Wednesday, July 13, 2016

ଉଆଁସୀ କନ୍ୟା

ଫାଇନାଲୀ ମାଧବୀ ର ମଙ୍ଗନ ଆଜି ...,

କେତେ ଯେ ମଧୁଲୋଭୀ ମକ୍ଷିକ , ତା ପାଇଁ ଦିବା ସ୍ଵପ୍ନ ଦେଖୁ ନ ଥିଲେ ସତେ...
ଆହା ସେମାନଙ୍କ ହୃଦୟର ଅବସ୍ତା କି କହିବି
ନ କହିଲେ ଭଲ !

ବନ ସହ ଖେଳ
ମାନ ସାଙ୍ଗେ ମେଳ ହୋଇ
ମାଧବୀ ଶେଷରେ
ଧନୁଆ ସହିତ ଛନ୍ଦି ହେଲା !

ମଲା ଭଲା ଭଲା ଲୋକ ଗୁଡା
ଆଖି ସବୁ କଣ ବୁଜି ଦେଇଥିଲେନା
ସବୁ ଜାଣି ଅଜଣା ହେବାର ନାଟକ କରୁଥିଲେ ବା ?

ଯେଣୁ ହେଲେ
କ୍ଷୀରିପୁରୀ ପକ୍କା ନ୍ୟାୟ ଧରି
ଭଦ୍ରଲୋକେ କଥା ଟାକୁ ପାରକରି ଦେଲେ ।

ହେଉ ଆମ ଜାଣିବାରେ ସାହି ଯାକକୁ ବଦନାମ କରିଥିବା
କାଳନାଗୁଣୀ କୁ ଏକା ଧନୁଆ କଳେ ବଳେ କୌଶଳେ କ୍ଷୀର ପିଲେଇଚ୍ଛି !
ଅମାନିଆ ଘୋଡ଼ା କୁ ଲଗାମ ଧରି ବାଟକୁ ଆଣିବାକୁ ଚେଷ୍ଟା ଟିଏ କରିଚ୍ଛି !
ଓଲେଇ କାଳିଗାଈ ର ମୁହଁ ବାନ୍ଦି ତାକୁ କିଛି ମାତ୍ରା ରେ ବାରଣ କରିବାରେ ସଫଳ ହୋଇଛି !

ଧନୁଆ କୁ ମନେ ମନେ ଧନ୍ୟବାଦ ଟାଏ ଦେବାକୁ ମନ ହେଲା ...

ଗାଁଆଁ ଯାକ ତାର ପୁରୁଣା ଠିକାନା ସବୁ ଖୋଜି ଖୋଜି ଆସି ତା ଘର ପାଖରେ ଦେଖେ ତ ଲୋକ ଭିଡ ....

କଥା କଣ ?
ମୋ ମନରେ ଥାଏ
ନିଶ୍ଚେଁ
ପୁରୁଣା ପ୍ରେମିକ ମାନେ ଧନୁଆ ସହ କୁସ୍ତୀ କରି ଖଣ୍ଡିଆ ଖାବେରା କରିଦେଇଥିବେ

ଲୋକ ଆଡ଼େଇ ଯାଈ ଦେଖେ ଧନୁଆ ଆଉ ଜୀବନରେ ନାହିଁ
ଆହା ସକାଳୁ ସକାଳୁ ଗାଡ଼ି ଧରି ଗଡ଼କୁ ଯାଇଥିଲା ଯେ
ଟ୍ରକ ଧକ୍କା ରେ ଆରପାରିକୁ ଚାଲିଗଲା
ଆଉ ଫେରିନି , ଆଉ ଫେରିବ ନାହିଁ ।

ଧନୁଆ ର ଟିକେ କଣ ହେଲେ
ମୁଣ୍ଡ ବାଡ଼େଇ କାନ୍ଦୁଥିବା
ଧନୁଆ ବୋଉ
ପଥର ପାଲଟି ଯାଇଛି !

ସେପଟେ ମଝି ସାହି ରେ ଉଚ୍ଚ ସ୍ଵର ରେ ସ୍ତ୍ରୀଲୋକ ମାନେ କାନ୍ଦିବା ଆରମ୍ଭ କରିଦେଲେଣି

ମାଧବୀ ଭାଗ୍ୟରେ ଶେଷରେ ମଙ୍ଗୁଳି କନ୍ୟା ର ଦାଗ ଲାଗିଗଲା.....

ରାତି ପାହିଥିଲେ ବାହାଘର ହୋଇଥାଅନ୍ତା...

ଧନୁଆ କୁ ନେଇ ସେ କେତେ ଯେ ସୁଖ ସ୍ଵପ୍ନ ଦେଖି ନ ଥିବ ?

ସମାଜ କଣ ତା ମନ କଥା ବୁଝିବ?

ତାକୁ ତ ଏ ଘଟଣା ପରେ ଉଆଁସୀ କନ୍ୟା ହିଁ କହିବ ନା !!!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...