Monday, July 18, 2016

--8 ଜଣ ଏକଛତ୍ରବାଦୀ ଶାସକ ଯେଉଁମାନଙ୍କ ପାଗାଳାମୀ ଯୋଗୁଁ କୋଟି କୋଟି ଲୋକ ମରିଥିଲେ --

ଦୁନିଆରେ ଅନେକ ଏକଛତ୍ରବାଦୀ ଶାସକ ହୋଇଯାଇଛନ୍ତି ।
ଇତିହାସରେ ଚଂଗେଜ ଖାଁ,
ତୈମୁର ଲଙ୍ଗ ଭଳି ଆକ୍ରମଣକାରୀ ଏକଛତ୍ରବାଦୀ ଶାସକ ମାନଙ୍କ ନାମ ଆମକୁ ସହଜରେ ମିଳିଯିବ ।
ଭାରତ ରେ ଅଶୋକ ଏକଛତ୍ରବାଦୀ ଶାସକ ହେଉ ହେଉ ଶେଷବେଳକୁ ସୁଧରୀ ଯାଇଥିଲେ
କିନ୍ତୁ
ତୈମୁର ବଂଶଜ ସାହାଯାହାନ , ତା ପୁତ୍ର ଔରଙ୍ଗଯେବ
ପ୍ରାୟଃ ଏକଛତ୍ରବାଦୀ ଶାସକ ଥିଲେ ।
ଆଲ୍ହାଉଦ୍ଦିନ ଖିଲ୍ଲିଜ୍ କୁ ମଧ୍ୟ କେହି କେହି ଏକଛତ୍ରବାଦୀ ଶାସକ କହିଥାଅନ୍ତି ।
ବିଗତ 100 ବର୍ଷ ମଧ୍ୟରେ ପ୍ରାୟଃ ସମସ୍ତ ବିଶ୍ଵରେ ରାଜତଂତ୍ର ପରିହାର କରି ଲୋକେ
ଗଣତଂତ୍ର ଶାସନ ପ୍ରତିଷ୍ଠିତ କରିଅଛନ୍ତି
ତେବେ ଏଇ ଶହେ ବର୍ଷରେ ରାଜନୈତିକ
ବିଶୃଖଂଳା ରୁ କେତେକ ଏକଛତ୍ରବାଦୀ ଶାସକ ମଧ୍ୟ ବିଶ୍ଵବାସୀଙ୍କୁ ହଟହଟା କରି ଥିଲେ ।
ଏଠାରେ ଏମିତି ଆଠଜଣ ଏକଛତ୍ରବାଦୀ ଶାସକ ଙ୍କ ବିଷୟରେ କୁହାଯାଉଛି ଯେଉଁମାନେ କୋଟି କୋଟି ଲୋକଙ୍କ ମୃତ୍ୟୁ ର କାରଣ ହୋଇଥିଲେ ।



1. #ମାଓ ସେ_ତୁଂଗ

ଆଧୁନିକ ଚୀନ ର ଜନ୍ମଦାତା ବୋଲାଉଥିବା ମାଓ ତ୍ସେ ତୁଂଗ୍ ନିଜ ଶାସନକାଳ ରେ ଲକ୍ଷାଧିକ ଲୋକଙ୍କ ସାମୁହିକ ହତ୍ୟା କରାଇ ଦେଇଥିଲେ ।
1958 ରେ ସୋଭିଏତ ସଙ୍ଘ ର ଆର୍ଥିକ ମୋଡେଲ ଚୋରାଇ ମାଓ ଦେଶକୁ ନିଜର ଵିକାସ ନାରା ଦେଲେ !
ସମୟ ସହିତ ମାଓ ର ରାଜନୈତିକ ପ୍ରଗଳ୍ଭତା ଯୋଗୁଁ ପ୍ରାୟଃ 4.5 କୋଟି ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା ।
10 ବର୍ଷ ମାଓ ପୁଣି ଦେଶକୁ ସାସ୍କୃତିକ କ୍ରାଂତି ର ନାରା ଦେଲେ ଫଳରେ ଆହୁରି ପ୍ରାୟଃ 3 କୋଟି ଲୋକଙ୍କ ପ୍ରାଣ ଗଲା !

- --

2. ଏଡଲୋଫ୍ ହିଟଲର

ଜର୍ମନୀ ର ନାଜୀ ଏକଛତ୍ରବାଦୀ ଶାସକ ଏଡଲୋଫ ହିଟଲର ର ଆପରାଧିକ ଲିସ୍ଟ ବହୁତ ଲମ୍ବା ।
ହିଟଲର ପ୍ରାୟଃ 1.1 କୋଟି ଲୋକଙ୍କ ହତ୍ୟା ଆଦେଶ ଦେଇଥିଥିଲେ ଏବଂ ସେଥିରୁ 60 ଲକ୍ଷ କେବଳ ଇହୁଦୀ ଥିଲେ ।
ହିଟଲର ଦ୍ଵିତୀୟ ଵିଶ୍ଵଯୁଦ୍ଧ ର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ !
ଏହି ବୈଶ୍ଵିକ ଲଢ଼େଇ ରେ 7 କୋଟି ରୁ ଉର୍ଧ୍ଵ ଜୀବନ ହାନୀ ଘଟିଥିଲା ।
ଯୁଦ୍ଧ ରେ ଧରାପଡ଼ିଯିବା ଭୟରେ ଅଥବା ହାରିଯିବା ର ଆଶଂକା ବା ଗ୍ଲାନୀ ରେ ହିଟଲର ଆତ୍ମହତ୍ୟା କରିଥିବା କୁହାଯାଏ ।

----

3. ଜୋସେଫ ସ୍ଟାଲିନ

ସୋଭିଏତ୍ ସଙ୍ଘ ର ସଂସ୍ଥାପକ ମଧ୍ୟେଁ ଅନ୍ୟତମ ଭ୍ଲାଦିମୀର ଲେନିନ ଙ୍କ ହିସାବରେ ଜୋସେଫ ସ୍ଟାଲିନ ରୁକ୍ଷ ସ୍ଵଭାଵ ର ଥିଲେ ।
ଲେନିନ ଙ୍କ ସଂଦେହଜନକ ପରିସ୍ଥିତିରେ ମୃତ୍ୟୁ ପରେ ପରେ ସୋଭିଏତତ ସଙ୍ଘ ର ସର୍ବୋଚ ଆସନ ସମ୍ଭାଳିଥିବା ସ୍ଟାଲିନ ଜର୍ମନୀ କୁ ହରାଇ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଖୁବ ନାମ କମାଇଥିଲେ ।
ତେବେ ସ୍ଟାଲିନ ନିଜର ପ୍ରତ୍ୟେକ ଵିରୋଧୀ କୁ ମାରିବାରେ ସଫଳ ହୋଇଥିଲେ । ସ୍ଟାଲିନ ଙ୍କ ଦୀର୍ଘ 31 ବର୍ଷ ଶାସନକାଳରେ 2 କୋଟି ରୁ ଅଧିକ ଲୋକ ମରାହୋଇଥିବା କୁହାଯାଏ ।

-----

4. ପୋଲ ପୋଟକା
କାମ୍ବୋଡିଆ ରେ ସଂଘଟିତ ଖମେର ରୂଜ୍ ଆନ୍ଦୋଳନ ର ନେତା ପୋଲ ପୋଟ କୁ ଶାସନ କ୍ଷମତା ମିଳିଲା ପରେ ସେ ପ୍ରାୟଃ 4 ବର୍ଷ ଭିତରେ 10 ଲକ୍ଷରୁ ଅଧିକ ଲୋକ ଙ୍କୁ ମାରିଦେଇଥିଲା !
ଅଧିକାଂଶ ପୀଡ଼ିତ ବ୍ୟକ୍ତି ଶିବିର ଗୁଡିକ ରେ ଭୋକଶୋଷରେ ନହେଲେ ଜେଲ ରେ ଯାତନା ପାଇ ଅକାଳ ମୃତ୍ୟୁବରଣ କରିଥିଲେ । ହଜାର ହଜାର ବିରୋଧୀ ମାନଙ୍କର ହତ୍ୟା କରିଦିଆଗଲା ।1998 ପର୍ଯ୍ୟନ୍ତ କଂବୋଡିଆ ର ଜଙ୍ଗଲ ରେ ପୋଲ ପୋଟ ର ଗୁରିଲ୍ଲା ଯୋଦ୍ଧା ରହିଥିଲେ । ଏଇ କିଛିବର୍ଷ ହେଲା ଏଠାରେ ସାମାନ୍ୟ ଶାନ୍ତି ବିରାଜମାନ ଅଛି !

----


5. ସଦ୍ଦାମ ହୁସୈନଇରାକୀ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସୈନ ଙ୍କ କୁର୍ଦ ସମୁଦାୟ ପ୍ରତି ଥିବା ଘୃଣା କିଏ ନ ଜାଣେ । 1979 ର 2003 ଯାଏଁ ଇରାକ ରେ 3,00,000 ରୁ ଉର୍ଧ କୁର୍ଦ ଜାତୀୟ ଲୋକଙ୍କୁ ମାରିଦିଯା ଗଲା । ସଦ୍ଦାମ ଉପରେ ରାସାୟନିକ ହତିଆର ପ୍ରୟୋଗ ର ଦୋଷ ମଧ୍ୟ ଲଗିଥିଲା । ଇରାକ ଉପରେ ଅମେରିକୀ ଆକ୍ରମଣ ପରେ ସଦ୍ଦାମ ହୁସୈନ ର ଧରପକଡ଼ ହୋଇଥିଲା ଏବଂ ତାକୁ 2006 ରେ ଫାସୀ ଦେଇ ଦିଆ ଯାଇଥିଲା ।

-----

6. ଈଦୀ ଅମୀନସାତ ବର୍ଷ ଯାଏଁ ୟୁଗାଣ୍ଡା ର ସତ୍ତା ସମ୍ଭାଳିଥାବା ଈଦୀ ଅମୀନ ନିଜ ଶାସନକାଳରେ ପ୍ରାୟଃ 2,50,000 କୁ ମରେଇଦେଇଥିଲା । ଈଦୀ ଅମୀନ ଜାତିଗତ ବିଦ୍ଵେଷ ବଢ଼ାଈ ଲୋକଙ୍କୁ ପରସ୍ପର ବିରୋଧୀ କରିଦେଲା ଏବଂ ପରେ ନିଜ ବିରୋଧୀଙ୍କୁ ନାନା ଦୋଷାରୋପ ସହିତ ହତ୍ୟା ଏବଂ ଯାତନା ଦେଇ ମରେଇଥିଲା ।ତା'ର ପାଶଵିକ ମାନସିକତା ଦେଖି ୟୁଗାଣ୍ଡା ର ଲୋକ ତାକୁ ରାକ୍ଷସ କହିବା ଆରମ୍ଭ କରିଦେଲେଣି । ପଦ ଛୋଡ଼ିବା ପରେ ଈଦୀ ଅମୀନ ଲୁଚିକି ସଊଦୀ ଅରବ ଚାଲିଯାଇଥିଲା । ସେଠାରେ ସେ ମୃତ୍ୟୁଯାଏଁ ବିଳାସିତ ଜୀବନ ବିତାଇ ଥିଲା । ନିଜମନକୁ ଖୁସି କରିବାକୁ ୟୁଗାଣ୍ଡାନ୍ ଲୋକେ କହନ୍ତି 'ତାକୁ ଆମେ ସଂସାରରେ ଉପଯୁକ୍ତ ଦଣ୍ଡ ଦେଇପାରିନଥାନ୍ତେ
ସେଥିପାଇଁ କାଳେ
ଗଡ୍ ତାକୁ ନର୍କ ରେ ଦଣ୍ଡ ମିଳିବାର ବ୍ୟବସ୍ଥା କରିଛନ୍ତି ।'

----

7. ମେନଗିସ୍ତୁ ହାଇଲେ ମରିଅମ

ଏଥିଓପିଆ ର କମ୍ୟୁନିସ୍ଟ ଏକଛତ୍ରବାଦ ଶାସକ ମେନଗିସ୍ତୁ ହାଇଲେ ନିଜ ରାଜନୀତିକ ଵିରୋଧୀମାନଙ୍କ ବିରୋଧରେ ଲାଲ ଆତଙ୍କ ଅଭିଯାନ ଆରମ୍ଭ କରିଦେଇଥିଲା ।
1977 ରୁ 1978 ମଧ୍ୟେ ସେ 5,00,000 ଲକ୍ଷ ଲୋକଙ୍କ ହତ୍ୟା କରାଇଥିଲା । 2006 ରେ ଏଥିଓପିଆ ଦ୍ଵାରା ଜନସଂହାର ଦୋଷରେ ଦୋଷୀ ସାବ୍ୟସ୍ତ ପୂର୍ବକ ମୃତ୍ୟୁଦଣ୍ଡ ରେ ଦଣ୍ଡିତ କରାଯାଇଥିଲା ।
ତେବେ କୌଣସିମତେ ଖସି ପଳେଇ ମେନିଗାସ୍ତୁ ହାଇଲେ ମରିଅମ
ବର୍ତ୍ତମାନ ଜିମ୍ବାବ୍ଵେ ରେ ଥିବା କୁହାଯାଏ ।

-----

8. କିମ ଜୋଙ୍ଗ୍ ଇଲ୍ପୂର୍ବ ସମସ୍ତ ଏକଛତ୍ରବାଦୀ ଆପେକ୍ଷା କେବଳ କିମ୍ ଜୋଙ୍ଗ୍ ହିଁ ଏକମାତ୍ର ଶାସକ ଲକ୍ଷାଧିକ ଲୋକଙ୍କୁ ମାରି ମଧ୍ୟ ଉତ୍ତରକୋରିଆ ର ଲୋକେ ତାଙ୍କୁ ଭଗବାନ ଭଳି ମାନି ଆସୁ ଅଛନ୍ତି ।
ଇଲ ର
କାର୍ଯ୍ୟକାଳ ରେ 25 ଲକ୍ଷ ଲୋକ ଗରୀବ ହେଲେ ଏବଂ କୁପୋଷଣ ର ଶିକାର ହୋଇ ମରିଗଲେ ।
ଏପଟେ ଇଲ ଲୋକଙ୍କ ଉପରୁ ଧ୍ୟାନ ଦେବା ଛାଡ଼ି କେବଳ ସୈନ୍ୟ ଶକ୍ତି ବଢ଼ାଇବାରେ ଅଧିକ ଗୁରୁତ୍ଵାରୋପ କରିଥିଲେ !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...