Tuesday, February 24, 2015

କେତେଦୂର ଯୁକ୍ତିଯୁକ୍ତ ବେଦ କୁ ଫେରିଯାଅ ବାକ୍ୟ ? ଏହା ମହାନ ସନାତନଧର୍ମ କୁ ଆର୍ଯ୍ୟ ଅନାର୍ଯ୍ୟ ଦୁଇ ଭାଗରେ ବିଭାଜିତ କରିବାକୁ ଷଡତନ୍ତ୍ର ହୋଇପାରେ !!

ଆଜିକାଲି ଇଂଟରନେଟ ଜରିଆରେ ଆମ ସମାଜରେ ଧର୍ମ ଭିତ୍ତିକ ଭେଦଭାବ ହେତୁ କିଛିଲୋକ ଚେଷ୍ଟା କରୁଛନ୍ତି । ସେମାନଙ୍କର ମୁଖ୍ୟ ସ୍ଲୋଗାନ ହେଲା "ବେଦକୁ ଫେରଯାଅ "ଅର୍ଥାତ୍ ବୈଦିକ ସମାଜ ର ପୁନଃଗଠନ ହେଉ । କିନ୍ତୁ ବୈଦିକ ଯୁଗକୁ ଫେରିବା ପୂର୍ଵରୁ ସେ ସମୟର ସାମାଜିକ ଚଳଣୀ ଏବଂ ଇତିହାସ ଉପରେ ଟିକେ ଦୃଷ୍ଟିପାତ କରିନେବା ଉଚିତ ହେବ ।ବୈଦିକ ଯୁଗ ରେ ସମଗ୍ରଭାରତବର୍ଷ ର ସମାଜ ଦୁଇ ଭାଗରେ ବିଭାଜିତ ହୋଇ ରହିଥିଲା ଆର୍ଯ୍ୟ ଏବଂ ଅନାର୍ଯ୍ୟ । ଉତ୍ତରଭାରତ ରେ ବେଦପାଠୀ ବ୍ରାହ୍ମଣ ଏବଂ ତାଙ୍କ ଦ୍ବାରା ପରିଚାଳିତ ସମାଜ ଆର୍ଯ୍ୟ ବୋଲାଉଥିଲେ ଏବଂ ଦକ୍ଷିଣ ,ପଶ୍ଚିମ , ପୂର୍ଵ ତଥା ଉତ୍ତରପୂର୍ଵ ଭାରତ ର ଲୋକମାନଙ୍କୁ ଅନାର୍ଯ୍ୟ କୁହାଯାଉଥିଲା । ମଧ୍ୟଯୁଗ ଯାଏଁ ଏ ଭେଦଭାବ ଏତେମାତ୍ରା ରେ ବଢ଼ିଯାଇଥିଲା ଯେ ଆଜିଯାଏଁ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଆଜି ବି ଉତ୍ତରଭାରତୀୟ ଜନସମାଜ ଓଡ଼ିଆ ମାନଙ୍କୁ ଅନାର୍ଯ୍ୟ କହି ଅନାଦର କରେ !! ଏକଵିଁଶ ଶତାବ୍ଦୀ ଅଥବା ଏହାର ପରବର୍ତ୍ତୀ ଶତାବ୍ଦୀ ଗୁଡ଼ିକରେ ଯଦି ଲୋକେ ବେଦ କୁ ଫେରନ୍ତି ଉତ୍ତରଭାରତୀୟ ମାନେ ପୁଣି ହିନ୍ଦୁ ସମାଜ କୁ ଦୁଇ ଭାଗରେ ବିଭାଜିତ କରିଦେବେ ଏବଂ ଯେଉଁମାନେ ବେଦପାଠୀ ହେବେନାହିଁ ସେମାନଙ୍କୁ ସାମାଜିକ ତିରସ୍କାର ଏବଂ ନିର୍ଜାତନା ଭୋଗିବାକୁ ପଡ଼ିବ । ଆଜି ଯଦି ଭାରତୀୟ ସମାଜ ପୁନଃ ବୈଦିକ ଯୁଗ କୁ ଫେରିଯାଏ ତ ଭାରତ ଦୁଇଭାଗରେ ବିଭାଜିତ ହୋଇଯିବ ଏବଂ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଜାତିଗତ କଳହ ବଢ଼ିଯିବ ଫଳରେ ବର୍ତ୍ତମାନ ଯେମିତି ଅତ୍ୟାଚାର ସୁନ୍ନି ମାନେ ଶିଯା ମୁସ୍ଲିମ ମାନଙ୍କ ସହ କରୁଛନ୍ତି ସେହିଭଳି ଅତ୍ୟାଚାରିତ ହେବେ ଅନାର୍ୟ ମାନେ ।ଯେଉଁ ସମାଜ କୁ ଏକତ୍ରିତ କରିବା ହେତୁ ଶ୍ରୀଶଙ୍କରାଚାର୍ଯ୍ୟ ଆପ୍ରାଣ ଉଦ୍ୟମ କରିବାକୁ ଯାଇ ସମସ୍ତ ଭାରତ ଭ୍ରମଣ ପୂର୍ବକ ହିଁଦୁଧର୍ମ ର ସମସ୍ତ ପନ୍ଥ କୁ ଏକତ୍ରିତ କରି ସନାତନ ଧର୍ମକୁ ପୁନଃଜୀବିତ କରିଥିଲେ, ସେହି ମହାନ ସନାତନ ଧର୍ମ କୁ କ୍ଷତାକ୍ତ କରିବା ପାଇଁ ବିଧର୍ମୀ ମାନଙ୍କର ଏହା ଅନ୍ୟତମ ଷଡତନ୍ତ୍ର ହୋଇପାରେ । ମୋ ମତରେ କେବଳ ବେଦ କାହିଁକି ବରଂ ଅନ୍ୟ ଭାରତୀଯ ଗ୍ରନ୍ଥ ଗୁଡ଼ିକର ସମାଦର ହେଉ । ବେଦ ପଠନ ସହିତ ପୁରାଣଗୁଡ଼ିକରୁ ଉତ୍ତମ ଶିକ୍ଷା କୁ ଗ୍ରହଣ କରାଯାଉ କାରଣ ବେଦ କୁ ବ୍ଯାସ କରି ହିଁ ପୁରାଣ ସବୁ ରଚିତ ହୋଇଅଛି । ପୁରାଣ ସବୁ ପ୍ରାଚୀନ ଭାରତ ର ଇତିହାସ ଏବଂ ଇତିହାସ ଭଲ କି ଖରାପ ନୁହେଁ , ସମାଜ ର ଅତୀତ କୁ ଦେଖିବା ହେତୁ ଏହା ଏକ ଦର୍ପଣ ସଦୃଶ କାର୍ୟ କରିଥାଏ ! ଵେଦ ଭାରତୀୟ ସମାଜର ପ୍ରାରମ୍ଭିକ ଗ୍ରନ୍ଥ କିନ୍ତୁ କେବଳ ବେଦ ଦ୍ବାରା ଏହିଦେଶ ର ମୂଲ୍ୟାଙ୍କନ କରିବା କେତେଦୂର ଉଚିତ ଏହା ଆପଣ ବିଚାର କରିବେ ।

Sunday, February 22, 2015

ଦେବମିତ୍ର ପ୍ରମାଣ କରିଦେଲେ ଯେ ଜ୍ଞାନ ଠାରୁ ସଦାଚାର ମହାନ

ବାରାଣାସୀ ନରେଶ ବ୍ରହ୍ମଦତ୍ତ ଙ୍କ ରାଜପୁରୋହିତ ଦେବମିତ୍ର ବଡ଼ ବିଦ୍ଵାନ ଏବ ଅନେକ ବିଦ୍ୟାରେ ନିପୁଣ ଥିଲେ । ବିଦ୍ଵତ୍ତା ସହ ତାଙ୍କର ସୁଦ୍ଧ ଚରିତ୍ର ,ସଦାଚାର ଏବଂ ନୈତିକତା ପାଇଁ ଲୋଗ ତାଙ୍କର ଆଦର କରୁଥିଲେ । ରାଜପୁରୋହିତ ଦେବମିତ୍ର ଙ୍କ ମନ ରେ ଥରେ ପ୍ରଶ୍ନ ଆସିଲା କି ରାଜା ଏବଂ ପ୍ରଜା ତାଙ୍କର ସମ୍ମାନ କାହିଁକି କରୁଛନ୍ତି ? ଏ ପ୍ରଶ୍ନ ର ଉତ୍ତର କେମିତି ମିଳିବ ଏ ବିଷୟରେ ସେ ବିଚାର କିରିବାକୁ ଲାଗିଲେ । ଥରେ ରାଜସଭା ବରଖାସ୍ତ ହେବା ଉତ୍ତା ରୁ ସମସ୍ତ ରାଜକର୍ମଚାରୀ ନିଜନିଜ ଘର କୁ ଯିବାପରେ ଦେବମିତ୍ର ରାଜକୋଷ ଆଡେ ଗଲେ । କୋଷାଧ୍ୟକ୍ଷ ଦେବମିତ୍ର ଙ୍କୁ ଦେଖୀ ଦୂର ରୁ ସମ୍ମାନ ପୂର୍ବକ ପ୍ରଣାମ କଲେ । ଦେବମିତ୍ର କିଛି ସମୟ ଏପାଖ ସେପାଖ ହେଲାପରେ କୋଷାଗାର ରୁ ଏକ ପାତ୍ର ମଧ୍ୟରୁ କିଛି ମୂଦ୍ରିକା ଉଠାଈ ଫେରିଗଲେ । କୋଷାଧକ୍ଷ ଦେବମିତ୍ର ଙ୍କର ଏତାଦୃଶ ଅଯୋଗ୍ୟ କର୍ମ ଦେଖିମଧ୍ୟ ବାରଣ ନ କରି ଚୁପ ରହିଲେ । କୋଷାଧକ୍ଷ ମନେମନେ ବିଚାର କଲେ ଯେ ସମ୍ବବତଃ ରାଜଙ୍କ ଆଦେଶ ଫଳରେ ଦେବମିତ୍ର ଏମିତି କରିଥିବେ । ପର ଦିନ ମଧ୍ୟ ଏହି ଘଟଣା ର ପୂନରାବୃତ୍ତି ହେଲା ,ତୃତୀୟ ଦିନ ଦେବମିତ୍ର ମୁଠାଏ ଦମ୍ବା ମୁଦ୍ରିକା ଧରି ଯିବାକୁ ଉଦ୍ୟତ୍ତ ହେବାରୁ କୋଷାଧିକାରୀ ତାଙ୍କୁ ଧରିନେଇ ରାଜାଙ୍କ ପାଖରେ ହାଜର କଲେ । ରାଜା ଏ ଘଟଣା ଶୁଣି ପ୍ରଥମେ ହତବାକ୍ ହେଲେ , ପରେ ପ୍ରହରୀ ଦ୍ଵାରା ସତ୍ୟାସତ୍ୟ ଜାଣିବା ପରେ ଦେବମିତ୍ର ଙ୍କୁ ତାଙ୍କର ଚୋରୀ କରିବାର ଅଭିପ୍ରାୟ ବିଷୟରେ ପଚରା ଗଲା । ରାଜା ପଚାରିବା ରୁ ଦେବମିତ୍ର କହିଲେ ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋତେ ମୋ ବିଦ୍ଵତ୍ତା ପାଇଁ ନା ସାଦାଚର ପାଇଁ ଆଦର କରାଯାଏ ? ଏବଂ ଏବେ ପ୍ରମାଣ ହେଇଗଲା ଯେ ମୋତେ ନିଜର ଜ୍ଞାନ ଅପେକ୍ଷା ସଦାଚାର ସଦଗୁଣ ପାଇଁ ସମ୍ମାନ ଦିଆଯାଉଅଛି ।ସତ କଥା ଜାଣିବା ପରେ ରାଜା ତାଙ୍କୁ ବନ୍ଧନମୁକ୍ତ ଏବଂ ସସମ୍ମାନ ସହ କ୍ଷମାପ୍ରାଥନା କଲେ ।

ଉତ୍ତରଭାରତ ର ବର୍ତମାନ ପିରିସ୍ଥିତି ଏବଂ ଏହାର ନିରାକରଣ

ଉତ୍ତରଭାରତ ର ବର୍ତ୍ତମାନ ସାମାଜିକ ଏବଂ ରାଜନୈତିକ ବିଶୃଙ୍ଖଳା ଠିକ ମହାଭାରତ ବର୍ଣିତ ଘଟଣାଚକ୍ର ସହ ମେଳ ଖାଉଛି । କେବେ ଆର୍ଯ୍ୟ କହି ଗର୍ଵ କରୁଥିବା ଉତ୍ତରଭାରତୀୟ ଆଜି ନିଜକୁ ଆର୍ଯ୍ୟ କହିବାର ଯୋଗ୍ୟତା ହରାଇ ବସିଛନ୍ତି । ଧର୍ଷଣ , ଅନର କିଲିଙ୍ଗ , ହତ୍ୟାକାଣ୍ଡ ଏବଂ ଦୁର୍ନିତି କରିବାରେ ଉତ୍ତରଭାରତୀୟ ସମସ୍ତଙ୍କୁ ପଛରେ ପକେଇ ସାରିଲେଣି । ଯଦି ମହାଭାରତ କୁ ସତ୍ୟ ମାନାଯାଏ ତେବେ ଏସବୁ ର ଆରମ୍ଭ ଦ୍ଵାପର ଯୁଗରୁ ହେଇଥିବା ଜଣାଯାଏ । କୌରବ ରାଜସଭା ରେ ନାରୀ କୁ ବସ୍ତୁ ଭଳି ପଶାଖେଳରେ ଲଗାଇଦେବା ଏବଂ ତାକୁ ଜିତିଯିବା ପରେ ତା'ର ବସ୍ତ୍ରହରଣ କରିବାକୁ ଚୈଷ୍ଟା କରିବା ଏ କଥା କୁ ପ୍ରମାଣ କରିଦିଏ ଯେ କି ଉତ୍ତରଭାରତ ରେ ନାରୀ ମାନଙ୍କ ପ୍ରତି ଅନାଦର,ତିରସ୍କାର ଆଜିର ନୁହେଁ ବରଂ ବହୁପୁରାତନ କାଳରୁ ଏହିଭଳି ହୋଇ ଆସୁଅଛି । ଝିଅଟିଏ ଜନ୍ମ ହେବାପୂର୍ଵରୁ ତାକୁ ମାରିଦେଉଥିବା ଜନସମାଜ ଏ କଥା ଚିନ୍ତା କରେନୀ ଯେ ଆଗକୁ ଜନ୍ମ ହେବାକୁ ଯାଉଥିବା ପୁତ୍ର ମାନଙ୍କର ପ୍ରଣୟ କ୍ଷୁଧା କେମିତି ମେଣ୍ଟାଇବେ !!! ଉତ୍ତରଭାରତରେ ୧୦୦୦ ପୁରୁଷରେ ୭୦୦ ନାରୀ ହେବା କାରଣରୁ ହିଁ ଆଜି ନିର୍ଭୟା କାଣ୍ଡ ଭଳି ପାଶବିକ ଘଟଣା ଉତ୍ତରୋତ୍ତର ବଢ଼ିବାରେ ଲାଗିଛି । ଏ ସବୁ କୁ କେବଳ ଆଇନ କାନୁନ ଏବଂ ନୀତିବାକ୍ୟ ଶୁଣାଇ ରୋକାଯାଇପାରିବନି ବରଂ ଏଥିପାଇଁ ସଘନ ସାମାଜିକ ଏବଂ ମାନସିକ ସ୍ତରୀୟ ପରିବର୍ତ୍ତନ ,ନାରୀ ସଶକ୍ତି କରଣ, ଉତ୍ତମ ଓ କଠୋର ନ୍ୟାୟ ବ୍ୟବସ୍ଥା, ଉତ୍ତମ ଚରିତ୍ର ଗଠନ ତଥା ଉତ୍ତମ ସଂସ୍କାର, ଶିକ୍ଷା ଦ୍ୱାରା ହିଁ ଏସବୁକୁ ଏଡାଯାଇ ପାରିବ ।

ମଶାଣିପଦା ର ଗୋଲାପକଢ଼ି ମୁଁ

ମଶାଣିପଦା ର ଗୋଲାପକଢ଼ି ମୁଁ

ଫୁଟି ଝଡିଯିଵି ଦିନେ ।

ସୁନ୍ଦର ଦିଶୁଛି ଵିକାଶ କାଳରେ
ମାୟା ଦୁନିଆ ର ବନେ ।

ରଙ୍ଗରୂପ ମୋର ନୁହେଁ ଚିରନ୍ତନ
ନୁହେଁ ଚିରକାଳ ପାଇଁ ।

ଥରେ ଦେଖିନିଅ ମନଭରି ମୋତେ
ଆଜି ଅଛି କାଲି ନାହିଁ।

ମଶାଶିପଦାରେ ଜନମ ମୋହର
ରୂପ ମୋର ମନୋହର

ଯିଏ ଦେଖେ ମୋତେ
ହୁଏ ସେ ମୋହିତ
ହରାଏ ବିବେକ ତାର

କେତେ କଣ୍ଟା ମଧ୍ୟେ ହୋଇଛି ସାଇତା ମୋର ରୂପ ରଙ୍ଗ ର ଏ ଢେଉ

କବି ହାରିଯାଏ ପଦ ଭୂଲିଯାଏ
ଉପମା ଟି ଦେଉ ଦେଉ।

ମଶାଶି ପଦା ଟା ସଂସାର ମୋହର ମଶାଶି ରେ ଜନ୍ମ
ମଶାଶି ରେ ମରିଯିବି

ଯିତିବି ଏଠାରେ
ହାରିବି ଏଠାରେ
ଏହିଠାରେ ବଞ୍ଚିଥିବି ।

ତାଠାରୁ ଜନ୍ମ
ତା ପାଇଁ ମରଣ
ଯେହେତୁ ସେ ଜନ୍ମଦାତ୍ରି

ଦୁଃଖଦେଲେ ଦେଉ
ସୁଖ ଦେଲେ ଦେଉ
ଦାନ ଏ ଜୀବନ ତାର ।

ମଶାଣିପଦା କୁ ଭାବୁଛି ମହାନ
ଯେଣୁ ମୋ ଜନମମାଟି

ତା ଠାରୁ ବିକାଶ
ଅବୟ ମୋହର
ତା କୋଳେ କଟଇ ରାତି ।

ନୀଚ ହେଉ ପଛେ
ଜନନୀ ମହାନ
ସ୍ବର୍ଗଦପି ଗରିୟସୀ

ଏ କଥା ଭାବଇ
ନିତ୍ୟ ମୁଁ ମନରେ
ହୃଦୟ ଆସନେ ବସି...........

ଓଡ଼ିଆ ଭାଷା କାହିଁକି ଅବହେଳିତ ?

ମାତୃଭାଷା ପ୍ରତି ଥିବା ଆବେଗ ହିଁ ମୋତେ ଓଡ଼ିଆରେ ଲେଖିବାକୁ ପ୍ରେରିତ କରେ । ଏଇ ଆବେଗଟିକକ କେହି କାହାରି ମନରେ ବୁଣିପାରିବ ନାହିଁ ଏହା ମାନବ କୁ ସାମାଜ ରୁ ସ୍ଵତଃ ପ୍ରାପ୍ତ ହୋଇଥାଏ । ଏବେବି ଅନ୍ୟ ଭାଷା ଅପେକ୍ଷା ଓଡ଼ିଆ ର ଇଂଟରନେଟ ରେ ଯୋଗଦାନ ନଗନ୍ୟ ।ଏହାର ମୁଖ୍ୟ କାରଣ ହେଲା ଅଧିକାଁଶ ଓଡ଼ିଆ କେମିତି ନିଜମାତୃଭାଷାରେ ଲେଖିବେ ଜାଣିନାହାଁନ୍ତି ଏବଂ ଯେଊଁ ଓଡ଼ିଆ ଯୁବପିଢ଼ି ଇଂଟରନେଟ ରେ ଅଧିକାଂଶ ସମଯ ବିତାଅନ୍ତି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଇଂରାଜୀ ମାଧ୍ୟମ ପଢୁଆ ପିଲା, ପିଲାବେଳୁ ଓଡ଼ିଆର ବ୍ୟବହାର ପାଇଁ ସ୍କୁଲରେ ଆକଟ ଆଉ ଘରେ ବାପା ବୋଉଙ୍କ ଅବହେଳା । ଏମିତି ପରିବେଶରେ ବଢୁଥିବା କୌଣସି ପିଲା ମନରେ କେବେ ବି ଭାଷା ପ୍ରତି ମମତା ଆସିବନାହିଁ । ପିଲା ଘରେ ଓଡ଼ିଆ ଶିଖିବାର ପରିବେଶ ପାଇଲା ନାହିଁ, ଟି.ଭି. ଭଲ କାର୍ଟୁନ ଚାନେଲଟିଏ ଓଡ଼ିଆରେ ନାହିଁ କି ପିଲାଙ୍କ କାର୍ଯ୍ୟକ୍ରମ ସବୁ ଓଡ଼ିଆ ବଦଳରେ ହିନ୍ଦୀ କି ଇଂରାଜୀରେ ଆସୁଛି । ଏପରିକି ଓଡ଼ିଆ ସ୍କୁଲରେ ବି ସାନବେଳୁ ଶିଖାଯାଉଛି “ଚାକିରି ପାଇଁ ଇଂରାଜୀ, ମାର୍କ ପାଇଁ ସଂସ୍କୃତ ଆଉ ପଇସା ପାଇଁ ହିନ୍ଦୀ“, ଓଡ଼ିଆ ପାଇଁ ଜାଗାଟେ ବାକି ରଖିଛନ୍ତି ଆମ ଶିକ୍ଷା ପୁରୋଧାମାନେ? ନିରେଖି ଦେଖିଲେ ଦେଖିଲେ ଜଳ ଜଳ ଦିଶେ ଯେ ଓଡ଼ିଆ ପାଇଁ ରଡୁଥିବା ଲୋକଙ୍କ ପିଲେ କେବେ ଓଡ଼ିଆ କହନ୍ତି ନାହିଁ । ଏହିଭଳି ନିଜ ମାତୃଭାଷା ପ୍ରତି ଏତାଦୃଶ ଅବହେଳା କରୁଥିବା ବଂଙ୍ଗାଳୀ ସମାଜ ଵିଷୟ ରେ କହିବାକୁ ଚାହିଁବି । ମଧ୍ୟପ୍ରଦେଶ ରେ ଅବସ୍ଥିତ ପନ୍ନା ଜିଲ୍ଲା କୁ ଯାଇଥିଲି ଆମର ଜଣେ ବନ୍ଧୁ ଙ୍କ ବିଵାହୋସ୍ଛବ ରେ । ସେଠି 1972 ର ବିସ୍ତାପନ ଦୁଃଖ ଭୋଗୁଥିବା ମୂଳ ବଂଙ୍ଗଲାଦେଶ ନିଵାସୀ ମାନଙ୍କର ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବଂଗାଳୀ ରେ ଲେଖିବା ପଢ଼ିବା ଜାଣିନାହାଁନ୍ତି । ମଧ୍ୟପ୍ରଦେଶ ହିନ୍ଦୀଭାଷୀ କ୍ଷେତ୍ର ହୋଇଥିବାରୁ ଏଠିକାର ସରକାରୀ ସ୍କୁଲ ଗୁଡ଼ିକରେ ହିନ୍ଦୀ ଇଂରାଜୀ ପଢ଼ାଯାଏ । କିଛି ବଂଗାଳୀ ଭାଷୀ ଲୋକଙ୍କୁ ପଚାରିଲାରୁ ସେମାନେ ସରକାର ଙ୍କୁ କାଠଗଡ଼ା ରେ ଛିଡ଼ାକରିଦେଲେ ଯେବେକି ନିଜଭାଷା ପ୍ରତି ଅବହେଳା କରିଥିବାରୁ ପ୍ରଥମେ ସେମାନେ ଦୋଷୀ ନା କି ସରକାର ! ଏବେବି ସମୟ ଅଛି ଓଡ଼ିଆ ମାନେ ନିଜ ମାତୃଭାଷାର ଉନ୍ନତି ଦିଗରେ ଧ୍ୟାନ ଦିଅନ୍ତୁ । ତେବେଯାଇ ଭାରତ ର ଅନ୍ୟତମ ଭାଷା ର ମହନୀଯତା ଅକ୍ଷୁର୍ଣ ରହିବ ।

Monday, February 9, 2015

ମୂର୍ତି ବିସର୍ଜନ ରେ ଡିଜେ ! ଆଧୁନିକତା ନା ମୂର୍ଖାମୀ ?ଦର୍ଦେ ଡିସ୍କୋ :-

ଗଣେଶ ମୂର୍ତ୍ତି ବିସର୍ଜନ ହେବାକୁ ଯାଉଛି B-) , ଗାଁ ଠାରୁ ସହର ସବୁଠିଁ ଚାଲିଛି ପୂର୍ବ ପ୍ରସ୍ତୁତି :-| । ବ୍ୟାଣ୍ଡ୍ ପାର୍ଟି ଡିଜେ ଆଦି ନେଇ ଦେଶ ଯାକର ଟୋକା ଅଧା ଇଂରାଜୀ ଅଧା ହିନ୍ଦୀ ମିଶା ଗୀତ ବଜେଇ ମୂର୍ତ୍ତି ଆଗରେ ବିଅର ପି ନାଚିବେ :-D :-D :-D । ପୂର୍ବେ ଯେଉଁ ମାନଙ୍କର ବାପାମାନେ ହରିବୋଲ ଏବଂ ଭଜନ ଆଦି ଦ୍ବାରା ମୂର୍ତ୍ତି ବିସର୍ଜନ କରୁଥିଲେ ଆଜି ସେଇମାନଙ୍କର କୁଳାଙ୍ଗାର ପୁତ୍ରମାନେ ମଦ ପିଇ ମାତାଲ୍ ହୋଇ ଭଗବାନଙ୍କ ଆଗରେ ଅଶ୍ଳୀଳ ଗୀତ ବଜେଇ ନାଚିବେ । ପୂର୍ବବର୍ଷ ଗଣେଶ ଭଗବାନ ଙ୍କ ସମ୍ମୁଖରେ ଲୁଙ୍ଗୀ ଡ୍ୟାନ୍ସ୍ କରିଥିଲେ ଏ ବର୍ଷ ସେ ଭଳି ଦମ୍ଦାର ନିର୍ଲଜିଆ ଗୀତ �� �� �� ଆସିନାହିଁ । ସଟର୍ ଡେ ଦେଶୀ କଲାକାର ଆଦି ଗୀତ ସହ କିଛି ସମ୍ବଲପୁରୀ ନିଶ୍ଚୟଁ ବାଜିବ ଟୋକା ନାଚିବେ �� :-x । ହିନ୍ଦୁତ୍ବ ପାଇଁ ସୋସିଆଲ୍ ମିଡିଆରେ ମୁଣ୍ଡ ପିଟୁଥିବା ଭାଇମାନେ ଏ ବିଷୟର ଚୁପ ରହିବେ କାଳେ କୋଉ କୁଲ୍ ଡୁଡ୍ ତାଙ୍କୁ ପୁରୁଣାକାଳିଆ କହିଦେବ :-O :-/ । ଗଜା ନିଶୁଆ ଟୋକାଙ୍କ ମେଢ଼ ଆଗରେ ନାଚିବା ର ଅନେକ ବାଞ୍ଛିତ ଅବାଞ୍ଛିତ କାରଣ ଅଛି କିନ୍ତୁ ମୁଖ୍ୟ କାରଣ ଟି ହେଲା ଟୋକି ମାନଙ୍କୁ ଇମ୍ପ୍ରେସ୍ କରିବା �� �� । "ଛାତ ଉପରେ କିଏ ଲୋ" ଭଳି ଗୀତ ବହୁ ବର୍ଷ ପୂର୍ବରୁ ଏ କଥା ପ୍ରମାଣ କରି ସାରିଛି �� �� । ପୂର୍ବବର୍ଷ ଗଣେଶ ପୂଜା ସମୟରେ ଗାଁ ରେ ଥିଲି । ମୋର ଜଣେ ପୁରାତନ ବନ୍ଧୁ ସୌଜନ୍ୟତା ସ୍ବରୂପ ତାଙ୍କ ପ୍ରସେସନ୍ ରେ ସାମିଲ୍ ହେବାକୁ ଅନୁରୋଧ କଲେ । ମୁଁ ତାଙ୍କ ପ୍ରସ୍ତାବ ଅସ୍ବୀକାର କରିବା ସହ ଲୁଙ୍ଗୀ ଡ୍ୟାନ୍ସ୍ ବିଷୟରେ ନିଜର ବ୍ୟକ୍ତିଗତ ମତ ଦେଲି । କିଛି ସମୟପରେ ତାଙ୍କ ମେଢ଼ ଆମ ଘର ଦେଇ ଗଲା । ଠିକ ଆମ ଘର ସମ୍ନାରେ ବାଜି ଉଠିଲା ଲୁଙ୍ଗୀ ଡ୍ୟାନ୍ସ୍ । ମୁଁ ଏକବାରେ ଖପ୍ପା ସଳେ ମୋତେ ଚିଡେଇବାପାଇଁ ଆମ ଦାଣ୍ଡ ଆଗରେ ଲୁଙ୍ଗୀ ଡ୍ୟାନ୍ସ ବଜଉଛନ୍ତି :-@ :-@ %-) । ପରେ ବିଶ୍ବସ୍ଥ ସୁତ୍ରରୁ ଜାଣିଲି ଲୁଙ୍ଗୀ ଡ୍ୟାନ୍ସ୍ ଗୀତ ଟା ମୋ ପାଇଁ ବଜେଇ ନଥିଲେ, ବଜେଇଥିଲେ ଆମ ଘର ସମ୍ନା ଭାଣେଜୀ ପାଇଁ �� �� �� । ଏସବୁ ନାଟ ତାମସାକରି ଭେଣ୍ଡାମାନେ ନିଜର ହିରୋଗିରି ଦେଖାନ୍ତି । କାଳେ କୋଉ ଛିଅ ଫସିଯିବ ! ଏବେ ବି ସମୟ ଅଛି ହିନ୍ଦୁ ଧର୍ମରୁ ଏ ଡିଜେ କଲଚର୍ କୁ ହଟାଯାଉ ନହେଲେ ଏ କୁସଂସ୍କାର ହିନ୍ଦୁଧର୍ମକୁ କଳୁଷିତ ଦୂଷିତ କରିଦେବ ।
ଆଜିକାଲି ତଅପୋଇ ଓଷା ଠାରୁ ଆରମ୍ଭ କରି ଗଣେଶ, କାର୍ତ୍ତିକ, ଦୁର୍ଗା, ଲକ୍ଷ୍ମୀ ,ବିଶ୍ବକର୍ମା ,କାଳୀ ଆଦି ଦେବାଦେବୀଙ୍କର ମଣ୍ଡପ ଆଦି କରି ସର୍ବସାଧାରଣରେ ପୂଜାର୍ଚନା ହେଉଛି :-| । ଗୋଟିଏ ଗାଁରେ ପ୍ରତି ଟି ସାହିରେ ଗୋଟିଏ ଯୋଡିଏ ମେଢ ହେଉଛି :-/ । ପୂଜା ଟାଇମ୍ ଆସିଲେ ଗୋଟିଏ ଗାଁ ମେଢ ନେଇ ଭାଗଭାଗ ହେଇଯାଉଛି :-( । ଆମ ସହି ରେ ପ୍ରତିବର୍ଷ ଦୁଇ ତିନିଟା ମେଢ ହୁଏ । ଗାଁ ଏବଂ ପଞ୍ଚାୟତ ଟା ପୂଜା ଟାଇମ୍ ଆସିଲେ ଓଡ଼ପଡ଼ା ଲକ୍ଷ୍ମୀପୂଜା ଭଳି ଭବ୍ୟ ଲାଗେ କିନ୍ତୁ ଲକ୍ଷାଧିକ ଖର୍ଚ କରି ପରିବେଶ ଏବଂ ଧ୍ବନୀ ପ୍ରଦୂଷଣ କରିବା ଅପେକ୍ଷା , ସେହି ଧନକୁ ଗାଁ ର ସହର ର ବିକାଶରେ ଲଗାଇଥିଲେ ଆମ ସହର ଆମ ଗାଁ ସଦାସର୍ବଦା ସବୁଜ ସୁନ୍ଦର ଦେଖାଯାଅନ୍ତା ।

ଲେଡୀ ଅଫ ମେରିଟ୍କ୍ସେଲ ଏବଂ ଇଉରୋପିଅନ ଦେଶ ଅଂଡୋରା

ଏ ପୃଥ୍ଵୀ ରେ ଏମିତି କେତୋଟି ରାଷ୍ଟ୍ର ଅଛି ଜା ବିଷୟ ରେ ବହୁତ କମ ଲୋକ ଙ୍କୁ ଜଣାଥିବ । ବେଲିଜ, ବେନିନ, ବୁରକୀନା ଫାସୋ, କେପବେରଡେ, କୋମୋରାସ, ମାର୍ଶଲ ଆଇଲେନ୍ଡ, ମୁରିରାନିୟା, ମାଲ୍ଡୋଵା ଆଦି ରାଷ୍ଟ୍ର ଏଇ ଶ୍ରେଣୀ ର । ଏ ରାଷ୍ଟ୍ର ଗୁଡିକ ସିନା ଛୋଟ କିନ୍ତୁ ଏମାନଙ୍କର ଅସ୍ତିତ୍ଵ ଜେମିତି ସେମିତି ନୁହେଁ .ଫ୍ରାଂସ ଏବଂ ସ୍ପେନ ମଧ୍ୟରେ ପ୍ରାୟ ୮୩୫୨୫ ଜନସଂଖ୍ୟା ବିଶିଷ୍ଟ ଅଂଡୋରା ନାମକ ଏକ ଦେଶ ଅଛି । ଏହାର ଆୟତନ ମାତ୍ର ୪୬୮ ଵର୍ଗ କିଲୋମୀଟର ଏବଂ ରାଷ୍ଟ୍ରଭାଷା କାଟାଲାନ । ସ୍ପେନ ସହିତ ଏହାର ଘନିଷ୍ଟ ସମ୍ବନ୍ଧ ଅଛି , ସ୍ପେନରେ ଜନ୍ମିତ ଏକ ପାଦ୍ରୀ ଦ୍ଵାରା ଏହି ଦେଶ ର ରାଷ୍ଟ୍ରଗୀତ ଲେଖାଯାଇଅଛି ! ଏଂଡୋରା ର ସରକାରୀତନ୍ତ୍ର ଏଠିକାର ପାଦ୍ରୀ ତଥା ସନ୍ଥ ଙ୍କ ହାତରେ ଅଛି ଏବଂ ଆଠ ସପ୍ଟେମ୍ବର [୧୨୭୮] ଦିଵସ କୁ ଏଠାକାର ଲୋକେ ସ୍ବାଧୀନତା ଦିବସ ରୁପେ ପାଳିଥାଉନ୍ତି । ଏଂଡୋରା ର ରାଷ୍ଟ୍ରଗୀତରେ ଜଗୁଫାଉ ଵୋନ ମେରିଟ୍କ୍ସେଲ ବା ଲେଡୀ ଅଫ ମେରିଟ୍କ୍ସଲ ଙ୍କର ମହିମା ଗାନ କରାଯାଇଅଛି । କାଟାଲାନ ଭାଷାବିଜ୍ଞାନୀ ଜୋଆନ ଙ୍କ ମତରେ ମେରିଟ୍କ୍ସଲ ଶବ୍ଦ ର ଅର୍ଥ ହେଉଛି ମେରିଗ (English Midday) ବା ଦ୍ଵୀପହର ରେ ପଶୁପାଳକଙ୍କ ଦ୍ଵାରା ନିରୁପିତ ସ୍ଥାନ ଓଡିଆ ରେ ଆମେ ତାକୁ ଗୋଠ କହିଥାଊ । ସେହିଭଳି Lady of meritxell ର ଅର୍ଥ ହୋଇପାରେ ପଶୁପାଳକଙ୍କ ଦେବୀ ଅବା ପଶୁଗୋଠ ର ଦେବୀ । ଆମ ଦେଶ ର ବନ୍ଦେ ମାତରମ୍ ପରି ଏଡୋଁରା ଭଳି ଏକ ଇଉରୋପିଅନ ରାଷ୍ଟ୍ର ର ରାଷ୍ଟ୍ରଗୀତ ରେ ମାତା ,ମାତୃଭୁମି ର ବନ୍ଦନା କରାଯାଇଅଛି ଏହା ସେ ଦେଶ ର ଶ୍ରେଷ୍ଠତା ପ୍ରତିପାଦନ କରୁଅଛି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...