Sunday, July 31, 2016

ନିଶା ର .........ନିଶା ରେ........

ନିଶା ସେବନ କ୍ଷତିକାରକ"
ଏମିତି ଲେଖା ହୋଇଥିବା ଏବଂ ଟିଭିରେ ପ୍ରଶିଦ୍ଧ ଲୋକଙ୍କ ମୁହଁରେ କୁହାଯିବାର ପଢ଼ିଥିବେ ,ଦେଖିଥିବେ ,ଶୁଣିଥିବେ !

ଆଛା ଏଇ Famus ଲୋକମାନେ ପରେ
ନିଜ ଫିଲ୍ମ ରେ ନିଶା ପିଇ ଷ୍ଟାଇଲ ମାରିବା ଟା
ସତରେ ହାସ୍ୟାସ୍ପଦ !!!
ଏଇ କିଛିଦିନ ତଳେ
ଦୁଇଟି ଓଡ଼ିଆ ଫିଲ୍ମ ରିଲିଜ ହୋଇଥିଲା !

କାଳେ ଆପଣ ନିଶ୍ଚୟଁ ଦେଖିଥିବେ
' ଲଭ୍ ଷ୍ଟେସନ୍ 'ଆଉ 'ଅଗସ୍ତ୍ୟ' !!
ଦୁଇଟି ଯାକ ଫିଲ୍ମ ରେଦୁଇଟି କଥା ସାମାନ୍ୟ !!
ଫିଲ୍ମ ଦ୍ଵୟରେ ଟାଟ୍ଟୁ ତଥା ସ୍ମୋକିଗଂ, ଡ୍ରିଁକିଗଂ କଲଚର ର ଅନାବଶ୍ୟକ ପ୍ରଚାର କରାଯାଇଅଛି ।

ପୁରାଣ ପ୍ରଶିଦ୍ଧ ଅଗସ୍ତ୍ୟ ଋଷି ଙ୍କ ନାମରେ ଫିଲ୍ମ ଟିର ନାମ ନୁହେଁ !!

ଗୁଣ୍ଡା ଙ୍କୁ ମଧ୍ଧ ଆଜିକା ସମାଜ ହିରୋ ମାନୁ
ଏହା ଫିଲ୍ମ ଇଣ୍ଡଷ୍ଟ୍ରୀ ର କିଛି ଲୋକ ଏବଂ
ସେମାନଙ୍କୁ ଟଙ୍କା ଦେଇ ପୋଷୁଥିବା
ଅସାମାଜିକ ତତ୍ବ ଚାହନ୍ତି !
ଅଗସ୍ତ୍ୟରେ ଦୁଇ ଦୁଇ ଥର ଟ୍ୟାଟୁ ଏବଂ ଥରୁଟିଏ ଚିଲମ ଦେଖାଯାଇଥିଲା ବେଳେ ଲଭ୍ଷ୍ଟେସନ୍ ରେ ହିରୋଇନ୍ ଗୋଇଠିରେ ଟ୍ୟାଟୁ
ତଥା ବର୍ତ୍ତମାନ କାଷ୍ଟିଗଂ କାଉଚ୍ କେସରେ ଫସିଥିବା
ପପ୍ପୁ ପମ୍ ପମ୍ ମଦ ପିଈ ଗାଡ଼ି ଚଲଉ ଥିବାର ଦେଖାଯାଇଛି !

ଯଦି ନିଶାଦ୍ରବ୍ୟ ,ପାଶ୍ଚାତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର କରିବା ହିଁ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକଙ୍କର ଏକମାତ୍ର ଲକ୍ଷ୍ୟ,
ତାହାଲେ
ନିଶା ଦ୍ରବ୍ୟ ସେବନ କ୍ଷତିକାରକ
କହି କି ଦର୍ଶକଙ୍କୁ କାହିଁକି କନଫ୍ୟୁଜ୍ କରୁଛନ୍ତି ?

ତେବେ ଏକଥା ସତ୍ୟ ଯେ ଏ ଦେଶରେ ଏଇ କିଛି ଶହ ବର୍ଷ ହେଲା ଏଠିକା ଲୋକେ ନିଶାଦ୍ରବ୍ୟ ସେବନ କରିବାରେ ଶିଦ୍ଧହସ୍ତ ହୋଇଗଲେଣି !

ଯେହେତୁ ସମାଜ ଅନୁଯାଇ ଚଳଚିତ୍ର
ତେଣୁ
ସମାଜ କୁ ଦେଖି ଫିଲ୍ମ ,ଫିଲ୍ମ କୁ ଦେଖି ସମାଜ !

କଥା ଟା ଠିକ ନହେଲେ ହେଁ ଭୂଲ ନୁହେଁ

ଆମ ମହାଭାରତୀୟ ସମାଜରେ ଏମିତି ଅନେକ କୈରେକ୍ଟର ମିଳିଯିବେ
ଯେଉଁମାନେ ନିଶାଦ୍ରବ୍ୟ ସେବନ କରିବାରେ ଏକ୍ସପର୍ଟ !
ଏଇ ଯେମିତି ଆମ ହରି ଓରଫ ହରିହର ଭାଇ ଙ୍କ କଥା ଉଦାହରଣ ସ୍ଵରୁପ ବିଚାର କରାଯାଉ !!
ହରିହର ଗାଆଁ ଛାଡ଼ି ନୁଆ ନୁଆ ସହର ଆସିଛି !
ମୁଁ ଆଉ ହରି ପିଲାଦିନୁଁ ସାଙ୍ଗ !

କୃପାସିନ୍ଧୁ ପଣ୍ଡା ଭଳି ସୁନାମଧନ୍ୟ ପିତା ର ପୁତ୍ର ହୋଇ ମଧ୍ଧ ହରିହର ଅର୍ଥାଭାବ ଯୋଗୁଁ
ସେତେ ପାଠ ପଢ଼ି ପାରିନାହିଁ
ତେଣୁ ବର୍ତ୍ତମାନ ଇଂରାଜୀ ପାଠପଢ଼ୁଆ ଲୋକ ତାକୁ ନିଶ୍ଚୟଁ ମୂରୁଖ ଲୋକ କହିବେ ।
ତେବେ ହରି ର କୁଶାଗ୍ର ବୁଦ୍ଧି !!

ହରି ଭାଇର ସୁଗୁଣ କହି ବସିଲେ ପୋଥିଏ ହେବ ତେବେ ଭଗବାନ ଚନ୍ଦ୍ର କୁ ମଧ୍ଧ କଳଙ୍କ ଦେଇଛନ୍ତି !

ହରିଭାଇ ର ଅନେକ ସୁଗୁଣ ରେ ଗୋଟିଏ ଦୂର୍ଗୁଣ,
ସେ ଗୁଡ଼ାଖୁ ଘସେ !!

ସ୍କୁଲରେ ପଢ଼ୁଥିବା ସମୟରେ ତାକୁ ଥରେ ଦିଥର ପାନ ଖାଉଥିବାର ଦେଖିଛି
କିନ୍ତୁ
ତା'ର ଏ ଗୁଡ଼ାଖୁ ଅଭ୍ୟାସ ନିଶ୍ଚୟଁ ବିବାହ ପରେ ପରେ ସେ ଆରମ୍ଭ କରିଥିବା କେତେକ ଲୋକ ଅନୁମାନ କରି କହି ଥାନ୍ତି ।

ତେବେ ହରି ର ଦାନ୍ତ ଯାକ କିନ୍ତୁ ଉଜ୍ଵଳ ଦେଖାଯାଏ ।

କେହି ସ୍ଵଚକ୍ଷୁରେ ଗୁଡ଼ାକୁ ଘସୁଥିବାର ନ ଦେଖିଲା ଯାଏଁ
ସହଜେ କହିପାରିବନି ଯେ , ସେ ନିଶା ଦ୍ରବ୍ୟ ପ୍ରୟୋଗ କରେ !

ଆଗରୁ କହିଛିହରି ଭାଈ ବଡ଼ ବୁଦ୍ଧିଆ !!

ସେ କଣ କରେ କି,
ଆଗେ ଗୁଡ଼ାଖୁ 2 ମିନିଟ ଘସି ତା ଉପରେ
ବ୍ରଶ୍ ଏବଂ ଟୁଥପେସ୍ଟ ରେ ଘସିଥାଏ

'ସାପ ବି ମଲେ ବାଡ଼ି ଭାଙ୍ଗିବନି' ନ୍ୟାୟରେ
ତାହାର ଦିନକାଳ ଯାକ ଗଡ଼ିଯାଉଛି

କେବଳ ହରି କାହିଁକି ଏମିତି ଅନେକ ନମୁନା ,ଆଇଟମ୍ ,କ୍ୟାରେକ୍ଟର ଏ ଦେଶ ର ପ୍ରତ୍ୟେକଟି ଗଳି ,ଗାଁ ଗଣ୍ଡାରେ ଯୋଡ଼ିଏ ପଞ୍ଝାଏ ମିଳିଯିବେ !

ଇଂରେଜୀ ରାଜତ୍ଵକାଳରେ ହୁକ୍କାରେ ବ୍ୟବହୃତ ଧୂଆଁପତ୍ର କୁ ଗୁଡ଼ାଖୁ କୁହାଯାଉଥିଲା ।
ପରେ ଗୁଡ଼ାଖୁ ନାମରେ ଆମ ଅଞ୍ଚଳରେ ଏଇ ନିଶାଯୁକ୍ତ ମଞ୍ଜନ ବିକ୍ରିହେବାରେ ଲାଗିଲା !
ଭାରତର ହିନ୍ଦିଭାଷୀ ଅଞ୍ଚଳରେ ଗୁଡ଼ାଖୁ କୁ ଗୁଲ୍-ମଞ୍ଜନ କୁହାଯାଏ ।
ଆଜିକାଲିର ପଢ଼ାଶିକ୍ଷିତ ପିଲାଏ ଗୁଡ଼ାଖୁ କୁ ସଂନ୍ଧି ବିଛେଦ କଲା ବେଳେ ଗୁଡ଼+ଆଖୁ କହିଲେ,
ଧୁଆଁପତ୍ର ନିଶା ପାଇଁ ପ୍ରଶିଦ୍ଧ ଦିନୁଦାଦା
ଚିଡ଼ିଯାଇ ବହେ ଗାଳିମନ୍ଦ କରିପକାନ୍ତି !!!

ତେବେ ଦିନୁଦାଦାଙ୍କୁ ଗୁଡ଼ାଖୁ ବିଷୟରେ ପଚାରିଲେ ସେ ଐତିହାସିକ ମାନଙ୍କ ଭଳି ନିଜ ମତ ଦେବାକୁ ଯାଇ କୁହନ୍ତି

"ଆରେ ସେ କଣ କି
ଆଗକାଳେ
ହୁକ୍କା ରୁ ଧୁଆଁ ଟାଣିଲା ବେଳେ
ଗୁଡ଼୍ଗୁଡ଼୍ ଶବ୍ଦ ହେଉଥିଲା
ଆଉ ସେକାଳ ପଖାଳଖିଆ ବୁଢ଼ା ଧୁଆଁ ଟାଣୁ ଟାଣୁ ଖୁଁ ଖୁଁ ଖାସି ପକାଉଥିଲେ
ସେଇଥି ପାଇଁ ଗୁଡ଼ାଖୁ ନାମ ହେଇଛି ନା ଆଉ :-D :-D :-D

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...