Sunday, September 29, 2019

⛵ପଝାରି ― ନୌଵାଣିଜ୍ଯ ସମ୍ବନ୍ଧୀୟ ନିଆରା ଓଡ଼ିଆ ଶବ୍ଦ⛵ ⛵⛵⛵⛵⛵⛵⛵⛵⛵⛵⛵⛵⛵⛵⛵⛵⛵

ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ ।

ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ

🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶
■ପୋତଯାତ୍ରୀ ଶବ୍ଦର ଅପଭ୍ରଂଶ ପଝାରି
🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶

ଡ଼ଙ୍ଗାରେ ଚଢ଼ି ପାର ହେଉଥିବା ଯାତ୍ରା କରୁଥିଵା ନୌକାରୋହୀ ବ୍ଯକ୍ତିଗଣଙ୍କୁ ଓଡ଼ିଆ ଭାଷାରେ ପଝାରି କୁହାଯାଏ । ସମ୍ଭଵତଃ “ପୋତ-ଯାତ୍ରୀ” ଶବ୍ଦ ସମୟ ସହ ପଝାରିରେ ପରିଵର୍ତ୍ତିତ ହୋଇଅଛି ।

ଶାସ୍ତ୍ରୀୟ ‛ପୋତ’ ଶବ୍ଦର ଅନେକ ଅର୍ଥ ରହିଛି କିନ୍ତୁ ଏହା ସର୍ଵାଧିକ ବୋଇତ ଅର୍ଥରେ ହିଁ ଵ୍ଯଵହୃତ ହୋଇଥାଏ ।

ବୋଧହୁଏ ପୋତ ଶବ୍ଦରୁ କାଳକ୍ରମେ କେଵଳ ‛ପ’ ରହିଯାଇଥିଵା ଵେଳେ ଯାତ୍ରୀ ଶବ୍ଦରୁ ଅଵର୍ଗ୍ଯ ‛ଯ’
ଵର୍ଗ୍ଯ ‛ଜ’ ହୋଇ ମହାପ୍ରାଣ ‛ଝ’ ରେ ପରିବୃତ ହୋଇଛି ଏଵଂ ‛ତ’ ଵର୍ଣ୍ଣ ଲୁପ୍ତ ହୋଇ କେଵଳ ରି ରହିଯାଇଛି ।

ପୋତଯାତ୍ରୀ>ପୋଯାତ୍ରୀ>ପୋଜାରି>ପଝାରି

ତେଵେ ଏହା କେଵଳ କଳିଙ୍ଗ ଦେଶରେ ହୋଇଛି କାରଣ କାଳିଙ୍ଗୀ ଲୋକେ ସହସ୍ରାଧିକ ଵର୍ଷ ପୂର୍ଵରୁ ନୌଯାତ୍ରା କରିଆସୁଛନ୍ତି । ଭାରତୀୟଙ୍କ ମଧ୍ୟରେ ସର୍ଵାଧିକ ସାହସିକ ଜାତି ଭାଵେ ତେଣୁ କଳିଙ୍ଗ ଦେଶୀୟ ଲୋକଙ୍କୁ ଗଣନା କରାଯାଏ ।

⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓
■ପାଣିଯାତ୍ରୀ କିଂଵା ପୟଯାତ୍ରୀରୁ ପଝାରି ଶବ୍ଦ ସୃଷ୍ଟ
⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓

ପାଣି ଯାତ୍ରୀରୁ ମଧ୍ୟ ଏ ଶବ୍ଦ ଆସିଥାଇପାରେ । ଓଡ଼ିଶାରେ ଲୋକେ water ପାଇଁ ନୀର,ବାରୀ,ଜଳ ଆଦି ଶବ୍ଦ ଅପେକ୍ଷା ‛ପାଣି’ ଶବ୍ଦର ବହୁଳ ଵ୍ଯଵହାର କରନ୍ତି । ସଂସ୍କୃତରେ ମଧ୍ୟ ‛ପୟ’ ଶବ୍ଦ ପାଣି ଅର୍ଥରେ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ପାଣି ଵା ପୟରେ ଯାତ୍ରା କରୁଥିଵା ଲୋକଙ୍କୁ ପାଣିଯାତ୍ରୀ ଵା ପୟଯାତ୍ରୀ କୁହାଯାଉଥିଲା ଯାହା କାଳକ୍ରମେ ବଦଳିଯାଇ ପଝାରି ହୋଇଅଛି ।

ପାଣି ଵା ପୟ ଶବ୍ଦରୁ କେଵଳ ‛ପ’ ରହିଯାଇଥିଵା
ଦୁଇଟି ଶବ୍ଦ ଏଵେ ବି ଗଡ଼ଜାତରେ ଚଳୁଅଛି ଯାହା ଏ ମତକୁ ଆହୁରି ସୁଦୃଢ କରେ । ସେଇ ଦୁଇଗୋଟି ଶବ୍ଦ ହେଲା ―
୧)ପଝରିବା―ତରଳିଯିଵା(ଗଡ଼ଜାତ
ଏ ଶବ୍ଦରେ ସମ୍ଭଵତଃ ପ=ପାଣି
ଏଵଂ ଝରିଵା ଶବ୍ଦ ଵସ୍ତୁର ତରଳ ଅଵସ୍ଥା ଆଡ଼କୁ ଇଙ୍ଗିତ କରୁଅଛି ।
୨)ପଝ’ରେନ୍―ପାଣି ସର୍ଵଦା ଗଳିଵା(ସମ୍ବଲପୁରୀ)
ଏ ଶବ୍ଦ ‛ପାଣି ଝରିଵା’ କ୍ରିୟା କୁ ସ୍ପଷ୍ଟ ପ୍ରକାଶ କରୁଛି ।

ତେଵେ ଏତଦ୍ବ୍ୟତୀତ ଅନୁଗୋଳର କଥିତ ଓଡ଼ିଆ ଭାଷାରେ ପଝାରି ଶବ୍ଦ ସହ  ସମସାଦୃଶ୍ଯ ‛ପଝାର’ ବୋଲି ଆଉ ଗୋଟିଏ ଶବ୍ଦ ବି ରହିଛି  ଏଵଂ ଏହାର ଅର୍ଥ ସୁନା । ସେଇଭଳି ଅନୁଗୋଳରେ ଗାଈଙ୍କ ପାକୁଳି କରିଵା କ୍ରିୟାକୁ ପଝାକରିଵା କୁହାଯାଏ ଯାହା ଢେଙ୍କାନାଳରେ ‛ଚଭା କରିଵା’ ଭାଵେ ପ୍ରଚଳିତ ।

🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️
■ବୋଇତଯାତ୍ରୀରୁ ବଝାରି ଶବ୍ଦ ସୃଷ୍ଟି ସମ୍ଭଵ
🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️

ଆମେ ସମସ୍ତେ ଜାଣନ୍ତି ଯେ ଆଗେ କଳିଙ୍ଗୀମାନେ
ଜାହାଜ ଭଳି ଵୈଦେଶିକ ଓ ପୋତ ପରି ସଂସ୍କୃତନିଷ୍ଠ ଶବ୍ଦ ଅପେକ୍ଷା boat ଅର୍ଥରେ ବୋଇତ ଶବ୍ଦର ବହୁଳ ଵ୍ଯଵହାର କରୁଥିଲେ । ସାଧଵପୁଅ ନୌଵାଣିଜ୍ଯ କରୁଥିଲେ ଓ ଅନ୍ଵେଷଣକାରୀ କଳିଙ୍ଗୀଲୋକେ ଜଳଯାତ୍ରା କରି ସାଗରପାରି ନୂଆ ନୂଆ ଭୂଭାଗରେ ନଵ ସଭ୍ଯତା ସ୍ଥାପନ କରୁଥିଲେ । ସେତେଵେଳେ ଏହି ବୋଇତ ଶବ୍ଦ ଏତେ ଲୋକପ୍ରିୟ ଥିଲା ଯେ
କଵି ଜୟଦେଵ ଏ ଶବ୍ଦକୁ ସଂସ୍କୃତନିଷ୍ଠ କରି ବହିତ୍ର ଭାଵେ ଵ୍ଯଵହାର କରିଥିଲେ ଏଵଂ ଏ ଶବ୍ଦ ଭାଷା ଇଣ୍ଡୋନେସିଆରେ ସୁଦ୍ଧା ଵ୍ଯଵହାର ହେଉଥିଵାର ପ୍ରମାଣ ରହିଛି । ତେଣୁ ସମ୍ଭଵତଃ ପୋତ ନୁହେଁ ଵରଂ ବୋଇତ ଶବ୍ଦରୁ ପଝାରି ଶବ୍ଦ ଅପଭ୍ରଂଶ ହୋଇଥାଇପାରେ। ଵର୍ଗ୍ଯ ‛ବ’ ଵର୍ଣ୍ଣ ଟି ପଵର୍ଗରେ ଥିଵାରୁ ସ୍ଥଳଵିଶେଷରେ ପ,ଫ,ଭ ଏଵଂ ମ ରେ ରୂପାନ୍ତରିତ ହୋଇଥାଏ । ଏହି ସାଧାରଣ ଵର୍ଣ୍ଣଧର୍ମକୁ ଅନୁକରଣ କରି ବହୁତ ସମ୍ଭଵ ବୋଇତଯାତ୍ରୀରୁ
ବୋଯାତ୍ରୀ ହୋଇ ଶେଷକୁ ପଝାରି ହୋଇଥାଇପାରେ ।

●●●●●●●
●●●●●
●●●
●●

ତେଵେ ଓଡ଼ିଆ ଭାଷାରେ ‛ପଝାରି’ ଶବ୍ଦ ଵ୍ଯଵହାରର ଅନେକ ଉଦାହରଣ ରହିଛି ।
ନନ୍ଦକିଶୋର ବଳ ତାଙ୍କ ‛ନିର୍ଝରିଣୀ’ ରେ ଏ ଶବ୍ଦର ଵ୍ଯଵହାର କରି ପଦେ ଲେଖିଛନ୍ତି―

“ପାହାଡ଼ିଆ ରାଗ ଛାଡ଼ି
ନାଉରିଆ କରୁଛି “ପଝାରି” ପାରି।”

ସେଇଭଳି ‛ଛ ମାଣ ଆଠଗୁଣ୍ଠ’ରେ
ଫକୀରମୋହନ ସେନାପତି ଏ ଶବ୍ଦର ଵ୍ଯଵହାର
କରିଥିଵା ଦୃଷ୍ଟିଗୋଚର ହୁଏ
ଯଥା―
“ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହାଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହିବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ । କିଛିଦିନ ଉତ୍ତାରେ ଜଣେ “ପଝାରି” ଅବଧାନକୁ ପଢ଼ାଇବାରେ ସେ ଖଣ୍ତେ ପତ୍ରରୁ ଏହିପରି ପଢ଼ିଲେ...”

ଆପଣଙ୍କ ଅଞ୍ଚଳରେ ଏ ଶବ୍ଦ ଆଜି ବି ଚଳୁଛି କି ?
ଓଡ଼ିଆ ସାହିତ୍ୟରେ ଏ ଶବ୍ଦର ଅନ୍ଯ କେଉଁଠି ଵ୍ଯଵହାର ହୋଇଥିଲେ ଜଣେଇଵାକୁ ଵିଶେଷ ଅନୁରୋଧ ରହିଲା।

©ଶିଶିର ସାହୁ ମନୋଜ

Friday, September 27, 2019

ଠକାର କଳି~ଲୋକ ଦେଖାଣିଆ କଳି

ଭିତରେ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାଵ ଥାଇ ଯେଉଁ ଲୋକ ଦେଖାଣିଆ କଳିଗୋଳ ଲାଗନ୍ତି ସେଇ ପ୍ରକାରର କଳି ଝଗଡ଼ାକୁ ଠକାର କଳି କୁହନ୍ତି । ଆମ୍ଭ ଦେଶରେ ଅତି ବୁଦ୍ଧିଆ ଲୋକଙ୍କ ଠାରୁ ଵିଧାନସଭା ଓ ସଂସଦଭଵନର ନେତା ଯାଏଁ ଏଭଳି ଅସଂଖ୍ୟ ଲୋକ ଅଛନ୍ତି ଯେଉଁମାନେ ଦାଣ୍ଡରେ ବାଟରେ ଘାଟରେ ହାଟରେ କେଵଳ ସ୍ଵାର୍ଥ ଲାଭ ହେତୁକ ପାରମ୍ପରିକ କଳି କରନ୍ତି ପୁଣି ଯା ସହ କଳି କରିଥାନ୍ତି ରାତ୍ରୀକାଳୀନ ଗୁପ୍ତରେ ମଦ୍ୟପାନ ଠାରୁ ଆରମ୍ଭ କରି ଭୁରି ଭୋଜନ ସବୁ କରିପାରନ୍ତି ।

ଏଭଳି ଲୋକଙ୍କ ପାଇଁ ଆମ ଭାଷାରେ ଅନେକ ଢଗଢମାଳି ଚଳୁଅଛି
ଯଥା —
✓ଶାଶୁ ବୋହୁଙ୍କର ଠକାର କଳି
                    ଚକୁଳି ଖାଆନ୍ତି କବାଟ କିଳି।
✓ଭିତରେ ଭିତରେ ସଲା ସୁତରା
                      ଲୋକ ଦେଖାଣିଆ କଳି । 

ଠକାର ଶବ୍ଦଟି ଏକ ଭାରତୀୟ ଦେଶଜ ଏଵଂ ଏହାର ନାନା ଅର୍ଥ ରହିଛି
ଯଥା-----
              ~~~ଦେ.ଵିଶେଷ୍ଯ~~~

✓ଠାରଠୁର; ସଙ୍କେତ(ଠକାର କରିଵା=ଠାରିଵା)
✓ଠକପଣ; ଠକାମୀ
✓କପଟ; ଛଳ
✓ଗୋପନୀୟ ପରାମର୍ଶ(ଠକାରିଵା=ପରମାର୍ଶ ଦେଵା)

             ~~~ଦେ.ଵିଶେଷଣ~~~
✓‘ଠ’ ପରି ଆକାର ଯାହାର; ପୂର୍ଣ୍ଣ ଗୋଲ

“ଠକାର କଳି” କ୍ଷେତ୍ରରେ ‘ଠକାର’ ଶବ୍ଦର ଛଳ କପଟ ଓ ଠକପଣ ଅର୍ଥ ପ୍ରକାଶ ପାଇଥାଏ । କପଟ ଅଚରଣ ପୁର୍ଵକ ସାଧାରଣ ଜନତାଙ୍କ ଠାରୁ ନେତାମାନଙ୍କ ଯାଏଁ ଆମ ସମାଜରେ ଏମିତି ଅନେକ ଲୋକ ଦିଶିଯାଆନ୍ତି ଯେଉଁମାନେ ପରସ୍ପରରେ କପଟ କଳି କରି ପ୍ରକୃତ ସମସ୍ଯାରୁ ଲୋକଙ୍କ ଧ୍ଯାନ ହଟେଇଵାକୁ ଚେଷ୍ଟା କରିଥାନ୍ତି ।

© ଶିଶିର ସାହୁ ମନୋଜ

Wednesday, September 25, 2019

ଭୁଜଙ୍ଗ;ସର୍ପର ଅନ୍ଯତମ ନାମ

ଭୁଜଙ୍ଗ ଶବ୍ଦକୁ ନେଇ ଵିଭିନ୍ନ ଜାତୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଭ୍ରମ ଧାରଣା ପ୍ରଚଳିତ । ହିନ୍ଦୀଭାଷୀ ତାଙ୍କ ଭାଷା ଅନୁସାରେ ଏ ଶବ୍ଦର ଵ୍ଯାଖ୍ଯା କରନ୍ତି
ଯଥା—

ଭୂ=ଭୂମିରେ
ଜ=ଯଃ ଵା ଯେ ;ହିନ୍ଦୀଭାଷୀ ଯେହେତୁ  ‘ଜୋ’ କୁହନ୍ତି
ଗ=ଗମନ କରିଵା

ଅର୍ଥାତ୍
“ ଭୂମିରେ ଯେ ଗମନ କରେ ସେ ଭୂଜଙ୍ଗ ଵା ଭୁଜଙ୍ଗ ।”

ତେଵେ ଆମ ଓଡ଼ିଶାର କିଛି ପଣ୍ଡିତଙ୍କୁ ଜଣା ଯେ ଭୁଜଙ୍ଗ ଶବ୍ଦରେ ‘ଭୂ’ ନୁହେଁ ଵରଂ ‘ଭୁଜ’ ଶବ୍ଦ ରହିଛି କିନ୍ତୁ ସେମାନେ ଭ୍ରମଵଶତଃ ଏଠାରେ ହସ୍ତାର୍ଥେ  ଭୁଜ ଶବ୍ଦ ଵ୍ଯଵହୃତ ହୋଇଛି ବୋଲି ଭାଵିନିଅନ୍ତି  ଏଵଂ ଏ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ କୁହନ୍ତି ଯେ
“ଭୁଜ ଵା ହାତ ସାହାଯ୍ଯରେ ଗମନ କରେ ସେ ଭୁଜଙ୍ଗ”

କିନ୍ତୁ ଏ ମତ  ଏଥିପାଇଁ ଗ୍ରହଣୀୟ ନୁହେଁ ଯେ
ସର୍ପର ତ ହସ୍ତ ହିଁ ନାହିଁ...

ଭୁଜଙ୍ଗ ଶବ୍ଦର ନିରୁକ୍ତି ମଧ୍ୟରେ ଏ ଶବ୍ଦ ଵିଷୟରେ ଯାହା କିଛି ତଥ୍ଯ ରହିଛି ଚାଲନ୍ତୁ ସେ ସବୁ ଏଠାରେ ଆଲୋଚନା କରିଵା । 

ଭୁଜଙ୍ଗ,ଭୁଜଗୀ, ଭୁଜଙ୍ଗୀ, ଭୁଜଙ୍ଗମୀ ଇତ୍ୟାଦି ଏ ଶବ୍ଦର ଵିଭିନ୍ନ ରୂପ ରହିଛି ।  ଏ ସମସ୍ତ ଶବ୍ଦକୁ ଭୁଜ ଓ ଗମ୍ ଧାତୁର ନିରୁକ୍ତି ପ୍ରତ୍ଯୟ ଦ୍ଵାରା ନିର୍ଣ୍ଣୟ କରାଯାଇଛି ।  

ଭୁଜଙ୍ଗ ଶବ୍ଦର ନିରୁକ୍ତି =
ଭୁଜ+ଗମ୍ ଧାତୁ+କର୍ତ୍ତୃ. ଅ => ଭୁଜଙ୍ଗ ।

ଭୁଜଙ୍ଗ ଶବ୍ଦରେ ଥିଵା ଭୁଜ ଶବ୍ଦର ନାନା ଅର୍ଥ ରହିଛି
ଯଥା—
{ଵିଶେଷ୍ଯ}
୧)ବକ୍ରାକୃତି
୨)ସମସ୍ତ ହସ୍ତ ; ବାହୁ
୩)କ୍ଷେତ୍ରର ବାହୁ; କ୍ଷେତ୍ରର ସୀମା ରେଖା
୪)ସର୍ପର କୁଣ୍ଡଳ
୫)ହାତୀର ଶୁଣ୍ଢ
୬)ବାଙ୍କ
୭)ବୃକ୍ଷ ଶାଖା
୮)ତ୍ରିଭୂଜର ଭୁମି
୯)ଛାୟାର ଭୁମି(ଜ୍ଯୋତିଷ ଶାସ୍ତ୍ର)

ଏଵଂ ଭୁଜ ଶବ୍ଦର ଵିଶେଷଣ ଅର୍ଥ ବଙ୍କୁଆ

ସେଇଭଳି ଏଇ
ଭୁଜ ଶବ୍ଦକୁ ଭୁଜ୍ ଧାତୁରୁ ନିଷ୍ପନ୍ନ କରାଯାଇଛି

ଭୁଜ୍ ଧାତୁର କେତେକ ଅର୍ଥ
ଯଥା—

୧)ଖାଇବା(ଭୋଜନ)
୨)ଭୋଗ କରିବା(ଭୁକ୍ତ,ଭୋକ୍ତା,ଭୋଗ)
୩)କୁଟିଳ ହେବା (ଭୁଗ୍ନ)
୪)ନମ୍ର ହେବା
୫)ଶାସନ କରିବା
୬)ବଙ୍କାଇବା(ଭୁଜଙ୍ଗ)
୭)ଅନୁଭବ କରିବା; ସହିବା
୮)ଭାଜିଵା(ଭର୍ଜନ)

ତେଣୁ ଏଠାରେ ଭୁଜ୍ ଧାତୁର କୁଟିଳ ହେଵା ଓ ବଙ୍କେଇଵା
ଅର୍ଥ ଆଧାରରେ ନିଷ୍ପନ୍ନ ଭୁଜଶବ୍ଦକୁ ଵ୍ଯଵହାର କରି ତାହାର
ଗମ୍ ଧାତୁ ଶହ କୃଦନ୍ତ ପ୍ରତ୍ଯୟ ଦ୍ଵାରା ଭୁଜଙ୍ଗ ଶବ୍ଦଟି ସୃଷ୍ଟି ହୋଇଛି । ଏଣୁ ଯେଉଁ ଜୀଵ ବକ୍ର ଗତି ପ୍ରାୟ ଗମନ କରେ ସେ ଭୁଜଙ୍ଗ ବୋଲାଏ ଏଵଂ ସମସ୍ତ ଜୀଵଙ୍କ ମଧ୍ଯରେ ସର୍ପ ତାହାର ବକ୍ରଗତି ଯୋଗୁଁ ସର୍ଵାଧିକ ଲୋକପ୍ରିୟ ଅଟଇ

Thursday, September 19, 2019

ଅହିଅ―ଏକ ଶବ୍ଦର କାହାଣୀ

ଅହିଅ’ ଶବ୍ଦଟି ଓଡ଼ିଶାରେ ‛ସଧଵା’ ଶବ୍ଦର ଏକ ପ୍ରତିଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ । ଏ ଓଡ଼ିଆ ଶବ୍ଦଟି ସଂସ୍କୃତର  ‛ଅଭିଵାଦ୍ଯ’ ସହିତ ସମଦ୍ଧୃତ ହୋଇଥାଇପାରେ । ‛ଅଭିଵାଦ୍ଯ’ର ଅର୍ଥ
ସଧବା ଯୋଗୁଁ ବନ୍ଦନୀୟା । ଏ ଶବ୍ଦର ପ୍ରାକୃତ ସମଦ୍ଧୃତ ରୂପ ହେଉଛି ‛ଅହିବାଦ୍’ ଓ ‛ଅହିବଦ୍’  ।

ସେଇଭଳି ଶାସ୍ତ୍ରୀୟ ‛ଅଭିବନ୍ଦ୍ଯା’ ଶବ୍ଦର ଅର୍ଥ ପ୍ରଶଂସନୀୟା ସଧଵା ସ୍ତ୍ରୀ । ‛ଅହିଅ’ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ରୂପରେ ଚଳୁଅଛି । ପୂର୍ଵାଞ୍ଚଳରେ ଏ ଶବ୍ଦ ‛ଐହ’ , ‛ଅହ୍ଯ’ ,‛ଅହି’ ଓ ଅଇ’ ଆଦି ରୂପ ଧାରଣ କରିଥିଵା ଵେଳେ ପଶ୍ଚିମାଞ୍ଚଳରେ ‛ଉହତି’ ହୋଇ ଚଳୁଅଛି । ମୈଥିଳୀ ଭାଷାରେ ‛ଅହିବାତ’ ଓ ‛ଅହିବାତୀ’ ଆଦି ଦୁଇଗୋଟି ଶବ୍ଦ ଚଳୁଅଛି ତନ୍ମଧ୍ୟରୁ ‛ଅହିବାତ’ର ଅର୍ଥ ପତି ଜୀଵିତ ରହିଵା ରୂପ ସୌଭାଗ୍ୟ ଏଵଂ ‛ଅହିଵାତୀ’ର ଅର୍ଥ ସୌଭାଗ୍ଯଶାଳୀ ସଧଵା ନାରୀ । 

ପୂର୍ଵକାଳରେ ଯେଉଁ ନାରୀ ପତିଵ୍ରତା ହେଉଥିଲେ ପର ପୁରୁଷ ପ୍ରତି ଆକର୍ଷିତ ହେଉନଥିଲେ ସେମାନେ ସେମାନଙ୍କ ସଂସ୍କାର ହେତୁ ପ୍ରଶଂସନୀୟା ବୋଲି ଅଭିହିତ ହୋଇଛନ୍ତି ଏଵଂ ଏଇଠାରୁ ଏ ଶବ୍ଦର ଵ୍ଯଵହାର ଆରମ୍ଭ ହୋଇ ନାନା ରୂପ ଧାରଣ କରିଛି । ଆଗେ
ସେଭଳି ପ୍ରତିଵ୍ରତା ସଧଵା ସ୍ତ୍ରୀ ପ୍ରାଣତ୍ୟାଗ କଲେ ତାଙ୍କର ଶଵ ସତ୍କାରାର୍ଥ ଘରୁ ଶ୍ମଶାନକୁ ନେଲାଵେଳେ ଶ୍ମଶାନଯାଏଁ ଗୋଟିଏ ନାଗରା ବାଜିଵାର ଵିଧି ଥିଲା । ସେହି ଵିଶେଷ ଵାଦ୍ଯକୁ ଅହିଅ ବାଇଦ,ଅହିଅ ଟମକ,ଅହିଅ ଢେଙ୍ଗୁରା ଓ ଅହିଅ ନାଗରା ଆଦି କୁହାଯାଉଥିଲା । ଆଜି ବି ଦକ୍ଷିଣ ଭାରତରେ ଏ ସଂସ୍କୃତି ଊଣା ଅଧିକେ ବଞ୍ଚି ରହିଛି । ଲୋକଵିଶ୍ଵାସ ରହିଛି ଯେ ସଧଵାନାରୀ ସ୍ଵପତି ଜୀବଦ୍ଦଶାରେ ପ୍ରାତ ତ୍ଯାଗିଲେ ଵୈକୁଣ୍ଠର ଅହିଅମଣ୍ଡଳ ଲୋକରେ ପରମଗତି ପ୍ରାପ୍ତ ହୁଅନ୍ତି ।

ସେଇଭଳି ଯଦି କୌଣସି ସଧଵା ନାରୀର ଅପମୃତ୍ଯୁ ଘଟି ତା ଆତ୍ମା ଅତୃପ୍ତ ହୋଇଯାଏ ତେଵେ ସେ  ‛ଶଙ୍ଖିନୀ’ ନାମ୍ନୀ ପ୍ରେତାତ୍ମା ହେଵାର ଲୋକ ଵିଶ୍ଵାସ ମଧ୍ୟ ପ୍ରଚଳିତ । କୁହାଯାଏ ଏମାନେ ରାତ୍ରରେ ନିର୍ଜନ ପ୍ରାନ୍ତର ଓ ବୃକ୍ଷତଳେ ଶୋଇଥିଵା ଏକାକୀ ପଥିକର ଶଙ୍ଖି ଵା ତଣ୍ଟି ଚିପି ରକ୍ତ ପିଅନ୍ତି ବୋଲି ଏମାନଙ୍କୁ ଶଙ୍ଖିନୀ ନାମ ମିଳିଅଛି । ଏହି ଉପଦେବତୀ ଶାହାଡ଼ା ଗଛରେ ବାସ କରନ୍ତି ବୋଲି ଲୋକେ ଵିଶ୍ଵାସ କରନ୍ତି ।

ସଧବା ସ୍ତ୍ରୀର ଶବ ଶ୍ମଶାନକୁ ନିଆହେଲାବେଳେ ଶବ ଆଗରେ ସ୍ବମୀ ଯେଉଁ କୁ଼ଉଡି ଓ ଖଇ ବୁଣେ ତାକୁ ‛ଅହିଅ କଉଡି଼’ ଓ ଖଇ କୁହାଯାଏ ।

ଆଗେ ସଧବା ସ୍ତ୍ରୀର ଚିହ୍ନସ୍ବରୂପ ହାତର ଶଙ୍ଖା ଓ ଚୁଡି଼,ରଙ୍ଗୀନ ଶାଢ଼ୀ,ସିନ୍ତିରେ ସିନ୍ଦୂର,ମଙ୍ଗଳ ସୂତ୍ର,ହାତ ଓ ଗୋଡ଼ମୁଦି ତଥା ପାଉଁଜି ଆଦିରୁ ଜଣାଯାଉଥିଲା । ଵର୍ତ୍ତମାନ ଯୁଗରେ ଭାରତୀୟ ନଗରାଦିରେ ଏସବୁର ପ୍ରଚଳନ ଅନେକାଂଶରେ ହ୍ରାସ ପାଇଥିଵା ହେତୁରୁ କିଏ ଵିଵାହିତା କିଏ ଵିଧଵା ଆଉ କିଏ କୁମାରୀ ତାହା ଜଣାପଡେ଼ ନାହିଁ । ଆଗୈ କିନ୍ତୁ ସଧଵା ନାରୀ ନିଷ୍ଠାପର ଭାଵେ ହେଉ କି
ଵାଧ୍ଯଵାଧକତାରେ ସମସ୍ତ ସାମାଜିକ ନିୟମ ପାଳୁଥିଲେ । ଆଜକୁ ମାତ୍ର ଶହେ ଵର୍ଷ ତଳେ ସୁଦ୍ଧା ଏ ଦେଶର ସଧବା ଝିଅ ଶାଶୁ ଘରକୁ ଗଲାବେଳେ ହାତରେ କଜଳପାତିଟିଏ ଧରି ଘରୁ ଅନୁକୂଳ କରୁଥିଲା  କାରଣ ସେତେଵେଳେ ଏ ଦେଶରେ କଜଳ ଘେନିଵା ସଧଵାର ଲକ୍ଷଣ ଥିଲା ।

କଳିଙ୍ଗ ଦେଶର ସଧଵା ନାରୀଙ୍କର ଵିଶ୍ଵାସ ସଧଵାର ଚିହ୍ନ ଯଥା ସିନ୍ଦୂର, ଚୁଡି଼, ଶଙ୍ଖାଦି ଵିଷୟରେ ସର୍ଵାପେକ୍ଷା ଅଧିକ ଥିଲା ତେଣୁ ଏଠାରେ ଖଡ଼ୁ ଛୁଇଁ ସପଥ କରୁଥିଲେ ସ୍ତ୍ରୀଲୋକେ କାରଣ ଲୋକଵିଶ୍ଵାସ ଥିଲା ଖଡୁ଼/ଶଙ୍ଖା ଛୁଇଁ ମିଛ କହିଵା ସ୍ତ୍ରୀ ଶୀଘ୍ର ଵିଧଵା ହେଇଯାଏ । ବଡ଼ଲୋକେ ସାନ ଝିଅମାନଙ୍କୁ ଖଡ଼ୁ ବଜ୍ରହେବା ଆଦି ଆଶିର୍ଵାଦ ମଧ୍ୟ ଦେଉଥିଲେ। ହାତରୁ ଖଡ଼ୁ କାଢିଵା ଵିଧଵାର ଲକ୍ଷଣ ବୋଲି ଆମ ଦେଶର ମହିଳାମାନେ ଵିଶ୍ଵାସ କରୁଥିଲେ । ତେଣୁ ସଧବା ସ୍ତ୍ରୀର ହାତରୁ ଶଙ୍ଖା,ଖଡ଼ୁ ଓ ଚୁଡି଼ କଢାଯିଵା ଅତ୍ଯାଵଶ୍ଯକ ହେଲେ ଖଡ଼ୁ 'କାଢିବା' ରୂପ ଅମଙ୍ଗଳସୂଚକ ଶବ୍ଦ ଵ୍ଯଵହାର ନକରି ଖଡ଼ୁ 'ଶୀତଳେଇଵା' ରୂପେ କୋମଳତର ଶବ୍ଦ ଵ୍ଯଵହାର କରୁଥିଲେ ।

ଵିଵାହକାଳରେ ଅହିଅ ଵା ସଧଵା ନାରୀଙ୍କ ଦ୍ଵାରା କେତେକ ଵୈଵାହିକ କର୍ମ ସମ୍ପନ୍ନ କରାଯାଇଥାଏ ।
ସାତ ମଙ୍ଗଳା ତଥା ଅନ୍ୟ ମଙ୍ଗଳକାର୍ଯ୍ୟ ସମୟରେ ସାତ ଅହିଅ ଵା ସାତ ଜଣ ସଧଵା ନାରୀ ଲୋଡା଼ ହୋଇଥାନ୍ତି  । ଏଇଭଳି ଅହିଅ ଵା ସଧଵା ସମ୍ବନ୍ଧୀୟ ଆହୁରି ଅନେକ ଶବ୍ଦ ରହିଛି ।

ପୂର୍ଵେ ସଂସ୍କୃତ ଭାଷାରେ ପତ୍ର ଲେଖିଲାଵେଳେ 'ଅମୁକା ଦେବ୍ଯାଃ ନିବେଦନମିଦଂ'(ଅମୁକ ଦେବୀଙ୍କର ନିବେଦନ ଏହା) ଲେଖା ଯାଉଥିଲା । କ୍ରମଶଃ (ଅମୁକଙ୍କ ଶ୍ରୀଚରଣ କମଳେଷୁ, କି ମଧିକଂ ଵିଜ୍ଞଵରେଷୁ, ନିବେଦନମିତି, ସବିନୟ ନିବେଦନମିଦଂ, ପ୍ରଣତିପୁରଃସର ନିବେଦନମିଦଂ।ଆଦି ସଂସ୍କୃତ ଵାକ୍ଯ ଓ ପଦାଂଶ ପରି) ଏ ପଦ ମଧ୍ଯ ଓଡିଆଭାଷାରେ ଲେଖାହେଵା ପତ୍ରମାନଙ୍କରେ ଲେଖାଗଲା ।  ପରଵର୍ତ୍ତୀ କାଳରେ ଦଲିଲ ଆଦିରେ  ସଧଵାମାନଙ୍କର ନାମ 'ଶ୍ରୀମତ୍ଯା ଅମୁକ ଦେଵ୍ଯା' ଏବଂ ଵିଧଵାମାନଙ୍କର ନାମ 'ଶ୍ରୀମତ୍ଯା ଅମୁକା ଦିବ୍ଯା' ବୋଲି ଲେଖାଗଲା । କେତେକ ଅଞ୍ଚଳରେ ବ୍ରାହ୍ମଣୀ ସଧଵା ସ୍ତ୍ରୀମାନଙ୍କ ନାମ ପରେ 'ଦେଵୀ’ ଓ ବିଧବାମାନଙ୍କ ନାମ ପରେ 'ଦିଵ୍ଯା' ଲେଖା ଯାଉଥିଲା ।  ସେହିପରି ଶୂଦ୍ରା ସଧଵା ସ୍ତ୍ରୀମାନଙ୍କ ନାମ ପରେ 'ଦେଈ' ଓ 'ଦାସୀ' ଲେଖା ଯାଉଥିଲା ଓ ଵିଧଵା ଶୂଦ୍ରା ସ୍ତ୍ରୀମାନଙ୍କ ନାମ ପରେ 'ଦାସୀ, ଦାସ୍ଯା ଓ ବେବା' ଲେଖା ଯାଉଥିଲା । ପରେ  ବିଂଶ ଶତାବ୍ଦିର ସଂବାଦପତ୍ରମାନଙ୍କରେ କି ବ୍ରାହ୍ମଣୀ, କି ଶୁଦ୍ରା, କି ଵିଧଵା, କି ସଧଵା ସବୁ ସ୍ତ୍ରୀମାନଙ୍କ ନାମ ପରେ 'ଦେଵୀ’ ଉପାଧି ଲେଖା ଯିଵାର ଦେଖାଗଲା
ଆଉ ଆଜିକାଲି ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧୁନୁକରଣ ମଧ୍ୟରେ କର୍ପୂର ଉଡି଼ଗଲାଭଳି ଅନେକ ଚଳଣି ଉଠିଯାଇଛି ଖାଲି ରହିଯାଇଛି ଏହି ଅହିଅ ଶବ୍ଦଟି ସେଇ ପୁରୁଣା ଦିନର ପରମ୍ପରା ଵିଷୟରେ ଜଣେଇ ଦେଵାକୁ ! ହେଲେ ଦୁଃଖର ଵିଷୟ ଏଇ ଯୁଗରେ ଅହିଅ ଶବ୍ଦର ଅର୍ଥ ସୁଦ୍ଧା ଅନେକେ ଜାଣିନାହାନ୍ତି  !!!!

Tuesday, September 17, 2019

ଭାରତର ରାଷ୍ଟ୍ରଭାଷା ହେଵାକୁ କେଉଁ ଭାଷା ଯୋଗ୍ଯ ?

ସାମ୍ବିଧାନିକ ଭାଵେ ହିନ୍ଦୀ ଭାରତର ରାଷ୍ଟ୍ରଭାଷା ନୁହେଁ । ବଲିଉଡ୍, ଦୂରଦର୍ଶନ କେନ୍ଦ୍ର ଯୋଗୁଁ ନଵେ ଦଶକ ପରେ ପରେ ହିନ୍ଦୀ ଆହୁରି ଲୋକପ୍ରିୟ ହେଵାକୁ ଲାଗିଲା । ନଵେ ଦଶକ ପୂର୍ଵରୁ ଓଡ଼ିଶାର ସତୁରୀରୁ ଅଶିଭାଗ ଲୋକ ହିନ୍ଦୀ ବୁଝିପାରୁନଥିଲେ କିନ୍ତୁ ଆଜି ଏ ଭାଷା ଦ୍ଵାରା ଗାଆଁ ଠାରୁ ନଗର ବନପଥଠୁଁ ସାମାଜିକ ଡଗର ଯାଏଁ ସବୁଠିଁ ଏ ଭାଷାକୁ ବୁଝୁଥିଵା ଲୋକଙ୍କ ସଂଖ୍ୟାରେ ଅଭିବୃଦ୍ଧି ହୋଇଛି । ଏହି ପ୍ରକ୍ରିୟା ଅନ୍ଯ ଅହିନ୍ଦିଭାଷୀ ଅଞ୍ଚଳରେ ମଧ୍ଯ ଊଣା ଅଧିକେ ହୋଇଛି ।

ତେଵେ
ଭାରତର ରାଷ୍ଟ୍ରଭାଷା କେଉଁ ଭାଷା ହୋଇପାରେ ?

୧) ଯେଉଁ ଭାଷାରେ ସମସ୍ତ ଭାରତୀୟ ଭାଷାର ଶବ୍ଦ ଥିଵ ଏଵଂ ଯେଉଁ ଭାଷାର ଶବ୍ଦ ଅନ୍ଯ ଭାଷାରେ ତତ୍ସମ ଓ ତଦ୍ଭଵ ରୂପେ ଚଳୁଥିଵ ।

୨) ଯେଉଁ ଭାଷାର ଵ୍ଯାକରଣ, ଵାକ୍ୟ ଗଠନ ଓ ଧ୍ଵନି ତତ୍ତ୍ଵ ସବୁ ଭାରତୀୟ ଭାଷା ଅନୁକରଣ କରିଥିଵେ ।

୩) ଯେଉଁ ଭାଷା ଏକ ଶାସ୍ତ୍ରୀୟ ଭାଷା ହୋଇଥିଵ । ଯେଉଁ ଭାଷା ପ୍ରାଚୀନ ହୋଇଥିଵ ଓ ଵୈଜ୍ଞାନିକ ନିୟମାନୁସାରେ ପ୍ରଚଳିତ ଥିଵ ।

୪) ଯେଉଁ ଭାଷା ଅନ୍ଯ ଭାରତୀୟ ଭାଷାକୁ ପ୍ରଭାଵିତ କରି ତାହାର ମୌଳିକତା ନଷ୍ଟ କରୁନଥିଵ ।

୫) ଯେଉଁ ଭାଷାରେ ଗାଳିଗୁଲଜ କରିଲା ଭଳି ଶବ୍ଦ ନଥିଵ ।

୬) ଯେଉଁ ଭାଷାରେ ଵୈଦେଶିକ ଶବ୍ଦ ଆଦୌ ନଥିଵ କିଂଵା କୋଟିଏରେ ଗୋଟିଏ ଥିଵ ।

୭) ଯେଉଁ ଭାଷା ପ୍ରାଚୀନ ଭାରତରେ ପୂର୍ଵରୁ ରାଷ୍ଟ୍ରଭାଷା ରହିସାରିଥିଵ ।

୮) ଯେଉଁ ଭାଷା ଭାରତର ସଂଖ୍ୟା ଗରିଷ୍ଠ ଜନସମୁଦାୟ ସହିତ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ ଥିଵ ।
ଯେଉଁ ଭାଷାର ଶବ୍ଦରେ ଭାରତୀୟ ସନାତନ ସଂସ୍କୃତିର ଉପାଦାନ ଭରି ରହିଥିଵ ।

୯) ଯେଉଁ ଭାଷା ଭାରତର ସବୁ ଅଞ୍ଚଳର ଭାଷା ସଂସ୍କୃତିର ମାନକୀକରଣରେ ପ୍ରତିଷ୍ଠିତ ହୋଇଥିଵ ।

ଇତ୍ୟାଦି ଇତ୍ୟାଦି...

ଏଇ ସବୁ ଗୁଣ ଭାରତରେ ସଂସ୍କୃତ ଭାଷାରେ ରହିଛି ତେଣୁ ଯଥାର୍ଥରେ ଭାରତଵର୍ଷର ସ୍ଵାଭାଵିକ ରାଷ୍ଟ୍ରଭାଷା
ସଂସ୍କୃତ ବୋଲି ଅଧିକାଂଶ ସଂସ୍କୃତିପ୍ରେମୀ ଲୋକେ ଵିଶ୍ଵାସ କରନ୍ତି । କାଉମାନଙ୍କ ସଂଖ୍ୟା ଅଧିକ ବୋଲି ଅନ୍ଯ ପକ୍ଷୀଜାତିମାନେ ବି କାଆ କାଆ କରିଵେ ଏଭଳି ନୀତି ପ୍ରକୃତି ସାମ୍ରାଜ୍ୟରେ ସୁଦ୍ଧା ପ୍ରଚଳିତ ନାହିଁ ତେଵେ ଆମେ ସେଇ ପ୍ରକୃତିର ଶ୍ରେଷ୍ଠ ସୃଷ୍ଟି ହୋଇ ବି ଏହି ନିୟମର ଵିପରୀତ କ୍ରିୟା କାହିଁକି କରିଵା ?

କାହିଁକି ସଂସ୍କୃତ ଯୋଗ୍ଯ ?

ପ୍ରାଚୀନକାଳରେ ସଂସ୍କୃତ ହିଁ ଏ ଦେଶର ରାଷ୍ଟ୍ର ଭାଷା ଥିଲା । ଭାରତର ରାଷ୍ଟ୍ରୀୟ ସଂସ୍କୃତି ଆମ ସନାତନ ସଂସ୍କୃତିର ଅଧିକାଂଶ ଗ୍ରନ୍ଥ ସଂସ୍କୃତ ଭାଷାରେ ହିଁ ଲେଖା ଯାଇଛି । ସଂସ୍କୃତର ଶବ୍ଦ ସବୁ ଭାରତୀୟ ଭାଷାରେ ମିଳିଯାଏ । ଭାରତରେ ସିନୋ ତିଵେତ୍ତୀୟ, ଆଷ୍ଟ୍ରୋଏସିୟ ଓ ଦ୍ରାଵିଡ଼ ଭାଷାପରିଵାରର ସମସ୍ତ ଭାଷାରେ ଊଣା ଅଧିକେ ସଂସ୍କୃତ ସହ ସମ୍ପର୍କ ଥିଵା ଶବ୍ଦ ରହିଛି ।  ଵୈଦେଶିକ ଧର୍ମ ଗ୍ରହଣ କରିଥିଵା ଲୋକ ତଥା ଭାରତନିଵାସୀ ସିନୋ ତିଵେତ୍ତୀୟଙ୍କ ଛଡ଼ା ଅଧିକାଂଶ ଭାରତୀୟଙ୍କ ନାମ ଓ କେତେକ ଉପନାମ ମଧ୍ୟ ସଂସ୍କୃତ ଶବ୍ଦରେ ହୋଇଥାଏ
ଯଥା ―
ରାମ,ଶ୍ଯାମ,ଗଗନ,ପ୍ରକାଶ, ଆକାଶ,ରାଜେନ୍ଦ୍ର, ରାଜେଶ, ପଵିତ୍ର,ପ୍ରମିଳା,ସୁଚିସ୍ମିତା,ଅର୍ଚ୍ଚନା ତଥା ପ୍ରଧାନ,ଶର୍ମା, ଭଟ୍ଟାଚାର୍ଯ୍ୟ,ନାୟକ,ପାତ୍ର ଓ ମୋଦୀ ଇତ୍ୟାଦି ଇତ୍ୟାଦି । ଭାରତର ନବେ କୋଟି ଭାରତୀୟଙ୍କ ଧର୍ମ ସମ୍ବନ୍ଧୀୟ ଭାଷା ସଂସ୍କୃତ । ସନାତନ ଧର୍ମ ସହ ସଂସ୍କୃତ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ ।
ସଂସ୍କୃତର ଵ୍ଯାକରଣ ଓ ଧ୍ଵନିତତ୍ଵ ଅଧିକାଂଶ ଭାରତୀୟ ଭାଷା ଅନୁକରଣ କରନ୍ତି । ସଂସ୍କୃତ ଭାରତର ଵୈଜ୍ଞାନିକ ଭାଷା ,ହିନ୍ଦୀ ତାମିଳ ଓ ବଙ୍ଗାଳୀ ସେତେ ଵିଜ୍ଞାନ ସମ୍ମତ ନୁହନ୍ତି । ଏଇ ଭଳି ଶହ ଶହ କାରଣ ରହିଛି ଯାହା ଆଧାରରେ ସଂସ୍କୃତକୁ ଭାରତର ସ୍ଵାଭାଵିକ ସର୍ଵକାଳୀନ ରାଷ୍ଟ୍ରଭାଷା ଭାଵେ ପ୍ରମାଣ କରାଯାଇପାରେ ।

‘ଇଏ’ ~ ଏକ ସାର୍ଵତ୍ରିକ ସର୍ଵନାମ

'ଇଏ' ସର୍ଵନାମଟି ଏକ ସାର୍ଵତ୍ରିକ ସର୍ଵନାମ  (universal pronoun) ଅଟେ । ସ୍ଥାନ, କାଳ, ପାତ୍ରର ନାମକୁ ଵାରଂଵାର ଉଚ୍ଚାରଣ ନ କରିଵାପାଇଁ କଥିତ ଭାଷାରେ ହିଁ 'ସର୍ଵନାମ'ର ସୃଷ୍ଟି ।

ସ୍ଥାନ ପାଇଁ : ସେଇଠି, ସେଣେ, ସେନେ, ଏଇଠି, ଏଣେ, ଇନେ ଇତ୍ୟାଦି

କାଳ ପାଇଁ : ସେହି ସମୟରେ, ସେତେଵେଳେ ଇତ୍ୟାଦି

ଵ୍ୟକ୍ତି ପାଇଁ : ମୁଁ, ମୁଇଁ, ତୁ, ତୁଇ, ତୁହି, ତୁମେ, ଆପଣ, ତୋର, ତୁମର, ଆପଣଙ୍କର, ତୋତେ, ତୋକେ, ତୁମକୁ, ତୁମକେ ଇତ୍ୟାଦି

କିନ୍ତୁ 'ଇଏ' ଏପରି ଏକ ସର୍ଵନାମ ଯାହା ସ୍ଥାନ, କାଳ, ପାତ୍ର ସଵୁ କ୍ଷେତ୍ରରେ ପ୍ରୟୋଗ ହୁଏ । ତେଣୁ ଏହା ଏକ ସାର୍ଵତ୍ରିକ ସର୍ଵନାମ କହିଲେ ଅତ୍ୟୁକ୍ତି ହେଵ ନାହିଁ ।

●●●●●●●●●●●●●●●●●●●●●●●●●●ସାର୍ଵତ୍ରିକ ସର୍ଵନାମ ‘ଇଏ’ ର ଓଡ଼ିଆ ଭାଷାରେ
ଵିଶେଷ ଵ୍ୟଵହାର...
●●●●●●●●●●●●●●●●●●●●●●●●●●

୧)ଵ୍ୟକ୍ତି,ଵସ୍ତୁ ଓ କାଳାଦିର ନାମ ମନେ ନ ପଡ଼ିଲେ ଵ୍ୟଵହାର ହୁଏ ‘ଇଏ’ ସର୍ଵନାମ
ଯଥା—ସେ ଇଏ ଟା କୁଆଡେ଼ ଗଲା

୨) କାହାକୁ ଵ୍ଯଙ୍ଗ୍ଯ ଵିଦୃପ କାଳରେ ‘ଇଏ’ ସର୍ଵନାମ ଵ୍ୟଵହାର ହୋଇଥାଏ
ଯଥା— ତୁ ଯୋଉ ଇଏଟା ମୋର କରିପକେଇବୁ ତା’ ମୁଁ ଜାଣେ ଯେ !

୩)ଘୃଣା ଦ୍ଵେଷାର୍ଥେ ମଧ୍ୟ ‘ଇଏ’ ର ଵ୍ୟଵହାର ହୁଏ
ଯଥା— ହରିବାବୁ ବଡ଼ ଇଏ ଲୋକ ହୋ !

୪)ଅଶ୍ଲୀଳ ଓ ଆଭ୍ଯାନ୍ତର ଅଙ୍ଗର ନାମକୁ ଶିଷ୍ଟାଚାର ହେତୁ ତୁଣ୍ଡରେ ନ ଧରିଵା ପାଇଁ ଵ୍ଯଵହୃତ ହୁଏ ‘ଇଏ’ ସର୍ଵନାମ ।
ଯଥା—ମୋର ଇଏରେ ଗୋଟେ ବଥ ହେଇଚି ।

୫) ସ୍ତ୍ରୀଲୋକଙ୍କ ଦ୍ଵାରା ନିଜ ସ୍ଵାମୀଙ୍କ ମାନ୍ଯାର୍ଥେ ମଧ୍ୟ ତାଙ୍କ ନାମ ନେଵା ପରିଵର୍ତ୍ତେ ‘ଇଏ’ ସର୍ଵନାମର ମଧ୍ୟ ଵ୍ୟଵହାର ହୋଇଥାଏ ।
ଯଥା—ଆମର ‘ଇଏ’ କାଲି ପୁରୀ ଯାଇଥିଲେ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆
ଭାରତର ଵିଭିନ୍ନ ଭାଷା ତଥା ଓଡ଼ିଶାର ନାନା ଭାଷା ଓ
ଶୈଳୀରେ ‛ଇଏ’ ସର୍ଵନାମ
◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

―ଵିଭିନ୍ନ ଓଡ଼ିଆ ଶୈଳୀରେ ‛ଇଏ’―

ମାନକ ଶାସ୍ତ୍ରୀୟ ଓଡ଼ିଆ ଭାଷା― ଇଏ
ଢେଙ୍କାନାଳ ଅନୁଗୋଳ ଶୈଳୀ ― ହେଟା
ଗଞ୍ଜାମୀ ଶୈଳୀ ― ଏତା
ସମ୍ବଲପୁରୀ ଶୈଳୀ ― ହେନ୍ତା
ଦେଶିଆ(କାଳିଙ୍ଗ୍ଯ ଭାଷା) ― ଏଦେକାଏ
ଝାରସୁଗୁଡା଼ ଶୈଳୀ ― ଇଇଟା
କଟକୀ ଶୈଳୀ ― ଏଇଯୋଉ

―ଅନ୍ୟ ଭାରତୀୟ ଭାଷାରେ ‛ଇଏ’―
ସଂସ୍କୃତ ― ଇଦଂ
ପ୍ରାକୃତ ―ଇହହ
ତାମିଳ ― ଇଦି
ତେଲୁଗୁ ― ଇଦି,ଇଦୁ
ହିନ୍ଦୀ ― ୟହ୍,ଵହ୍,ଵୋ,ଉ
ଭାରତୀୟ ପ୍ରଶାସନିକ ଭାଷା ଇଂରାଜୀରେ this thing...

ଓଡ଼ିଶାର ସମସ୍ତ ଜିଲ୍ଲାରେ ମାନକ ‘ଇଏ’ ସର୍ଵନାମ ପ୍ରଚଳିତ ରହିଛି ଏଵଂ ସ୍ଥଳ ଵିଶେଷରେ
ସିଏ(ପତିଙ୍କ ପ୍ରତି ପତ୍ନୀଙ୍କ ଵ୍ୟଵହାର),ଅମକା,ଅମୁକ,ସମୁକ,ଅମୁକେଇ,ଢିମକା,ଢମୁକେଇ ଆଦି ଶବ୍ଦର ମଧ୍ୟ ଵ୍ୟଵହାର ହୋଇଥାଏ ।

ଆପଣଙ୍କ କଥିତ ଶୈଳୀରେ ‘ଇଏ’ ସର୍ଵନାମର ଆଉ କିଛି ପ୍ରତିରୂପ ଚଳୁଥିଲେ ନିଶ୍ଚିତ ଜଣେଇଵାକୁ ଅନୁରୋଧ ।

●●●●●●●●●●●●●●●●●●●●●●●●●●
©ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ଓ ଶିଶିର ସାହୁ ମନୋଜ
●●●●●●●●●●●●●●●●●●●●●●●●●●

ବାଲେଶ୍ଵର ନାମକରଣକୁ ନେଇ ବିଭିନ୍ନ ମତ

ବାଲେଶ୍ବର ର ନାଆଁ ପଛର ଇତିହାସ କ’ଣ ?

ବାଲେଶ୍ଵରର ନାମକରଣକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ତେଵେ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା ।

                  ★Etmology 1★

‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ ମତ ଦେଇଛନ୍ତି ଯେ ବାଲେଶ୍ବର ମୂଳତଃ ଏକ ଯାଵନିକ ଶବ୍ଦ । ସମ୍ଭଵତଃ ଵାଲା-ଏ଼-ଶୋ଼ର ଶବ୍ଦ ବାଲେଶ୍ବର ହୋଇଅଛି । ଏହା ଏକ ପାର୍ସୀ ଶବ୍ଦ ଓ ଏହାର ଅର୍ଥ ହେଲା ସମୁଦ୍ରକୂଳସ୍ଥ ସହର । ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଦୁଇଟି ପାର୍ସୀ ଶବ୍ଦ
ଵାଲାଏ(ଉପରେ)+ସୋର(ସହର) ଶବ୍ଦ ଯୁକ୍ତ ହୋଇ ବାଲେଶ୍ବର ନାମ ହୋଇଛି ।

            ★★Etmology 2★★
ଆଉ କିଛି ଲୋକ ମତ ଦିଅନ୍ତି ଯେ ଏ ନଗରକୁ ତୃତୀୟ ଶତାବ୍ଦୀରେ ଉତ୍କଳର ଜନୈକ ରାଜା ବାଲୁକେଶ୍ଵର ସ୍ଥାପନ କରିଥିଲେ ବୋଲି ଏ ନଗରର ନାମ ତାଙ୍କ ନାମାନୁସାରେ  ନାମକରଣ ହୋଇଥିଲା ।

        ★★★Etmology 3★★★
ଅନ୍ୟ ଏକ ମତ ଅନୁସାରେ ବାଲେଶ୍ବର ଯେହେତୁ ପ୍ରାଚୀନକାଳରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ନୌବାଣିଜ୍ୟ ଓ ନୌଯାତ୍ରା ପାଇଁ ଲୋକପ୍ରିୟ ଥିଲା ଏବଂ ଏଠାରୁ ସାଧାରଣତଃ ବାଲିଦ୍ଵୀପକୁ ବୋଇତ ମାନ ଆତଯାତ ହେଉଥିଲା ତେଣୁ ଏ ବାଲି ଶବ୍ଦ ବଦଳିଯାଇ ପରବର୍ତ୍ତୀ କାଳରେ ବାଲେଶ୍ବର ନାମ ହୋଇଛି ।ବାଲେଶ୍ବରରେ ବାଲିଘାଟ ବନ୍ଦର ଓ ପରମିଟ ଘାଟ ତଥା ଉନବିଂଶ ଶତାବ୍ଦୀର ତୃତୀୟ ଵର୍ଷରେ ସୁନାମୀ ଯୋଗୁଁ ନଷ୍ଟ ଯାଇଥିବା ପିପିଲି ଆଦି ଅନେକ ପୋତାଶ୍ରୟର ଐତିହାସିକ ଚିହ୍ନ ଆଜି ଵି ଏ ଅଞ୍ଚଳରେ ଏହି ପ୍ରାଚୀନ ନୌବାଣିଜ୍ୟ ନୌଯାତ୍ରାର ପ୍ରମାଣ ଦେଇଥାଏ ।

         ★★★★Etmology★★★★
କେତେକ ଲୋକ କୁହନ୍ତି ବାଲେଶ୍ବର ଓ ଏହାର ଆଖପାଖରେ ଶିବଙ୍କ ପ୍ରଶିଦ୍ଧ ମନ୍ଦିର ଅନୁସାରେ ସେହି ମନ୍ଦିର ଥିବା ସହର ସବୁର ନାମକରଣ ହୋଇଅଛି । ଉଦାହରଣ ସ୍ୱରୂପ ଜଳେଶ୍ବର,ପଞ୍ଚଲିଙ୍ଗେଶ୍ଵର,ଚନ୍ଦନେଶ୍ଵର,ଭୂଷଣ୍ଡେଶ୍ଵର,ଲଙ୍ଗଳେଶ୍ଵର ଆଦି ଅନେକ ଅଞ୍ଚଳ ଏଠାରେ ଅଛି । ଏସବୁ ଅଞ୍ଚଳରେ ଏହି ନାମରେ ଗୋଟିଏ ଗୋଟିଏ ମନ୍ଦିର ମଧ୍ଯ ଅଛି । ସେଇଭଳି ବହୁତ ସମ୍ଭବ ଏଠାରେ ଏକ ଅପ୍ରଶିଦ୍ଧ ଶିବ ମନ୍ଦିର  ବାଲୁଙ୍କେଶ୍ଵର ନାମରେ ଏ ସହରର ନାମ ଅପଭ୍ରଂସ ହୋଇ ବାଲେଶ୍ବର ହୋଇଥାଇପାରେ ।

ତେଵେ ଏହି ସମସ୍ତ ମତ ମଧ୍ୟରେ କେଉଁ ମତଟି ଯୁକ୍ତିଯୁକ୍ତ
ତାକୁ ନେଇ ଵିଦ୍ଵାନମାନଙ୍କ ମଧ୍ୟରେ ଵିଵାଦ ଛିଣ୍ଡିନାହିଁ । ଆପଣଙ୍କ ଅନୁସାରେ କେଉଁ ମତଟି ଯୁକ୍ତିଯୁକ୍ତ ଏଵଂ ଏହି ନାମକରଣର ଅନ୍ଯ କୌଣସି ନିରୁକ୍ତିଗତ ଦିଗ ରହିଛି କି ?

Saturday, September 14, 2019

ସଂସ୍କୃତ ~ ଵୈଜ୍ଞାନିକ ଭାଷାର ଵୈଜ୍ଞାନିକ ନାମ

‛ଆର୍ଯ୍ଯ’ ଭଳି ‛ସଂସ୍କୃତ’ ଶବ୍ଦର ବହୁଳ ବ୍ଯବହାର ଏକ ଵିଶେଷଣ ଭାଵରେ ହିଁ ହେଉଥିଲା କିନ୍ତୁ ଭାରତୀୟଙ୍କ ଦ୍ବାରା ଆରବୀ ପାର୍ସୀ ଇଂରାଜୀ ଆଦି ଵୈଦେଶିକ ଭାଷା ପୀରତି କଲା ଦିନରୁ ଏ ଉଭୟ ଶବ୍ଦକୁ ଜାତିଵାଚକ ଓ ଜାତି ଵା ଧର୍ମ ସମ୍ବନ୍ଧୀୟ କରିଦିଆଯାଇଛି !

ଏକ ଵିଶେଷଣ ଭାଵେ ସଂସ୍କୃତର ନିମ୍ନୋକ୍ତ ଅର୍ଥ ଉଲ୍ଲେଖଯୋଗ୍ଯ...

■ପରିଶୋଧିତ;ପରିଶୁଦ୍ଧ
■ସଂପାଦିତ;ସଂପନ୍ନ;ନିଷ୍ପନ୍ନ
■ଶୁଦ୍ଧୀକୃତ;ପଵିତ୍ରୀକୃତ
■ସଜ୍ଜିତ;ଭୂଷିତ;ଅଳଂକୃତ
■ପରିଷ୍କୃତ
■ପରିମାର୍ଜ୍ଜିତ
■ସିଦ୍ଧ
■ପକ୍ବ
■ମନ୍ତ୍ରପୂତ
■ଦୋଷଶୂନ୍ଯ ଵା ଭ୍ରାନ୍ତି ଶୂନ୍ଯ
■ନିର୍ଦୋଷୀ କୃତ
■ସାଧୁ ଵା ଵ୍ଯାକରଣସିଦ୍ଧ
■ଵିଶୁଦ୍ଧ ରୂପେ ପ୍ରସ୍ତୁତ
■ଉତ୍କୃଷ୍ଟ;ଶ୍ରେଷ୍ଟ ଇତ୍ଯାଦି

ପ୍ରୋକ୍ତ ସମସ୍ତ ଵିଶେଷଣ ଅର୍ଥ ଆଧାରରେ ସଂସ୍କୃତ ଭାଷାର ନାମକରଣ କରାଯାଇଥିଲା କାରଣ ଏ ଭାଷା ସମସ୍ତ ଵୈଶ୍ବିକ ଭାଷା ମଧ୍ଯରେ ଶବ୍ଦ ଓ ଵ୍ଯାକରଣଗୁଣ ସମ୍ପନ୍ନ,ଵ୍ଯାକରଣ ଶୁଦ୍ଧିକୃତ,ଏହାର ପ୍ରତ୍ଯେକ ଶବ୍ଦ ନିରୁକ୍ତିର ଵୈଜ୍ଞାନିକ ନିୟମ ଅନୁସାରେ ସଜ୍ଜିତ ଓ ପରିମାର୍ଜ୍ଜିତ ହୋଇଅଛି !

ସଂସ୍କୃତ ଭାଷାର ଵ୍ଯାକରଣ ଵିଶୁଦ୍ଧ,ସାଧୁ ହୋଇଥିଵାରୁ ଯଥାର୍ଥରେ ଏହାକୁ ଜଗତର ଶ୍ରେଷ୍ଠ ଭାଷା କୁହାଯାଏ ! 

ଏହି “ସଂସ୍କୃତ” ଶବ୍ଦର ଯେମିତି ବି ଵ୍ଯାଖ୍ଯା କଲେ ତାହାର ଅର୍ଥ ସମାନ ହିଁ ରହେ !

ଯଦି ଗୋଟିଏ ଗୋଟିଏ ଅକ୍ଷରକୁ ନେଇ ସକାରାତ୍ମକ ଭାଵଗତ ଵ୍ଯାଖ୍ଯା କରାଯାଏ ତେଵେ...

●●●●●●●●●
●●●●●●●
●●●●
●●

◆ସ=ସମସ୍ତ ଭାରତଵର୍ଷର...

◆॰;ଅନସ୍ବାର=ଅଂଶ ଵା ଭାଗରୁ...

◆ସ=ସମାନ ଭାଵେ...

◆କୃତ

ଅର୍ଥାତ୍ ସମସ୍ତ ଭାରତଵର୍ଷର ଭାଷାଗୁଡ଼ିକରୁ ଉପାଦାନ ଏଵଂ ତହିଁର ଵ୍ୟାକରଣର ମାନକିକୃତ ରୂପ  ସଂସ୍କୃତ ଅଟେ ।


●●
●●●●●
●●●●●●●●●
●●●●●●●●●●●●

ସେହିପରି ଏହାର ନିରୁକ୍ତି ଵ୍ଯାଖ୍ଯା
=> ସମ୍+କୃ ଧାତୁ+କର୍ମ. ତ=ସଂସ୍କୃତ ...

ସଂସ୍କୃତ ଶବ୍ଦରେ ଥିଵା ସମ୍ ଉପସର୍ଗଟି ନିମ୍ନ ଅର୍ଥରେ ପ୍ରୟୋଗ ହୁଏ
ଯଥା---

●(କ)ସମ୍ଯକ;ଵିଶେଷ
●(ଖ)ସଂପୂର୍ଣ୍ଣ ରୂପେ
●(ଗ)ଏକତ୍ର ଏକ ସଙ୍ଗେ
●(ଘ)ସମୀପରେ
●(ଙ)ଅଭିମୁଖରେ;ସମ୍ମୁଖରେ
●(ଚ)ସଂଯୋଗ;ସଂଗତି
●(ଛ)ମିଳନ
●(ଜ)ପ୍ରକୃଷ୍ଟ
●(ଝ)ଅତ୍ଯନ୍ତ
●(ଞ)ଭଲ ଭାବେ
●(ଟ)ସମାନ,ତୁଲ୍ଯ
●(ଠ)ଶୋଭନ;ସୁନ୍ଦର
●(ଡ)ସମୂହ
●(ଢ)ଅଶ୍ଲେଷ 

ଇତ୍ଯାଦି !

କୃ ଧାତୁର କରିଵା ଅର୍ଥରେ ବହୁଳ ଵ୍ଯଵହାର ହୁଏ  ଏତଦ୍ ବ୍ଯତୀତ ଏ ଧାତୁ ଶବ୍ଦର ଅନ୍ୟ ଅର୍ଥ ଗୁଡି଼କ ହେଲା...

★ଆଦେଶ କରିଵା
★ଆଘାତ କରିଵା
★ଵ୍ୟଵସ୍ଥା କରିଵା
★ମାରିପକେଇଵା
★ଘଟାଇଵା
★ନିର୍ମାଣ କରିଵା
★ଵିଭକ୍ତ କରିଵା
★ପୂଜା କରିଵା
★ସଂକଳ୍ପ କରିଵା
★ହରଣ କରିଵା
★ଆରମ୍ଭ କରିଵା
★ଵିଚାର କରିଵା
★ଵ୍ଯଵହାର କରିଵା
★ସୃଷ୍ଟି;ରଚନା;ନିର୍ମାଣ କରିଵା
★ଉଚ୍ଚାରଣ କରିଵା
ଆଦି ଆଦି !

ଅର୍ଥଗୁଡ଼ିକ ଆଧାରରେ ଵ୍ଯାଖ୍ଯା କରିଦେଖିଲେ...

☆(1)ଵିଶେଷରୂପରେ ଓ ସଂପୂର୍ଣ୍ଣଭାଵେ,ଏକତ୍ର ଏକ ସାଥେ,ଭାରତଵର୍ଷ ସମୀପରେ,ସର୍ଵଭାରତୀୟଜାତିଙ୍କ ସମ୍ମୁଖରେ ଅର୍ଥାତ୍ ସହମତିରେ ସେମାନଙ୍କ କଥିତଭାଷାରୁ ଵିଶିଷ୍ଠତାକୁ ଅତ୍ଯନ୍ତ ପ୍ରକୃଷ୍ଟ ଭାଵେ ସଂଯୋଗ ଓ ମିଳନ ଘଟାଇ ଏକ ତୁଳନାତ୍ମକ,ସୁନ୍ଦର ଓ ମାନକ ଭାଷାକୁ ଆରମ୍ଭ,ନିର୍ମାଣ,ପ୍ରସ୍ତୁତ,
ସୃଷ୍ଟି,ରଚନା କରାଗଲା ତାହାର ନାମ ଦେଵତାଙ୍କ ଭାଷା ଭାରତର ସର୍ଵକାଳୀନ ସ୍ଵାଭାଵିକ ରାଷ୍ଟ୍ରଭାଷା ସଂସ୍କୃତ ।

☆(2)ଭାରତୀୟ ଶାସ୍ତ୍ରୀୟ ମାନକ ଭାଷା;ସଂସ୍କୃତର ପରିଶୋଧିତ ପରିମାର୍ଜ୍ଜିତ ଓ ସିଦ୍ଧ ଶବ୍ଦ ତଥା ଵ୍ଯାକରଣ ଯୋଗୁଁ ଏ ଭାଷା ଦ୍ବାରା ଭାରତଵର୍ଷର ଵିଭିନ୍ନ ଅଞ୍ଚଳରେ ଥିଵା ଆଞ୍ଚଳିକତା ସହଜେ ହରଣ କରିନିଆଯାଇଥିଲା,ମାରିଦିଆ ଯାଇଥିଲା  ...

ପ୍ରୋକ୍ତ ଆଲୋଚନାଢ଼ରୁ ସ୍ପଷ୍ଟ ହୁଏ ଯେ ଵୈଜ୍ଞାନିକତାରେ ପରିପୂର୍ଣ୍ଣ “ସଂସ୍କୃତ ଭାଷା”ର ନାମଵାଚକ ‛ସଂସ୍କୃତ’ ଶବ୍ଦର ମଧ୍ୟ ବହୁଵିଧ ଅର୍ଥ ରହିଛି ଏଵଂ ଏହା ଯଥାର୍ଥରେ ଏହି ଵିଶ୍ଵଶ୍ରେଷ୍ଠ ଭାଷାର ସର୍ଵୋତ୍କୃଷ୍ଟ ନାମ ଅଟଇ ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...