Friday, June 30, 2017

••••ଅତ୍ୟାଧୁନିକା••••

#ଅତ୍ୟାଧୁନିକା

ମୁମ୍ବାଇ ସହରରେ
କନ୍ଧମାଳର ନିପଟ ମଫସଲରୁ ଯାଇ ରମାଦେଈ
ନୂଆ ନୂଆ ସେଠି ଚାକିରି କରୁଥାନ୍ତି ।

ପ୍ରତ୍ଯହ ଲୋକାଲ୍ ଟ୍ରେନ୍ ରେ ଯା ଆସ କରିବା ଧୀରେ ଧୀରେ ତାଙ୍କ ଦେହସୁଆ ହୋଇଗଲାଣି ।
ଟ୍ରେନ୍ ରୁ ଓହ୍ଲାଇ ପୁଣି ବସ୍ ଧରି ଅଫିସ ଯାଉ ଯାଉ ଆଠଟା ବାଜିଯାଏ ।
ଚା ବିସ୍କୁଟ୍ କି ସାମୋସା ଆଦି ଜଳଖିଆ ନାସ୍ତା ଆଦି କରିବାକୁ ସମୟ ମିଳେନି ।
ଏମିତିରେ ଦିନେ ରମାଦେଈ ବସଷ୍ଟାଣ୍ଡରେ ବସ ପାଇଁ ଆପେକ୍ଷାରତ ।

ଏତିକିବେଳେ ସିଗରେଟ୍ ର ଧୂଆଁ ଉଡେଇ ଉଡେଇ ଏକ ଯୁବକ ଆସିଲା ।
ସେ ଯୁବକ ରମାଦେଈଙ୍କ ଠାରୁ ଖଣ୍ଡେ ଦୁରରେ ଛିଡା ହୋଇଥିବା ଜଣେ ମିନିସ୍କର୍ଟ ପିନ୍ଧା ଝିଅକୁ ଧୀର ସ୍ବରରେ କହିଲା

"ଚଲତି୍ କ୍ଯା".....

ଝିଅଟି ହଟାତ୍ ନିଜକୁ ସମ୍ଭାଳି
ଯୁବକ ଜଣକୁ ଜବାବ ଦେଲା

"ତୁମେ ମୋ ବିଷୟରେ ଭୂଲ ଭାବିଲ ମୁଁ ସେଭଳିଆ ଝିଅ ନୁହଁ !!!"

ରମାଦେଈଙ୍କ ଦେହ ରାଗରେ ଜଳିଗଲା .....
ତାଙ୍କ ମନ ହେଉଥିଲା ତାକୁ ସେଇଠି ବନ୍ଦୁକ ଥିଲେ ଗୁଳି କରିଦିଅନ୍ତେ । ଏ ଟୋକା ଯାକ ନିଜକୁ କଣ୍ ଭାବୁଛନ୍ତି କେଜାଣି ?
ଝିଅମାନେ ତାଙ୍କ ଦୌରାତ୍ମ୍ଯ ଯୋଗୁଁ କଣ୍ ନିଜ ଇଛାରେ କପଡ଼ା ବି ପିନ୍ଧିପାରିବେନି ?

ରମାଦେଈ ସେ ଆଡକୁ ମାଡିଯାଉଥାନ୍ତି....
ମନେ ବିଚାରିଥାନ୍ତି ସେ ଟୋକାକୁ ଆଗେ ପାନେ ଦେବି ତା'ପରେ ତାକୁ ପୋଲିସ ହାତରେ ଦେବି । କିନ୍ତୁ ତାଙ୍କ ପହଞ୍ଚିବା ପୂର୍ବରୁ ଟୋକାଟି
ଝିଅକୁ "ସୋରୀ ମ୍ୟାମ୍" କହି ଆଗକୁ ଚଳିଯାଇଥିଲା ।

ରମାଦେଈ ଚିଡିଯାଇ ଝିଅକୁ କହିଲେ
"ଲୋକମାନେ ଆଜିକାଲି ଭାରି ଜଜମେଣ୍ଟାଲ୍ ହୋଇଗଲେଣି,ଯା ମନକୁ ଆସିଲା ନ ବିଚାରି ଇଆଡୁ ସିଆଡୁ କହି ଦିଅନ୍ତି....

ଝିଅଟି ତାହା ଶୁଣି ରମାଦେଈଙ୍କ ଆଡକୁ ଅନେଇ କହିଲା
"ଜୀ"

ରମାଦେଈ ବସକୁ ଅପେକ୍ଷା କରି କରି ବୋର ହୋଇ ଯାଇଥାନ୍ତି । ବାରମ୍ବାର ବସ୍ ଆସୁଥିବା ଦିଗକୁ ଅନେଇ ବ୍ୟସ୍ତ ହେଉଥାନ୍ତି....

ଏତିକି ବେଳେ ଗୋଟିଏ କାର୍ ଆସି ସେଇ ଅତ୍ୟାଧୁନିକା ଝିଅ ପାଖରେ ରହିଲା ।

କାରରେ ବସିଥିବା ଲୋକ ଜଣକ ମଧ୍ଯ ପୂର୍ବେ ଯୁବକ କହିଥିବା ପଦକୁ ଦୋହରେଇଲା ....
କିନ୍ତୁ
ଆଶ୍ଚର୍ଯ୍ୟ ଏଥର ଝିଅଟି କାରରେ ଯାଇ ଚୁପ୍ ଚାପ୍ ବସିଗଲା ......

Thursday, June 29, 2017

•••••ବ୍ୟାବହାରିକ ଜ୍ଞାନ ତଥା ପ୍ରୟୋଗାତ୍ମକ ବିଦ୍ୟା ବିନା ସବୁ ପୋଥୀ ଗତ ଜ୍ଞାନ ନିରର୍ଥକ••••••

ଘରେ ପଣ୍ଡିତ ଓ ପଣ୍ଡିତିଆଣୀ ଦୁଇପ୍ରାଣୀ ।
ସକାଳ ବେଳା ପଣ୍ଡିତିଆଣୀ ଗାଧୋଇ ଯିବାପାଇଁ  ନଈ ଆଡିକି ବାହାରିଛନ୍ତି । ଚୁଲି ଉପରେ ଦୁଧହାଣ୍ଡି ବସିଛି । ପଣ୍ତିତଙ୍କୁ ଅନୁରୋଧ କଲେ ଯେ, ସେ ଦୁଧହାଣ୍ଡି ଆଡି଼କି ଟିକିଏ ନଜର ରଖିଥିବେ,-ଦୁଧ ଯେମିତି ଉତୁରି ନ ଯାଏ ।
ପଣ୍ଡିତଙ୍କୁ ଏତିକି କହି ପଣ୍ଡିତିଆଣୀ ଗାଧୋଇବାକୁ ଚାଲିଗଲେ । 

କିଛି ସମୟ ବିତିଗଲା ପରେ ହାଣ୍ଡିରୁ କ୍ଷୀର ଉତୁରିବାରେ ଲାଗିଲା ....

ପଣ୍ଡିତ ହାଣ୍ଡି ପାଖକୁ ଦଉଡି ଆସିଲେ;
କିନ୍ତୁ କ'ଣ କରି ଅବସ୍ଥାକୁ ସମ୍ଭାଳିବେ ବୁଝି ପାରିଲେନି । ଅଗ୍ନିଦେବତାଙ୍କ କୋପ ବୋଲି ମନେକରି ସେ ସେଠାରେ ଅର୍ଦ୍ଧ ପଦ୍ମାସନରେ ବସି ଅଗ୍ନିଦେବତାଙ୍କ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ ।

ଅଗ୍ନି,ବୈଶ୍ବାନର,ବହ୍ନି ପ୍ରଭୃତି ଅମରକୋଷରୁ ଶିଖିଥିବା ସମସ୍ତ ନାମଜପ କଲେ ।
ଯଜ୍ଞରେ ବହୁତ ଘିଅ ଖାଇବା ଫଳରେ କିପରି ତାଙ୍କର ଲୁଦୁବୁଦୁ ବ୍ୟାଧି ହୋଇଥିଲା,ଆଉ ଅର୍ଜୁନଙ୍କ ଖାଣ୍ଡବବନ ଦହନ ଫଳରେ ସେ ବ୍ୟାଧି  ଆୟୋଗ୍ୟ ହୋଇଥିଲା, ସେକଥା ମଧ୍ଯ କହିବାକୁ ଛାଡ଼ିଲେନି ।

ତଥାପି ଦୁଧ ଉଚ୍ଛୁଳିବାକୁ ଲାଗିଲା ।

ପଣ୍ଡିତ ଭାବିଲେ ଯେ,ସେ ବୋଧହୁଏ ଭୂଲ ଦେବତାଙ୍କୁ ଆରାଧନା କରୁଅଛନ୍ତି  । ମନରେ ସ୍ଥିରକଲେ,ଦୁଧରେ ପାଣି ମିଶୁଥିବା ଯୋଗୁଁ ପାଣି କମ୍ କିମ୍ବା ବେଶୀ ଫଳରେ ବରୁଣ ଦେବତାଙ୍କ କୋପ ହୋଇଛି । ସେ ତେଣୁ ବରୁଣ ଦେବଙ୍କ ସ୍ତୁତି ଆରମ୍ଭ କଲେ । ବରୁଣ ଦେବତାଙ୍କ ରୂପ କିପରି ,ସେ କଣ୍ ସବୁ ପିନ୍ଧନ୍ତି​ , କେଉଁଠି ଶୁଅନ୍ତି, ତାଙ୍କର ଧନରତ୍ନ କେତେ,ସେସବୁ ବର୍ଣ୍ଣନା କଲାପରେ ପ୍ରଳୟ ହେଲେ ସୃଷ୍ଟିର ବିନାଶ କିପରି ହୁଏ,ଆଉ ବରୁଣ ନିଜେ କିପରି ଭଗବାନଙ୍କ ଶ୍ବଶୁର,ସେସବୁ ମଧ୍ଯ କହିଲେ ; କିନ୍ତୁ କିଛି ଲାଭ ହେଲାନାହିଁ । ତା'ପରେ ପବନ ଦେବତାଙ୍କ ଧ୍ଯାନ କରିବା ଆରମ୍ଭ କରିଦେଇଛନ୍ତି । ଏଇ ସମୟରେ ପଣ୍ଡିତିଆଣୀ ତରତର ହୋଇ ଘରେ ପହଞ୍ଚି ଗଲେହ। ଚୂଲି(ଚୁଲି) ଉପରେ ବସିଥିବା ଦୁଧହାଣ୍ଡିର ଅବସ୍ଥା, ପଣ୍ଡିତଙ୍କ ଅର୍ଦ୍ଧ-ପଦ୍ମାସନ ଓ ହସ୍ତର ଧେନୁମୁଦ୍ରା ଦେଖି କଥା କଥା କଣ୍ ବୁଝିବାକୁ ତାଙ୍କୁ ବେଶି ସମୟ ଲାଗିଲାନି । ସେ ଦଉଡି ଯାଇ ହାତରେ ଥିବା ଢାଳରୁ ପାଣି ପୋଷେ ହାଣ୍ଡି ଭିତରକୁ ଛାଟିଦେଇ ଜାଳ ଟିକିଏ କମ୍ କରିଦେଲେ । କ୍ଷୀର ଉତୁରିବା କମିଗଲା ।

ପଣ୍ଡିତ ଏସବୁ ନିରୀକ୍ଷଣ କରୁଥାଆନ୍ତି ।
ପାଣିନୀଙ୍କ ବ୍ୟାକରଣ ଏବଂ ଅମରକୋଷ ଅଭିଧାନ ସମ୍ବନ୍ଧରେ ପଣ୍ଡିତିଆଣୀଙ୍କ ଜ୍ଞାନ ଅତି ସୀମିତ ଥିବାରୁ ସେ ତାଙ୍କୁ ମୂର୍ଖ ବୋଲି ମନେକରି ଯଥୋଚିତ ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଥିଲେ କିନ୍ତୁ ଏବେ ତାଙ୍କର ମତ ବଦଳି ଯାଇଥିଲା ।
ସତରେ ବ୍ୟବହାରିକ ଜ୍ଞାନ ତଥା ପ୍ରୟୋଗାତ୍ମକ ବିଦ୍ୟା ବିନା ସବୁ ପୋଥୀ ଗତ ଜ୍ଞାନ ନିରର୍ଥକ ମନେ ହୁଏ .....

(ଭୂବନେଶ୍ବର ବେହେରାଙ୍କ ଭୂଷପଣ୍ଡିତ ପ୍ରବନ୍ଧ ରୁ)

Tuesday, June 27, 2017

କାଞ୍ଚି ଅଭିଯାନ ଏବଂ ମାଆ ତାରିଣୀ

କିମ୍ବଦନ୍ତୀ ଅଛି ଯେ
ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚି କୁ ପରାସ୍ତ କରିପାରିଲେନି
ଶ୍ରୀଜଗନ୍ନାଥଙ୍କ ସେବକ ମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ ।
ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ ରାଜା ସେମାନଙ୍କୁ ଖଣ୍ଡାଏତ କରିଦେଲେ ....
ତୁମୁଳ ଯୁଦ୍ଧ ହେଲା ....
ତଥାପି ଓଡ଼ିଆ ଲୋକ ଜିତିପାରୁନଥାନ୍ତି
ଏହାର କାରଣ ବୁଝୁ ବୁଝୁ ଜଣା ପଡିଲା ଯେ ଯେତେବେଳ ଯାଏଁ କାଞ୍ଚିଦେଶରେ ଦେବୀ ତାରିଣୀ ପୂଜା ପାଉଥିବେ
ଏ ଦେଶ ପରାଜିତ ହେବନାହିଁ । (ଗ୍ରୀକ୍ କଥା ଇଲିଆଡ୍ ରେ ଏଇଭଳି କାହାଣୀ ଅଛି)
କଳିଙ୍ଗୋତ୍କଳର ସୈନଦଳ ମଧ୍ୟରେ ଭୀମ ନାମ୍ନୀ ଜଣେ ଯୋଦ୍ଧା ତଥା ଦେବୀଭକ୍ତ ଥିଲା । ସେ ଦେବୀତାରିଣୀଙ୍କ ପାଖରେ ଅଧିଆ ପଡ଼ିଲା । ଭକ୍ତ ର ପରୀକ୍ଷା ନେଲାପରେ ଦେବୀ ସନ୍ତୁଷ୍ଟ ହୋଇ ଆଶିର୍ବାଦ ଦେବା ସହ କହିଲେ

"ପୁତ୍ର ତୁ ଆଗେ ଆଗେ ଚାଲ୍ ମୁଁ ତୋ ପଛେ ପଛେ ଯିବି କିନ୍ତୁ ସର୍ତ୍ତ ଏତିକି ନିରବଚ୍ଛିନ୍ନ ଚାଲିବାକୁ ହେବ । ଯଦି କେଉଁଠି ରହିଯାଇ ପଛକୁ ଅନାଇଦିଅ  ମୁଁ ସେଇଠି ଅବସ୍ଥାନ କରିବି"
ଭୀମ କହିଲେ ମାଆ ଏକଥା ସତ ଯେ ହେଲେ ମୁଁ ଜାଣିବି କେମିତି ଆପଣ ମୋ ପଛେ ପଛେ ଆସୁଛନ୍ତି ????

ଦେବୀ କହିଲେ ମୋ ପାଉଞ୍ଜି ଶବ୍ଦ ଶୁଣି ତୁ ଜାଣିପାରିବୁ.....

ଭୀମ ଚାଲି ଚାଲି ଆସି ଘଟଗାଁ କେନ୍ଦୁଝର ପାଖରେ ପହଞ୍ଚିଲାବେଳକୁ ଦୈବୀମାୟାରେ ତାଙ୍କୁ ଲାଗିଲା ଯେମିତି ଆଉ ଦେବୀଙ୍କ​ ପାଉଞ୍ଜି ଶବଦ ହେଉନାହିଁ ତେଣୁ ସେ ପଛକୁ ଚାହିଁଦେଲାରୁ ଦେବୀ ସବୁଦିନ ପାଇଁ ସେଇଠି  ରହିଗଲେ...

(କିମ୍ବଦନ୍ତୀ​ ଇତିହାସ ନୁହେଁ କିନ୍ତୁ ତା ମଧ୍ୟରେ ଐତିହାସିକ ତଥ୍ୟ ଭରିରହିଥାଏ ତେଣୁ ଏହା ସତ୍ୟ ନ ଲାଗୁଥିଲେ ହେଁ ସଂପୂର୍ଣ୍ଣ ମିଥ୍ୟା ନୁହେଁ)

Monday, June 26, 2017

ଭକ୍ତ ନା ଚାମଚା

“There are two ways of spreading light: to be the candle, or the mirror that reflects it.”

Edith Wharton ଙ୍କ ହିସାବରେ ସମସ୍ତ ବିଶ୍ବକୁ ଆଲୋକରେ ଆଲୋକିତ କରିବାକୁ ଚାହୁଁଥିଲେ ତୁମ ପାଖରେ ଦୁଇଟି ରାସ୍ଥା ଅଛି ।
୧.ନିଜେ ମହମବତୀ ହୋଇଯାଅ
କିମ୍ବା
୨.ସେଇ ଦର୍ପଣ ହୁଅ ଯିଏ ମହମବତୀର ଆଲୋକକୁ ଅନ୍ୟତ୍ର ପ୍ରତିଫଳିତ କରିପାରେ ।

ଏଇକଥାକୁ ସିଧାସଳଖ କହିବାକୁ ହେଲେ
ଆମେ କହିପାରିବା ....
ତୁମେ ନିଜେ ଭଗବାନ ହୋଇଯାଅ କିମ୍ବା  ଭଗବାନଙ୍କ ଭକ୍ତ ହୋଇ ତାଙ୍କ ନାମ ସଂକୀର୍ତ୍ତନ କର ....
ଧୁଆମୂଳା ଅଧୁଆମୂଳା ସମାନ
ତେଣୁ ଭକ୍ତ ଓ ଚାମଚା ମଧ୍ୟ ସମାନ
କାରଣ ମୋଦୀ ଜଣେ ଭଗବାନ ନୁହେଁ ତାଙ୍କ
ଚାମଚାଙ୍କୁ ଭକ୍ତ କହି ବିପକ୍ଷ ଦଳ ନିଜେ ହିଁ ଲୋକହସାର କାରଣ ହୋଇଛନ୍ତି .....

ଆମ ଓଡ଼ିଆ ଫିଲ୍ମ ଯାଯାବରରେ ସେଭଳି ପାର୍ଟିବାଦୀ ଚାମଚାଙ୍କ ପାଇଁ ଗୀତଟିଏ ଅଛି

*ଦନେଇ ଦାସ କହେ ରେ ଭାଇ
କଥା ଏ ପୁରା ସଚ୍ଚା
ଏ ଦୁନିଆରେ କେହି ନା କେହି
କାହାର ତ ଚମଚା*

ତେଣୁ ନିଜକୁ ଭକ୍ତ କହି ତୁଚ୍ଛା ଗର୍ବ କରୁଥିବା ଗାଲୁମା ମାନେ ମଧ୍ଯ ଅଧିକ ଉତ୍କଣ୍ଠିତ ହୋଇଯିବାରେ କୌଣସି ଲାଭ ନାହିଁ
ସେମାନେ ମାନନ୍ତୁ କି ନ ମାନନ୍ତୁ
ଦୁନିଆ କହିବ ତାଙ୍କୁ​ ଚାମଚା

😂😂😂😂😇

Thursday, June 22, 2017

•••ନବ ପ୍ରକାଶ••••କବି-ବିଦ୍ୟୁତପ୍ରଭା ଦେବୀ•••


ପାହି ପାହି ଆସେ
ସୃଷ୍ଟିର ଅମାରାତି
ଉଠ ଦେଶବାସୀ ଜାଗ ଏବେ ମୋର ଜାତି ।

ପ୍ରକୃତି ମୁଖେ ନବୀନ ଉଷାର ଗାନ
ଶୁଣହେ ମାନବ ଦେଶ ମହାଦେଶ
ଅନ୍ତରେ ପାତି କାନ ।

ଘୋର ଅଜ୍ଞାନ
ଘନ ଅନ୍ଧକାର ଭେଦି
ଉଜ୍ବଳି ଉଠେ
ଉଷାର ପୁଣ୍ୟ ବେଦୀ ।
ହୁଏ ତହିଁ ନବ ସତ୍ୟର ଅଭିଷେକ
ସତ୍ୟ ପୂଜକ ସତ୍ୟ ସାଧକ
ନୟନେ ନୟନେ ଦେଖ ।

ନବ ଆହ୍ବାନେ
ବିପ୍ଳବୀ ଯେତେ ଆସ
ଆସ ଦୁର୍ଜୟ
ଅଜ୍ଞାନ ଯା'ର ଦାସ ।
ପ୍ରକୃତିର ଏ ବିପୁଳ ଯଜ୍ଞେ
ବୀର ସମ ଦିଅ ଝାସ ।

ଅଗ୍ରଣୀ ଯେତେ ବିଜୟ ଦିହୁଡି ଧର ରାଜ୍ୟ ମୃତ୍ୟୁରେ ତୁମେ
ଅମୃତ ଆଜି କର ।
ଜ୍ଞାନ ପ୍ରେମ ତପେ ମରତେ ସରଗ ଖସୁ
ଚିର ଦୁଃଖିନୀ ମାଟିର ଧରଣୀ
ଚିର ଉଲ୍ଲାସେ ହସୁ ।

ମହାନ ମନ୍ତ୍ର
ସୁମରି ନିୟତ ମନେ
ଦିବ୍ୟ ଯନ୍ତ୍ର
ହୁଅହେ ତରୁଣ ଜନେ ।
ସମପଦେ ଚଳ ଲକ୍ଷ୍ୟେ ନିବେଶି ଲୟ
ଭଉଣୀ ଓ ଭାଇ ସମତାଳେ ଗାଇ
ଜୟ ସ୍ରଷ୍ଟାର ଜୟ

ଏ ଦେବ ଲଗନେ ଦିବ୍ୟ ଜୀବନ ଲାଗି
ଉନ୍ନତ ଯେତେ
ଆତ୍ମା ଉଠିଛ ଜାଗି ।
ନିଜେ ଜୟ ଲଭି ମୁକ୍ତିର ଅଭିଯାନେ
ଶୁଣାଅ ନବୀନ ଜାଗରଣ ବାଣୀ
କୋଟି ଜନତାର କାନେ ।

ନବ ଭାରତର ସନ୍ତାନ ଯେତେ ଅଛ
ନିର୍ଭୟେ ଚାଲ
ନ ଭାବି ହେ ଆଗ ପଛ ।
ନୂତନ ଜୀବନ ନୂତନ ଚେତନା ନେଇ
ଜାଗ୍ରତ ଯେତେ ଶୁଣ ଚଉଦିଗେ
ସେ ଡାକ ଶୁଭୁଛି ହେଇ.......

ବି:ଦ୍ର-))
ହାଇସ୍କୁଲରେ ପଢିଲା ସମୟରେ ଉପରୋକ୍ତ ଦେଶାତ୍ମବୋଧକ ଗୀତିକାଟି ସାହିତ୍ୟ ବହିରେ
ପଢିଥିଲି ।
ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟବର୍ତ୍ତୀ ନାଟରା ଗ୍ରାମରେ ୧୯୨୯ସାଲ୍ ରେ ହୋଇଥିଲେ ।
ମରୀଚିକା,ବିହାୟସୀ, ବଚନିକା,ସ୍ବର୍ଣ୍ଣଦ୍ବୀପ ଓ ଯାହାକୁ ଯିଏ ଆଦି ତାଙ୍କର ପ୍ରଧାନ ରଚନା ।
ଯାହା କୁ ଯିଏ ପୁସ୍ତକ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା ।

Friday, June 16, 2017

======*ମାନସିକ ବିକଳାଙ୍ଗ*=====

ଆମ ଭାଇ ପୁରୁଷୋତ୍ତମ ହଗାସ୍ବାମୀ ଇତିମଧ୍ୟରେ ମାନସିକ ବିକଳାଙ୍ଗ ହୋଇଗଲେଣି । କଥା କଥାକେ ହିନ୍ଦୀରେ
ବଙ୍ଗଳା,ଗୁଜରାଟୀରେ ଏବଂ ବିଶେଷତଃ ଭୋଜପୁରିରେ କଥା ହେବାକୁ ସୁଖବୋଧ କରନ୍ତି । ବିଭିନ୍ନ ଭାଷାଭାଷୀଙ୍କ ସହ ସୁସମ୍ପର୍କ ରକ୍ଷା ହେତୁ ଭିନ୍ନ ଭିନ୍ନ ଭାଷା ସବୁ ଶିଖିଲେ ବିଶେଷ ବ୍ୟକ୍ତିଗତ ଲାଭ ହୋଇଥାଏ ।
ପୁରୁଷୋତ୍ତମ ଭାଇଙ୍କୁ ଅନ୍ୟ ଭାଷାରେ କଥା ହେଲେ ଏକ ପ୍ରକାରର ମାନସିକ ସୁଖ ପ୍ରାପ୍ତି ହୁଏ
ଯାହା ମାତୃଭାଷାରେ କବିତା କି ଗ୍ରନ୍ଥ ଆଦି ଲେଖି ଲେଖି ଜୀବନ ସାରିଦେଲେ ମଧ୍ୟ ମିଳେନାହିଁ ।
ମୋତେ ଦଶଜଣ କେମିତି ଭଲ କହିବେ ଆଉ ମୋ ଯୁକ୍ତି ବଳରେ ପ୍ରତିପକ୍ଷ ପରାସ୍ତ ହୋଇ ଯେମିତି ବଶତା ସ୍ଵୀକାର କରିବ, କେବଳ ଏଥିପାଇଁ ଲୋକେ ପରଭାଷା ଶିଖିବା ପାଇଁ ଅଧିକ ଆଗ୍ରହୀ ହୁଅନ୍ତି । ପୁରୁଷୋତ୍ତମ ଭାଇଙ୍କର ଯେ ଓଡ଼ିଆ ଭାଷା ପ୍ରତି ଅନାଦର ଅଛି ତାହା କହିଲେ ଭୂଲ ହେବ ।
ପ୍ରକୃତରେ ପ୍ରତ୍ୟେକ ସନ୍ତାନ ତା' ମାତୃଭୂମି ଏବଂ ମାତୃଭାଷା ଭଲପାଏ । ତେବେ ଦେଖାଯାଏ ବୟସ ବଢ଼ିବା ସହ କିଛି ପୁତ୍ର ପୁତ୍ରୀଙ୍କର ନିଜ ମାତାପିତାଙ୍କ ପ୍ରତି ସ୍ନେହ ଆଦର କମ୍ ହୋଇ ଯାଉଥାଏ ।
କିଶୋରାବସ୍ଥାରେ ପରିବାର ଠାରୁ ଦୂର ଦେଶରେ ଏକାନ୍ତରେ ସମୟ କାଟିଦେଇଥିବା ବ୍ୟକ୍ତି ଯୁବାବୟସରେ ପ୍ରେମ ଖୋଜିବୁଲେ । ନିଜକୁ ସେ ଆଉ ମାତା ସ୍ନେହରେ ବାନ୍ଧି ରଖିପାରେନା....
ମନର ଆସକ୍ତି ପୁରଣ ଲାଗି ଖୋଜିବୁଲୁଥାଏ ତା'ର ହୃଦର ନାୟିକା ଟିକୁ.....
ପୀରତି କରି ସଫଳ ହେଲେ ସେଇ ପ୍ରେୟସୀକୁ ବିବାହ କରେ ।
ସ୍ତ୍ରୀକୁ ଘରକୁ ଆଣି ନିଜ ମାଆକୁ ସ୍ତ୍ରୀ କଥାରେ ପଡି ବୃଦ୍ଧାଶ୍ରମରେ ଛାଡିଆସେ ।
ସେଇଭଳି ପର ଭାଷା ପ୍ରତି ଆକୃଷ୍ଟ ହୋଇ ନିଜ ସ୍ବଜାତି ଭ୍ରାତା ମାନଙ୍କ ସହ ମଧ୍ଯ ସେହି ଭାଷାରେ କଥା ହେବାକୁ ପଛାଉନଥିବା ପୁରୁଷୋତ୍ତମ ହଗାସ୍ବାମୀଙ୍କ ଭଳି ଲୋକମାନେ ମଧ୍ଯ ନିଜ ମାତୃଭାଷା ମାତୃଭୂମି ପ୍ରତି ଅନ୍ୟାୟ କରିଥାନ୍ତି ।
କୌଣସି ବ୍ୟକ୍ତି ବିଶେଷଙ୍କର ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଆସକ୍ତି ମାତ୍ରାଧିକ ହେଲେ ସେଭଳି ଲୋକମାନଙ୍କୁ ସମାଜ ମାନସିକ ବିକାରଗ୍ରସ୍ତ ପ୍ରଗଳ୍ଭ ଆଖ୍ଯା ଦେଇଥାଏ କିନ୍ତୁ ମୋର ଏ ବାବାଦ ମତ ସାମାନ୍ୟ ଭିନ୍ନ !!!!
ପରଭାଷାକୁ ପ୍ରେମକରି ତା ସପକ୍ଷରେ​ ବିଭିନ୍ନ ଯୁକ୍ତି ବାଢ଼ିଦେଇ ନିଜ ଭାଷା ପ୍ରତି ଅନାଦର ପ୍ରଦର୍ଶନ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ବରଂ ମାନସିକ ବିକଳାଙ୍ଗ କୁହାଗଲେ ଯଥାର୍ଥ ହେବ । କାରଣ ପରଭାଷାର ମୋହରେ ଅନ୍ଧ ହୋଇ ସେମାନେ ଛୋଟେଇ ଛୋଟେଇ ଚାଲି ବରଂ ଭିକ ମାଗି ବଞ୍ଚିବାକୁ ଅଧିକ ଶ୍ରେୟସ୍କର ମନେ କରନ୍ତି ।
ନିଜ ମାତୃଭାଷା ମାତୃଭୂମିର ସ୍ବାଭିମାନକୁ ସମ୍ବଳ କରି ଦୌଡ଼ିବା ତାଙ୍କୁ ସୁଖ ଦେଇପାରେନି.....

•••••••ପାନ ମୋର ବୃନ୍ଦାବନ•••••••••

[*ପୁରୁଷ*]

(C)"ଆରେ ପାନ ମୋର ବୃନ୍ଦାବନ
ଖଇର ନନ୍ଦ ନନ୍ଦନ
ଏ...ବୃଷଭାନୁ ସୁତା ଚୁନ
ଏ ବାସ ଏ ବାସ
ଯମୁନା କୂଳୀନ........."

-ରସିକ ଜନ ହିତର
ମୁଁ ଭାଙ୍ଗିଛି ପାନପତର
(ଓ)ନାନା ମସଲା ଭିତର
(ଓ) ପକାଇ ତହିଁ ଅତର
ସ୍ବର ବଢାଏ ଗୀତର
(ଓ)ଦକା ଚଢାଏ ଚିତ୍ତର
ଓ ଖାଇଲେ ବଢେ ଚାତ୍ତର
ଓ ଜାଣେ ରସିକ ନାଗର

[*ସ୍ତ୍ରୀ*]
ଗୁଡା ଖାଇ ଅଣ୍ଟା ବିଡିବେ ହୋ କିଏ ନେଲାବାଲା
ଜଡ଼ା ହୋଇଥିଲେ ରଡିବେ ହୋ
କିଏ ନେଲାବାଲାରେ......

ଶୁଣ ଗରାଖ ଇଶ୍ବର
ଯେତେ ଯେ ଅଛି ପାଶୋର
ତା ପାଇଁ ଲୋଡ଼ା ଆସର
ଖାଇଲେ ଅସୁରେସୁର
ସତ୍ୟରେ ହରିବଂଶର
ତ୍ରେତାରେ ବନବାସର
ଦ୍ବାପରେ ମହାରାସର
କଳିରେ ଲୋଡ଼େ ବାସର

[*ପୁରୁଷ*]
ଆହା !!!!!!
ରତିହେଲେ ମତି ମୋହିବ ହୋ
କିଏ ନେଲାବାଲା
ପ୍ରୀତିପୁରେ ରାତି ପାହିବ ହୋ
କିଏ ନେଲାବାଲାରେ

ସନିପାତ ଘରେ ନାଡି
ଏ ବିଷକୁ ଅଟେ ଗାରଡିଲେ
କୁହୁକେ କାଉଁରି ଛଡି
ଏ ଭୁତକୁ ଦିଏ ଘଉଡ଼ି
ଅନ୍ଧାର ଘରେ ଦିହୁଡି
ଅନ୍ଧ  ହାତରେ  ନ ହୁଡି
ଏ ପ୍ରେମ ରୂପକର ଭିଡି
ଏ ଆଳସ୍ୟ କୁ ଦିଏ ତଡ଼ି

[*ସ୍ତ୍ରୀ*]

ଯୋଗୀ ହେଲେ ସଙ୍ଗେ ଖୋଜିବ
ହୋ କିଏ ନେଲାବାଲା
ଯୋଗୀ ହେଲେ ରଙ୍ଗେ ମଜ୍ଜିବ ହୋ
କିଏ ନେଲାବାଲାରେ

ବାତପିତ୍ତକୁ ଏ ଯମରେ
କାମ ବ୍ୟଥାକୁ ବିଷମରେ
ଜପି ତପିଙ୍କର ନାମରେ
ବିରହୀଙ୍କ ଲାଗି ବାମ....
ଶୀତକୁ ଅଟେ ଉଷୁମରେ
ହେମାଳ କରେ ଗ୍ରୀଷମରେ
ବରଷାକୁ ଏ ସୁସମରେ
ଋତୁରାଜକୁ ଉତ୍ତମ.....

[*ପୁରୁଷ*]
ଆହା !!!!!
ଭୂତ ଭବିଷ୍ୟ କଥା ବାରିବ ହୋ କିଏ ନେଲାବାଲା
ସ୍ବର ଶୁଣି କୋକିଳ ହାରିବ ହୋ କିଏ ନେଲାବାଲାରେ (୧ଥର)
*ପରେ ପୁରୁଷ ସ୍ତ୍ରୀ ସମ୍ମିଳିତଭାବେ* (୩ଥର)

Wednesday, June 7, 2017

ଅଙ୍ଗ ଦେଶର ଚୁଡ଼ି.....

ଅଙ୍ଗ ଦେଶର ଚୁଡ଼ି
ବଙ୍ଗ ଦେଶର ଶାଢ଼ୀ
କଳିଙ୍ଗ ଦେଶର ସାଧବପୁଅ ମୁଁ
ବୋଇତ ଦେଇଛି ଭିଡ଼ି

ରଙ୍ଗ ଭଳିଭଳି କଳାଧଳା ନାଲି
ସୁବର୍ଣ୍ଣପୁରର ସୁବର୍ଣ୍ଣେ ତିଆରି
କଙ୍କଣ ଯୋଡ଼ି ଯାଉଁଳି....

ହୀରା ମୋତି ମାଳି
ଦେବିନି ନା କରି
ମନଲାଖି ଦେବ ଏ ମନର କଉଡ଼ି
ମାନିଲେ ରଙ୍ଗ ଯୋଡ଼ି.....

ରଙ୍ଗ ଭଳି ଭଳି କଳା ଧଳା ନାଲି
ଦଣ୍ଡକବଣର ଟସରେ ତିଆରି
ପାଟମଠା ଝିଲିମିଲି.....

ରାଜହଂସୀ ଧଡୀ଼ ସୁନା ଜରି ପାଡୀ଼
ମନଲାଖି ଦବ ଏ ମନର କଉଡ଼ି
ମାନିଲେ ରଙ୍ଗ ବଡୀ଼

ଅଙ୍ଗ ଦେଶର ଚୁଡ଼ି
ବଙ୍ଗ ଦେଶର ଶାଢ଼ୀ
କଳିଙ୍ଗ ଦେଶର ସାଧବପୁଅ ମୁଁ
ବୋଇତ ଦେଇଛି ଭିଡ଼ି

ବଳିଦାନୀର ଉକ୍ତି

ତାକୁ ବାସ୍ତବତା ଦୁଃଖ ଦେଉଥିଲା

ସେ ଖୋଜିନେଲା ସ୍ବପ୍ନର ଦୁନିଆ

ସେଠି ସବୁକିଛି ତା'ର ସେ ହିଁ ସ୍ରଷ୍ଟା

ତା ସ୍ଵପ୍ନକୁ ମୁଁ ସତ୍ୟ   ମାନିନେଲି

ସେ ସ୍ବପ୍ନ ପାଇଁ ବଳିଦାନ ଦେଲି

ମୋ ସ୍ଵପ୍ନ ସବୁ କାହିଁ ହଜିଗଲା

ସ୍ରଷ୍ଟାର ଜଗତ ସୁଖେ ହସୁଥିଲା

Saturday, June 3, 2017

★★★ଶଗଡିଆ★★★★

ବଳଦଗାଡି ଯୁଗରେ ଜଣେ ଶଗଡିଆ  ସେଦିନର କାମ ତୁଟେଇ ଢେଙ୍କାନାଳଗଡ଼କୁ ଫେରୁଥାଏ ।
ବାଟରେ ଦେଖିଲା ପଥର ରଖି ପଥରୁଦ୍ଧ କରାଯାଇଛି ।
ଶଗଡିଆ ଜାଣିଲା ସେ ଏକାକୀ ଏତେ ପଥର ହଟେଇ ପାରିବନି .....
ସେ ଆଖପାଖରେ ନଜର ପକେଇଲା....
ଜଣେ ଲୋକ ସେଇଠୁ କିଛି ଗଜ ଛାଡ଼ି ଏକ ଗମ୍ଭାରୀ ଗଛମୂଳରେ ଶୋଇଥିଲା......
ଶଗଡିଆ ଯାଇ ସେହି ଲୋକକୁ ତା ସହ ମିଶି ପଥରଯାକ ରାସ୍ତାରୁ ହଟେଇ ଦେବାକୁ ଅନୁରୋଧ କଲା ।
ଏ କଥାରେ ଲୋକଟି ରାଜି ହୋଇ ଶଗଡିଆ ସହ ମିଶି ପଥରୁ ପଥର ସବୁ ହଟେଇଦେଲା ....
ଏଣେ ଶଗଡିଆ ପଥର ହଟେଇବା ସହ ପଥର ରଖିଥିବା ଲୋକକୁ ବହେ ଶୋଦିଲା... 
ତା ବୋପା ଅଜା ତିନିପୁରୁଷଙ୍କ ମାନସମ୍ମାନ ବୃଦ୍ଧି କରିସାରିଲା ପରେ ଯାଇ ଶଗଡିଆର ମନ ଶାନ୍ତ ହେଲା......
ପଥର ହଟେଇଥିବା ଲୋକଟି ଗମ୍ଭାରୀ ଗଛ ମୂଳରେ ଯାଇ ପୁଣି ବସିଗଲା.....
ଶଗଡିଆ ସେଇଠୁ ଚିଲମ୍ ସଜାଡ଼ି ତହିଁରେ ଗଞେଇ ଦେଇ ଧୂଆଁ କିଛି ଟାଣି ଲୋକଟି ଆଡକୁ ବଢେଇଦେଲା ।
ଲୋକଟି ଶଗଡିଆ କୁ ଠାରରେ ବାରଣ କରିଲାରୁ
ଶଗଡିଆ କିଛି ନକହି ରାହୁଳଗୁଣ୍ଡି (ଖଇନୀ) ପୁଡାଟା
ତା ଆଡକୁ ବଢାନ୍ତେ ଲୋକଟି ଚିଡିଯାଇ ତାଙ୍କୁ ହଇରାଣ ନକରିବାକୁ ଇଙ୍ଗିତରେ ଜଣେଇଦେଲା.....

ଶଗଡିଆ ବି ସହଜେ ଛାଡିବା ଜନ୍ତୁ ନୁହେଁ....
ସେ ଲୋକକୁ କହିଲା

"ଆଜ୍ଞା ଆପଣଙ୍କର କୋଉଠିକୁ ଯିବାର ଥିଲା କି ?"

ଲୋକଟି  "ହଁ ଗଡ଼ କୁ ଯିବି" ବୋଲି ଉତ୍ତର ଦେଲା

ଶଗଡିଆ ଲୋକଟିକୁ ତା ଗାଡିରେ ବସିବାକୁ ବହୁ ଅନୁନୟ ବିନୟ କଲା....

ଲୋକଟି ଶେଷରେ ବାଧ୍ଯ ହୋଇ ଶଗଡରେ ବସିଲା
ଶଗଡିଆ ଶଗଡ଼ ଚଳେଇ ଘଣ୍ଟାଏ ଭିତରେ ଗଡ଼ରେ ଯାଇ ପହଞ୍ଚି ଗଲା ।

ଗନ୍ତବ୍ଯସ୍ଥଳରେ ପହଞ୍ଚି ଗଲାରୁ ଲୋକଟି ଶଗଡରୁ ଓଲ୍ଲେଇପଡି ଶଗଡିଆକୁ କହିଲା "ଭାଇ କ୍ଷମା କରିଦେବେ ରାସ୍ତାରେ ସେଇ ପଥର ମୁଁ ହିଁ ରଖିଥିଲି ।

ଶଗଡିଆ ଆଶ୍ଚର୍ଯ୍ୟ ଚକିତ ହୋଇ ଲୋକଟିକୁ ପଚାରିଲା
...କିହୋ ମୁଁ ଏତେ ଗାଳୀ କଲି ତୁମେ ବାରଣ ସୁଦ୍ଧା କଲ ନାହିଁ ଆଉ ଏ ରାସ୍ତାରେ ପଥର ରଖି କାହିଁକି ଗଛ ମୂଳେ ଶୋଇଥିଲ ଯେ ?...

ଲୋକଟି ଅଳ୍ପ ହସି ଶଗଡିଆ କୁ ଯଵାବ ଦେଲା

"ଭାଇ ଏଇ ଦିପହରିଆ ଖରାରେ କେହି ଏ ବଣବୁଦା ଯାଗାରେ ଗାଡି ରଖିବେ ନାହିଁ ।
ଏଣେ ଖରା ଯୋଗୁଁ ଆଉ ଆଗକୁ ଯାଇ ପାରିଲି ନାହିଁ । ଏଣୁ ଏଇଠି ରାସ୍ତା କଡରେ ପଡିଥିବା ପଥରକୁ ରାସ୍ତା ମଝିରେ ରଖିଥିଲି । ରାସ୍ତାରେ ଯେ କେହି ଗାଡିବାଲା ଗଲେ ଏଠାରୁ ପଥର ଉଠେଇବ ହିଁ ଉଠେଇବ କାରଣ ଏଠି ଅନ୍ଯ ରାସ୍ତା ନାହିଁ । ଆଉ ରହିଲା ଅପମାନ କଥା
ଭାଇ ଯଦି ମୁଁ ତୁମ ଗାଳୀକୁ ଦିହକୁ ନେଇଯାଇ ଶତୃତା କରିନେଇଥାନ୍ତି ତାହାଲେ କଣ୍ ଆପଣ ମୋତେ ଗଡ଼ରେ ଆଣି ଛାଡ଼ିଥାଅନ୍ତେ !!!!!!!"
ଲୋକଟି କଥା ଶୁଣି ଶଗଡିଆ ନିଜ ମୂର୍ଖତା ଯୋଗୁଁ ବହେ ହସିଲା.....

(ସଂସ୍କୃତ ଜହ୍ନମାମୁ ଡିସେମ୍ବର:-୧୯୯୫ ର ଓଡ଼ିଆ ଅନୁବାଦ )

•••••ଗାଈ ଦେଇଛି ବିଶ୍ବକୁ ମାତା ଶବ୍ଦ•••••

ଗାଈ ମଣିଷକୁ ମାତା ଶବ୍ଦ ଦେଲା ଆଜି ମଣିଷ ଗାଈ ପାଳିବା କଥା ଛାଡନ୍ତୁ ତାକୁ ମାଆ କହିବାକୁ ମଧ୍ଯ ଲାଜକରେ......
ମା ଧାତୁର ଏକ ଅର୍ଥ ଶବ୍ଦ କରିବା...
ପୃଥିବୀରେ କେବଳ ଗାଈ ହିଁ ମା ଭଳି ଶବ୍ଦକରେ ତାହାକୁ ହମ୍ବାରଡି କୁହାଯାଏ ....
ଭାରତ ସଂସ୍କୃତି ର ଆଦ୍ଯ ମଞ୍ଚସ୍ଥଳୀ..
ଭାରତୀୟ ମାନେ ସର୍ବ ପ୍ରଥମେ ଗୋପାଳନ କରିଥିବା ଆଜି ପାଶ୍ଚାତ୍ୟ ପଣ୍ଡିତ ମଧ୍ଯ ମାନନ୍ତି ।
ଭାରତୀୟ ମାନେ ଗୋପାଳନ କରି ଗାଈକୁ ପ୍ରଥମେ ମା କହୁଥିଲେ
ଏହି ଶବ୍ଦ ଆଜି ବିଶ୍ବର ୯୦% ଭାଷାରେ ପ୍ରଚଳିତ ....
ଭାରତୀୟଙ୍କ ଠାରୁ ପ୍ରେରିତ ହୋଇ ଏକଦା ସମସ୍ତ ବିଶ୍ବ ଗୋପାଳନ କରୁଥିଲା ।
ସେତେବେଳେ ଗାଈ ଥିଲା ପୃଥିବୀବାସୀ ମାନବ ମାନଙ୍କର ଅନ୍ଯତମ ମାତା
କିଛି ଲୋକ ମୋର ଏ କଥାକୁ ଖଣ୍ଡନ କରିବେ !!!!!
କହିବେ କଣ୍ ପ୍ରମାଣ ଅଛି ତୁମ ପାଖରେ
ସେଭଳି ଲୋକମାନଙ୍କୁ ମୋର ପ୍ରଶ୍ନ

ଭାରତରେ ସର୍ବପ୍ରାଚୀନ ସଭ୍ଯତା ଗଢିଉଠିଥିବା କଥା ଭୂଲ ?
ମା ଧାତୁ ଶବ୍ଦର ଗୋଟିଏ ଅର୍ଥ ଯେ ଶବ୍ଦ କରିବା ତାହା କଣ୍ ଭୂଲ ?
ଗାଈ ଏବଂ ମହିଷ ମୂଳତଃ ଦକ୍ଷିଣ ଏସିଆରେ ବିବର୍ତ୍ତନବାଦରୁ ସୃଷ୍ଟହୋଇଥିଲେ ତାହା କଣ୍ ଭୂଲ ?

ଯଦି ଭାରତରେ ସର୍ବପ୍ରାଚୀନ ମାନବ ସଭ୍ଯତା ଗଢ଼ି ଉଠିଥିଲା ତାହେଲେ ଏଠାରେ ସର୍ବପ୍ରଥମେ ମଣିଷ ମାନେ ବନ୍ୟପଶୁଙ୍କୁ ଆୟତ୍ତ କରି ଗୃହପାଳିତ କରିଥିବେ ।
ଭାରତରେ ପ୍ରାୟ 10000 ବର୍ଷ ତଳେ ଗୋପାଳନ ହେଉଥିବାର  ପ୍ରମାଣ ମିଳେ ....

ଭାରତ ଯେ ବିଶ୍ବଗୁରୁ ଏକଥା କଣ୍ ଭୂଲ ?

ସାରା ବିଶ୍ବରେ ଯେତେବେଳେ ଗୋଟିଏ ଶବ୍ଦ ପ୍ରାଚୀନ କାଳରୁ ମାତା ପାଇଁ ପ୍ରଚଳିତ ଥିଲା ଏବଂ ଆଜି ବି ଅଛି
କେଡେ ଗର୍ବର କଥା ଇଏ ....

ଛେଳି ମେଁ ମେଁ କରେ ମାଁ ତ କେବଳ ଗାଈ ହିଁ ଉଚ୍ଚାରଣ କରିଥାଏ ।

ଆଉ କେହି ଜୀବ ଅଛି କି ଯିଏ ମାଆ ମାଆ ଭଳି ଶବ୍ଦ କରେ ?

ମୋ କଥା ବିଶ୍ବାସ ହେଉନଥିଲେ
ନିମ୍ନରେ ପୃଥିବୀର କେତେକ ପ୍ରଶିଦ୍ଧ ଭାଷାରେ ମାଆ,ମାତା,ମା ଶବ୍ଦ ସହ ସାମାଜସ୍ୟ ଶବ୍ଦ ଗୁଡିକୁ ଦେଖି ନିଅନ୍ତୁ......

Afrikaans-------- Moeder, Ma
Albanian---------- Nënë, Mëmë
Arabic--------------- Ahm
Aragones --------Mai
Asturian----------- Ma
Basque ------------Ama
Belarusan--------- Matka
Bergamasco ----MÃ der
Bolognese--------- Mèder
Bosnian ------------Majka
Brazilian Portuguese -------Mäe
Bresciano ---------Madér
Breton---------------- Mamm
Bulgarian----------- Majka
Byelorussian -----Macii
Calabrese------------ Matre, Mamma
Cambodian (Khmer)------ Mæ, Madai,
                           --------------Mákare
Croatian ------------------Mati, Majka
Czech---------Matka, Mama, maminka

Danish .........Mor
Dutch ..........Moeder, Moer
Dzorat.........âi Mére
English .......Mother, Mama, Mom
Estonian....... Ema
Faeroese .....Móðir
Flemish .......Moeder
French .........Mère, Maman
Frisian.......... Emo, Emä,
Furlan ..........Mari
German ........Mutter
Greek.............. MÃ na
Griko ...........Salentino, Mána
Hawaiian .........Makuahine
Hindi - ............Ma, Maji
Icelandic........... Móðir
Irish ..................Máthair
Italian ...............Madre, Mamma
Judeo Spanish ........Madre
Kannada ......Amma
Ladino.......... Uma
Latin ............Mater
Leonese ........Mai
Ligurian....... Maire
Limburgian...... Moder, Mojer, Mam
Lingala .........Mama
Lithuanian......... Motina
Lombardo Occidentale ......Madar
Macedonian .........Majka
Maltese ..........Omm
Mantuan ..........Madar
MudnÃ...... Medra, mama
Neapolitan  .....Mamma
Norwegian .....Madre
Odia------maa,mata,bou
Occitan ......Maire
Old Greek ......Mytyr
Parmigiano....... Mädra
Persian .......Madr, Maman
Piemontese ......Mare
Polish .......Matka, Mama
Portuguese ...... Mãe
Punjabi ......Mai, Mataji, Pabo
Quechua . .  Mama
Rapanui......... Matu'a Vahine
Reggiano.....    Mèdra
Romagnolo........ Mèder
Romanian ........Mama, Maica
Romansh .......Mamma
Russian ........Mat'
Saami...... Eadni
Sardinian (Limba Sarda Unificada) Mama
Sardinian Campidanesu..... mamai
Sardinian Logudoresu ........Madre, Mamma
Serbian........ Majka
Shona ........Amai
Sicilian .......Matri
Slovak......... Mama, Matka
Slovenian........ Máti
Spanish ......Madre, Mamá, Mami
Swahili .......Mama, Mzazi, Mzaa
Swedish .....Mamma, Mor, Morsa
Swiss German.......... Mueter
Telegu.......... Amma
Triestino ........Mare
Ukrainian .......Mati
Urdu.............. Ammee
Valencian .......Mare
Venetian......... Mare
Viestano......... Mamm'
Vietnamese....... me
Wallon .......Mére
Welsh....... Mam
Yiddish ......Muter
Zeneize ........MoÃ
Zulu.........

ଦି ଧାଡିଆ କବିତା 1

ଯା'ର ମନର ନିଶା
                     କଲମଚାଳନା
ଯେ ଆଙ୍କିପାରେ
                  ଶବ୍ଦରେ କଳ୍ପନା
ସେ ସମୟ ପାଇଲେ
                      କିଛି ଲେଖେ
ବିଶ୍ବକୁ ନୟନେ
                 ଯେମିତି ଦେଖେ

Friday, June 2, 2017

ଅନାମ

ଆମର ଥରେ ଏକ ଅଣ୍ଡିର ବାଛୁରୀ ହୋଇଥିଲା ତା ନାମ ଅନାମ ରଖାଯାଇଥିଲା ।
ଆମ ଘର ପାଖରେ ଜଣେ ଅନାମ ଭାଇ ରୁହନ୍ତି  ....
ତାଙ୍କ ଉପର କିଲାସ ପିଲାଏ ତାଙ୍କୁ ଡାକୁଥିଲେ
ଯେତେବେଳେ ଅନାମ ଭାଇ ପ୍ରତ୍ଯୁତ୍ତର ଦେଉଥିଲେ
ତାଙ୍କ ସାଙ୍ଗ ପିଲାମାନେ ଥଟ୍ଟାରେ
କହୁଥିଲେ
ଆମେ କଣ୍ ତୋତେ ଡାକୁଥେଲୁ କି
ହେଇ ଦେଖ୍ ଦେଖ୍ ସେଇ ଯୋଉ ବାଛୁରୀ ଛୁଆ ସେଇଠି ଦୁବଘାସ ଚରୁଛି
ତା ନାଁ ବି ଅନାମ 😝😝😝😝

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...