Saturday, April 29, 2017

ପୁଡୁଗ

ଓଡି଼ଆରେ ଏକ ଶବ୍ଦ ଅଛି.....
#ପୁଡୁ଼ଗ,#ପୁଡ୍_ଗ
ଏହା ବିଶେଷତଃ ଗଞ୍ଜାମ ତଥା ସମ୍ବଲପୁର ରେ ପ୍ରଚଳିତ ।
ସଂସ୍କୃତର #ପୁଟକ ଶବ୍ଦରୁ  ଓଡି଼ଆ ରେ ପୁଡୁଗ ଶବ୍ଦର
ପ୍ରଚଳନ ହେଲା ।
ଏହି ପୁଟକ ଶବ୍ଦର ପୁଣି ମୂଳ ବୈଦିକ ଶବ୍ଦ ହେଉଛି #ପୌତବ ଏବଂ
ସେଇ ବୈଦିକ ଶବ୍ଦରୁ ମାନକ ଓଡି଼ଆ ରେ ପୌଟି ଶବ୍ଦର ପ୍ରଚଳନ ହେଲା....
ପୌଟି ଶବ୍ଦ ପୁଣି ସରଳ ହୋଇ ଲୋକମୁଖରେ ଆଜି
ପଉଟି ହୋଇଛି ।
ଶବ୍ଦ ସବୁ ଏଇଭଳି ବର୍ଷ ବର୍ଷ ଧରି ନିଜ ରୂପ ବଦଳାଇ ଆଜି ସହସ୍ରାଧିକ ଭାଷାରେ ପରିଣତ ହୋଛନ୍ତି ।

ତେବେ ସେଇ ସଂସ୍କୃତ ଶବ୍ଦ ଦ୍ବୟର
ଅନ୍ଯତମ କେତେକ ଆଞ୍ଚଳିକ ରୂପ ପୌଟି,ପୁଡୁ଼ଗ(ଗ) ,ପୁଡ୍ଗ(ସ),ପଉଟି (ଢେ.)ଆଦି....

........
ଆମର ଆଞ୍ଚଳିକ ମାପ ପଦ୍ଧତି ଅନୁଯାୟୀ
୨୦ ମାଣ=୧ ଖଣ୍ଡି ବା ଗୌଣି
୨୦ ଖଣ୍ଡି/ଗୌଣି =ଏକ ପୌଟି,ପୁଡ୍ଗ,ପୁଡୁ଼ଗ,ପଉଟି....
ପୁଣି
୨୦ ଗଉଣି => ୧ ପଉଟି
୪୦  ଗଉଣି=> ୧ ଡୋଲି
୮୦ ଗଉଣି=> ୧ ଭରଣ

●●ଜଣେ ପ୍ରେମରେ ବିଫଳ ମନୋରଥ ମିତ୍ରଙ୍କ ପ୍ରତି●●●●

କେତେ ପ୍ରେମିକ ଗଡ଼ନ୍ତି ଦେଶେ
ମନରେ ଧୋକା ପାଇ
ପ୍ରେମିକ ! ତୁମେ ପାଅ ମାଟିକୁ ଭଲ
ଯନ୍ତ୍ରଣା ଯିବ ଭୂଲି ।।

ମାତୃଭାଷା ର ଉନ୍ନତି କର
ଲେଖି ବିରହଗାଥା
ଲେଖ ବନ୍ଧୁ ହେ ମନର କଥା
ଶବ୍ଦ ସମ୍ଭାର ନେଇ......!!

ହୃଦୟ ତୁମ କୁଠାରଘାତେ
ଭାଙ୍ଗିଛି ଯେଉଁ କନ୍ଯା
ଭୂଲ ହେ ସାଙ୍ଗ
ସ୍ବାର୍ଥୀବଳାକୁ
ଲଢ଼ ମାଟିମାଆର ପାଇଁ...!!

ବୀର ଜାତି ରେ ଜନମ ତୁମ
ମିଳିବେ କେତେ କନ୍ଯା
କାହିଁ ତା ପାଇଁ ଜୀବନ ଜାଳ
ଲୁହ କୋହକୁ ନେଇ !!

ବିଦ୍ରୋହ ଅଗ୍ନୀ ହୃଦୟେ ତୁମ
ଦେଶ ହିତରେ ଆସୁ
ସଞ୍ଚିତ କରି ସେଇ କ୍ରୋଧାଗ୍ନୀ
ଯାଅ
ସୀମାରେ ଦିଅ ଢାଳି ।।

ଚାରିଦିନ ର ସଂସାର ସାଙ୍ଗ
କିଆଁ ଜଣକ ପାଇଁ ମରି
କର ଉତ୍ସର୍ଗ ଜୀବନ ତୁମ
ପରହିତରେ ତୁହି

Monday, April 24, 2017

ଓକିଲବାବୁ ଙ୍କ ବୁଦ୍ଧି

ଓକିଲ ବାବୁ ଜଣକ ଟ୍ରେନ ରେ ଯାଉଥିଲେ । ଜଣେ ମହିଳା ଆସି ତାଙ୍କୁ କହିଲା
ଏ ମିଷ୍ଟର
ତୁମ ପାଖରେ ଯାହା ଟଙ୍କା ପଇସା ଚେନ୍ ଘଡି ମୋବାଇଲ ଅଛି ଦେଇ ଦିଅ ନହେଲେ
ମୁଁ ଯୋର ଯୋରରେ ଚିତ୍କାରକରି କହିବି ଯେ ତୁମେ ମୋ ସହ ଅସଦାଚରଣ କରୁଥିଲ ।

ଓକିଲ ବାବୁ ମାଇପିଲୋକର କଥା ଶୁଣିଲା ପରେ
ତାଙ୍କ ସୁଟକେସ୍ ରୁ ଖଣ୍ଡିଏ କାଗଜ କାଢିଆଣି ତହିଁ ରେ ଲେଖିଲେ

ମୁଁ ମୁକ ବଧୀର କିଛି ଶୁଣିପାରେନି କି କହିପାରେନି
ତୁମେ କଣ କହିଲ
ମୁଁ ବୁଝି ପାରିଲାନାହିଁ
ଦୟାକରି ମୋତେ ତୁମର ଯାହା କହିବାର ଅଛି ଏଇ କାଗଜରେ
ଲେଖିଦିଅ ....

ସ୍ତ୍ରୀଲୋକଜଣକ ତହୁଁ
ଯାହା କହିଥିଲା କାଗଜରେ ଲେଖିକି ଦେଲା ।

ଓକିଲବାବୁ କାଗଜଟିକୁ ଅତି ସନ୍ତର୍ପଣରେ ପକେଟ୍ ରେ ରଖିସାରିଲା ପରେ କୁଟୀଳ ହାସ୍ଯ ସହ
ମହିଳାଙ୍କୁ କହିଲେ

"ଏବେ ଯେତେ ଚାହିଁବେ ପାଟି କରିପାରିବେ "

😂😂😂😂😂

Tuesday, April 18, 2017

ଝୁଲନ୍ତା ମଣିଷ

ଦଣ୍ଡନାଚ ସରିଯାଇଥାଏ ।
ଗାଁରେ ସେଦିନ ସଂଧ୍ଯାରେ କରେଣ୍ଟ
ନଥାଏ । ଏକେ ତ ଖରାଦିନ, ପ୍ରବଳ ଗରମ ତହିଁରେ ପୁଣି ନିଜ ପ୍ରିୟ ଧାରାବାହିକ ନଦେଖିପାରିବାର ଦୁଃଖ !!!!

  ଲୋକେ ବିଦ୍ଯୁତ ବିଭାଗକୁ ଗାଳୀ ଦେଇ ଦେଇ ରହିଲେ  ।  କରେଣ୍ଟ ନ ଆସିଲାରୁ
ଉପରସାହିରେ ଲୋକେ ପଖାଳ କଂସେ କଂସେ ଭିଡିଦେଇ ଦାଣ୍ଡ ରେ ପବନ ଖାଉଥାନ୍ତି ।

ଏତିକି ବେଳେ ଜଣେ ଲୋକ ଉପରସାହି ଦୋଳମଣ୍ଡପ ପାଖରେ ଝୁଲିବା ଆରମ୍ଭ କରିଦେଲା ....

ନିକଟରେ ମଙ୍ଗଳାଙ୍କ ପୀଠ ତେଣୁ ଦେଖେଣାହାରୀ ବ୍ଯକ୍ତିବିଶେଷ ମନେକଲେ ବୋଧହୁଏ ବ୍ଯକ୍ତିଠାରେ ଦେବୀ ବିଜେ କରିଛନ୍ତି.......

ସଙ୍ଗେ ସଙ୍ଗେ ଧୂପ ଜୂପ ଦୀପ ଝୁଣା ଆଦିର ବ୍ଯବସ୍ତା କରାଗଲା ......
ଆଗତ ଦେବୀଙ୍କୁ ପେଟ ଫଟେଇ ପଣା ପିଏଇଲେ.....
ଝୁଣା ଦେଲେ ,ସବୁ ପରକାର ଉପଚାର କରିଲେ
ହେଲେ ଦେବୀଙ୍କ ଝୁଲିବା କୋଉ ବନ୍ଦ ହେଉଛି ......

ଦେବୀ ଆସିଥିବା ଲୋକଟି
ସେଇଠୁ ଖଣ୍ଡେ ଦୂର ଚାଲିଯାଇ ଶତପଥୀ ସାର୍ ଙ୍କ ବକୁଳଗଛ ମୂଳେ ପୁଣି ଝୁଲିଲା.....

ଲୋକ ସବୁ ଆବାକାବା !!!!!
କେହି କେହି ବୃଦ୍ଧବୃଦ୍ଧା ଡରିଲେଣି
କାଳେ ଗାଁ କୁ ବିପତ୍ତି ଆସୁଛି ଖାସ୍ ସେଥିପାଇଁ ଦେବୀ ଚିନ୍ତିତ...

ଜଣେ ବ୍ଯକ୍ତିକୁ ସନ୍ଦେହ ହେଲା.....
ସେ ଯାଇ ଝୁଲୁଥିବାଲୋକଟାର ପାଟି ଶୁଙ୍ଘିଲାରୁ ଯାଇ
ଜଣାପଡିଲା ଯେ ସେ ଖୁବ ପେଟ ଭରି ଭରି ସୋମରସ ପିଇଛି.....
ଜୁଲଙ୍ଗ ଗାଁରେ ତା ଘର । ବ୍ରାହ୍ମଣୀ ନଦୀକୂଳରୁ ମଦ ପିଇକରି ଫେରୁଥିଲା ଯେ ନିଶା ଅଧିକ ହେଲାରୁ ସେଇଠି ଦୋଳ ମଣ୍ଡପ ପାଖରେ ଝୁଲୁଥିଲା
😂😂😂😂😂😂😂😂😂😂😂😂😂😂😂😂

●●●●●କେତୋଟି ଉପଦେଶ ବାକ୍ଯ●●●●

ଦିଅ ହେ ସରବେ ଉତ୍କଳୀ
ଦେଶ ହିତରେ ଆତ୍ମବଳୀ ।
ଅସାଧ୍ଯ ମଣେ ଯା ଅଳସ
କର୍ମବୀର ତା କରେ ବଶ ।
ଅଳସ ଯା ଅସାଧ୍ଯ ମଣେ
କର୍ମବୀର ତା ସାଧେ କ୍ଷଣେ ।
ଦେଶର ଲୋକ ହେ କଲ୍ଯାଣ
ତୃଣ ମଣିଣ ନିଜ ପ୍ରାଣ ।
ଆପଣା ହିତ ଦେଶ ହିତେ
ଲୋଡ଼ ସରବେ ଏକ ଚିତ୍ତେ ।
ଉତ୍କଳ ହିତେ ନିଜ ହିତ
ଲୋଡ଼ ହୋଇଣ ଏକ ଚିତ୍ତ ।
ଉଦଯୋଗୀ ବାଧା ଭ୍ରୁକୁଟୀକି
ନ ଗଣି ସିଦ୍ଧି ଆଣେ ଝିଙ୍କି ।
ସାହସେ ଯେହୁ ବାନ୍ଧେ ବକ୍ଷ
କାର୍ଯ୍ୟକ୍ଷେତ୍ରରେ ସେ ହର୍ଯ୍ୟକ୍ଷ ।
ଜୟ ଜୟ ମା ମାତୃଧରା
ସର୍ବସୁଖଦା ଦୁଃଖହରା ।
ସଭିଙ୍କ ମନ ଏକ ହେଲେ
ଅସାଧ୍ଯ ସାଧ୍ଯ ହୁଏ ହେଳେ ।
★ସ୍ବଦେଶ ଦ୍ରୋହୀ ସ୍ବାର୍ଥରଙ୍କ
ଉତ୍କଳଦେଶ ସେ କଳଙ୍କ ।★
ମାତୃଭୂମି ଯେ ଋଦ୍ଧିମୂଳ
ତା ପାଦେ ସର୍ବସିଦ୍ଧି ଠୁଳ ।

●●●●●●●●●●●●●●
ରାଧାନାଥ ରାୟଙ୍କ ରଚନାରୁ.....
●●●●●●●●●●●●●●

Friday, April 14, 2017

●ସିଂହଳ ଓ ପ୍ରଥମ ରାଜା ବିଜୟ●

ସିଂହଭୂମିରେ ବୁଦ୍ଧଦେବଙ୍କ ସମୟରେ ସିଂହବାହୁ ନାମ୍ନୀ ଜଣେ ପ୍ରଜାବତ୍ସଳ ରାଜା
ଶାସନ କରୁଥିଲେ  । ସେ ଏତେ ଲୋକପ୍ରିୟ ଓ ଶକ୍ତିଶାଳୀ ହେଲେ ଯେ କଳିଙ୍ଗୋତ୍କଳ ଓ ବଙ୍ଗର ଅଧିକାଂଶ ଅଞ୍ଚଳର ଅପ୍ରତିଦ୍ଵନ୍ଦୀ ଶାସକ ହୋଇପଡି଼ଲେ ।
କୁହାଯାଏ ତାଙ୍କ ଶାସନକାଳରେ
ପ୍ରାଚୀନ କଳିଙ୍ଗଦେଶର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଙ୍କ ନାମ ଅନୁସାରେ ସିଂହପୁର ନାମ୍ନୀ ଏକ ନୂଆ ନଗରୀ ଗଢି ଉଠିଥିଲା ।
କିଛି ବର୍ଷ ଉତ୍ତାରୁ
ତାଙ୍କର ପୁଅଟିଏ ଜନ୍ମହେଲା ।
ଛୋଟବେଳୁଁ ସେ ଏତେ ଗେଲବସରିଆ ହେଲା ଯେ
ବଡ଼ ହେଲାରୁ ଭାରି କୌତୁକପ୍ରିୟ ହୋଇଗଲା ।

ନାନାଲୋକଙ୍କୁ ହଇରାଣ କଲାରୁ ଶେଷରେ ଯୁବରାଜଙ୍କ ପ୍ରତି ଜନ ଅସନ୍ତୋଷ ତିବ୍ର ହେଲା । ରାଜା ସିଂହବାହୁ,
ପୁତ୍ର ବିଜୟସିଂହଙ୍କୁ ଦେଶାନ୍ତର ଦଣ୍ଡଦେଲେ ।

କଳିଙ୍ଗସାଗର ର ଜଳରେ କଳିଙ୍ଗଦେଶର କିଛି ବଛା ବଛା ଜାହାଜିଆ ସହ ନିଜର ପ୍ରାୟ 700 ଅନୁଚର ଧରି ବିଜୟ ସିଂହ ରତ୍ନଦ୍ବୀପ (ଲଂକା ଦ୍ବୀପ) ରେ ଯାଇ ପହଞ୍ଚିଲେ ।

କୁହାଯାଏ
ବିଜୟ ଙ୍କ ବହୁପୂର୍ବରୁ
ମହାତ୍ମା ବୁଦ୍ଧ
ରତ୍ନଦ୍ବୀପ ଭ୍ରମଣାର୍ଥେ
ଯାଇ ସେଠାରେ
ଅନୀତି ରେ ଲିପ୍ତ ଅନେକ ଯକ୍ଷ ଓ ଯକ୍ଷିନୀଙ୍କୁ
ଦେଖିଥିଲେ ।
ବୁଦ୍ଧଦେବ ସେମାନଙ୍କୁ ସାବଧାନ କରାଇବା ସହ  ଧର୍ମଯୁକ୍ତ କାର୍ଯ୍ୟ କରିବାକୁ ହିତୋପଦେଶ ଦେଇଥିଲେ ହେଁ ତାଙ୍କ କଥାର କିଞ୍ଚିତ ମାତ୍ର ପ୍ରଭାବ ସେ ଯକ୍ଷ ମାନଙ୍କ ଉପରେ ପଡି଼ନଥିଲା....

ଏ ଘଟଣାର ଅନେକ ଦିନ ପରେ ଯୁବରାଜ ବିଜୟ ଯାଇ ଯେତେ ବେଳେ
ରତ୍ନଦ୍ବୀପ ରେ ପାଦ ରଖିଲେ
କେତେକ କାରଣରୁ ଯକ୍ଷ ମାନଙ୍କ ସହ
ତାଙ୍କର ବିବାଦ ଲାଗିଲା...

ଶେଷରେ ଯକ୍ଷ ମାନେ
ଯୁବରାଜ ବିଜୟଙ୍କ ହସ୍ତରେ ପରାସ୍ତ ହୋଇଲେ । ଯକ୍ଷ ମାନଙ୍କ ସହ ତାଙ୍କର ଚୁକ୍ତି ହେଲା ।
ଯୁବରାଜ ବିଜୟ ସେମାନଙ୍କୁ
ଆଉ ଏକ ଦ୍ଵୀପ ଗିରିଦ୍ବୀପକୁ ଚାଲିଯିବାକୁ
ଆଦେଶ ଦେଲେ ।
ତା ପରେ ବିଜୟ ହେଲେ
ରତ୍ନଦ୍ବୀପ ର ପ୍ରଥମ ଆର୍ଯ୍ୟ ରାଜା ।
ସେ ରତ୍ନଦ୍ବୀପ କୁ ନିଜ ପିତା ସିଂହବାହୁଙ୍କ ନାମରେ ସିଂହଳ ନାମ ରଖିଲେ ।
ଇତି ମଧ୍ୟରେ କୁବେଣୀ ନାମ୍ନୀ ଜନୈକା
ଯକ୍ଷିନୀ ସହ ବିଜୟଙ୍କର ବିବାହ ସମ୍ପନ୍ନ ହେଲା ।

ବିବାହ ପରେ
ନବବିବାହିତ ଦମ୍ପତି କିଛି କାଳ ସୁଖରେ
କାଟନ୍ତେ
ଯକ୍ଷ ମାନେ ସିଂହଳ ଦେଶ ଆକ୍ରମଣ କରି
ଅନେକ କ୍ଷୟକ୍ଷତି କଲେ ।
ଏଭଳି ଏକ ଆତର୍କିତ ଆକ୍ରମଣ ପାଇଁ
ସିଂହଳ ରାଜା ବିଜୟ ପ୍ରସ୍ତୁତ ନଥିଲେ
ତେବେ ସେ ତଥାପି
ଲଢୁଥିଲେ ।
ବିଦ୍ରୋହୀ ଯକ୍ଷ ମାନେ Sirisavatthu
କୁ ଗଡ଼ କରି
ଲଢୁଥାନ୍ତି
ଯକ୍ଷ କନ୍ୟା କୁବେଣୀ ଙ୍କ ସହାୟତା ପାଇ
ବିଜୟ ଉକ୍ତ ନଗରୀ କୁ ଧ୍ବଂସ କରି ଅନେକାନେକ ଯକ୍ଷ ଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ।

ସିରିସାଭତ୍ଥୁ ଗଡ଼ ରେ
ନିଜ ଆତ୍ମିୟ ସ୍ଵଜନ ଙ୍କ ଅକାଳ ବିଭତ୍ସ ମୃତ୍ୟୁ ଦେଖି
କୁବେଣୀ ନିଜକୁ ଶତ ଧିକ୍କାର କଲେ .....
ଏ ନରସଂହାରର ସେ ଯେ ଏକମାତ୍ର
ଦୋଷୀ
ଏକଥା ତାଙ୍କୁ ବଡ଼ ବ୍ୟଥିତ କଲା ।
ତେଣୁ ତାଙ୍କର ଓ ରାଜା ବିଜୟଙ୍କର
ଏକଥାକୁ ନେଇ ବାଦ ବିବାଦ ହେଲା ତହୁଁ ସେ
ଏଥିରେ ଦୁଃଖିତ ହୋଇ ନିଜ ଦୁଇ ପିଲାଙ୍କୁ ଧରି
ଆଉ ଏକ ପ୍ରାଚୀନ ଯକ୍ଷନଗର
ଲଂକାପୁରମ୍ ରେ ଆସି ରହିବାକୁ ଲାଗିଲେ ।

ନିଜର ପ୍ରୌଢା଼ବସ୍ଥାରେ
ସିଂହଳରାଜ ବିଜୟ
ଭାରତବର୍ଷର ପାଣ୍ଡୁରାଜଙ୍କ
କନ୍ୟା ଙ୍କ ସହ ବିବାହ କରିଥିଲେ ।
କିନ୍ତୁ ଏ ବୈବାହିକ ସୁଖ ବେଶି ଦିନ ପାଇଁ
ନଥିଲା
କିଛି ଦିନ ପରେ କେଶବିହୀନ ହୋଇ
ବିଜୟଙ୍କର ମୃତ୍ୟୁ ଘଟିଲା  ।
ବିଜୟଙ୍କର ମୃତ୍ୟୁ ପରେ
ଭାରତବର୍ଷର ସିଂହପୁରରେ ଶାସନକରୁଥିବା ତାଙ୍କ ଯମଜ ଭାଇ
ସୁମିତଙ୍କ ପୁତ୍ର ପାଣ୍ଡୁବସୁଦେବ
ଆସି ସିଂହଳ ଦ୍ବୀପର ଶାସନ ଭାର ଗ୍ରହଣ କରି କିଛି ବର୍ଷ କାଳ ଶାସନ କରିଥିଲେ ।
ବିଜୟଙ୍କ ଶାସନକାଳରେ  ଶ୍ରୀଲଂକା ପୁଣି ଭାରତୀୟ ଭୂଭାଗ ସହ ସଂଯୁକ୍ତ ହୋଇଯାଇଥିଲା ।
ସିଂହଳର ସେହି ସୁବର୍ଣ୍ଣଯୁଗରେ ପରେ
ଅନେକ ଦକ୍ଷିଣଭାରତୀୟ ସେଠାରେ ଯାଇ ନିବାସ କଲେ ଏବଂ ଆଜି ମଧ୍ଯ ଅଛନ୍ତି ।

(ମହାବଂଶ ଓ ଦୀପବଂଶ ଅନୁକରଣରେ.....)

Monday, April 10, 2017

ଓଡି଼ଶା ବିରୋଧରେ ମୁସ୍ଲିମ୍ ଆକ୍ରମଣ


1.୧୨୧୨ରେ ଦିଲ୍ଲୀ ସୁଲତାନ୍ ଗୟାସୁଦ୍ଦିନ
ବଙ୍ଗକୁ କର ମାଗିଲା
ତାପରେ ଓଡିଶ ପାଳି ପଡିଲା ।
ଲାଙ୍ଗୁଳା ନରସିଂହ ଦେବ କର ଦେବାକୁ ଅଗ୍ରାହ୍ଯ କରିଦେଲେ ।
ଗୟାସୁଦ୍ଦିନ ରାଗରଖି ଅନେକ ଥର  ଓଡିଶାକୁ ସୈନ୍ଯ ପ୍ରେରଣ କରି ମଧ୍ଯ ବାରମ୍ବାର ପରାଜିତ ହେଲା ।

2.୧୨୪୨ରେ ତୋଗାନ ଖାଁ ଓଡିଶା ଆକ୍ରମଣ କଲା । ଓଡିଆଲୋକେ ତାକୁ ତଡିଦେଇ ଗୌଡଦେଶ ଅଧିକାର କଲେ ।

3.୧୨୫୩ରେ ସେମାନେ ଆକ୍ରମଣ କଲେ କିନ୍ତୁ ଶୋଚନୀୟ ପରାଜୟରେ ଭୟଭୀତ ହୋଇ ପଳାୟନ କଲେ ।

4.୧୩୦୯ରେ ଓଡିଶାରାଜା ନିଜ ପ୍ରଜା ବିରୋଧରେ ମୁସଲମାନଙ୍କ ଠାରୁ ସାହାଯ୍ୟ ଲୋଡିଲେ ।
ମୁସଲମାନ ଏଇଠୁ ବଳ କଳିନେଲେ ....

5.୧୩୦୯ ରୁ ୧୪୫୧ ଯାଏଁ ମୁସଲମାନ ମାନେ ଓଡିଶା ଆକ୍ରମଣରୁ କ୍ଷାନ୍ତ ହେଲେ ।

6.୧୪୫୧ରେ ଦଳେ ପଠାଣ ଆସି ଓଡିଶାରେ ଲୁଟପାଟ ଆରମ୍ଭ କରିଦେଲେ ।
ସେତେବେଳେ ମୁସ୍ଲିମଲୋକେ ଦକ୍ଷିଣଭାରତରେ ମଧ୍ଯ ଅଶାନ୍ତି ସୃଷ୍ଟି କରିଥିଲେ ତେଣୁ ଦକ୍ଷିଣର କେତେକ ରାଜାଙ୍କ ସହ ମିଶି ଓଡିଶା ରାଜା ସେମାନଙ୍କ ସହ ଯୁଦ୍ଧ କଲେ । ଶେଷରେ ୮୦୦୦୦୦୦ ଟଙ୍କା ସନନ୍ଦରେ ଦେଇ ଓଡିଶା ରାଜା ସନ୍ଧିପତ୍ର କିଣିଲେ ।

7.ପୁନଶ୍ଚ ଗୃହବିବାଦ ଘଟିଲା । ଏଥର ଓଡିଶା ସହ ଦକ୍ଷିଣୀରାଜାଙ୍କ ଝଗଡା ଲାଗିଲା । ମୁସଲମାନ ମିତ୍ର ଙ୍କ ସାହାଯ୍ୟ ଲୋଡା ହେଲା । ଏ ମିତ୍ର ତ ଏମିତି ସେମିତି ନୁହଁନ୍ତି ,ବଡ଼ ଦଗାଦିଆ ରକ୍ତ ତାଙ୍କର !!!!
ସୁଯୋଗ ପାଇଁ ରାଜମହେନ୍ଦ୍ରୀ,କଣ୍ଟାପାଲୀ ଦୁର୍ଗଦ୍ବୟ ଅଧିକାର କରିନେଲେ ।
ଦୁଇ ବିଲେଇ ଲଢିମଲେ ମାଙ୍କଡ ମଜା ରେ ପିଠା ଖାଇଲା ଭଳିଆ କଥା ହେଲା ।

8.ଓଡିଶା ରାଜାଙ୍କ ଜ୍ଞାନୋଦୟ ହେଲା ପୁଣି ଦକ୍ଷିଣଭାରତୀୟ ରଜାଙ୍କ ସହ ବନ୍ଧୁତା ବାନ୍ଧିଲେ ।
ମୁସଲମାନଙ୍କୁ କଥାଟା ନାପସନ୍ଦ ଲାଗିଲା । 20000 ମୁସ୍ଲିମ୍ ଆସି ଓଡିଶାରେ ଭୟଙ୍କର ଲୁଟପାଟ ହତ୍ୟା ଧନ ଆଦାୟ କରି ଫେରିଲେ......

9.ପଞ୍ଚଦଶ ଶତାବ୍ଦୀ ଶେଷଭାଗ ! ମୁସଲମାନ ମିତ୍ରଙ୍କ ସହ ଓଡିଶାରାଜା ରାଜମହେନ୍ଦ୍ରୀ ବିରୋଧରେ ଯୁଦ୍ଧ କରୁଥିବା ସହ ଶତାବ୍ଦୀ ଶେଷ ହେଲା ।

10. ଶୋଡ଼ଷ ଶତାବ୍ଦୀରେ ରାଜମହେନ୍ଦ୍ରୀ ରାଜା କୃଷ୍ଣଦେବରାୟଙ୍କ ଯୁଗ ଆରମ୍ଭ ହୋଇଯାଇଥିଲା ।
ସେ ସମସ୍ତ ଦକ୍ଷିଣ ଭାରତୀୟ ହିନ୍ଦୁ ଶକ୍ତି ଏକତ୍ରୀତ କରି ମୁସଲମାନଙ୍କ ସହ ଏଭଳି ଯୁଦ୍ଧ କରିଥିଲେ ଯାହା ବିଶ୍ବରେ ବିରଳ । ଯୁଦ୍ଧରେ ଶତୃସୈନ୍ଯ ମରଣ ଭୟରେ ସମୁଦ୍ର ମଧ୍ୟ ଦେଇ ପଳାୟନ କରିବାକୁ ଚେଷ୍ଟା କରି ଅନେକାଂଶରେ ମରଣମୁଖରେ ପଡିଥିଲେ ।

11.ଓଡିଶାରାଜା କପିଳେନ୍ଦ୍ରଦେବଙ୍କ ସହ କୃଷ୍ଣଦେବରାୟଙ୍କର ବିବାଦ ହେଲାରୁ ଯୁଦ୍ଧ ହେଲା ।
କପିଳେନ୍ଦ୍ରଙ୍କ ବୀରତ୍ବରେ ପ୍ରଭାବିତ ହୋଇ କୃଷ୍ଣଦେବରାୟ ନିଜ ଭଉଣୀର ବିବାହ କରିଦେଲେ ।
ସେ ଯୁଗରେ ଗୋଟିଏ ପଟେ ସମସ୍ତ ଉତ୍ତରଭାରତ ମୁସଲମାନ ଶାସନାଧୀନ ଥିଲାବେଳେ ଓଡିଶା~ରାଜମହେନ୍ଦ୍ରୀ(ତେଲେଙ୍ଗାନା) ରାଜା ମିଶି
ମୁସଲମାନଙ୍କର ବିରୋଧରେ କଡା଼ ସଂଘର୍ଷ କରିଥିଲେ । (କ୍ରମଶଃ)

ଜଳକୁ ନେଇ ଏକ ପଶ୍ଚିମ ଆଫ୍ରିକୀୟ ଲୋକବିଶ୍ବାସ

ପଶ୍ଚିମ ଆଫ୍ରିକାର ର ବାମନା ଲୋକେ
ପୃଥିବୀକୁ ଏକ ଦେବୀ ଲେନାୟା ତଥା ଆକାଶକୁ ସେହି ଦେବୀଙ୍କ ପତି ବୋଲି ବିଶ୍ବାସ କରୁଥିଲେ ।

ଏହା ଏକ ମାନକ ପର୍ଯ୍ୟାପ୍ତ ଲୋକବିଶ୍ବାସ ଯାହା ପୃଥିବୀରେ ପ୍ରାୟ ଊଣା ଅଧିକେ ସବୁ ସଂସ୍କୃତିରେ

ପ୍ରଚଳିତ

 ।

କିନ୍ତୁ ଆଫ୍ରିକାର ବାମନାଲୋକେ ଏହାକୁ ନେଇ ଆହୁରି ଅଧିକ ଗମ୍ଭୀର ଥିଲେ ତେଣୁ ସେମାନେ ଏଭଳି କଥାଟିଏ ଯୋଡିଲେ
ଯାହା ପୃଥିବୀର ଅନ୍ଯ କୌଣସି ସଭ୍ଯତାରେ ପ୍ରଚଳିତ ନାହିଁ ।

ଆମ ଭଳି ବାମନାଜାତିର ଲୋକେ ମଧ୍ଯ ପ୍ରକୃତିପ୍ରେମୀ ଥିଲେ ।
ତେଣୁ ମାଟିରେ ଗଛ ଲଗେଇବା ପାଇଁ ଗାତ ଖୋଳିବା ପୂର୍ବରୁ ପୃଥିବୀ ମାତା ଲେନାୟା ଙ୍କ ଠାରୁ ଅନୁମତି ମାଗୁଥିଲେ । ସେମାନଙ୍କର ବିଶ୍ବାସ ଥିଲା ମାଟିରେ ଗାତ ଖୋଳିବା ଅର୍ଥ ଦେବୀଙ୍କ ମୁଁହରେ ହସ୍ତସ୍ପର୍ଷ କରିବା....

ପାଣି ବା ଜଳକୁ ନେଇ ବାମନା ଲୋକଙ୍କ ମତ ସମସ୍ତଙ୍କ ଠାରୁ ଭିନ୍ନ

ସେମାନଙ୍କର ବିଶ୍ବାସ ଜଳ ଆକାଶ ଦେବତା ଙ୍କ ଶୁକ୍ରାଣୁ .....
ଯେତେବେଳେ ବର୍ଷା ହୁଏ
ତାହା ଆକାଶ ପୃଥିବୀର ରତିକାଳ ବୋଲି
ବାମନାଜାତୀୟ ଲୋକଙ୍କ ଲୋକବିଶ୍ବାସ ।

ତେବେ ସେମାନେ ଏଇଥିପାଇଁ
ଭଲ ଫସଲ ପାଇବାକୁ ଆକାଶ ଦେବଙ୍କୁ ପୂଜା କରନ୍ତି ଯେ ଆକାଶ ଦେବତା ତାଙ୍କ ପତ୍ନୀଙ୍କୁ ଏଇମିତି ସଦା ଭଲ ପାଉଥାନ୍ତୁ ସେମାନେ ଖୁସିରେ ଜୀବନଯାପନ କରିବେ ।

ଛେଳୀ ମାଂସ

ଗୋଟେ ଗାଆଁରେ ଜଣକ ପୁଆଳ ଗଦାରେ ନିଆଁ  ଲାଗିଗଲା....
ଚାଷି ଜଣକ ସେଇ ପୁଆଳ ଗଦା ପାଖକୁ ଛେଳୀଟେ ବାନ୍ଧେ ।
ପୁଆଳ ଗଦା ଜଳିଗଲାରୁ ଲୋକ ନିଆଁ ଲିଭାଇବାକୁ ଧାଇଁ ଆସିଲେ....
ନିଆଁ ଲିଭେଇଲା ପରେ ଚାଷୀ ତା ଛେଳୀକୁ ଖୋଜିଲା
ଘର ବାହାର ଚାରିଆଡ଼ ଖୋଜିଲା
ତା' ମନରେ ବିଶ୍ବାସ ପଘା ଛିଡିଛି ମାନେ ଛେଳୀ ନିଆଁ ଦେଖି ଭୟରେ ପଘା ଛିଣ୍ଡେଇ ପଳେଇଥିବ ।
ଏଣେ ଜଣେ ଲୋକ ସେଇ ଜଳିଯାଇଥିବା ପୁଆଳ ଗଦାରୁ ଅଧାଜଳା ଜୀବକୁ ଦେଖି ଚାଷୀକୁ ଡାକ ଛାଡିଲା .....
ଜଳିଯାଇଥିବା ତା' ଛେଳିକୁ ଦେଖି ଚାଷୀ ଦୁଃଖୀ ହୋଇଗଲା.....

ସେଠି ଉପସ୍ଥିତ
ଲୋକ ମାନଙ୍କ ମଧ୍ଯରୁ ଜଣେ ବଡଲୋକ
ଚାଷୀକୁ ବୁଝେଇଲେ
ଯାହା ତ ହେବାର ହେଲାଣି
ଏବେ ଏଇ ଛେଳୀର ଯେଉଁ ଭାଗ ତକ ନଜଳି ଭଲ ଅଛି
ତାକୁ ଗାଆଁରେ ବାଣ୍ଟିଦିଅ

ଛେଳୀ ମାଂସ ବଣ୍ଟାଗଲା
ଲୋକ ରାତାରାତି ସେ ମାଂସ ତରକାରୀ କରି ଖାଇ ବି ଗଲେ......

ଚାଷୀର ଭାରି ମନଦୁଃଖ !!!
ରାତିଯାକ ଶୋଇନଥାଏ ।
ସକାଳୁ ଉଠି ବାଡିପଟକୁ ଯାଇ ଦେଖେ
ପୁଆଳ ଗଦା ପାଖରେ ଛେଳୀ ଶୋଇଛି

ଆର୍ଶ୍ଚର୍ଯ୍ୟ କଥା.....
ଛେଳୀ ତ ବଞ୍ଚିଛି
ତାହେଲେ କାଲି ରାତିରେ
କା ମାଉଁସ ବଣ୍ଟାଗଲା ?

ଚାଷୀ ଅନୁମାନ କଲା ବୁଲାକୁକୁର କୁ ଛେଳୀ ମନେ କରି ସମସ୍ତେ ଖାଇଗଲେ
😂😂😂😂😂

Sunday, April 9, 2017

●●●●●●ଏସିଆ●●●●●

ଜମ୍ବୁଦ୍ବୀପର ନାମକରଣ ଇଉରୋପୀୟ ମାନେ ଏସିଆ ରଖିଲେ ।
ଆଜକୁ ପ୍ରାୟ 2457 ବର୍ଷତଳେ(440.BCE)ଗ୍ରୀକ ଐତିହାସିକ ହେରୋଡଟସ୍ ପ୍ରଥମେ
Ἀσία ଶବ୍ଦ
'ଆନାତୋଲିଆ ଠାରୁ ପର୍ସିଆନ୍ ସାମ୍ରାଜ୍ଯ'
ପର୍ଯ୍ୟନ୍ତ ବ୍ଯାପ୍ତ ସମସ୍ତ ଭୂଭାଗ ପାଇଁ ବ୍ଯବହାର କରିଥିଲେ ।
ଏକ ପ୍ରଶିଦ୍ଧ ମତବାଦ ଅନୁଯାୟୀ ଏସିଆ ଶବ୍ଦ ଟି ଗ୍ରୀକ
Assuwa ଶବ୍ଦରୁ ହୋଇଅଛି ।

ଆଗେ ଗ୍ରୀକମାନେ Hittite ଜାତିର ଲୋକଙ୍କୁ
Assuwa କହୁଥିଲେ । ହିଟାଇଟ୍ ଜାତିର ଲୋକ ଯେଉଁ ଭୂଭାଗରେ ବାସକରୁଥିଲେ(ଆନାତୋଲିଆ ଠାରୁ ପର୍ସିଆନ ସାମ୍ରାଜ୍ଯ ଯାଏଁ) ସେହି ଭୂଭାଗକୁ ଗ୍ରୀକଲୋକେ ତେଣୁ Asia କହୁଥିଲେ ।

ଗ୍ରୀକ ପୁରାଣ ବର୍ଣ୍ଣିତ ଜନୈକା ଦେବୀଙ୍କ ନାମ ମଧ୍ଯ  ଏସିଆ ।
ଗ୍ରୀକ ପୁରାଣ ଅନୁଯାୟୀ ସେ ସମୁଦ୍ରଦେବ ଓସେନସ୍  (Oceanus) ଏବଂ ଜଳଦେବୀ ଟେଥିସ୍ (Tethys)ଙ୍କ . କନ୍ଯା ।
Apollodorus ଗ୍ରନ୍ଥ ଅନୁଯାୟୀ ଦେବୀ ଏସିଆ ,
ଟାଇଟନ୍ ଯୋଦ୍ଧା ଲାପେଟସ୍ (Iapetus) ଙ୍କ ପତ୍ନୀ ତଥା
ଆଟଲାସ୍ (Atlas) , ପ୍ରୋମେଥିୟସ୍ (Prometheus),ଏପିମେଥସ୍ (Epimetheus) ଏବଂ ମେନୋଏଟିଅସ୍ (Monetious)ଙ୍କ ମାତା ।
ଅନ୍ଯ ଏକ ପ୍ରଶିଦ୍ଧ ମତବାଦ ଅନୁଯାୟୀ ଗ୍ରୀକ ପୌରାଣିକ ପାତ୍ର
ମାନେସଙ୍କ ନାତୀ ତଥା କୋଟୀସ୍ ଙ୍କ ପୁତ୍ର
Asies ଙ୍କ ନାମରେ ଏସିଆ ମହାଦେଶର ନାମକରଣ ହୋଇଥିବା କୁହାଯାଏ ।

ଆମ ସନାତନ ପୁରାଣଗ୍ରନ୍ଥରେ
ସପ୍ତଦ୍ବୀପକଥା ଉଲ୍ଲେଖ ଅଛି
ଏଭଳି ବର୍ଣ୍ଣନା ଅନ୍ଯ ଧର୍ମ ରେ ପ୍ରାୟ ନାହିଁ ।
ସେଇ ସାତଟି ଦ୍ବୀପ ହେଲା
1. ଜମ୍ବୁଦ୍ବୀପ
2.ପ୍ଲକ୍ଷଦ୍ବୀପ
3.ଶାଳ୍ମକ ଦ୍ବୀପ
4.କୁଶଦ୍ବୀପ
5.କ୍ରୌଞ୍ଚ ଦ୍ବୀପ
6.ଶାକ ଦ୍ବୀପ
7.ପୁଷ୍କରଦ୍ବୀପ

ପୁରାଣରେ ଜମ୍ବୁଦ୍ବୀପ......

ନୀଳ ପର୍ବତର ଦକ୍ଷିଣ ଏବଂ ନିଷଧ ପର୍ବତର ଉତ୍ତରରେ ଅବସ୍ଥିତ ସୁଦର୍ଶନ ନାମକ ଜମ୍ବୁ ବୃକ୍ଷର ନାମ ଅନୁସାରେ
ଏହି ଦ୍ବୀପର ନାମକରଣ ଜମ୍ବୁଦ୍ବୀପ ହୋଇଥିଲା ।
ଭାରତ ଏହି ଜମ୍ବୁଦ୍ବୀପର ଏକ ବର୍ଷ ବା ଖଣ୍ଡ ତେଣୁ ଆମେ ମାନେ ନିଜ ଦେଶକୁ ଭାରତବର୍ଷ ମଧ୍ଯ କହିଥାନ୍ତି ।
ଜମ୍ବୁଦ୍ବୀପକୁ ମୋଟ ନଅ ଭାଗରେ ବିଭକ୍ତ
୧.ନାଭିବର୍ଷ(ଭାରତବର୍ଷ)
୨.କିଂପୁରୁଷ
୩.ହରିବର୍ଷ
୪.ଇଳାବୃତ୍ତବର୍ଷ
୫.ଭଦ୍ରାଶ୍ବବର୍ଷ
୬.କେତୁମାଳ
୭.କୁରୁବର୍ଷ
୮.ରମ୍ଯକବର୍ଷ
୯.ହିରଣ୍ଯମୟବର୍ଷ

ପୂର୍ବକାଳରେ ସ୍ବୟଂଭୂ ନାମକ ମନୁ ଥିଲେ ।
ତାଙ୍କର ଦୁଇ ପୁତ୍ର ପ୍ରିୟବ୍ରତ ଏବଂ ଉତ୍ତାନପାଦଙ୍କୁ ସେ ସମ୍ପୂର୍ଣ୍ଣ ପୃଥିବୀ ବାଣ୍ଟିଦେଇଥିଲେ ।
ଉତ୍ତାନପାଦଙ୍କ ଦୁଇପୁତ୍ର ମଧ୍ୟରୁ ଧୃବ ପରମଗତି ଲାଭକଲେ ।
ରାଜର୍ଷୀ ପ୍ରିୟବ୍ରତଙ୍କ ଦଶପୁତ୍ର ହେଲେ ।
ତନ୍ମଧ୍ୟରୁ ତିନିଜଣ ସନ୍ଯାସଧର୍ମ ଗ୍ରହଣ କରିନେଲେ
ବାକି ସାତଜଣ ସପ୍ତଦ୍ବୀପ ଶାସନ କଲେ ।
ରାଜା ପ୍ରିୟବ୍ରତଙ୍କ ଜୈଷ୍ଠପୁତ୍ର ଅଗ୍ନୀଘ୍ର ଜମ୍ବୁଦ୍ବୀପ ଶାସନ କଲେ( ବୋଧହୁଏ ଭାରତୀୟ ଲୋକ ଜମ୍ବୁଦ୍ବୀପକୁ ସବୁଠୁଁ ବଡ଼ ବୋଲି ଜାଣିଥିଲେ) ।
ଅଗ୍ନୀଘ୍ରଙ୍କ ନଅଜଣ ପୁତ୍ର ହେଲେ....
ଇଳାବୃତ୍ତ,ଭଦ୍ରାଶ୍ବ,କେତୁମାଳ,କୁରୁ,ହିରଣ୍ଯମୟ,ରମ୍ଯକ,ହରି,କିଂପୁରୁଷ ଏବଂ ନାଭି ।
ନାଭିଙ୍କ ପୁତ୍ର ଋୁଷଭ ହେଲେ ଏବଂ ତାଙ୍କ ପୁତ୍ର ହେଲେ ଭରତ ।
ପରବର୍ତ୍ତୀକାଳରେ ଏଇ ଭରତଙ୍କ ନାମ ଅନୁସାରେ ନାଭିବର୍ଷର ନାମ ଭାରତବର୍ଷ ହେଲା ।

ଚୀନରେ ଏସିଆକୁ ୟଝାଉ( 亚洲 )କୁହାଯାଏ ।
ଚୀନକୁ ଚୀନମାନେ ୟାଗଂଯାଉ କହୁଥିଲେ ଏହାର ଅର୍ଥ ମଧ୍ୟଭାଗର ଲୋକ ସେଇଭଳି
ୟଝାଉର ଅର୍ଥ ଅନ୍ଯ ସମସ୍ତ ଲୋକ ।
ଚୀନା ମାନେ ସାଧାରଣତଃ ପରସ୍ପର ମଧ୍ୟରେ କଥା ହେଲାବେଳେ ଏସିଆକୁ ୟଝାଉ କହିଥାନ୍ତି
.

Friday, April 7, 2017

●●●କୋଶଳ ରାଜ୍ଯ ଦାବୀ ଜଗନ୍ନାଥ ସଂସ୍କୃତିକୁ ମାରିଦେବାର ଏକ ଚକ୍ରାନ୍ତ●●●●

ଆମ ଦେଶରେ ବିକାଶ ନାମକ ପ୍ରିୟ ପୁତ୍ର ପାଇଁ ଲୋକେ ଏକ ପ୍ରକାର ପ୍ରଗଳ୍ଭ !

ତେଲେଙ୍ଗାନା,ଛତିଶଗଡ,ଝାଡଖଣ୍ଡ,ଉତ୍ତରଖଣ୍ଡ ଆଦି ନୂଆ ରାଜ୍ଯ ସେଇ ଗେଲବସରିଆ ପୁଅଟିକୁ କୋଳରେ ପାଇବା ପାଇଁ ସ୍ଥାନୀୟ ଅଧିବାସୀ ଜନମେଇଥିଲେ ।

ଏଇ ସବୁ ରାଜ୍ଯ ଯାକ ଏବେ ବିକାଶିତ ହୋଇ  ଏକବାରେ ଆମେରିକା,ଫ୍ରାନ୍ସ ଏବଂ ଜର୍ମାନୀ କୁ ମଧ୍ଯ ନିଜ ପଛରେ ପକେଇ ଦେଇଛନ୍ତି....
ତାଙ୍କର ମଙ୍ଗଳରେ ପିକନିକ୍,ଚନ୍ଦ୍ରରେ ଗେଷ୍ଟହାଉସ ଅଛି
ଏଣୁ
ତାଙ୍କ ଦେଖାଦେଖି ଆଉ କେତୁଟା ସଂଗଠନ,ଛୋଟକାଟିଆ ଦଳ ସବୁ
ନୂଆ ରାଜ୍ଯ ପାଇଁ ଦାବୀ କଲେଣି....

ବିଦର୍ଭ,ଗୋର୍ଖାଲ୍ଯାଣ୍ଡ,ହରିତପ୍ରଦେଶ,ବୁନ୍ଦେଲଖଂଡ଼,
ବୋଡୋଲ୍ଯାଣ୍ଡ,ମିଥିଳାଂଚଳ,ତୁଲୁନାଡୁ,ପୂର୍ବାଚଂଳ,ସୌରାଷ୍ଟ୍ର,କୁର୍ଗ,କୋଂଗୁଲ୍ଯାଣ୍ଡ,ଗୋଂଡବାନା,ଲଦ୍ଦାଖ ଆଦି ନୂଆ ରାଜ୍ଯ ଦାବି ତନ୍ମଧ୍ଯରୁ ଅନ୍ଯତମ

ଏଠାରେ
#ହରିତପ୍ରଦେଶ କଥା ବିଚାର କରି କୋଶଳ ଆଡକୁ ଆସିବା....

ପଶ୍ଚିମ ଉତ୍ତରପ୍ରଦେଶର କିଛି ନେତା ଦେଶ ସ୍ବାଧୀନତା ପରଠାରୁ ହରିତପ୍ରଦେଶର ସ୍ବପ୍ନ ଦେଖିଆସୁଛନ୍ତି ।
ଆଗେ 25 ତିରିଶ ବର୍ଷ କାଳ ଏହା ଖାଲି ଏକ ବିଚାର ଥିଲା ଏମିତିକି ଭୀମରାବ ଆମ୍ବେଦକର ମଧ୍ଯ ହରିତପ୍ରଦେଶ ଏଜେଣ୍ଡାକୁ ସମର୍ଥନ କରି ମତ ଦେଇଥିଲେ ।

ପରେ 1972 ରେ ଉତ୍ତରପ୍ରଦେଶ ବିଧାନସଭାରେ
14 ବିଧାନସଭା ସଦସ୍ଯ ମିଶି ରାଜ୍ଯକୁ ବ୍ରଜପ୍ରଦେଶ,ଅବଧପ୍ରଦେଶ,ପୂର୍ବପ୍ରଦେଶ ନାମରେ ତିନିଭାଗରେ ବାଣ୍ଟିଦେବାକୁ ପ୍ରସ୍ତାବ ଦେଇଥିଲେ ।

କୁହାଯାଏ ଦେଶର ଜରୁରୀକାଳୀନ ପରିସ୍ଥିତି ସମୟରେ ସଂଜୟ ଗାନ୍ଧୀ ପଶ୍ଚିମ ଉତ୍ତରପ୍ରଦେଶକୁ ଅଲଗାରାଜ୍ଯ କୁ ପ୍ରାଣପଣେ ଚେଷ୍ଟା କରୁଥିଲେ ହେଁ ସଫଳ ହୋଇପାରିନଥିଲେ ।

ପରେ ରାଷ୍ଟ୍ରୀୟ ଲୋକଦଳ ର ନେତା ଅଜୀତ ସିଂହ ହରିତପ୍ରଦେଶକୁ ନେଇ ଖୁବ ହୋ ହାଲ୍ଲା କରିଥିଲେ ।
କିଛିଦିନ ପାଟିତୁଣ୍ଡ କଲାରୁ କ୍ଷମତା ପାଇ ଶାସନ କଲେ
ଆଉ ରାଷ୍ଟ୍ରୀୟ ଲୋକଦଳ ପାଇଁ ହରିତପ୍ରଦେଶ ଏକ ମୁଖ୍ଯ ଏଜେଣ୍ଡା ହୋଇ ରହିଗଲା....

2011 ରେ ମାୟାବତୀ ନିଜ ପରାଜୟ ନିଶ୍ଚିତ ଜାଣି ରାଜନୈତିକ ଫାଇଦା ଉଠାଇବାକୁ
ଉତ୍ତରପ୍ରଦେଶର ଚାରିଭାଗରେ ବିଭାଜନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

ପ୍ରସ୍ତାବ ଗ୍ରହଣ କରାଯାଇଥିଲେ
ବୁନ୍ଦେଲଖଂଡ,ପୂର୍ବାଚଂଲ,ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଅବଧପ୍ରଦେଶ ନାମରେ ଚରୋଟି ନୂଆ ରାଜ୍ଯ ହୋଇଥାନ୍ତା କିନ୍ତୁ
ତତ୍କାଳୀନ କଂଗ୍ରେସ ସରକାର ଏହା ଏକ ରାଜନୀତି ପ୍ରଣୋଦିତ ମନ୍ଦ ଉଦ୍ଦେଶ୍ଯ ମୂଳକ ପ୍ରସ୍ତାବ ଜାଣ ତାହାି ରଦ୍ଦ କରିଦେଲେ ......

ହରିତ ପ୍ରଦେଶ ଗଠନ ହେଲେ ପଶ୍ଚିମ ଉତ୍ତରପ୍ରଦେଶରେ ବ୍ରାହ୍ମଣ,ରାଜପୁତ ଏବଂ କରଣ ଜାତିର ଲୋକେ କ୍ଷତିଗ୍ରସ୍ତ ହେବେ
ଏବଂ ଜାଟ୍ ଜାତିର ଶକ୍ତି ବଢିଯିବ ପୁଣି ମୁସଲମାନ ମାନେ ଆହୁରି ଶକ୍ତିଶାଳୀ ହୋଇ ଉଠିବେ ।
କାରଣ ଉତ୍ତରପ୍ରଦେଶର ସମସ୍ତ ଧାର୍ମିକ ସ୍ଥଳ ପରସ୍ପର ସହ ସମ୍ବନ୍ଧ ରଖେ ତେଣୁ ହରିତ ପ୍ରଦେଶ ଗଠନ ହେଲେ
ପ୍ରୟାଗ କାଶି ବୃନ୍ଦାବନ -ଗୋପ ମଥୁରା ମେରଠ ଠାରୁ ଅଲଗା ହେବ ଏବଂ ଫଳରେ ପଶ୍ଚିମାଂଚଳବାସୀ ଲୋକେ ମୁସ୍ଲିମ ପ୍ରଭାବରେ କମ୍ ଦିନରେ ମୁସ୍ଲିମ୍ ହେବେ ....
ମୋ କଥାକୁ ବିଶ୍ବାସ ନକରିପାରୁଥିଲେ ଟିକେ ଇଣ୍ଟରନେଟ୍ ରେ ସର୍ଚ୍ଚ କରିନିଅନ୍ତୁ
"ହରିତ ପ୍ରଦେଶ ସଂଘର୍ଷ ମୋର୍ଚ୍ଚା" ର ସଂସ୍ଥାପକ  ମକୁତବ ଅହମଦଙ୍କ ଧାର୍ମିକ ମୌଳିବାଦ ବିଷୟରେ ଅନୁଧ୍ଯାନ କରି ବୁଝନ୍ତୁ !!!!!!

ମୁଁ ଅନୁମାନ କରୁଅଛି
କୋଶଳ ମୁବମେଣ୍ଟ ମଧ୍ଯ ସେଇ କାରଣରୁ ଦାବୀ କରାଯାଉଅଛି ।

କଥାହେଲା
ପଶ୍ଚିମ ଓଡିଶାରେ ଅନେକ ମିଶନାରୀ
ବିଗତ 200 ବର୍ଷ ହେଲା ଆଦିବାସୀ ଓଡିଆ ଲୋକଙ୍କୁ ଖ୍ରୀଷ୍ଟିଆନ୍ କରିଦେବାକୁ ଚେଷ୍ଟା କରି ମଧ୍ଯ ଅନେକାଂଶରେ ବିଫଳ ହୋଇଛନ୍ତି କାରଣ
ଆଗଙ୍ଗା ଗୋଦାବରୀ ମଧ୍ଯେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚଳିତ ।
ଏହା ଏତେ ସୁଦୃଢ ଯେ ମୁସ୍ଲିମ୍ ମଧ୍ଯ ସାରା ଭାରତରେ ଜିତି ଓଡିଶାରେ ଧର୍ମୀୟ ପରାଜୟ ବରଣ କରିଥିଲେ ।

କିନ୍ତୁ ଯଦି କାଲି କୁ ଓଡିଶା ବିଭାଜନ ହୁଏ ପଡୋଶୀରାଜ୍ଯର ଭଗବାନ ଏବଂ ପର୍ବ କହି ଓଡିଆ ପର୍ବ ସବୁ ଛାଡିବେ ( ଓଡିଆଭାଷା କୁ ଉପେକ୍ଷା କରିଲେଣି)
ଆଉ ନିଜକୁ ଉନ୍ନତ ଦେଖେଇବା ପାଇଁ ଖ୍ରୀଷ୍ଟିଆନ୍ ହୋଇବେ  ।

ନର୍ଥ ଇଷ୍ଟ୍ ଇଣ୍ଡିଆରେ ଏଇଥିପାଇଁ ସବୁ କଳା ଇଂରେଜ ହୋଇ ସନାତନ ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିଆନ୍ ହେଲେଣି ......

ପୁଣି ଏ ସବୁ ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନକୁ ମାନିନେଇ ଅଲଗା ରାଜ୍ଯ ଗଢିଦେଲେ ଗୋଟିଏ ପଟେ ଦେଶର ଅଖଣ୍ଡତା କ୍ଷତିଗ୍ରସ୍ତ ହେବ ପୁଣି ଅଶାନ୍ତି ଅବିଶ୍ବାସ ଘୃଣା ଦ୍ବେଶ ର ଏକ ବିଶାକ୍ତ ଅପ୍ରାକୃତିକ ପରିବେଶ ସୃଷ୍ଟି ହେବ
ଯା'ର ଶେଷ ପରିଣତି ହୋଇବ ଦେଶରେ ଭୟଙ୍କର ଗୃହଯୁଦ୍ଧ ।
ମୋ କଥା ଶୁଣନ୍ତୁ ନାହିଁ ଆଗେ ନିଜକୁ ପଚାରନ୍ତୁ
କଣ ଆପଣ
ଭାରତକୁ ପୁନଃ ବିଦେଶୀ ଶାସନାଧୀନ ଦେଖିବାକୁ ଚାହୁଁଛନ୍ତି କି ?

ଆଗେ ଏକ ହେବାକୁ ଲଢୁଥିଲେ ଆଜି ଭିନ୍ନେ ହେବାକୁ ଲଢୁଛେ

ଆଜକୁ ଠିକ ଶହେ ବର୍ଷ ତଳେ
ତିନିଭାଗରେ ବିଭାଜିତ ଓଡି଼ଶାର
ପ୍ରବାସୀ ଓଡି଼ଆ ମାନେ ପ୍ରଥର ଥର ପାଇଁ କଲିକତାରେ ଏକ ବିରାଟ ସଭାର ଆୟୋଜନ କରିଥିଲେ ........

ମୟୁରଭଞ୍ଜ ମହାରାଜା ସାର୍ ବାସୁଦେବ ସୁଢଳଦେବ ମହୋଦୟ 4 ଜାନୁଆରୀ 1911 ରେ ବମ୍ବେରୁ କଲିକତା ପହଞ୍ଚିବା ପରେ ଓଡିଆ ମାନଙ୍କ ସଂଗଠନ କଲିକତାରେ ମୁଣ୍ଡ ଟେକି ଥିଲା  ।

ମହାରାଜା ଙ୍କୁ ଓଡିଆ ମାନଙ୍କ ପକ୍ଷରୁ ବିଧିମତେ ଅଭ୍ଯର୍ଥନା କରିବା ପାଇଁ 7 ଜାନୁଆରୀ 1911 ରେ ଏହି ସଭାର ଆୟୋଜନ ହୋଇ ଥିଲା ।

ସଭାରେ କଟକରୁ ମଧୁବାବୁ,ସୁଗାୟକ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ,
ବାଲେଶ୍ବରରୁ ଭୋଳାନାଥ ସାମନ୍ତରାୟ,ବାରିପଦାରୁ ଗୋପବନ୍ଧୁ ଦାସ ଯାଇ ଯୋଗଦେଇଥିଲେ ।
ସଭାର ମୁଖ୍ଯ ଅତିଥୀ ଆମ ମହାରାଜା ତଥା ସଭାପତିତ୍ବ ମଧୁସୁଦନ ଦାସ ତୁଲାଇ ଥିଲେ ।
ଏହି ସଭା ଟି କଲିକତା ୟୁନିଭର୍ସିଟି ଇନଷ୍ଟିଚ୍ଯୁଡ୍ ହଲ୍ ରେ ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଓଡିଶାର ମହାରାଜା ମହୋଦୟ ଗୋଟିଏ ପ୍ରେରଣାଦାୟୀ ଭାଷଣ ଦେଇଥିଲେ
ତା'ର କିୟଦଅଂଶ ପଢନ୍ତୁ

"ଆମ୍ଭ ଓଡିଆ ପିଲା ମାନେ କଲିକତାର ସ୍କୁଲରେ ପଢିବାକୁ ଆସନ୍ତି । ତାଙ୍କ ସଂଗୀ ବଙ୍ଗାଳୀ ପିଲା ମାନେ ତାଙ୍କୁ ଏଭଳି ହେୟ ଚକ୍ଷୁରେ ଦେଖନ୍ତି ଯେ ସେମାନଙ୍କର ଆତ୍ମା କାନ୍ଦେ । ଆଜି ପ୍ରେସିଡେନ୍ସି ହଲ୍ ରେ ଓଡି଼ଆ ସଭା,ସବୁ ଓଡି଼ଆ ପାଠପଢୁଆ କେତେକ ବଙ୍ଗାଳୀ ଗ୍ରାଜୁଏଟ୍ ଙ୍କ ସହ ଆସୀନ ।
ବଂଗୀୟ ଗୁଣାଢ୍ଯ ସରସ୍ବତୀଙ୍କର ଶ୍ରେଷ୍ଠ ସନ୍ତାନ ମାନେ
ସଭା ମଞ୍ଚରେ ବସି ଦେଖୁଛନ୍ତି .....
ଓଡି଼ଆ ମହାରାଜା,ଓଡି଼ଆ ଛାତ୍ର,ଓଡି଼ଆ ଅବିଭାବକ,
ଓଡି଼ଆ ଭଦ୍ରଲୋକ,ଓଡି଼ଆ ଖୋଦିତ କ୍ଯାସକେଟ୍,ଓଡି଼ଆ ଅଭିନନ୍ଦନ,ଓଡି଼ଆ ସଂଗୀତ,ଓଡି଼ଆ ବକୃତା
ସମସ୍ତ ଓଡି଼ଆ ।"

ଏଠାରେ ଧ୍ଯାନ ଦେବାର କଥାହେଲା
ବାମଣ୍ଡା ରାଜନ ଭାଷଣରେ ବାରମ୍ବାର ଓଡିଆ ଓଡିଆ ଓଡିଆ କହିଛନ୍ତି ଓଡିଶା କହିଛନ୍ତି
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ କହି ନାହାନ୍ତି ......

ଆଜି କଥା କଥା କେ କିଛିଲୋକ ରାଜ୍ଯର ଦେଶ ଯାକରେ ଉପହାସ କରିବାକୁ ବିଭାଜନ ବିଭାଜନ ଚିତ୍କାର କରୁଛନ୍ତି
ପ୍ରକୃତରେ ସେମାନେ
ସୁଢ଼ଳଦେବ,ବିକ୍ରମଦେବ,ଭେଙ୍କଟେଶ୍ବର ରାଓ ଆଦି ଆଦ୍ଯ ଭାଷା ରକ୍ଷକ ଯୋଦ୍ଧା ଙ୍କ ବିଷୟରେ କିଛି ବି ଜାଣିନାହାନ୍ତି । ତେଣୁ ନିଜ ଇତିହାସ ଠିକ ସେ ଜାଣି ନଥିବାରୁ
ସେମାନଙ୍କ ଓଡିଆତ୍ବ ଲୁପ୍ତ ହୋଇଛି ନିଜ ଜାତୀୟତା ଉପରେ ସେମାନେ ଏକ ପ୍ରକାରର କୃତିମ ଜାତୀୟତାର ରଂଗ ବୋଳିଅଛନ୍ତି ଯାହା....

ବିଡମ୍ବନା ଦେଖନ୍ତୁ
"ଶହେ ବର୍ଷ ତଳେ ଆମେ ଏକାଠି ହେବାକୁ ଅନ୍ଯ ମାନଙ୍କ ସହ ଲଢୁଥିଲେ
ଆଉ ଆଜି ଅଲଗା ହୋଇଯିବାକୁ ନିଜ ନିଜ ଭିତରେ କଳି କରୁଛେ"

......

ଏଇ କିଛି ଦିନ ତଳେ ଉତ୍କଳଦିବସରେ କଳାଦିବସ ପାଳିଥିବା ମୋର
କଳାପାହାଡ ଭାଇ ମାନଙ୍କ ପ୍ରତି ଏଇ କବିତା ଟି.
ମୁଁ ଉତ୍ସର୍ଗ କରୁଅଛି....
.......

କେମିତି ସହିବୁ ମାତା ବିଭାଜନ
କରିବୁ ଆମ୍ଭେ ପୁତ୍ରପୁତ୍ରୀ ରୋଦନ

ତୁମେ କୁହ ଚାଲ ହେବା ଭାଗ ଭାଗ
ବାଣ୍ଟିବା ଓଡିଶା ମାତାକୁ କରି ଭାଗ

ତୁମ ପାଇଁ କାଳେ ତାହା ଖାଲି ମାଟି
ଆମର ସେ ଯେ ଆମ  ମାଆ ମାଟି

ମାତା ପ୍ରତି ଯଦି କା'ର ନଥାନ୍ତା ମମତା
କେଉଁ ବୀର ଯାଇ କିଁପା ସୀମାନ୍ତେ ମରନ୍ତା

ଥିଲେ  ଆଜ ମଧୁ ତୁମ୍ଭ ଖବର ନିଅନ୍ତେ
ଦି ଗାଲେ ଦୁଇ ଶକ୍ତ ଚାପୁଡା ଦିଅନ୍ତେ

କାହାଠୁଁ ପାଇଛ କେତେ ଧନ ବାବୁ
କାହିଁକି ମାତିଛ ରାଜ୍ଯ ବାଣ୍ଟିଣ ଦେବାକୁ

କିଏ ଦେଇଛି କି ଉତ୍କୋଚ କେତେ
ବିକିଲ କି ମୁଣ୍ଡ କା ପାଖରେ ସତେ

ହେଲ ଅବା ମାନସିକ ବିକାରଗ୍ରସ୍ତ
ହେଳିଛ ମାତା ଭ୍ରାତା ସ୍ନେହ ସମସ୍ତ

ତୁମ୍ଭ କଥା ଶୁଣି ମୁଁ ସଂଦେହ କରୁଛି
କାଳାପାହାଡ଼ ର ଆତ୍ମା ତୁମଠିଁ ଲାଗିଛି

ଯାଅ ଯାଅ ଭାଇ ଝାଡ ଝୁଡ ହୁଅ
ଜାତିଦ୍ରୋହୀ ଭୂତ ଦେହରୁ ଭଗାଅ...

.................

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...