ବଙ୍ଗୋପସାଗର କୁ ଓଡି଼ଆ ଲୋକେ କଳିଙ୍ଗସାଗର ତଥା ମହୋଦଧୀ କହିବା ଆରମ୍ଭ କରିଦିଅନ୍ତୁ ।
ଆକାର ଦୃଷ୍ଟିରୁ ମହୋଦଧୀକୁ ଏକ ଉପସାଗରର ଆଖ୍ଯା ଦେବା ଟା ମସ୍ତବଡ଼ ଭୂଲ ।
ମୃତସାଗର-Dead sea ଅପେକ୍ଷା ମହୋଦଧୀ ବହୁତ ବିଶାଳ କିନ୍ତୁ ଯେହେତୁ
ପୂର୍ବରୁ ଲୋକେ ଏହାକୁ ଏକ ସାଗରର ଆଖ୍ଯା ଦେଇ ଆସିଛନ୍ତି ଏହାର ଏଭଳି ନାମ ପ୍ରଚଳିତ ।
କେହି କେହି ମତ ଦିଅନ୍ତି ତିନିପାର୍ଶ୍ବରେ ସ୍ଥଳଭାଗ ପରିବେଷ୍ଟିତ ଜଳଭାଗ କୁହାଯିବା ଦରକାର ତେବେ ସହି ନିୟମ ଅନୁଯାୟୀ Red sea~ଲୋହିତ ସାଗର କୁ ସାଗର ନ କହି ଉପସାଗର କୁହାଯିବା କଥା !
କାରଣ ଲୋହିତ ସାଗରର ତିନିପାର୍ଶ୍ବରେ ସ୍ଥଳଭାଗ ବେଢି ଅଛି । ଆଉ କିଛି ଲୋକଙ୍କ ମତ
ଅଳ୍ପ ଗଭୀର ସମୁଦ୍ର ବିଶେଷକୁ bay ବା ଉପସାଗର କୁହାଯିବା ଭୌଗଳିକ ବିଦ୍ଧି ସମ୍ମତ ।
ମହୋଦଧୀର ହାରାହାରୀ ଗଭୀରତା 2,600 ମିଟର ଅର୍ଥାତ୍ ପ୍ରାୟ 8,500 ଫୁଟ୍ ଥିଲାବେଳେ ସର୍ବାଧିକ ଗଭୀରତା ହେଉଛି 4,694 ମିଟର ବା 15,400 ଫୁଟ୍ ।
ଏଣେ yellow sea ର ହାରାହାରୀ ଗଭୀରତା 44 ମି. (144 ଫୁଟ). ଏବଂ ସର୍ବାଧିକ ଗଭୀରତା
152 ମି.(499 ଫୁଟ) ।
ତେଣୁ କଳିଙ୍ଗସାଗର ଯାହାକି ଆଜି ଇଂରେଜ ମାନଙ୍କ କୂଟ ଚକ୍ରାନ୍ତ ବଳରେ ହେଉ କି ଆମ ପଡୋଶୀଙ୍କ ଅତ୍ଯଧିକ ବୁଦ୍ଧିମତା ତଥା ଜ୍ଞାନ ଯୋଗୁଁ ବଙ୍ଗୋପସାଗର ହୋଇଅଛି ତାହା ଆମ୍ଭେମାନେ ଗ୍ରହଣ କରିନେବା ଟା ଭୌଗଳିକ ନିୟମ ଅନୁଯାୟୀ ଯୁକ୍ତିଯୁକ୍ତ ନୁହଁ ।
ଇତିହାସ କିମ୍ବଦନ୍ତୀ ଏବଂ ପୁରାଣ ମାନଙ୍କରେ
ଆଜିର ବଙ୍ଗୋପସାଗରର ଯେତେକ ନାମୋଲ୍ଲେଖ ହୋଇଅଛି ତନ୍ମଧ୍ୟରୁ ମହୋଦଧୀ,
ପରେ ପରେ କଳିଙ୍ଗସାଗର ତଥା ଦାକ୍ଷିଣାତ୍ଯରେ ଚୋଳ ସରୋବର ନାମ ଅଳ୍ପବହୁତେ ପ୍ରଚଳିତ ଥିବା ଜଣାଯାଏ ।
ମଧ୍ୟକାଳୀନ ଇଉରୋପୀୟ ପୁସ୍ତକ ମାନଙ୍କରେ
ମହୋଦଧୀକୁ Gangetic kolpos(( κόλποςଗ୍ରୀକ୍)) କୁହାଯାଉଥିଲା ।
ଇଂରେଜ ମାନେ ସହଜେ ଇଉରୋପୀୟ ତେଣୁ ନିଜ ଅଞ୍ଚଳରେ ଲେଖାଯାଇଥିବା ଇତିହାସ ଗ୍ରନ୍ଥ ସବୁକୁ ସର୍ବପ୍ରଥମେ ଅନୁସନ୍ଧାନ କରିବେ,ଫୋଲୋ କରିବେ ହିଁ କରିବେ ।
ସେମାନେ କଲିକତାରେ ନିଜ ବାଣିଜ୍ଯକୋଠି ସ୍ଥାପନ ପରେ ପରେ
ସେଇ ପୁରୁଣା ନାମକୁ ସାମାନ୍ଯ ପରିବର୍ତ୍ତନ କରି କିଛିକାଳ ଧରି ଗାଂଗେଟିକ ସାଇନସ୍ ବୋଲିଲେ ।
sinus ଶବ୍ଦଟି ଗ୍ରୀକ kolpos ଶବସଦର ପ୍ରତିଶବ୍ଦ ।
ପରେ କେତେକ ଅତି ବୁଦ୍ଧିମାନ ବଙ୍ଗାଳୀ ପଣ୍ଡିତ ଙ୍କ ପରୋଚନାରେ ପଡି଼ ମହୋଦଧୀର ନାମକରଣ
ବଙ୍ଗୋପସାଗର କରାଗଲା ।
ଗଙ୍ଗା ଉପସାଗର ନାମ ଦେଇଥିଲା ତାହା ସନାତନ ହିନ୍ଦୁ ଧର୍ମର ମାନବୃଦ୍ଧି କରିଦେଇଥାନ୍ତା ।
ପୁଣି ଯେହେତୁ ବଙ୍ଗରେ ବଙ୍ଗାଳୀଲୋକଙ୍କ ସହୃଦୟତା ଯୋଗୁଁ ଇଂରେଜ ଦଳ ପ୍ରଥମ କରି ସୁରକ୍ଷିତ ଘରଟିଏ ଗଢିପାରିଥିଲେ
ତେଣୁ ବଙ୍ଗ କୁ କିଛି ତ ସମ୍ମାନ ଦେବାକୁ ହେବ ନା !!!!
ପରବର୍ତ୍ତୀ କାଳରେ ଓଡିଆଙ୍କ ଜମିଦାରୀ ବଙ୍ଗାଳୀ ଲୋକଙ୍କୁ ଏହି ପ୍ରାଚୀନ ଭାବସ୍ନେହ ଯୋଗୁଁ ମିଳିଥିବା ଅନୁମାନ କରାଯାଏ ।
ଅନେକ ଇଂରେଜ ଐତିହାସିକ ମାନେ ସ୍ବୟଂ ଏ କଥା ସ୍ଵୀକାର କରନ୍ତି ଯେ ମହୋଦଧୀର ବଙ୍ଗୋପସାଗର ନାମ ଇଂରେଜ ମାନେ ଭାରତକୁ ଆସିଲା ପରେ ହିଁ ହୋଇଅଛି ।
ପୁଣି କୌଣସି ପ୍ରାଚୀନ ଗ୍ରନ୍ଥରେ ବଙ୍ଗୋପସାର ନିମୋଲ୍ଲେଖ ହୋଇନାହିଁ ବରଂ ମହୋଦଧୀ ନାମ ପ୍ରାଚୀନ ପୁରାଣ ମାନଙ୍କରେ ସର୍ବାଧିକ ପ୍ରଚଳିତ ।
ଚତୁର୍ଦ୍ଦଶ ଶତାବ୍ଦୀର ଦିଲ୍ଲୀର ଆଲ୍ଲାଉଦ୍ଦିନ ଖିଲିଜଙ୍କର ରାଜକବି ମାଲିକ୍ ମହମ୍ମଦ ଜାୟସୀ ଙ୍କ ପଦ୍ମାବତ୍ କାବ୍ୟରେ କଳିଙ୍ଗ ସାଗରର ନାମ ଉଲ୍ଲେଖ ରହିଛି l
ସେଥିରେ ଏହା ମଧ୍ୟ ବର୍ଣ୍ଣିତ ଅଛି ଯେ ମେବାରର ରାଣା ରତନ ସିଂ ଓ ରାଣୀ ପଦ୍ମାବତୀ ସିଂହଳ ଯିବା ପାଇଁ ଗୁଜୁରାଟର ଆରବ ସାଗରରେ ଯାତ୍ରା ଅପେକ୍ଷା କଳିଙ୍ଗ ସାଗରରେ ଯାତ୍ରାକୁ ସୁରକ୍ଷିତ ମଣିଥିଲେ l
ଇଟାଲୀ ପରିବ୍ରାଜକ ରୋଜର ଫ୍ରେଡରିକ୍ (ଷୋଡ଼ଶ ଶତାବ୍ଦୀ) ତାଙ୍କର ଭ୍ରମଣ ପୁସ୍ତକରେ ମଧ୍ୟ ସୁଦୃଢ଼ ଅର୍ଥନୀତି ସହ କଳିଙ୍ଗ ସାଗର ନାମ ଓ ସେଥିରେ ସମୃଦ୍ଧ ନୌବାଣିଜ୍ୟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି l
ଇଂରେଜ ଭାରତର ମାନଚିତ୍ରକୁ ବିକୃତ ନାମକରଣ କରିବା ପୂର୍ବରୁ ଡଚ୍ ମାନେ ଓ ପର୍ତ୍ତୁଗିଜୀୟ ମାନେ ମଧ୍ୟ କଳିଙ୍ଗ ସାଗରକୁ ଏହି ନାମ ସହ ଚିହ୍ନିତ କରିଛନ୍ତି l
ମାଦଳାପାଞ୍ଜିରେ ବାରମ୍ବାର ମହୋଦଧି ବୋଲି ଉଲ୍ଲେଖ ଅଛି l
କୌଣସି ପ୍ରାଚୀନ ପାଣ୍ଡୁଲିପିରେ ବଙ୍ଗୋପସାଗର ବୋଲି ଅଭିହିତ କରାଯାଇ ନାହିଁ l ଅପର ପକ୍ଷରେ
ବୌଦ୍ଧ ସାହିତ୍ୟ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ ଗ୍ରନ୍ଥରେ କୁହାଯାଇଛି-
ଯେ କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ୱୀପ କଳିଙ୍ଗ ଦେଶ ନାମରେ ପ୍ରଶିଦ୍ଧ ଏବଂ
କାଳିଦାସଙ୍କ ‘ରଘୁବଂଶ’ରେ କଳିଙ୍ଗରାଜାଙ୍କୁ ‘ମହୋଧିପତି’ ବୋଲି କୁହାଯାଇଛି ।
ଏହି ସବୁ ତଥ୍ଯ ରୁ ପ୍ରମାଣିତ ହୁଏ ଯେ ମହୋଦଧୀ ବା କଳିଙ୍ଗ ସାଗରର ବଙ୍ଗୋପସାଗର ନାମକରଣ ଇଂରେଜ ମାନଙ୍କ ମୂର୍ଖତା ର ସର୍ବୋତ୍ତମ ପ୍ରମାଣ ।
ଏକ ମହାମୂର୍ଖ ଡକାୟତ ଜାତି ଦ୍ବାରା ଦିଆଯାଇଥିବା ବଙ୍ଗୋପସାଗର ନାମ ବଦଳରେ ମୁଁ ସଂକଳ୍ପ କରୁଅଛି
ଯେ ଆଜିଠାରୁ ମହୋଦଧୀ ଏବଂ କଳିଙ୍ଗସାଗର କହିବା ଆରମ୍ଭ କରିଦେବି ।
No comments:
Post a Comment