Sunday, July 31, 2016

ନିଶା ର .........ନିଶା ରେ........

ନିଶା ସେବନ କ୍ଷତିକାରକ"
ଏମିତି ଲେଖା ହୋଇଥିବା ଏବଂ ଟିଭିରେ ପ୍ରଶିଦ୍ଧ ଲୋକଙ୍କ ମୁହଁରେ କୁହାଯିବାର ପଢ଼ିଥିବେ ,ଦେଖିଥିବେ ,ଶୁଣିଥିବେ !

ଆଛା ଏଇ Famus ଲୋକମାନେ ପରେ
ନିଜ ଫିଲ୍ମ ରେ ନିଶା ପିଇ ଷ୍ଟାଇଲ ମାରିବା ଟା
ସତରେ ହାସ୍ୟାସ୍ପଦ !!!
ଏଇ କିଛିଦିନ ତଳେ
ଦୁଇଟି ଓଡ଼ିଆ ଫିଲ୍ମ ରିଲିଜ ହୋଇଥିଲା !

କାଳେ ଆପଣ ନିଶ୍ଚୟଁ ଦେଖିଥିବେ
' ଲଭ୍ ଷ୍ଟେସନ୍ 'ଆଉ 'ଅଗସ୍ତ୍ୟ' !!
ଦୁଇଟି ଯାକ ଫିଲ୍ମ ରେଦୁଇଟି କଥା ସାମାନ୍ୟ !!
ଫିଲ୍ମ ଦ୍ଵୟରେ ଟାଟ୍ଟୁ ତଥା ସ୍ମୋକିଗଂ, ଡ୍ରିଁକିଗଂ କଲଚର ର ଅନାବଶ୍ୟକ ପ୍ରଚାର କରାଯାଇଅଛି ।

ପୁରାଣ ପ୍ରଶିଦ୍ଧ ଅଗସ୍ତ୍ୟ ଋଷି ଙ୍କ ନାମରେ ଫିଲ୍ମ ଟିର ନାମ ନୁହେଁ !!

ଗୁଣ୍ଡା ଙ୍କୁ ମଧ୍ଧ ଆଜିକା ସମାଜ ହିରୋ ମାନୁ
ଏହା ଫିଲ୍ମ ଇଣ୍ଡଷ୍ଟ୍ରୀ ର କିଛି ଲୋକ ଏବଂ
ସେମାନଙ୍କୁ ଟଙ୍କା ଦେଇ ପୋଷୁଥିବା
ଅସାମାଜିକ ତତ୍ବ ଚାହନ୍ତି !
ଅଗସ୍ତ୍ୟରେ ଦୁଇ ଦୁଇ ଥର ଟ୍ୟାଟୁ ଏବଂ ଥରୁଟିଏ ଚିଲମ ଦେଖାଯାଇଥିଲା ବେଳେ ଲଭ୍ଷ୍ଟେସନ୍ ରେ ହିରୋଇନ୍ ଗୋଇଠିରେ ଟ୍ୟାଟୁ
ତଥା ବର୍ତ୍ତମାନ କାଷ୍ଟିଗଂ କାଉଚ୍ କେସରେ ଫସିଥିବା
ପପ୍ପୁ ପମ୍ ପମ୍ ମଦ ପିଈ ଗାଡ଼ି ଚଲଉ ଥିବାର ଦେଖାଯାଇଛି !

ଯଦି ନିଶାଦ୍ରବ୍ୟ ,ପାଶ୍ଚାତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର କରିବା ହିଁ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକଙ୍କର ଏକମାତ୍ର ଲକ୍ଷ୍ୟ,
ତାହାଲେ
ନିଶା ଦ୍ରବ୍ୟ ସେବନ କ୍ଷତିକାରକ
କହି କି ଦର୍ଶକଙ୍କୁ କାହିଁକି କନଫ୍ୟୁଜ୍ କରୁଛନ୍ତି ?

ତେବେ ଏକଥା ସତ୍ୟ ଯେ ଏ ଦେଶରେ ଏଇ କିଛି ଶହ ବର୍ଷ ହେଲା ଏଠିକା ଲୋକେ ନିଶାଦ୍ରବ୍ୟ ସେବନ କରିବାରେ ଶିଦ୍ଧହସ୍ତ ହୋଇଗଲେଣି !

ଯେହେତୁ ସମାଜ ଅନୁଯାଇ ଚଳଚିତ୍ର
ତେଣୁ
ସମାଜ କୁ ଦେଖି ଫିଲ୍ମ ,ଫିଲ୍ମ କୁ ଦେଖି ସମାଜ !

କଥା ଟା ଠିକ ନହେଲେ ହେଁ ଭୂଲ ନୁହେଁ

ଆମ ମହାଭାରତୀୟ ସମାଜରେ ଏମିତି ଅନେକ କୈରେକ୍ଟର ମିଳିଯିବେ
ଯେଉଁମାନେ ନିଶାଦ୍ରବ୍ୟ ସେବନ କରିବାରେ ଏକ୍ସପର୍ଟ !
ଏଇ ଯେମିତି ଆମ ହରି ଓରଫ ହରିହର ଭାଇ ଙ୍କ କଥା ଉଦାହରଣ ସ୍ଵରୁପ ବିଚାର କରାଯାଉ !!
ହରିହର ଗାଆଁ ଛାଡ଼ି ନୁଆ ନୁଆ ସହର ଆସିଛି !
ମୁଁ ଆଉ ହରି ପିଲାଦିନୁଁ ସାଙ୍ଗ !

କୃପାସିନ୍ଧୁ ପଣ୍ଡା ଭଳି ସୁନାମଧନ୍ୟ ପିତା ର ପୁତ୍ର ହୋଇ ମଧ୍ଧ ହରିହର ଅର୍ଥାଭାବ ଯୋଗୁଁ
ସେତେ ପାଠ ପଢ଼ି ପାରିନାହିଁ
ତେଣୁ ବର୍ତ୍ତମାନ ଇଂରାଜୀ ପାଠପଢ଼ୁଆ ଲୋକ ତାକୁ ନିଶ୍ଚୟଁ ମୂରୁଖ ଲୋକ କହିବେ ।
ତେବେ ହରି ର କୁଶାଗ୍ର ବୁଦ୍ଧି !!

ହରି ଭାଇର ସୁଗୁଣ କହି ବସିଲେ ପୋଥିଏ ହେବ ତେବେ ଭଗବାନ ଚନ୍ଦ୍ର କୁ ମଧ୍ଧ କଳଙ୍କ ଦେଇଛନ୍ତି !

ହରିଭାଇ ର ଅନେକ ସୁଗୁଣ ରେ ଗୋଟିଏ ଦୂର୍ଗୁଣ,
ସେ ଗୁଡ଼ାଖୁ ଘସେ !!

ସ୍କୁଲରେ ପଢ଼ୁଥିବା ସମୟରେ ତାକୁ ଥରେ ଦିଥର ପାନ ଖାଉଥିବାର ଦେଖିଛି
କିନ୍ତୁ
ତା'ର ଏ ଗୁଡ଼ାଖୁ ଅଭ୍ୟାସ ନିଶ୍ଚୟଁ ବିବାହ ପରେ ପରେ ସେ ଆରମ୍ଭ କରିଥିବା କେତେକ ଲୋକ ଅନୁମାନ କରି କହି ଥାନ୍ତି ।

ତେବେ ହରି ର ଦାନ୍ତ ଯାକ କିନ୍ତୁ ଉଜ୍ଵଳ ଦେଖାଯାଏ ।

କେହି ସ୍ଵଚକ୍ଷୁରେ ଗୁଡ଼ାକୁ ଘସୁଥିବାର ନ ଦେଖିଲା ଯାଏଁ
ସହଜେ କହିପାରିବନି ଯେ , ସେ ନିଶା ଦ୍ରବ୍ୟ ପ୍ରୟୋଗ କରେ !

ଆଗରୁ କହିଛିହରି ଭାଈ ବଡ଼ ବୁଦ୍ଧିଆ !!

ସେ କଣ କରେ କି,
ଆଗେ ଗୁଡ଼ାଖୁ 2 ମିନିଟ ଘସି ତା ଉପରେ
ବ୍ରଶ୍ ଏବଂ ଟୁଥପେସ୍ଟ ରେ ଘସିଥାଏ

'ସାପ ବି ମଲେ ବାଡ଼ି ଭାଙ୍ଗିବନି' ନ୍ୟାୟରେ
ତାହାର ଦିନକାଳ ଯାକ ଗଡ଼ିଯାଉଛି

କେବଳ ହରି କାହିଁକି ଏମିତି ଅନେକ ନମୁନା ,ଆଇଟମ୍ ,କ୍ୟାରେକ୍ଟର ଏ ଦେଶ ର ପ୍ରତ୍ୟେକଟି ଗଳି ,ଗାଁ ଗଣ୍ଡାରେ ଯୋଡ଼ିଏ ପଞ୍ଝାଏ ମିଳିଯିବେ !

ଇଂରେଜୀ ରାଜତ୍ଵକାଳରେ ହୁକ୍କାରେ ବ୍ୟବହୃତ ଧୂଆଁପତ୍ର କୁ ଗୁଡ଼ାଖୁ କୁହାଯାଉଥିଲା ।
ପରେ ଗୁଡ଼ାଖୁ ନାମରେ ଆମ ଅଞ୍ଚଳରେ ଏଇ ନିଶାଯୁକ୍ତ ମଞ୍ଜନ ବିକ୍ରିହେବାରେ ଲାଗିଲା !
ଭାରତର ହିନ୍ଦିଭାଷୀ ଅଞ୍ଚଳରେ ଗୁଡ଼ାଖୁ କୁ ଗୁଲ୍-ମଞ୍ଜନ କୁହାଯାଏ ।
ଆଜିକାଲିର ପଢ଼ାଶିକ୍ଷିତ ପିଲାଏ ଗୁଡ଼ାଖୁ କୁ ସଂନ୍ଧି ବିଛେଦ କଲା ବେଳେ ଗୁଡ଼+ଆଖୁ କହିଲେ,
ଧୁଆଁପତ୍ର ନିଶା ପାଇଁ ପ୍ରଶିଦ୍ଧ ଦିନୁଦାଦା
ଚିଡ଼ିଯାଇ ବହେ ଗାଳିମନ୍ଦ କରିପକାନ୍ତି !!!

ତେବେ ଦିନୁଦାଦାଙ୍କୁ ଗୁଡ଼ାଖୁ ବିଷୟରେ ପଚାରିଲେ ସେ ଐତିହାସିକ ମାନଙ୍କ ଭଳି ନିଜ ମତ ଦେବାକୁ ଯାଇ କୁହନ୍ତି

"ଆରେ ସେ କଣ କି
ଆଗକାଳେ
ହୁକ୍କା ରୁ ଧୁଆଁ ଟାଣିଲା ବେଳେ
ଗୁଡ଼୍ଗୁଡ଼୍ ଶବ୍ଦ ହେଉଥିଲା
ଆଉ ସେକାଳ ପଖାଳଖିଆ ବୁଢ଼ା ଧୁଆଁ ଟାଣୁ ଟାଣୁ ଖୁଁ ଖୁଁ ଖାସି ପକାଉଥିଲେ
ସେଇଥି ପାଇଁ ଗୁଡ଼ାଖୁ ନାମ ହେଇଛି ନା ଆଉ :-D :-D :-D

Friday, July 29, 2016

●5 ସେକେଣ୍ଡ ଵିଦ୍ଆଉଟ ଅକ୍ସିଜେନ ● 5 Second without Oxygen


ମଣିଷ ଶରୀର ସାଧାରଣତଃ ବିନା ଖାଦ୍ୟ 3 ମାସ ଏବଂ ବିନା ପାଣି ରେ 3 ଦିନ ଯାଏଁ ବଞ୍ଚି ପାରେ...

କିନ୍ତୁ ଗୋଟିଏ ବସ୍ତୁ ଅଛି...

ଯାହାର ଅନୁପସ୍ଥିତିରେ ଆମ ଜୀବନ ଲୀଳା କିଛି ମିନଟରେ ଖତମ ହୋଇପାରେ !

Yeah... Its OXYGEN !!!.

ଆମକୁ ବଞ୍ଚିରହିବା ପାଇଁ ଅକ୍ସୀଜେନ ର ପର୍ଯ୍ୟାପ୍ତ ମାତ୍ରା ସଦାସର୍ବଦା ଦରକାର ହୋଇଥାଏ ଏମିତି କି...

ମାସ ମାସ ଧରି ଅଭ୍ୟାସ ପ୍ରକ୍ଷିକ୍ଷଣ ବାଦ ପର୍ଵତାରୋହୀ ମାଉଣ୍ଟ ଏଭରେସ୍ଟ ର ଉର୍ଧ୍ଵଦେଶରେ...

ଯେଉଁଠି କି ଅକ୍ସୀଜନ କମ ଏଅରପ୍ରେଶର କାରଣରୁ ଭୂଭାଗ ଅପେକ୍ଷା ଏକତୃତୀୟାଶଂ ମିଳି ଥାଏ...
ପର୍ଵତାରୋହୀ Survive କରି ପାରନ୍ତି
କିନ୍ତୁ
ଯଦି ଆପଣଙ୍କୁ
ବର୍ତ୍ତମାନ...

instantaneous
ଆପଣ ଯେଉଁଠି ଅଛନ୍ତି
ସେଠାରୁ ସିଧା
ମାଉଣ୍ଟଏଭରେଷ୍ଟ ଶୀଖରରେ ଟେଲିପୋର୍ଟ tellyport କରିଦିଆ ଯାଏ ତାହେଲେ...

You will die...

Within 2-3 minutes due to lack of Oxygen !!!.

We need Oxygen all the time desperately to survive!!!

ତ ଧରନ୍ତୁ....

As A Thought Experiment

ଯଦି...

5 ସେକେଣ୍ଡ ପାଇଁ ପୃଥ୍ଵୀ ରୁ ଅକ୍ସୀଜେନ ଗାୟବ ହୋଇଯାଏ,
ହଟେଇ ଦିଆଯାଏ

ତାହେଲେ କଣ ହେବ ?

Ready ????.

●ପ୍ରଥମ ସେକେଣ୍ଡ ରେ●

ଆକାଶ ପ୍ରଥମାପେକ୍ଷା ଅଧିକ 20% ଅଦ୍ଧକାରାଛନ୍ନ ହୋଇଯିବ ।
ଓଜୋନ ଲେଅର ନଥିବା ଯୋଗୁଁ ସୂର୍ଯ୍ୟ ର ଘାତକ ଅଲ୍ଟ୍ରାଵାଏଲେଟ ବା ଅତି ବାଇଗଣୀ ଆଲୋକ କାରଣରୁ Sun Burn ହେବାରେ ଲାଗିବ ।

ବାୟୁମଣ୍ଡଳ ର ପ୍ରେଶର ଅଚାନକ 20% କମ ହୋଇଯିବା ଫଳରେ ଆପଣଙ୍କ କାନ ପରଦା ଫିଟିଯିବ ଏବଂ ଯେହେତୁ ଅକ୍ସୀଜେନ ଥିବାରୁ ହିଁ Oxidation ପାଇଁ ମେଟଲ ଅର୍ଥାତ୍ ଧାତୁ ପରସ୍ପର ସହ ସାଧାରଣତଃ ଅଠା ପରି ଲାଗିଯାଏ ନାହିଁ ...
ତେଣୁ ଯଦି ଏମିତି ହୁଏ !

ତ ପରସ୍ପର ସମ୍ପର୍କ ରେ ରଖା ଯାଇଥିବା ସମସ୍ତ ଅପରିଷ୍କୃତ ଅଥବା "Untreated" ଧାତୁ ପରସ୍ପର ସହ ଲାଗିଯିବେ...

ଅର୍ଥାତ୍ ନେଚୁରଲୀ WELD ହୋଇଯିବେ .

ଯଦି ଆପଣଙ୍କ ଘର କଂକ୍ରୀଟ ରେ ତିଆରି
ତାହେଲେ ଆପଣଙ୍କୁ ସେ ଘରୁ ଦଉଡି ଯାଇ
ବାହର କୁ ବାହାରି ଯିବାକୁ ପଡ଼ିପାରେ...
..

କାହିଁକି ନା କଂକ୍ରୀଟ୍ ରେ ଅକ୍ସୀଜେନ ର Binder ଥିବା ଯୋଗୁଁ...
କଂକ୍ରୀଟ୍ ରେ ତିଆରି ସମସ୍ତ ନିର୍ମାଣ ମାଟିରେ ଧସିଯିବ !

ଵିଶ୍ଵ ର ସମସ୍ତ ମହାସାଗର ଅକ୍ସୀଜେନ ନ ରହିଲେ... ହାଇଡ୍ରୋଜନ ଗ୍ୟାସ ରେ ପରିଣତ ହୋଇ ଅଦୃଶ ହୋଇଯିବ...
ଏବଂ
ହାଇଡ୍ରୋଜନ ବହୁତ ହାଲୁକା ହୋଇଥିବାରୁ ପୃଥିବୀ ବାହର ସ୍ପେସ କୁ ନିଷ୍କାଷିତ ହୋଇଯିବ ।

"ଜଳ ଵିହୀନ ମୃତପ୍ରାୟ ପୃଥ୍ଵୀ"
.
ଯେହେତୁ ଅକ୍ସୀଜେନ....
.

ଆମ ପାଦ ତଳୁ ଆରମ୍ଭ କରି
50 Km ମାଟି ତଳେ
ଅର୍ଥାତ୍ ପୃଥିବୀ ର Crust ରେ 45% ଭାଗ ବହନ କରେ ତେଣୁ...
.
ଅକ୍ସୀଜେନ ନ ରହିଲେ...
ଆପଣଙ୍କ ପାଦ ତଳେ ଥିବା ମାଟି ଧସି ଯିବ
ତୀବ୍ର ଗତି ରେ ତଳକୁ ଧସି ଯିବ !
.

2012 ଫିଲ୍ମ ରେ ଥିବା ଡିଜାସ୍ଟର ଦୃଶ୍ୟ ଭଳି ଦୁର୍ଘଟଣା ପୃଥିବୀ ର ସବୁଆଡେ ହେବ
ଏବଂ
ତୁମେ ପାତାଳଲୋକ ରେ ପତିତ ହେବାକୁ ବାଧ୍ୟ ହେବ ।

.

ହେଲେ ଚିନ୍ତା କରନ୍ତୁ ନାହିଁ !
ଆପଣ ମାଟି ତଳେ ପୋତି ହୋଇ ମରିବେନି !
Remember?

ଆପଣଙ୍କ ଶରୀର ର ଅଧିକାଁଶ ଭାଗ ଜଳରେ ତିଆରି ନା ?
ଅକ୍ସୀଜେନ ନ ରହିଲେ ଆପଣଙ୍କ ରକ୍ତ ହାଇଡ୍ରୋଜେନହୋଇ ବାୟୁମଣ୍ଡଳରେ ମିଳେଇଯିବ !
ଏବଂ
ଆପଣଙ୍କ ଶରୀର ର ପ୍ରାଣକୋଶ ରେ ଛୋଟ ଛୋଟ ବିସ୍ଫୋଟ ହେବାକୁ ଲାଗିବ
And I bet...

ଆପଣ ମାଟି ରେ ସଂପୂର୍ଣ ପୋତିହେବା ପୂର୍ବରୁ ହିଁ ମରିଯାଇଥିବେ ।

.

କଣ କହିଲେ ?

ଦ୍ଵିତୀୟ ସେକଂଡ ରେ କଣ ହେବ...??????

..

Why bothered about 2nd second when you are already dead???
******************************************
And As Always Thanks For Reading !!!

ପ୍ରଶିଦ୍ଧ ଫେସବୁକିଆନ
विजय सिँह ठाकुराय ଙ୍କ Wallpost ର ଓଡ଼ିଆ ଅନୁବାଦ

Wednesday, July 27, 2016

ଧରଣୀଧର ଭୁୟାଁ ଓ କେନ୍ଦୁଝର ପ୍ରଜାମେଳି

କେନ୍ଦୁଝର ଗଡ଼ରେ ମାଛ କାନ୍ଦଣା ଯୋଡ଼ ଖୋଳା ପାଇଁ ବେଠୀ ବେଗାରୀ ର ପ୍ରବଳ ଜୁଲୁମ ର ପ୍ରତିବାଦରେ ଭୁୟାଁ ମାନେ 1891 ସାଲରେ ଧରଣୀଧରଙ୍କ ନେତୃତ୍ଵରେ ଏକ ମେଳି କରିଥିଲେ ।

ମେଳି ର ସର୍ଦ୍ଦାର ଧରଣୀଧର ମହାରାଜ ଧନୁର୍ଜୟ ନାରାଯଣ ଭଂଜ ଙ୍କ ସାହାଯ୍ୟ ଓ ପୃଷ୍ଠପୋଷକତାରେ କଟକ ସର୍ଭେ ସ୍କୁଲରେ ଶିକ୍ଷା ସମାପ୍ତ କରି,କେନ୍ଦୁଝରରେ ସର୍ଭେୟର ରୁପେ ନିଯୁକ୍ତ ହୋଇଥିଲେ ।
କିନ୍ତୁ
ଭୁୟାଁ ମାନଙ୍କ ମଧ୍ଧରେ ଶିକ୍ଷା ବିସ୍ତାର କରିଥିବା ଅପରାଧରେ ଧରଣୀଧର କ୍ରମେ ରାଜାଙ୍କର ବିଷଚକ୍ଷୁରେ ପଡ଼ିଥିଲେ ଓ ମହାରାଜା ଧର୍ନୁଜୟ ନାରାୟଣ ତାଙ୍କୁ ଗିରଫ କରିବା ପାଇଁ ସୁଯୋଗର ଅବକାଶ ଅପେକ୍ଷା କରି ରହିଥିଲେ ।

ଏହି ସମୟରେ ମାଛକାନ୍ଦଣା ଯୋଡ଼ ଖୋଳାରେ ବେଠୀ ଜୁଲୁମ ବିରୁଦ୍ଧ ରେ ଭୁୟାଁ ମାନଙ୍କ ମଧ୍ଧରେ ମେଳି ଆରମ୍ଭ ହେବାରୁ ଧନୁର୍ଜୟ ନାରାୟଣ ଧରଣୀଧରଙ୍କ ଭାଇଙ୍କୁ ଗିରଫ କରିନେଲେ ।

ଏହାପରେ ରାଜନୀପିଡନରୁ ନିଜ ନିଷ୍କୃତିର ସମ୍ଭାବନା ନ ଦେଖି,
ଧରଣୀଧର ଭୁୟାଁ ମେଳିରେ ନେତୃତ୍ଵ ନେଇଥିଲେ ।

ଏ ମେଳିର ଇତିହାସ ଓ ସେଥିରେ ସୁପ୍ରସିଦ୍ଧ ଔପନ୍ୟାସିକ ତତ୍ କାଳୀନ ଆସିଷ୍ଟାଣ୍ଡ୍ ଦେଵାନ୍ ଫକୀରମୋହନ ସେନାପତିଙ୍କ ଭୂମିକା
ପୁଣି ବିଦ୍ରୋହୀ ଭୁୟାଁ ମାନଙ୍କ କବଳରୁ ତାଙ୍କର ନାଟକୀୟ ଆତ୍ମରକ୍ଷାର ବିବରଣୀ,
ସେ ନିଜ
ଆତ୍ମଚରିତ ରେ ବିଶଦ ଭାବରେ ବର୍ଣନା କରି ଅଛନ୍ତି ।

ଫକୀର ମୋହନ ସେନାପତି ଙ୍କ ଆତ୍ମଚରିତ ରେ
ଫକୀରମୋହନ , ଉତ୍କଳଗୌରବ ମଧୁସୁଦନଙ୍କୁ
ଏକ ଗୁପ୍ତ ପତ୍ର ପ୍ରେରଣ କରିଥିବା କଥା ଉଲ୍ଲେଖ କରାଯାଇଅଛି ।
ପତ୍ରଟିରେ ଏତିକି ଲେଖାଯାଇଥିଲା ....

"ଭୋଳାନାଥ ଖମାରୀଆ ଜାଣିବୁ, ମହାରାଣୀ ଭୀକ୍ଟୋରିଆଙ୍କ ପୁତ୍ରଙ୍କ ସକାଶେ ଅତ୍ୟନ୍ତ ଜରୁରୀ, ଅତିଶୀଘ୍ର ଶହେ ପାନ ଦୁଇଶହ ଗୁଆ ପଠାଇବୁ, ଉତ୍ତର ପଟୁ ମାହାରା କରି ଆଖିବାଡି ରେ ପାଣି ବୁହାଇବୁ, ନହେଲେ ଆଖୁବାଡି ବିନାଶ ଯିବ ଜାଣିବୁ"...

ଆତ୍ମଚରିତ ଇଙ୍ଗିତ କରେ ଯେ,
ମଧୁସୁଦନ ଚିଠି ରେ ଲୁକ୍କାଇତ ପ୍ରକୃତ ଅର୍ଥ କୁ ସରକାରଙ୍କୁ କହିଦେବାରୁ ଯାଇ ଫକୀରମୋହନଙ୍କ ଜୀବନ ବଞ୍ଚିଯାଇଥିଲା ଏବଂ ଧରଣୀଧର ଷଡତଂତ୍ର ର ଶିକାର ହୋଇ
ଇଂରେଜ ଙ୍କ ହାତରେ ଧରା ପଡ଼ିଲେ ।

ତେବେ ଅଧୁନା ଏ ବିଷୟକ କେତେକ ସତ୍ୟ ପ୍ରଘଟ ହେଲା ପରେ
ଓଡ଼ିଆ ଉଇକିପିଡିଆ ଘଟଣା କୁ ଭିନ୍ନ ପ୍ରକାର ର ବର୍ଣନା କରିଅଛି !

ଫକୀରମୋହନ ତଥା ମଧୁବାବୁ ଙ୍କୁ ଦୋଷୀ ନ କରି
ବଡ଼ ଚାଲାକି ର ସହ
ଧରଣୀଧରଙ୍କୁ ମହିମାମଣ୍ଡିତ କରାଯିଇଛି !

ଉଇକିପିଡିଆ ରେ ଧରଣୀଧର ଓ ପ୍ରଜାମେଳି ସମ୍ବଦ୍ଧ ରେ ଲେଖାଯାଇଥିବା
ତଥ୍ୟ ଟିକୁ ଏଠାରେ
ଉଦୃତ୍ତ କରାଗଲା....

ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସା ର ଡେପୁଟି କମିଶନର ଏଚ. ଡାଉସନଙ୍କୁ କେନ୍ଦୁଝର ପଠାଇଲେ ।

ଏପଟେ ଧରଣୀଧର ରାଜା ବିହୀନ କେନ୍ଦୁଝରର ଟିକାୟତ ଭାବେ ନିଜକୁ ଘୋଷଣା କରି ରାଇସୁଆଁ ର
ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ ।
ଏହି ସମୟରେ ବିଦ୍ରୋହୀମାନଙ୍କ ଦ୍ଵାରା ଦେବାନ ଫକୀରମୋହନ ଧରାପଡ଼ିଲେ ।

ତାଙ୍କ ପରି ଜଣେ ଗୁଣୀ ବ୍ୟକ୍ତିଙ୍କୁ ବନ୍ଦୀ ନକରି ଧରଣୀଧର ଫକୀରମୋହନଙ୍କୁ ନିଜର ପରମର୍ଶଦାତା ରୂପେ ନିଯୁକ୍ତ କରି ବିଦ୍ରୋହ ଚଳାଇଲେ ।

ଡାଉସନ ମଧ୍ୟ ତାଙ୍କୁ ଓ ତାଙ୍କର ସାଥୀମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥାନ୍ତି ।
ଏହି ସମୟରେ ଧରଣୀଧର ପୁଣିଥରେ ରାଜନଅର ଅକ୍ତିଆର କରିବାକୁ ଯୋଜନା କଲେ,
କିନ୍ତୁ ଫକୀରମୋହନଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ତାହା ବିଫଳ ହେଲା ।

ପୁଣି, ଫକୀରମୋହନଙ୍କ ପରାମର୍ଶରେ ସେ ଡାଉସନଙ୍କୁ ଦେଖାକରି ସବୁ କଥା ଜଣାଇବା ପାଇଁ ଯିବାକୁ ରାଜି ହୋଇଗଲେ ।
ସରଳ ବିଶ୍ଵାସୀ ଧରଣୀଧର ଏହା ଭିତରେ ଥିବା ଷଡଯନ୍ତ୍ରକୁ ବୁଝି ନପାରି ଅଳ୍ପ କିଛି ସାଥୀଙ୍କୁ ଧରି ଡାଉସନଙ୍କୁ ଦେଖା କରିବାକୁ ଗଲେ ଏବଂ ବନ୍ଦୀ ହେଲେ ।
ଧରଣୀଧରଙ୍କ ବନ୍ଦୀ ହେବାପରେ ବିଦ୍ରୋହୀମାନେ ଆନ୍ଦୋଳନ ଜାରି ରଖିପାରିଲେ ନାହିଁ ଏବଂ ବିଦ୍ରୋହର ଅକାଳ ଅବସାନ ଘଟିଲା ।
ବିଦ୍ରୋହ କରିଥିବା ଅପରାଧରେ ବିପ୍ଳବୀ ଧରଣୀଧରଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।

ଧରଣୀ ଗିରଫ ହୋଇ ମେଳିରେ ନେତୃତ୍ଵ ନେଇଥିବା ଅପରାଧରେ ପାଇଲେ ସାତବର୍ଷ ସଶ୍ରମ କାରାଦଣ୍ଡ ।
ଅନ୍ୟ ଆସାମୀ ମାନଙ୍କୁ ମିଳିଲା ପ୍ରତ୍ୟେକଙ୍କୁ ଦୁଇ ତିନି ବର୍ଷ ହିସାବରେ ସଶ୍ରମ କାରାଦଣ୍ଡାଦେଶ । ମାତ୍ର ମହାରାଜ ଧନୁର୍ଜୟ ନାରାୟଣଙ୍କ ପ୍ରଜାପୀଡ଼ନ ହେତୁ ଶାନ୍ତିପ୍ରିୟ ନିରୀହ ଭୁୟାଁମାନେ ଯେ ବିଦ୍ରୋହୀ ହୋଇଥିଲେ ! ସେଥିରେ ଇଂରେଜ ସାହେବ ଟୟନବୀଙକର ସନ୍ଦେହ ନ ଥିଲା । ରାଜା ପାତ୍ର ଅମାତ୍ୟ ଙ୍କ ସମସ୍ତ କୂଟ କପଟ ହାର ମାନିଥିଲା ।
ଟୟନବୀଙ୍କ ଆଦେଶ ହେଲା 'ମହାରାଜ ଧନୁର୍ଜୟ ନାରାୟଣ ଭଞ୍ଜ ଯଥାଶୀଘ୍ର କେନ୍ଦୁଝରଗଡ଼ ପରିତ୍ୟାଗ କରି ଚାଲିଯିବେ, ନଚେତ ପୋଲିସ ତାଙ୍କୁ ସେଠାରୁ ଧରି ଆଣିବା ପାଇଁ ବାଧ୍ୟ ହେବ ।
ମୟୁରଭଞ୍ଜର ର ସୁପରିଟେଣ୍ଡେଣ୍ଟ ଉଆଲୀ ସାହେବ , ମୟୁରଭଞ୍ଜରୁ ବଦଳୀ ହୋଇ କେନ୍ଦୁଝର ର ଶାସନ ଦାୟିତ୍ଵ ଗ୍ରହଣ କରିବେ । ସେ ପର୍ଯ୍ୟନ୍ତ ଫକୀରମୋହନ ସେନାପତି ରହିବେ କେନ୍ଦୁଝର ଜିଲ୍ଲା ଦାୟିତ୍ଵରେ ।'


ସୁତରାଂ , ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଏବଂ ତାଙ୍କ ବିଶ୍ଵସ୍ତ ଅମାତ୍ୟ ଡରି ରାଜ୍ୟଚ୍ୟୁତ ହୋଇ କଟକ ପଳାଇ ଆସିଲେ ।

ପରେ ମଧୁବାବୁ କିଭଳି ଭାବେ ରାଜା ଧନୁର୍ଜୟ ଙ୍କ ସପକ୍ଷରେ କେସ ଲଢ଼ି ତାଙ୍କୁ ନିଜ ରାଜ୍ୟ ଫେରାଇଦେବାରେ ସଫଳ ହୋଇଥିଲେ ତାହା ଆଜି ଇତିହାସ ।

ସାତ ବର୍ଷ କାରାଦଣ୍ଡ ଭୋଗ କରି ଜେଲ ରୁ ମୁକୁଳିଲା ପରେ ଧରଣୀଧର ଭୁୟାଁ ପୁରୀ ର ବାଙ୍କୀ ମୁହାଣରେ ସେ ଅନେକ ବର୍ଷ ତପସ୍ୟାରତ ରହିଥିଲେ ।

ଏ ସମୟରେ ତାଙ୍କ ସହିତ ଦେଖା କରିବାକୁ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଆଦି ମନୀଷୀମାନଙ୍କର ଆଗମନ ହୋଇଥିଲା । ଏହାପରେ ୧୯୧୨ ମସିହାରେ ପୁରୀଠାରୁ ଆଳି ଯାଇ ସେଠାରେ ଆଶ୍ରମ ସ୍ଥାପନା କରି ସନ୍ୟାସୀ ଜୀବନ ଅତିବାହିତ କରିଥିଲେ । ୧୬ ମଇ ୧୯୧୪ମସିହାରେ ତାଙ୍କର ମୃତ୍ୟୁ ହେଇଥିଲା ।

Tuesday, July 26, 2016

💌💌💌💌ପ୍ରେମପତ୍ର💌💌💌💌💌


ପୁସ୍ତକରୁ କାଢ଼ି ନିଆଯିବ ପ୍ରେମପତ୍ର
.
ଗୃଧ୍ର ତାକୁ ପାହଡ଼ପରେ ଚିରିଫାଡି ଖାଇବ
.
ଚୋର ଆସିବ ତ ପ୍ରେମପତ୍ର ହିଁ ଚୋରାଇବ
.
ଜୁଆଡ଼ି ପ୍ରେମପତ୍ର ହିଁ ବାଜି ଲଗାଇବ
.
ଋଷି ଆସିବେ ଦାନ ରେ ପ୍ରେମପତ୍ର ମାଗିବେ
.
ବାଦଲ ଆସିଲେ ଜଳ ନୁହେଁ ପ୍ରେମପତ୍ର ବରଷିବ
.
ଅଗ୍ନି ପ୍ରଜ୍ଵଳନ ପାଇଁ ଜଳାଯିବ ପ୍ରେମପତ୍ର
.
ବନ୍ଧନ ପ୍ରେମପତ୍ର ହିଁ ଲଗାଯିବ
.
ସାପ ଆସିବ କାମୁଡ଼ିବ ପ୍ରେମପତ୍ର
.
ଝିଣ୍ଟିକା ଆସିଲେ ଚାଟିବେ ପ୍ରେମପତ୍ର
.
ପୋକଜୋକ ପ୍ରେମପତ୍ର ହିଁ କାଟିବେ
.
ପ୍ରଳୟ କାଳେ ସପ୍ତର୍ଷି , ମାଛ ଏବଂ ମନୁ
ସର୍ବେ ବେଦ ବଞ୍ଚାଇବେ
.
କେହି ମଧ୍ୟ ବଞ୍ଚାଇବେ ନାହିଁ ପ୍ରେମପତ୍ର
.
କେହି ରୋମ ବଞ୍ଚାଇବ କେହି ମଦୀନା
.
କେହି ଚାନ୍ଦୀ ବଞ୍ଚାଇବ କେହି ସୁନା
.
ମୁଁ ଲଢ଼ି ଏକେଲା
କେମିତି ବଞ୍ଚାଇ ପାରିବି ତୁମ ପ୍ରେମପତ୍ର !

*****

ମୂଳ ରଚନା - ବଦ୍ରି ନାରାୟଣ


💘💘💘ଆଉ ଏକ ପ୍ରେମ କାହାଣୀ💞💕💓

ବର୍ତ୍ତମାନ ଯୁଗ ପାଇଁ "ପ୍ରେମ" ଶବ୍ଦ ଟି ଅଭିଶପ୍ତ ହୋଇଯାଇଛି !
ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଶ୍ରୀରାଧେ
ଶାସ୍ଵତ ପ୍ରେମ ର ଜ୍ଵଳନ୍ତ ଉଦାହରଣ ।
ତେବେ ଆଜିକାଲିକା ପ୍ରେମ କାମନାରହିତ ନୁହେଁ ।
କଳଙ୍କିତ ନାୟକ ଭଳି 'ପ୍ରେମ' ଏବେ କେତେ ଯେ ଜୀବନ ସହ ଖେଳି ଚାଲିଛି ତାର ହିସାବ ମୋ ପାଖରେ ଅଛି ନା ଆପଣଙ୍କ ପାଖରେ !
.

ଅଶୋକ, ସୀମା କୁ ପ୍ରଥମ ନଜର ରେ ଭଲ ପାଇଯାଇଥିଲା !
.

ଦୁହେଁ ଦୁହିଁ ଙ୍କୁ ଜୀବନ ଠୁଁ ଅଧିକ ଭଲପାଉଥିଲେ
ନା ଏହା କେବଳ ବିପରୀତ ଧର୍ମୀ ଆକର୍ଷଣ ଥିଲା
କହିବା ମୁସ୍କିଲ !
.

ସୀମା - ଅଶୋକ ର ପ୍ରେମକାହାଣୀ ହୁଏ ତବିବାହ ର ନବରୁପ ଧାରଣ କରି
ପୂର୍ଣାଙ୍ଗଲାଭ କରି ଥାଅନ୍ତା
କିନ୍ତୁ
ତାଙ୍କ ଲଭଷ୍ଟୋରୀ ରେ କଣ୍ଟା ହେଲେ
ଦୁହି ଙ୍କ ପରିବାର ଲୋକେ !
.

ଯେତେ ଯା ହେଲେ
ସୀମା ,ଅଶୋକ ର ଦୂର ସମ୍ପର୍କୀୟା ଭଉଣୀ ।

ଅଶୋକ ର ଘରଲୋକେ ତା'ର ବାହାଘର
ଅନ୍ୟ ଏକ ଗ୍ରାମ ର କନ୍ୟା ସହ କରିଦେଲେ ।
ନବବିବାହିତ ଦମ୍ପତ୍ତି ଙ୍କ ଜୀବନ କିନ୍ତୁ ସୁଖମୟ ହୋଇପାରିଲା ନାହିଁ ।

.

ଅଶୋକ ବିବାହ ପରେ ମଧ୍ୟ ସୀମା କୁ ଭୂଲି ପାରିନି ।
ବାରମ୍ବାର ତା ମନରେସୀମା କୁ ଦେଇଥିବା
ପୁରୁଣା ପ୍ରତିଶ୍ରୃତି ସବୁ କାଳନାଗ ଭଳି ତାକୁ କାମୁଡ଼ି ଗୋଡ଼ଉ ଥାନ୍ତି ।

.

ସୀମା ଘର ଲୋକେ ସୀମା କୁ ତା ମାମୁଘର ଗାଆଁ କୁ ପଠେଇ ଦେଇଛନ୍ତି ।
ଇତିମଧ୍ୟରେ ଅଶୋକ ନିଜର ବିଫଳ ବୈବାହିକ ଜୀବନରେ ଅଣନିଃଶ୍ଵାସୀ ହୋଇପଡ଼ିଛି !
ତା'ର ଅଶାନ୍ତ ହୃଦୟ ଖୋଜିବୁଲୁଛିସୀମା କୁ !

ଦିନେ ଅଶୋକର ପ୍ରେମ ପ୍ରଗଳ୍ଭତା ଚରମ ଉତ୍କର୍ଷ ଲାଭକରିଛି...

ନିଜକୁ ଆଉ ରୋକିପାରିନାହିଁ ଅଶୋକ ।
ନବବିହାହିତା ପତ୍ନୀ ର ଗହଣା ଅଳଙ୍କାରଠାରୁ ଆରମ୍ଭ କରି
ଘରେ ଥିବା ସମସ୍ତ ଟଙ୍କା ଧରି
ଯାଇ ପହଁଚିଛି
ପୁରାତନ ପ୍ରେୟସୀ ର ମାମୁଁଘରେ !!

.

ସେଦିନ ରାତି ରେ ଭବାନୀପୁର ଗ୍ରାମରେ ଦୁଇ ଦୁଇ ଟି ବାହାଘର !
ଛୋଟିଆ ଗାଆଁ ରେ ଦୁଇ ଆଡ଼ୁଆ ଭୋଜିଭାତ ଖାଇ ଲୋକେ ମହା ଆନନ୍ଦରେ
ନିଜ ନିଜ ଘରେ ଶୋଇଯାଇଛନ୍ତି ।

.

ସୀମା ମାମୁଁଘର ଲୋକେ ନିଘୋଡ଼ ନିଦରେ କିନ୍ତୁ ସୀମା ଶୋଇ ନଥାଏ !

.

ରାତି ପ୍ରାୟ 2.05 ମିନିଟ ରେ ତା ଛାତି ପରେ ଥିବା ନୋକିଆ 108 ଥରି ଉଠିଛି !
ସୀମା ଉଠିଛି,
ନିଜର ପୂର୍ବ ପ୍ରସ୍ତୁତ ବ୍ୟାଗ ଟିକୁ ଅତି ସାବଧାନତା ର ସହ ଧରି
ତିନି ତିନିଟା କବାଟ ଖୋଲି ଦେଖେ ସାମ୍ନା ରେ ଅଶୋକ କୁ !

.

ଦିହେଁ କିଛି ସମୟ
କଣ ଫୁସଫାସ କଥା ହେଲେ

ତତ୍ ପରେ
ଅତି ସନ୍ତର୍ପଣର ସହ ଭବାନୀପୁର ରୁ ଦୁର କୁ ,
ବହୁ ଦୁର କୁ ଚାଲି ଗଲେ ।

.

ତା ପରଦିନ ଶୁଣାଗଲା ଅଶୋକ ର ନବବିବାହିତା ପତ୍ନୀ ପତି ବିରୋଧରେ ଥାନା ରେ କେସ ଦେଇଛନ୍ତି ।

.

ମୁଁ ଯାଣେନା ଅଶୋକ ଏବେ କେଉଁଠି
କିନ୍ତୁ ଏ କଥା ନିରାଟ ସତ୍ୟ ଯେ ଏଭଳିଆ
ପ୍ରେମ କରିବାକୁ ହେଲେ ଲାଇଫ ରେ ବଡ଼ ରିସ୍କ ନେବାକୁ ହୋଇଥାଏ ।

Monday, July 25, 2016

🌞🌞🌞🌞🌞"କର୍ମଵୀର" 🌞🌞🌞🌞🌞🌞

ଦେଖୀ ବାଧା ବିବିଧ,
ବହୁ ବିଘ୍ନ ସହି ମଧ୍ୟ ଯେ ଡରେନା
ଆଶାବାଦୀ ହୋଇ ବାଧା ବିଘ୍ନ ସଙ୍ଗେ ଲଢ଼ି
ପଶ୍ଚ୍ୟାତାପ ଯେ କରେନା

କର୍ମ ହେଉ କଠିନ
ମନେ ବିରକ୍ତିଭାବ ଯାର ନାହିଁ
ତା ଠାରୁ ଆଉ ବଡ଼ ବୀର
ମୁଁ ଯେ କେଭେ ଦେଖିନାହିଁ ।

କୃଷ୍ଟି ରେ ସେ ଚଞ୍ଚଳ
କିନ୍ତୁ ଦୁନିଆ ଜାଣେନା ।
ଯୁଦ୍ଧ କରେ ନିତି ଶତ୍ରୃ ସଙ୍ଗେ ,
ଯୁଗ ତାକୁ ମାନେନା

ଖୋଜେନା ପ୍ରଶିଦ୍ଧି
ଅବା ପ୍ରମାଣପତ୍ର ଯୋଗ୍ୟତା ର
ଦୁନିଆ ମାନୁ ନ ମାନୁ
ସେ ହିଁ ଜଗତେ କର୍ମଵୀର !!

ଆଜି କାମ ଏବେ କରେ
ଯାହା ଚାହେଁ କରି ଦେଖାଏ
ମାନେ ମନ ର ଶୁଣିଥାଏ ସଭି ଙ୍କୁ
ନିଜର ସାହାଯ୍ୟ ନିଜେ ହିଁ କରେ ଯେ
ପର ଦ୍ଵାରେ ବିପଦେ ଯାଏନା
ଯା' ଙ୍କ ପାଦ
କୌଣସି ଏମିତି କାମ ନାହୀଁ
ହେବ ତାଙ୍କୁ ଅସାଧ୍ୟ

ଯିଏ ମାଗଣାରେ ନଷ୍ଟ କରେନା
କାଣିଚାଏ ସମୟ
କର୍ମ କରେ,
କରେ ନାହିଁ ବୃଥା ବାର୍ତ୍ତାଳାପ
ଅତୀତ ର ମାୟାଜାଲ
କିମ୍ବା ଭବିଷ୍ୟତ ର ଚିନ୍ତା ନାହିଁ ଯା'ର ଚିତ୍ତେ
ସେ ହିଁ କର୍ମଵୀର
କୃଷ୍ଟି କରେ
ଚାହେଁ ନା ଯେ ମାଗଣା....

Sunday, July 24, 2016

📝ସାଧବ ପିତାପୁତ୍ର କଥା🐴🐎

ଏଇ କାହାଣୀ ଟି ମୁଁ ଅନେକ ଥର ଅନେକ ଲୋକଙ୍କୁ ଶୁଣାଇଛି ! ଆଜି ଲେଖିବାକୁ ମନକଲା ।
ଆଜକୁ ପ୍ରାୟଃ 350 କି 400 ବର୍ଷ ତଳର କଥା । ସେଦିନିଆ ଘୋଡ଼ା , ଘୋଡ଼ାଗାଡ଼ି ଗଧ କି ଶଗଡ଼ ଆଦି ରେ ଲୋକେଯା ଆସ କରୁଥିଲେ ।
ଦିନକର କଥା
ଦୁଇ ସାଧବ ପିତାପୁତ୍ର
ଘୋଡ଼ାଗାଡ଼ିରେ ବସି ଯରୁରୀ କାମରେ କଟକ ରୁ ପୁରୀ ଯାଉଥାଅନ୍ତି ।
ଯାଉଯାଉରାସ୍ତାରେ ହଟାତ୍ ଘୋଡ଼ାଗାଡ଼ିରୁ ଗୋଟାଏ ଘୋଡ଼ା ଖାଲରେ ପଡ଼ି ଗୁରତର ଆହାତ ହୋଇଗଲା !
ପିତାପୁତ୍ର ନିରୁପାୟ । କଣ ବା କରିବେ ନଗଲେ ବ୍ୟବସାୟ ରେ କ୍ଷତିହେବ, ଯିବାକୁ ହିଁ ହେବ ବିଚାର କରି
ଦୁହେଁ ଘୋଡ଼ାଗାଡ଼ି ରୁ ବଳକା ଗୋଟାଏ ଘୋଡ଼ା କୁ ଖୋଲିଆଣି ଯିବାକୁ ବାହାରିଲେ । ବୃଦ୍ଧ ସାଧବ କହିଲେ "ପୁଅରେ ତୁ ବରଂ ଘୋଡ଼ାରେ ବସି ଯାମୁଁ କିଛି ବାଟ ଚାଲିକି ଯିବି" ସାଧବ ପୁଅ ପିତୃଆଜ୍ଞା ସିରୋଧାର୍ଯ୍ୟ ମଣି ସେଇଭଳି କଲା ।

କିଛିବାଟ ଏଇଭଳି ସେମାନେ ଯାଉଥାଅନ୍ତି
ବାଟରେ ଗୋଟିଏ ଗାଁ ଆସିଲା
ସେଠାକା ଅଧିକାଂଶ ଲୋକେ ଶାସ୍ତ୍ରଜ୍ଞ ।

ଗାଁ ର ଲୋକେ ଦେଖିଲେ
ବୃଦ୍ଧ ସାଧବ ଚାଲି ଚାଲି ଯାଉଅଛି ଏବଂ ସାଧବପୁତ୍ର ଘୋଡ଼ାରେ ବସିଛି ।
ଜଣେ ବିଦ୍ଵାନଙ୍କୁ କଥାଟା ନିତ୍ୟାନ୍ତ ଅରୁଚିକର ଲାଗିଲା । ସେ ପିତାପୁତ୍ରଙ୍କୁ ଅଟକାଇ ଶାସ୍ତ୍ର ରୁ କେତେକ ଶ୍ଲୋକ ଉଚ୍ଚାରଣ ପୂର୍ବକ
କହିଲେ
"ସତେ କି କଳିକାଳ ହେଲା ନୁହେଁ ?
ତ୍ରେତାଯୁଗରେ ଶ୍ରବଣକୁମାର ଅଦ୍ଧ ମାତାପିତାଙ୍କୁ କାଦ୍ଧ ରେ ବହନକରି ତୀର୍ଥ କରାଇଥିଲେ !
କିନ୍ତୁ ଆଜିକା କୁଳାଙ୍ଗାର ପୁତ୍ରଯାକ
ସତେ କେତେ ବିପରୀତ କର୍ମ କରୁନାହାନ୍ତି ?"

ଛି ଛି ଛି ଶେଷରେ ଏ ନହେବା କଥାଦେଖିବାକୁ ହେଲା ?"

ଏହା ଶୁଣି ସାଧବ ପୁତ୍ର ବିଚଳିତ ହୋଲା ।
ଘୋଡ଼ା ରୁ ତତ୍କ୍ଷଣାତ୍ ଓଲ୍ହାଇବିପ୍ରବରଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ
ପିତାକୁ ଘୋଡ଼ାରେ ବସାଇ ନିଜେ ଚାଲି ଚାଲି ଗଲା !
5 କ୍ରୋଶ ପଥ ଅତିକ୍ରାନ୍ତ କରନ୍ତେ ଅନ୍ୟ ଏକ ପଲ୍ଲୀ ଦିଶିଲା !

ସେଇଟା ପାଇକ ମାନଙ୍କ ଗାଆଁ ।
ସେଠାକା ଲୋକେ ସମରାଭ୍ୟାସରେ ମଶଗୁଲ ଥିଲେ ।
ଯାଗା ଯାଗାରେ କୁସ୍ତି କସରତ ହେଉଥାଏ
ଥୋକେ ଲୋକ ହଳଧରି ବିଲକୁ ଯାଉଥାଅନ୍ତି ।
ବିଲକୁ ଯାଉଥିବା
ଖଣ୍ଡାୟତ ଚଷା ଙ୍କ ସହ ସାଧବ ପିତାପୁତ୍ର ଙ୍କ ଭେଟ ହେଲାରୁ ସେମାନେ
ବୃଦ୍ଧପିତା କୁ ଖୁବ ନିନ୍ଦା କଲେ !
କଣ କିହୋ ସାଧବ !
ଏଡେ ସୁକୁମାର ପୁଅ କୁ ତମର ଚଲେଇ ଚଲେଇ ନଉଛ !
ଧିକ୍ ତୁମକୁ ।
ବୃଦ୍ଧାବସ୍ତାରେ ମଧ୍ୟ କଠିନ କର୍ମ ଛାଡ଼ି ଆରାମ କରିବାକୁ ଇଚ୍ଛା !
ନାହିଁ ?

ବୁଢ଼ା ସାଧବ କୁ ଖଣ୍ଡାୟତ ଚଷାଙ୍କ କଥା ଖୁବ୍ ବାଧିଲା

ପିତାପୁତ୍ର ଆଉ କେହି ଘୋଡ଼ା ରେ ନ ବସି ଦୁହେଁ ଘୋଡ଼ା କୁ ଚଲେଇ ଚଲେଇ ବଢ଼ିଗଲେ । ବାଟରେ ଗୋଟାଏ ଗୁଡ଼ିଆ ଗାଆଁ ଆସିଲା । ଗାଆଁଟା ଯାକ ମିଷ୍ଟାନ୍ନ ବାସ୍ନା ରେ ମହକୁ ଥାଏ ।
ଦୁଇ ଚାରୋଟି ମିଠା ଦୋକାନ ପାର କରି ସାଧବ ପିତାପୁତ୍ର ଗାଆଁ ଭିତର ଦେଇ ଯାଉଥାଅନ୍ତି ।
ରାଧୁସାହୁ ଦୋକାନରେ କ୍ଷୀରମୋହନ (ରସଗୋଲା) ଛାଣୁଥିବା ସମୟେ
ଦୁଇ ପିତାପୁତଙ୍କୁ ଘୋଡ଼ାକୁ ଚଲେଇ ଚଲେଇ ନେଉଥିବାର ଦେଖି ବହେ ହସିଲା !
ତା ଠୋ ଠୋ ହସ ରେ ଗଗନ ପବନ କମ୍ପୁଥାଏ ।

ସାଧବ ପିତାପୁତ୍ର ରାଧୁସାହୁ ର ମିଠାଦୋକାନ ପାଖକୁ ଆସି ତା'ର ଏ ପ୍ରକାର ଅବାଞ୍ଛିତ ହସ ର କାରଣ ପଚାରି ବୁଝିଲେ । ରାଧୁ ସାହୁ ତଥାପି ହସୁଥାଏ ।
ହସ ହସ ବଦନରେ କହିଲା !
"ଶୁଣିଥିଲି କଟକ ଯାଯପୁର ବାଲେଶ୍ଵର ଖୋରଧା ରେ ରହୁଥିବା ଆମ ଜାତିଭାଇ ମାନେ ଖୁବ ଚାଲକ । ସେମାନେ ପୁଣି ସମୁଦ୍ର ଆରପାରି ବୋଇତ ନେଇ ବେପାର ବଣିଜ କରିଯାଅନ୍ତି ! ତୁମ ଦୁଇଜଣକୁ ଦେଖିଲା ପରେ ଏ କଥାଗୁଡ଼ା ମୋତେ ସୁଉଦୁ ଡାହା ମିଛ ଲାଗୁଛି !
କିହୋ ଯଦିଚ ତା ଉପରେ ନଚଢ଼ି ତାକୁ ଏଇଭଳି ଚଲେଇ ଚଲେଇ ନେବାର ଥିଲା,
ତା ହେଲେ ଘୋଡ଼ା ର ଖାଇବା ପିଇବାକୁ ଖର୍ଚ କରିତାକୁ କାହିଁକି ରଖିଛ ?"
ସାଧବ ପିତାପୁତ୍ର ବର୍ତ୍ତମାନ କିମ୍ କର୍ତ୍ତବ୍ୟବିମୂଢ଼ !
କଣ୍ କରାଯିବ,
ଦୁହେଁ ଏକାବେଳକେ ଘୋଡ଼ାପରେ ଚଢ଼ି ଆଗୁକୁ ବଢ଼ିଗଲେ ।
ଅଳ୍ପ ବାଟ ଯାଇଛନ୍ତି କି ନାହିଁ ,ଘୋଡ଼ା ଟି ଅତ୍ୟଧିକ ଭାର ସହନ ନ କରିପାରି ପଡ଼ିଗଲା । ଘୋଡ଼ା ଛଟପଟ ହେଉଥାଏ । ତାକୁ ଖୁବ ଶୋଷ ଲାଗୁଛି ଅଥଚ ,ସେଠି କୌଣସି ଜଳାଶୟ ନାହିଁ । କଣ ବା ଏବେ କରିବେ । ଲୋକ ଙ୍କ କଥାରେ ପଡ଼ି ତାଙ୍କର ଏ ଅବସ୍ତା ହୋଇଛି । କାନମୁଣ୍ଡା ଆଉଁସୀ ଚାଲିଚାଲି ପୁରୋଷୋତ୍ତମ ପୁରୀ ଅଭିମୂଖେ ଯାତ୍ରା କଲେ !


ଲୋକେ କଣ କହିବେ ????
ଯଦି ସଦା ଏଇ କଥା ଚିନ୍ତା କରୁଥିବେ,
ଆପଣ କେବେ ବି ଉନ୍ନତି କରିପାରିବେନି !
ନା ସଫଳ ହେବେ !
ତେଣୁ ସର୍ବଦା ନିଜ ବୁଦ୍ଧି ର ଉପଯୋଗ କରନ୍ତୁ
!
"ଲୋକ ତ କୁହନ୍ତି କହିବେ - କହିବା ତାଙ୍କର କାମ !"

Friday, July 22, 2016

🚶🚶🚶ଯଦି ତୁମେ 🏃🏃🏃

ଯଦି ତୁମେ

ଯଦି ତୁମେ ଯାତ୍ରା କର ନାହିଁ,
ଯଦି ତୁମେ କିଛି ବି ପଢ଼ନା,
ଯଦି ତୁମକୁ ଶୁଣା ଯାଏନି ଜୀଵନ ର ଧ୍ଵନି,
ଯଦି ତୁମେ ସ୍ଵୟ ର କରନା ପ୍ରଶଂସା,
ବଦ୍ଧୁ !
ତୁମେ ତେବେ
ଧୀରେ-ଧୀରେ ମରିବା ଆରମ୍ଭ କରିଦେଇଛ....

....


ଯଦି ତୁମେ ସ୍ଵ ଆତ୍ମ ଗୌରବ ର
ହତ୍ୟା କରୁଥାଅ ନିତିଦିନ,
ଯେବେ ତୁମେ
ଅନ୍ୟ କୁ ନିଜର ସହାୟତା କରିବାକୁ ଦିଅନା ,
..

ବିଶ୍ଵାସ କର !
ତୁମେ ମରୁଅଛ କ୍ଷଣେ କ୍ଷଣ
ଧିରେ ଧିରେ ମୂର୍ମୃଷୁ ହେଉଅଛ ,


....

ତୁମେ ହୋଇ ଯାଉଛ ନିଜ ନିଶା ର ଗୋଲାମ ଯଦି,
ଯଦି ଦିନ ପ୍ରତି ଦିନ ତୁମେ ସମ ପଥ ର ପଥିକ ,
ବଦଳେନା ତୁମ ଦିନଚର୍ଯ୍ୟା ଯଦି କେଭେ ,
ତୁମେ ପିଦ୍ଧନା ନାନା ପରକାର ରଙ୍ଗ ର ବସ୍ତ୍ର ଯଦି,
ଅବା
ମିଶନି ଜୀବନେ
ଅଚିହ୍ନା ଲୋକଙ୍କୁ କେଭେ
ତୁମେ ଜାଣିବି ପାରନି
ତୁମେ ମରିବା ଆରମ୍ଭ କରଦେଇଛ


...


ଅନୁଭୂତି କୁ ଅନୁଭବ କରିବାରେ
ଏବଂ ତାର ତିବ୍ର ଭାବନା ପ୍ରତି ବେପରୁଆ ହେଉଅଛ ଯଦି
ଯଦି ତୁମେ ନିଜ ଜୀବନ ବଦଳାଅନା,
ଯେବେ ତୁମେ ନିଜ ପେଶା ରେ ସନ୍ତୁଷ୍ଟ ନୁହେଁ,
ଅଥବା ନିଜ ପ୍ରେମ ରୁ,
ଯଦି ତୁମେ କରୁନାହଁ ଚୈଷ୍ଟା
ଅନିଶ୍ଚିତତା ପାଇଁ,
ଯଦି ତୁମେ ଦେଖନା ସ୍ଵପ୍ନ
ଅବା ଦୌଡନା ତା ପଛେ
ଯଦି ତୁମେ ଜୀବନଯୁଦ୍ଧ ହେତୁ ହେଉ ନାହଁ
ଆଳସ୍ୟ କି ଭୟ ଯୋଗୁଁ ପ୍ରସ୍ତୁତ,
କି ଥରୁଟିଏ ଜୀବନ କୁ ଜିଁଇ ବାର
ଜଁଜାଳରୁ ମୁକ୍ତି ହେତୁ କ୍ରାନ୍ତି ପାଇଁ
ଯଦି କରି ପାରି ନାହଁ ସାହସ

..

ବଦ୍ଧୁ !
ତୁମେ ବଞ୍ଚିନାହଁ
ଶବ ଭଳି ଜିଉଁ ଅଛ
ମୃତ ତୁମେ
ହତ ତୁମେ ନିଶ୍ଚିତ !

...
[ଚିଲୀ ର ପ୍ରଖ୍ୟାତ କବି ପାବ୍ଲୋ ନେରୁଦା ଙ୍କ ଏକ ଚର୍ଚିତ-ବହୁପଠିତ କବିତା ରୁ ପ୍ରେରିତ ଓଡ଼ିଆ କବିତା]

Wednesday, July 20, 2016

ମୁସ୍ଲିମ୍ ରେଜିମଣ୍ଟ୍ ଭାରତୀୟ ସେନା ରେ କାହିଁକି ନାହିଁ ?

1965 ପୂର୍ବ ରୁ ଭାରତୀୟ ସେନା ରେ ମୁସ୍ଲିମ୍ ରେଜିମେଣ୍ଟ୍ ଏବଂ ମୁସ୍ଲିମ୍ ରାଇଫଲ୍ ଥିଲା ! 1962 ଭାରତ ଚୀନ ଯୁଦ୍ଧ ରୁ ପ୍ରେରିତ ହୋଇ ପାକିସ୍ତାନ 1965 ରେ ଭାରତ ଉପରେ କରିଦେଇଥିଲା ଆତର୍କିତ ଆକ୍ରମଣ !

1947 - 48 ପରେ ଭାରତୀୟ ସମାଜ ଖାସକରି ନେହରୁ ଭଳି ନେତାମାନେ ଭାବିନେଇଥିଲେ
ଯେ ...

ଯେହେତୁ ପାକିସ୍ତାନ ସଂଧି ପ୍ରସ୍ତାବ ରେ ଦସ୍ତଖତ କରିଅଛି ସୁତରାଂ ସେ ଭାରତ ଆକ୍ରମଣ କରିବ ନାହିଁ ।

କିନ୍ତୁ ଯେତେବେଳେ ପାକିସ୍ତାନ ଦେଖିଲା
...
ଭାରତର ନେତା ଆଖି ବୁଜି ଶୋଇଯାଇଛନ୍ତି
ସେ ସବୁ ନିୟମ ଉଲ୍ଲଙ୍ଘନ କରି
ଭାରତୀୟ କ୍ଷେତ୍ର ପରେ ଚଢ଼ଉ ଆରମ୍ଭ କରିଦେଲା ।
..
ଆଚ୍ଛା
ପାକିସ୍ତାନ ଆକ୍ରମଣ କୁ ଦେଖି
ସମସ୍ତ ରେଜିମେଣ୍ଟ ର ସୈନିକ ଙ୍କୁ ପାକିସ୍ତାନ ବିରୋଧ ରେ ଯୁଦ୍ଧ ଲାଗି
ସରକାରୀ ଅର୍ଡର ଜାରୀ କରାଗଲା
କିନ୍ତୁ
ମୁସ୍ଲିମ୍ ରେଜିମେଣ୍ଟ୍ ଏବଂ ମୁସ୍ଲିମ୍ ବଟାଲିୟନ ର ସୈନିକ
ସରକାରୀ ଆଦେଶ ର ଅବମାନନା କରିବା ସହ
ଓଲଟା ସରକାର ଙ୍କୁ ହିଁ ନିତିଜ୍ଞାନ ଦେବାକୁ ଲାଗିଲେ ।

...

ପାକିସ୍ତାନୀ ଆମ ଭାଈ ବୋଲି ସେତେବେଳେ ଭାରତୀୟ ମୁସଲମାନ ମାନଙ୍କର ସେମାନଙ୍କ ପ୍ରତି ଥିଲା
ଉଦାରଭାବ !

..

ତେବେ ସେ ଯା ହେଉ ନା କାହିଁକି
ଆର୍ମୀ ର ବଡ଼ ଅଧିକାରୀ ମାନଙ୍କୁ କଥା ଟା ଜମା ହଜମ ହେଲାନାହିଁ !
ଏପଟେ ଦେଶ ବିପଦ ରେ ଥିଲାବେଳେ
ଧର୍ମ ର ଦୁହାଇ ଦେଇ ଏଇ ଦୁଇ ରେଜିମେଣ୍ଟ୍ ର ପ୍ରାୟଃ 20000 ହଜାର ମୁସ୍ଲିମ୍ ସୈନ୍ୟ ଶତ୍ରୃ ଆଗରେଆତ୍ମ ସମର୍ପଣ କରିଦେଇଥିଲେ ।

...

ଫଳରେ ଭାରତୀୟ ସେନା କୁ ଅନେକ ହାନୀ ସହିବାକୁ ପଡ଼ିଲା ।

ଖେମକରନ୍ ନାମକ ସହରକୁ ପାକିସ୍ତାନୀ ସୈନ୍ୟ କବ୍ଜା କରିନେଇଥିଲେ
ହେଲେ ପରେ ପରେ
ଭାରତୀୟ ସୈନିକ ପାକିସ୍ତାନୀ ମାନଙ୍କୁ ତଡ଼ିବାରେ ସଫଳ ହୋଇଥିଲେ
ଏମିତି କି ଭାରତୀୟ ଟ୍ୟାଙ୍କ ଲାହୋର ଯାଏଁ ପହଁଚିଯାଇଥିଲା ।

...

ଯୁଦ୍ଧ ପରେ ଭାରତୀୟ ସେନା ଦ୍ଵାରା ମିଳିଥିବାସମସ୍ତ ଭୂମି ତତ୍ କାଳୀନ କଂଗ୍ରେସ ସରକାର ର ମୂର୍ଖତା ଯୋଗୁଁ ପାକିସ୍ତାନ କୁ ଫେରେଇଦେବାକୁ ହେଲା ।

...

ଏଣେ ଭାରତୀୟ ସେନା ରୁ ମୁସ୍ଲିମ୍ ରେଜିମେଣ୍ଟ
ଏବଂ ବଟାଲିୟନ୍ କୁ ହଟାଇ ଦିଆ ଯାଇଥିଲା ।
.

1972 ରେ ବାଗ୍ଲାଦେଶ କାରଣରୁ ପୁଣି ଭାରତ ପାକିସ୍ତାନ ଯୁଦ୍ଧ ବେଳେ
ଭାରତୀୟ ସେନା ରେ ଜଣେ ବି ମୁସ୍ଲିମ୍ ନଥିଲା
.
ଏବଂ
.
ଭାରତୀୟ ସେନା ଆଗରେ
90000 ପାକିସ୍ତାନୀ ସୈନିକ ଲିଖିତ ଆତ୍ମସମର୍ପଣ କରିଥିଲେ
ଯାହାକି
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କୌଣସୀ ସେନା ଦ୍ଵାରା କରାଯାଇଥିବା ଆତ୍ମସମର୍ପଣ ମଧ୍ୟରୁ ସର୍ବାଧିକ !

Monday, July 18, 2016

--8 ଜଣ ଏକଛତ୍ରବାଦୀ ଶାସକ ଯେଉଁମାନଙ୍କ ପାଗାଳାମୀ ଯୋଗୁଁ କୋଟି କୋଟି ଲୋକ ମରିଥିଲେ --

ଦୁନିଆରେ ଅନେକ ଏକଛତ୍ରବାଦୀ ଶାସକ ହୋଇଯାଇଛନ୍ତି ।
ଇତିହାସରେ ଚଂଗେଜ ଖାଁ,
ତୈମୁର ଲଙ୍ଗ ଭଳି ଆକ୍ରମଣକାରୀ ଏକଛତ୍ରବାଦୀ ଶାସକ ମାନଙ୍କ ନାମ ଆମକୁ ସହଜରେ ମିଳିଯିବ ।
ଭାରତ ରେ ଅଶୋକ ଏକଛତ୍ରବାଦୀ ଶାସକ ହେଉ ହେଉ ଶେଷବେଳକୁ ସୁଧରୀ ଯାଇଥିଲେ
କିନ୍ତୁ
ତୈମୁର ବଂଶଜ ସାହାଯାହାନ , ତା ପୁତ୍ର ଔରଙ୍ଗଯେବ
ପ୍ରାୟଃ ଏକଛତ୍ରବାଦୀ ଶାସକ ଥିଲେ ।
ଆଲ୍ହାଉଦ୍ଦିନ ଖିଲ୍ଲିଜ୍ କୁ ମଧ୍ୟ କେହି କେହି ଏକଛତ୍ରବାଦୀ ଶାସକ କହିଥାଅନ୍ତି ।
ବିଗତ 100 ବର୍ଷ ମଧ୍ୟରେ ପ୍ରାୟଃ ସମସ୍ତ ବିଶ୍ଵରେ ରାଜତଂତ୍ର ପରିହାର କରି ଲୋକେ
ଗଣତଂତ୍ର ଶାସନ ପ୍ରତିଷ୍ଠିତ କରିଅଛନ୍ତି
ତେବେ ଏଇ ଶହେ ବର୍ଷରେ ରାଜନୈତିକ
ବିଶୃଖଂଳା ରୁ କେତେକ ଏକଛତ୍ରବାଦୀ ଶାସକ ମଧ୍ୟ ବିଶ୍ଵବାସୀଙ୍କୁ ହଟହଟା କରି ଥିଲେ ।
ଏଠାରେ ଏମିତି ଆଠଜଣ ଏକଛତ୍ରବାଦୀ ଶାସକ ଙ୍କ ବିଷୟରେ କୁହାଯାଉଛି ଯେଉଁମାନେ କୋଟି କୋଟି ଲୋକଙ୍କ ମୃତ୍ୟୁ ର କାରଣ ହୋଇଥିଲେ ।



1. #ମାଓ ସେ_ତୁଂଗ

ଆଧୁନିକ ଚୀନ ର ଜନ୍ମଦାତା ବୋଲାଉଥିବା ମାଓ ତ୍ସେ ତୁଂଗ୍ ନିଜ ଶାସନକାଳ ରେ ଲକ୍ଷାଧିକ ଲୋକଙ୍କ ସାମୁହିକ ହତ୍ୟା କରାଇ ଦେଇଥିଲେ ।
1958 ରେ ସୋଭିଏତ ସଙ୍ଘ ର ଆର୍ଥିକ ମୋଡେଲ ଚୋରାଇ ମାଓ ଦେଶକୁ ନିଜର ଵିକାସ ନାରା ଦେଲେ !
ସମୟ ସହିତ ମାଓ ର ରାଜନୈତିକ ପ୍ରଗଳ୍ଭତା ଯୋଗୁଁ ପ୍ରାୟଃ 4.5 କୋଟି ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା ।
10 ବର୍ଷ ମାଓ ପୁଣି ଦେଶକୁ ସାସ୍କୃତିକ କ୍ରାଂତି ର ନାରା ଦେଲେ ଫଳରେ ଆହୁରି ପ୍ରାୟଃ 3 କୋଟି ଲୋକଙ୍କ ପ୍ରାଣ ଗଲା !

- --

2. ଏଡଲୋଫ୍ ହିଟଲର

ଜର୍ମନୀ ର ନାଜୀ ଏକଛତ୍ରବାଦୀ ଶାସକ ଏଡଲୋଫ ହିଟଲର ର ଆପରାଧିକ ଲିସ୍ଟ ବହୁତ ଲମ୍ବା ।
ହିଟଲର ପ୍ରାୟଃ 1.1 କୋଟି ଲୋକଙ୍କ ହତ୍ୟା ଆଦେଶ ଦେଇଥିଥିଲେ ଏବଂ ସେଥିରୁ 60 ଲକ୍ଷ କେବଳ ଇହୁଦୀ ଥିଲେ ।
ହିଟଲର ଦ୍ଵିତୀୟ ଵିଶ୍ଵଯୁଦ୍ଧ ର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ !
ଏହି ବୈଶ୍ଵିକ ଲଢ଼େଇ ରେ 7 କୋଟି ରୁ ଉର୍ଧ୍ଵ ଜୀବନ ହାନୀ ଘଟିଥିଲା ।
ଯୁଦ୍ଧ ରେ ଧରାପଡ଼ିଯିବା ଭୟରେ ଅଥବା ହାରିଯିବା ର ଆଶଂକା ବା ଗ୍ଲାନୀ ରେ ହିଟଲର ଆତ୍ମହତ୍ୟା କରିଥିବା କୁହାଯାଏ ।

----

3. ଜୋସେଫ ସ୍ଟାଲିନ

ସୋଭିଏତ୍ ସଙ୍ଘ ର ସଂସ୍ଥାପକ ମଧ୍ୟେଁ ଅନ୍ୟତମ ଭ୍ଲାଦିମୀର ଲେନିନ ଙ୍କ ହିସାବରେ ଜୋସେଫ ସ୍ଟାଲିନ ରୁକ୍ଷ ସ୍ଵଭାଵ ର ଥିଲେ ।
ଲେନିନ ଙ୍କ ସଂଦେହଜନକ ପରିସ୍ଥିତିରେ ମୃତ୍ୟୁ ପରେ ପରେ ସୋଭିଏତତ ସଙ୍ଘ ର ସର୍ବୋଚ ଆସନ ସମ୍ଭାଳିଥିବା ସ୍ଟାଲିନ ଜର୍ମନୀ କୁ ହରାଇ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଖୁବ ନାମ କମାଇଥିଲେ ।
ତେବେ ସ୍ଟାଲିନ ନିଜର ପ୍ରତ୍ୟେକ ଵିରୋଧୀ କୁ ମାରିବାରେ ସଫଳ ହୋଇଥିଲେ । ସ୍ଟାଲିନ ଙ୍କ ଦୀର୍ଘ 31 ବର୍ଷ ଶାସନକାଳରେ 2 କୋଟି ରୁ ଅଧିକ ଲୋକ ମରାହୋଇଥିବା କୁହାଯାଏ ।

-----

4. ପୋଲ ପୋଟକା
କାମ୍ବୋଡିଆ ରେ ସଂଘଟିତ ଖମେର ରୂଜ୍ ଆନ୍ଦୋଳନ ର ନେତା ପୋଲ ପୋଟ କୁ ଶାସନ କ୍ଷମତା ମିଳିଲା ପରେ ସେ ପ୍ରାୟଃ 4 ବର୍ଷ ଭିତରେ 10 ଲକ୍ଷରୁ ଅଧିକ ଲୋକ ଙ୍କୁ ମାରିଦେଇଥିଲା !
ଅଧିକାଂଶ ପୀଡ଼ିତ ବ୍ୟକ୍ତି ଶିବିର ଗୁଡିକ ରେ ଭୋକଶୋଷରେ ନହେଲେ ଜେଲ ରେ ଯାତନା ପାଇ ଅକାଳ ମୃତ୍ୟୁବରଣ କରିଥିଲେ । ହଜାର ହଜାର ବିରୋଧୀ ମାନଙ୍କର ହତ୍ୟା କରିଦିଆଗଲା ।1998 ପର୍ଯ୍ୟନ୍ତ କଂବୋଡିଆ ର ଜଙ୍ଗଲ ରେ ପୋଲ ପୋଟ ର ଗୁରିଲ୍ଲା ଯୋଦ୍ଧା ରହିଥିଲେ । ଏଇ କିଛିବର୍ଷ ହେଲା ଏଠାରେ ସାମାନ୍ୟ ଶାନ୍ତି ବିରାଜମାନ ଅଛି !

----


5. ସଦ୍ଦାମ ହୁସୈନଇରାକୀ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସୈନ ଙ୍କ କୁର୍ଦ ସମୁଦାୟ ପ୍ରତି ଥିବା ଘୃଣା କିଏ ନ ଜାଣେ । 1979 ର 2003 ଯାଏଁ ଇରାକ ରେ 3,00,000 ରୁ ଉର୍ଧ କୁର୍ଦ ଜାତୀୟ ଲୋକଙ୍କୁ ମାରିଦିଯା ଗଲା । ସଦ୍ଦାମ ଉପରେ ରାସାୟନିକ ହତିଆର ପ୍ରୟୋଗ ର ଦୋଷ ମଧ୍ୟ ଲଗିଥିଲା । ଇରାକ ଉପରେ ଅମେରିକୀ ଆକ୍ରମଣ ପରେ ସଦ୍ଦାମ ହୁସୈନ ର ଧରପକଡ଼ ହୋଇଥିଲା ଏବଂ ତାକୁ 2006 ରେ ଫାସୀ ଦେଇ ଦିଆ ଯାଇଥିଲା ।

-----

6. ଈଦୀ ଅମୀନସାତ ବର୍ଷ ଯାଏଁ ୟୁଗାଣ୍ଡା ର ସତ୍ତା ସମ୍ଭାଳିଥାବା ଈଦୀ ଅମୀନ ନିଜ ଶାସନକାଳରେ ପ୍ରାୟଃ 2,50,000 କୁ ମରେଇଦେଇଥିଲା । ଈଦୀ ଅମୀନ ଜାତିଗତ ବିଦ୍ଵେଷ ବଢ଼ାଈ ଲୋକଙ୍କୁ ପରସ୍ପର ବିରୋଧୀ କରିଦେଲା ଏବଂ ପରେ ନିଜ ବିରୋଧୀଙ୍କୁ ନାନା ଦୋଷାରୋପ ସହିତ ହତ୍ୟା ଏବଂ ଯାତନା ଦେଇ ମରେଇଥିଲା ।ତା'ର ପାଶଵିକ ମାନସିକତା ଦେଖି ୟୁଗାଣ୍ଡା ର ଲୋକ ତାକୁ ରାକ୍ଷସ କହିବା ଆରମ୍ଭ କରିଦେଲେଣି । ପଦ ଛୋଡ଼ିବା ପରେ ଈଦୀ ଅମୀନ ଲୁଚିକି ସଊଦୀ ଅରବ ଚାଲିଯାଇଥିଲା । ସେଠାରେ ସେ ମୃତ୍ୟୁଯାଏଁ ବିଳାସିତ ଜୀବନ ବିତାଇ ଥିଲା । ନିଜମନକୁ ଖୁସି କରିବାକୁ ୟୁଗାଣ୍ଡାନ୍ ଲୋକେ କହନ୍ତି 'ତାକୁ ଆମେ ସଂସାରରେ ଉପଯୁକ୍ତ ଦଣ୍ଡ ଦେଇପାରିନଥାନ୍ତେ
ସେଥିପାଇଁ କାଳେ
ଗଡ୍ ତାକୁ ନର୍କ ରେ ଦଣ୍ଡ ମିଳିବାର ବ୍ୟବସ୍ଥା କରିଛନ୍ତି ।'

----

7. ମେନଗିସ୍ତୁ ହାଇଲେ ମରିଅମ

ଏଥିଓପିଆ ର କମ୍ୟୁନିସ୍ଟ ଏକଛତ୍ରବାଦ ଶାସକ ମେନଗିସ୍ତୁ ହାଇଲେ ନିଜ ରାଜନୀତିକ ଵିରୋଧୀମାନଙ୍କ ବିରୋଧରେ ଲାଲ ଆତଙ୍କ ଅଭିଯାନ ଆରମ୍ଭ କରିଦେଇଥିଲା ।
1977 ରୁ 1978 ମଧ୍ୟେ ସେ 5,00,000 ଲକ୍ଷ ଲୋକଙ୍କ ହତ୍ୟା କରାଇଥିଲା । 2006 ରେ ଏଥିଓପିଆ ଦ୍ଵାରା ଜନସଂହାର ଦୋଷରେ ଦୋଷୀ ସାବ୍ୟସ୍ତ ପୂର୍ବକ ମୃତ୍ୟୁଦଣ୍ଡ ରେ ଦଣ୍ଡିତ କରାଯାଇଥିଲା ।
ତେବେ କୌଣସିମତେ ଖସି ପଳେଇ ମେନିଗାସ୍ତୁ ହାଇଲେ ମରିଅମ
ବର୍ତ୍ତମାନ ଜିମ୍ବାବ୍ଵେ ରେ ଥିବା କୁହାଯାଏ ।

-----

8. କିମ ଜୋଙ୍ଗ୍ ଇଲ୍ପୂର୍ବ ସମସ୍ତ ଏକଛତ୍ରବାଦୀ ଆପେକ୍ଷା କେବଳ କିମ୍ ଜୋଙ୍ଗ୍ ହିଁ ଏକମାତ୍ର ଶାସକ ଲକ୍ଷାଧିକ ଲୋକଙ୍କୁ ମାରି ମଧ୍ୟ ଉତ୍ତରକୋରିଆ ର ଲୋକେ ତାଙ୍କୁ ଭଗବାନ ଭଳି ମାନି ଆସୁ ଅଛନ୍ତି ।
ଇଲ ର
କାର୍ଯ୍ୟକାଳ ରେ 25 ଲକ୍ଷ ଲୋକ ଗରୀବ ହେଲେ ଏବଂ କୁପୋଷଣ ର ଶିକାର ହୋଇ ମରିଗଲେ ।
ଏପଟେ ଇଲ ଲୋକଙ୍କ ଉପରୁ ଧ୍ୟାନ ଦେବା ଛାଡ଼ି କେବଳ ସୈନ୍ୟ ଶକ୍ତି ବଢ଼ାଇବାରେ ଅଧିକ ଗୁରୁତ୍ଵାରୋପ କରିଥିଲେ !

Wednesday, July 13, 2016

ଉଆଁସୀ କନ୍ୟା

ଫାଇନାଲୀ ମାଧବୀ ର ମଙ୍ଗନ ଆଜି ...,

କେତେ ଯେ ମଧୁଲୋଭୀ ମକ୍ଷିକ , ତା ପାଇଁ ଦିବା ସ୍ଵପ୍ନ ଦେଖୁ ନ ଥିଲେ ସତେ...
ଆହା ସେମାନଙ୍କ ହୃଦୟର ଅବସ୍ତା କି କହିବି
ନ କହିଲେ ଭଲ !

ବନ ସହ ଖେଳ
ମାନ ସାଙ୍ଗେ ମେଳ ହୋଇ
ମାଧବୀ ଶେଷରେ
ଧନୁଆ ସହିତ ଛନ୍ଦି ହେଲା !

ମଲା ଭଲା ଭଲା ଲୋକ ଗୁଡା
ଆଖି ସବୁ କଣ ବୁଜି ଦେଇଥିଲେନା
ସବୁ ଜାଣି ଅଜଣା ହେବାର ନାଟକ କରୁଥିଲେ ବା ?

ଯେଣୁ ହେଲେ
କ୍ଷୀରିପୁରୀ ପକ୍କା ନ୍ୟାୟ ଧରି
ଭଦ୍ରଲୋକେ କଥା ଟାକୁ ପାରକରି ଦେଲେ ।

ହେଉ ଆମ ଜାଣିବାରେ ସାହି ଯାକକୁ ବଦନାମ କରିଥିବା
କାଳନାଗୁଣୀ କୁ ଏକା ଧନୁଆ କଳେ ବଳେ କୌଶଳେ କ୍ଷୀର ପିଲେଇଚ୍ଛି !
ଅମାନିଆ ଘୋଡ଼ା କୁ ଲଗାମ ଧରି ବାଟକୁ ଆଣିବାକୁ ଚେଷ୍ଟା ଟିଏ କରିଚ୍ଛି !
ଓଲେଇ କାଳିଗାଈ ର ମୁହଁ ବାନ୍ଦି ତାକୁ କିଛି ମାତ୍ରା ରେ ବାରଣ କରିବାରେ ସଫଳ ହୋଇଛି !

ଧନୁଆ କୁ ମନେ ମନେ ଧନ୍ୟବାଦ ଟାଏ ଦେବାକୁ ମନ ହେଲା ...

ଗାଁଆଁ ଯାକ ତାର ପୁରୁଣା ଠିକାନା ସବୁ ଖୋଜି ଖୋଜି ଆସି ତା ଘର ପାଖରେ ଦେଖେ ତ ଲୋକ ଭିଡ ....

କଥା କଣ ?
ମୋ ମନରେ ଥାଏ
ନିଶ୍ଚେଁ
ପୁରୁଣା ପ୍ରେମିକ ମାନେ ଧନୁଆ ସହ କୁସ୍ତୀ କରି ଖଣ୍ଡିଆ ଖାବେରା କରିଦେଇଥିବେ

ଲୋକ ଆଡ଼େଇ ଯାଈ ଦେଖେ ଧନୁଆ ଆଉ ଜୀବନରେ ନାହିଁ
ଆହା ସକାଳୁ ସକାଳୁ ଗାଡ଼ି ଧରି ଗଡ଼କୁ ଯାଇଥିଲା ଯେ
ଟ୍ରକ ଧକ୍କା ରେ ଆରପାରିକୁ ଚାଲିଗଲା
ଆଉ ଫେରିନି , ଆଉ ଫେରିବ ନାହିଁ ।

ଧନୁଆ ର ଟିକେ କଣ ହେଲେ
ମୁଣ୍ଡ ବାଡ଼େଇ କାନ୍ଦୁଥିବା
ଧନୁଆ ବୋଉ
ପଥର ପାଲଟି ଯାଇଛି !

ସେପଟେ ମଝି ସାହି ରେ ଉଚ୍ଚ ସ୍ଵର ରେ ସ୍ତ୍ରୀଲୋକ ମାନେ କାନ୍ଦିବା ଆରମ୍ଭ କରିଦେଲେଣି

ମାଧବୀ ଭାଗ୍ୟରେ ଶେଷରେ ମଙ୍ଗୁଳି କନ୍ୟା ର ଦାଗ ଲାଗିଗଲା.....

ରାତି ପାହିଥିଲେ ବାହାଘର ହୋଇଥାଅନ୍ତା...

ଧନୁଆ କୁ ନେଇ ସେ କେତେ ଯେ ସୁଖ ସ୍ଵପ୍ନ ଦେଖି ନ ଥିବ ?

ସମାଜ କଣ ତା ମନ କଥା ବୁଝିବ?

ତାକୁ ତ ଏ ଘଟଣା ପରେ ଉଆଁସୀ କନ୍ୟା ହିଁ କହିବ ନା !!!

Monday, July 11, 2016

ଆଜିର ଇତିହାସ - 11 ଜୁଲାଇ

11 July 1801 ରେ ଫ୍ରେନ୍ଚ ଖଗୋଳଶାସ୍ତ୍ରୀ 'ଜୀନ-ଲୁଇସ ପୋନ୍ସ' (Jean-Louis Pons) ତାଙ୍କର ପ୍ରଥମ ଧୂମକେତୁ ଖୋଜି ପାଇଥିଲେ ।ପରେ29 ବର୍ଷ ମଧ୍ୟରେ ସେ 36 ଟି ଧୁମକେତୁ ଖୋଜିପାରିଥିଲେଯାହା ଇତିହାସ ରେ କୌଣସୀ ଜଣେ ବ୍ୟକ୍ତି ଦ୍ଵାରା ଧୂମକେତୁ ଖୋଜିପାଇବାରେ ସର୍ବାଧିକ ।

1895 – ଲ୍ଯୁମେଇର ବଂଧୁ( Lumière brothers) ଵୈଜ୍ଞାନିକ ସମକ୍ଷ ଚଲଚିତ୍ର ବିଷୟକ ଯନ୍ତ୍ର ପ୍ରଦର୍ଶନ କରିଥିଲେ ।

1962 – ପ୍ରଥମ ଏଟଲାଣ୍ଟିକ ଉପଗ୍ରହ ଦ୍ଵାରା ସାଟେଲାଇଟ ଟେଲିଭିଜନ ପ୍ରସାରଣ କରାଯାଇଥିଲା ।

Sunday, July 10, 2016

"ଗୁଁଆର" ପ୍ରକୃତି ର ପ୍ରାଣୀଜଗତ କୁ ବରଦାନ !

କିଛିଦିନ ତଳେ ଗୁଜରାଟ ର ଏକ ପରିବା ବଜାର ରୁ 250 ଗ୍ରାମ ଗୁଆଁର ନେଇ ଆସିଥିଲି

ଜଣେ ଉତ୍ତରଭାରତୀୟ ଭାଇ ଙ୍କୁ ଦିଶିଗଲା ମୋ ଥଳୀ ର ଗୁଆଁର ଯାକ

ଚିଡ଼େଇବା ଆରମ୍ବ କରିଦେଲେ

"ଘୁମତ୍ ପୁରେ ବାଜାର ଗ୍ଵାର ଲାଵେ ଗଵାର୍"

କଥା କଣ କି ହିନ୍ଦୀ ରେ ଆମର
ଗୁଆଁର କୁ
ଗ୍ଵାର କୁହାଯାଏ

ସେ ଯା ହେଉ ଚାଲ ଆଜି ଗୁଆଁର ବିଷୟକ ସମ୍ୟକ ଆଲୋଚନା କରିନେବା

ଇଂରେଜ ମାନେ ଏହାକୁ cluster bean କ୍ଲସ୍ଟର ବୀନ୍ କହିଥାଅନ୍ତି

ବୈଜ୍ଞାନିକ ନାମ 'ସାୟା ମୋଟିସସ ଟେଟ୍ରାଗୋନୋଲୋବସ' (Cyamopsis tetragonolobus) ।

କିଛି ଦଶନ୍ଦ୍ଧି ତଳେଆମ କୃଷକମାନେ ଯେତେବେଳେ ମାଣ୍ଡିଆ ବା ଯବ ଚାଷ କରୁଥିଲେ
ସେଇ ଶସ୍ୟକ୍ଷେତ୍ର ରେ ଗୁଆଁର ମଞ୍ଜୀ ପୋତି ମିଶ୍ରିତ ଚାଷ କରୁଥିଲେ ।

ଭାରତରେ ସବୁଜକ୍ରାନ୍ତି ପ୍ରଖର ହେଲା ପରେ ପରେ ସ୍ଥାନୀୟ କୃଷକ ବର୍ଗ ଏଇ ପାରମ୍ପରିକ ମାଣ୍ଡିଆ ଚାଷ ପ୍ରାୟ ବନ୍ଦ କରିଦେଇଅଛନ୍ତି ।

ତେବେ ଓଡ଼ିଶା ର ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ତଥାଗଞ୍ଜାମ ଗଜପତି ରାୟଗଡ଼ା ଆଦୀ ଜିଲ୍ଲା ଗୁଡିକରେ ଉଣା ଅଧିକେ ଏହି ମାଣ୍ଡିଆ ଚାଷ ହେଉଅଛି ।

ତେବେ ଭାରତ ର ଅଧିକାଂଶ ଅଁଚଳରେ ଏହି ପାଦପ ଟିର ପତ୍ର ଆଦି ପଶୁଚାରା ଭାବେ ବ୍ୟବହୃତ ହୋଇଥାଏ ।

ଗାଈ ଏବଂ ମଇଁଷୀ ଭଳି ଦୁଗ୍ଧ ପ୍ରଦାନକାରୀ ପଶୁ ମାନଙ୍କୁ ଗୁଁଆର ଖାଇବାକୁ ଦେଲେ ସେମାନେ ହୃଷ୍ଟପୃଷ୍ଟ ହେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ମଧ୍ୟ ହୁଏ ।

ଗୁଁଆର ରୁ ଏକପ୍ରକାର ର ଗମ୍ ମଧ୍ୟ ତିଆରି ହୋଇଥାଏ ।
ଗୁଁଆର ମଞ୍ଜି ଏବଂ ଆଳ କୁ ପିଆଜ ଛୁଁକ ଦେଇ ଖାଇଲେ ଖୁବ ସ୍ଵାଦୁ ଲାଗେ ।

ଦେଶ ର ଭିନ୍ନ ଭିନ୍ନ ଅଞ୍ଚଳ ରେ
ଏହାର ଉପଯୋଗ ସହ ନାମ ମଧ୍ୟ ଭିନ୍ନ ଭିନ୍ନ

ତେଲୁଗୁରେ ଗୋରୁ ଚିକ୍କୁଡୁ "Goruchikkudu kaya" ବା "Gokarakaya" କନ୍ନଡରେ Gorikayie ଏବଂ ତମିଲ ରେ ଗୁଁଆର କୁ କ୊ତ୍ତଵରୈକ୍କାୟ (kotthavarai) କୁହନ୍ତି ।

ଵିଶ୍ଵ ରେ ମୋଟ ଗୁଁଆର ଉତ୍ପାଦନ ର ୮୦% ଭାରତରେ ହୋଇ ଥାଏ ।
ଗୁଁଆର ଗ୍ରୀଷ୍ମଋତୁ ର ଫସଲ !
ଦକ୍ଷିଣଭାରତୀୟ ମାନେ ମୁଖ୍ୟତଃ ଏହାକୁ ପଶୁଚାରା ଭାବେ ବ୍ୟବହାର କରିଥାଅନ୍ତି
କିନ୍ତୁ ବାକୀ ଅଁଚଳ ଲୋକେ ଗୁଁଆରକୁ ଡାଲି ,ତରକାରୀ ଏବଂ ସୁପ ଆଦି ରେ ପକାଇ କରି ଖାଇବାରଦେଖାଯାଏ ।
ଏଇ ପାଦପ ର ମଞ୍ଜି ରେ ଗ୍ଲୈକ୍ଟୋମେନନ ନାମକ ଅଟାଳିଆ ଦ୍ରଵ୍ୟ ପ୍ରାପ୍ତ ହୋଇଥାଏ ।
ଲୋକେ ଗୁଁଆରରୁ ପ୍ରାପ୍ତ ଗମ୍ ର ଉପଯୋଗ ଦୂଗ୍ଧ ରୁ ତିଆରୀ ପଦାର୍ଥ ଜେମିତି କି ଆଇସକ୍ରୀମ, ପନୀର ଆଦି ରେ କରନ୍ତି ।
ଗୁଁଆର ପେସ୍ଟ ର ଔଷଧୀୟ ପ୍ରୟୋଗ ମଧ୍ୟଁ କରାଯାଏ !
ଗୁଁଆର ମଞ୍ଜି ପାଚିଲେ ମିଠାଅନ୍ୟଥା କଞ୍ଚାଳିଆ ମଞ୍ଜି ଫିକା ସ୍ଵାଦଯୁକ୍ତ !
ଏହା ଗୁରୁପାକ । ଗୁଁଆର ଭୋଜନ ରେ ଅରୁଚୀ ଦୂର କରେ !ଭୋକ ବଢ଼ାଏମାଂସପେଶୀ ଗୁଡ଼ିକୁ ମଜବୁତ କରିଥାଏ ।
ଗୁଁଆର ମଧ୍ୟ ମଧୁମେହ କୁ ନିଯନ୍ତ୍ରଣ କରିଥାଏ

ଶୁଗର ରୋଗୀ ଙ୍କ ପାଇଁ ଲାଭଦାୟକ !
ଶରୀର ରେ ପିତ୍ତ ବଢ଼ିଥିଲେ, ଗୁଁଆର ଖାଇବା ଦ୍ଵାରା ପିତ୍ତ କମିଯାଏ ।

ଗୁଁଆର ମଞ୍ଜି କୁ ବାଟି ପାଣି ଦେଇ କଟା ଘା ଅଥଵା ପବନ ଅଟକୀ ଥିବା ଶରୀର ରେ ଲଗାଇଲେଆରାମ ମିଳେ ।

ତେବେ ଅତ୍ୟଧିକ ଏବଂ ନିୟମିତ ଗୁଁଆର ଖାଇଲେ ଏକ ପ୍ରକାର ର ମାମୁଲୀ ରୋଗ ହୋଇଥାଏ ।

ସେ ଯା ହେଉ ନା କାହିଁକି
ଗ୍ରୀଷ୍ମ ଋତୁ ର ରୌଦ୍ରତାପ ରୁ ଜୀବଙ୍କୁ କିଚ୍ଛି ପରିମାଣରେ ଶୀତଳତା ପ୍ରଦାନ ହେତୁ
ପ୍ରକୃତି ଅନେକାନେକ ଫଳ ପୁଷ୍ପ ପ୍ରଦାନ କରିଥାଏ ସେଥିମଧ୍ୟରୁଁ ଗୁଁଆର ଅନ୍ୟତମ !

ତେବେ ଏହାର ଅତ୍ୟଧିକ ସେବନ ଫଳରେ କଫ୍ ବଢ଼ିପାରେ କିନ୍ତୁ ଗୁଁଆର ଶୁଷ୍କ କ୍ଷେତ୍ରଵାସୀ ଙ୍କ ପାଇଁ ସ୍ଵାଦିଷ୍ଟ ସ୍ଵାସ୍ଥ୍ୟକର ଫସଲ ବିଶେଷ ,
ପ୍ରକୃତି ର ପ୍ରାଣୀଜଗତ କୁ ବରଦାନ !

Saturday, July 9, 2016

ତାଈପିଙ୍ଗ ବିଦ୍ରୋହ

ତାଈପିଙ୍ଗ ବିଦ୍ରୋହ
taiping-rebellion
ହଂଗ୍ ସିଉଵାଂଗ Hong Xiuquan କୁ ଅଧିକାଂଶ ଲୋକ ଜାଣି ନଥିବେ
କିନ୍ତୁ ହଂଗ୍ ସିଉଵାଂଗ ଗୋଟାଏ ସ୍ଵପ୍ନ ଦେଖିଲା
ଏବଂ ସେଇ ସ୍ଵପ୍ନ କାରଣରୁଚୀନ ଗଣରାଜ୍ୟ ର ଲକ୍ଷାଧିକ ଲୋକ ହଣାମରା ହୋଇଯାଇଥିଲେ ।

ଏମିତି କି ଏଇ ଧାର୍ମିକ ଯୁଦ୍ଧ ରେ American civil war ଠାରୁ ମଧ୍ୟ ଅଧିକ ଲୋକ ମରିଥିବା କେହି କେହି ଐତିହାସିକ ଯୁକ୍ତି କରନ୍ତି !

ସେ ସମୟେ ଚୀନରେ କ୍ଵିନ୍ (Qin) ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା
କିନ୍ତୁ ଥରକୁ ଥର ଜନ ଆନ୍ଦୋଳନ
ଏବଂ ସାମାଜିକ ଅସହିଷ୍ଣୁତା
ଯୋଗୁଁ ଏଇ ସାମ୍ରାଜ୍ୟ ର ସମୂଳ ପତ୍ତନ ହୋଇଯାଇଥିଲା !

Hong Xiuquan ଜଣେ ପ୍ରୋଟେସ୍ଟାଂଡ ମିସନରୀ ଭାବେ ଚୀନ ରେ କାର୍ଯ୍ୟରତ ଥାଏ !

ଅନେକାନେକ ଖ୍ରିଷ୍ଟିଅନ ସାହିତ୍ୟ ପଢ଼ି ପଢ଼ିଶେଷରେ ସେ ପାଗଳପ୍ରାୟଃ ହୋଇଯାଇଥିଲା !

ସେ ଏତେ ମାତ୍ରା ରେ ପୁସ୍ତକ ପଢ଼ିବାରେ ନିମଜ୍ଜିତ ହୋଇଯାଇଥାଏ

ଯେ ତାକୁ ଦିନ ରାତି ଖାଦ୍ୟ ପେୟ ର ଧ୍ୟାନ ମଧ୍ୟ ରହିଲା ନାହିଁ

4 ଦିନ ପର୍ଯ୍ୟନ୍ତ ଏକ ନିବୁଜ କୋଠରୀ ରେ
ପଢ଼ି ପଢ଼ି
ଶେଷରେ ହଂଗ୍ ସିଉଵାଂଗ କୋମା ଅବସ୍ତା କୁ ପହଁଚିଗଲା !
ସେଇ ଅତି ଅବଚେତନ ଅବସ୍ଥା ରେ
ସେ ଗୋଟାଏ ସ୍ଵପ୍ନ ଦେଖିଲା

ସେ ଦିଖିଲା ଯେ ସେ ସ୍ଵର୍ଗରେ ପରମେଶ୍ଵର ଙ୍କ ନିକଟ ରେ ବିରାଜମାନ
ଈଶ୍ଵର ହଂଗ୍ ସିଉଵାଂଗ କହୁଛନ୍ତି
ତୁମେ
ଯିଶୁ ଙ୍କ ସାନ ଭାଈ ଏବଂ ଯିଶୁ ଙ୍କ ଅସମ୍ପୂର୍ଣ କାମ ତାକୁ ପୂର୍ଣ କରିବାକୁ ହେବ !
ସେ ପୁଣି ଦେଖିଲା ଜନୈକ କଳା ବସ୍ତ୍ରଧାରୀ ପୁରୁଷ ତାକୁ ସମସ୍ତ ଡେମନ୍ସ ଅର୍ଥାତ୍ ଵିଧର୍ମୀ ଙ୍କୁ ବିନାଶ କରିବାର ଆଦେଶ ଦେଉଅଛି !

ସେ ନିଜକୁ ପରମେଶ୍ଵର ଙ୍କ ଦ୍ଵିତୀୟ ପୁତ୍ର ଘୋଷଣା କଲା
ଏବଂ ତା'ର ଭାଷଣ ରେ ପ୍ରଭାବିତ ହୋଇ ଅନେକ ଚୀନୀ ଖ୍ରିଷ୍ଟଧର୍ମାବଲମ୍ଭୀ ସମର୍ଥକ ହେଲେ ।

ଚୀନ ରେ ଅନେକ ଲୋକ ତଥାପି ତାର ପାଗଳାମୀ ର ବିରୋଧ କରୁଥିଲେ !

ବିରୋଧୀ ମାନଙ୍କୁ ସେ ଡେମନ ଆଖ୍ୟା ଦେଲା
ଫଳରେ କ୍ଵିନ୍ ସାମ୍ରାଜ୍ୟ ରେ ସାମିଜିକ ବିଶୃଖଂଳା ବଢ଼ିଗଲା !
ଏଇ ଧାର୍ମିକ ଜ୍ଵର ରେ ପିଡିତ ତାର
ସମର୍ଥକ ମାନେ

ଚୀନ ରେ"ସ୍ଵର୍ଗୀୟ ରାଜ୍ୟ" ସ୍ଥାପନା ପାଇଁ ସ୍ଵପ୍ନ ଦେଖିବା ଆରମ୍ଭ କରିଦେଲେ !

ଫଳରେ ଏଭଳି ଏକ ପ୍ରଗଳ୍ଭ ବ୍ୟକ୍ତି ଯୋଗୁଁ ଧାର୍ମିକ କଳହ ବଢ଼ିଗଲା ଏବଂ ତାଇପିଂଗ ଵିଦ୍ରୋହ ର ସୂତ୍ରପାତ ହେଲା !
.

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...