Friday, September 30, 2016

ଯଯାତି ,ଶର୍ମିଷ୍ଠା ଏବଂ ଦେବଯାନୀ ଙ୍କ ଚରିତ

ଶୁକ୍ରାଚାର୍ଯ୍ୟ ନନ୍ଦିନୀ ଦେବାଯାନୀ ଙ୍କ ସହ ଦାନବରାଜ ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠା ର ବାକବଚସା ହେଲାରୁ
ସେ ଋଷିପୁତ୍ରୀ ଦେବାଯାନୀ କୁ ଜଳହୀନ କୂପ ମଧ୍ଧରେ ନିପତିତ କରି ରାଜନବର ଫେରିଗଲା ।
ଯଯାତି ଦେବଯାନୀଙ୍କୁ ରକ୍ଷା କଲେ ।
ଦେବଯାନୀ ପିତାଙ୍କୁ ଯାଇ ସବୁ ସତ କଥା କହିଲାରୁ
ଶୁକ୍ରମୁନୀ କନ୍ୟା ଅପମାନ କାରଣରୁ ରାଜ୍ୟ ତ୍ୟାଗ ର ଧମକ ବୃଷପର୍ବା ଙ୍କ ଦେଲେ ।

ବୃଷପର୍ବା ଗୁରୁଙ୍କୁ ଅନେକ ଅନୁନୟ ବିନୟ କଲାରୁ
ଋଷି ଖୁସି ହୋଇ
ରାକ୍ଷସରାଜଙ୍କୁ କହିଲେ
ତେବେ ହେ ରାଜନ !
ଯାଅ ଦେବଯାନୀ ର ଇଚ୍ଛା ପୂର୍ଣ କର !

ତେଣୁ ବୃଷପର୍ବା ଦେବଯାନୀଙ୍କ ମନ ଇଚ୍ଛା ଯାହା କିଛି ମାଗିଲେ ଦେବାର ପ୍ରତିଶୃତି , ପ୍ରତିଜ୍ଞା କଲେ ।
ଋଷିକନ୍ୟା ଦେବଯାନୀ ପ୍ରତିଶୋଧ ପରାୟଣ ବଶତଃ ଶର୍ମିଷ୍ଠାଙ୍କୁ ନିଜ ଦାସୀ ହେବାର ଇଚ୍ଛା ଜଣାଇଲେ ।
ସେବେଠୁଁ ଦାନବୀ ଶର୍ମିଷ୍ଠା ବ୍ରାହ୍ମଣକନ୍ୟାର ସେବାରେ ନିଓଯିତା ହେଲେ ।
କିଛି କାଳ ପରେ ଥରେ
ଜଙ୍ଗଲରେ ଯାଉଥିବା ସମୟରେ
ଦେବଯାନୀଙ୍କ ସହ ରାଜା ଯଯାତି ଙ୍କ ପୁନଃ ଦେଖା ହୋଇଗଲା ।

ଯଯାତି ଙ୍କୁ ଦେବଯାନୀ ମନେ ମନେ ଭଲ ପାଉଥିଲେ ତେଣୁ କଥା କୌଶଳ ପ୍ରୟୋଗ କରି
ତାଙ୍କୁ ନିଜ ଆଗେ ବଶିଭୂତ କଲେ ।
ଯଯାତି ଓ ଦେବଯାନୀ ପରେ ଋଷି ଶୁକ୍ର ଙ୍କ ଆଶିର୍ବାଦ ଲାଭକରି ପରସ୍ପର ବିବାହ କରିନେଇ କେତେକାଳ ଦାମ୍ପତ୍ୟ ଜୀବନ ଉପୋଭଗ କଲେ ।
ଦେବଯାନୀଙ୍କ ସହ ଯଯାତିଙ୍କ ନଗରକୁ
ଶର୍ମିଷ୍ଠା ମଧ୍ଧ ଦାସୀ ହୋଇ ଯାଇଥାଏ ।
ତା ମନରେ ଦେବଯାନୀ ପ୍ରତି ଦ୍ଵେଷ ନ ଥିଲେ ହେଁ
ଋଷିକନ୍ୟା ଯୋଗୁଁ
ସ୍ଵୟଂ ନିଜର ଜୀବନ ନର୍କ ହୋଇଯାଇଥିବାରୁ ଅହେତୁକ ଦୁଃଖ ଥିଲା ।

ଥରେ ଏକାନ୍ତରେ ଯଯାତି ଙ୍କ ସହ ବାଟିକାରେ ମିଶାବାରୁ ଶର୍ମିଷ୍ଠା ରାଜା ଙ୍କୁ ଋତୁଦାନ ହେତୁଅ
ନୁରୋଧ କରନ୍ତେ ରାଜା ରାଜିହୋଇ ତାଙ୍କ ଔରସ ରୁ ତିନୋଟି ପୁତ୍ର ପ୍ରଦାନ କଲେ ।

ସେତେବେଳକୁ ଦେବଯାନୀ ମଧ୍ଧ ଯୋଡ଼ିଏ ପୁଅଙ୍କୁ ଜନ୍ମ ଦେଇ ସାରିଥାନ୍ତି !
କେତେଦିନ ଉତ୍ତାରୁ
ଥରେ ଉଦ୍ୟାନରେ ବୁଲୁଥିବା ସମୟେ
ଦାସୀଗୃହ ନିକଟରେ ତିନୋଟି ରାଜପୁତ୍ର ସମାନ ତେଜୋ ଦିପ୍ତ ବାଳକଙ୍କୁ ଦେଖି ଦେବଯାନୀ
ଆଶ୍ଚର୍ଯ୍ୟ ଚକିତ ହୋଇ ସେମାନଙ୍କ ପିତାମାତା ଙ୍କ ନାମ ଜାଣିପାରି
ମନ ଦୁଃଖରେ ନିଜ ପିତା ଶୁକ୍ରାଚାର୍ଯ୍ୟ ଙ୍କ ଗୃହ ଅଭିମୁଖେ ଯାତ୍ରା କଲେ ।
ଯଯାତି ମଧ୍ଧ ଦେବଯାନୀଙ୍କ ପଚ୍ଛେ ପଚ୍ଛେ ଗୋପନରେ ପଥାନୁସରଣ କରୁଥାନ୍ତି ।
ପିତାଙ୍କ ଆଗରେ ଦେବଯାନୀ ,ଯଯାତି ଙ୍କ ଅକର୍ମ କଥା କହି ଶୁଣାଇଲେ ।
ସେଇଠୁ ଶୁକ୍ରାଚାର୍ଯ୍ୟ କ୍ରୋଧିତ ହୋଇ ଯଯାତି ଙ୍କୁ ଅଭିଶାପ ଦେଲେ
ସେ ରାଜା ତତକ୍ଷଣାତ୍ ବୃଦ୍ଧ ହୋଇଯିବେ ।
ତାହା ହିଁ ହେଲା !!!
ବୃକ୍ଷପତ୍ର ଆଢ଼ୁଆଳରେ ଲୁଚି ଶୁଣୁଥିବା ଯଯାତି
ଯୌବନ ହରାଇ ବାର୍ଧକ୍ୟ ବରଣକଲେ ।
ଯଯାତି ଶୁକ୍ରଋଷିଙ୍କୁ ଅନେକ ସ୍ତୁତି କଲାରୁ
ସନ୍ତୁଷ୍ଟ ହୋଇ ଶୁକ୍ରମୁନୀ କହିଲେ
ତୁମେ ପୁନଃ ଯୌବନ ପ୍ରାପ୍ତ ହେବ କିନ୍ତୁ ଯଦି ତୁମକୁ କେହି ତାର ଯୌବନ ଦେଇ ତୁମ ବାର୍ଧକ୍ୟ ନିଏ ତେବେ !!
ଯଯାତି ନିଜର ପାଞ୍ଚପୁତ୍ରଙ୍କୁ ଅଲଗା ଅଲଗା ଡାକି ନିଜ ଯୌବନ ବଦଳରେ ତାଙ୍କ ବାର୍ଧକ୍ୟ ନେବାକୁ କୁହନ୍ତେ
ଜୈଷ୍ଠ ଚାରିପୁତ୍ର ମନାକରି ଦେଲେ ଏବଂ ପଞ୍ଚମ ତଥା ସବା କନିଷ୍ଠ ପୁତ୍ର ପୁରୁ ଏଥିପାଇଁ ରାଜି ହେଲାରୁ
ଯଯାତି ଖୁସି ହୋଇତାଙ୍କୁ ସମସ୍ତ ରାଜ୍ୟ ପ୍ରଦାନ କରିଦେଲେ । ତେବେ
ଏକ ସହସ୍ର ବର୍ଷକାଳ କାମନା ସୁଖ ଭୋଗ କଲା ପରେ ଯଯାତି ଜାଣିପାରିଲେ ଯେ ମନ ର କାମନା ପୂର୍ତ୍ତି ରେ ପ୍ରକୃତ ସୁଖ ନଥାଏ ।
କାମନା ତୃପ୍ତି ଅସମ୍ଭବ !
ତେଣୁ ଯଯାତି ନିଜ କନିଷ୍ଠ ପୁତ୍ର କୁ ତାର ଯୌବନ ଫେରାଇ ନିଜ ବାର୍ଧକ୍ୟ ନେଇ ବାନପ୍ରସ୍ଥାଶ୍ରମ ନେଇ ଜଙ୍ଗଲ ଅଭିମୂଖେ ଯାତ୍ରା କଲେ ।
ରାଜା ଯଯାତି ଙ୍କ ସେଇ ପାଞ୍ଚପୁତ୍ର ଙ୍କ ବଂଶଧର କାଳକ୍ରମେ
ଏଇଭଳି ବିକଶିତ ତଥା ନାମଧାରଣ କରିଥିଲେ

ଯଦୁ -ଯାଦବ ଜାତୀୟ ଚନ୍ଦ୍ରବଂଶୀ କ୍ଷତ୍ରିୟ
ତୁର୍ବସୁ ଙ୍କ ଠାରୁ ଯବନ,
ହ୍ରୁହୃଙ୍କ ଔରସରୁ ଭୋଜ
ଅନୁଙ୍କ ବଂଶଜ ମ୍ଳେଚ୍ଛ ବୋଲାଇଲେ ଏବଂ ସବା କନିଷ୍ଠ ପୁତ୍ର ପୁରୁଙ୍କ ବଂଶଜ ପ୍ରଶିଦ୍ଧ ପୌରବ ବଂଶୀୟ ସମ୍ରାଟ ମାନେ ପୃଥ୍ଵୀ ପାଳନରେ ବ୍ରତି ହେଲେ ।
ଇତିହାସ ଦୃଷ୍ଟିରୁ ବିଚାରକଲେ
ପୌରବ ନିଶ୍ଚିତ ଭାବେ ଆଜିର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ରେ ବାସକରୁଥିବା ଲୋକ,
ଯାଦବ ଅହୀର ଜାତୀୟ ଲୋକ
ପୁଣି ଉତ୍କଳ ,କଳିଙ୍ଗ , ଦକ୍ଷିଣଭାରତୀୟ ତଥା ବଙ୍ଗୀୟ ଲୋକେ ପ୍ରାଚୀନକାଳରେ ଉତ୍ତରଭାରତୀୟଙ୍କ ଦ୍ଵାରା ମ୍ଳେଚ୍ଛ ତଥା ଯବନ ବୋଲାଉଥିଲେ !
ଭୋଜ ନିଶ୍ଚୟଁ ଆଧୁନିକ ବିହାର ଛାଡ଼ଖଣ୍ଡର ଲୋକଙ୍କୁ ବୁଝାଏ !!!

ଏ ହିସାରେ ଦେଖିଲେ ଜାତିଗତ ଦୃଷ୍ଟିରୁ ହେଉ ଅବା ପ୍ରାନ୍ତୀୟ ବାଦବିବାଦ ସତ୍ଵେ
ଏହା ଅନେକାଶଂରେ ମହାଭାରତରେ ପ୍ରମାଣ କରାଯାଇ ଅଚ୍ଛି ଯେ
ସମସ୍ତ 'ଭାରତୀୟ' ଭାଷା ପରମ୍ପରା
ସଂସ୍କୃତିରେ ଫରକ ଥିଲେ ସୁଦ୍ଧା ଏକ ବଂଶୋଭବ ! ଅତଏବ ଭଲ ହୁଅନ୍ତା ଭାରତୀୟ ନିଜକୁ ଜାତି ଭେଦରେ ନ ବାଣ୍ଟି ଏକତାର ମାଳାରେ ସଦା ଗୁନ୍ଥୀ ହୋଇ ରୁହନ୍ତେ ।

Tuesday, September 27, 2016

ସେ ତ ସ୍ଵଦେଶ ମୋହର- ଶ୍ରୀ ଵିଚ୍ଛନ୍ଦ ଚରଣ ପଟ୍ଟନାୟକ

(ରାଗ ଶଙ୍କରାଭରଣ)

ପ୍ରକୃତି ର ଶୋଭା ଯାର
ଜଗତେ ଅତୁଳ

ସ୍ଵର୍ଗସୁଖୁଁ ବନ୍ଦି ସୂଖ ଦିଏ ଯାହା କୋଳ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।1।

ରତ୍ନାକର ପଦ ଯାର
ଧୁଏ ଅବିରତ
ହିମାଳୟ ମୁକୁଟେ
ଯା ଶିର ସୁଶୋଭିତ
ସେ ତ ସ୍ଵଦେଶ ମୋହର
ଧରଣୀ ର ମଥାମଣି ଗୌରବ ର ଘର ।2।

କ୍ଷୀର ସମ ନୀର ବହି ନଦୀରେ ଯେ ଭୂଇଁ
ଜନନୀ ସମାନ ସୁତ ସୁତାଙ୍କୁ ପାଳଇ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।3।

ସୁମଧୁର ଫଳ ଧରି ଯାର
ତରୁଗଣ
ପୋଷୁଛନ୍ତି ଚିରକାଳ
ଜୀବ ଅଗଣନ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।4।

ସୁଗନ୍ଧ ପୁଷ୍ପମାନ ଯାର ଫୁଟି ଦିବା ରାତି
ଭୂତଳରେ ତାରାମାଳ
ପରାଏ ଶୋହନ୍ତି
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବ ର ଘର ।5।

ବିଲ ,ବନ ,ଗିରି ଯାର
ଶ୍ୟାମଳ ସୁନ୍ଦର
ମହୁ ଖାଇ ଫୁଲେ ଯାର
ଘୁମାଏ ଭ୍ରମର
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।6।

ବସୁଧାର ଗନ୍ତାଘର ଯାହା ଧନେ ଧନୀ
ଧର୍ମ ର ଆଲୁଅ ଦେଲେ
ଜଗତେ ଯା ଜ୍ଞାନୀ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣୀ ଗୌରବର ଘର ।7।

ମଧୁସୂଦନ ଙ୍କ ଅକାଳ ବିୟୋଗ ପରେ......

ମଧୁସୂଦନ ଙ୍କ ଅକାଳ ବିୟୋଗ ପରେ......

ଶତ ସିଂହ ପରାକ୍ରମ,ସଦା ଉଚ୍ଚ ଶିର,
ଆଜୀବନ ଯୁଝିଲା ଯେ ଏକଛତ୍ର ବୀର ।

ଦୁର୍ଜ୍ଜୟ ସୈନିକ ମାତୃସେବା ଅନୁରାଗୀ,
ଦିଗନ୍ତ ଜନମ ଭୂମି ମାନ ରକ୍ଷା ଲାଗି-

ପ୍ରତି ରକ୍ତବିନ୍ଦୁ ରଣେ କରି ସମର୍ପଣ
କରିଛି ଏଥି ତାର ଅନ୍ତିମ ଶୟନ ।

ଜନନୀ ଜନମ ଭୂମି ସ୍ଵର୍ଗ ଠାରୁ ବଳି,
ବକ୍ଷେ ବହି ଧୂଳିକଣା ପଡ଼ୁଥିଲା ଗଳି-
ଯା' ସରଳ ଶିଶୁ ପ୍ରାଣ ,
କୀରତି ଶ୍ରବଣେ,ଦେବତାରୁ ଆପଣାକୁ ଭାଗ୍ୟବାନ ମଣେ ।

ଥିଲା ଯେ ଜନନୀ ହୃଦ ବରିଷ୍ଠ ରତନ,
ନୟନ ସମ୍ପତ୍ତି ଏଥି ମୁଦିଛି ନୟନ ।

ହେ ପଥିକ !
ରହ କ୍ଷଣେ କର ନମସ୍କାର
ଢ଼ାଳି ଯାଅ ଅଚ୍ଛି ଯେବେ କ୍ଷୀଣ ଅଶ୍ରୁଧାର ।

*କୁଳବୃଦ୍ଧ ମଧୁସୂଦନ ଙ୍କ ମୃତ୍ୟୁ ଉପଲକ୍ଷେ ରଚିତ ।
କବି - ବୈକୁଣ୍ଠନାଥ ପଟ୍ଟନାୟକ ।

ସମଲାଈ ଦେବୀଙ୍କ ପ୍ରତି-ସ୍ଵଭାବକବି ଗଙ୍ଗାଧର ମେହେର

ଜୟ ମାତଃ ସମଲାଈ ରତ୍ନକିରୀଟିନୀ,
କବରୀ ଶୋଭିତ ତୋର କେତକୀର ଦଳେ
ଶ୍ଵେତ ଶାନ୍ତ ରୂପେ ହେଉ ତ୍ରିଦଶ-ତଟିନୀ,
ଧବଳ କୁସୁମମାଳ ଲମ୍ବୁଥାଏ ଗଳେ ।
ଜବାପୁଷ୍ପ ଗଭା ମଧ୍ଧେ ହୀରକର ଭୂଷା,
ଚାହିଁ ମୋ ହୂଏ ଆଶା-ପଦ୍ମାକର,
ମଣି ତୋତେ ସଉଭାଗ୍ୟ ଦିନଶଂସୀ ଉଷା,
ନିକଟେ ଲଭିବ ବୋଲି ସୁଖ ଦିବାକର ।
ତୁହି ଭକ୍ତି ତୁହି ବୁଦ୍ଧି ତୁହି ସରସ୍ଵତୀ,
ତୁ ପ୍ରତିଭା ତୁହି ମାଗୋ ଲକ୍ଷ୍ମୀ ସ୍ଵରୂପିଣୀ,
ଜଗତ ଜନନୀ ତୁହି ଆଦ୍ୟା ଭଗବତୀ,
ସମ୍ପତ୍ତିଦାୟିନୀ ସର୍ବ ବିପଦ ନାଶିନୀ ।
ଜଗତରେ ଯାହା ଅଚ୍ଛି ସବୁ ତୋର ସିନା,
କି ଦେଇ ପୂଜିବି ପଦେ ପ୍ରେମ ଭକ୍ତି ବିନା ?

Tuesday, September 20, 2016

ଗୋପାଳିଆ ଭାଣ୍ଡ କଥା :- ଲେମ୍ବୁଚୋର

ଯାଯପୁର ରାଜା କୃଷ୍ଣଚନ୍ଦ୍ର ଦେବଙ୍କ ରାଜପ୍ରାସାଦରେ ଗୋପାଳ ଭାଣ୍ଡ
ବିଦୁଷକ ନିଯୁକ୍ତ ଥାଅନ୍ତି ।
ଗୋପାଳର ଏକମାତ୍ର କନ୍ୟାର ବିବାହ ପରେ
ଜ୍ଵାଇଁ ଡାକରା ହେଲା ।
ଜ୍ଵାଇଁପୁଅ
ଆସି ବେସ୍ କେତେ ଦିନ ଶ୍ଵଶୁର ଘରେ
ମଉଜ ମଜଲିସ୍ ରେ କଟାଇଲେଣି
ହେଲେ ଘର ବାହୁଡାକୁ ମନ ବଳାଉନଥାନ୍ତି । ସାସୁଘରେ କ୍ଷିରୀପୁରୀ ମାଂସଭାତ ର ଆସର ପୁଣି ସାସୁମାଆଙ୍କ ଆଦର ସତ୍କାର ଛାଡ଼ି ଭଲା କିଏ ଏମିତି ଜ୍ଵାଇଁ ଅଛି
ଯେ ଖରାତରା ରେ ଖଟିବାକୁ
ଘର କୁ ଲେଉଟିଯିବ !!!
ଗୋପାଳ ଏଣେ ନିଜ ଜ୍ଵାଇଁ ପ୍ରତି ଭିତରେ ଭିତରେ ଅତିଶୟ ଚିଡ଼ିଗଲାଣି ।
କେତେଥର ବାଧିଲା କଥା କହି ମଧ୍ୟ
ଯେବେଜ୍ଵାଇଁପୁଅ ଘରୁ ନ ଗଲା
ଗୋପାଳ ବିଚରା ବ୍ୟସ୍ତ ବିବ୍ରତ ହୋଇଗଲା ।
ଦିନେ ସଂଧ୍ୟା ସମୟରେ ଗୋପାଳ
ଗୋଟାଏ ଉପାୟ ପାଞ୍ଚି ତା ଜ୍ଵାଇଁ କୁ ଡାକିଲା
ଗୋପାଳ ନିଜ ବସିଖିଆ ଜ୍ଵାଇଁ କୁ ମିଠାମିଠା କଥା କହି ତାକୁ ଜାଲ ରେ ଫାନ୍ଦିବାର ସବୁ ପରକାର ବାକ୍ୟବଳ ଖର୍ଚ କଲା ।
ଗୋପାଳ ଜ୍ଵାଇଁ କୁ କହିଲା

"ବାପ ରେ ମୋର ତ ଏଣିକି ବଳ ବହପ ଗଲା । ଆଗକୁ ତୁ ଏ ଘର ର ମାଲିକ ହେବୁ
ହେଲେ ବାପ ମୁଁ ବୁଢ଼ା ଜାଣି କେହି ଜଣେ ଚୋର ନିଇତି ଆସି ଲେମ୍ବୁ ଚୋରେଇ ନେଉଛି
ତୁ ତ ଜାଣିଛୁ ମୁଁ ସକାଳୁ ସକାଳୁ ଲେମ୍ବୁ ଟେ ନହେଲେ
ପଖାଳ ଗୁଡ଼ାକ ମୋତେ ରୁଚେନା ।
ତୁ ଟିକେ ସେଇ ଚୋର ଟାକୁ କାବୁ କରି ଦିଅନ୍ତୁ ଯଦି
ମୋତେ ଲେମ୍ବୁ ଟାଏ ପାଇଁ ବଜାର ଯିବାକୁ ପଡ଼ନ୍ତା ନାହିଁ !"
ଗୋପାଳର ଜ୍ଵାଇଁପୁଅ ଏ ସବୁ ଶୁଣି ନିଜକୁ ଏକବାରେ ବୀର ଧୁରନ୍ଦର ଜ୍ଞାନକରି ଛାତି ଚଉଡା କରି କହିଲା
'ବାପା ଚିନ୍ତା କରନା
ଆଜି ମୁଁ ଚୋର କୁ ଧରି ତୁମ ଆଗରେ ହାଜର କରି ଦେଖାଇବି
ମୁଁ ବର୍ତ୍ତମାନ ଯାଉଛି ସେଇ ଲେମ୍ବୁଗଛ ମୂଳେ ଛକି ବସିବି ଆଉ ଚୋର ଆସିଲେ ତାକୁ ଧରିବି'

ଏତିକି କହି ଜ୍ଵାଇଁପୁଅ
ବୀରଦର୍ପରେ ଚାଲିଗଲେ
ସେଇଠୁ ଗୋପାଳ ପେଟରେ ହାତ ରଖି
ପେଟ ବିନ୍ଧିବାର ଅଭିନୟ କରି
ତା ସ୍ତ୍ରୀ କୁ ଡାକ ଛାଡ଼ିଲା !

ଗୋପାଳ ର ସ୍ତ୍ରୀ ଆସିଲା
ଗୋପାଳ ତାକୁ ପେଟ ବିନ୍ଧା କଥା କହିଲା ।
ସ୍ତ୍ରୀଲୋକ ଗୁଡ଼ାକ ଘରୋଇ ବଇଦ
ଗୋପାଳ ଏକଥା ଜାଣେ !
ତା ସ୍ତ୍ରୀ ତେଣୁ ଲେମ୍ବୁ ଟାଏ ପାଇଁ ବାଡ଼ି ପଟକୁ ଗଲା !

ଯେତେବେଳେ ସେ ଲେମ୍ବୁ ତୋଳିବା ଆରମ୍ଭ କରେ
ଆଗରୁ ସେଠି ଚୋର ଧରିବାକୁ ଲୁଚିରହିଥିବା
ଜ୍ଵାଇଁପୁଅ ସାସୁକୁ ଚୋର ଭାବି କୁଣ୍ଢାଇ ଧରିଲା
ଏବଂ ଶ୍ଵଶୁର ବୁଢ଼ାକୁ
ଜୋର ଜୋର ସେ ଡାକ ପକାଇଲା !
ଗୋପାଳ ମନେ ମନେ ଖୁସି ହୋଇଗଲାଯା ହେଉ କାର୍ଯ୍ୟ ସିଦ୍ଧି ହେଲା ଆଜି !
ତା ପରେ
ଲେମ୍ବୁ ଗଛ ମୂଳେ ପହଁଚି
ନିଜ ସ୍ତ୍ରୀ ତଥା ଜ୍ଵାଁଇ କୁ ଦେଖି
କହିଲା
"ଛି ଛି ଛି ଶେଷକୁ ଏଇକଥା ଦେଖିବାର ଥିଲା !
ମାଆ ପୁଅ ଭଳି ସମ୍ପର୍କ ରେ
ତୁମେ ମାନେ ଶେଷରେ କଳଙ୍କ ଲଗେଇ ଦେଲ"
ଏଇମିତି ଗୋପାଳର କେତେକଥା ଶୁଣିଶୁଣି
ଜ୍ଵାଁଇପୁଅ ଙ୍କ ସ୍ଵାଭିମାନ ଜାଗିଲା !

ତା ପର ଦିନ ଶୁଣାଗଲା
ବାବୁ ଗୋପାଳ ପଣ୍ଡାଙ୍କ ଗୁଣମନ୍ତ
ଜ୍ଵାଁଇପୁଅ ପ୍ରାତଃକାଳରୁ ସ୍ଵଗୃହ ପ୍ରତ୍ୟାବର୍ତ୍ତନ କରିଗଲେ ।

Monday, September 19, 2016

କୋକୁଆ ଭୟ

ଗତବର୍ଷ ଖରାଦିନେ ଗାଆଁ ଲୋକେ ଖୁବ ହଇରାଣ ହରକତ ହୋଇଯାଇଥିଲେ ।
ଏକେ ତ ମରୁଡି ପଡ଼ି ରାଜ୍ୟ ଟା ସାରା ଲୋକେ ଦହଗଞ୍ଜ ହେଉଥାନ୍ତି ଏଣେ କରେଣ୍ଟ ବାରମ୍ବାର ଯାଉଥାଏ ଇଚ୍ଛା ହେଲେ ଆଉଥାଏ ।
ମଈ ମାସ ରେ ହଟାତ୍ ଦିନେ କୁଆଡ଼ୁ ଗୋଟାଏ ଅଦୃଶ୍ୟ ଜୀବ ର ଅଦ୍ଭୁତ ସ୍ଵର ଯୋଗୁଁ ଗାଆଁଯାକ କୋକୁଆ ଭୟ ରେ ଡରିଯାଇଥିଲେ ।
କିଏ କହିଲା ଜୀବ ଟା ଗୋଟାଏ ଜଙ୍ଗଲୀ ପକ୍ଷୀ ତ କେହି କେହି ବୁଢ଼ା ଲୋକ କଳିଯୁଗ ଅନ୍ତ ହେବା ତଥା
ଏଇ ଶବ୍ଦ ସବୁ କାଳପୁରୁଷ ଯୋଗୁଁ ବୋଲି କହୁଥାନ୍ତି ।
ଘରୋଇ ଟିଭି ଚ୍ୟାନେଲ ଗୁଡ଼ିକରେ ଭୂତକୋଠି ଫିଲ୍ମଠାରୁ ମଧ୍ଧ ଶହେଗୁଣ ଭୟାନକ ସିରିଏଲ ଦେଖି ହଜମ କରି ଦେଉଥିବା ବ୍ୟକ୍ତି ବିଶେଷ କେତେଜଣ ଏସବୁ ଅତୃପ୍ତ ଆତ୍ମା ର କରାମତି କହି ବୁଲୁଥିଲେ ।
ଅଧିକାଂଶ ଲୋକେ ବିଭିନ୍ନ କଳ୍ପନାଜଳ୍ପନା ଭିତରେ ବୁଡ଼ିରହିଥିଲା ବେଳେ
ଗାଆଁର କିଛି ସାହସୀ ବୁଦ୍ଧିମାନ ଯୁବକ
ଅନ୍ଧବିଶ୍ଵାସ ରେ ନ ଭୂଲି ସତ କଣ ଜାଣିବା ପାଇଁ ରାତିରେ ଗାଆଁ ଜଗିବାକୁ ମନସ୍ତ କଲେ ।
ଦଳ ଗଠନ ହୋଇଗଲା

ଟୋକାଏ ସଂଧ୍ୟାହେଲା ମାତ୍ରେ ଗାଆଁ ର ଯୋଉ ଯୋଉ ଯାଗାରେ
ଏ ଶବ୍ଦ ସବୁ ପୂର୍ବରୁ ଶୁଣାଯାଇଥିଲା
ସେଠି ପହରା ଦେବା ଆରମ୍ଭ କରିଦିଅନ୍ତି ।

ଏଇମିତି କେତେ ଦିନ ଆଉ ଅଦ୍ଭୁତ ଅଜଣା ଜୀବର ଶବ୍ଦ ଶୁଣାଯାଇନଥିଲା !

ସେଦିନିଆ ଘର ଲୋକଙ୍କ ବାରଣ ସତ୍ଵେ ରବି ଓ ସଂଜୟ ଦିନେ ସଂଧ୍ୟା
ବେଳେ ପୋଖରୀ ପାଣି ଯାଇଥାନ୍ତି ।

ରବି ସଂଜୟ କୁ ପଡ଼ିଆରେ ଝାଡ଼ାଫେରୁଥିବା ସମୟରେ
ଅଳ୍ପ ହସି କହିଲା
'ଜାଣିଲୁ ସାଙ୍ଗ ଗୋଟାଏ ଜୀବ ଯୋଗୁଁ ଗାଆଁ ଲୋକେ ଡରିମରି ଅଛନ୍ତି ।'
ସେଇଠୁ ସଂଜୟ ରବି ଉପରେ ଚିଢ଼ିଗଲା

ସଞ୍ଜୟ:- ତୁ ଯୋଉ କାମ କରିବାକୁ ଆସିଛୁ
ଆଗେ ସେଇଟା କରିନେ
ସଂଧ୍ୟା ବେଳଟାରେ
କାହିଁକି ସେ ଭୂତଫୁତ କଥା କହୁଛୁ କହିଲୁ ?
ରବି କିନ୍ତୁ ମାନିବା ଜନ୍ତୁ ନୁହେଁ ।

ସେମାନେ ଫେରିଲା ବେଳେ ବଢ଼େଇବନ୍ଧ ପାଖ ତାଳମୂଳେ
ରବି କୌତୁକ ବଶତଃ
ଗୋଟାଏ ଅଦଭୂତ ରାବଟାଏ
ରାବିଦେଲା....

ଜେନାଘର ତଳମୁଣ୍ଡରେ
ଦଳପିଲା
କେତୁଟା ଥିଲେ ।
ଶବ୍ଦ ଶୁଣି
ଠେଙ୍ଗା ବାଡ଼ି ଧରି ସେ ଆଡ଼କୁ ଦୌଡ଼ିଲେ ।

ଏତେ ଟୋକାଙ୍କୁ ଠେଙ୍ଗା ଟର୍ଚ୍ଚ ଧରି ଆସୁଥିବାର ଦେଖି
ରବି ର ସବୁ ହସ ମଜା ଗପ ହଜିଗଲା ।
ଦଳପିଲା ଙ୍କ ଆଗରେ
ସବୁ ସତକଥା କହିଲାରୁ ଯାହା ତାକୁ ଛଡ଼ାଗଲା !

ଏଇମିତି ପୁଣି କିଛିଦିନ ବିତିଯାଆନ୍ତେ
....

ଥରେ ପରଜଙ୍ଗ ଇଲେକ୍ଟ୍ରିକାଲ ସବ୍ଷ୍ଟେସନରେ
କୌଣସୀ ଯାନ୍ତ୍ରିକ ତ୍ରୃଟି ଯୋଗୁଁ
3 ଦିନ କରେଣ୍ଟ ଆସିନଥିଲା ।

ସେଦିନ ସଂଧ୍ୟାବେଳେ
ପାର୍ଟିପିଲା
ସାହୁଘର ଧାନଖେତ ପାଖ
ଚଲାରାସ୍ତା କଡ଼କୁ ଲାଗି ଉଠିଥିଲା
ଚାକୁଣ୍ଡାଗଛ ମୂଳରେ ବସି
ବାଦମ ମୁଢ଼ୀ ଚୋବାଉଛନ୍ତି !

ଏତିକିବେଳେ
ନୂଆ କ୍ରିକେଟ ପିଚ୍ ପାଖରୁ ଏକ ଅଦଭୂତ ଶବ୍ଦ ଶୁଣାଗଲା
ଟୋକାଏ ସବୁଛାଡ଼ି
ଦୁଇଦଳ ହୋଇ
ଦିଆଡ଼ିଆ ଦୌଡ଼ିଲେ !

ଜୀବଟାକୁ ଚାରିଆଡ଼ିଆ ଘେରିଗଲା ପର
ଜଣାଗଲା
ସେଇଟା
ପ୍ରକୃତରେ ଭୂତ ନୁହେଁ ମଣିଷପିଲା

କିନ୍ତୁ ଯୋଗକୁ ତାକୁ
ଧରିବାରେ କି ଚିହ୍ନିବାରେ
ସଫଳହେବା ପୂର୍ବରୁ
ସେ ଲୋକ ବା ପିଲାଟା
ସେଠୁ କୌଶଳରେ ଖସି ପଳାଇବାରେ ସଫଳ ହେଲା । ତା ପଛରେ ଦୌଡି ଦୌଡି ଦଳ ପିଲାଏ
ଅକ୍ରୃତକାର୍ଯ୍ୟ ହେଲେ ସତ
ତେବେ ସେମାନେ ସନ୍ଦେହକଲେ
ଉପରସାହି ପିଲାଏ,ଟୋକାଏ
ଲୋକଙ୍କୁ ଡରେଇବାକୁଏଭଳି କୌତୁକ କରୁଛନ୍ତି ।
କାରଣ ସେ ଯୋଉ ପିଲାଟି ଦଉଡୁଥିଲା
ସିଏ ଆଉକେହି ନୁହେଁ
ଉପରସାହିର ଦଉଡ ଚମ୍ପିଆନ
ରାଉତଘର ସାନପୁଅ ମାଧୁ ପରି ଦେଖା ଯାଉଥିଲା ।
ପରେ କଅଣ ହେଲା
ଠିକ ସେ ଜଣା ନ ଗଲେ ହେଁ
ରାଉତଘର ବୋହୂଙ୍କ ସହ ଦିନଟେ
ଦେଖା ହେଲାରୁ
ମାଧୁ ବୋଉ କୃତ୍ରିମ କ୍ରୋଧ
ମିଶା କଣ୍ଠରେ କହିଲେ

"କିହୋ ଏ ଗାଆଁ ଲୋକେ
ମୋ ପୁଅଟାକୁ ସବୁକଥା ରେ
ଦୋଷୀ କରିବେ
ଆଉ ଆମେ ମାନିବାକୁ ବାଧ୍ୟ ନୁହେଁ ।
ସେ ଭଲ ଦଉଡେ ବୋଲି କାଲିକୁ
ତମ ଘରମାନଙ୍କରେ ଚୋରୀ ହେଲେ
ତେମେ ତାକୁ ଚୋର କହିବ
ଆମେ ମାନିଯିବୁ ନା କଅଣ ବା ?

କାଳିଆରାଜା



ଅଂଶୁମତୀ ତୀରେ
ଜନ୍ମି ସେ କହ୍ନେଇ
ମହୋଦଧୀ କୂଳେ କରଇ ଲୀଳା

ଉତ୍କଳେ ଉତ୍କୁଳ ତାରିବା
ଶକାସେ
ଜଗନ୍ନାଥ ରୁପ ହେଲା

ଏକମନ ସହସ୍ରଜନର
ପତିତପାବନ
ରାଷ୍ଟ୍ର ଧ୍ଵଜ ତେଣୁ ହେଲା

ଜଗନ୍ନାଥ ଜଗଦ୍ଦିଶ୍ଵର
ଜଗତ ଉଦ୍ଧାରକର୍ତ୍ତା
ଆମ୍ଭେ ଛାରଭକ୍ତ ତୋର
ତୁ ଆମ୍ଭ ଭୟତ୍ରାତା

ତୁଳସୀ ଦାସ ଙ୍କୁ ଦେଖାଇ
ତୋ ପାଦପଦ୍ମେ
ଶ୍ରୀରାମ ରୁପ ମାଧୁରୀ

ଭକ୍ତ ନାନକଙ୍କ ପାଇଁ
ଉଡାଇଲୁ
ଶୂନ୍ୟେତୁ ଯେ ସ୍ଵର୍ଣ ଥାଳି

ଭକ୍ତ ରାଜା ଆସି ଦେଖିଗଲା
ତୋ ମଧ୍ୟେଁ ଗଣପତିଙ୍କର ରୁପ

ତୋ ନାମ ଗାଇ ଗାଇ
ଧନ୍ୟ ହେଲା ଧନ୍ୟ ହେଲା
ସେ
ଯବନ ଭକ୍ତ ସାଲବେଗ

କବୀର ଶଙ୍କର ରାମାନନ୍ଦ
କେତେ କେତେ ବିଜ୍ଞଵ୍ୟକ୍ତି
ତୋ ପାସେ ଆସିଣ
ଗାଇଲେ ତୋହର କୀର୍ତ୍ତି

ଉତ୍କଳ କଳିଙ୍ଗ ଉଡ୍ର କୋଶଳ
ଜନତା ହୋଇଲେ ତୋ ନାମେ ଏକାକାର
କାଳିଆ ଛଳିଆ
ତୁ ଏକା ଆମ୍ଭ ରାଜା
ଓଡିଆ ପରଜା ତୋର

ତାଳ ମୂଳୀ

ତାଳ ମୂଳୀ (Asparagus sarmentosus)
ଅସପରାଗସ ପରିବାର ଅର୍ନ୍ତଭୁକ୍ତ ଏହି ପାଦପ ଟି
ମୁଖ୍ୟତଃ ଭାରତୀୟ ଉପମହାଦ୍ଵିପରେ ମିଳିଥାଏ ।

ଏହାର ଫୁଲ ହଳଦିଆ ଗନ୍ଧହୀନ ଓ ଷଟ୍ ଦଳ !

ଏହାର ମୂଳ ଔଷଧ ରୁପେ ବ୍ୟବହୃତ ହୁଏ ।

ଏହି ଗଛ ପ୍ରତିବର୍ଷ ମରିଯାଏ ଓ ପୁଣି ଆର ବର୍ଷ ବର୍ଷାକାଳ ଆଗମନରେ ଏହାର ଭୂଗର୍ଭସ୍ଥ ଚେର ରୁ ଗଜା ବାହାରେ ।

ଏହାର ମୂଳର କନ୍ଦ ଆଳୁ ପରି ।

ଏହାର ପତ୍ର ଓ ଡାଳପତ୍ର ଓ ବାହୁଙ୍ଗାର ଆକୃତି ପରି ।

ଧଳା ଓ କଳା ଭେଦରେ ଏହା ଦୁଇ ପ୍ରକାର ।

ଏହା ମଧୁର ତିକ୍ତରସ ,ଶୁକ୍ର ବର୍ଦ୍ଧକ ,ଉଷ୍ମ ବୀର୍ଯ୍ୟ ,ପୃଷ୍ଟିକାରକ ,ଗୁରୁ ,ରସାୟନ ଓ ଅର୍ଶଃ ଏବଂ ବାୟୁନାଶକ


ସଂସ୍କୃତଭାଷାରେ
ଏହାର
ତାଳମୂଳିକା ,ତାଳପତ୍ରିକ ,ହେମପୁଷ୍ପୀ ,ଦୀର୍ଘକଳିକା ,ମୂଷଳୀ ,ଭୂତାଳୀ ତଥା ମୂଷଳୀକନ୍ଦ
ଆଦି ନାମ ଅଛି ।

ବଂଗାଳୀରେ ତାଳମୁଲୀ

ହିନ୍ଦୀ ରେ କାଳିମୁସାଳ ,ସୁଜାମୁସାଳ

ତେଲୁଗୁରେ ନେଲାତାଡ଼ି ,ନେଲତାରୁଁ
କୁହାଯାଉଥିଲା ବେଳେ
ଗୁଜରାଟୀ ମରାଠୀ ରେ
କାଳୀମୂଷଳୀ କୁହାଯାଏ !

(Purnachandra bhasakosa)

"ତୁଚ୍ଛା ମାଠିଆ ମିଶ୍ର -ଭାରତ ରୁ ବୌଦ୍ଧ ଧର୍ମ କାହିଁକି ଲୋପ ହୋଇଗଲା ?

ବୌଦ୍ଧ ବନାମ ବ୍ରାହ୍ମଣ ସଂକ୍ରାନ୍ତୀୟ
ଗୋଟାଏ କିମ୍ବଦନ୍ତୀ ଆମ ଅଞ୍ଚଳରେ ପ୍ରଚଳିତ ଅଚ୍ଛି ।

....

ଉତ୍କଳର ଗଙ୍ଗବଂଶ ରାଜା ମଦନମାହାଦେବ ଓ ତାହାଙ୍କ ରାଣୀଙ୍କ ମଧ୍ଧରେ ଦିନେ ବ୍ରାହ୍ମଣ ବଡ଼ ନା ବୌଦ୍ଧ ବଡ଼ ବୋଲି ତର୍କ ହେଲା ।
ରାଣୀ ବୌଦ୍ଧଙ୍କ ପକ୍ଷ ଏବଂ ରାଜା ବ୍ରାହ୍ମଣଙ୍କ ପକ୍ଷ ସମର୍ଥନ କଲେ ।
ତେଣୁ ଏ ବିଷୟ ପରୀକ୍ଷା ହେବାର ସ୍ଥିର ହେଲା ।
ଉଭୟ ପକ୍ଷର ଅଜ୍ଞାତରେ ଗୋଟିଏ ମାଠିଆରେ ସାପଟିଏ ରଖାଯାଇ ମାଠିଆର ମୁହଁ ବନ୍ଦ କରାଗଲା ଏବଂ ମାଠିଆରେ କଅଣ ଅଛି ବୋଲି ଉଭୟ ପକ୍ଷଙ୍କୁ ପଚରା ଗଲା ।
ବୌଦ୍ଧମାନେ କହିଲେ "ସର୍ପ ଅଛି" ମାତ୍ର ବ୍ରାହ୍ମଣ ମାନେ କହିଲେ "ଭସ୍ମ ଅଛି" !
ମାଠିଆ ଖୋଲିଲାବେଳକୁ ଦେଖାଗଲା
ସତକୁ ସତ ତହିଁ ରେ ଭସ୍ମ ଅଛି ।
ଏଥିରେ ବୌଦ୍ଧମାନେ ପରାସ୍ତ ହୋଇ ପଳାୟନ କଲେ ।
ଯେଁ ବ୍ରାହ୍ମଣମାନଙ୍କ ବିଦ୍ୟାବଳରେ
ସର୍ପପୂର୍ଣ ମାଠିଆ ତୁଚ୍ଛା ମାଠିଆ ହେଲା ସେମାନେ ଏହି ତୁଚ୍ଛା ମାଠିଆ ମିଶ୍ର ପଦ ପାଇଲେ ।

.....

ଏହି କିମ୍ବଦନ୍ତୀ ଟି ସତ ହୋଇଥାଉ ଅଥବା ମିଥ୍ୟା କିନ୍ତୁ ଏଥିରୁ
ସ୍ପଷ୍ଟ ହେଉଅଚ୍ଛି
ପ୍ରାଚୀନକାଳରେ ବୌଦ୍ଧ ବିଚାରକ ବିଦ୍ଵାନ ମାନେ
ବାରମ୍ବାର ବ୍ରାହ୍ମଣ ମାନଙ୍କ ଦ୍ଵାରା
ପରାଜିତ ହୋଇଥିଲେ
ଏବଂ
ସେମାନଙ୍କ ଧାର୍ମିକ ବିଚାର
ଠିକ ଥିଲେ ହେଁରା
ଜଶକ୍ତି ର ପୃଷ୍ଠପୋଷକତ୍ଵ ର ଅଭାବରୁ
ବୌଦ୍ଧ ଧର୍ମ ସମର୍ଥକ ବିଦ୍ଵାନମାନଙ୍କୁ ହାରିବାକୁ ହୋଇଥିଲା ।

Wednesday, September 7, 2016

ଶୂନ ର କାହାଣୀ

ଆରବୀ ଗଣିତଜ୍ଞ ମୋହମ୍ମଦ ଅଲ ରଖ୍ଵାରଜିମୀ ଦ୍ଵାରା 820 ଖ୍ରିଷ୍ଟାବ୍ଧ ରେ ଭାରତୀୟ ସଁଖ୍ୟା ସହ ଆରବୀଲୋକଙ୍କୁ ପରିଚିତ ହୋଇଥିଲେ ।
ରଖ୍ଵାରଜିମୀ ଗଣିତ ଉପରେ ମହତ୍ଵପୂର୍ଣ ପୁସ୍ତକ ଲେଖିଥିଲେ ।
ସେ ସେହି ସଁଖ୍ୟାଗଣିତ ରେ ଭାରତୀୟ ଅଙ୍କ ର କେମିତି ପ୍ରୟୋଗ କରାଯିବ
ସେ ବିଷୟରେ ନିର୍ଦେଶ ଦେଇଛନ୍ତି ।
ଏହାର ଶହେ ଵର୍ଷ ପରେ
ଏକ ଫ୍ରାଁସିସୀ ଯୁଵକ ଜେରବର୍ଟ କୁ ସ୍ପେନ ରେ ଏହି ଭାରତୀୟ ପ୍ରଭାବିତ ଆରବୀ ସଁଖ୍ୟା ମିଳିଲା ।
ସେ ଫ୍ରାଁସ ଫେରି ଆସିଲା !
ଅନ୍ତତଃ
ସେ ରୋମନ ସଁଖ୍ୟା ବଦଳରେ
ଭାରତୀୟ ଅଙ୍କ ର ପରିଚୟ
ରୋମ ସହ କରାଇଲା ।
ରୋମବାସୀ ତଥାପି ରୋମନ ସଁଖ୍ୟା ବ୍ୟବହାର କରୁଥିଲେ ।
ରୋମବାସୀ ଙ୍କ ପାଇଁ ଜେରବର୍ଟ ଏକ ଚମତ୍କାରୀ ପୁରୁଷ ହୋଇଥିଲେ
ତେଣୁ ତାଙ୍କୁ ସିଲ୍ଵେସ୍ଟର 2 ନାମରେ ପୋପ ବନେଇଦିଆ ଗଲା ।
ଜେରବର୍ଟ ଆଉ ଗୋଟାଏ ଚମତ୍କାର କରିଥିଲେ Saint ହୋଇଯାଇଥାନ୍ତେ !
ଏମିତି ଅନ୍ଦକାର ଯୁଗମଧ୍ଧରେ 2 ଶତାବ୍ଦି ବିତିଗଲାତା ପରେ
ଲିଆନାରଦୋ ଫିବୋନାଚୀ ଙ୍କ ଆଗମନ ହେଲା ।
ସେ ଇଟଲୀ ର ପିସା ସହର ଅଧିଵାସୀ ଥିଲେ ।
ସେ ଅଫ୍ରିକା ଯାତ୍ରା କରିଥିଲାବେଳେ
ଭାରତୀୟ ଗଣିତ ତଥା ZERO ବିଷୟରେ ଜାଣିବାକୁ ପାଇଲେ ।
1202 ରେ ଲିଓରନାରଦୋ ଫିବୋନାଚୀ ଏକ ପୁସ୍ତକ ଲେଖିଲେ
ସେଥିରେ ସେ ଅରବୀ ଅଙ୍କ ସହ ଭାରତରୁ ଆସିଥିବା ଶୁନ୍ୟର ସଫଳ ପ୍ରୟୋଗ କରିବାରେ ସଫଳ ହେଲେ ।
ଇଟାଲୀଅ ଵ୍ୟାପାରୀମାନେ ତଥାପି ଏଇ ସଂଖ୍ୟା ଗୁଡିକୁ ଅରବୀ ସଂଖ୍ୟା ଭାବିନେଲେ ।
ସେମାନେ ଅରବୀ ଅଙ୍କଗୁଡିକୁ ଆଗେ ସିଫର କହୁଥିଲେ ।
ତେଣୁ ଏବେ ଶୂନ୍ୟ କୁ ଝେପୀରୋ କହିବାକୁ ଲଗିଲେ
କାହିଁକି ନା ଏହା ଉଚ୍ଚାରଣ କରିବା ତାଙ୍କପାଇଁ ସହଜ ଥିଲା ।
ଆଗକୁ ଏହି ଝେପୀରୋ ଶବ୍ଦ ଟି ବଦଳିଯାଇ ଝୀରୋ ZERO ହୋଇ ଗଲା ଏବଂ ଏହା ଏବେ ଶୂନ୍ୟ ର ଚିହ୍ନ ପାଇଁ ବ୍ୟବହୃତ ହେଉଥିବା ସବୁଠୁଁ ପ୍ରଶିଦ୍ଧ ସାଧାରଣ ଶବ୍ଦ ।

ଆର୍ଯ୍ୟ ମଧୁସୂଦନ ମାୟାଧର ମାନସିଂହ

ଆର୍ଯ୍ୟ ମଧୁସୂଦନ
ମାୟାଧର ମାନସିଂହ

ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

ଗୋଟି ଗୋଟି କରି ଜଳାଇ ଯାଇଛ
କୋଟିଏ ଜାତୀୟ ସୂର୍ଯ୍ୟ ଯେ !

ମୃତ୍ୟୁଞ୍ଜୟ ମୃତ୍ୟୁ ତୁମର ନାହିଁ ଯେ ,
ମରଣ ନଇଁବ ତମର ବିଜୟ ପାଇଁ ଯେ,
ସ୍ଵଭାବ ଛାଡ଼ିବ ଦେଖି ସେ ଅମୋଘ ଶୌର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ ।

ଭୀଷ୍ମ ହେ
ବାଛି ନେଇଥିଲ ନିଜ ଅୟନ
ରଣ-ସଙ୍କୁଳ ପଣ-ପିଚ୍ଛିଳ ଗହନ,
ପରପାଇଁ କେତେ ବରି ଅଛ ଶର-ଶୟନ
ବଜାଇ ଚାଲିଛ ଏକାଏକ ରଣ ତୂର୍ଯ୍ୟ ହେ
ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

ରୁଦ୍ର ହେ
ତବ ଡମ୍ବରୁ ଘନ ଘୋଷରେ
ସୁପ୍ତ ଏ ଜାତି ତେଜିଲା ଜଡ଼ତା ଶେଷରେ,
ଦେଲ ତୁମେ ନିଜେ ଜୈତ୍ର କୁସୁମ ଲଗାଇ
ଜନନୀ କେଶରେ
ଯଶଲାଗି ତାର ଝସାଇ ପଶିଲ ଯୁଦ୍ଧେ
ପରମ ବୀର୍ଯ୍ୟ ହେ

ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

ନରପୁଙ୍ଗବ ମରତେ ଦେଖିଲ ଯାହାକୁ
ବର ସନ୍ତାନ ପରି ଚିହ୍ନାଇଲ ମାଆକୁ
ମାଆର ବିପଦେ ଦେଖାଇଲ ନିଜ ବାହାକୁ
ଇତିହାସ ଆଜି ତୁମର ସେ ସବୁ କାର୍ଯ୍ୟ ହେ
ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

Tuesday, September 6, 2016

କ୍ଷେତ୍ରବାଦୀ:- ତୁମେ ହେଲେ ଲୀଳା ଆମେ କହିଲେ କୀଳା

ଶାନ୍ତିପୂର୍ଣ ଜୀବନଯାପନ ଏ ଦେଶରେ
ଅତି ଦୁଷ୍କର କଥା ହୋଇଗଲାଣି ।

କେହି ଏଠି ଧର୍ମ ଜାତି ନାଆଁରେ ଲଢ଼ୁଛି ତ କେହି କେହି ଦିନଯାକ ପାର୍ଟି ନାମରେ ରାଜନୀତି କରି ରାତିକୁ ପଲଉ ବିୟର ର ପାର୍ଟି କରିଥାନ୍ତି !
ଏମିତି ଏକ ସଂବେଦନଶୀଳ ବିଷୟ ହେଲା କ୍ଷେତ୍ରବାଦ ବା ପ୍ରାନ୍ତବାଦ !

ଭୂମିଖଣ୍ଡ ବିଶେଷକୁ ନେଇ ବ୍ୟକ୍ତିର ସ୍ଵାଭିମାନ ଯେତେବେଳେ ଶୁକ୍ଷ୍ମ ଅଭିମାନରେ ପରିଣତ ହୁଏ ସେ କ୍ଷେତ୍ରବାଦୀ ,ପ୍ରାନ୍ତବାଦୀ ,ମୌଳବାଦୀ ହୋଇଯାଏ ।
ମୁଁ ଅନେକ ଦିନ ହେବ ଗୁଜରାଟ ରାଜ୍ୟରେ ରହୁଛି । ଏଠାକା ଲୋକେ ସେତେଟା ମୌଳବାଦୀ ନହେଲେ ହେଁ ବେଳେବେଳେ ଘୃଣାବସତଃ ଓଡ଼ିଆ ଲୋକଙ୍କ ଦେଖିଲେ ମାଲିଆ କହିଥାଅନ୍ତି ।
ଏହାକୁ କ୍ଷେତ୍ରବାଦ କହିବାଟା ନିହାତି ଅଯୁକ୍ତି ଯୁକ୍ତ କଥା !

ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ ବିହାର ଆଦି ରାଜ୍ୟରେ ପ୍ରାଚୀନକାଳେ ବାସକରୁଥିବା ଲୋକେ ପୂର୍ବଭାରତୀୟ ପଶ୍ଚିମଭାରତୀୟଙ୍କୁ ନିଷାଦ, ଯବନ ଆଦି ନିଜ ଧର୍ମଶାସ୍ତ୍ର ଗୁଡ଼ିକରେ ଆଖ୍ୟାଦେଇଥିଲା ବେଳେ ଦକ୍ଷିଣଭାରତୀୟଙ୍କୁ ଅନାର୍ଯ୍ୟ କହୁଥିବା ଜଣାଯାଏ ।
ପୂର୍ବଭାରତୀୟ ,ପଶ୍ଚିମ ଭାରତୀୟ ତଥା ଦକ୍ଷିଣଭାରତୀୟ ବେପାରୀଜାତି ,
ବ୍ରାହ୍ମଣସମାଜ ଦ୍ଵାରା
ପ୍ରାଚୀନକାଳରେ ଭାରତର ପୁରାତନ ସଭ୍ୟତା ସଂସ୍କୃତି ଏସିଆ ,ଆଫ୍ରିକା, ୟୁରୋପ ରେ ପ୍ରଚାରିତ ହୋଇଥିବା ଏବେ ପ୍ରାଚୀନ ସଂସ୍କୃତି ସବୁର ପ୍ରତ୍ନତାତ୍ଵିକ ଖନନରୁ ପ୍ରମାଣିତ ହୋଇସାରିଛି ।

କିନ୍ତୁ ଉତ୍ତରଭାରତୀୟ ମୌଳିବାଦୀ ମାନେ ଇର୍ଷା ଦ୍ଵେଷ ଘୃଣା ରେ ନୂଆ କାହାଣୀଟିଏ ପୁରାଣରେ ଯୋଡ଼ିଦେଲେ କଣ ନା

ଅଗସ୍ତ୍ୟ ଋଷି ସାଗର ପାନ କରି ଦେଇ ଥିଲେ ଫଳରେ ତାଙ୍କ ଯୋଗୁଁ ସାରା ବିଶ୍ଵ ଜନତା ସୁସଂସ୍କୃତ ହୋଇଗଲେ ।

ଏ ସବୁ ଗୁଲିଗପ ଲେଖିଥିବା ଉତ୍ତରଭାରତୀୟ ପ୍ରାଚୀନ ପଣ୍ଡିତ ମାନେ ମଧ୍ୟଁ
କ୍ଷେତ୍ରବାଦୀ ନୁହଁନ୍ତି ।

ଏମାନେ କେହିବି କ୍ଷେତ୍ରବାଦୀ ମୌଳିବାଦୀ ସନ୍ତ୍ରାସବାଦୀ ନୁହଁନ୍ତି
ହେଲେ ଯେତେବେଳେ ଓଡ଼ିଆ ଲୋକ ଜଣେ ବ୍ୟଙ୍ଗ ବିଦ୍ରୃପର ଶିକାର ହୋଇ ନିଜ ରାଜ୍ୟର ମହିମା କହି ବସେ
ସେ ତତ୍ କ୍ଷଣାତ୍ କ୍ଷେତ୍ରବାଦୀ ହୋଇଯାଏ ।

ମରାଠୀ ଜୟ ମହାରାଷ୍ଟ୍ର କୁହନ୍ତୁ,
ଯେତେବେଳେ ଜଣେ ପଞ୍ଜାବୀ ସିଁହ ଇଜ କିଙ୍ଗ କହିପାରନ୍ତି ,
ଉତ୍ତରଭାରତୀୟ ହର୍ଷ ଚନ୍ଦ୍ରଗୁପ୍ତ ,ଅଶୋକ ଙ୍କୁ ନେଇ ଗର୍ବ କରିପାରିବେ
କିନ୍ତୁ ଓଡ଼ିଆ ଟେ ଓଡ଼ିଶା ବିଷୟରେ କହିଲା ଅର୍ଥ ସେ ଆତଙ୍କବାଦୀ ଦେଶଦ୍ରୋହୀ ହୋଇଗଲା ।

ମୁଁ ଭାବିପାରୁନି ଇଏ କି ଭଳି ଚିନ୍ତାଧାରା ?
ଯଦି ଓଡ଼ିଆମାନଙ୍କୁ ଏତେ ଘୃଣା ଭାରତରୁ ଅଲଗା କରିଦେଉନାହାନ୍ତି ।
ମୋତେ ବେଳେ ବେଳେ ଲାଗେ ଓଡିଶା ଟା ଭାରତର ରାଜ୍ୟ ନୁହେଁ ଗୋଟିଏ ଉପନିବେଶ...

ପଣ୍ଡିତଙ୍କ ସଚ୍ଚୋଟତା

ରାଧାଦେଈପୁର ର ମାଆ ମଙ୍ଗଳା ଠାକୁରାଣୀଙ୍କ ମନ୍ଦିର ପ୍ରଧାନ ପୁରୋହିତ ଙ୍କ ଦେହାବସାନ ପରେ
ସେଠାରେ ଜଣେ ନୂତନ ପୁରୋହିତ ନିଯୁକ୍ତ ହେଲେ ।

ଅଳ୍ପଦିନ ମଧ୍ଧରେ ସେ ନିଜର ପାଣ୍ଡିତ୍ୟ ,ଉଦାରଚିତ୍ତ ବ୍ୟକ୍ତିତ୍ଵ ଯୋଗୁଁ ସର୍ଵଜନ ପ୍ରିୟ ହୋଇଗଲେ ।

ଦିନେ ପୂଜାରୀ ମହାଶୟ କୌଣସି ଏକ କାର୍ଯ୍ୟରେ ବସ ଯୋଗେ ଯାଉଥାଆନ୍ତି ।

ବସରେ ଟିକଟ କାଟିବା ସମୟେ କଣ୍ଡକ୍ଟର 50ଟଙ୍କିଆ ନୋଟ ଟାଏ ନେଇ 40 ଟଙ୍କା ଫେରାଇଲା ।
ପୂଜାରୀ ଜାଣିଲେ
କଣ୍ଡକ୍ଟର ଭୂଲରେ 10ଟଙ୍କା ଅଧିକ ଦେଇଦେଇଛି ।

ପଣ୍ଡିତେ ଭାବିଲେ ବରଂ ଭୁଲରେ ଆସିଯାଇଥିବା ଟଙ୍କା କଣ୍ଡକ୍ଟର କୁ ଫେରେଇ
ଦେଲେ ଭଲ !

କାହାର ଚାରଣାଏ ଟଙ୍କା ବି ଭୂଲରେ ରହିଗଲେ ଜୀବର ଜୀବନ ସାର୍ଥକ ହୋଇପାରେନା ।

ପୁଣି ପଣ୍ଡିତଙ୍କ ମନରେ ଆସିଲା.......

ନାହିଁ ନ ହେଲେ ଏଇ 10ଟଙ୍କାଟା ବାଟରେ ଯାଉଥିବା କୌଣସୀ ଗରୀବ ବାଳକ ବାଳିକା କିମ୍ବା ଭିକାରୀ ମିଳିଲେ ଦେଇଦେବି ।

ଏମାନେ ତ ଦିନଯାକରେ ହଜାର ହଜାର ଟଙ୍କା କମଉଛନ୍ତି
କିନ୍ତୁ ସେଇ ଗରୀବ ଗୁଡ଼ାକୁ ମୁଠାଏ ଭାତ ସୁଧା କେତେ କଷ୍ଟ ସହିଲେ ଯାଇ ମିଳିଥାଏ ।

ଏଇମିତିରେ ରାଧାଦେଈପୁର ଆସିଗଲା........

ପଣ୍ଡିତେ ଗାଡ଼ିରୁ ଓଲ୍ହେଇବେ କଣ କଣ୍ଡକ୍ଟର ପାଖକୁ ଯାଇ ତାକୁ 10 ଟଙ୍କା ଫେରେଇ କହିଲେ

"ଆଜ୍ଞା ଆପଣ 10ଟଙ୍କା ଅଧିକ ଦେଇଦେଇଛନ୍ତି ଯେ"
ଏଇ ନିଅନ୍ତୁ କହି ୧୦ ଟଙ୍କିଆଟେ
କଣ୍ଡେକ୍ଟର ଆଡକୁ ବଢ଼ିଇଦେଲେ....!!!!!!

ସେଇଠୁ କଣ୍ଡକ୍ଟର କହିଲା

"ଆଜ୍ଞା ଆପଣ ରାଧାଦେଈପୁର ଗାଆଁ ମନ୍ଦିର ର ନୂଆ ପୂଜାରୀ ନା ?

"ପଣ୍ଡିତେ ସମ୍ମତି ରେ ମୁଣ୍ଡ ହଲାଇଲେ ।

କଣ୍ଡକ୍ଟର :-"ଆଜ୍ଞା ଗତ ମାସରେ ରାଧାଦେଈପୁର ଯାଇଥିଲି ଆମର ଜଣେ ସମ୍ପର୍କୀୟଙ୍କ ଘରକୁ ସେଠି ସେଦିନ ରାତିରେ ଆପଣଙ୍କ ପ୍ରବଚନ ଶୁଣିବା ହୋଇଥିଲା ।
ଆଜି ଚିହ୍ନିପାରି ମୁଁ ଜାଣିଶୁଣି 10 ଟଙ୍କିଆଟା ଦେଇ ଦେଇଥିଲି କି ଦେଖାଯାଉ ପଣ୍ଡିତେ କେବଳ ପ୍ରବଚନ ଦିଅନ୍ତି ନା ତାକୁ ପାଳନ ମଧ୍ୟଁ କରନ୍ତି ।

ପ୍ରକୃତରେ ଆଜି ପ୍ରମାଣିତ ହୋଇଗଲା ଯେ ଆପଣ ଜଣେ ଉତ୍ତମ ଉନ୍ନତ ବିଜ୍ଞ ପୁରୁଷ !"

ଏତିକି କହି କଣ୍ଡକ୍ଟର ବସରେ ଚଢ଼ିଗଲା,
ବସ ଆଗକୁ ଚଳିଗଲା ।

ଗାଆଁକୁ ଫେରୁଥିଲାବେଳେ ପଣ୍ଡିତେ ମନେ ମନେ ଜଗନ୍ନାଥଙ୍କୁ ଶହେ ମଣ୍ଡିଆ ମାରୁଥାଆନ୍ତି
ଯା ହେଉ ପ୍ରଭୁ ତୁମେ ମୋତେ ଏତେବଡ଼ ପାପରୁ ବଞ୍ଚାଇଦେଲ !!!!!!!!!

ନ ହେଲେ ଆଜି ମୁଁ ବହୁତବଡ଼ ପାପର ଭାଗୀ ହୋଇଥାଅନ୍ତି ସତେ ।
🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩

Sunday, September 4, 2016

ଓଡ଼ିଆ ଭାଷାର ବିଶେଷତ୍ବ

ହିନ୍ଦୀ ଓ ବଙ୍ଗଳା ଭାଷାରେ ସଂସ୍କୃତରୁ ଗୃହୀତ ହୋଇଥିବା ଅକାରାନ୍ତ ଶବ୍ଦ ର ଶେଷ ବର୍ଣ ଯେପରି ବିକୃତ ହୋଇ ହଳନ୍ତ ବର୍ଣବତ୍ ଉଚ୍ଚାରିତ ହୁଏ ,
ଓଡିଆ ଭାଷାରେ ସେପରି ହୁଏ ନାହିଁ ।
ଏହା ହିଁ ଓଡିଆ ଭାଷା ର ପ୍ରଧାନ ବିଶେଷତ୍ଵ ।
ମନୁଷ୍ୟ ପ୍ରକୃତି ପ୍ରଭାବରୁ ଯେଉଁସବୁ ଧ୍ଵନି ଉଚ୍ଚାରଣ କରିପାରେ,
ସଂସ୍କୃତଭାଷାର ମୌଳିକ ବର୍ଣସମୂହ ବୈଜ୍ଞାନିକ ନିୟମରେ ସେହିପରା ଧ୍ଵନି ଉପରେ ପ୍ରତିଷ୍ଠିତ ।
ଅନ୍ୟ କୌଣସି ଭାଷାରେ ମୌଳିକ ଧ୍ଵନି କୁ ଅବଲମ୍ଭନ କରି ଏପରି ବର୍ଣ ସୃଷ୍ଟି ହୋଇ ନ ଥିବା କଥା ଆଧୁନିକ ଭାଷାତତ୍ଵବିତ୍ ପଣ୍ଡିତମାନେ ସ୍ଵୀକାର କରି ଅଛନ୍ତି ।
ଭାରତ ର ପ୍ରାଦେଶିକ ଆର୍ଯ୍ୟ ଭାଷା ମାନଙ୍କ ମଧ୍ଧରେ ଓଡିଆ ଭାଷା ହିଁ ଏ ବିଶେଷତ୍ଵ କୁ ଅକ୍ଷୁର୍ଣ ଭାବରେ ରକ୍ଷା କରିପାରିଅଛି ।
ସଂସ୍କୃତ ଭାଷାରେ ନ ଓ ଣ ,ଜ ଓ ଡ଼ , ତ ଓ ଢ଼ .ଶ ଓ ସ ,ଜ ଓ ଯ ଏହି ସଦୃଶ ବର୍ଣ ମାନଙ୍କର ଉଚ୍ଚାରଣରେ ଯେଉଁ ବିଶେଷତ୍ଵ ପରିଲକ୍ଷିତ ହୁଏ !
ଓଡ଼ିଆ ଭାଷା ଅଶିକ୍ଷିତ ଲୋକେ ମଧ୍ଧ ସେହି ବିଶେଷତ୍ଵ ରକ୍ଷା କରି ଶବ୍ଦମାନଙ୍କର ଉଚ୍ଚାରଣ କରନ୍ତି ।
ଭାରତରେ ଅନ୍ୟ ଭାଷାପେକ୍ଷା ଓଡିଆରେ ଶବ୍ଦ ସଂଖ୍ୟା ଅଧିକ । ଭାବ ପ୍ରକାଶର ସୁବିଧା ପାଇଁ ପ୍ରାଚୀନ ଉତ୍କଳୀୟ କବିମାନେ ସଂସ୍କୃତ ଭାଷାରୁ ଶତାଧିକ ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳନ କରାଇ ଥିଲେ ।
ପୁଣି ରାଜନୈତିକ କାରଣରୁ ହିନ୍ଦୀ ବାଂଗ୍ଲା ତେଲୁଗୁ ମଲାୟାଲମ ଭାଷାର ଶତ ଶତ ଶବ୍ଦ ଓଡ଼ିଆ ଭାଷାରେ ଆସି ମିଶିଛି ।
ବାଲେଶ୍ଵର ଭଦ୍ରକ ,ଗଞ୍ଜାମ ଗଜପତି ରାୟଗଡ଼ା, ମାଲକାନଗିରି  କଳାହାଣ୍ଡି ,ସମ୍ବଲପୁର ବରଗଡ଼ ମୟୁରଭଞ୍ଜ ରେ ଗୋଟିଏ ସାଧାରଣ ପ୍ରଚଳିତ ଶବ୍ଦ ନିତାନ୍ତ ପକ୍ଷରେ ଚାରିଗୋଟି ରୂପ ଧାରଣ କରିବାର ଦେଖାଯାଏ ।
ଓଡିଆ ଭାଷା ଭିନ୍ନ ଭିନ୍ନ ଅଞ୍ଚଳ ରେ କୁହାଯାଉଥିବା ଆକାର ଅନୁସାରେ କେତେଗୁଡ଼ିଏ ସ୍ଵତନ୍ତ୍ର ଭାଷା ବା Dialect ରେ ପରିବର୍ତ୍ତିତ ନ ହୋଇ ଗୋଟିଏ ମୌଳିକ ଭାଷା ରୁପେ ରହିଅଛି ଏଣେ ହିନ୍ଦୀ ବଙ୍ଗଳା ରେ ଅନେକ ଉପଭାଷା ଥିବା ପରିଲକ୍ଷିତ ହୁଏ ।
କେବଳ କେତେବ ଜିନିଷ ବସ୍ତୁ ର ନାମ ଭିନ୍ନ ଭିନ୍ନ ଅଞ୍ଚଳରେ ଅଲଗା ଥାଏ
ଏହା ଓଡିଆ ଭାଷା ର ଗୋଟିଏ ବିଶେଷତ୍ଵ ।

2014 ରେ ହିନ୍ଦୀ ବଙ୍ଗଳା ମରାଠୀ ଗୁଜରାତୀ ଆଦି ଧନିକ ଶ୍ରେଣୀୟ ଲୋକଙ୍କ ଭାଷାଗୁଡ଼ିକୁ ଉପେକ୍ଷା କରି ଭାରତ ସରକାର ଓଡିଆ ଭାଷାକୁ Classical languagge ର ସମ୍ଭାନ ପ୍ରଦାନ କରିଥିଲେ  ।
ଭାରତରେ ଏଯାଏଁ କେବଳ 6 ଟି ଭାଷାକୁ କ୍ଲାସିକାଲ ଅର୍ଥାତ୍ ମୌଳିକ ଭାଷାର ଷ୍ଟାଟସ୍ ମିଳିଛି !
ଚାରୋଟି ଦ୍ରାବିଡଭାଷା ,ସଂସ୍କୃତ ଏବଂ ଓଡ଼ିଆ ଏକମାତ୍ର ଆଧୁନିକ ଆର୍ଯ୍ୟଭାଷା ଭାବେ ଏହି ଗୌରବର ଅଧିକାରୀ ହୋଇଛି ।
ବର୍ତ୍ତମାନ ଆମ୍ଭମାନଙ୍କର ପ୍ରଧାନ କର୍ତ୍ତବ୍ୟ ଚାଲ ଆମ୍ଭେମାନେ ଆମ ମାତୃଭାଷାକୁ ଆହୁରି ଅଧିକ ଗୁରୁତ୍ଵ ଦେବା !
ହିନ୍ଦୀ ଇଂଙ୍ଗ୍ରାଜୀ ପିରତୀ ଛାଡ଼ି ଓଡ଼ିଆରେ ଲେଖିବା କହିବା
ଓଡିଆ ପଢ଼ିବା ,ଓଡିଆ ପଢ଼େଇବା !!
[[ଅଧିକାଂଶ ତଥ୍ୟ ପୂର୍ଣଚଂଦ୍ରଭାଷାକୋଷରୁ ସଂଗୃହିତ ହୋଇ ଅଛି ]]

Friday, September 2, 2016

ସତ କହନା କହନା

ଦର୍ପଣ ତୁ କହନା କହନା ସତ ଜମା
କିଛି ଲୋକ
ନିଜ ଚେହେରା ଦେଖି ଡରି ଯାଆନ୍ତି.........

ବଞ୍ଚିଛନ୍ତି ଯଦି
ବଞ୍ଚନ୍ତୁ ମିଥ୍ୟାଭିମାନେ
ସତ କହି କହି ତାଙ୍କୁ
ନ ମାରୁ କେହି.............

ସତ ଯେ ଜହର
ଜଳାଏ ହୃଦୟ
କଳିଯୁଗେ ଅଲୋଡା ସେହି

ଖଚମିଛ କହି ଦୁନିଆ ଜିଣିଯା ତୁ
କହନା କହନା ସତ
ଆତ୍ମା ବିବେକ ଗୋଲାମ  ହୋଇ...........

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...