ ସମୟ ରେ ଲୋକ ମାନଙ୍କ ପାଇଁ ଚର୍ଚା ର ବିଷୟ ପାଲଟି ଥିଲା । ବର୍ଷ ବର୍ଷ ଧରି ବନ୍ୟଜୀବ ମୁଖ୍ୟତଃ ସିଂହ ଶିକାର ଫଳରେ ଏଠାରେ ମାତ୍ର ୧୨-୧୫ ଟି ସିଁହ ହି ରହିଯାଇଥିଲେ । ଜୂନାଗଢ ନଵାବ ସିଂହ ମାନଙ୍କ ଵଂଶରକ୍ଷା ପାଇଁ ଗୀର ରେ ଶିକାର ନିଶେଦ୍ଧ କରାଇଲେ ଏବଂ ଧୀରେ ଧୀରେ ସିଂହ ମାନଙ୍କ ବଂଶବୃଦ୍ଧି ଘଟିଲା ।ବିଗତ 20ବର୍ଷ ମଧ୍ୟରେ ରାଜ୍ୟ ଆର୍ଥିକ ପ୍ରଗତି କରିବା ସହ ସିଂହ ମାନଙ୍କ ସଂଖ୍ୟା ମଧ୍ୟ 300 ପାର କରିସାରିଥିବା ଜଣାଯାଇଛି ।

Friday, November 13, 2015

ମନୋବିଜ୍ଞାନ ଏବଂ ଟେଲିପାଥୀ

ମନୋବିଜ୍ଞାନ କୁ ପୂର୍ବେ ପାଶ୍ଚାତ୍ୟ ପଣ୍ଡିତ ମାନେ ବିଜ୍ଞାନ ମାନୁ ନ ଥିଲେ ! ଏହା କାଳ୍ପନିକ ଏବଂ ମସ୍ତିଷ୍କ ବିକାରଯୁକ୍ତ ଲୋକ ଙ୍କ ବିକୃତ ଅବଧାରାଣା ବୋଲି ମାନାଯାଉଥିଲା । ସର୍ବ ପ୍ରଥମେ ଈ.ସ. ୧୮୮୨ ରେ 'ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ସ୍ଥାପନା ହେଲା .ଏହା ପରେ ଈ.ସ. ୧୮୮୫ ରେ 'ଅମେରିକନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ଗଠନ କରାଗଲା । ଏଇ ଭଳି ସଂସ୍ଥା ସବୁ ଅନ୍ୟ ୟୁରୋପିଅନ ଦେଶ ଗୁଡିକ ରେ କିଛି ବର୍ଷ ବ୍ୟବଧାନ ରେ ଖୋଲିଲା । ଏସବୁ ସଂସ୍ଥା ମଧ୍ୟରୁ ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ କୁ ଅନେକ ଵିଦ୍ଵାନ ମାନଙ୍କର ସମର୍ଥନ ମିଳିଥିଲା ।ଏଇ ବିଦ୍ଵାନ ବୁଦ୍ଧିଜୀଵୀ ମାନଙ୍କ ମଧ୍ୟରେ ଥିଲେ କେମ୍ବ୍ରିଜ ୟୁନିଵର୍ସିଟୀ ର ତତ୍ତ୍ଵଚିଂତକ ହେନରୀ ଲିଝଵିକ, କାଳ୍ପନିକ ଡିଟେକ୍ଟିଵ ଶେରଲୋକ ହୋମ୍ସ ର ରଚୟିତା ଏବଂ ଚିକିତ୍ସକ ସର ଆର୍ଥର କୋନନ ଡୋଇଲ, ପ୍ରସିଦ୍ଧ ଭୌତିକ ଵିଜ୍ଞାାନୀ ସର ଓଲୀଵର ଲୋଜ ଏବଂ ଵିଲିଅମ କ୍ରୁକସ ଙ୍କ ସହଯୋଗ ମିଳିଥିଲା । ମନୋଵିଜ୍ଞାାନ ସଂବଂଧୀ ଗବେଷଣା ଦିଗରେ ସିଗ୍ମଂଡ ଫ୍ରୋଇଡ, କାର୍ଲ ଜୁଂଗ, ରଶିଅନ ନ୍ୟୁରୋଫିଝିଓଲୋଜିସ୍ଟ ଵୀ.ଏମ. ବେଖ୍ତେରେଵ, ଅମେରିକନ ମନୋଵିଜ୍ଞାାନୀ ଵିଲିଅମ ଜେମ୍ସ ଏବଂ ଵିଲିଅମ ମେକଡୁଗଲ ଆଦି ବିଜ୍ଞାନୀ ମାନଙ୍କର ଅବଦାନ ମହତ୍ତ୍ଵପୂର୍ଣ !ମନୋବିଜ୍ଞାନ ସପକ୍ଷ ରେ ଅନେକ ଘଟଣା ଉଲ୍ଲେଖ ଯୋଗ୍ୟ ....
ପ୍ରାଚ୍ୟ ସଭ୍ୟତା ର ମନୁଋଷି ମାନେ ଟେଲିପାଥୀ ଦ୍ଵାରା ପରସ୍ପର ସହ ବାର୍ତାଳପ କରୁଥିବା କଥା ଆମ ପୁରାଣ ପୋଥୀ ରେ ସବୁ ଲେଖା ହୋଇଅଛି ! ପାଶ୍ଚାତ୍ୟ ସଭ୍ୟତା ର ବିଦ୍ଵାନ ମାନେ ଏଇ କିଛି ବର୍ଷ ହେଲା ଏ ବିଷୟ କୁ ଗୁରୁତ୍ଵ ଦେବା ଆରମ୍ଭ କରିଛନ୍ତି ।

ଈ.ସ. ୧୯୭୧ ମସିହା ଫେବୁ୍ରଆରୀ ମାସ ର ଘଟଣା । 'ଏପୋଲୋ-୧୪ ମହାକାଶଜାନ ତିନିଜଣ ମହାକାଶଯାତ୍ରୀଙ୍କୁ ଯାତ୍ରାରାମ୍ଭ କଲା । ମହାକାଶ ରେ ଥିବା ସମୟରେ ସେମାନଙ୍କ ମଧ୍ୟରୁ ଏଡଗର ମିଶେଲ ନାମକ ଜଣେ ମହାକଶଯାତ୍ରୀ 'ଦୂରବୋଧ' (ଟେଲିପଥୀ) କୁ ନେଇ ଏକ ଅଦଭୁତ ପ୍ରୟୋଗ କରିଥିଲେ । ମହାକାଶ ରେ ଥାଇ ମିଶେଲ ପୃଥିଵୀ ରେ ରହୁଥିବା କିଛି ପରିଚିତ ଲୋକ ଙ୍କୁ ଟେଲିପାଥି ଦ୍ଵାରା ମାନସିକ ସଂଦେଶ ପଠାଇଥିଲେ । ମହାକାଶଯାତ୍ରା ସମୟ ରେ ମିଶେଲଙ୍କୁ ମୋଟ ଚାରିଥର ବିଶ୍ରାମ କରିବାର ଅବସର ମିଳିଥିଲା । ପ୍ରତ୍ୟେକ ଥର ସେ ନିଜ ପରିଚିତ ଲୋକ ଙ୍କୁ 25 ଅକ୍ଷର ବିଶିଷ୍ଟ ପଦ ଅଥବା ଚିତ୍ର ପଠାଇଥିଲେ । ଏଠାରେ ମିଶେଲ ଙ୍କ ଟେଲିପାଥୀ ସମ୍ଭନ୍ଧି କଥା ଉପରେ ବିଶ୍ଵାସ କରିବାକୁ ହେବ କାରଣ ତାଙ୍କ ଦ୍ଵାରା ପଠାଯାଇଥିବା ପ୍ରାୟଃ ୨୦୦ ଟେଲିପାଥୀ ସଂଦେଶ ମଧ୍ୟ ରୁ ୫୧ ଟି ସଂଦେଶ ପହଞ୍ଚିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଯୁଗାନୁଯୁଗ ସଂଭାବନା ଦର ମାତ୍ର ୨୦ % ହୋଇଥିବାରୁ ଏହାକୁ ମାତ୍ର ସଂଯୋଗ କ୍ରମେ ଘଟିଥିବା ଘଟଣା କହିବା ଠିକ ନୁହେଁ । ଏହି ପ୍ରୟୋଗ ର ଶଫଳତା ପରେ ମିଶେଲ କହିଥିଲେ 'ଏହା ନିଶ୍ଚିତ ହୋଇ ଗଲା ଯେ ଟେଲିପଥୀ ର ମଧ୍ୟ ଅସ୍ତିତ୍ଵ ଅଚ୍ଛି । ରସାୟନ ଵୈଜ୍ଞାନ ଭଳି ଏହା ଉପରେ ମଧ୍ୟ ବିଶଦ ଗବେଷଣା ଜରୁରୀ ।"
୧୯ ଫେବୁଆରୀ ୧୯୧୮ ରେ ଅମେରିକାର ଇଲିନୋଇସ,ଶିକାଗୋ ସହରରେ ଜନ୍ମିତ ଏବଂ ୩ ଜାନୁଆରୀ ୧୯୯୫ରେ ଇହଧାମ ତ୍ୟାଗ କରିଥିବା ଡ. ଏନ୍ଡ୍ରିଜା ପୁହାରିଚ ପେରାସାୟ କୋଲୋଜୀ କ୍ଷେତ୍ରରେ ଅନେକ ଗବେଷଣା କରିଥିଲେ । ଅସାଧାରଣ ଚେତନା ଶକ୍ତି ପ୍ରାପ୍ତ ଈଜରାଏଲୀ ୟୁରୀ ଗେଲର ଏବଂ ଡଚ ଦେଶ ରେ ଜନ୍ମିତ ପୀଟର ହରକୋସ ଙ୍କୁ ଵୈଜ୍ଞାନିକ ଗବେଷଣା ହେତୁ ଅମେରିକା ଆଣିବା କାର୍ଯ୍ୟ ଡ. ଏନ୍ଡ୍ରିଜା ପୁହାରିଚ ହିଁ କରିଥିଲେ । ତାଙ୍କର 10ରୁ ଅଧିକ ପୁସ୍ତକରେ ସେ ଟେଲିପଥୀ ବିଷୟରେ ଖୂବ ମହତ୍ତ୍ଵପୂର୍ଣ କଥା ସବୁ ପ୍ରକାଶ କରିଛନ୍ତି । ଦୁଇଜଣ ବ୍ୟକ୍ତି ମଧ୍ୟେ କେଉଁ ପରିସ୍ଥିତି ରେ ଦୂରାନୁଭୂତି ଘଟିତ ହୁଏ ଏ ବିଷୟରେ ସେ ଖାସ ଗବେଷେଣା କରିଥିଲେ । ବହୁ ଵର୍ଷ ପୂର୍ଵେ ଶରୀରଵିଜ୍ଞାନୀ ଵୋଲ୍ଟର ବୀ. କେନ ଦର୍ଶାଇଥିଲେ ଯେ ଯେତେବେଳେ ଅଚାନକ କୌଣସୀ ବଡ଼ ବିପଦ ଆସି ପହଁଚେ ଏବଂ ପ୍ରାଣୀ ନିଜ ମନରେ ଅତ୍ୟନ୍ତ ଭଯ ଅନୁଭଵ କରେ , ବିପଦ ର ସାମନା କରିବା କିମ୍ବା ସେଥିରୁ ନିଜକୁ ବିରତ ରହିବାକୁ ଚେଷ୍ଟାକରେ ସେତେବେଳେ ସେ ଅନୁକଂପୀ ଜ୍ଞାନତଂତ୍ର ବା ସିମ୍ପେଥେଟିକ ନର୍ଵସ ସୀସ୍ଟମ ର ପ୍ରଭାଵ ମଧ୍ୟ କୁ ଆସିଯାଏ । ଏହାର ବିପରୀତ ସ୍ଥିତି ପରାନୁକଂପୀ ଜ୍ଞାନତଂତ୍ର ର ପ୍ରଭାଵ ଅଟେ । ଏହି ସିମ୍ପେଥେଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ବଢ଼ାଇ ଦିଏ, କିନ୍ତୁ ପେରାସିମ୍ପେଥୋଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ଶାନ୍ତ କରି ଦେଇଥାଏ ।
ସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏଡ୍ରିନାଲିନ' ହୋରମୋନ କୁ କ୍ରିଯାନ୍ଵିତ କରିଥାଏ । ତେଣୁ ଯେତେବେଳେ ଏହି ସିସ୍ଟମ୍ କାର୍ଯକ୍ଷମ ଥାଏ ସେହୀ ସ୍ଥିତିକୁ 'ଏଡ୍ରିନର୍ଜିୟା' କୁହାଯାଏ । ପୁଣି ଯେତେବେଳେ ପେରାସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏସିଟାଇଲ କୋଲାଇନ' ର ସ୍ରାଵଦ୍ଵାରା କ୍ରିଯାନ୍ଵିତ ହେଉ ଥାଏ ,ଏହି ସୀସ୍ଟମ କାର୍ଯ କରୁଥିବା ସ୍ଥିତି କୁ 'କୋଲିନର୍ଜିୟା' କୁହାଯାଇଥାଏ । ଡା. ଏନ୍ଡ୍ରିଜା ପୁହାରିଚ ତାଙ୍କର ଗବେଷଣା ରେ ଦର୍ଶାଇ ଛନ୍ତି କି ବ୍ଯକ୍ତି ଯେତେବେଳେ 'ଏଡ୍ରିନର୍ଜିୟା'ର ସ୍ଥିତି ରେ ଥାଏ ସେତେବେଳେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଇବା ସହଜ ହୋଇଥାଏ ତେବେ 'କୋଲିନର୍ଜିୟା'ର ସ୍ଥିତି ଥିଲେ ଏହି ସ୍ଥିତି ରେ ଟେଲିପଥୀ ଦ୍ଵାରା ପଠାଯାଇଥିବା ସଂଦେଶ ସହଜରେ ଗ୍ରହଣ କରା ଯାଇପାରିବ । ସାଧାରଣ ଭାଷା ରେ କହିଲେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଉଥିବା ଲୋକ ବିପଦରେ ପଡ଼ିଥିଲେ ଏବଂ ମାନସିକ ସନ୍ଦେଶ ପଠାଯାଉଥିବା ଲୋକ ର ମନ ଶାନ୍ତ ଥିଲେ ଯାଇ ଏହି ପ୍ରୟୋଗ ସଫଳ ହୁଏ ।

------କରକଣ୍ଡୁ ଉପାଖ୍ୟାନ-------‪‬‪‬--- ‪

‪‬‪‬‪ଚମ୍ପା ନଗର ର ‬ ରାଜା ‪ ଦଧିବାହନ‬ ଏବଂ ରାଣୀ ‪ ଇନ୍ଦ୍ରାବତୀ‬ ‪ ପଶ୍ଚିମ ଓଡ଼ିଶାର‬ ଜଂଗଲ ରେ ବନବିହାର କରିବାକୁ ଆସି ପହଞ୍ଚିଲେ । ବଣ ରେ ବୁଲୁଥିବା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...ଵାଘ କୁ ଦେଖି ରାଣୀ ଭୟଭୀତ ହେଲେ ଏବଂ ଜଂଗଲରେ ଇତଃସ୍ଥତଃ ଦଉଡିବାକୁ ଲାଗିଲେ !ଏପଟେ ରାଜା ବାଘ କୁ ମାରି ରାଣୀ ଙ୍କୁ ଖୋଜିଲେ ହେଲେ ସେତେବେଳକୁ ସେ ନିଘଞ୍ଚ ଜଂଗଲରେ ରାଣୀ କୁଆଡ଼େ ହଜିଯାଇଥିଲେ । ‪‬‪‬‪‬‪‬‪‬‪‬
* ସେକାଳେ ଏକବସ୍ତ୍ରଧାରୀ ଜୈନ ସାଧୁ ‪ ପାର୍ଶ୍ଵନାଥ‬ ଙ୍କର‪ ଓଡ଼ିଶା ‬ ରହଣୀ ହୋଇଥିଲା ! ତାଙ୍କ ପ୍ରଭାବ ରେ ଏଠାକାର ଜଙ୍ଗଲ ଗୁଡ଼ିକରେ ‪ ଜୈନଧର୍ମଗ୍ରହଣ କରିଥିବା‬ ସନ୍ୟାସୀ ସନ୍ୟାସୀନୀ ଜପ ତପ ରେ ନିମଗ୍ନ ରହୁଥିଲେ !ଘଞ୍ଚ ଜଙ୍ଗଲରେ ଇତଃସ୍ତତଃ ବୁଲୁଥିବା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସୀନୀ ସହିତ ହୋଇଗଲା ! ଅତିଶୟ ଭୟଭୀତ ଚଂପାରାଜରାଣୀ ଙ୍କୁ ଜୈନ ସାଧ୍ଵୀ ମାନେ ମଠ ରେ ଆଶ୍ରୟ ଦେଲେ !କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭବତୀ ଅଛନ୍ତି... ଅନକେ ବାଦବିବାଦ ପର ରାଣୀ ଙ୍କୁ କିଛି ଖାସ ଶର୍ତପାଳନ କରି ଆସ୍ରମ ରେ ରହିବାକୁ ଅନୁମତି ମିଳିଗଲା ! ଶର୍ତ ମୁତାବକ ରାଜପୁତ୍ର ଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ ଏକ ଚାଣ୍ଡାଳ ଦଂପତ୍ତି କୁ ଦେଇଦିଆଗଲା !ଚମ୍ପାନଗର ରାଜପୁତ୍ର ଙ୍କର ‪ଚଂଣ୍ଡାଳଦମ୍ପତ୍ତି ଦ୍ଵାରା ‬ ପାଳନପୋଷଣ ହେଲୁ । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ଗରିବ ଥିଲେ ସେମାନେ ରାଜପୁତ୍ର କୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନୀ ଫଳରେ ରାଜପୁତ୍ର ‪କଣ୍ଡୁ‬ରୋଗ ରେ ପୀଡିତ ହେଲେ ଏବଂ ଏହିକାରଣରୁ ସେଇ ଅଞ୍ଚଳରେ ରହୁଥିବା ଜଙ୍ଗଲୀ ଅଧିବାସୀ ମାନେ ରାଜପୁତ୍ର ର ନାମ ‪ କରକଣ୍ଡୁ ଦେଇଥିଲେ‬ !‪‬‪‬‪‬‪‬‪‬‪‬
ଯୁଵାବସ୍ଥା କୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଂଗଲ ପରେ ନିଜର ଏକାଧିପତ୍ୟ କରିବା ଆରମ୍ବକରଦେଇଥିଲା ! ଦିନେ ଚମ୍ପାନଗର ରାଜା ଙ୍କର କିଛି ଲୋକ ଜଙ୍ଗଲ ରେ କରକଣ୍ଡୁ ହାତରେ ବନ୍ଦୀ ହେଲେ .....ରାଜା ଯେତେବେଳେ ଜାଣିଲେ ଜଣେ କେହୀ ବିଦ୍ରୋହୀ ର ଜଙ୍ଗଲରେ ପାଦୁର୍ଭାବ ହେଲାଣି ସେ ସଦଳବଳ ନେଇ ବିଦ୍ରୋହୀ କୁ ଦଣ୍ଡିତ କରିବା ସକାଶେ କରକଣ୍ଡୁ ରହୁଥିବା ଜଙ୍ଗଲରେ ପ୍ରବେଶ କଲେ । କରକଣ୍ଡୁ ସହ ଚମ୍ପାନଗର ରାଜା ଙ୍କ ତୁମୁଳ ଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣ ଯୁଦ୍ଧ ରେ ମାତିଥିଲେ ....ଯେତେବେଳେ ରାଣୀ ଇଂଦ୍ରାଵତୀ ଏ କଥା ଜାଣିଲେ ରାଜା ଙ୍କୁ ଆସି ନିଜର ଏବଂ କରକଣ୍ଡୁ ର ପରିଚୟ ଦେଲେ !ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାର କୁ ପାଇ ଏକାବାରେ ନିର୍ବାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । ପରେ ଦଧୀଵାହନ ତାଙ୍କ ପୁତ୍ର କରକଣ୍ଡୁ କୁ ଓଡ଼ିଶା ର ସେଭାଗ ର ରାଜା ଘୋଷଣା କଲେ ....ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମ ର ପ୍ରଚାର ପସାର କରାଗଲା କାହିଁକି ନା ବିପତ୍ତି ସମୟ ରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁ କୁ ମନେ ରଖିବା ପାଇଁ ‪ଜଗନ୍ନାଥ‬‪ ପୁରୀରେ‬‪ ରଥଯାତ୍ରା ସମୟ ରେ ପୁରୀ‬ ରାଜା ଦ୍ଵାରା‪ ଛେରା_ପହଁରା କରାଯାଇଥାଏ ‬। କରକଣ୍ଡୁ ଓଡ଼ିଶା ର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ‪‬ଜାତିଗତ ଉଦାରୀକରଣ , ସମନ୍ଵୟତା ଏବଂ ଏକତା ସମ୍ଭବ ହୋଇପାରିଛି ।‪‬‪‬‪‬‪‬‪‬

ସାର୍ଦ୍ଧକୋଟି-ସନ୍ତାନ-ପାଳିନୀ ମା !

ରାଗ = ଧନାଶ୍ରୀ (ଅଠତାଳି)
[ଗୋପାଳକୃଷ୍ଣ ଙ୍କ ମୋହନରୀତି ଚିହ୍ନା ପଡ଼ିଲା ମା ଵୃତ୍ତରେ]

ସାର୍ଦ୍ଧକୋଟି-ସନ୍ତାନ-ପାଳିନୀ ମା !
ସୁଜଳା ସୁଫଳା ମହୀ - ମୌଳି - ମାଳା
ଵେଶ ମଞ୍ଜୁଳା ଭୂଚି ଶାଳିନୀ ମା ।1।
ତଟିନୀ ମେଖଳା
ପୋତ ପୂତ ଵେଳାନ
ଭଶ୍ଚୁମ୍ଵୀ ମଂଦିର ମାଳିନୀ ମା । 2।
ମୁନି ଜନ ମନ କାରା ଵିମୋହନ
ମୋକ୍ଷ ପାଵଛ୍ଛ ମାଳ ଶୋଭିନୀ ମା । 3।
ଶଉର୍ୟ ଉଜ୍ଜ୍ଵଳା ଶୂର ଶିଶୁ ଦୋଳା
ଵିଜୟ ଵିଭାମୟୀ ହ୍ଳାଦିନୀ ମା ।4।
କଳା ପଦ୍ମାଳୟା ଉଷିତ ସୁଦେହା
ଦ୍ଯୁତିଅମଳା ଵିଧୂହାସିନୀ ମା ।5।
ବିଛ୍ଛନ୍ଦ ମଉଳି ଦତ୍ତ ପଦଧୂଳି
ଚିତ୍ତ କୁମୁଦାନନ୍ଦ ଚାନ୍ଦିନୀ ମା ।6।

ସାର୍ଦ୍ଧକୋଟି - ଦେଢ଼ କୋଟି
ମହୀମୌଳିମାଳା- ପୃଥିଵୀ ମୁଣ୍ଡର ଅଳଙ୍କାର
ଵେଶ ମଞ୍ଜୁଳା - ଵେଶ ଯୋଗୁଁ ସୁନ୍ଦର ବା ସୁନ୍ଦର ଵେଶାଭୂଚିଶାଳିନୀ ଵିଭଵମୟୀ ତଟିନୀ ମେଖଳା ନଦୀ - ମାନେ ଯାହାର ଅଣ୍ଟାସୂତା ପୋତପୁତ ଵେଳା ଯାହା ଉପକୂଳରେ ଜାହାଜ ରୁଣ୍ଡ ହୁଏ
ନଭଶ୍ଚୁମ୍ଵୀ - ଅତିଉଚ୍ଚ
ଵିମୋହନ- ସୁନ୍ଦର
ମୋକ୍ଷ ପାବଛ୍ଛମାଳ ଶୋଭିନୀ - ଯାହା ମୁକ୍ତି ର ପାହାଚରେ ମଣ୍ଡିତା ଅଟେ
ତୀର୍ଥମାଳିନୀବିଜୟ ବିଭାମୟୀ - ବିଜୟ ଆଲୋକରେ ଆଲୋକିତା
ହ୍ଳାଦିନୀ - ଆନନ୍ଦଦାୟିନୀ
କଳା ପଦ୍ମାଳୟା ଉଷିତ ସୁଦେହା - ଯାହାର ଦେହ କଳା ରୁପ ଲକ୍ଷ୍ମୀଙ୍କ ଆଵାସ
ଵିଧୁହାସିନୀ ଵିଧୁ - ଚନ୍ଦ୍ରପରି ଯାହାର ହସ ସ୍ଵଛ୍ଛ ଅଟେ
ମୌଳି - ମୁଣ୍ଡ
ଚାନ୍ଦିନୀ - ଚନ୍ଦ୍ର କିରଣ !

Saturday, September 19, 2015

ହିନ୍ଦୁ ମୁଁ !

ମନ କଥା କିଛି ଲେଖି ଦେବି କି ?

ମନେ ରାଗ ଦ୍ଵେଷ ସର୍ବେ ବାଁଟି ଦେବି କି?

ତା' ର ପୂର୍ବପୁରୁଷ ଙ୍କ ଦଣ୍ଡ ତାକୁ ଦେଇ
ପ୍ରଦିଶୋଧ ର ଅଗ୍ନି ଶାନ୍ତ କରନ୍ତି....

ବିଦେଶୀ ଙ୍କୁ ଭାଇ କହି ବଞ୍ଚି ଅଛି ଯାହା

ବସୁଧୈଵ କୁଟୁମ୍ବକମ୍ ର ନୀତି ଛାଡ଼ି ଦେବି କି ?

ଶାସ୍ତ୍ର ଛାଡ଼ି ଅଶ୍ତ୍ର ସୁସଜ୍ଜିତ ହୋଇ
ରାମ ଦେଶେ ମ୍ଲେଛ ନାଶ କରନ୍ତି

ମୋର ସଦା ଶୌମ୍ୟ ଶାନ୍ତ ରୁପ ଛାଡ଼ି ଦେବି କି ?

ଢ଼େର ସହିଲିଣି ତୋର ମିଥ୍ୟା ଅଭିମାନ...ରେ ଅହଂକାରୀ

ଶତାବ୍ଦୀ ର ପ୍ରତିଶୋଧ ଏବେ ତୋ ଠୁଁ ନେବି କି ?

ହିନ୍ଦୁ ମୁଁ ! ମୋ ଧର୍ମ ଵିରୋଧୀ ଙ୍କ ମୁଣ୍ଡ କାଟି ଦେବି କି ?

Wednesday, September 9, 2015

ପ୍ରତିଭା ର ଭଲଦିନ

ଝିଅ ଜନ୍ମ ହେଲାରୁ ବାପାମାଆ କେତେ ସରାଗ ରେ ନାଁ ଦେଇ ଥିଲେ ପ୍ରତିଭା....ମାଆବାପା ଙ୍କ ଆଦର ସ୍ନେହରେ ଝିଅଟିର ବାଳକାଳ ଗତ ହେଲା । କିଶୋରବସ୍ତା ମନକୁ ଛୁଉଁ ନ ଛୁଉଁଣୁ ପିତାମାତା ଙ୍କର ସ୍ଵର୍ଗଵାସ ହୋଈଯାଏ । ଦାଦା ଆପଣେଇ ନିଅନ୍ତି ମାଆ ବାପ ଛେଉଣ୍ଡ କିଶୋରୀ ପ୍ରତିଭା କୁ.....ଦଶମପାସ ପରେ ପ୍ରତିଭାର ବିବାହ ଦୂର ସଂପର୍କୀୟ ଙ୍କ ଗାଁ ପ୍ରତାପପୁର ରେ ଠିକ ହୋଇଯାଅଛି । ମଦୁଆ ମଧ୍ୟବୟସ୍କ ପତି ର ଆୟୁସ ଦିନେ ଶେଷ ହେଲା ସେ ପାପପୁଣ୍ୟ ଧରି ଆରପାରୀ କୁ ଚଳିଗଲା । ପଛରେ ଛାଡ଼ିଗଲା ଯୁବତି ପତ୍ନୀ !!! ଏପଟେ ଗାଁଆ ଜାକର ଲୋକ ନିଜ ନିଜ ଭିତରେ ଫୁସୁରୁ ଫାସର ହେଲେ....ପ୍ରତିଭା ର ପତି କୁ କାଳେ #AIDS ହୋଇଥିଲା..... ଦେଶ ରେ ନୂଆ ସରକାର ଆସିଲା । ସରକାର ବେସାହାରା ନାରୀ ମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ହେତୁ ସଂସଦ ରେ ବିଲ ଟିଏ ପାସ କଲେ !!!! ବାବୁ ଦେବୀ ପ୍ରସାଦ ସରକାର ହୁକୁମ ପାଇ ପ୍ରତାପପୁର ଆସିଲେ.....ସେ ଘର ଘର ବୁଲି ଲୋକଙ୍କୁ ସରକାର ଙ୍କ ଏହି ଯୋଯନା ବିଷୟ ରେ ସଚେତନ କରାଇଲେ !!! ତେବେ ସେ ଯେତେ ଲୋକଙ୍କ ସହିତ ମିଶିଲେ ସମସ୍ତେ କଥା ଛଳରେ ପ୍ରତିଭା ଓ ତାର ଦୁଃଖ ଜଣାଇ ଥିଲେ । ଗାଁ ମଝିରେ ପ୍ରତିଭାର ଘର.....ବେଳ ଉଛୁର ହେଲା ବେଳକୁ ଦେଵୀ ପ୍ରସାଦ ବାବୁ ପ୍ରତିଭା ଦୁଆରେ ଆସି ଠିଆ ହେଲେ....ସେତେବେଳେ ବାରିପଟ ବାରଣ୍ଡା ରେ ବସି ପ୍ରତିଭା ସାଗ ପତର ରୁ ଘାସ ବାଛୁଥିଲା....ଦେଵୀ ବାବୁ ଙ୍କୁ ହଟାତ୍ ନିଜ ସମ୍ମୁଖରେ ଦେଖୀ ସାମାନ୍ୟ ଲାଜ ଏବଂ ସନ୍ଦର୍ପଣ ରେ ଓଢ଼ଣା ଟାଣିନେଲା ପ୍ରତିଭା !!! ଦେବୀ ବାବୁ ସରକାର ହୁକୁମ କଥା କହିଲେ । ଗାଁଆ ଲୋକଙ୍କ ତା ପ୍ରତି ମନ୍ତବ୍ୟ କହି ଶୁଣାଇଲେ...ପ୍ରତିଭା ସବୁ ଶୁଣି ନିର୍ବାକ ରହିଲା....ପଦୁଏ ବି ପ୍ରତ୍ୟୁତ୍ତର ଦେଲାନି କିନ୍ତୁ ଦେବୀ ବାବୁ ନଛୋଡ଼ବନ୍ଧା କେମିତି ବି ନିସହୟା ମହିଳାକୁ ସାହାଯ୍ୟ କରିବାକୁ ହେବ । ବେଳ ଗଡ଼ି ଯାଇଥିଲା ଦେବୀ ବାବୁଗୋଟାଏ ଫର୍ମ ରେ ପ୍ରତିଭା ର ସବୁ କଥା ଲେଖି ଫେରିଗଲେ.... ତେବେ ଯିବା ପୂର୍ବରୁ କହିଗଲେ ସକାଳେ ବ୍ଲ୉କ ସ୍ଥରୀୟ ଡାକ୍ତରଖାନା ଆସିବାକୁ । ସକାଳେ ପ୍ରତିଭା ଡାକ୍ତରଖାନା ରେ ହାଜିର ହେଲା ! ତା'ର ରକ୍ତ ପରିକ୍ଷା ରୁ ଜଣାଗଲା ଯେ ସେ ସଂପୂର୍ଣ ସୁସ୍ତ ତାକୁ Aids ରୋଗ ହୋଇ ନାହିଁ । ରିପୋର୍ଟ ପଢ଼ି ଦେବୀ ବାବୁ ପ୍ରତିଭା ଆଡ଼କୁ ବଲ ବଲ କରି ଚାହିଁଲେ !!! ପ୍ରତିଭା କହିଲା ବାବୁ ଏଇ ମିଛ ଅପଵାଦ ପାଇଁ ଏଇ ବେସାହାରା ମାଇପି ଟି ର ଇଜ୍ଜତ ଟା ବଚିଁରହି ପାରିଛି ନହେଲେ......ପ୍ରତିଭା ଆଉ କିଛି କହିପାରିଲାନି ସବୁବୁଝି ଦେବୀ ବାବୁ ପ୍ରତିଭାର ହାତ ଧରି ପଚାରିଲେ ପ୍ରତିଭା.....ତୁମର ମୁଁ ପସଂଦ ତ.... ?? ଏ କଥା ଶୁଣି ପ୍ରତିଭା ଅଳ୍ପ ଟିକେ ହସି ଦେଲା ....
ଦେବୀବାବୁ ପ୍ରତିଭାର ହସ କୁ ତାର ସମ୍ମତି ବୁଝିଲେ....ଡ଼ାକ୍ତର ଖାନା ରେ ଆଜି ଦୁଇ ମନ ଏକ ହୋଇଗଲା !!! ଚାରୋଟି ପାଦ ଚଲାପଥେ ସାଥୀ ହୋଇ ଚାଲିବାକୁ ସଂକଳ୍ପ ନେଲେ....ପ୍ରତିଭା ର ଭଲଦିନ ଆଜି ଠୁଁ ଆରମ୍ଭ ହେଲା !! !!

Tuesday, August 11, 2015

ପିଜୁଳି ବୃକ୍ଷ

ପିଜୁଳି ବର୍ତ୍ତମାନ ଭାରତରେ ଏକ ସାଧାରଣ ବୃକ୍ଷ । ଏହାର ଵୈଜ୍ଞାନିକ କୁଳ ମିର୍ଟେସୀ ଏବଂ ପ୍ରଜାତି ସାଇଡିୟମ !! ଏହି ପ୍ରଜାତିରେ ପ୍ରାୟ . ୧୦୦ ରୁ ଅଧିକ ଜାତି ର ବୃକ୍ଷ ମିଳିସାରିଛି । ପିଜୁଳି ପାଇଁ ନାତିଷିତୋଷ୍ଣ ଏବଂ ଭୂମଧ୍ୟସାଗରୀୟ ଜଳବାୟୁ ଅଧିକ ଉପଯୁକ୍ତ ତେବେ ଏହା ନିରକ୍ଷୀୟ ଅଁଚଳ ରେ ମଧ୍ୟ ଜୀଵିତ ରହିପାରେ । ପିଜୁଳି ମୂଳତଃ ମେକ୍ସିକୋ, ମଧ୍ୟ ଅମିରିକା ଏବଂ ଦକ୍ଷୀଣ ଅମେରିକାର ଉତ୍ତରଭାଗ ରୁ ସଂପୂର୍ଣ ପୃଥିଵୀ ରେ ଜନାଦୃତ ହୋଇଅଛି । 17ଶତାବ୍ଦୀ ରେ ଭାରତ କୁ ଏ ଫଳର ଆଗମନ ପର୍ତୁଗିଜ ମାନଙ୍କ ଦ୍ଵାରା ହୋଇଥିଲା ।ପିଜୁଳି ବର୍ତମାନ ପୃଥିଵୀର ପ୍ରସିଦ୍ଧ ଫଳମଧ୍ୟରୁ ଗୋଟିଏ । ଜାମାଇକା , ଦକ୍ଷୀଣପୂର୍ଵୀ ଏସିଆ, ହଵାଈ, କେରେବିୟନ, ଫ୍ଲୋରିଡା ଏବଂ ଆଫ୍ରିକା ରେ ଏହା ଏକ ସାଧାରଣ ବୃକ୍ଷ ଭଳି ସର୍ଵସ୍ଥଳେ ଦୃଷ୍ଟିଗୋଚର ହୁଏ । ଇଂରାଜୀ ରେ ପିଜୁଳି କୁ ଗ୍ଵାବା ଅଥଵା ଏପଲ ଗ୍ଵାବା କୁହାଯାଏ । କିଛି ଭାଷାଵିଦ୍ ମତ ଦିଅନ୍ତି କି ଏହି ଗ୍ଵାବା ଶବ୍ଦ ଟି ଅରଵୀକ୍ ଭାଷା ର ଗ୍ଵାୟାଵୋ ଶବ୍ଦ ରୁ ନିଆଯାଇଛି । ଅରଵୀ ଭାଷା ରେ ଗ୍ଵାୟାବୋ ଶବ୍ଦ ର ଅର୍ଥ ବୃକ୍ଷ ଶାଖାରୁ ଓଲ୍ହାଇ ଆସିବା ।ଗ୍ଵାୟାଵୋ ଶବ୍ଦ ସ୍ପେନିଶ ଭାଷାରେ ଯାଇ ଗାୟାବା ହେଲା ଏବଂ ରୋମନ ମୂଳର ଅଧିକାଁଶ ଇରୋପିଅନ ଭାଷା ରେ ଅଲଗା ଅଲଗା ଉଚ୍ଚାରଣ ସହିତ ସମ୍ମିଳିତ ହେଲା । ସ୍ପେନିଶ ରୁ ଯାଇ ଗ୍ଵାୟାବା ଶବ୍ଦ ରୋମନ ଡେନିଶ ଏବଂ ନୋର୍ଵେ ଭାଷାରେ ଗ୍ଵାଵା ରୁପେ ବ୍ୟବହୃତ ହେଲା । ଗ୍ରୀକ ରେ Γκουάβα !ରଶିଅନ ରେ Гуава ! ଡଚ ଏବଂ ଜର୍ମନ ରେ ଗ୍ଵାଵେ ! ତେବେ ଅରଵୀ ଭାଷାରେ ପିଜୁଳି କୁ ଜଵାଫା କେ ଗଵାଫା ( ﺟﻮﺍﻓﺔ) କୁହାଯାଏ ।ଜାପାନୀ ଭାଷାରେ ଗୁଆବା (グアバ), ତମିଲ ରେ କୋଈୟ (କୋୟୟା), । ପିଜୁଳି ର ଅନ୍ୟ ଏକ ନାମ ପେର ରୁ ଅଧିକାଁଶ ପଶ୍ଚିମ ଭାରତୀଯ ନାମକରଣ ହୋଇଅଛି ।.ପେର ଶବ୍ଦ ମୂଳତଃ ସ୍ପେନିଶ ଭାଷା ରୁ ଆସିଅଛି ପେର ନାମକ ସ୍ପେନ ର ଏକ ଫଳ ସ୍ପେନରେ ଖୁବ ଜନାଦୃତ ! ମଲଯାଲମ, ସିଂହାଲୀ ଏବଂ ସ୍ଵାହୀଲୀ ଭାଷାରେ ଏହି ଫଳକୁ ପେରା କୁହାଯାଏ . ମରାଠୀରେ ପେରୁ (ପେରୂ), ବଂଗାଳୀରେ ପେରାହ , କନ୍ନ୍ଡ ରେ ପୀରାଲେୟ ତଥା ସୀବୀ କାୟ ଏବଂ ଧୀଵେଦୀ ଭାଷାରେ ଫେୟୁରୁ କୁହାଯାଏ. ତେଲୁଗୁ ଭାଷାରେ ଏହାକୁ "ଜାମ କାୟ" କୁହାଯାଏ । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହାର ଅପଭ୍ରଁସ ଶବ୍ଦ ଜାମୀ ପ୍ରଚଳିତ । ଭାରତ ର ଅନ୍ୟ ଭାଷା ଠାରୁ ଭିନ୍ନ ହିନ୍ଦୀରେ ପିଜୁଳି କୁ ଅମରୁଦ 'ଅମରୁଦ', କୁହନ୍ତି । ଅଧିକାଂଶ ଭାଷାଵିତ୍ତ ଙ୍କ ଅନୁଯାଇଓଡ଼ିଆ ର ପିଜୁଳି ଶବ୍ଦ ଟି ସଂଭଵତଃ ପେର ଶବ୍ଦ ର ଅପ୍ରଭଂସ !

Tuesday, July 28, 2015

[[<=ପ୍ରେମୀ ପାଇଁ ପଦେ=>]]

ସାଗର ନଦୀର ମିଳନ ମଧ୍ୟରେ
ଜୁଆର ଭଟ୍ଟା ର ଖେଳ ।
ମିଳୁ ବା ନ ମିଳୁ ଦୁଇଟି ହୃଦୟ
ଗଢ଼ନ୍ତି ସପନେ ଘର ।
ଦୀପଶିଖା ପରି ଜଳୁଥାନ୍ତି ସର୍ବେ
ଅନ୍ତ ତାର ହେବାଯାଏଁ ।
ଶେଷହୁଏ ନାହିଁ ପ୍ରେମର ସଳିତା
ଜୀବନଟା ସରିଯାଏ ।
ଦୁଃଖ ପୁଣି ଆସେ ହୋଇଣ ମରୁଡି
ଜୀବନର କୃଷିକ୍ଷେତ୍ରେ ।
ସୁଖର ଶସ୍ୟ ଜଳଇ କ୍ଷଣକେ
ତାର ଆଗମନ ମାତ୍ରେ ।
କେତେ ଯେ ପ୍ରେମିକ ହତାଶ ବିବ୍ରତ
ଦିଅନ୍ତି ଜଳରେ ଝାସ ।
ହରାନ୍ତି କାଳର ଶକତି ବଳରେ
କରନ୍ତି ଦୁଃଖ ପ୍ରକାଶ ।
ଶରୀର ଟା ମରେ ପ୍ରେମ ତ ମରେନା
ହୁଏ ନାହିଁ ତାର ଅନ୍ତ ।
ହାରିନାହିଁ ମୁହିଁ ମରିନାହିଁ ମହିଁ
ରଖ ଏ ଦୃଢ଼ଵିଶ୍ଵାସ ।
ଜୀବନ ଜଂଜାଳ ବଡ଼ ପରବଳ
ଯୁଗ ଦେଖେ ପୁଣ ସ୍ଵାର୍ଥ ।
ପ୍ରେମ ସଚ୍ଚା ଯଦି ଡରନା କା ପ୍ରତି
ଲଢ଼ି ଯା ଶେଷନିଶ୍ଵାସ ।

Monday, July 27, 2015

"ମାତା ଉତ୍କଳସୁହାସିନୀ" =କବି ବିଜୟ ମୋହନ ମିଶ୍ର=

ମହୋଦଧିଧୌତା ମହାନଦୀସ୍ନାତା
ଉତ୍କଳସୁହାସିନୀ ।
ସଙ୍ଗୀତନୃତ୍ୟ ସ୍ଥାପତ୍ୟକଳାମୟୀଉତ୍କର୍ଷନିବାସିନୀ ।।

ଶଙ୍ଖନାଭିଜାତା ବିଲଙ୍କାପ୍ରଶସ୍ତା ଉଜ୍ଵଳପ୍ରକାଶନୀ ।
ସ୍ତୁତବନକୁଞ୍ଜ ମାଳାର୍ଘ୍ୟଶୋଭିତାଶ୍ରୀଲକ୍ଷ୍ମୀସ୍ଵରୂପିଣୀ ।। 1 ।।

ବିରଜାସୁନ୍ଦରୀ ବିମଳାଭୈରବୀଶୀତଳାମହେଶ୍ଵରୀ ।
ତ୍ରିଶକ୍ତିସମ୍ଭୁତ ଯୋଗିନୀକ୍ରୀଡିତାରକ୍ତା ସମଲେଶ୍ଵରୀ ।।

ମଙ୍ଗଳାଶାରଳା ଚର୍ଚ୍ଚିକାଚଣ୍ଡିକାଶ୍ରୀଭଗବତୀଶ୍ଵରୀ ।ନୀଳାଚଳବନ୍ଦ୍ୟା ସତତ ଆରାଧ୍ୟାମାତାଭୁବନେଶ୍ଵରୀ ।।2।।

ଦୟାଚିତ୍ରାତ୍ପଳା ଭାର୍ଗବୀଉଜ୍ଵଳାପ୍ରଗଳ୍ଭୋଛ୍ଛ୍ଵାସିନୀ ।ମହେନ୍ଦ୍ରଗିରି ଦଣ୍ଡକାରଣ୍ୟତଟୀଶ୍ୟାମଳସୁମୋହିନୀ ।।

ଚିଲିକାସୁରୂପା ଅଂଶୁପାମଧୁରା ବିଶ୍ରାନ୍ତିପ୍ରଦାୟିନୀ ।
କନ୍ଧମାଳଘନ ଜଙ୍ଗଲପୂରିତାସୁଶ୍ରଣୀତରଙ୍ଗିଣୀ ।।3।।

ବାକ୍ ପରାୟଣୀ ସଙ୍ଗୀତଦର୍ଶନୀସୌକ୍ଷ୍ମ୍ୟସୁଖକାମିନୀ ।
ତ୍ରିତାଳମୃଦଙ୍ଗ ପ୍ରଚଣ୍ଡତରଙ୍ଗତାଳବାଦ୍ୟମୂର୍ଛ୍ଛନୀ ।।

ଅଭିନଵରଙ୍ଗ ଚତୁରବିରଙ୍ଗସୁସାହିତ୍ୟ ଶୋଭିନୀ ।
ଶ୍ରୀଶାରଳୋପେନ୍ଦ୍ର ଜଗବଳମଧୁ ସୁକାବ୍ୟପ୍ରମୋଦିନୀ ।।4।।

ଶୃଙ୍ଗାରଭାମିନୀ ସୌଖ୍ୟପ୍ରଦାଯିନୀଶ୍ରୀରାଧା ନାମ ଖ୍ୟାତା । ଜଯଦେବକୃତା ଚନ୍ଦନଚର୍ଚ୍ଚିତାଶ୍ରୀଚୈତନ୍ୟସୁସ୍ତିତା ।।

ପ୍ରଣୟବଲ୍ଲରୀ ସୁବର୍ଣଭାସ୍ଵରୀ ସୁଗୀତାସୁମୋହିତା ।
ସଗୁଣ ନିର୍ଗୁଣ ବିଗୁଣ ଅଗୁଣ ଶ୍ରୀନୀଳାଚଳସ୍ତିତା ।।5।।

ଶୀଘ୍ରଭୟଙ୍କରୀ ଶୁଭଶ୍ରେୟସ୍କରୀକ୍ଷୀରୋଦଧିଶାଯନୀ ।
ଦୟାବିଦ୍ୟାଶାନ୍ତି ।

କ୍ଷାନ୍ତିକାନ୍ତିଯୁକ୍ତାଶ୍ରୀଦେବୀକାତ୍ୟାୟନୀଅନ୍ନପୂର୍ଣାଲକ୍ଷ୍ମୀସଦାଗୃହ ଲକ୍ଷ୍ମୀ ସ୍ଵଭାବପ୍ରଦାୟିନୀ ।।6।।

ଭାସ୍କର୍ଯ୍ୟଶାଳିନୀ ମନ୍ଦିରମାଳିନୀକର୍ମକାଷ୍ଠାଧ୍ୟାୟିନୀ । ଅଚିଶୁଚିରୁଚି ବାଚି ଛନ୍ଦସୂଚୀପ୍ରସ୍ତରଗାୟନୀ ।।

ଧର୍ମପରାୟଣୀ ଶାସ୍ତ୍ରାର୍ଥବୋଧିନୀନିତ୍ୟାନନ୍ଦଦାୟିନୀ ।।
ପରମାର୍ଥପ୍ରିୟା ଜଗନ୍ନାଥଶ୍ରିୟାସର୍ବଦା ଆହ୍ଲାଦିନୀ ।।7।।

ମାତା ସୁହାସିନୀ ସୁଚାରୁଭାଷିଣୀବରଦା ସୁପ୍ରସନ୍ନା ।
ଆୟୀବଳାରୋଗ୍ୟ ସମୃଦ୍ଧିଦାୟିନୀସୁଧାସୁକ୍ଷମାପୂର୍ଣା ।।

ବହୁଜନମାନ୍ୟା ରତ୍ନାକରକନ୍ୟାମାତା କରୁଣାମୟୀ ।
ପଦଯୁଗ ବନ୍ଦେ ଜନନୀ ଅନିନ୍ଦ୍ୟେଶୁଭ୍ରେ ଅମୃତମୟୀ ।।8।।

Sunday, July 26, 2015

ବିଜୟ ଦିବସ ଉପଲକ୍ଷେ.....ମୋ କଲମ ରୁ କେଇପଦ ]

ମାଟି ର ତୃଷ୍ମା କୁ ରକ୍ତ ଦେଇ କରେ
ଶାନ୍ତ ସେ ସୈନିକ
ଲଢ଼ି ଲଢ଼ି ଦିଏ ଦେଶପାଈଁ ଆତ୍ମବଳୀ
ଅଭିନେତା ମଧ୍ୟେ ନାୟକ ଖୋଜୁଛି
ପ୍ରଗଳ୍ଭ ସମାଜ
ଅନ୍ଧ ଧୃତରାଷ୍ଟ୍ର ଭଳି
ତ୍ୟାଗ କରି ବୀର ମମତା ବନ୍ଧନ
ସୀମାନ୍ତେ ଲଢ଼ନ୍ତି
ନେତାଯାକ ସିନା ମିଛରେ କରନ୍ତି କଳି
ଦିନ ଗଡ଼େ ସିନା ଭାଳି ଭାଳି
କାହୁଁ ବଦଳିବ ଭ୍ରଷ୍ଟ ରାଜତନ୍ତ୍ର
ଜେହ୍ନେ ଦେଖ ତ ତେହ୍ନେ ଚାଲିଛି କଳି କନ୍ଦଳୀ
ଦେଶ ପାଇଁ ଲଢ଼, ଜାତୀ ପାଇଁ ଲଢ଼,
ଲଢ଼ ସ୍ଵାଭିମାନ ପାଇଁ
ଭାଇ ଭାଇ ମଧ୍ୟେ ବିବାଦ ହୋଇଲେ
ଗୃହ ର ଲାଭ ନ ହୋଏ ଏକ ମନ ଏକ ପ୍ରାଣ ହୋଇ ଚାଲ
କରିବା ସଂକଳ୍ପ ଆଜି
ବିଜୟ ଦିବସେ ଜାତି ନନ୍ଦିଘୋଷେ
ସର୍ବେ ସାରଥୀ ସାଜି
ଶତ୍ରୃ ର ବିନାଶ ରାଷ୍ଟ୍ର ର ବିକାଶ
ହେଉ ମହାମନ୍ତ୍ର
ଲୋଡ଼ା ତବ ରାଷ୍ଟ୍ରପ୍ରୀତି
ହୋଇଏକାକାର
ଧର୍ମ ବର୍ଣ ଜାତି
ବଞ୍ଚାଅ ଜନମ ମାଟି
ମିଳିଛି ସୁଯୋଗ
ବହାଇ ରକତ
ସିଦ୍ଧ କର ରାଷ୍ଟ୍ରଭକ୍ତି

[[ପ୍ରାଣର ଉଛ୍ଵାସ ]]

[[ପ୍ରାଣର ଉଛ୍ଵାସ ]]
[[ଅଞ୍ଜଳୀ କାଵ୍ୟ କବି ନୀଳକଣ୍ଠ ଦାସ ବିରଚିତ]]

ବିଚିତ୍ର ସୁନ୍ଦର ବଦନ ତୁମ୍ଭର
କହ କିଁପା ଦେଖାଯାଏ ନା
ରଖିବି ହେ ବନ୍ଧୋ ପରାଣେ ପରାଣେ
ସେହି ତ ସତତ ବାସନା ।

ସଜ ବିକଶିତ କୁସୁମ ମଞ୍ଜରୀ
ସୁରଭି ବସନ୍ତ ମଳୟ ସଞ୍ଚରୀ
ଆସେ ମଧୁକର ଗୁଞ୍ଜରି ଗୁଞ୍ଜରି
କେତେ ବ୍ୟଥା କହିଯାଏ ନା

ନିଶା ର ଶିଶିର ସିକ୍ତ ଦୁର୍ବାଦଲ
ତରୁଣ ଅରୁଣ କିରଣ ଉଜ୍ଵଳ
ଲହରୀ ଚଞ୍ଚଳ ନୀଳ ନିଭଜଳ
କେତେ ମନକଥା କହେ ନା ।

ବିରହେ କାତର ଭ୍ରମେ ଦିଶେ ଦିଶେ ।
ତବ ସ୍ଵର କାନେ ବାଜେ କି ନିମିଷେ
ବହଙ୍ଗ କାକଳି ଶୁଣିଯାଏ ଭୂଲିଧାଏଁ
କି ଆନନ୍ଦେ ଉନ୍ମନା ।

ସଖା କାହାର ଏ ବିପଞ୍ଚି ଝଙ୍କାର
ବିଶ୍ଵ ରନ୍ଦ୍ରେ ଶୁଣେ ନିରନ୍ତର
ଭୁଲାଈ ହୃଦୟ ଯାତନା
ପ୍ରାଣ ର ଈଛ୍ଵାସେ ଉନ୍ମାଦ ଉଲ୍ଲାସେ
ଖୋଜେ ଚଉପାଶେ ଅବନୀ ଆକାଶେ
ତଥାପି ଦେଖା ମୁଁ ପାଏ ନା

ଆହା କି ପାଇଁ ପ୍ରାଣେ ମୋ ଅସନା
କହ କି ପାଇଁ ପ୍ରାଣେ ମୋ ଅସନା , ?

Monday, July 13, 2015

ପ୍ରେମ ସ୍ଥୁତି

ଏତ ବର୍ଷାକାଳ କାମନା ପ୍ରବଳ
ମନରେ ଲାଗିଛି ନିଁଆ ❤
ତୋ ପ୍ରେମର ବାରୀ
ଦେ ପ୍ରୀୟା ଢ଼ାଳି
ଲୋଡ଼ୁଛି ମନ ଚଞ୍ଚଳ ❤
ମଦମତ୍ତ ଦେଖ ଏ କାଳେ ସର୍ବେ
ତୁ କିଁପା ହେଲୁ ନିଷ୍ଠୁର ❤
ମୋ ପ୍ରେମ ତୁଷ୍ମା ଦୂରକରି ପ୍ରୀୟେ
କଷଣ ଲାଘବ କର ❤
ମଧୁର ପରଷ ପାଇଲେ ସହସା
ପଥର ତରଳିଯାଏ ❤
କହି କହି ଏତେ ବୃଥା ଏ ପ୍ରଯାସ
ତୋ କୃପା ମିଳିବ କେବେ ❤
ପ୍ରେମ ବିନା ପ୍ରାଣୀ ଜୀବନ ବିଫଳ
ପ୍ରେମ ହିଁ ପ୍ରକୃତ ଧନ ❤
ଥାଇ କୋଟିନିଧି କ୍ଷମତା ପ୍ରସିଦ୍ଧି
ପ୍ରୀତି ବିନା ନ ଲାଗେ ମନ ❤
କେତେଦିନ ଅବା ସଂସାରେ ରହଣୀ
ଆଜି ଅଛେ କାଲି ଯିବା ❤
ଯେତେ ଦିନ ଥିବ ଦେହରେ ଜୀବନ
ପ୍ରେମ କରିବା ସିଖେଇଯିବା ❤
କରୁଛ କି ଲାଜ ମନେ ତୁମ ପ୍ରିୟା
ଏ ତ ନୂଆ ନୂଆ ପ୍ରୀତି ❤
ପ୍ରଥମ ପ୍ରେମ ର ମତୁଆଲା ନିଶା
ହୃଦୟେ ସଞ୍ଚରେ ଭୀତି ❤
ପ୍ରେମ କଲେ ଦୁଃଖ ସହିଥାଏ ମନ
ବିଛେଦ ଵିରହ ଯଥା ❤
କେହି ଜାଣିନାହି କେବେଠୁଁ ଚାଲୁଛି
ସଂସାରେ ଏଭଳି ପ୍ରଥା ❤
ଆସ ଆସ ଆଉ ନ କରି ବିଳମ୍ଭ
ଏ ତ ମଧୁମୟ କ୍ଷଣ ❤
ଚଳିଗଲେ ଦିନ ବିତିଗଲେ କ୍ଷଣ
ନ ମିଳଇ ସୁଖ ପୁଣ ❤

Monday, July 6, 2015

ହତଭାଗ୍ୟ ଏଇ ସୁସୁପ୍ତ ଓଡ଼ିଆଜାତି

ହତଭାଗ୍ୟ ଏଇ ସୁସୁପ୍ତ ଓଡ଼ିଆଜାତି
ସମୃଦ୍ଧ ଐତିହ ଥାଇମିଳିନାହିଁ ଖ୍ୟାତି

ପିତୃଗୃହେ ଯେହ୍ନେ ସାବତ ପୁତ୍ରର ସ୍ଥାନ
ଓଡ଼ିଆ ସହୁଛି ଏ ଦେଶେ ସେଇ କଷଣ

କାରୁକାର୍ୟେ ତଥା ସଂସ୍କୃତି ମହାନ ପୁଣ
ତଥାପି ମିଳୁନି ତୋ ଜାତି କୁ ଟିକେ ସମ୍ମାନ

କିଁପା ମିଳେନାହିଁ ବିଚାରିଛୁ କି କେବେ ବସି
ବଡ଼ପୁଅ ହୋଇ ଧନ ରେ ଗରିବ ତେଣୁ ଅନାଦର ତୋ ପ୍ରତି

ଥିଲେଥାଉ କେତେ କେତେ କିର୍ତ୍ତିରାଜୀଲୋକେ ତ ଦେଖିବେ ତୋର ବର୍ତ୍ତମାନ ସ୍ଥିତି

ଉଠ ତେଜ ଆରେ ଛାଡ଼ି ଶଯ୍ୟା ଏବେ କରି ଦେଜିଆନ ଜାତି

ପ୍ରଭୂ ଜଗନ୍ନାଥ ଛନ୍ତି ତୋର ସାଥେ କିଁପା କାହାପ୍ରତି ଭୀତି

Friday, July 3, 2015

ବୃଥା ଏ ନଵକଳେବର ବିବାଦ

ଚାନ୍ଦ ତଳେ ତଳେ ବାଦଲ ଚାଲିଲେ
ଚାନ୍ଦକୁ ଫରକ ପଡ଼େନି
ଜଗନ୍ନାଥ ନାମେ ରାଜନୀତି କଲେ
ଜାତି ର ଉନ୍ନତି ହେବନି

ପ୍ରତିବାଦ କର କରିବାର ଅଛି ଯଦି
ବିଷୟ ସାର୍ଥକ ହେଉ.....
ପାଣିଚିଆ କଥା କହି ଖାଲିଟାରେ
କିଁପା ହୁଅ ହାଉଜାଉ....
ସେ ତ ଜନାର୍ଦନ ଦେଖୁଛି ତୋ କର୍ମ
କର୍ମ ତୋର ଠିକେ ହେଉ
ସକଳ ସଂସାର ପାଇଂ ସେ ଆଧାର
ତା ପାଖେ ଭରସା ଥାଉ
ଦୋଷୀ ଦୋଷକାଲେ ଦଂଡ ବି ମିଳିବ
ବଁଚିନାହିଁ କେହି ଏଠୀ
କଳିଯୁଗେ ଜାଣ ଅଛି ଏ ନିୟମ
ପାପ ର ହିସାବ ଜଲ୍ଦୀ

Saturday, June 27, 2015

କାଉ ର କୌଶଳ .....

ଥରେ ଗୋଟିଏ କାଉ ର ଛୁଆ ଟିଏ ,ପିତା କାଉ କୁ କହିଲା ଆମେ ପ୍ରାୟ ସମସ୍ତ ଚତୁଷ୍ପଦ ପ୍ରାଣୀ ମାନଙ୍କର ମାଂସ ଖାଇ ସାରିଛେ କିନ୍ତୁ ଏଇ ଦି ଗୋଡ଼ିଆ ମଣିଷ ରମାଂସ କେବେବି ଖାଇନାହେଁ...
.

କଣ ମନୁଷ୍ୟ ମାନେ ଅମର ମରନ୍ତି ନାହିଁ ନା ଦିର୍ଘକାଳ ପର୍ଯ୍ୟନ୍ତ ଧରାପୃଷ୍ଠ ରେ ଜିଁଇ ଥାଉନ୍ତି ?

ପିତା କାଉ ଟି ପୁତ୍ର କାଉ କୁ କହିଲାମୁଁ ଜୀବନ ରେ ତିନିଥରମଣିଷ ମାଂସ ଖାଇଛି ଖୁବ ସ୍ବାଦିଷ୍ଟ ଲାଗେ ଟି,

କାଉ ଛୁଆ ଟି ଅଳି କଲା ମୁଁ ବି ଖାଇବି ...

କାଉ ଟିକେ ଚିନ୍ତା କରି କହିଲା
ଠିକ ଅଛି ଖୁଏଇ ଦେବି ଯେ

ଶୁଣେ ମୁଁ ଯେମିତି କହିବି ସେମିତି କରିବୁ ଏହି Trick ଟି ମୁଁ ମୋ ପୂର୍ବଜ ଙ୍କ ଠାରୁ ସିଖିଛି,

କାଉ ଟି ନିଜ ଛୁଆ କୁ ଗୋଟିଏ ଯାଗା ରେ ରହିବାକୁ କହିଲା ଏବଂ କିଛି ସମୟ ପରେ ଦି ଖଣ୍ଡ ମାଂସ ଟୁକୁଡା ଧରି ଫେରି ଆସିଲା ।

କାଉ ଛୁଆ ଟି ଥଣ୍ଟ ମାରି ମାଂସ ର ସ୍ବାଦ ଚାଖି କହିଲା

ମଣିଷ ମାଂସ କଣ ଘୁଷୁରୀ ମାଂସ ଭଳି ???

..

ପିତାକାଉ ଟି କହିଲା ନା ନା ନା ଏ ମାଂସ ଟୁକୁଡ଼ା ଖାଇବା ହେତୁ ନୁହେଁ !

..ଏଥିରୁ ମଣିଷ ମାଂସ ତିଆରି ହେବ !

ଯେମିତି ଦହି ଛିଡ଼ାଇବାକୁ ଟିକିଏ ଦହି କ୍ଷୀର ରେ ଛାଡ଼ିଦିଆଯାଏ ନା , ଠିକ ସେଇ ଭଳି ଏଇ ମାଂସ ଟୁକୁଡ଼ା ଟିକୁ ଉଚିତ ସ୍ଥାନରେ ଛାଡ଼ି ଆସିବି ଦେଖିବୁ କାଲି କୁ କେତେ ସ୍ଵାଦିଷ୍ଟ ମଣିଷ ମାଂସ ମିଳିବ !

କାଉ ଛୁଆ ଟି ପିତାକାଉ ର କଥା ବୁଝିପାରୁଲାନଥିଲା କିନ୍ତୁ ସେ ପିତା କାଉ ର ଚମତ୍କାର ଦେଖିବା ହେତୁ ଉସ୍ଚାହିତ ଥିଲା ,,

ତା ପରେ ପିତା କାଉ ଟି ମାଂସ ର ଦୁଇ ଟୁକାଡ଼ା ମଧ୍ୟରୁ ଗୋଟିଏ ମନ୍ଦିର ରେ ଏବଂ ଅନ୍ୟ ଟି ପାଖ ମସଜ୍ଜିଦ ରେ ଛାଡ଼ି ଆସିଲା ।

ସେତେବେଳକୁ ସଂଧ୍ୟା ହୋଇ ଆସୁଥିଲା,ପିତାକାଉ ଟି କାଉଛୁଆ କୁ କହିଲା କାଲି ସକାଳ ଯାଏଁ ଅପେକ୍ଷା କର କେବଳ ତୋତେ କଣ ସଂପୂର୍ଣ କାକ କୁଟୁମ୍ବ କୁ ପେଟ ପୁରା ମଣିଷ ମାଂସ ଖାଇବାକୁ ମିଳିଯିବ।

ସକାଳୁ ସକାଳୁ ପିତାକାଉ ଏବଂ ତାର ଛୁଆ ମାନେ ଦେଖିଲେ ସତକୁ ସତ ସେଇ କ୍ଷେତ୍ର ଯାକ ଦୁଇଗୋଡ଼ିଆ ପ୍ରାଣୀ ର ରକ୍ତାକ୍ତ ମୃତ ଶରୀର ରେ ଭର୍ତି !

ଚାରିଆଡ଼ ସୁନସାନ ଥିଲା ଯାହା ସଡ଼କରେ ପୋଲିସ ନାଲିବତ୍ତୀ ଗାଡ଼ି ବୁଲୁଛି
କର୍ଫ୍ୟ ଲାଗିଯାଇଛି....

କାଉଛୁଆ ଟି ଆଜି ଭାରି ଖୁସି ସେ ଏବେ ଦୁଇ ଗୋଡ଼ିଆ ପ୍ରାଣୀ ର ଶିକାର କରିବା ପିତାକାଉ ଠାରୁ ସିଖିଯାଇଥିଲା !

କାଉଛୁଆ ଟି ପିତାକାଉ କୁ ପଚାରିଲା ଯଦି ଦୁଇଗୋଡ଼ିଆ ମଣିଷ କୁ ଆମ ଚାଲାକି ଜଣାପଡ଼ିଯିବ ତାହାଲେ ଏ Trick ଟି ବେକାର ହୋଇଯିବ !

ପିତାକାଉ ଟି କାଉଛୁଆ କୁ କହିଲା....ଶହଶହ ବର୍ଷ ବିତିଗଲାଣି କିନ୍ତୁ ଦୁଇଗୋଡ଼ିଆ ମଣିଷ ଆମ ଜାଲ ରେ ସଦାସର୍ବଦା ପଡ଼ିଛି ଫସି ଆସିଛି !

ଘୁଷୁରୀ କି ବଳଦ ମାଂସ ର ଏକ ଟୁକୁଡା ହଜାର ହଜାର ଦୁଇପାଦ ବିଷିଷ୍ଠ ପ୍ରାଣୀ ଙ୍କୁ ପାଗଳ କରିଦିଏ ,ସେମାନେ ପରସ୍ପର କୁ ମାରିବାରେ ଲାଗିଯାଅନ୍ତି ଆଉ ଆମେ ସେମାନଙ୍କୁ ବିନା ପରିଶ୍ରମ ରେ ଖାଉ ।

ମୋତେ ଲାଗୁନି ସେମାନେ କେବେ ଆମ ଚାଲାକି ର ଟେର ପାଇପାରିବେ !

କାଉଛୁଆ ଟି ପୁନଶ୍ଚ ପଚାରିଲା କଣ ସେମାନଙ୍କୁ କେହି ଆମ ଚାଲାକି ବିଷୟ ରେ ଜଣାଇନାହିଁ ?

ପିତାକାଉ ଉତ୍ତର ଦେଲା ହଁ ଜଣେଇଥିଲା ଯେ ତାକୁ ଧର୍ମ ର ଶତ୍ରୃ ଘୋଷଣା କରି ମାରିଦେଇଥିଲେ ।

Wednesday, June 24, 2015

ବଲିଉଡ଼ ଫିଲ୍ମ ଗୌର ହରି ଦାସ୍ତାନ

Gour Hari Dastaan – ଗୌର ହରି ଦାସ୍ତାନ ନାମକ ବ୉ଲିଉଡ଼ ଫିଲ୍ମ 14 ଅଗଷ୍ଠ କୁ ଭାରତ ରେ ରିଲିଜ ହେବାକୁ ଯାଉଅଛି ।ଫିଲ୍ମ ର କଥାନକ ଓଡ଼ିଶା ରେ ଜନ୍ମିତ ଗୌର ହରି ଦାସ [ସ୍ଵାଧୀନତା ସଂଗ୍ରାମୀ] ଙ୍କ ଜୀବନୀ ଆଧାରିତ ।ଗୌର ହରି ଦାସ ସ୍ଵାଧୀନତା ସଂଗ୍ରାମୀ ହୋଇ ମଧ୍ୟ ତାଙ୍କୁ ଏଭଳି କୌଣସୀ ଉଲ୍ଲେଖନୀୟ ସରକାରୀ ସାହାଯ୍ୟ ସହଯୋଗ ମିଳିନଥିଲା । ସେ ଦୁଇ ଦୁଇ ଥର ସଂଗ୍ରାମ କଲେ ଥରେ ଇଂରେଜ ମାନଙ୍କ ବିରୋଧ ରେ ଏବ୍ମ ସରକାର ଙ୍କ ବିରୋଧ ରେ । 31 ବର୍ଷ ଲମ୍ବା ଆଇନ ଯୁଦ୍ଧ ରେ ଶେଷ ରେ ତାଙ୍କର ବିଜୟ ଲାଭ ହେଲା ସରକାର ଙ୍କ ଆଖି ଖୋଲିଲା !ଗୌର ହରି ଦାସ ନିଜ ପୁତ୍ର ସକାଶେ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଚାହୁଁଥିଲେ ଏବ୍ମ ଏହା ନ ମିଳିବାରୁ 31 ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ । ଏହି ହିନ୍ଦୀ ଫିଲ୍ମ ଟି ରେ ବିନୟ ପାଠକ , କୋଙ୍କଣା ସେନ ଶର୍ମା ,ତନୀସା ଚାଟାର୍ଜୀ , ବିକ୍ରମ ଗୋଖଲେ ,ରଜିତ୍ କପୁର ,ସୌରଭ ଶୁକ୍ଲା ଆଦି ଅଭିନତା ଅଭିନେତ୍ରୀ ମାନେ ଅଭିନଯ କରିଛନ୍ତି । ଏପଟେ ସ୍ଵୟ୍ମ ଗୌର ହରୀ ଦାସ ଫିଲ୍ମ ର ଏଂଡ କୁ ନେଇ ନିଜର ଅସହମତି ପ୍ରକାଶ କରିସାରିଛନ୍ତି ! ତାଙ୍କ କହିବାକଥା ଏହାକୁ ସୁଖାନ୍ତ ନ କରି ବରଂ ବର୍ତମାନ ସ୍ଵ ପରିସ୍ଥିତି ଅନୁଯାଯୀ କରାଯାଇଥିଲେ ଭଲ ହୋଇ ଥାଅନ୍ତା ।

Saturday, June 20, 2015

ଷ୍ଟୋରୀ ଏବାଉଟ ଫେସବୁକିଆନ ଫୈମିଲି

ଜଣେ ଅତି Active କିନ୍ତୁ ସଂସ୍କାରୀ facebookian ର ନିଜର ବି ଗୋଟାଏ ପରିଵାର ଥାଏ ! କାଳ୍ପନିକ ହେଉ ପଚ୍ଛେ ସେ ମଧ୍ୟ ଫେସବୁକ ରେ କାହାକୁ ମାଆ କହେ ଅଥବା ମାତା ଭାବିଥାଏ ,କେହି ଛୋଟ ଭାଇ ଭଉଣୀ ଥାଅନ୍ତି ବଡ଼ ଭାଈ ଥାଉନ୍ତି ! କାହାକୁ ପିତା ସମାନ ସମ୍ମାନ ଦିଏ ! କହିବାର ତାତ୍ପର୍ଯ୍ୟ ଏହିକି ଯେ ସେ ପ୍ରକୃତ ଜୀବନ ଠାରୁ ଅଲଗା ଏକ ଜୀବନ Social networking site ରେ ଜିଁଏ ।ତେବେ ଚିନ୍ତା କରନ୍ତୁ ଯଦି ସେହି Facebookians ର ବାସ୍ତବ ଦୁନିଆ ରେ ବିବାହ ହେଲା ତାହାଲେ ??..ପତ୍ନୀ ତ ଅସଲ ପରିଵାର ବିଷୟ ରେ ଜାଣିଛି ..ଏଠି[FB] କାହାକୁ ଚିହ୍ନିବ ??ତେବେ ନୁଆ ନୁଆ ବିବାହ କରିଥିବା FacebnkianS ଜଣକ ସମ୍ଭବତଃ ଏଇମିତି ନିଜ ସୋଶିଆଲ ନେଟଵର୍କିଗଂ ସାଇଟ ର ବନ୍ଧୁବାନ୍ଧବ ଙ୍କ ସହିତ ନିଜ ପତ୍ନୀ ର ପରିଚୟ କରାଇବ !!!
1. ଦେଖ ଇଏ ମୋ ଫେସବୁକିଆନ ମାଆ ! ତାଙ୍କ ଫୋଟୋ ଲାଇକ କର ଏବଂ ଆଶିର୍ବାଦ ନେଇ ନିଅ....ସୁସ ବୋହୁ ର ସମ୍ପର୍କ ତ ଝଗଡ଼ା ନିଶ୍ଚୟଁ ହେବ । ମାଆ ସହିତ କଳି କଲେ Inbox ରେ ଲଢ଼ିବ । Coment box ରେ ଲଢ଼ୀ ଅଯଥା ରେ ତାମଶା କରିବନି । 2. ଇଏ ତୁମର ନଣନ୍ଦ .....ମାନେ ଫେସବୁକ ରେ ଭଉଣୀ କରିଛି ... ଦିନଯାକ ଇଆଡେ ସିଏଡ଼େ ଧାଁ ବୁଲ କରେ ..ଆ ର ରିପୋର୍ଟିଗ ଓ ଟିଵୀ ଆଜତକ ଠାରୁ ବି ଖିପ୍ରତର ..ତୁମକୁ ସାରା ସଂସାର ର ଖବର ମିନିଟି କେ କହିଦେବ ଜଣେଇଦେବ ..କିଏ କାହାର ସ୍କ୍ରୀନଶ୉ଟ ପ୍ରକାଶିତ କଲା ..କିଏ କାହାକୁ ଗାଳୀ ଦେଲା..କିଏ କା ଚକ୍କର ରେ ପଡ଼ିଛି ତା ପଛରେ ବୁଲାକୁକୁର ଭଳି ଲାଗିଛି ..ଦିନଯାକ ଏ ସବୁ ରେ ଧନ୍ଦି ହେଉଥାଏ । ତା ସହିତ ତୁମର ସମୟ ଭଲ କଟିବ..ଆଉ କିଛି ଅଯଣା ନଣନ୍ଦ ଙ୍କ ଠାରୁ ଟିକେ ଦୂରେଇ ରହିବ ସେମାନେ ଦିଅର ବି ହୋଇପାରନ୍ତି ।

3. ଆଉ ଏ ହେଉଛନ୍ତି ଆମ ବଡ଼ ଭାଇ .... ହଁ ଏଇ ଯୋଉ ମେହଁଦୀ ଲଗା DP ଲଗେଇଛନ୍ତି ସେଇ .... ଯେତେବେଳେ ମୁଁ Online ରେ ନଥିବି କିଏ ଯଦି ତୁମ ସହିତ ଅଭଦ୍ରାମି କଲା ଇଏ ତୁମକୁ ତା ଠାରୁ ସଂରକ୍ଷଣ ଦେବେ ... କୌଣସୀ ବି ଆପାତକାଳୀନ ସ୍ଥିତି ରେ ମୋ ଅନୁପସ୍ଥିତି ରେ ଏହାଙ୍କୁ ଖୋଜିବ...ବଡ଼ ଭାଇ ଥିବାଯାଏଁ କା ର ସାହସ ହେବ ତୁମକୁ ଫାଲତୁ କଥା କହିଦେବ !4. ଇଏ ଆମର ଫେସବୁକିଆନ୍ ଦୀଦୀ ..ଜଗତ ଜାକର ଦୀଦୀ..ସମସ୍ତେ ତାଙ୍କର ସମ୍ମାନ କରନ୍ତି ..ମହିଳା ଶସକ୍ତୀକରଣ ଉପରେ ବହୁତ ଜୋର ଦିଅନ୍ତି..କାମ କଥା ସବୁ ଛାଡ଼ି ବାକି ଦୁନିଆ ଜାକର କଥା ତାଙ୍କ WALL ରେ ସବୁବେଳେ ମହିଳା ମାନେ କରିଥାଅନ୍ତି..ବାସ ଏତିକି ଜାଣିନିଆ ଯେ ତୁମର ଫେସବୁକିଆନ୍ କିଟୀ ପାର୍ଟୀ ଏହି ଠାରେ ହେବ ..ତତ୍କାଳ ମିଶ !!5ଆଉ ଏମାନଙ୍କୁ ଦେଖ ...ଏଇ ଯୋଉ ମାଙ୍କଡ଼ ଛୁଆ ଭଳି ଡିଆଁକୁଦା ମାରିଲା ଭଳିଆ ତୁମ ଫୋଟୋ LIKE କରୁଛନ୍ତି ନା..ଦେଖୀ ଦେଖୀ ଖୁଶୀ ହେଉ ଛନ୍ତି..ଏମାନେ ସବୁ ତୁମ ଦିଅର..ଏମାଙ୍କ ସହିତ କେବଳ Coment box ରେ କଥା ହେବ ବାତ ..Inbox ରେ ଏମାନେ ଦ୍ଵିଅର୍ଥୀ କଥାବାର୍ତା କରିବେ ତୁମକୁ ଚିଡ଼େଇବେ ..ତୁମେ ବୁଝି ବି ପାରିବନୀ ସେ କଣ କହୁଛନ୍ତି ଆଉ ଏମାନେ ମଜା ନେବେ ! ..ଅକାଳପୁଷ୍ପାଣ୍ଡ ଗୁଡାକ !!
6. 6. ଏଇ ଯୋଉ ଦେଖୁଛ ବଯସ୍କ ବ୍ଯକ୍ତି..ଏହାଙ୍କୁ ପିତା ସମାନ ଇଜ୍୛ତ କରେ..ଜବେଠୁଁ ମୋର ଗୋଟିଏ ଦୁଇଟା ପୋସ୍ଟ ଶେୟର କର କରିଦେଇଥିଲେ.. ଇଏ ବହୁତ ବଡ଼ଫେସବୁକୀଯାନ୍ ଟି ..ଅଧିକ ୛ୂମ କରନା ଏହାଙ୍କ pic. .ହଁ ଠିକ ଭାବୁଛ ତାଙ୍କ ବାଳ ଡାଈ କରିଛନ୍ତି ତ.... ଫୋଟୋ ଟା Like କରିଦିଆ ବାସ..ଇଏ ଅତ୍ଯଧିକ ଜ୍ଞାନବର୍ଧକ ପୋସ୍ଟ ଲେଖନ୍ତି ..ତୁମକୁ ବି ଆଶୀର୍ବାଦ ଦେବେ ..Share କୁରୁ ଅଥବା coment କୁରୁ.."ସଦା ଅନଲାଇନମ୍ ଭବଃ " !!

Note:- ଲେଖା ଟି ଏକ ହିନ୍ଦୀ ଲେଖା ର ଓଡ଼ିଆ ଭାବାନୁବାଦ ! ଲେଖା ଟି ର ପ୍ରକୃତ ଲେଖକ ଜଣାନାହିଁ ତେବେ ଏହାକୁ ମୋର निखिल यादव ନାମକ ଜଣେ ହିନ୍ଦୀ ଭାଷି ମିତ୍ର ସେୟର କରିଥିଲେ !!!

Friday, June 19, 2015

ସମ୍ବଲପୁର

ସମ୍ବଲପୁର ଓଡ଼ିଶା ରାଜ୍ୟ ର ପଶ୍ଚିମ ରେ ଅଵସ୍ଥିତ ଏକ ସହର । ଏହା ଓଡ଼ିଶା ର ଚତୁର୍ଥ ଜନବହୁଳ ସହର ! ଏହି ସହର ର ନାମ 'ସମଲେଶ୍ଵରୀ ଦେବୀ' ଙ୍କ ନାମ ଅନୁସାରେ ହୋଇଅଛି ଯେହେତୁ ମା ସମଲେଇ ସମ୍ବଲପୁର ସହର ର ଅଧିଷ୍ଠାତ୍ରୀ ଦେବୀ । ସମ୍ବଲପୁର, ରାଜଧାନୀ ଭୁବନେଶ୍ଵର ଠାରୁ ୩୨୧ କିମୀ ଦୂର ରେ ପଶ୍ଚିମ ଦିଗରେ ଅବସ୍ଥିତ । ଏହି ସହର ର ନାମ ସମୟାନୁସାରେ ବାରମ୍ବାର ବଦଳିଅଛି ତେବେ ଇତିହାସ ରେ 'ସଂବଲକ', 'ହୀରାଖଣ୍ଡ,'ଦକ୍ଷିଣ କୋଶଲ' ଆଦି ନାମ ସମ୍ବଲପୁର ପାଇଁ ବ୍ଯବହାର କରାଯାଇଥିବାର ପ୍ରମାଣ ମିଳିଛି । ଏହି ସହର ରେ ମୁଖ୍ୟତଃ କୋଶଳୀ (ସମ୍ବଲପୁରୀ) ,ଓଡ଼ିଆ ଏବଂ ହିନ୍ଦୀ ଭାଷା ବୋଲାଯାଇଥାଏ । କେବେ ଏ ସହର ହୀରା ଵ୍ଯବସାୟ ର କେନ୍ଦ୍ର ଥିଲା ! ଆଜି ଏହା ବୟନ ଶିଲ୍ପ ରେ ଅନ୍ତ୍ରରାଷ୍ଟ୍ରିୟ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁର ସହର ରେ ଆଧୁନିକତା ଏବଂ ମନୋହର ପାର୍ବତ୍ୟାଚଁଳ ର ସମନ୍ଵୟ ଖୁବ ଆକର୍ଷଣୀୟ ଲାଗେ । ବର୍ତମାନ ରସମ୍ବଲପୁର ଜିଲ୍ଲା କୁ ପୁରାତନ କାଳ ରେ ହିରାଖଣ୍ଡ କୁହାଯାଉଥିଲା ଏବଂ ସମ୍ବଲପୁର ସହର ଏହାର ରାଜଧାନୀ ଥିଲା । Ptolemy ଟଲେମୀ ନାମକ ଆଲେକଜାନ୍ଡିଆ ର ପ୍ରସିଦ୍ଧ ପରିବ୍ରାଜକ ତାଙ୍କ ଭ୍ରମଣ କାଳୀନ ଗ୍ରନ୍ଥ ରେ ଏହାକୁ ସମ୍ବଲକ ଲେଖିଛନ୍ତି । ଫ୍ରେନ୍ଚ ପରିବ୍ରାଜକ Tavernier ଏବଂ ଇଂରେଜ ଐତିହାସିକ Edward Gibbon ତାଙ୍କ ଐତିହାସିକ ଗ୍ରନ୍ଥ ରେ ସମ୍ବଲପୁର ରୁ ରୋମ Rome କୁ ହିରା ରପ୍ତାନୀ କଥା ଲେଖିଛନ୍ତି । ସମ୍ବଲପୁର ରେ ଅନେକ ବୀର ସ୍ବତନ୍ତ୍ର ସେନାନୀ ମାନଙ୍କ ଜନ୍ମ ହୋଇ ଅଛି ଯାହା ଏ ଜିଲ୍ଲା ପାଇଁ ଗୌରବ ର ବିଷୟ ....ବୀର ସୁରେନ୍ଦ୍ର ସାଏ ,ମାଧୋ ସିଁହ ,ହାଟ୍ଟେ ସିଁହ ,କୁଞ୍ଜେଲ ସିଁହ , ଅଇରୀ ସିଁହ ,ବଇରୀ ସିଁହ ଆଦି ନିଜ ମାଟି ମାଆ ପାଇଁ ଜୀବନ ଦେଇ ଦେଇଛନ୍ତି । ସମ୍ବଲପୁର ରେ ଉନ୍ନତମାନ ର ଶିକ୍ଷା ପ୍ରଦାନ ହେତୁ ଅନେକ ସ୍କୁଲ କଲେଜ ସବୁ ଖୋଲାଯାଇଅଛି ଯଥା ସମ୍ବଲପୁର ୟୁନିଵର୍ସିଟି ,ବୀର ସୁରେନ୍ଦ୍ର ସାଏ ମେଡିକାଲ କ୉ଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଵର୍ସିଟି ଅଫ ଟେକ୍ନୋଲୋଜୀ ,ଗଙ୍ଗାଧର ମେହର କଲେଜ ,ଗର୍ମେଣ୍ଟ ଓମୈନ୍ସ କ୉ଲେଜ , ଓଡ଼ିଶା ମେଡିକାଲ କ୉ଲେଜ ଅଫ ହୋମିଓପୈଥୀ ! ସମ୍ବଲପୁର ଓଡ଼ିଶା ର ଇଣ୍ଡସ୍ଟିଆଲ ଜିଲ୍ଲା ଏବଂ ସହର । ଏଠାରେ ହିଣ୍ଡାଲକୋ ,ସମଲେଶ୍ଵରୀ ସ୍ପନ୍ଞ ଆଇରନ ଲି. ,ଭୁଷଣ ସ୍ଟିଲ ଏଣ୍ଡ ପାଵର ଲିମିଟେଡ ,ବେଦାନ୍ତ ଆଲୁମିନିଅମ ଲିମିଟେଡ ,ଆର୍ୟାନ ଇସ୍ପାତ୍ ଆଣ୍ଡ ପାଵର ଲିମିଟେଡ ଆଦି ଅନେକ କଳକାରଖାନା ସବୁ ଅଛି । ହିରାକୁଦ ଡୈମ ଏବଂ ବିଦେଶୀ ପକ୍ଷୀ ଦେଖିବା ଉଦ୍ଦେଶ୍ୟ ରେ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାଅନ୍ତି । ଦେଶ ର ପ୍ରାୟ ସମସ୍ତ ମୁଖ୍ୟ ସହର ରୁ ସମ୍ବଲପୁର କୁ ରେଳପଥ ଏବଂ ସଡକପଥ ଦ୍ଵାରା ଆସିପାରିବେ ! NH-6 ଯୋଗେ ମୁମ୍ବାଇ ଏବଂ କଲିକତା ସହିତ, NH-42 ଦ୍ଵାରା କଟକ ଏବଂ ଓଡ଼ିଶା ର ଅନ୍ୟ ଉପକୂଳବର୍ତୀ ସହର ଗୁଡ଼ିକ ସହ , SH-10 ଦ୍ଵାରା ରାଊଲକେଲା ସହ ସଡକ ପଥ ଦ୍ଵାରା ସଂଯୁକ୍ତ !ଇରେଁଜ ମାନେ ସମ୍ବଲପୁର ରେ Jamadarpali Airstrip ନିର୍ମାଣ କରିଥିଲେ ଏହା ଏବେ ନେତା ଏବଂ ଅନ୍ୟ ସରକାରୀ କାର୍ୟ ହେତୁ ଵ୍ଯବହୃତ ହେଉଅଛି । ଭବିଷ୍ୟତ ରେ ଏଠାରେ ଏକ ଏଆରପୋର୍ଟ ନିର୍ମାଣ କରାଗଲେ ପଶ୍ଚିମ ଓଡ଼ିଶାର ଅନେକ ଲୋକ ବିଶେଷ କରି ସମ୍ବଲପୁର ଝାରସୁଗୁଡ଼ା ଜିଲ୍ଲାର ଲୋକ ଅନେକାଂଶ ରେ ଉପକୃତ ହୁଅନ୍ତେ ।

Thursday, April 2, 2015

ଭାରତ ରେ ଓଡ଼ିଶା ରାଜ୍ୟର ମୂଲ୍ୟ କେତେ ?

ଭାରତ ରେ ଓଡ଼ିଶା ରାଜ୍ୟର ମୂଲ୍ୟ କେତେ ?କାହିଁକି ଓଡ଼ିଆ କୁ ପ୍ରତିଟି କ୍ଷେତ୍ରରେ ହତାଦର କରାଯାଉଅଛି ! ଏ ଜାତି ତାର ବିରତ୍ଵ ଏବଂ ବାଣିଜ୍ୟ ଵେପାର ପାଇଁ କେବେ ପୃଥିବୀ ପ୍ରସିଦ୍ଧ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ଆର୍ଥିକ ଅବନତି ଏହାକୁ ଗରିବ କରିଦେଇ ଅଛି ଏବଂ ବିଶ୍ବ ଓଡ଼ିଶାର କଳା ,ଐତିହ ,ସ୍ଥାପତ୍ୟ ,ଇତିହାସ କୁ ଭୂଲି କେବଳ ଗରିବ ଙ୍କ ରାଜ୍ୟ ଭାବେ ଆକଳନ କରିଥାଏ । ଏ ସବୁ ଦେଖିଲା ପରେ ସ୍ବାଭିମାନୀ ଓଡ଼ିଆ ହୃଦୟ ବିଦ୍ରୋହ କରିବାକୁ ଇଛା କରେ ,ମନେ ପଡ଼ିଯାଏ ସ୍ବାଭିମାନୀ ଜର୍ମନଜାତି ର ଇଉରୋପ ଠାରୁ ନେଇଥିବା ପ୍ରତିଶୋଧ !!! ବ୍ରିଟେନ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶର ମୁକାବିଲା କରିବାକୁ ଯାଇ ଜଣେ ଜର୍ମନ ଦେଶଭକ୍ତ ସୈନିକ ନିଜ ଜୀବନ ର ଶେଷ ରକ୍ତ ବିନ୍ଦୁ ଯାଏଁ ଲଢ଼ିଥିଲା । ଆଜି ଭାରତରେ ଓଡ଼ିଶାର ପରିସ୍ତିତି ଠିକ ଜର୍ମନଜାତି ଭଳି ହୋଇଯାଇଛି । ଲମ୍ବା ଇତିହାସ ,କଳା ଐତିହ ରେ ଵୀରତ୍ବରେ ଏକଦା ଭାରତରେ ଓଡ଼ିଶା ଅଗ୍ରଣୀ ଥିଲା କିନ୍ତୁ ଇଂରେଜ ରାଜତ୍ବ କାଳରେ ଓଡ଼ିଶା ର ଅନାଦର,ଜଳବାୟୁ ପରିବର୍ତ୍ତନ ,କଂଗ୍ରେସ ଭଳି ସବା ଖିଆ ପର୍ଟୀ ଯୋଗୁଁ ଓଡ଼ିଶା ଗରୀବ ରାଜ୍ୟ ଭାବେ ଗଣା ହେଲା । ବୈଦିକ କାଳରୁ ଉତ୍ତରଭାରତୀୟ ମାନେ ଓଡ଼ିଆ ମାନଙ୍କ ପ୍ରତି ସାବତ ଭାଇ ଭଳି ବିଚାର କରୁ ଅଛନ୍ତି । ବୈଦିକ କାଳରୁ ଓଡ଼ିଆ କୁ ଅନାର୍ୟ କୁହାଯାଇ ଆମ ଜାତି ଏବଂ ସଂସ୍କୃତି କୁ ନିମ୍ନ ଧରଣର ବୋଲି ଆକଳନ କରାଗଲା । ମଧ୍ୟ ଯୁଗରେ ମୋର୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ର ବାରମ୍ବାର ଆକ୍ରମଣ ର ଜବାଵ ଦେଇ ଓଡ଼ିଆ ମାନେ ଜଣାଇ ଦେଲେ ଜେ ସେମାନେ କାହା ଆଗର ରେ ନଁଇବେ ନାହିଁ ।ଚଂଡାଶୋକ ପଛୁଆ ଆକ୍ରମଣ କରି ବୀର ବୋଲାଇଲା କିନ୍ତୁ 100 ବର୍ଷ ପରେ ଖାରବେଳ ଯେ ସେ ଯୁଦ୍ଧର ପ୍ରତିଶୋଧ ନେଇଥିଲେ ଏ କଥା କୁ ସର୍ବେ ଭୂଲିଗଲେ । ଓଡ଼ିଆ ଜାତି ର ସଭ୍ୟତା ସଂସ୍କୃତି କୁ ସର୍ବଭାରତୀୟ ସ୍ଥର ରେ କେତେ ଲୋକ ଜାଣିଛନ୍ତି ? କେବେ ଦେଖିଛ କୌଣସି ହିନ୍ଦୀ ଫିଲ୍ମ କିମ୍ବା ସିରିଏଲ ରେ ଓଡ଼ିଆ ଜାତି ଵିଷୟରେ କୌଣସି ଗୌରବମୟ ଦୃଶ୍ୟ ? ଚକ ଦେ ଇଂଡିଆ ରେ ଶାହରୁଖ ଖାନ ତାଙ୍କ ଅଶୋକା ଫିଲ୍ମ କୁ ଓଡ଼ିଶା ରେ ପଦର୍ଶନ କରିବାକୁ ଦେଇନଥିବାରୁ ଓଡ଼ିଶା ର ନାଆଁ କୁ ଫିଲ୍ମ ରେ ସାମିଲ କରିବାକୁ ଦେଇ ନଥିଲେ । ଚକ ଦେ ଇଂଡିଆ ରେ ନିଜେ କହୁଥିଲେ ଦେଶ କୁ ଦେଖ କିନ୍ତି ସେ ନିଜେ ଏକ ରାଜ୍ୟ କୁ ନିମ୍ନ ଦେଖାଇବାକୁ ଯାଇ ନିଜ ଜାତି CLASS ଦେଖାଇ ଦେଲେ । ପୁରାତନ ହିନ୍ଦୀ ଫିଲ୍ମ ରେ ଥରେ ଦି ଥର କୋଣାର୍କ ପୁରୀ ଜଗନ୍ନାଥ ଙ୍କୁ ଦେଖା ଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ଜାତି ର ଗୌରବ ବଢ଼ାଈବାକୁ ଯାଇ କେବେବି କୌଣସି ଫିଲ୍ମ କିମ୍ବା ସିରିଏଲ ରେ ପରିବେଶଣ କରାଯାଇ ନହିଁ । ମୁଁ ମାନୁଛି ଓଡ଼ିଶା ଏକ ଗରୀବ ରାଜ୍ୟ କିନ୍ତୁ ଆମ ସଭ୍ୟତା ଭାଷା ସଂସ୍କୃତି କେବେ ଗରୀବ ନ ଥିଲା ତାହାଲେ ଏ ଭାରତଵର୍ଷ ରେ ଓଡ଼ିଆ ପ୍ରତି ଏତାଦୃଶ ଅଵହେଳା କହିଁକି ? କାଶ୍ମୀର ବନ୍ୟା ରେ ପ୍ରଧାନମଂତ୍ରୀ ଦଶ ଥର କାଶ୍ମୀର ଯାଉଛନ୍ତି ଓଡ଼ିଶା ରେ ପ୍ରତିଵର୍ଷ ବନ୍ୟା ହେଉଛି ଏଥର ଫେଲିନ ନାମକ ଘୁର୍ଣିଝଡ଼ ଆସିଥିଲା ବେଳେ ମୋଦୀ ବାବୁ ଟିକେ ଓଡ଼ିଆଙ୍କୁ ହୈଲୋ କରିବାକୁ ଅସିଥଲେ ତାଙ୍କର ଭୋଟର ସଂଖ୍ୟା ନିଶ୍ଚୟଂ ବଢ଼ିଥାନ୍ତା । ଦିଲ୍ଲୀ ରେ ପାର୍ଟୀ କାହାର ବୀ ରାଜତ୍ବ କରୁ ଉତ୍ତରଭାରତ ଅପେକ୍ଷା ଓଡ଼ିଶା କୁ ସଦାସର୍ବଦା ସ୍ବଳ୍ପ ସାହାଯ୍ୟ ସହଯୋଗ ମିଳିଛି । ଦୁଃଖ ଲାଗେ ଯେ ଆମ ବିଦ୍ୟୁତ୍ଶକ୍ତି , ଆମ ଖଣିଜସମ୍ପଦ ନେଇ ବଦଳରେ ଏ ଦେଶ କାଶ୍ମୀର କୁ ହଜାର ହଜାର କୋଟୀ ଟଙ୍କା ସହର୍ସ ହସ୍ଥେ ଦାନ କରିଦିଏ କିନ୍ତୁ ଓଡ଼ିଶା କୁ ଦେଲାବେଳକୁ ତା ହାତ ଥରିବାକୁ ଲାଗେ । ଯଦି ଆଗକୁ ବି ଏଇଭଳି ପାତର ଅନ୍ତର କରାଗଲା ତ ଏ ରାଷ୍ଟ୍ର ରେ ଓଡ଼ିଆ ମାନେ ନିଜ ସ୍ବାଭିମାନ ରକ୍ଷା ହେତୁ ଦିନା ନ ଦିନେ ନିଶ୍ଚୟଂ ବିପ୍ଳବ କରିବେ ।

Tuesday, February 24, 2015

କେତେଦୂର ଯୁକ୍ତିଯୁକ୍ତ ବେଦ କୁ ଫେରିଯାଅ ବାକ୍ୟ ? ଏହା ମହାନ ସନାତନଧର୍ମ କୁ ଆର୍ଯ୍ୟ ଅନାର୍ଯ୍ୟ ଦୁଇ ଭାଗରେ ବିଭାଜିତ କରିବାକୁ ଷଡତନ୍ତ୍ର ହୋଇପାରେ !!

ଆଜିକାଲି ଇଂଟରନେଟ ଜରିଆରେ ଆମ ସମାଜରେ ଧର୍ମ ଭିତ୍ତିକ ଭେଦଭାବ ହେତୁ କିଛିଲୋକ ଚେଷ୍ଟା କରୁଛନ୍ତି । ସେମାନଙ୍କର ମୁଖ୍ୟ ସ୍ଲୋଗାନ ହେଲା "ବେଦକୁ ଫେରଯାଅ "ଅର୍ଥାତ୍ ବୈଦିକ ସମାଜ ର ପୁନଃଗଠନ ହେଉ । କିନ୍ତୁ ବୈଦିକ ଯୁଗକୁ ଫେରିବା ପୂର୍ଵରୁ ସେ ସମୟର ସାମାଜିକ ଚଳଣୀ ଏବଂ ଇତିହାସ ଉପରେ ଟିକେ ଦୃଷ୍ଟିପାତ କରିନେବା ଉଚିତ ହେବ ।ବୈଦିକ ଯୁଗ ରେ ସମଗ୍ରଭାରତବର୍ଷ ର ସମାଜ ଦୁଇ ଭାଗରେ ବିଭାଜିତ ହୋଇ ରହିଥିଲା ଆର୍ଯ୍ୟ ଏବଂ ଅନାର୍ଯ୍ୟ । ଉତ୍ତରଭାରତ ରେ ବେଦପାଠୀ ବ୍ରାହ୍ମଣ ଏବଂ ତାଙ୍କ ଦ୍ବାରା ପରିଚାଳିତ ସମାଜ ଆର୍ଯ୍ୟ ବୋଲାଉଥିଲେ ଏବଂ ଦକ୍ଷିଣ ,ପଶ୍ଚିମ , ପୂର୍ଵ ତଥା ଉତ୍ତରପୂର୍ଵ ଭାରତ ର ଲୋକମାନଙ୍କୁ ଅନାର୍ଯ୍ୟ କୁହାଯାଉଥିଲା । ମଧ୍ୟଯୁଗ ଯାଏଁ ଏ ଭେଦଭାବ ଏତେମାତ୍ରା ରେ ବଢ଼ିଯାଇଥିଲା ଯେ ଆଜିଯାଏଁ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଆଜି ବି ଉତ୍ତରଭାରତୀୟ ଜନସମାଜ ଓଡ଼ିଆ ମାନଙ୍କୁ ଅନାର୍ଯ୍ୟ କହି ଅନାଦର କରେ !! ଏକଵିଁଶ ଶତାବ୍ଦୀ ଅଥବା ଏହାର ପରବର୍ତ୍ତୀ ଶତାବ୍ଦୀ ଗୁଡ଼ିକରେ ଯଦି ଲୋକେ ବେଦ କୁ ଫେରନ୍ତି ଉତ୍ତରଭାରତୀୟ ମାନେ ପୁଣି ହିନ୍ଦୁ ସମାଜ କୁ ଦୁଇ ଭାଗରେ ବିଭାଜିତ କରିଦେବେ ଏବଂ ଯେଉଁମାନେ ବେଦପାଠୀ ହେବେନାହିଁ ସେମାନଙ୍କୁ ସାମାଜିକ ତିରସ୍କାର ଏବଂ ନିର୍ଜାତନା ଭୋଗିବାକୁ ପଡ଼ିବ । ଆଜି ଯଦି ଭାରତୀୟ ସମାଜ ପୁନଃ ବୈଦିକ ଯୁଗ କୁ ଫେରିଯାଏ ତ ଭାରତ ଦୁଇଭାଗରେ ବିଭାଜିତ ହୋଇଯିବ ଏବଂ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଜାତିଗତ କଳହ ବଢ଼ିଯିବ ଫଳରେ ବର୍ତ୍ତମାନ ଯେମିତି ଅତ୍ୟାଚାର ସୁନ୍ନି ମାନେ ଶିଯା ମୁସ୍ଲିମ ମାନଙ୍କ ସହ କରୁଛନ୍ତି ସେହିଭଳି ଅତ୍ୟାଚାରିତ ହେବେ ଅନାର୍ୟ ମାନେ ।ଯେଉଁ ସମାଜ କୁ ଏକତ୍ରିତ କରିବା ହେତୁ ଶ୍ରୀଶଙ୍କରାଚାର୍ଯ୍ୟ ଆପ୍ରାଣ ଉଦ୍ୟମ କରିବାକୁ ଯାଇ ସମସ୍ତ ଭାରତ ଭ୍ରମଣ ପୂର୍ବକ ହିଁଦୁଧର୍ମ ର ସମସ୍ତ ପନ୍ଥ କୁ ଏକତ୍ରିତ କରି ସନାତନ ଧର୍ମକୁ ପୁନଃଜୀବିତ କରିଥିଲେ, ସେହି ମହାନ ସନାତନ ଧର୍ମ କୁ କ୍ଷତାକ୍ତ କରିବା ପାଇଁ ବିଧର୍ମୀ ମାନଙ୍କର ଏହା ଅନ୍ୟତମ ଷଡତନ୍ତ୍ର ହୋଇପାରେ । ମୋ ମତରେ କେବଳ ବେଦ କାହିଁକି ବରଂ ଅନ୍ୟ ଭାରତୀଯ ଗ୍ରନ୍ଥ ଗୁଡ଼ିକର ସମାଦର ହେଉ । ବେଦ ପଠନ ସହିତ ପୁରାଣଗୁଡ଼ିକରୁ ଉତ୍ତମ ଶିକ୍ଷା କୁ ଗ୍ରହଣ କରାଯାଉ କାରଣ ବେଦ କୁ ବ୍ଯାସ କରି ହିଁ ପୁରାଣ ସବୁ ରଚିତ ହୋଇଅଛି । ପୁରାଣ ସବୁ ପ୍ରାଚୀନ ଭାରତ ର ଇତିହାସ ଏବଂ ଇତିହାସ ଭଲ କି ଖରାପ ନୁହେଁ , ସମାଜ ର ଅତୀତ କୁ ଦେଖିବା ହେତୁ ଏହା ଏକ ଦର୍ପଣ ସଦୃଶ କାର୍ୟ କରିଥାଏ ! ଵେଦ ଭାରତୀୟ ସମାଜର ପ୍ରାରମ୍ଭିକ ଗ୍ରନ୍ଥ କିନ୍ତୁ କେବଳ ବେଦ ଦ୍ବାରା ଏହିଦେଶ ର ମୂଲ୍ୟାଙ୍କନ କରିବା କେତେଦୂର ଉଚିତ ଏହା ଆପଣ ବିଚାର କରିବେ ।

Sunday, February 22, 2015

ଦେବମିତ୍ର ପ୍ରମାଣ କରିଦେଲେ ଯେ ଜ୍ଞାନ ଠାରୁ ସଦାଚାର ମହାନ

ବାରାଣାସୀ ନରେଶ ବ୍ରହ୍ମଦତ୍ତ ଙ୍କ ରାଜପୁରୋହିତ ଦେବମିତ୍ର ବଡ଼ ବିଦ୍ଵାନ ଏବ ଅନେକ ବିଦ୍ୟାରେ ନିପୁଣ ଥିଲେ । ବିଦ୍ଵତ୍ତା ସହ ତାଙ୍କର ସୁଦ୍ଧ ଚରିତ୍ର ,ସଦାଚାର ଏବଂ ନୈତିକତା ପାଇଁ ଲୋଗ ତାଙ୍କର ଆଦର କରୁଥିଲେ । ରାଜପୁରୋହିତ ଦେବମିତ୍ର ଙ୍କ ମନ ରେ ଥରେ ପ୍ରଶ୍ନ ଆସିଲା କି ରାଜା ଏବଂ ପ୍ରଜା ତାଙ୍କର ସମ୍ମାନ କାହିଁକି କରୁଛନ୍ତି ? ଏ ପ୍ରଶ୍ନ ର ଉତ୍ତର କେମିତି ମିଳିବ ଏ ବିଷୟରେ ସେ ବିଚାର କିରିବାକୁ ଲାଗିଲେ । ଥରେ ରାଜସଭା ବରଖାସ୍ତ ହେବା ଉତ୍ତା ରୁ ସମସ୍ତ ରାଜକର୍ମଚାରୀ ନିଜନିଜ ଘର କୁ ଯିବାପରେ ଦେବମିତ୍ର ରାଜକୋଷ ଆଡେ ଗଲେ । କୋଷାଧ୍ୟକ୍ଷ ଦେବମିତ୍ର ଙ୍କୁ ଦେଖୀ ଦୂର ରୁ ସମ୍ମାନ ପୂର୍ବକ ପ୍ରଣାମ କଲେ । ଦେବମିତ୍ର କିଛି ସମୟ ଏପାଖ ସେପାଖ ହେଲାପରେ କୋଷାଗାର ରୁ ଏକ ପାତ୍ର ମଧ୍ୟରୁ କିଛି ମୂଦ୍ରିକା ଉଠାଈ ଫେରିଗଲେ । କୋଷାଧକ୍ଷ ଦେବମିତ୍ର ଙ୍କର ଏତାଦୃଶ ଅଯୋଗ୍ୟ କର୍ମ ଦେଖିମଧ୍ୟ ବାରଣ ନ କରି ଚୁପ ରହିଲେ । କୋଷାଧକ୍ଷ ମନେମନେ ବିଚାର କଲେ ଯେ ସମ୍ବବତଃ ରାଜଙ୍କ ଆଦେଶ ଫଳରେ ଦେବମିତ୍ର ଏମିତି କରିଥିବେ । ପର ଦିନ ମଧ୍ୟ ଏହି ଘଟଣା ର ପୂନରାବୃତ୍ତି ହେଲା ,ତୃତୀୟ ଦିନ ଦେବମିତ୍ର ମୁଠାଏ ଦମ୍ବା ମୁଦ୍ରିକା ଧରି ଯିବାକୁ ଉଦ୍ୟତ୍ତ ହେବାରୁ କୋଷାଧିକାରୀ ତାଙ୍କୁ ଧରିନେଇ ରାଜାଙ୍କ ପାଖରେ ହାଜର କଲେ । ରାଜା ଏ ଘଟଣା ଶୁଣି ପ୍ରଥମେ ହତବାକ୍ ହେଲେ , ପରେ ପ୍ରହରୀ ଦ୍ଵାରା ସତ୍ୟାସତ୍ୟ ଜାଣିବା ପରେ ଦେବମିତ୍ର ଙ୍କୁ ତାଙ୍କର ଚୋରୀ କରିବାର ଅଭିପ୍ରାୟ ବିଷୟରେ ପଚରା ଗଲା । ରାଜା ପଚାରିବା ରୁ ଦେବମିତ୍ର କହିଲେ ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋତେ ମୋ ବିଦ୍ଵତ୍ତା ପାଇଁ ନା ସାଦାଚର ପାଇଁ ଆଦର କରାଯାଏ ? ଏବଂ ଏବେ ପ୍ରମାଣ ହେଇଗଲା ଯେ ମୋତେ ନିଜର ଜ୍ଞାନ ଅପେକ୍ଷା ସଦାଚାର ସଦଗୁଣ ପାଇଁ ସମ୍ମାନ ଦିଆଯାଉଅଛି ।ସତ କଥା ଜାଣିବା ପରେ ରାଜା ତାଙ୍କୁ ବନ୍ଧନମୁକ୍ତ ଏବଂ ସସମ୍ମାନ ସହ କ୍ଷମାପ୍ରାଥନା କଲେ ।

ଉତ୍ତରଭାରତ ର ବର୍ତମାନ ପିରିସ୍ଥିତି ଏବଂ ଏହାର ନିରାକରଣ

ଉତ୍ତରଭାରତ ର ବର୍ତ୍ତମାନ ସାମାଜିକ ଏବଂ ରାଜନୈତିକ ବିଶୃଙ୍ଖଳା ଠିକ ମହାଭାରତ ବର୍ଣିତ ଘଟଣାଚକ୍ର ସହ ମେଳ ଖାଉଛି । କେବେ ଆର୍ଯ୍ୟ କହି ଗର୍ଵ କରୁଥିବା ଉତ୍ତରଭାରତୀୟ ଆଜି ନିଜକୁ ଆର୍ଯ୍ୟ କହିବାର ଯୋଗ୍ୟତା ହରାଇ ବସିଛନ୍ତି । ଧର୍ଷଣ , ଅନର କିଲିଙ୍ଗ , ହତ୍ୟାକାଣ୍ଡ ଏବଂ ଦୁର୍ନିତି କରିବାରେ ଉତ୍ତରଭାରତୀୟ ସମସ୍ତଙ୍କୁ ପଛରେ ପକେଇ ସାରିଲେଣି । ଯଦି ମହାଭାରତ କୁ ସତ୍ୟ ମାନାଯାଏ ତେବେ ଏସବୁ ର ଆରମ୍ଭ ଦ୍ଵାପର ଯୁଗରୁ ହେଇଥିବା ଜଣାଯାଏ । କୌରବ ରାଜସଭା ରେ ନାରୀ କୁ ବସ୍ତୁ ଭଳି ପଶାଖେଳରେ ଲଗାଇଦେବା ଏବଂ ତାକୁ ଜିତିଯିବା ପରେ ତା'ର ବସ୍ତ୍ରହରଣ କରିବାକୁ ଚୈଷ୍ଟା କରିବା ଏ କଥା କୁ ପ୍ରମାଣ କରିଦିଏ ଯେ କି ଉତ୍ତରଭାରତ ରେ ନାରୀ ମାନଙ୍କ ପ୍ରତି ଅନାଦର,ତିରସ୍କାର ଆଜିର ନୁହେଁ ବରଂ ବହୁପୁରାତନ କାଳରୁ ଏହିଭଳି ହୋଇ ଆସୁଅଛି । ଝିଅଟିଏ ଜନ୍ମ ହେବାପୂର୍ଵରୁ ତାକୁ ମାରିଦେଉଥିବା ଜନସମାଜ ଏ କଥା ଚିନ୍ତା କରେନୀ ଯେ ଆଗକୁ ଜନ୍ମ ହେବାକୁ ଯାଉଥିବା ପୁତ୍ର ମାନଙ୍କର ପ୍ରଣୟ କ୍ଷୁଧା କେମିତି ମେଣ୍ଟାଇବେ !!! ଉତ୍ତରଭାରତରେ ୧୦୦୦ ପୁରୁଷରେ ୭୦୦ ନାରୀ ହେବା କାରଣରୁ ହିଁ ଆଜି ନିର୍ଭୟା କାଣ୍ଡ ଭଳି ପାଶବିକ ଘଟଣା ଉତ୍ତରୋତ୍ତର ବଢ଼ିବାରେ ଲାଗିଛି । ଏ ସବୁ କୁ କେବଳ ଆଇନ କାନୁନ ଏବଂ ନୀତିବାକ୍ୟ ଶୁଣାଇ ରୋକାଯାଇପାରିବନି ବରଂ ଏଥିପାଇଁ ସଘନ ସାମାଜିକ ଏବଂ ମାନସିକ ସ୍ତରୀୟ ପରିବର୍ତ୍ତନ ,ନାରୀ ସଶକ୍ତି କରଣ, ଉତ୍ତମ ଓ କଠୋର ନ୍ୟାୟ ବ୍ୟବସ୍ଥା, ଉତ୍ତମ ଚରିତ୍ର ଗଠନ ତଥା ଉତ୍ତମ ସଂସ୍କାର, ଶିକ୍ଷା ଦ୍ୱାରା ହିଁ ଏସବୁକୁ ଏଡାଯାଇ ପାରିବ ।

ମଶାଣିପଦା ର ଗୋଲାପକଢ଼ି ମୁଁ

ମଶାଣିପଦା ର ଗୋଲାପକଢ଼ି ମୁଁ

ଫୁଟି ଝଡିଯିଵି ଦିନେ ।

ସୁନ୍ଦର ଦିଶୁଛି ଵିକାଶ କାଳରେ
ମାୟା ଦୁନିଆ ର ବନେ ।

ରଙ୍ଗରୂପ ମୋର ନୁହେଁ ଚିରନ୍ତନ
ନୁହେଁ ଚିରକାଳ ପାଇଁ ।

ଥରେ ଦେଖିନିଅ ମନଭରି ମୋତେ
ଆଜି ଅଛି କାଲି ନାହିଁ।

ମଶାଶିପଦାରେ ଜନମ ମୋହର
ରୂପ ମୋର ମନୋହର

ଯିଏ ଦେଖେ ମୋତେ
ହୁଏ ସେ ମୋହିତ
ହରାଏ ବିବେକ ତାର

କେତେ କଣ୍ଟା ମଧ୍ୟେ ହୋଇଛି ସାଇତା ମୋର ରୂପ ରଙ୍ଗ ର ଏ ଢେଉ

କବି ହାରିଯାଏ ପଦ ଭୂଲିଯାଏ
ଉପମା ଟି ଦେଉ ଦେଉ।

ମଶାଶି ପଦା ଟା ସଂସାର ମୋହର ମଶାଶି ରେ ଜନ୍ମ
ମଶାଶି ରେ ମରିଯିବି

ଯିତିବି ଏଠାରେ
ହାରିବି ଏଠାରେ
ଏହିଠାରେ ବଞ୍ଚିଥିବି ।

ତାଠାରୁ ଜନ୍ମ
ତା ପାଇଁ ମରଣ
ଯେହେତୁ ସେ ଜନ୍ମଦାତ୍ରି

ଦୁଃଖଦେଲେ ଦେଉ
ସୁଖ ଦେଲେ ଦେଉ
ଦାନ ଏ ଜୀବନ ତାର ।

ମଶାଣିପଦା କୁ ଭାବୁଛି ମହାନ
ଯେଣୁ ମୋ ଜନମମାଟି

ତା ଠାରୁ ବିକାଶ
ଅବୟ ମୋହର
ତା କୋଳେ କଟଇ ରାତି ।

ନୀଚ ହେଉ ପଛେ
ଜନନୀ ମହାନ
ସ୍ବର୍ଗଦପି ଗରିୟସୀ

ଏ କଥା ଭାବଇ
ନିତ୍ୟ ମୁଁ ମନରେ
ହୃଦୟ ଆସନେ ବସି...........

ଓଡ଼ିଆ ଭାଷା କାହିଁକି ଅବହେଳିତ ?

ମାତୃଭାଷା ପ୍ରତି ଥିବା ଆବେଗ ହିଁ ମୋତେ ଓଡ଼ିଆରେ ଲେଖିବାକୁ ପ୍ରେରିତ କରେ । ଏଇ ଆବେଗଟିକକ କେହି କାହାରି ମନରେ ବୁଣିପାରିବ ନାହିଁ ଏହା ମାନବ କୁ ସାମାଜ ରୁ ସ୍ଵତଃ ପ୍ରାପ୍ତ ହୋଇଥାଏ । ଏବେବି ଅନ୍ୟ ଭାଷା ଅପେକ୍ଷା ଓଡ଼ିଆ ର ଇଂଟରନେଟ ରେ ଯୋଗଦାନ ନଗନ୍ୟ ।ଏହାର ମୁଖ୍ୟ କାରଣ ହେଲା ଅଧିକାଁଶ ଓଡ଼ିଆ କେମିତି ନିଜମାତୃଭାଷାରେ ଲେଖିବେ ଜାଣିନାହାଁନ୍ତି ଏବଂ ଯେଊଁ ଓଡ଼ିଆ ଯୁବପିଢ଼ି ଇଂଟରନେଟ ରେ ଅଧିକାଂଶ ସମଯ ବିତାଅନ୍ତି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଇଂରାଜୀ ମାଧ୍ୟମ ପଢୁଆ ପିଲା, ପିଲାବେଳୁ ଓଡ଼ିଆର ବ୍ୟବହାର ପାଇଁ ସ୍କୁଲରେ ଆକଟ ଆଉ ଘରେ ବାପା ବୋଉଙ୍କ ଅବହେଳା । ଏମିତି ପରିବେଶରେ ବଢୁଥିବା କୌଣସି ପିଲା ମନରେ କେବେ ବି ଭାଷା ପ୍ରତି ମମତା ଆସିବନାହିଁ । ପିଲା ଘରେ ଓଡ଼ିଆ ଶିଖିବାର ପରିବେଶ ପାଇଲା ନାହିଁ, ଟି.ଭି. ଭଲ କାର୍ଟୁନ ଚାନେଲଟିଏ ଓଡ଼ିଆରେ ନାହିଁ କି ପିଲାଙ୍କ କାର୍ଯ୍ୟକ୍ରମ ସବୁ ଓଡ଼ିଆ ବଦଳରେ ହିନ୍ଦୀ କି ଇଂରାଜୀରେ ଆସୁଛି । ଏପରିକି ଓଡ଼ିଆ ସ୍କୁଲରେ ବି ସାନବେଳୁ ଶିଖାଯାଉଛି “ଚାକିରି ପାଇଁ ଇଂରାଜୀ, ମାର୍କ ପାଇଁ ସଂସ୍କୃତ ଆଉ ପଇସା ପାଇଁ ହିନ୍ଦୀ“, ଓଡ଼ିଆ ପାଇଁ ଜାଗାଟେ ବାକି ରଖିଛନ୍ତି ଆମ ଶିକ୍ଷା ପୁରୋଧାମାନେ? ନିରେଖି ଦେଖିଲେ ଦେଖିଲେ ଜଳ ଜଳ ଦିଶେ ଯେ ଓଡ଼ିଆ ପାଇଁ ରଡୁଥିବା ଲୋକଙ୍କ ପିଲେ କେବେ ଓଡ଼ିଆ କହନ୍ତି ନାହିଁ । ଏହିଭଳି ନିଜ ମାତୃଭାଷା ପ୍ରତି ଏତାଦୃଶ ଅବହେଳା କରୁଥିବା ବଂଙ୍ଗାଳୀ ସମାଜ ଵିଷୟ ରେ କହିବାକୁ ଚାହିଁବି । ମଧ୍ୟପ୍ରଦେଶ ରେ ଅବସ୍ଥିତ ପନ୍ନା ଜିଲ୍ଲା କୁ ଯାଇଥିଲି ଆମର ଜଣେ ବନ୍ଧୁ ଙ୍କ ବିଵାହୋସ୍ଛବ ରେ । ସେଠି 1972 ର ବିସ୍ତାପନ ଦୁଃଖ ଭୋଗୁଥିବା ମୂଳ ବଂଙ୍ଗଲାଦେଶ ନିଵାସୀ ମାନଙ୍କର ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବଂଗାଳୀ ରେ ଲେଖିବା ପଢ଼ିବା ଜାଣିନାହାଁନ୍ତି । ମଧ୍ୟପ୍ରଦେଶ ହିନ୍ଦୀଭାଷୀ କ୍ଷେତ୍ର ହୋଇଥିବାରୁ ଏଠିକାର ସରକାରୀ ସ୍କୁଲ ଗୁଡ଼ିକରେ ହିନ୍ଦୀ ଇଂରାଜୀ ପଢ଼ାଯାଏ । କିଛି ବଂଗାଳୀ ଭାଷୀ ଲୋକଙ୍କୁ ପଚାରିଲାରୁ ସେମାନେ ସରକାର ଙ୍କୁ କାଠଗଡ଼ା ରେ ଛିଡ଼ାକରିଦେଲେ ଯେବେକି ନିଜଭାଷା ପ୍ରତି ଅବହେଳା କରିଥିବାରୁ ପ୍ରଥମେ ସେମାନେ ଦୋଷୀ ନା କି ସରକାର ! ଏବେବି ସମୟ ଅଛି ଓଡ଼ିଆ ମାନେ ନିଜ ମାତୃଭାଷାର ଉନ୍ନତି ଦିଗରେ ଧ୍ୟାନ ଦିଅନ୍ତୁ । ତେବେଯାଇ ଭାରତ ର ଅନ୍ୟତମ ଭାଷା ର ମହନୀଯତା ଅକ୍ଷୁର୍ଣ ରହିବ ।

Monday, February 9, 2015

ମୂର୍ତି ବିସର୍ଜନ ରେ ଡିଜେ ! ଆଧୁନିକତା ନା ମୂର୍ଖାମୀ ?ଦର୍ଦେ ଡିସ୍କୋ :-

ଗଣେଶ ମୂର୍ତ୍ତି ବିସର୍ଜନ ହେବାକୁ ଯାଉଛି B-) , ଗାଁ ଠାରୁ ସହର ସବୁଠିଁ ଚାଲିଛି ପୂର୍ବ ପ୍ରସ୍ତୁତି :-| । ବ୍ୟାଣ୍ଡ୍ ପାର୍ଟି ଡିଜେ ଆଦି ନେଇ ଦେଶ ଯାକର ଟୋକା ଅଧା ଇଂରାଜୀ ଅଧା ହିନ୍ଦୀ ମିଶା ଗୀତ ବଜେଇ ମୂର୍ତ୍ତି ଆଗରେ ବିଅର ପି ନାଚିବେ :-D :-D :-D । ପୂର୍ବେ ଯେଉଁ ମାନଙ୍କର ବାପାମାନେ ହରିବୋଲ ଏବଂ ଭଜନ ଆଦି ଦ୍ବାରା ମୂର୍ତ୍ତି ବିସର୍ଜନ କରୁଥିଲେ ଆଜି ସେଇମାନଙ୍କର କୁଳାଙ୍ଗାର ପୁତ୍ରମାନେ ମଦ ପିଇ ମାତାଲ୍ ହୋଇ ଭଗବାନଙ୍କ ଆଗରେ ଅଶ୍ଳୀଳ ଗୀତ ବଜେଇ ନାଚିବେ । ପୂର୍ବବର୍ଷ ଗଣେଶ ଭଗବାନ ଙ୍କ ସମ୍ମୁଖରେ ଲୁଙ୍ଗୀ ଡ୍ୟାନ୍ସ୍ କରିଥିଲେ ଏ ବର୍ଷ ସେ ଭଳି ଦମ୍ଦାର ନିର୍ଲଜିଆ ଗୀତ �� �� �� ଆସିନାହିଁ । ସଟର୍ ଡେ ଦେଶୀ କଲାକାର ଆଦି ଗୀତ ସହ କିଛି ସମ୍ବଲପୁରୀ ନିଶ୍ଚୟଁ ବାଜିବ ଟୋକା ନାଚିବେ �� :-x । ହିନ୍ଦୁତ୍ବ ପାଇଁ ସୋସିଆଲ୍ ମିଡିଆରେ ମୁଣ୍ଡ ପିଟୁଥିବା ଭାଇମାନେ ଏ ବିଷୟର ଚୁପ ରହିବେ କାଳେ କୋଉ କୁଲ୍ ଡୁଡ୍ ତାଙ୍କୁ ପୁରୁଣାକାଳିଆ କହିଦେବ :-O :-/ । ଗଜା ନିଶୁଆ ଟୋକାଙ୍କ ମେଢ଼ ଆଗରେ ନାଚିବା ର ଅନେକ ବାଞ୍ଛିତ ଅବାଞ୍ଛିତ କାରଣ ଅଛି କିନ୍ତୁ ମୁଖ୍ୟ କାରଣ ଟି ହେଲା ଟୋକି ମାନଙ୍କୁ ଇମ୍ପ୍ରେସ୍ କରିବା �� �� । "ଛାତ ଉପରେ କିଏ ଲୋ" ଭଳି ଗୀତ ବହୁ ବର୍ଷ ପୂର୍ବରୁ ଏ କଥା ପ୍ରମାଣ କରି ସାରିଛି �� �� । ପୂର୍ବବର୍ଷ ଗଣେଶ ପୂଜା ସମୟରେ ଗାଁ ରେ ଥିଲି । ମୋର ଜଣେ ପୁରାତନ ବନ୍ଧୁ ସୌଜନ୍ୟତା ସ୍ବରୂପ ତାଙ୍କ ପ୍ରସେସନ୍ ରେ ସାମିଲ୍ ହେବାକୁ ଅନୁରୋଧ କଲେ । ମୁଁ ତାଙ୍କ ପ୍ରସ୍ତାବ ଅସ୍ବୀକାର କରିବା ସହ ଲୁଙ୍ଗୀ ଡ୍ୟାନ୍ସ୍ ବିଷୟରେ ନିଜର ବ୍ୟକ୍ତିଗତ ମତ ଦେଲି । କିଛି ସମୟପରେ ତାଙ୍କ ମେଢ଼ ଆମ ଘର ଦେଇ ଗଲା । ଠିକ ଆମ ଘର ସମ୍ନାରେ ବାଜି ଉଠିଲା ଲୁଙ୍ଗୀ ଡ୍ୟାନ୍ସ୍ । ମୁଁ ଏକବାରେ ଖପ୍ପା ସଳେ ମୋତେ ଚିଡେଇବାପାଇଁ ଆମ ଦାଣ୍ଡ ଆଗରେ ଲୁଙ୍ଗୀ ଡ୍ୟାନ୍ସ ବଜଉଛନ୍ତି :-@ :-@ %-) । ପରେ ବିଶ୍ବସ୍ଥ ସୁତ୍ରରୁ ଜାଣିଲି ଲୁଙ୍ଗୀ ଡ୍ୟାନ୍ସ୍ ଗୀତ ଟା ମୋ ପାଇଁ ବଜେଇ ନଥିଲେ, ବଜେଇଥିଲେ ଆମ ଘର ସମ୍ନା ଭାଣେଜୀ ପାଇଁ �� �� �� । ଏସବୁ ନାଟ ତାମସାକରି ଭେଣ୍ଡାମାନେ ନିଜର ହିରୋଗିରି ଦେଖାନ୍ତି । କାଳେ କୋଉ ଛିଅ ଫସିଯିବ ! ଏବେ ବି ସମୟ ଅଛି ହିନ୍ଦୁ ଧର୍ମରୁ ଏ ଡିଜେ କଲଚର୍ କୁ ହଟାଯାଉ ନହେଲେ ଏ କୁସଂସ୍କାର ହିନ୍ଦୁଧର୍ମକୁ କଳୁଷିତ ଦୂଷିତ କରିଦେବ ।
ଆଜିକାଲି ତଅପୋଇ ଓଷା ଠାରୁ ଆରମ୍ଭ କରି ଗଣେଶ, କାର୍ତ୍ତିକ, ଦୁର୍ଗା, ଲକ୍ଷ୍ମୀ ,ବିଶ୍ବକର୍ମା ,କାଳୀ ଆଦି ଦେବାଦେବୀଙ୍କର ମଣ୍ଡପ ଆଦି କରି ସର୍ବସାଧାରଣରେ ପୂଜାର୍ଚନା ହେଉଛି :-| । ଗୋଟିଏ ଗାଁରେ ପ୍ରତି ଟି ସାହିରେ ଗୋଟିଏ ଯୋଡିଏ ମେଢ ହେଉଛି :-/ । ପୂଜା ଟାଇମ୍ ଆସିଲେ ଗୋଟିଏ ଗାଁ ମେଢ ନେଇ ଭାଗଭାଗ ହେଇଯାଉଛି :-( । ଆମ ସହି ରେ ପ୍ରତିବର୍ଷ ଦୁଇ ତିନିଟା ମେଢ ହୁଏ । ଗାଁ ଏବଂ ପଞ୍ଚାୟତ ଟା ପୂଜା ଟାଇମ୍ ଆସିଲେ ଓଡ଼ପଡ଼ା ଲକ୍ଷ୍ମୀପୂଜା ଭଳି ଭବ୍ୟ ଲାଗେ କିନ୍ତୁ ଲକ୍ଷାଧିକ ଖର୍ଚ କରି ପରିବେଶ ଏବଂ ଧ୍ବନୀ ପ୍ରଦୂଷଣ କରିବା ଅପେକ୍ଷା , ସେହି ଧନକୁ ଗାଁ ର ସହର ର ବିକାଶରେ ଲଗାଇଥିଲେ ଆମ ସହର ଆମ ଗାଁ ସଦାସର୍ବଦା ସବୁଜ ସୁନ୍ଦର ଦେଖାଯାଅନ୍ତା ।

ଲେଡୀ ଅଫ ମେରିଟ୍କ୍ସେଲ ଏବଂ ଇଉରୋପିଅନ ଦେଶ ଅଂଡୋରା

ଏ ପୃଥ୍ଵୀ ରେ ଏମିତି କେତୋଟି ରାଷ୍ଟ୍ର ଅଛି ଜା ବିଷୟ ରେ ବହୁତ କମ ଲୋକ ଙ୍କୁ ଜଣାଥିବ । ବେଲିଜ, ବେନିନ, ବୁରକୀନା ଫାସୋ, କେପବେରଡେ, କୋମୋରାସ, ମାର୍ଶଲ ଆଇଲେନ୍ଡ, ମୁରିରାନିୟା, ମାଲ୍ଡୋଵା ଆଦି ରାଷ୍ଟ୍ର ଏଇ ଶ୍ରେଣୀ ର । ଏ ରାଷ୍ଟ୍ର ଗୁଡିକ ସିନା ଛୋଟ କିନ୍ତୁ ଏମାନଙ୍କର ଅସ୍ତିତ୍ଵ ଜେମିତି ସେମିତି ନୁହେଁ .ଫ୍ରାଂସ ଏବଂ ସ୍ପେନ ମଧ୍ୟରେ ପ୍ରାୟ ୮୩୫୨୫ ଜନସଂଖ୍ୟା ବିଶିଷ୍ଟ ଅଂଡୋରା ନାମକ ଏକ ଦେଶ ଅଛି । ଏହାର ଆୟତନ ମାତ୍ର ୪୬୮ ଵର୍ଗ କିଲୋମୀଟର ଏବଂ ରାଷ୍ଟ୍ରଭାଷା କାଟାଲାନ । ସ୍ପେନ ସହିତ ଏହାର ଘନିଷ୍ଟ ସମ୍ବନ୍ଧ ଅଛି , ସ୍ପେନରେ ଜନ୍ମିତ ଏକ ପାଦ୍ରୀ ଦ୍ଵାରା ଏହି ଦେଶ ର ରାଷ୍ଟ୍ରଗୀତ ଲେଖାଯାଇଅଛି ! ଏଂଡୋରା ର ସରକାରୀତନ୍ତ୍ର ଏଠିକାର ପାଦ୍ରୀ ତଥା ସନ୍ଥ ଙ୍କ ହାତରେ ଅଛି ଏବଂ ଆଠ ସପ୍ଟେମ୍ବର [୧୨୭୮] ଦିଵସ କୁ ଏଠାକାର ଲୋକେ ସ୍ବାଧୀନତା ଦିବସ ରୁପେ ପାଳିଥାଉନ୍ତି । ଏଂଡୋରା ର ରାଷ୍ଟ୍ରଗୀତରେ ଜଗୁଫାଉ ଵୋନ ମେରିଟ୍କ୍ସେଲ ବା ଲେଡୀ ଅଫ ମେରିଟ୍କ୍ସଲ ଙ୍କର ମହିମା ଗାନ କରାଯାଇଅଛି । କାଟାଲାନ ଭାଷାବିଜ୍ଞାନୀ ଜୋଆନ ଙ୍କ ମତରେ ମେରିଟ୍କ୍ସଲ ଶବ୍ଦ ର ଅର୍ଥ ହେଉଛି ମେରିଗ (English Midday) ବା ଦ୍ଵୀପହର ରେ ପଶୁପାଳକଙ୍କ ଦ୍ଵାରା ନିରୁପିତ ସ୍ଥାନ ଓଡିଆ ରେ ଆମେ ତାକୁ ଗୋଠ କହିଥାଊ । ସେହିଭଳି Lady of meritxell ର ଅର୍ଥ ହୋଇପାରେ ପଶୁପାଳକଙ୍କ ଦେବୀ ଅବା ପଶୁଗୋଠ ର ଦେବୀ । ଆମ ଦେଶ ର ବନ୍ଦେ ମାତରମ୍ ପରି ଏଡୋଁରା ଭଳି ଏକ ଇଉରୋପିଅନ ରାଷ୍ଟ୍ର ର ରାଷ୍ଟ୍ରଗୀତ ରେ ମାତା ,ମାତୃଭୁମି ର ବନ୍ଦନା କରାଯାଇଅଛି ଏହା ସେ ଦେଶ ର ଶ୍ରେଷ୍ଠତା ପ୍ରତିପାଦନ କରୁଅଛି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...